• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶିକ୍ଷା

ସେପ୍ଟେମ୍ବର ୬ରେ ପୁଣିଥରେ ଓଜେଏସ ପ୍ରିଲିମିନାରୀ ପରୀକ୍ଷା

August 22, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଅଗଷ୍ଟ ୨୨ (ଓଡିଶା ଡଟ କମ) ରାଜ୍ୟରେ ୬୯ ପଦବୀ ପୂରଣପାଇଁ ହୋଇଥିବା ଓଡିଶା ବିଚାର ବିଭାଗୀୟ ସେବା ପ୍ରାରମ୍ଭିକ ( ପ୍ରିଲିମିନାରୀ) ପରୀକ୍ଷାକୁ ହାଇକୋର୍ଟ ବାତିଲ କରିବାପରେ ପୁଣିଥରେ ରାଜ୍ୟ ଲୋକ ସେବା ଆୟୋଗ ସେପ୍ଟେମ୍ବର ଛଅ ତାରିଖ ଦିନ ଏହି ପରୀକ୍ଷା କରିବା ପାଇଁ ଘୋଷଣା କରିଛନ୍ତି ।

ଆୟୋଗ ଦ୍ଵାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସେପ୍ଟେମ୍ବର ଛଅ ତାରିଖ ଦିନ ରାଜ୍ୟର କଟକ , ଭୁବନେଶ୍ଵର, ବ୍ରହ୍ମପୁର, ବାଲେଶ୍ଵର ଓ ସମ୍ବଲପୁରରେ ନିର୍ଧାରିତ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।

ପୂର୍ବରୁ ମଇ ୩୧ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଓ ୨୧୬୬ ଜଣ ଏହି ପରୀକ୍ଷା ଦେଇଥିଲେ । କିନ୍ତୁ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଦର୍ଶାଇ କେତେକ ପରୀକ୍ଷାର୍ଥୀ ଏହାକୁ ବାତିଲ କରିବା ପାଇଁ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ମାମଲାର ବିଚାର କରି ହାଇକୋର୍ଟ ସାନି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ୬୭୦ ପଦବୀ ପୁରଣ ପାଇଁ ହେବାକୁ ଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଆବେଦନର ଶେଷ ତାରିଖ ଅଗଷ୍ଟ ୧୭କୁ ଆୟୋଗ ସେପ୍ଟେମ୍ବର ୨୧କୁ ଘୁଞ୍ଚାଇ ଦେଇଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଶିକ୍ଷା Tagged With: ଓଜେଏସ ପ୍ରିଲିମିନାରୀ, ପରୀକ୍ଷା

ପାରଳା ମହାରାଜ କଲେଜରେ ଅଧ୍ୟାପକ ପଦବୀକୁ ମଞ୍ଜୁରୀ

August 1, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୧ ଅଗଷ୍ଟ (ଓଡିଶା ଡଟ୍ କମ୍): ବ୍ରହ୍ମପୁର ପାରଳା ମହାରାଜ ଇଞ୍ଜିନିୟରିଂ କଲେଜର ୩୪ଟି ଅଧ୍ୟାପକ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏହି ୩୪ଟି ପଦବୀ ମଧ୍ୟରୁ ଆଠଗୋଟି ଆସୋସିଏଟ ପ୍ରଫେସରର ପଦବୀ ହୋଇଥିବା ବେଳେ ଅନ୍ୟ ୨୬ଟି ହେଉଛି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ।

୨୦୧୪-୧୫ ଓ ୨୦୧୫-୧୬ ଶିକ୍ଷାବର୍ଷ ପାଇଁ ଏହି କଲେଜରେ ନୂତନ ବିଭାଗ ଖୋଲାଯିବା ସହ ସିଟ୍ ର ବୃଦ୍ଧି ପରିପ୍ରେକ୍ଷୀରେ ନୂଆ ଅଧ୍ୟାପକମାନଙ୍କର ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଶିକ୍ଷା Tagged With: ପାରଳା ମହାରାଜ କଲେଜ

ୟୁପିଏସସି ପରୀକ୍ଷାରେ ରାଜ୍ୟ ଛାତ୍ର ଛାତ୍ରୀଙ୍କ ସଫଳତା

July 4, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୪ ଜୁଲାଇ (ଓଡିଶା ଡଟ୍ କମ୍) ୟୁନିଅନ ପବ୍ଲିକ ସର୍ଭିସ କମିଶନ ଦ୍ଵାରା ଭାରତୀୟ ପ୍ରଶାସନିକ ସେବାରେ ନିଯୁକ୍ତି ପାଇଁ ଗତ ବର୍ଷ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ଏଥର ରାଜ୍ୟରୁ କୋଡିଏ ରୁ ଊର୍ଦ୍ଧ୍ଵ ଛାତ୍ର ଛାତ୍ରୀ ସଫଳତା ହାସଲ କରିଛନ୍ତି ।

ଶନିବାର ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ ରାଜ୍ୟର ଅନନ୍ୟା ଦାସ ୧୬ତମ ସ୍ଥାନ ହାସଲ କରିଥିବା ବେଳେ ମହମ୍ମଦ ଅବଦାଲ ଅଖତାର ୩୫ ତମ ସ୍ଥାନରେ, ଲିଙ୍ଗରାଜ ୩୮ତମ ସ୍ଥାନରେ, କ୍ରାନ୍ତି କୁମାର ପତି ୫୦ ତମ ସ୍ଥାନରେ, ପାମେଲା ଶତପଥି ୫୧ ତମ ସ୍ଥାନରେ ପ୍ରଭାତ ମଲ୍ଲିକ ୬୮ ତମ ସ୍ଥାନରେ ଓ ସ୍ମୃତି ରଂଜନ ମହାନ୍ତି ୮୭ ତମ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି ।

ସଫଳତା ହାସଲ କରିଥିବା ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରହିଛନ୍ତି ସନ୍ଦୀପ କୁମାର ମଲ୍ଲିକ, ଅରୁଣାଂସୁ ଗିରି, ଶତରୂପା ମିଶ୍ର, ନନ୍ଦ ଦୁଲାଳ ଦାସ, ଅପୂର୍ବ ମିଶ୍ର , ସୁଚରିତା ଦାସ, ଧୀମାନ ବରାଇ,ରାଜକୁମାର ଦାସ, ପରେଶ୍ଵର ଦାଶ, ରାକେଶ ଦାଶ, ସୌମ୍ୟା ମିଶ୍ର, ଆଶିଷ କୁମାର ପଣ୍ଡା ଓ ହୃଦୟ କୁମାର ଦାସ ।

ଓଡିଶା ଡଟ କମ

News Bureau
News Bureau

Filed Under: ଶିକ୍ଷା Tagged With: ୟୁପିଏସସି

ଯୁଗ୍ମ ପ୍ରବେଶିକ ପରୀକ୍ଷାର ଜାଲ ୱେବସାଇଟ କରି ଯୁବକ ଗିରଫ

June 30, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୩୦ (ଓଡିଶା ଡଟ କମ) ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ) ର ଏକ ଜାଲ ୱେବସାଇଟ ତିଆରିକରି ଛାତ୍ରଛାତ୍ରୀଙ୍କ ତଥ୍ୟ ବେଆଇନ ଭାବେ ହାସଲ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବ ଇଞ୍ଜିନିୟରକୁ ସୋମବାର ଗିରଫ କରିଛି ।

୨୪ ବର୍ଷ ବୟସ୍କ ସମାଉଳ ହକ ନାମକ ଏହି ଯୁବକ ହେଉଛନ୍ତି ଝାଡଖଣ୍ଡ ରାଜ୍ୟର ଓ ସେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଚାକିରି କରୁଛନ୍ତି । କେତେକ ଘରୋଇ ଇନଜିନିୟରିଂ କଲେଜକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସେ ଏହା କରିଥିବା ପୁଲିସ ସନ୍ଦେହ କରୁଛି ।

ସୂଚନା ଯୋଗ୍ୟଯେ ଗତ ବର୍ଷ ଓଜେଇଇ କତ୍ତୃପକ୍ଷ ପ୍ରବେଶିକା ପରୀକ୍ଷା ପାଇଁ ନିଜର ୱେବସାଇଟ ଖୋଲିବା ପୂର୍ବରୁ ଜାନୁଆରୀ ମାସରେ ସମାଉଳ ହକ ଏକ ୱେବସାଇଟ ଖୋଲି ଥିଲେ ଓ ବହୁ ସଂଖ୍ୟାରେ ନିଜର ବ୍ୟକ୍ତିଗତ ସୂଚନା ଦେଇ ଛାତ୍ର ଛାତ୍ରୀ ମାନେ ଏ ହି ୱେବସାଇଟ ଜରିଆରେ ଆବେଦନ କରିଥିଲେ ।

ଏହା ଜଣା ପଡିବା ପରେ ଜେଇଇ କର୍ତ୍ତୃପକ୍ଷ ଭୁବନେଶ୍ଵର ର ଏଆରଫିଲ୍ଡ ଥାନାରେ ଏତଲା ଦେଇଥିଲେ । ପରେ କ୍ରାଇମବ୍ରାଞ୍ଚର ସାଇବର ସେଲ ଏହାର ତଦନ୍ତ କରିଥିଲା ।

ମୁମ୍ବାଇରୁ ସମାଉଳ ହକ ଗିରଫ ହୋଇଥିବା ବେଳେ, ତାଙ୍କ ସହ ଅନ୍ୟ କେତେକ ବ୍ୟକ୍ତି ସମ୍ପୃକ୍ତ ଥିବା ସନ୍ଦେହକରି ତାଙ୍କୁ ଧରିବା ପାଇଁ ପୁଲିସ ଯାଞ୍ଚ ବ୍ୟାପକ କରିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ, ଶିକ୍ଷା Tagged With: ଓଜେଇଇ, ଗିରଫ, ଜାଲ, ୱେବସାଇଟ

କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ବୃତ୍ତି

June 18, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୧୮ ଜୁନ (ଓଡିଶା ଡଟ୍ କମ୍): ଯୁକ୍ତ ଦୁଇ ଓ ଯୁକ୍ତ ତିନି ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢାର ଆଗ୍ରହକୁ ଉଚ୍ଚମାନର କରିବା ପାଇଁ ରାଜ୍ୟସରକାର ଏକ ସ୍ଵତନ୍ତ୍ର ବୃତ୍ତି ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି ।

ଯେଉଁ ଛାତ୍ରଛାତ୍ରୀମାନେ ବାଣିଜ୍ୟ,କଳା ଓ ବିଜ୍ଞାନରେ ୮୦ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖିବେ ସେମାନଙ୍କ ପାଇଁ ବିଶିଷ୍ଟ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା ଛାତ୍ରବୃତ୍ତି ଓ ଓଡିଆ ସାହିତ୍ୟରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଫକୀର ମୋହନ ଛାତ୍ରବୃତ୍ତି ପ୍ରଦାନ କରାଯିବ ।

ସେହିପରି ବାଳିକା ଶିକ୍ଷାର ଉନ୍ନତି ପାଇଁ ପଚାଶଟି ଶିକ୍ଷାଗତ ପଛୁଆ ବ୍ଲକରେ ମଧ୍ୟ ବୃତ୍ତି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ । ସବୁ ଛାତ୍ରଛାତ୍ରୀ କଲେଜ କ୍ୟାମ୍ପସରେ ରହି ପାଠପଢିବା ପାଇଁ ହଷ୍ଟେଲର ବନ୍ଦୋବସ୍ତ କରାଯିବ ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଶିକ୍ଷା Tagged With: ଛାତ୍ର ବୃତ୍ତି

୨୨ରୁ ଯୁକ୍ତ ତିନି ନାମ ଲେଖା

June 17, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସଂବାଦ ଦାତା

ଭୁବନେଶ୍ଵର,୧୭ ଜୁନ (ଓଡିଶା ଡଟ୍ କମ୍): ଜୁନ ୨୨ରୁ ଯୁକ୍ତ ତିନି ନାମ ଲେଖା ଆରମ୍ଭ ହେବ ଓ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ରାଜ୍ୟରେ ଥିବା ୭୦୬ ଟି ଯୁକ୍ତ ତିନ କଲେଜରେ ନାମ ଲେଖିବା ପାଇଁ ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ । ଅନଲାଇନରେ ଆବେଦନ କରିବାପାଇଁ ଇଛୁକ ଥିବା ଛାତ୍ରଛାତ୍ରୀମାନେ www.dheodisha.gov.in ୱେବ ସାଇଟ କୁ ଯାଇ କମନ ଆପ୍ଲିକେସନ ଫର୍ମ ପୂରଣ କରିବେ, ପରେ ଏହି ଫର୍ମର ପ୍ରିଣ୍ଟ-ଆଉଟ ବାହାର କରି ନିକଟସ୍ଥ ସାମ୍ ରିସୋର୍ସ ସେଣ୍ଟରରେ ଜମା କରିବେ।

ଏଥିପାଇଁ ସେମାନଙ୍କୁ ଦେୟ ମଧ୍ୟ ଦେବାକୁ ପଡିବ।

ସେହିପରି ଅଫଲାଇନରେ ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ନିକଟସ୍ଥ ସାମ୍ ରିସୋର୍ସ ସେଣ୍ଟରକୁ ଯାଇ ଆବେଦନ କରିପାରିବେ। ତେବେ ଅନଲାଇନ ଆବେଦନର ଶେଷ ତାରିଖ ଜୁଲାଇ ୬ ଏବଂ ଅଫଲାଇନ ଆବେଦନର ଶେଷ ତାରିଖ ଜୁଲାଇ ୭ ଧାର୍ଯ୍ୟ କରାଯାଇଛି।

ସେହିପରି ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ଜୁଲାଇ ୧୫ରେ ପ୍ରକାଶ କରାଯିବ ଓ ଜୁଲାଇ ୧୬ ରୁ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଆରମ୍ଭ କରାଯାଇ ଜୁଲାଇ ୨୦ ଶେଷ କରାଯିବ। ଜୁଲାଇ ୨୨ରେ ଇ-ସ୍ପେଶ୍ ରେ ପ୍ରଥମ ପର୍ଯ୍ୟାୟ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ ।

ଦ୍ଵିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଜୁଲାଇ ୨୫ରେ ପ୍ରକଶ ପାଇ ଜୁଲାଇ ୨୭ ରୁ ୨୯ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନାମ ଲେଖା ଶେଷ ହେବ। ଅଗଷ୍ଟ ୩ରେ ସ୍ପଟ ଆଡମିସନ ପାଇଁ ତାଲିକା ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ସେମାନଙ୍କ ନାମ ପଞ୍ଜିକୃତ କରିବେ ।

ଅଗଷ୍ଟ ୫ ରେ କଲେଜ ନୋଟିସ ବୋର୍ଡରେ ଛାତ୍ରଛାତ୍ରୀଙ୍କ ନାମର ତାଲିକା ପ୍ରକାଶ ପାଇବା ଓ ଅଗଷ୍ଟ ୬ ରେ ନାମ ଲେଖାଯାଇ ପାଠ ପଢା ଆରମ୍ଭ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଶିକ୍ଷା Tagged With: ଯୁକ୍ତ ତିନି, ଶିକ୍ଷା

ରାଜ୍ୟରେ ଯୁକ୍ତଦୁଇ ଆଡମିଶନ ପ୍ରକ୍ରିୟା ଆରମ୍ଭ

June 8, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୮ (ଓଡିଶା ଡଟ କମ)ରାଜ୍ୟର ବିଭିନ୍ନ ଜୁନିୟର କଲେଜ ରେ ଯୁକ୍ତ ଦୁଇ ପଢିବା ପାଇଁ ଆଡମିଶନ ପ୍ରକ୍ରିୟା ଉଚ୍ଚଶିକ୍ଷା ବିଭାଗ ସୋମବାର ଆରମ୍ଭ
କରିଛନ୍ତି ।

ଆଗ୍ରହୀ ଛାତ୍ରଛାତ୍ରୀ ମାନଙ୍କୁ ଏଥିପାଇଁ ବିଭାଗର ୱେବ ସାଇଟକୁ ଯାଇ  ଜୁନ ୮ରୁ  ଜୁନ୍ ୨୨ ରାତି ୧୨ଟା ମଧ୍ୟରେ ଅନଲାଇନ ଆବେଦନ କରିବାକୁ ପଡିବ । ବିଜ୍ଞାନ, ବାଣିଜ୍ୟ ଏବଂ କଳା ପାଇଁ ଗୋଟିଏ ଫର୍ମରେ ସେମାନେ ଆବେଦନ କରି ପାରିବେ । ଗୋଟିଏ ଫର୍ମରେ ଜେନ ଛାତ୍ର ବା ଛାତ୍ରୀ ସର୍ବାଧିକ ଛଅଟି କଲେଜ ପାଇଁ ଆବେଦନ କରିପାରିବେ ।

ଫର୍ମ ଏବଂ ଏ ସମ୍ପର୍କିତ ସମସ୍ତ ବିବରଣୀ ବିଭାଗର ୱେବସାଇଟ ରେ ଉପଲବ୍ଧ ହୋଇଛି । ଏହି ୱେବସାଇଟ ହେଲା http://dheodisha.gov.in/ ଓ ଫର୍ମ ଉପଲବ୍ଧ ଥିବା ଲିଙ୍କ ହେଉଛି http://online.dheodisha.gov.in/online_caf/jrcafform.aspx

ରାଜ୍ୟରେ ଥିବା ୧୪୭୬ ଯୁକ୍ତ ଦୁଇ କଲେଜରେ  ୩୭୪୨୬୮ ସିଟ ପାଇଁ ଏହି ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ୍ ଓ ଅଫଲାଇନରେ ଏହି ଆବେଦନ କରି ପାରିବେ ।

ଜୁଲାଇ ପହିଲା ପୂର୍ବାହ୍ନ ୧୧ଟାରେ ଉଚ୍ଚଶିକ୍ଷା ବିଭାଗ ପ୍ରଥମ ପର୍ଯ୍ୟାୟ ମେରିଟ୍ ତାଲିକା ପ୍ରକାଶ କରିବେ  । ଏହା ପରେ ଜୁଲାଇ ୪ରୁ ୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବ  ।

ଏହି ସୂଚନା ଜୁଲାଇ ୧୦ରେ ୱେବସାଇଟ ରେ ଉପଲବ୍ଧ ହେବ । ଠିକ ସେହି ପରି  ଜୁଲାଇ ୧୩ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ  ଓ ୧୫ରୁ ୧୭ ପର୍ଯ୍ୟନ୍ତ ଏହି  ପର୍ଯ୍ୟାୟ ନାମଲେଖା ହେବ  ।

ଜୁଲାଇ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ତଥ୍ୟ ୱେବସାଇଟ ରେ ଉପଲବ୍ଧ ହେବ  । ଦୁଇଟି ପର୍ଯ୍ୟାୟରେ ନାମଲେଖା ପରେ ବଳକା ସିଟ ରେ ନାମ ଲେଖାଇବା ପାଇଁ ଜୁଲାଇ ୨୧ରେ ସ୍ପଟ୍ ଆଡ଼ମିଶନ୍ ହେବ  ।

ଯଦି ସିଟ୍ ବଳିଥାଏ ତେବେ ଜୁଲାଇ ୨୩ ଅପରାହ୍ନ ୨ଟାରେ ନାମ ପଂଜୀକରଣ ହେବ  ।  ଜୁଲାଇ ୩୦ରୁ କଲେଜରେ ପାଠପଢ଼ା ଆରମ୍ଭ ହେବ  ।

ଓଡିଶା ଡଟ କମ

News Bureau
News Bureau

Filed Under: ଶିକ୍ଷା Tagged With: ଆଡମିଶନ ୨୦୧୫, ଯୁକ୍ତ ଦୁଇ

ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶିତ, ପାସ ହାର ୭୬.୭୫ ପ୍ରତିଶତ

June 1, 2015 by News Bureau Leave a Comment

ଯୁକ୍ତ ଦୁଇ ପରୀକ୍ଷା ଫଳ ୨୦୧୫ ପାଇଁ କ୍ଲିକ କରନ୍ତୁ 

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୧ (ଓଡିଶା ଡଟ କମ) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଥିବା ବେଳେ ମୋଟାମୋଟି ପାସ ହାର ୭୬. ୭୫ ପ୍ରତିଶତ ରହିଥିବା ପରିଷଦ ପ୍ରକାଶ କରିଛି ।

ଗତ ବର୍ଷ ମୋଟାମୋଟି ପାସ ହାର ୬୮. ୩୬ ରହିଥିଲା ।

ସଚିବାଳୟଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରି କହିଥିଲେ ଯେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସହାର ଆଠ ପ୍ରତିଶତ ବୃଦ୍ଧି ପାଇଛି ।

ଚଳିତ ବର୍ଷ ବିଜ୍ଞାନରେ ୮୦.୩୧ ପ୍ରତିଶତ, କଳାରେ ୭୬.୩୧ ପ୍ରତିଶତ, ବାଣିଜ୍ୟରେ ୬୯.୪୮ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଛନ୍ତି | ବିଜ୍ଞାନ ଓ ବାଣିଜ୍ୟରେ ଚାରୋଟି କଲେଜ କେହି ପାସ କରିନଥିବାବେଳେ କଳାରେ ସବୁ କଲେଜ ଭଲ କରିଛନ୍ତି।

କଳାରେ ୬୧.୦୮ ପ୍ରତିଶତ ପାସହାରରେ ରାୟଗଡା ଜିଲ୍ଲା ସବୁଠାରୁ କମରେ ଥିବାବେଳେ ୮୭.୯୨ ପ୍ରତିଶତ ପାସହାର ରଖି ନୟାଗଡ ଜିଲ୍ଲା ସବୁଠାରୁ ଶୀର୍ଷରେ ରହିଛି। ସେହିପରି ବିଜ୍ଞାନରେ ୯୨.୬୦ ପ୍ରତିଶତ ପାସହାରରେ ବାଲେଶ୍ଵର ଶୀର୍ଷରେ ଥିବା ବେଳେ ବାଣିଜ୍ୟରେ ଫୁଲବାଣୀ ୮୫.୦୫ ପ୍ରତିଶତ ପାସହାରରେ ଶୀର୍ଷରେ ରହିଛି ।

ବିଜ୍ଞାନରେ ୭୫ ହଜାର ୪୩୪ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ, କଳାରେ ୧୫ ହଜାର ୨୩୧ ଜଣ ଓ ବାଣିଜ୍ୟରେ ୨୨ ହଜାର ୩୯୧ ଜଣ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ମୋଟ ୩ ଲକ୍ଷ ୭୧ ହଜାର ୯୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ, ଏଥିରେ ବିଜ୍ଞାନ ରେ ୯୪ ହଜାର ୯୫୨ ଜଣ, କଳା ରେ ୨ ଲକ୍ଷ ୩୧ ହଜାର ୮୬୫ ଜଣ ଓ ବାଣିଜ୍ୟ ରେ ୩୨ ହଜାର ୫୪୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି |

ଓଡିଶା ଡଟ୍ କମ୍

 

ଓଡିଶା ଡଟ କମ

 

 

News Bureau
News Bureau

Filed Under: ଶିକ୍ଷା Tagged With: ଯୁକ୍ତ ଦୁଇ ପରୀକ୍ଷା ଫଳ

ତିନି ନୂଆ ବିଶ୍ଵବିଦ୍ୟାଳୟ ପାଇଁ ଓଏସଡ଼ିଙ୍କ ନିଯୁକ୍ତି

May 31, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,ମଇ ୩୧(ଓଡିଶା ଡଟ୍ କମ୍): ନିକଟରେ ମାନ୍ୟତା ପାଇଥିବା ତିନୋଟି ନୂଆ ବିଶ୍ୱବିଦ୍ୟାଳୟ ଯଥା ଭୁବନେଶ୍ଵରର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁରର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ଵବିଦ୍ୟାଳୟ ଓ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ପାଇଁ ରାଜ୍ୟ ସରକାର ତିନି ଜଣ ପୃଥକ ପୃଥକ ଅଧିକାରୀଙ୍କୁ ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଓଏସଡ଼ି) ଭାବେ ନିଯୁକ୍ତ କରିଛନ୍ତି ।

ଉତ୍କଳ ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗର ପ୍ରଫେସର ପଦ୍ମଜା ମିଶ୍ର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ନୂଆ ଓଏସଡ଼ି ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ମନ୍ମଥ ପାଢୀ, ଖଲ୍ଲିକୋଟ କ୍ଲଷ୍ଟର ବିଶ୍ଵବିଦ୍ୟାଳୟର ଓଏସଡ଼ି ଭାବେ ନିଯୁକ୍ତି ପାଇଛନ୍ତି ।

ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ନୂଆ ଓଏସଡ଼ି ହେଉଛନ୍ତି ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ପ୍ରଫେସର ସୁଧାଂଶୁ ଶେଖର ରଥ । ସମ୍ବଲପୁର ମୁକ୍ତ ବିଶ୍ୱବିଦ୍ୟାଳୟ ପାଇଁ ଇଗନୋର ଆଞ୍ଚଳିକ ସେବା ଡିଭିଜନର ନିର୍ଦ୍ଦେଶକ ଡ. ଶ୍ରୀକାନ୍ତ ମହାପାତ୍ର ଙ୍କୁ ନିଯୁକ୍ତ କରାଯାଇଛି ।

ବ୍ରହ୍ମପୁରର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ଵବିଦ୍ୟାଳୟ ଅଧୀନରେ ପାଞ୍ଚଟି ମହାବିଦ୍ୟାଳୟ କୁ ଅନ୍ତର୍ଭୁକ୍ତ କରିବା ନେଇ ମଧ୍ୟ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଏହି ମହାବିଦ୍ୟାଳୟ ଗୁଡିକ ହେଲା ଖଲ୍ଲିକୋଟ ସ୍ଵୟଂଶାସିତ ମହାବିଦ୍ୟାଳୟ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଶଶୀଭୂଷଣ ରଥ ସରକାରୀ ମହାବିଦ୍ୟାଳୟ, ଗୋପାଳପୁର ମହାବିଦ୍ୟାଳୟ ଓ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଶିକ୍ଷା Tagged With: ଓଏସଡି, ନୂଆ ବିଶ୍ୱବିଦ୍ୟାଳୟ

ଆବଶ୍ୟକ ଭିତ୍ତିଭୂମି ନଥିବା ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ

May 24, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୪ (ଓଡିଶା ଡଟ କମ) ଶିକ୍ଷା ଅଧିକାର ଆଇନ ଅନୁସାରେ ଯେଉଁ ସରକାରୀ ବା ବେସରକାରୀ ସ୍କୁଲଗୁଡିକରେ ଆବଶ୍ୟକ ଭିତ୍ତିଭୂମି ଓ ଶିକ୍ଷକ ନାହାନ୍ତି ସେହି ସବୁ ସ୍କୁଲଗୁଡିକ ନଭେମ୍ବର ମାସ ସୁଦ୍ଧା ବନ୍ଦ କରିବାପାଇଁ କେନ୍ଦ୍ର ତରଫରୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।
ଯେଉଁ ସରକାରୀ ବା ବେସରକାରୀ ସ୍କୁଲ ଗୁଡିକରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପ୍ରର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଉଛି ସେହି ସବୁ ସ୍କୁଲ ଗୁଡିକ ଶିକ୍ଷା ଅଧିକାର ଆଇନର ପରିସର ଅନ୍ତ୍ରର୍ଭୁକ୍ତ ।

ଏହି ଆଇନ ଅନୁସାରେ ଯେଉଁ ସ୍କୁଲ ଗୁଡିକରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲା ପାଠ ପଢୁଛନ୍ତି ଏବଂ ପଢୁଥିବା ପିଲାଙ୍କ ସଂଖ୍ୟା ଯଦି ଷାଠିଏ ହୋଇଥାଏ ତେବେ ସେହି ସ୍କୁଲ ରେ ଦୁଇ ଜଣ ଶିକ୍ଷକ ରହିବା ବାଧ୍ୟତା ମୂଳକ ଅଟେ ।

ପିଲାଙ୍କ ସଂଖ୍ୟା ଯଦି ନବେ, ଶହେ କୋଡିଏ ଓ ଦେଢଶହ ହୋଇଥିବ ସେଇ ଅନୁସାରେ ଶିକ୍ଷଙ୍କ ସଂଖ୍ୟା ଯଥାକ୍ରମେ ୩, ୪, ୫ କୁ ବୃଦ୍ଧି ପାଇବା ଆବଶ୍ୟକ । ଯଦି ପିଲାଙ୍କ ସଂଖ୍ୟା ଦୁଇ ଶହ ହୋଇଥିବ ଶିକ୍ଷଙ୍କ ସଂଖ୍ୟା ୪୦ ହେବା ଜରୁରୀ ।

ସେହିପରି ଯେଉଁ ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏ ପିଲା ପାଠ ପଢୁଛନ୍ତି ସେହି ସ୍କୁଲରେ ପ୍ରତି ଶ୍ରେଣୀରେ ଜଣେ ଶିକ୍ଷକ ରହିବା ଆବଶ୍ୟକ । ଭିନ୍ନଭିନ୍ନ ବିଷୟ କୁ ଭିନ୍ନଭିନ୍ନ ଶିକ୍ଷକ ପଢାଇବା ଦରକାର ।

ଏହା ବ୍ୟତୀତ ପ୍ରତି ଶ୍ରେଣୀ ପାଇଁ ଅଲଗା ଶ୍ରେଣୀ ଗୃହ ରହିବା ସହ ପ୍ରଧାନ ଶିକ୍ଷକଙ୍କ ପାଇଁ ପ୍ରକୋଷ୍ଠ ଓ ପିଲାମାନଙ୍କ ପାଇଁ ପୃଥକ ଶୌଚାଳୟ ଓ ଖେଳ ପଡିଆ ଆଦି ରହିବା ଉଚିତ ।

ଶିକ୍ଷା ଅଧିକାର ଆଇନ ଅନୁସାରେ ଯେଉଁ ସ୍କୁଲରେ ଏହିସବୁ ଭିତ୍ତିଭୂମି ନଥିବ ଉକ୍ତ ସ୍କୁଲ ଗୁଡିକୁ ରାଜ୍ୟ ସରକାର ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଶିକ୍ଷା Tagged With: ଶିକ୍ଷା ଅଧିକାର ଆଇନ, ସ୍କୁଲ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Interim pages omitted …
  • Go to page 7
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ