ଓଡିଶା ଡଟ୍ କମ୍ ସଂବାଦ ଦାତା
ଭୁବନେଶ୍ଵର,୧୭ ଜୁନ (ଓଡିଶା ଡଟ୍ କମ୍) ଓଡିଆ ଭାଷା କୁ ସରକାରୀ ଭାଷାର ମାନ୍ୟତା ମିଳିଥିଲେ ହେଁ କୌଣସି ସ୍ତର ରେ ଏହା କାର୍ଯ୍ୟକାରୀ ହେଉନଥିବା ଦର୍ଶାଇ ଓଡିଆ ଭାଷାକୁ ପୂର୍ଣ ରାଜଭାଷା ର ମର୍ଯ୍ୟାଦା ଦେବା ଦାବୀ ରେ ବିଶିଷ୍ଟ ଓକିଲ ତଥା ଲେଖକ ଗଜାନନ ମିଶ୍ର ଆସନ୍ତା ଜୁଲାଇ ଏକ ତାରିଖ ରୁ ଆମରଣ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି ।
ଭାଷା ସୁରକ୍ଷା ସମିତି ତରଫରୁ ଗଜାନନଂକ ଏହି ଅନଶନ ରେ ବହୁ ସଂଖ୍ୟାରେ ଭାଷା ଓ ସଂସ୍କୃତି କର୍ମୀ ଯୋଗ ଦେବେ ବୋଲି ସୂଚନା ମିଳିଛି ।
ସୂଚନା ଯୋଗ୍ୟ ଯେ ପୁର୍ବରୁ ମିଶ୍ର ଓଡିଆ ଭାଷାକୁ ନ୍ୟାୟାଳୟର ଭାଷା ଭାବେ ବ୍ୟବହାର କରିବାକୁ ଦାବି କରିଆସୁଥିଲେ । ତାଙ୍କ ଉଦ୍ୟମ ଯୋଗୁଁ ଅଦାଲତର ଭାଷା ଭାବେ ଓଡିଆକୁ ସ୍ଵୀକୃତି ମିଳିସାରିଛି ।
ଓଡିଶା ସରକାର ସବୁ ସ୍ତର ରେ ଓଡିଆ ଭାଷା କୁ ବ୍ୟବହାର କରିବାଲାଗି ଘୋଷଣା ନ କଲେ ସେ ପ୍ରାଣ ବଳି ଦେବାକୁ ପଛାଇବେ ନାହିଁ ବୋଲି ଗଜାନନ ଓଡିଶା ଡଟ କମକୁ କହିଛନ୍ତି ।
ଓଡିଶା ଡଟ୍ କମ୍

ସେ ଚରିତ୍ରମାନେ ତା ଗାଁ ପାଖ ଜଙ୍ଗଲୀ ଅନ୍ଧାରରୁ କ୍ରମେ କ୍ରମେ ଓହ୍ଲେଇ ଆସନ୍ତି । ସେ ମନେପକାଏ ତା ଜେଜେ ମା’ର ପାକୁଆ ମୁହଁ । ସେ ପାକୁଆ ପାଟିରେ ଅସରନ୍ତି ଗପର ଭଣ୍ଡାର । ସେଠି ଗପ ଆଉ ଜୀବନ ହାତ ଧରାଧରି ହୋଇ ଚାଲନ୍ତି । କଳ୍ପନା ଓ ବାସ୍ତବତା ଭିତରେ ବିଶେଷ କିଛି ଫରକ ନଥାଏ ।
ପ୍ରିୟତମର ମୃତ୍ୟୁରେ ଶୋକାତୁରା ପୃଥିବୀ ବିଳାପ କରିବାକୁ ଲାଗିଲେ । ତାଙ୍କ ବିଳାପରେ ଲୋକପିତା ବ୍ରହ୍ମାଙ୍କ ଆସନ ଟଳମଳ ହେବାକୁ ଲାଗିଲା । ବ୍ରହ୍ମା ପୃଥିବୀକୁ ପଚାରିଲେ, ତମେ ରୋଦନ କରୁଛ କାହିଁକି ? ପୃଥିବୀ ତାଙ୍କ ଦୁଃଖ ବୟାନ କଲେ । ଲୋକପିତା କହିଲେ – ‘ମୁଁ ନିଶ୍ଚିତ ଭାବରେ ତମ ପ୍ରେମିକକୁ ବଞ୍ଚାଇ ଦେବି ।’





