• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶିକ୍ଷା

ପଞ୍ଚାୟତ ନିର୍ବାଚନ ପାଇଁ ମ୍ୟାଟ୍ରିକ ପରୀକ୍ଷାରେ ପରିବର୍ତନ

November 1, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର ,ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଆସନ୍ତା ୨୦୧୨ ମ୍ୟାଟ୍ରିକ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।

ଫେବୃଆରୀ ତୃତୀୟ ସପ୍ତାହରେ ଏହି ପରୀକ୍ଷା ହେବାକୁ ଥିଲା କିନ୍ତୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାହାକୁ ପରିବର୍ତନ କରାଯାଇଥିବା ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ନିର୍ବାଚନ ପାଇଁ ଫେବୃଆରୀ ତୃତୀୟ ସପ୍ତାହରେ ହେବାକୁ ଥିବା ପୂର୍ବଘୋଷିତ କାର୍ଯ୍ୟକ୍ରମ ବଦଳାଯାଇ ମାର୍ଚ୍ଚ ଦ୍ୱିତୀୟ ସପ୍ତାହକୁ ଘୁଞ୍ଚାଯାଇଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ଅଧିକାରୀ କହିଛନ୍ତି ।

ନିର୍ବାଚନ ପରିଚାଳନାରେ ଶିକ୍ଷକମାନେ ନିୟୋଜିତ ହେବେ ଏବଂ ହାଇସ୍କୁଲ ଘର ଗୁଡ଼ିକୁ ଭୋଟଗ୍ରହଣକେନ୍ଦ୍ର ରୂପେ ବ୍ୟବହାର କରାଯିବ ତେଣୁ ଏହି ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଶିକ୍ଷା Tagged With: _eúlû, ଶିକ୍ଷା

ଅଧ୍ୟାପକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ବନ୍ଦ ଡ଼ାକରା

October 31, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ,ଅକ୍ଟୋବର ୩୧(ଓଡ଼ିଶା ଡ଼ଟ୍ କମ୍) ଅଧ୍ୟାପକ ନିଯୁକ୍ତି ଦାବିରେ ଜୟପୁର ଡ଼ିଏଭି କଲେଜ ଛାତ୍ର ସଂସ ପକ୍ଷରୁ ସୋମବାର କୋରାପୁଟ ବନ୍ଦ ଡ଼ାକରା ଦିଆଯାଇଛି ।

ପଦବୀ ପୂରଣ ତଥା ଆଇନ ମହାବିଦ୍ୟାଳୟକୁ ସରକାରୀ ଘୋଷଣା ଦାବିରେ ଛାତ୍ରଛାତ୍ରୀମାନେ ଗତ ତିନିି ଦିନ ଧରି ଅନଶନରେ ବସିବା ପରେ ଆଜି ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦେଇଛନ୍ତି ।

ବନ୍ଦ ଯୋଗୁଁ ଜିଲ୍ଲାରେ ଯାନବାହାନ ଚଳାଚଳ ବନ୍ଦ ରହିଥିବାରୁ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ବନ୍ଦକୁ କୋରାପୁଟ ନାଗରିକ କମିଟି, ବ୍ୟବସାୟ ସଂଘ ଆଦି ସମର୍ଥନ ଜଣାଇଥିବା ବେଳେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏହାକୁ ସମର୍ଥନ ଜଣାଇ କାର୍ଯ୍ୟବନ୍ଦ କରାଯାଇଛି ।

ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିଥିବା ବେଳେ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଛନ୍ତି ।

ଡିଏଭି ମହାବିଦ୍ୟାଳୟରେ ୪୦ ଜଣ ଅଧ୍ୟାପକ ଆବଶ୍ୟକତା ଥିବାବେଳେ ବର୍ତମାନ କେବଳ ଦଶ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଆସନ୍ତା ମାସରେ ଅବସର ଗ୍ରହଣ କରିବେ ତେଣୁ ଏହି ପଦବୀ ପୂରଣ କରାଯାଇନଥିବାରୁ ଆନ୍ଦୋଳନ କରାଯାଉଛି ବୋଲି ଛାତ୍ର ସଂସଦର ଜଣେ କର୍ମମର୍ତା କହିଛନ୍ତି ।

ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଶିକ୍ଷା Tagged With: QûZâQûZâú, ଶିକ୍ଷା

ବନ୍ୟଜନ୍ତୁଙ୍କ ଗୁରୁତ୍ୱ ଉପରେ “ଜୁ ଶିକ୍ଷା କାର୍ଯ୍ୟକ୍ରମ”

October 30, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଅକ୍ଟୋବର ୩୦(ଓଡ଼ିଶା ଡ଼ଟ୍ କମ୍) ବନ୍ୟଜନ୍ତୁଙ୍କ ଗୁରୁତ୍ୱ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ “ଜୁ ଶିକ୍ଷା କାର୍ଯ୍ୟକ୍ରମ”ର ଆୟୋଜନ କରାଯାଇଥିବା ରବିବାର ଜଣେ ଅଧିକାରୀ କହିଛନ୍ତି ।

କାରଖାନାର ଉଦ୍ୟାନ ବିଭାଗ ପକ୍ଷରୁ ଗତ ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଜି ରାଉତ ଶିକ୍ଷା ନିକେତନର ୯୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଜୈବମଣ୍ଡଳରେ ସନ୍ତୁଳନ ରକ୍ଷା ସହ ପୃଥିବୀକୁ ଜୀବଜଗତ ପାଇଁ ଏକ ଆଦର୍ଶ ବାସସ୍ଥଳୀରେ ପରିଣତ କରିବା ନିମନ୍ତେ ପ୍ରାଣୀ ଓ ଉଦ୍ଭିଦର ଭୂମିକା ଉପରେ ଡ଼ିଏଫ୍ଓ ଏ.କେ.ବେହେରା ଆଲୋକପାତ କରିଥିଲେ ।

ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଜୀବନରେ ବନ୍ୟଜନ୍ତୁ ଓ ପକ୍ଷୀ ମାନଙ୍କ ଉପାଦେୟତା ଉପରେ ଅବଚେତନ
କରାଇବା ଲକ୍ଷ୍ୟରେ ପ୍ରତି ବର୍ଷ ଏଭଳି କାର୍ଯ୍ୟକ୍ରମ କରାଯାଉଛି ବୋଲି ଏଥିରେ ଯୋଗଦେଇ ଉଦ୍ୟାନ କୃଷି ବିଭାଗର ଅତିରିକ୍ତ ମହାପ୍ରବନ୍ଧକ ଏଚ୍.ମିଶ୍ର କହିଥିଲେ ।

ଏହା ଚଳିତ ବର୍ଷର ଚତୁର୍ଥ ଜୁ ଶିକ୍ଷା କାର୍ଯ୍ୟକ୍ରମ ଏବଂ ଆଉ ଏଭଳି ଚାରୋଟି କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା ରଖାଯାଇଥିବା ଅଧିକାରୀ ଜଣକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ଶିକ୍ଷା

ନଭେମ୍ବର ୨ରେ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

October 29, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,୩୦(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆସନ୍ତା ନଭେମ୍ବର ୨ ତାରିଖରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

କଟକ ସମେତ ୪ଟି ଆଞ୍ଚଳିକ କେନ୍ଦ୍ରରେ ପରୀକ୍ଷା ଫଳ ଏକାସାଙ୍ଗେ ପ୍ରକାଶ ପାଇବ । ପୂର୍ବାହ୍ନ ୧୦ଟା ସମୟରେ ପରୀକ୍ଷା ଫଳ ପୁସ୍ତିକା ମିଳିବା ସହ ୱେବ୍ ସାଇଟ୍ ରେ ଉପଲବ୍ଧ ହେବ ।

ସେହିପରି ଇଣ୍ଟରନେଟ୍ ରୁ ମଧ୍ୟ ପରୀକ୍ଷାର୍ଥିୀମାନେ ପରୀକ୍ଷାଫଳ ଜାଣିପାରିବେ । ଚଳିତ ମାସ ୧୬ ତାରିଖରେ ରାଜ୍ୟର ୨୫୪ଟି ପରୀକ୍ଷା କେନ୍ଦ୍ରରେ ସପ୍ଲିମେଣ୍ଟାରୀ ଅନୁଷ୍ଠିତ ହୋଇଥିଲା ।

ଏଥିରେ ୪୩ ହଜାର ୪୫୨ଜଣ ରେଗୁଲାର ଏବଂ ୧୩ ହଜାର ୫୭୦ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ଶିକ୍ଷା

ଛାତ୍ରଛାତ୍ରୀଙ୍କ ପାଇଁ ସାଇକେଲ ଯୋଜନାର ଶୁଭାରମ୍ଭ

October 28, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପାରଳାଖେମୁଣ୍ଡି,ଅକ୍ଟୋବର ୨୮(ଓଡ଼ିଶା ଡ଼ଟ୍ କମ୍) ସରକାରଙ୍କ ପକ୍ଷରୁ ଶୁକ୍ରବାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସାଇକେଲ ଯୋଜନାର ଶୁଭାରମ୍ଭ କରାଯାଇଛି ।

 

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଆରମ୍ଭ କରି ଛାତ୍ରଛାତ୍ରୀ ମାନଙ୍କୁ ସାଇକେଲ ବାବଦରେ ୨୬ ଶହ ଟଙ୍କାର ଚେକ୍ ପ୍ରାଦାନ କରିଛନ୍ତି ।

ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ଆଇଏସ୍ଆଇ ମାର୍କ ସାଇକେଲ କିଣିବା ପାଇଁ ଏହି ଟଙ୍କା ଯୋଗାଇ ଦିଆଯିବ ।

ରାଜ୍ୟରେ ମହିଳା ସାକ୍ଷରତା ହାର ବଢାଇବା ଦିଗରେ ଏହି ପଦକ୍ଷେପ ସହାୟକ ହେବ । ଏହାଦ୍ୱାରା୧ ଲକ୍ଷ ୭୭ ହଜାର ଛାତ୍ରୀ ଉପକୃତ ହେବେ ।

ଅନୁସୂଚିତ ଅଞ୍ଚଳର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମାନଙ୍କରେ ଦଶମ ଶ୍ରେଣୀରେ ପଢୁଥିବା ତଫସିଲଭୁକ୍ତ ଜାତି/ଉପଜାତି ଛାତ୍ର ମାନଙ୍କୁ ମଧ୍ୟ ସାଇକେଲ ଯୋଗାଇ ଦିଆଯିବ ।

ଛାତ୍ରଛାତ୍ରୀମାନେ ଏହି ସୁବିଧାର ସୁଯୋଗ ନେଇ ଶିକ୍ଷାପ୍ରତି ଅଧିକ ଆକୃଷ୍ଟ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାର ଗତ ଜାନୁୟାରୀ ମାସରେ ଏହି ଯୋଜନା ଘୋଷଣା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଶିକ୍ଷା Tagged With: QûZâQûZâú, ଶିକ୍ଷା

ଡ଼ିସେମ୍ବର ୧୨ରୁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ

October 28, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୨୮(ଓଡ଼ିଶା ଡ଼ଟ୍ କମ୍) ଟାଟା ଷ୍ଟିଲ ଓ ପଠାଣି ସାମନ୍ତ ପ୍ଲାନେଟୋରିୟମର ମିଳିତ ସହଯୋଗରେ ଆସନ୍ତା ଡ଼ିସେମ୍ବର ୧୨ରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ଭୁବନେଶ୍ୱର ସ୍ଥିତ ପଠାଣିସାମନ୍ତ ପ୍ଲାନେଟୋରିୟମରେ ୧୨ ଓ ୧୩ ତାରିଖ ଦୁଇଦିନ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ବିଭିନ୍ନ ଜିଲ୍ଲାର ପ୍ରତିଯୋଗିମାନେ ରାଜ୍ୟସ୍ତରରେ ଶ୍ରେଷ୍ଠ ୨୦ଟି ସ୍ଥାନ ପାଇଁ ସେମାନଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା କରିବେ ।

ସମସ୍ତ ଜିଲ୍ଲାର ପ୍ରାୟ ଏକ ହଜାରରୁ ଉଦ୍ଧ୍ୱ ପ୍ରତିଯୋଗିଙ୍କ ମଧ୍ୟରୁ ଜେନେରାଲ ସ୍ତରୀୟ ପ୍ରତିଯୋଗିତାରେ ଉର୍ତ୍ତୀଣ୍ଡ ୧୨୦ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଆମନ୍ତ୍ରଣ କରାଯାଇଛି ।

ବଲାଙ୍ଗୀର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର , କେନ୍ଦୁଝର, ଗଞ୍ଜାମ, ନବରଙ୍ଗପୁର, କୋରାପୁଟ, ଜଗତସିଂହପୁର, କଟକ, ଅନୁଗୁଳ, ପୁରୀ, ଯାଜପୁର ଆଦି ଜିଲ୍ଲାର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଚଳିତ ବର୍ଷ ପ୍ରତିଯୋଗିତା ପାଇଁ “ମୋ କଳ୍ପନାର ମହାକାଶଯାନ” ବିଷୟବସ୍ତୁ ରଖାଯାଇଛି ।

ଅଷ୍ଟମରୁ ଦଶମ ଶ୍ରେଣୀରେ ପଢୁଥିବା ରାଜ୍ୟର ସମସ୍ତ ସ୍କୁଲର ଛାତ୍ରଛତ୍ରୀଙ୍କ ପାଇଁ ସାତୋଟି ଜୋନ୍ ରେ ଦୁଇଟି ପର୍ଯ୍ୟାୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଶେଷଜ୍ଞ ମାନଙ୍କୁ ନେଇ ଗଠିତ ଏକ ଟିମ୍ ପ୍ରତିଯୋଗି ମାନଙ୍କର ମଡ଼େଲ ଗୁଡ଼ିକର ମୁଲ୍ୟାୟନ କରିବେ ଏବଂ ପଠାଣି ସାମନ୍ତଙ୍କ ଜନ୍ମବାର୍ଷିକୀରେ ଶ୍ରେଷ୍ଠ ୨୦ ଜଣଙ୍କୁ ସମ୍ମାନୀତ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ଶିକ୍ଷା

ବିଷ୍ଣୁଚରଣ ବାରିକ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି

October 27, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୨୭(ଓଡ଼ିଶା ଡ଼ଟ୍ କମ୍) ପ୍ରଫେସର ବିଷ୍ଣୁ ଚରଣ ବାରିକଙ୍କୁ ରାଜ୍ୟ ସରକାର ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ କରିଛନ୍ତି ।

ଏହି ନିଯୁକ୍ତିକୁ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଗୁରୁବାର ଅନୁମୋଦନ କରିଛନ୍ତି ।

ବାରିକ ବର୍ତ୍ତମାନ ମହାରାଷ୍ଟ୍ର ନାନେ୍ଦ ସ୍ଥିତ ସ୍ୱାମୀ ରାମାନନ୍ଦ ତୀର୍ଥ ମାର୍ଥୱାଡ଼ା ବିଶ୍ୱବିଦ୍ୟାଳୟସ୍ଥ ସ୍କୁଲ ଅଫ୍ ସୋସିଆଲ ସାଇନ୍ସର ସମାଜ ବିଜ୍ଞାନ ବିଭାଗର ବରିଷ୍ଠ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି ।

ସେ ତିନି ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଶିକ୍ଷା Tagged With: i´f_êe, ଶିକ୍ଷା

ଶିଶୁ ଅଧିକାର ଉପରେ ଅଧିକ ସଚେତନତା ଆବଶ୍ୟକ

October 23, 2011 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୨୩(ଓଡ଼ିଶା ଡ଼ଟ୍ କମ୍) ଶିଶୁଙ୍କ ଅଧିକାର ପାଇଁ ବିଭିନ୍ନ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ପ୍ରଶାସନିକ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ବର୍ତ୍ତମାନ ମଧ୍ୟ ଅଧିକାଂଶ ଶିଶୁ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି ଏବଂ ଏଥିରେ ଅଧିକ ସଚେତନତା ଆବଶ୍ୟକ ବୋଲି ଏକ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି ।

ରାଜ୍ୟ ସ୍ତରୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସାମାଜିକ ବିକାଶ ପ୍ରକ୍ରିୟାରୁ ବଞ୍ଚିତ ଓ ଅବହେଳିତ ଶିଶୁଙ୍କ ଉପରେ ଶନିବାର ଭୁବନେଶ୍ୱରରେ ଶିଶୁଙ୍କ ଉପରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ମତବ୍ୟକ୍ତ କରିଛନ୍ତି ।

ସର୍ବେକ୍ଷଣ ଅନୁଯାୟୀ ଦେଶରେ ଥିବା ଲୋକଙ୍କ ସଂଖ୍ୟା ଠାରୁ ୪୦ ପ୍ରତିଶତ ଶିଶୁ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ସାମାଜିକ କ୍ଷେତ୍ରରେ ଅବହେଳିତ ହୋଇ ବିକାଶ ପ୍ରକ୍ରିୟାରୁ ବଞ୍ଚିତ ହେଉଛନ୍ତି ।

ରାଜ୍ୟରେ ଶିଶୁ ମାନଙ୍କର ଶିକ୍ଷାର ବିକାଶ ତଥା ଗୁଣାତ୍ମକ ଶିକ୍ଷାର ପ୍ରଚଳନ ପାଇଁ ସରକାର ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ କରିଥିଲେ ମଧ୍ୟ ସ୍କୁଲ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରବେଶିକା ଫି ଆଦାୟ କରାଯାଉଛି, ସେମାନେ କହିଛନ୍ତି ।

ଏହାଦ୍ୱାରାଅଧିକାଂଶ ପିଲା ଅଧାରୁ ପାଠ ଛାଡ଼ୁଛନ୍ତି ଏବଂ ଏନେଇ ସରକାରଙ୍କ ପକ୍ଷରୁ ଉଚିତ୍ ପକ୍ଷେପ ଗ୍ରହଣ କରାଯାଉନାହିଁ । ଶିଶୁ ମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟରେ ସୁରକ୍ଷା ମିଳିବା ସହିତ ସେମାନଙ୍କ ମୌଳିକଅଧିକାରର ସଦୁପଯୋଗ କରାଗଲେ ଜଣେ ଶିଶୁ ସୁରକ୍ଷିତ ବୋଲି ଜାଣିବା, ସେମାନେ କହିଛନ୍ତି ।

ସାମ୍ବାଦିକ ସୁରେନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଦି ହିନ୍ଦୁର ପ୍ରଫୁଲ୍ଲ ଦାସ, ଆଇଏଏନ୍ଏସ୍ ର ଯତୀନ୍ଦ୍ର ଦାଶ, ଦି ହିନ୍ଦୁସ୍ତାନ ଟାଇମ୍ସର ପ୍ରିୟ ରଂଜନ ସାହୁ, ଷ୍ଟେଟସ୍ମ୍ୟାନର କେ.ରବି, ଉକ୍ତଳ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ନବନୀତା ରଥ, ପିକକ୍ର ସଂପାଦକ ରଂଜନ ମହାନ୍ତି ଏବଂ ସିସିଡ଼ବ୍ଲୁଡ଼ିର ସଂପାଦକ ସାଶିବ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ଶିକ୍ଷା

  • « Go to Previous Page
  • Page 1
  • Interim pages omitted …
  • Page 5
  • Page 6
  • Page 7

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ