• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟ ଖବର

‘ବଞ୍ଚିବା ପାଇଁ ଦୁର୍ନୀତିଗ୍ରସ୍ତ ବିରୋଧୀ ଏକାଠି’

May 28, 2018 by admin 1 Comment

କଟକ: କଟକ ଜନକଲ୍ୟାଣ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଏନଡିଏ ସରକାରଙ୍କ ୪ବର୍ଷର ରିପୋର୍ଟ କାର୍ଡ ରଖିଛନ୍ତି ମୋଦି ।

ଫୋକସ୍‌ରେ ମହାନଦୀ :

କିଲ୍ଲା ପଡିଆରୁ ନବୀନ ପଟ୍ଟନାୟକଙ୍କ ଉପରେ ଧୁମ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ମହନଦୀ ନେଇ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ଓଡ଼ିଶା ବିକାଶ ପାଇଁ କେନ୍ଦ୍ର ସରକାର କାମ କରୁଛନ୍ତି । ମହାନଦୀ ଯୋଗୁଁ ଓଡ଼ିଶାର ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି ।

ମୁଖ୍ୟମନ୍ତ୍ରୀ ବିଧାନସଭାରେ ସ୍ୱୀକାର କରିଛନ୍ତି ମହାନଦୀର ଅଧା ଜଳ ବଙ୍ଗୋପ ସାଗରରେ ମିଶୁଛି । ମହାନଦୀକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଚାଲିଥିବା ବିବାଦର ସମାଧନ କରିବାକୁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତିନ୍ ଗଡକାରୀ ଚେଷ୍ଟା କରିଥିଲେ ।

ହେଲେ ଗଡକାରୀଙ୍କ ଉଦ୍ୟମକୁ ଓଡ଼ିଶା ସରକାର ଅଣଦେଖା କଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଚାଷୀର ଜମିରେ ପାଣି ପହଞ୍ଚାଇବା ଲାଗି ମହାନଦୀ ସହ ଅନ୍ୟ ୫ ନଦୀର ଜଳ ସଠିକ୍ ଭାବରେ ବ୍ୟବହାର କରୁନାହାଁନ୍ତି ଓଡ଼ିଶା ସରକାର ବୋଲି ମୋଦି କହିଛନ୍ତି । ମହାନଦୀ ବିବାଦରେ ନବୀନ ପଟ୍ଟନାୟକଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ।

ପାରାଦୀପ ନୁହେଁ ବିକାଶ ଦୀପ

ପାରାଦୀପ ଆଇଓସିଏଲ୍ ବିଶୋଧନାଗାର ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଆରମ୍ଭ ହୋଇଥିଲା । ହେଲେ କଂଗ୍ରେସ ନେତୃତାଧିନ ଉପା ସରକାର ସେହି ବିଶୋଧନାଗାର କାର୍ଯ୍ୟକୁ ବନ୍ଦ କରି ଦେଇଥିଲେ । ତେବେ ବିଜେପି ନେତୃତାଧିନ ଏନଡିଏ ସରକାର ସମୟରେ ଆଇଓସିଏଲ୍ ବିଶୋଧନାଗାର କାମ ସମାପ୍ତ ହୋଇ ପାରାଦୀପ ହୋଇଛି ବିକାଶ ଦୀପ ।

ଗରିବଙ୍କ ସରକାର

ଏନଡିଏ ସରକାରର ଅଧିକାଂଶ ସଦସ୍ୟ ଗରିବ ପରିବାରରେ ଜନ୍ମ ନେଇଛନ୍ତି । ସେଥିପାଇଁ ଗରିବଙ୍କ ବିକାଶ ଲାଗି ପ୍ରତିଶ୍ରୁତିବଦ୍ଧ ଏନଡିଏ ସରକାର ସମୟରେ ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଗରିବ ଘର ବ୍ୟକ୍ତି ହୋଇପାରିଛନ୍ତି ।

୨୦୧୪ ନିର୍ବାଚନ ପୂର୍ବରୁ ଗରିବ ହଟାଇବା ଲାଗି ବିରୋଧୀମାନେ କେବଳ ନାରା ଦେଉଥିଲେ। ହେଲେ ଦେଶର ଅଧା ଲୋକଙ୍କ ନିକଟରେ ନଥିଲା ଗ୍ୟାସ୍, ବିଜୁଳି ସଂଯୋଗ, ସଡକ-ଶୌଚାଳୟର ଘୋର ଅଭାବ ଥିଲା । ନିର୍ବାଚନ ଜିତିବା ପାଇଁ କେଉଁଠୁ କେତେ ଭୋଟ୍ ଆସିବ ସେ ସବୁର କେବଳ ହିସାବ କରୁଥିଲେ ।

ସଂକଳ୍ପରୁ ଆରମ୍ଭ ହୋଇଥିବା ଅଭିଯାନ ବିଫଳ ହୁଏନି ବୋଲି ସେ ଜନକଲ୍ୟାଣ ସମାବେଶରେ କହିଛନ୍ତି ମୋଦି । କଳାଧନରୁ ଜନଧନ ଆଡେ ଅଗ୍ରସର ହେଉଛି ଦେଶ । ଜନକଲ୍ୟାଣ ପାଇଁ ତାଙ୍କ ଏନଡିଏ ସରକାର କାମ କରୁଛି । ଦେଶରେ କନଫ୍ୟୁଜନ୍ ନୁହେଁ କମିଟମେଣ୍ଟ ସରକାର ଚାଲିଛି ।

ସେଥିପାଇଁ ଅାତଙ୍କବାଦୀଙ୍କ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ , ଓ୍ବାନ୍‌ ରାଙ୍କ୍‌ ଓ୍ବାନ୍‌ ପେନ୍‌ସନ୍‌ ଭଳି ନିଷ୍ପତି ଲାଗୁ ହୋଇପାରିଛି । ବିଜେପି ନେତୃତ୍ୱରେ ସରକାର ଚାଲିଥିବାରୁ କଂଗ୍ରେସ୍ ସଠିକ୍ ରାସ୍ତାରେ ଅଛି। ଜନତାଙ୍କ ସ୍ନେହ ଏବଂ ଆଶୀର୍ବାଦ ଯୋଗୁଁ ଆଜି ୨୦ ରାଜ୍ୟରେ ବିଜେପି ସରକାର ଚାଲିଛି ବୋଲି କହିଛନ୍ତି ମୋଦି ।

ବିରୋଧିଙ୍କୁ କଟାକ୍ଷ

ଗତ ୪ ବର୍ଷ ମଧ୍ୟରେ ବିଜେପି କଳେବର ଯଥେଷ୍ଟ ବଢିଛି । ବିଜେପି ଭୟରେ ଏକାଠି ହୋଇ ଯାଇଛନ୍ତି ଦୁର୍ନୀତିଗସ୍ତ ବିରୋଧୀ । ଦେଶକୁ ନୁହେଁ ପରିବାରକୁ ବଞ୍ଚାଇବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ। ଦେଶ ବିକାଶ ପାଇଁ ନୁହେଁ ନିଜ ବିକାଶ ପାଇଁ ଦୁର୍ନୀତିଗ୍ରସ୍ତ ସମସ୍ତ ବିରୋଧୀ ଏକାଠି ହୋଇଛନ୍ତି ।

ତେବେ ଗତ ୪ ବର୍ଷ ମଧ୍ୟରେ ୪ ହଜାର ସ୍ଥାନରେ ଚଢାଉ ହୋଇ ୫୩ ହଜାର କୋଟି ଟଙ୍କା ଜବତ ହୋଇଛି । ହେଲେ ପରିବର୍ତ୍ତନ ଆଡକୁ ଆଗେଇଛି ଦେଶ। ବିଜେପି ସ୍ୱଚ୍ଛ ଶାସନ ଯୋଗୁଁ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ଜେଲରେ ଅଛନ୍ତି । ନୂଆଦିଲ୍ଲୀର ୧୦ ଜନପଥରେ ରହୁଥିବା ସୋନିଆ ଗାନ୍ଧିଙ୍କୁ କଟ୍ଟାକ୍ଷ କରି ମୋଦି କହିଲେ ଯେ “ତାଙ୍କ ସରକାର ଜନପଥରୁ ନୁହେଁ ଜନମତରେ ଚାଲୁଛି”।

ତେବେ ଜୟ ଜଗନ୍ନାଥରୁ ଆରମ୍ଭ କଲେ ଭାଷଣ । ଓଡିଶାର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ନମସ୍କାର । ଗରିବଙ୍କ ଦେବତା ଜଗନ୍ନାଥ। କଟକ ତାରକାସି କାମ ସୂକ୍ଷ୍ମକଳାର ପ୍ରତିକ କହି। ଦେଶର ସ୍ୱତନ୍ତ୍ରତା ସେନାନୀଙ୍କ ଜନ୍ମଭୂମୀ ଏମଂ କର୍ମଭୂମୀ କଟକକୁ ସମ୍ଭୋଦିତ କରି ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କୁ ସ୍ମରଣ କଲେ ମୋଦି ।

ସେହିପରି ଓଡ଼ିଶାର ବରପୁତ୍ର ଉତ୍କଳମଣି ଗୋପବନ୍ଧୁ ଦାସ, ଭକ୍ତକବି ମଧୁସୂଦନ ରାଓ, ଉତ୍କଳ କେଶରୀ ମହାତାବଙ୍କୁ ମନେ ପକାଇଥିଲେ ।

source: theargus.in

admin
admin

Filed Under: ରାଜନୀତି Tagged With: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହନଦୀ

‘ମନ୍ କି ବାତ୍’ରେ କଟକର ଚା’ ବିକାଳିଙ୍କୁ ପ୍ରଶଂସା

May 28, 2018 by admin Leave a Comment

representative by

ସିଲଭର ସିଟି କଟକର ଚା ଦେକାନୀ ଡି. ପ୍ରକାଶ ରାଓଙ୍କୁ ‘ମନ କି ବାତ୍’ରେ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ପଚାଶ ବର୍ଷ ହେଲାଣି ଡି. ପ୍ରକାଶ ରାଓ ଚା ବିକି ଚଳୁଛନ୍ତି ।

କିନ୍ତୁ, ନିଜ ଆୟର ପଚାଶ ପ୍ରତିଶତ ଅର୍ଥକୁ ସେ ଗରିବ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଖର୍ଚ୍ଚ କରୁଛନ୍ତି । ବର୍ତ୍ତମାନ ୭୦ ଜଣ ଗରିବ ପିଲାଙ୍କ ପାଠପଢା ଖର୍ଚ୍ଚ ସେ ବହନ କରୁଛନ୍ତି । ପ୍ରକାଶଙ୍କ ଜୀବନୀ ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ ବୋଲି ମୋଦି କହିଛନ୍ତି ।

ଅଧାରୁ ପାଠ ଛାଡିଥିବା ପ୍ରକାଶ ଏବେ ଅନେକ ପିଲାଙ୍କ ପାଠ ପଢାର ସ୍ୱପ୍ନକୁ ପୂରଣ କରୁଛନ୍ତି । ବାପାଙ୍କ ଚା ଦୋକାନରେ ଚା ବିକ୍ରି କରିବାକୁ ଶେଷରେ ସେ ନିଷ୍ପତ୍ତି ନେଇଥିଲେ । ଚା ବିକୁ ବିକୁ ସେ ବନିଗଲେ ସମସ୍ତଙ୍କର ପ୍ରିୟ ପାତ୍ର ।

କିଭଳି ଭଲ ଚା’ ଲୋକଙ୍କୁ ଦେଇ ମନ କଣିବେ ତାହା ଥିଲା ତାଙ୍କର ଅଭିଳାଷ । ୫୫ ବର୍ଷ ଧରି ଚା ବିକି ଆସିଥିବା ପ୍ରକାଶ ଆଜି ବହୁତ ଖୁସି । ‘ମନ କି ବାତ୍’ରେ ମୋଦି ପ୍ରଶଂସା କରିବା ପରେ ତାଙ୍କର ଜୀବନ ସାର୍ଥକ ହୋଇଛି ବୋଲି ସେ କହନ୍ତି ।

ଚା’ ବିକି ନିଜର ପରିବାର ଚଳାଇବା ସହ ଅନେକ ପିଲାଙ୍କ ହାତରେ ବହି ଖାତା ପେନ୍ ଧରାଇ ସେ ପାଆନ୍ତି ଆନନ୍ଦ । ଆଉ ତାଙ୍କ ଚା’ର ସ୍ୱାଦ ପାଇଁ ପ୍ରକାଶ ଆଜି କେବଳ କଟକ ଗଳିକନ୍ଦିରେ ପରିଚିତ ନୁହଁନ୍ତି ସାରା ଦେଶରେ ପରିଚିତ ।

ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମର ୪୪ ତମ ସଂସ୍କରଣ । ଏହି ଅବସରରେ ମୋଦି ଦେଶର ଝିଅମାନେ କାହା ଠାରୁ କୌଣସି ଗୁଣରେ କମ ନୁହଁନ୍ତି ବୋଲି କହିଛନ୍ତି ।

ଭାରତୀୟ ନୌସେନା (ଆଇଏନଏସ ତାରେଣୀ)ର ୬ ଜଣିଆ ମହିଳା ଅଧିକାରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମୋଦି । ଏହି ମହିଳା ଅଧିକାରୀମାନେ ୨୫୪ ଦିନରେ ୨୨ ହଜାର ନୋଟିକାଲ ମାଇଲ୍ସ ଅତିକ୍ରମ କରିଛନ୍ତି ।

ଏଭେରେଷ୍ଟ ଆରୋହୀଙ୍କୁ ପ୍ରଶଂସା କରିବା ସହ ‘ମନ କି ବାତ୍’ରେ ଶୁଭାଙ୍ଗୀକୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି । ଏହା ସହ ‘ହମ ଫିଟ୍ ତୋ ଇଣ୍ଡିଆ ଫିଟ୍’ ବୋଲି କହିଛନ୍ତି । ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଫିଟନେସ୍ ଚାଲେଞ୍ଜକୁ ସ୍ୱୀକାର କରିଛନ୍ତି ମୋଦି । ଧିରେ ଧିରେ ନେତା-ଅଭିନେତା-ଖେଳାଳି ଏଥିରେ ସାମିଲ ହୋଇ ନିଜର ଭିଡିଓ ଶେୟାର କରୁଛନ୍ତି ।

ଦେଶର ସବୁ ପ୍ରକାର ଖେଳ ଉପରେ ମତ ରଖିଛନ୍ତି ମୋଦି । ଖେଳ ଜୀବନର ମୂଲ୍ୟ ଶିଖାଏ, ବ୍ୟକ୍ତିତ୍ୱ ବଢାଇବା ସହ ଆତ୍ମ ବିଶ୍ୱାସ ବଢାଇଥାଏ ବୋଲି ମୋଦି କହିଛନ୍ତି । ‘ଗିଲି ଡଣ୍ଡା’ ଗାଁ ଠୁ ସହର ଯାଏଁ ଖେଳାଯାଏ । ଏହି ଖେଳ ଲାଜୁଆ ସ୍ୱଭାବର ପିଲା ଖେଳିବା ବେଳେ ଚଳଚଞ୍ଚଳ ହୋଇଯାଆନ୍ତି ।

ପାରମ୍ପାରିକ ଖେଳର ଆଜି ମଧ୍ୟ ଆବଶ୍ୟକତା ରହିଛି । ଯେମିତି ପାରମ୍ପାରିକ ଖେଳ ଲୋପ ପାଇ ନ ଯାଉ । ଖେଳ ହଜିଗଲେ ଜୀବନ ହଜିଯିବ ବୋଲି କହିଛନ୍ତି ମୋଦି । ପ୍ରକୃତିର ରକ୍ଷା କରିବା ଆମର କର୍ତ୍ତବ୍ୟ । ଆମର ପରମ୍ପରା ଆମକୁ ପ୍ରକୃତି ସହ ସଂଘର୍ଷ କରିବାକୁ ଶିଖାଇ ନାହିଁ । ଏଥି ସହ ପ୍ଳାଷ୍ଟିକ ବ୍ୟବହାର କମ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଆଗାମୀ ୫ ଜୁନରେ ବିଶ୍ୱ ପରିବେଶ ଦିବସ । ଏହାକୁ ସାରା ଭାରତ ପାଳନ କରିବ । ସେହିପରି ଜୁନ୍ ୨୧କୁ ବିଶ୍ୱ ଯୋଗ ଦିବସ ପାଳନ କରାଯାଉଛି ।

ପ୍ରତିଦିନ ଯୋଗ କଲେ ସତ୍ୟ, ସଂଯମ, ଧାର୍ମିକ ଭାବନା ଯାତ ହୁଏ ଏବଂ ଶାନ୍ତି ଆମର ମିତ୍ର ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଏହା ସହ ମୁସଲମାନ ଭାଇ-ଭଉଣୀମାନଙ୍କୁ ‘ଇଦ୍’ର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

source: theargus.in

 

admin
admin

Filed Under: ରାଜନୀତି Tagged With: ଭାରତ, ସିଲଭର ସିଟି କଟକ

ଘରୋଇ ବିଦ୍ୟାଳୟ ଓ ଶିକ୍ଷା ଅଧିକାର ଆଇନ

May 14, 2018 by ଘାସିରାମ ପଣ୍ଡା Leave a Comment

ସାମ୍ପ୍ରତିକ ସମୟରେ ଘରୋଇ ବିଦ୍ୟାଳୟମାନେ ଶିକ୍ଷା କ୍ଷେତ୍ରରେ ବିଶେଷ ଭୂମିକା ନେଲେଣି । ଅଭିଭାବକମାନଙ୍କ ଭିତରେ ବି ଏହିସବୁ ବିଦ୍ୟାଳୟ ପ୍ରତି ଆଗ୍ରହ ବଢୁଛି । ଏକ ପରିସଂଖ୍ୟନରୁ ଜଣାପଡେ ଯେ, ୨୦୦୭ – ୦୮ ଶିକ୍ଷା ବର୍ଷରେ ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୪୩ ଲକ୍ଷ ୯୨ ହଜାର ପିଲା ପଢୁଥିବା ବେଳେ ୨୦୧୪ – ୧୫ ବେଳକୁ ଏହା ୪୨ ଲକ୍ଷ ୨୪ ହଜାରକୁ ଖସି ଆସିଛି ।

ଅପର ପକ୍ଷରେ ୨୦୦୭ -୦୮ ବେଳକୁ ଘରୋଇ ବିଦ୍ୟାଳୟରେ ୨ ଲକ୍ଷ ୨୨ ହଜାର ପିଲା ଥିଲେ ଯାହା ୨୦୧୪ – ୧୫ ବେଳକୁ ୪ ଲକ୍ଷ ୭୭ ହଜାରକୁ ବୃ୍ଦ୍ଧି ପାଇଛି ।

ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗତ ବିଧାନସଭା ଅଧିବେଶନରେ ଶିକ୍ଷା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ବିଗତ ୬ ବର୍ଷ ଭିତରେ ପ୍ରାଥମିକ ବିଦ୍ୟାଲୟରେ ନାମଲେଖା ହାର ୩.୬୯ ପ୍ରତିଶତ କମିଛି ଓ ସମାନ ସମୟରେ ଘରୋଇ ବିଦ୍ୟାଳୟରେ ୧୪.୩୧ ପ୍ରତିଶତ ବଢିଛି । ‎କ୍ରମଶଃ ଅଧିକରୁ ଅଧିକ ପିଲାଙ୍କୁ ସାମିଲ କରୁଥିବା ଏହି ଘରୋଇ ବ‎୍ୟବସ୍ଥାକୁ କିନ୍ତୁ ପିଲାମାନଙ୍କର ଅଧିକାରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଇନ ପରିସରକୁ ସକ୍ରିୟ ଭାବେ ଅଣାଯାଇ ପାରିନାହିଁ ।
ସ୍ୱଚ୍ଛଳ ବର୍ଗର୍ଙ୍କ ସାମାଜିକ ପ୍ରତିପତ୍ତିକୁ ପୁଞୀ କରି ଘରୋଇ ବିଦ୍ୟାଳୟ କାୟା ବିସ୍ତାର କରୁଛନ୍ତି ।

ଆର୍ଥିକ ସ୍ୱଚ୍ଛଳ ଓ ଗରିବଙ୍କ ମଧ୍ୟରେ ତଫାତ ରଖୁଥିବା ଏହିସବୁ ବିଦ୍ୟାଳୟମାନଙ୍କରେ ସାମାଜିକ ଅସମାନତା, ସାମଗ୍ରୀକ ବିକାଶ ଭଳି ସାମ୍ବୀଧାନିକ ମୂଲ୍ୟବୋଧକୁ ହେୟ ମନେକରାଯାଉଛି । ଶିକ୍ଷା ଅଧିକାର ଆଇନ, ୨୦୦୯ ପ୍ରବର୍ତ୍ତନ ପରେ ଘରୋଇ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକତା ଓ ବିବିଧାତାକୁ ବଜାୟ ରଖିବାନେଇ ସ୍ପଷ୍ଟ ଆଇନଗତ ପ୍ରାବଧାନ ଥିବା ସତ୍ତେ୍ୱ ପ୍ରଶାସନ ଏମାନଙ୍କୁ ନିୟନ୍ତ୍ରିତ କରିବାରେ ବିଫଳ ହେଉଛି ।

ଅଭିଭାବକମାନେ ମଧ୍ୟ ବାହ୍ୟ ଆଡମ୍ବରରେ ମୋହିତ ହୋଇ ବିଦ୍ୟାଳୟର ଆଇନଗତ ସ୍ଥିତି ଅନୁଧ୍ୟାନ କରୁନାହାନ୍ତି ଓ ପରେ ପିଲାର ଭବିଷ୍ୟତ ପ୍ରଭାବିତ ହେଉଛି । ଶିକ୍ଷା ଅଧିକାର ଆଇନ, ୨୦୦୯ ଧାରା ୧୮ ଅନୁଯାୟୀ ପ୍ରତ୍ୟେକ ଘରୋଇ ବିଦ୍ୟାଳୟ ପାଇଁ ସରକାରଙ୍କ ‘ସ୍ୱିକୃତୀ ପ୍ରମାଣପତ୍ର’ ଅନିର୍ବାର୍ଯ୍ୟ ଅଟେ । ଏଥିପାଇଁ ବିଦ୍ୟାଳୟ ପରିଚାଳକଙ୍କୁ ଏହି ଆଇନ ଦ୍ୱାରା ନିର୍ଦ୍ଧାରିତ ନିର୍ଦ୍ଦିଷ୍ଟ ‘ମାନ’ ଯେପରିକି ପିଲା ଓ ଶିକ୍ଷକଙ୍କ ଅନୁପାତ, ଶ୍ରେଣୀଗୃହର ସଂଖ୍ୟା, ବାର୍ଷିକ ଶିକ୍ଷା ଦିବସ, ପାଠାଗାର, ଖେଳ ଓ ଶିକ୍ଷଣ ସାମଗ୍ରୀ, ଭିନ୍ନକ୍ଷମଙ୍କ ପାଇଁ ବାଧାହୀନ ଯାତାୟତ ଇତ୍ୟାଦିର ସ୍ଥିତି ସମ୍ପର୍କିତ ଘୋଷଣା ପତ୍ର ଦାଖଲ କରିବାକୁ ପଡିଥାଏ ।

ଏହା ସର୍ବସାଧାରଣଙ୍କ ଗୋଚରାର୍ଥେ ପ୍ରଦର୍ଶିତ ହେବା ଉଚ୍ଚିତ । ଏହାର ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସରଜମୀନ ତଦନ୍ତ କରାଯିବ ଓ ମାନ ପୂରଣ କରୁଥିବା ବିଦ୍ୟାଳୟମାନଙ୍କୁ ସର୍ତ୍ତ ମୂଳକ ସ୍ୱିକୃତୀ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି ସରଜମୀନ ତଦନ୍ତ ରିପୋର୍ଟ ମଧ୍ୟ ସର୍ବସାଧାରଣଙ୍କ ଗୋଚରାର୍ଥେ ଜିଲ୍ଲା ପ୍ରଶାସନ ୱେବ ସାଇଟ ଭଳି ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରୁଥିବା ସ୍ଥାନରେ ପ୍ରଦର୍ଶିତ ହେବାର ବିଧି ରହିଛି ।

ସ୍ୱିକୃତୀ ପ୍ରମାଣପତ୍ର ନଥିବା ବିଦ୍ୟାଳୟମାନଙ୍କୁ ପ୍ରଶାସନ ବନ୍ଦ କରିଦେଇ ପାରିବେ । ସୂଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ତଥ୍ୟ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ ୧୪ ଗୋଟି ଘରୋଇ ବିଦ୍ୟାଳୟ ଥିଲେହେଁ ବର୍ତ୍ତମାନ ୧୩ଟିର ସ୍ୱିକୃତୀ ପ୍ରମାଣପତ୍ର ନାହିଁ । ଏ ସମ୍ପର୍କିତ ସରଜମୀନ ତଦନ୍ତ କରାଯାଇଥିବା କୁହାଯାଉଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ସର୍ବସାଧାରଣ ସ୍ଥଳିରେ ରିପୋର୍ଟ ପ୍ରଦର୍ଶିତ ହୋଇନାହିଁ ।

ଏହାସତ୍ତେ୍୍ୱ ପିଲାଙ୍କ ନିୟମିତ ନାମଲେଖା ଅବ୍ୟାହତ ଅଛି । ଏହା ଉଦାହରଣ ମାତ୍ର । ରାଜ୍ୟର ରାଜଧାନୀ ସମେତ ସମଗ୍ର ରାଜ୍ୟର ସ୍ଥିତି ଏହାଠାରୁ ଭିନ୍ନ ନୁହେଁ । ଶିକ୍ଷା ଅଧିକାର ଆଇନ କାର୍ଯ‎୍ୟକାରି ହେବାର ପାଂଚ ବର୍ଷ ପରେବି ଏହିସବୁ ବିଦ୍ୟାଳୟମାନଙ୍କ ପ୍ରତି ଆଇନଗତ ପଦକ୍ଷେପ ନିଆନଯିବା ପରୋକ୍ଷରେ ବେଆଇନ ପରିଚାଳନା ପାଇଁ ପ୍ରୋତ୍ସାହନ ନୁହେଁ କି ? ଅଭିଭାବକମାନେ ବିଦ୍ୟାଳୟର ସ୍ୱିକୃତୀ ପ୍ରମାଣପତ୍ର ଯାଂଚ ନକରି ନାମ ଲେଖାଇବା ପିଲାଙ୍କ ଭବିଷ୍ୟତ ସହିତ ଖେଳ ନୁହେଁ କି?
ଶିକ୍ଷା ଅଧିକାର ଆଇନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ ହେଲା ଗରୀବଙ୍କ ପାଇଁ ଘରୋଇ ବିଦ୍ୟାଳୟର ଦ୍ୱାର ଉନ୍ମୁକ୍ତ କରିବା । ଏହି ଆଇନର ଧାରା ୧୨ (୧) ଏବଂ (୨) ଅନୁଯାୟୀ ଆର୍ଥିକ ଅନଗ୍ରସର ଓ ପଛୁଆ ବର୍ଗର ପିଲାଙ୍କ ପାଇଁ ମୋଟ ନାମ ଲେଖାଉଥିବା ପିଲାଙ୍କ ସଂଖ୍ୟାର ୨୫ ଶତାଂସ ସଂରକ୍ଷିତ କରାଯିବାର ପ୍ରାବଧାନ ରହିଛି ।

ଏହାର ସ୍ପଷ୍ଟିକରଣ ଦେବାକୁ ଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଜର ପତ୍ରସଂଖ୍ୟା ୨୨୬୫୫ ତା ୧୮/୧୨/୨୦୧୦ ରେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ପରିବାର ପିଲାଙ୍କ ପାଇଁ ୧୦% ଓ ତଫସିଲ ଭୂକ୍ତ ଜାତି, ଜନଜାତି, ବାସହରା, ଭିକ ମଗୁଥିବା, ଶିଶୁ ଶ୍ରମିକଙ୍କ ପାଇଁ ୧୫% ସ୍ଥାନରେ ନାମଲେଖାକୁ ବାଧ୍ୟତାମୂଲକ କରିଛନ୍ତି । ପ୍ରତ୍ୟେକ ବର୍ଷ ଏହି ନାମଲେଖା କେବଳ ପ୍ରଥମ ଅବା ପ୍ରାକ ପ୍ରାଥମିକ ଭଳି ପ୍ରବେଷ ଶ୍ରେଣୀରେ ହେବ ।

ଉଦ୍ଦେଶ୍ୟ, ଏହି ପ୍ରକ୍ରୟା ଚାଲୁରହିଲେ କିଛି ବର୍ଷ ପରେ ସମଗ୍ର ବିଦ୍ୟାଳୟରେ ୨୫ ଭାଗ ଆର୍ଥିକ ଅନଗ୍ରସର ଓ ପଛୁଆ ବର୍ଗର ପିଲା ପଠ ପଢୁଥିବେ । ଏହି ୨୫ ଶତାଂସ ସ୍ଥାନର ଖର୍ଚ ବିଦ୍ୟାଳୟମାନଙ୍କ ଉପରେ ବୋଝ ହେବ ନାହିଁ । ବିଦ୍ୟାଳୟର ଆବେଦନ କ୍ରମେ ଏ ସଂକ୍ରାନ୍ତିୟ ଖର୍ଚ ସରକାର ଭରଣା କରିବେ । ଥିବା ଓ ନଥିବା ବର୍ଗ ଭିତରେ ଏହା ସୌହାର୍ଦ୍ଧ୍ୟ ବୃ୍ଦ୍ଧିର ମାଧ୍ୟମ ଭାବରେ ବ୍ୟବହୃତ ହୋଇପାରିବ ।

କିଛି ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ପ୍ରଚେଷ୍ଠାରେ ଏହା କାର୍ଯ୍ୟକାରି କରାଯିବାର ଦୃଷ୍ଟାନ୍ତ ମିଳିଛି । ପ୍ରକାଶିତ ତଥ‎‎୍ୟ ଅନୁଯାୟୀ ସମ୍ବଲପୁର ଜିଲ୍ଲା ପ୍ରଶାସନର ଉଦ‏୍ୟମ କ୍ରମେ ୨୦୧୪ – ୧୫ ଶିକ୍ଷା ବର୍ଷରେ ସହରର ଆଖପାଖ ୧୪ଗୋଟି ଘରୋଇ ବିଦ୍ୟାଳୟରେ ୨୨୮ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ହେଲେ ୨୦୧୫ – ୧୬ ବେଳକୁ ଏହା କ୍ରମଶଃ ଖସି ଆସି ୧୨୭ରେ ପହଂଚି ଥିଲା ।

ଏପରିକି ୨୦୧୪ – ୧୫ରେ ନାମ ଲେଖାଇଥିବା ପିଲାଙ୍କ ଭିତରୁ ୨୨ଜଣ ବିଦ୍ୟାଳୟ ଛାଡି ସାରିଛନ୍ତି । ଏଣୁ ଏକଥା ମଧ୍ୟ ଦେଖିବାକୁ ପଡିବ ଯେ, ଆଇନଗତ ବାଧ୍ୟ ବାଧକତାରେ କୌଣସି ବିଦ୍ୟାଳୟ ଏହି ୨୫ ଭାଗ ପିଲାଙ୍କୁ ନାମ ଲେଖାର ସୁଯୋଗ ଦେଇ ଶ୍ରେଣୀଗୃହରେ ବସେଇବା, ମଧ୍ୟାହ୍ନ ଭୋଜନ, ପୋଷାକ, ପୁସ୍ତକ ଓ ବିଦ୍ୟାଳୟର ଅନ୍ୟାନ୍ୟ କର୍ଯ୍ୟକ୍ରମରେ ଯେପରି ପାତର ଅନ୍ତର ନକରନ୍ତି ।

ଏପରି ହେଲେ ବିଦ୍ୟାଳୟ କତୃପକ୍ଷ ଉତ୍ତରଦାୟୀ ରହିବେ ଓ ତାଙ୍କ ପ୍ରତି ଆଇନଗତ ଦଣ୍ଡ ବିଧାନ କରାଯାଇ ପାରିବ । ଅନେକାଂଶ ଘରୋଇ ବିଦ୍ୟାଳୟର ଅନଗ୍ରସର ଓ ପଛୁଆ ବର୍ଗଙ୍କ ପ୍ରତି ଥିବା ଅସ୍ପୃଶ୍ୟ ମନୋଭାବ ହେତୁ ଏହି ପ୍ରାବଧାନକୁ ଅନେକ ଏଡାଇ ଯାଉଥିବା ବେଳେ ଆଉ କିଛି ଚାଲାକିରେ ପୂରଣ କରୁଥିବାର ନଜିର ପରିତାପର ବିଷୟ ନିଶ୍ଚୟ ।
ଅଧିକାଂଶ ଘରୋଇ ବିଦ୍ୟାଳୟ ଅଣଲାଭକାରୀ ସଂସ୍ଥା ଭାବେ ପଞୀକୃତ ହୋଇଥିଲେ ହେଁ ଶିକ୍ଷା ନାମରେ ବ୍ୟବସାୟ କରିବା ସେମାନଙ୍କର ଧର୍ମ ହୋଇଯାଇଛି । ପିଲାଙ୍କ ନାମ ଲେଖା ସମୟରେ ନିଆଯାଉ ଥିବା ଦେୟ ବା ବାର୍ଷିକ ଦେୟର କୌଣସି ନିର୍ଦ୍ଦିଷ୍ଟ ନୀତି ନୀୟମ ନାହିଁ । ପ୍ରତ୍ୟେକ ବିଦ୍ୟାଳୟ ନିଜର ଇଚ୍ଚା ଅନୁସାରେ ଏହା ଧାର୍ଯ୍ୟ କରନ୍ତି । ଏପରିକି ଆଦାୟ ହେଉଥିବା ଦେୟର ଖର୍ଚ ଉପରେ ବି କୌଣସି ଅଙ୍କୁଶ ନାହିଁ ।

ଏହି କାରଣରୁ ଘରୋଇ ବିଦ୍ୟାଳୟମନାଙ୍କରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ଯେତେ ବଢିନଥାଏ ତାଠାରୁ ଯଥେଷ୍ଟ ଅଧିକ ଏମାନଙ୍କର କୋଠାବାଡି ଓ ଜମା ପାଣ୍ଠି ବଢିଥଏ । ଏହି ହେତୁ ଶିକ୍ଷା ଅଧିକାର ଆଇନ ଧାରା ୧୩ ଭେଦଭାବହୀନ ଓ ସ୍ୱଚ୍ଚ ନାମଲେଖାକୁ ସୁନିଶ୍ଚିତ କରିବା ପାଇଁ କୌଣସି ପ୍ରକାରର ପରୀକ୍ଷା, ପିତାମାତଙ୍କ ସହିତ ମୌଖିକ ଆଲୋଚନା ଓ ନାମଲେଖା ‘ଚାନ୍ଦା’ ନେଣଦେଣ ଉପରେ ପ୍ରତିବନ୍ଧକ ଲଗାଇଛି ।

ଶିକ୍ଷା ଅଧିକାର ଆଇନର ସଠିକ କାର୍ଯ୍ୟକାରୀତା ଓ ତଦାରଖ ପାଇଁ ରାଜ୍ୟ ଶିଶୁ ଅଧିକାର କମିଶନଙ୍କୁ ଦାୟୀତ୍ୱ ନ୍ୟସ୍ତ କରାଯାଇଛି । ଘରୋଇ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କମିଶନ ତରଫରୁ ତଦନ୍ତ ପୂର୍ବକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଗଲେ ଆଇନର ନିୟନ୍ତ୍ରଣରେ ଏହିସବୁ ବିଦ୍ୟାଳୟମାନେ ପରିଚାଳିତ ହେବାକୁ ବାଧ୍ୟ ହେବେ ।

ଘାସିରାମ ପଣ୍ଡା

Filed Under: ଶିକ୍ଷା Tagged With: ଘରୋଇ ବିଦ୍ୟାଳୟ, ଶିକ୍ଷା ଅଧିକାର ଆଇନ

ଲୋକପ୍ରିୟତା ବ୍ୟାକୁଳ ରାଜନୀତି ଓ ମାଗଣା ମାନସିକତା

May 14, 2018 by ଘାସିରାମ ପଣ୍ଡା Leave a Comment

ରାଜନୀତିରେ ଲୋକପ୍ରିୟ ହେବା ପାଇଁ ପ୍ରୟାସ କରିବାରେ କିଛି ଅସ୍ୱଭାବିକତା ନାହିଁ । ଗଣତନ୍ତ୍ରରେ ଲୋକପ୍ରିୟତାର ଆଧାର ଶାସନ କ୍ଷମତାରେ ରହିବା ନରହିବା କୁ ଧାର୍ଯ୍ୟ କରେ । ଫଳସ୍ୱରୂପ ରାଜନୈତିକ ଦଳ ମାନେ ଲୋକପ୍ରିୟ ହେବା ପାଇଁ କୌଣସି ବି ପଦକ୍ଷେପ ନେବାକୁ କୁଣ୍ଠିତ ହୁଅନ୍ତି ନାହିଁ । ଶାସନରେ ଥିବା ଦଳ ପାଖରେ ରାଜ୍ୟ ତହବିଲରୁ ଖର୍ଚ କରିପାରିବାର ଅବକାଶ ଥିବାରୁ, ସେମାନଙ୍କୁ ଏ ସୁଯୋଗ ଅଧିକ ମିଳେ ।

ଆମ ରାଜ୍ୟ ଏହାର ପ୍ରକୃଷ୍ଟ ଉଦାହରଣ । ଗତ କିଛି ବର୍ଷରେ ଛତା – ଯୋତା ରୁ ଆରମ୍ଭ କରି ଆହାର – ବିହାର ପର୍ଯ୍ୟନ୍ତ ସବୁ ପ୍ରକାରର ମାଗଣା ସୁବିଧା ଜନସାଧାରଣଙ୍କୁ ଯୋଗେଇ ଦିଆଯାଉଛି । ବର୍ତ୍ତମାନର ହବିଶିଆଳୀ ଓ ତିର୍ଥ ଯାତ୍ରା ଭଳି କିଛି ଯୋଜନା ଏଥିରେ ଆଉ ଏକ ଫର୍ଦ୍ଦ ଯୋଡିଛି । ଏପରିକି ହବିଶିଆଳୀ ଯୋଜନାରେ ରହିବା, ଖାଇବା ସହ ପୂଜାପାଠ ଓ ପ୍ରବଚନର ବ୍ୟବସ୍ଥା ମଧ୍ୟ ସରକାର ମାଗଣାରେ କରିଛନ୍ତି ।

ସମାଲୋଚକଙ୍କ କହିବା କଥା, ଆଗକୁ ପଂଚାୟତ ନିର୍ବାଚନ ଅଛି ତେଣୁ ସରକାର ବିଧବା ମହିଳା ଓ ଗ୍ରାମାଞ୍ଚଳର ଧର୍ମପ୍ରାଣ ବ୍ୟକ୍ତିଙ୍କୁ ଖୁସି କରିବାର ମୌକା ହାତଛଡା କରିବାକୁ ଚାହୁଁ ନାହିନ୍ତି ! ହେଲେ ଏହା ସରକାରଙ୍କ ନୈତିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆମ ଧର୍ମ ଗ୍ରନ୍ଥରେ କୁହାଯାଇଛି ‘ଧନ ଅର୍ଜନେ ଧର୍ମ କରି’ । ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର । ପରଧନରେ ଧର୍ମ କଲେ ପୁଣ୍ୟ ଅର୍ଜନ ହୁଏ ନାହିଁ ବୋଲି ଧାର୍ମିକ ମତ ଅଛି ।

ବରଂ ଖର୍ଚ କରିଥିବା ଲୋକ ସେହି ପୁଣ୍ୟର ଅଧିକାରୀ ହୁଏ ବୋଲି ବିଶ୍ୱାସ କାରାଯାଏ । ଏବେ ହବିଷିଆଳି ଓ ଏହି ତିର୍ଥ ଯାତ୍ରିଙ୍କ ପୂଣ୍ୟ କାହାର ହେବ ତାହା ଭଗବାନ କହିବେ ! ଅଉ ଏକ କଥା ହେଲା ପୁରୁଷ ପ୍ରଧାନ ସାମାଜରେ ପ୍ରଥା ଓ ପରମ୍ପରା ମାଧ୍ୟମରେ ମହିଳାଙ୍କୁ ସର୍ବଦା ନିୟନ୍ତ୍ରଣ କରାଯାଇଛି । ହବିଶ ତାରି ଏକ ଅଂଶ ବିଶେଷ । ସ୍ୱାମୀ ମରିଗଲେ ସ୍ତ୍ରୀ ପାଇଁ ଏହା ଯେତିକି ପ୍ରଜୁଯ୍ୟ, ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀ ପାଇଁ ସେପରି ସାମାଜିକ ବାଧ୍ୟ ବାଧକତା ନାହିଁ ।

ସ୍ତ୍ରୀର ଦେହାନ୍ତରେ ସ୍ୱାମୀର ପୁନଃ ବିବାହ ପାଇଁ ସମାଜ ସ୍ୱୀକୃତି ଦେବ ଅଥଚ ପୁରୁଷର ଆବର୍ତ୍ତମାନରେ ସ୍ତ୍ରୀକୁ ହବିଶ, ଉପବାସ ମାଧ୍ୟମରେ ମାନସିକ ଓ ଶାରିରୀକ ଭାବେ ନିୟନ୍ତ୍ରଣ କରିବ । ଏପରି ଏକ ଋଢିବାଦି ସମାଜିକ ବ୍ୟବସ୍ଥାକୁ ଆହୁରି ମଜଭୁଦ କରୁଥିବା ହବିଶିଆଳୀ ଯୋଜନକୁ ସରକାରୀ ପ୍ରୋତ୍ସାହନ କେତେ ମାତ୍ରାରେ ‘ମା କୁ ସମ୍ମାନ’ ତାହା ବିଚାର ଯୋଗ୍ୟ । ‘ଛତର ଖିଆ’ ଓଡିଆଙ୍କ ପାଇଁ କେବଳ ଏକ ଗାଳି ନୁହେଁ ।

ମାଗଣା ମାନସିକତା ବିରୁଦ୍ଧରେ ସ୍ୱାଭିମାନୀ ମନର ଏହା ଏକ ଦୃଢ ପ୍ରତିବାଦ । ସ୍ୱାଭିମାନୀ ମନ ସର୍ବଦା ମାଗି ଖାଇବା ବଦଳରେ କୁଟି ଖାଇବାକୁ ପସନ୍ଦ କରେ । ଅତ୍ମ ନିର୍ଭରଶୀଳ ଲୋକଙ୍କ ଠାରେ ଶାସନ, ପ୍ରସାଶନର ନିଷ୍ପତ୍ତି ଉପରେ ପ୍ରଂଶସା ବା ପ୍ରଶ୍ନ କରବାର ସାହସ ଓ ସ୍ୱାଧିନତା ଥାଏ । ସମାଲୋଚନାକୁ ସହ୍ୟ କରିବାର ମାନସିକତା ନଥିବା ଶାସକ ବର୍ଗ କିନ୍ତୁ ଏହା ଚାହାନ୍ତି ନାହିଁ ।

ସମ୍ବଳ ଓ ଶାସନକୁ ସର୍ବଦା ନିଜ ନିୟନ୍ତ୍ରଣ ରଖିବାକୁ ବ୍ୟଗ୍ର ଶାସନ କଳ ଲୋକଙ୍କ ଭିତରେ ଥିବା ସ୍ୱାଭିମାନକୁ ପ୍ରତିମୂହୁର୍ତ୍ତରେ ଦୁର୍ବଳ କରିବାର କୌଣସି ସୁଯୋଗ ହାତଛାଡା କରୁନାହାନ୍ତି । ଗପ ଟିଏ ମନେ ପଡୁଛି । ଜଣେ ମନସ୍ତତ୍ୱ ବିଦ ପାଂଚଟି ମାଙ୍କଡକୁ ଗୋଟିଏ ବଡ ପଞୁରୀରେ ରଖିଲେ । ମଝିରେ ଏକ ନିଶୁଣି ରଖି ତାରି ଉପରେ କିଛି କଦଳି ରଖିଦେଲେ ।

କିଛି ସମୟ ପରେ ଦେଖାଗଲା ସମସ୍ତ ମାଙ୍କଡଙ୍କ ହାତରେ ଗୋଟିଏ ଲେଖାଏଁ କଦଳି ଅଛି । ଯା’ର କଦଳି ସରି ଯାଉଛି ସିଏ ନିଶୁଣିରେ ଚଢି କଦଳି ନେଇ ଆସୁଛି । ଏଥର ମନସ୍ତତ୍ୱ ବିଦ ନୂଆ ଉପାୟ ଟିଏ କଲେ । ଗୋଟିଏ ମାଙ୍କଡ ନିଶୁଣିରେ ଚଢିଲେ ଅନ୍ୟ ଚାରିଜଣଙ୍କ ଉପରେ ଥଣ୍ଡା ପାଣି ଛାଟିଲେ । ପ୍ରଥମେ ମାଙ୍କଡ ମାନେ ଜାଣି ପରିଲେ ନାହିଁ ।

ବାରମ୍ବାର ଏପରି ଘଟିଲା ପରେ ମାଙ୍କଡଙ୍କ ହାବଭାବରେ ପରିବର୍ତ୍ତନ ହେଲା । ସେମାନେ ଅନୁମାନ କଲେ ଯେ, କେହି ନିଶୁଣିରେ ଚଢଲେ ଏପରି ଘଟୁଛି । ଏହାପରେ ଯିଏ ନିଶୁଣି ପାଖକୁ ଗଲା, ପାଣି ମାଡରୁ ବର୍ତ୍ତିବା ପାଇଁ ଅଲଗା ଚାରି ମାଙ୍କଡ ତାକୁ ବାଡେଇଲେ । ଏପରି ହେବାରୁ କୌଣସି ମାଙ୍କଡ ଆଉ ନିଶୁଣି ପାଖକୁ ଗଲେ ନାହିଁ ।

ଏଥର ମନସ୍ତତ୍ୱ ବିଦ ଜଣକ ଗୋଟିଏ ମାଙ୍କଡକୁ ବାହାର କରିଦେଇ ନୁଆ ମାଙ୍କଡଟିଏ ପଞୁରୀରେ ପୁରେଇଲେ । ନୁଆ ମାଙ୍କଡଟି ଏମାନଙ୍କ ମାଡ ତତ୍ୱ ଉପରେ ଅଜ୍ଞ ଥିଲା । ଏଣୁ ମାଙ୍କଡ ପ୍ରବୃତ୍ତିରେ ପାଶିଲା ମାତ୍ରେ କଦଳି ଖାଇବା ଆଶାରେ ନିଶୁଣି ଆଡକୁ ଧାଇଁଲା । ପୁର୍ବ ଅଭ୍ୟାସ ମୁତାବକ ଏବେ ଆଉ ପାଣି ନପକେଇଲେ ବି ପୁର୍ବର ଚାରି ମାଙ୍କଡ ନୂଆ କରି ଆସିଥିବା ମାଙ୍କଡକୁ ବାଡେଇ ପକେଇଲେ । ଏଣୁ ମାଙ୍କଡର କଦଳି ଖାଇବା ନୋହିଲା ।

ଏମିତି ଭାବରେ ଗୋଟିଗୋଟି କରି ସମସ୍ତ ପୁରୁଣା ମାଙ୍କଡଙ୍କୁ ବାହର କରିଦେଇ ନୂଆ ମାଙ୍କଡଙ୍କୁ ମନସ୍ତତ୍ୱ ବିଦ ଜଣକ ପଞୁରୀରେ ପୁରେଇଲେ । ଦେଖାଗଲା ଆଉ କେହି କାହାକୁ ନ ବାଡେଇଲେ ବି କଦଳି ପାଖକୁ କେହି ଯାଉ ନାହାନ୍ତି ଓ ସମ୍ପତ୍ତି ସୁରକ୍ଷିତ ଅଛି । ଏବେ ମନସ୍ତତ୍ୱ ବିଦଙ୍କ ନିୟନ୍ତ୍ରଣରେ କଦଳି ଗୁଡିକ ଥିଲା । ସେ ଯାହାକୁ ଯେତିକି ଦେଉଥିଲେ ସିଏ ସେଥିକି ଖାଉଥିଲା । କହି ପ୍ରତିବାଦ କରୁ ନଥିଲେ ।

ସମସ୍ତଙ୍କ ପାଇଁ ବ୍ୟବସ୍ଥାଟି ଦେହ ସୁହା ହୋଇଯାଇଥିଲା । ଏ କାହାଣି ସହିତ ଆମର ବର୍ତ୍ତମାନର ବିକାଶ ଧାରାର କିଛି ସମ୍ପର୍କ ଅଛିକି? ମାଗଣା ମାନସିକତା ଆମକୁ ଏହି ମାଙ୍କଡଙ୍କ ପରି କରି ଦେଲାଣି କି? ମାଗଣା ମାନସିକତାର ପାଣିଛିଟାରେ ସମ୍ବଳ ଠାରୁ ପ୍ରକୃତ ଅଧିକାରୀଙ୍କୁ ଦୂରେଇ ରଖିବାର ଏହା ଏକ ସୁଚିନ୍ତିତ ସଡଯନ୍ତ୍ର ମନେହୁଏ ।

ଭାରତ ଭଳି ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମାଜିକ ସୁରକ୍ଷା ଲୋକଙ୍କର ଅଧିକାର ଓ ଏହାକୁ ଉପଲବ୍ଧ କରେଇବା ସରକାରଙ୍କ ଦାୟୀତ୍ୱ । ସମାଜର କିଛି ଅବହେଳିତ ଓ ଦୁର୍ବଳ ବର୍ଗଙ୍କ ପାଇଁ ଏମିତି କିଛି ବ୍ୟବସ୍ଥାର ଆବଶ୍ୟକତା ନିଶ୍ଚିତ ଭାବରେ ରହିଛି । ହେଲେ ବିକାଶର ମଙ୍ଗ ଧରିଥିବା ଆମର ନେତୃବର୍ଗ ଏହାକୁ ହିଁ ଲୋକପ୍ରିୟତାର ମାର୍ଗ ମନେକଲେ ଶ୍ରମ ଓ ସ୍ୱାଭିମାନର ମହତ୍ୱ୍ୱ ହ୍ରାସ ପାଇଯିବ ।

ଘାସିରାମ ପଣ୍ଡା

Filed Under: ରାଜନୀତି Tagged With: ବ୍ୟାକୁଳ ରାଜନୀତି, ଭାରତ, ଲୋକପ୍ରିୟ

ନିରୁଦ୍ଦିଷ୍ଟ ଶିଶୁ – ଅନିଶ୍ଚିତ ଭବିଶ୍ୟତ

May 14, 2018 by ଘାସିରାମ ପଣ୍ଡା Leave a Comment

ଖରା ଛୁଟିରେ ଦିପହର ଖରାରେ ନବୁଲି ଟିକେ ଶୋଇ ପଡିବାକୁ ମାଁ ଆକଟ କଲାବେଳେ ପିଲା ଚୋର ବୁଲୁଥିବା କଥା କହି ଅନେକ ଥର ଡରେଇଛି । ଗାଁ ଭାଗବତ ଟୁଙ୍ଗିରେ ଲୋକେ ପଲ୍ଲୀ ରୁ ଦିଲ୍ଲୀ ବିଷୟରେ ଆଲୋଚନା କଲାବେଳେ କେଉଁ ଦୂର ଗାଁରେ କାହା ଘର ଛୁଆ ଆଜି ଦିପହରେ ଆମ୍ବତୋଟାକୁ ଖେଳିବାକୁ ଯାଇ ଆଉ ଫେରି ନଥିବା ଘଟଣାର ଆଲୋଚନା ପିଲା ଚୋରର ଉପସ୍ଥିତିକୁ ଦୃଢ କରୁଥିଲା ।

ସେତେବେଳେ ନିଜକୁ ପିଲା ଚୋର ନେଇଯିବ ବୋଲି ଭୟଥିଲା । ଆଜି ବି ‘ମୂଖମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ପାଂଚ ଶିଶୁ’ ଭଳି ଖବର ପିଲା ଚୋରିର ଭୟକୁ ଉଦଯିବିତ କରୁଛି । ନିରାପଦ ଓ ସୁରକ୍ଷିତ ରହିବା ପ୍ରତ୍ୟେକ ଶିଶୁର ଅଧିକାର । ଏହା ସୁନିଶ୍ଚିତ ହେଲେ ‏‏ଯାଇ ଅନ୍ୟ ଅଧିକାର ଯଥା ବଂଚିବା , ବିକାଶ ଓ ଅଂଶ ଗ୍ରହଣର ଅଧିକାର ସାବ୍ୟସ୍ତ ହୋଇ ପାରିବ । ହେଲେ ଗର୍ଭାବସ୍ଥାରୁ ଆରମ୍ଭ କରି ପ୍ରତିଟି ସ୍ତରରେ ଅନେକ ଶିଶୁ ବିପଦ ସଂକୁଳ ଅବସ୍ଥାରେ ଅଛନ୍ତି ।

ଭୃଣ ହତ୍ୟା କାରଣରୁ ଅନେକେ ତ ମାତୃ ଗର୍ଭରୁ ନିରୁଦ୍ଦିଷ୍ଟ । ବଡ ହେଲା ପରେ ବି ଅପରାଧିର ଲୋଲୁପ ଦୃଷ୍ଟିରୁ ଏମାନେ ବାଦ ପଡୁ ନାହାନ୍ତି । ଚାରି ପାଖେ ପାଚେରି ଘେରା ଡାକ୍ତରଖାନାରୁ କେତେବେଳେ ଏମାନେ ଚୋରି ହେଉଛନ୍ତି ତ ଆଉ କେତେବେଳେ ସମସ୍ତଙ୍କ ଆଖି ଆଗରେ ଖୋଲା ବସରେ ଅପରାଧି ପିଲାଙ୍କୁ ନେଇ ଚାଲିଯାଉଛି । ବେଳେ ବେଳେ କିଛି ସଚେତନ ନାଗରିକଙ୍କ ପ୍ରୟାସରେ ହୁଏତ ଏମାନେ ଧରା ପଡୁଛନ୍ତି ଓ ଏହା ଲୋକଲୋଚନକୁ ଅସୁଛି ।

ସେତିକିବେଳେ ସାମୟିକ ଭାବେ ପ୍ରାଶାସନ ଚେଇଁ ପଡୁଛି । ହେଲେ ପରବର୍ତ୍ତି ଅବସ୍ଥାରେ ଯାହା ଥିଲା ସେମିତି ଚାଲୁଛି । ସରକାରଙ୍କ ନିଜ ତଥ୍ୟକୁ ଅବଲୋକନ କଲେ ଏକଥା ଧରା ପଡିଯାଉଛି । ଉଚ୍ଚତମ ନ୍ୟୟାଳୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏ ସଂକ୍ରାନ୍ତିୟ ତଥ୍ୟ ଆଦାନ ପ୍ରଦାନ ପାଇଁ ଏକ ୱେବ ପୋର୍ଟାଲ (ଷଗ୍ଧଗ୍ଧକ୍ଟ୍ର://ଗ୍ଧକ୍ସବମଳଗ୍ଧଷରଜ୍ଞସଗ୍ଦଗ୍ଦସଦ୍ଭଶମଷସକ୍ଷୟ.ଶକ୍ଟଙ୍ଖ.ସଦ୍ଭ) ପରିଚାଳନା କରୁଛନ୍ତି ।

ଏଥିରେ ପ୍ରଦତ୍ତ ସୁଚନା ଅନୁସାରେ ଓଡିଶାରେ ଏବେ ପ୍ରାୟ ଆଠ ହଜାର ପିଲା ନିରୁଦ୍ଦିଷ୍ଟ ଥିବାବେଳେ ମାତ୍ର ଚାରି ହଜାରଙ୍କୁ ଉଦ୍ଧାର କରାଯାଇ ପାରିଛି । ଗତ ଗୋଟିଏ ବର୍ଷରେ ୯୭୦ ଜଣ ନିରୁଦ୍ଦିଷ୍ଟ ହୋଇଛନ୍ତି ଓ ୩୨୨ ଜଣଙ୍କୁ ଉଦ୍ଧାର କରାଯାଇଛି । ସେହିପରି ଗତ ତରିଶ ଦିନ ଭିତରେ ୬୪ ପିଲା ନିରୁଦ୍ଦିଷ୍ଟ ଥିବା ବେଳେ ୨୩ ଜଣ ଉଦ୍ଧାର ହୋଇଛନ୍ତି । ଏହାକୁ ଆଂଶିକ ସତ୍ୟ ଭାବେ ନିଆଯାଇ ପାରେ କାରଣ ଏହା ରାଜ୍ୟର ସାମଗ୍ରିକ ତଥ୍ୟ ନୁହେଁ ।

ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଓଡିଶା ସରକାରଙ୍କୁ ଜାନୁୟାରୀ ୫ ତାରିଖରେ ଦିଆଯାଇ ଥିବା ପତ୍ରରେ ଏକଥା କ୍ଷୋଭର ସହ ଉଲ୍ଲେଖ ଅଛି ଯେ, ରାଜ୍ୟର ସମ୍ପୁର୍ଣ୍ଣ ତଥ୍ୟ ୱେବ ସାଇଟରେ ଦିଆଯାଉ ନାହିଁ । ରାଜ୍ୟରେ ୭୧୮ ଥାନା ଥିବାବେଳେ ମାତ୍ର ୫୦୯ଟି ରୁ ତଥ୍ୟ ଉପଲବ୍ଧ ହେଉଛି ।

ସେହିପରି ୪୩୦ଟି ଶିଶୁ ପ୍ରଜତ୍ନ ଅନୁ ।ନରୁ ୩୦୦, ୩୧ ଶିଶୁ ମଙ୍ଗଳ କମିଟିରୁ ୧୧ଟି ତଥ୍ୟ ଦେଉଥିବା ବେଳେ କୌଣସିବି କିଶୋର ନ୍ୟୟ ବୋର୍ଡରୁ ତଥ୍ୟ ଅସୁନାହିଁ । ଏହା ଭିତରେ ସ୍ଥିତିରେ ବିଶେଷ ଉନ୍ନତି ହୋଇଥିବା ଭଳି ମନେହେଉ ନାହିଁ । ରାଜ୍ୟରେ ଶିଶୁ ଅଧିକାର ସୁରକ୍ଷା ପାଇଁ ଆମର ପ୍ରସ୍ତୁତି ଓ ସମ୍ବେଦନଶୀଲତାକୁ ଏହା ସୁଚାଉଛି ।

୨୦୧୫ରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ମଧ୍ୟ ଏକଥାକୁ ଉଲ୍ଲେଖ କରି ପୂର୍ବ ଭାରତରେ ନିରୁଦ୍ଦିଷ୍ଟ ଶିଶୁଙ୍କ ସଂଖ୍ୟା ଆଧାରରେ ଓଡିଶା, ପଶ୍ଚିମ ବଙ୍ଗ ପରେ ଦ୍ୱିତୀୟ ବୋଲି କହିଛନ୍ତି । କେନ୍ଦୁଝର ଜିଲ୍ଲାରୁ ଅଧିକ ଝିଅ ନିରୁଦ୍ଦିଷ୍ଟ ହେଉଥିବା ବେଳେ ସମ୍ବଳପୁରରୁ ଅଧିକ ପୁଅ ହଜିଛନ୍ତି । ଝାରସୁଗୁଡା, ସୁନ୍ଦରଗଡ, ଅନୁଗୋଳ, ଭଦ୍ରକ ପ୍ରଭୃତି ଏ କ୍ଷେତ୍ରରେ ଅତ୍ୟନ୍ତ ସମ୍ବେଦନଶୀଳ ଜିଲ୍ଲା ।

ନିରୁଦ୍ଦିଷ୍ଟ ପିଲାଙ୍କ ଭିତରେ ବାଳିକା ମାନଙ୍କ ସଂଖ୍ୟା ଅଧିକ । ରାଜ୍ୟ ନିୟନ୍ତ୍ରକ ଓ ମହାଲଖୋ ପରୀକ୍ଷକ (ସିଏଜି) କହିଛନ୍ତି ଯେ, ୨୦୦୯ ରୁ ୨୦୧୩ ମସିହା ଭିତରେ ରାଜରେ ପ୍ରାୟ ୧୧୫୫୨ ପିଲା ନିରୁଦ୍ଦିଷ୍ଟ ହେବାର ରିପୋର୍ଟ ହୋଇଛି ଓ ତାଭିତରୁ ୮୨୬୪ କେବଳ ବାଳିକା । ତେବେ ଚିନ୍ତାର ବିଷୟ ଝିଅ ପିଲା ନିରୁଦ୍ଦିଷ୍ଟ ହେବା ପ୍ରତି ବର୍ଷ ବଢୁଛି ।

୨୦୦୯ ମସିହାରେ ଏମାନଙ୍କ ସଂଖ୍ୟା ୯୧୦ ଥିବା ବେଳେ ୨୦୧୩ ରେ ଏହା ୨୦୦୬ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଶସ୍ତା ଶ୍ରମ, ଭିକ ମଗେଇବା, କମ ବୟସର ଝିଅଙ୍କୁ ବାହା ହେବା ପାଇଁ ବିକ୍ରି କରିବା , ବେଶ୍ୟା ବୃତ୍ତି କରେଇବା ପ୍ରଭୃତି କାର୍ଯ୍ୟରେ ନିରୁଦ୍ଦିଷ୍ଟ ପିଲାଙ୍କୁ ଲଗାଯାଏ । ହୁଏତ ଟ୍ରାଫିକରେ ଭିକ ମାଗୁଥିବା ଅବସ୍ଥାରେ ଆମେ ଭେଟୁ ଥିବା ପିଲାଟି କେଉଁ ଏକ ଅଞ୍ଚଳରୁ ଚୋରି କରାହୋଇ ଅଣାହୋଇଥିବ !

ଅପରେସନ ମୁସ୍କାନ ଭଳି ଅଭିଯାନ ମାଧ୍ୟମରେ ଓଡିଶା ପୋଲିସ ବିଭିନ୍ନ ସମୟରେ ପିଲାଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପ୍ରକ୍ରୟାରେ ପୋଲିସକୁ କ୍ରମାଗତ ସଫଳତା ମିଳିଛି । ୨୦୧୨ -୧୩ ରେ ଏହା ମାତ୍ର ୨୮ ଶତକଡା ଥିବାବେଳେ ୨୦୧୪ – ୧୫ ବେଳକୁ ବୃଦ୍ଧି ପାଇ ୬୦ ଶତକଡାକୁ ପହଁଚିଛନ୍ତି । ହେଳେ ପରିତାପର ବିଷୟ ନିରୁଦ୍ଧିଷ୍ଟ ହେଉଥିବା ଶିଶୁଙ୍କ ହାର କମେଇବାର ପ୍ରୟାସ ଦୃଷ୍ଟିଗୋଚର ହେଉନାହିଁ ।

ପିଲା ଚୋରି କରିବା ଟଙ୍କା, ସୁନା ପରି ନିର୍ଜିବ ବସ୍ତୁ ଚୋରି କରିବା ଭଳି ସହଜ ନୁହେଁ । ଏହା ସତ୍ତେ୍ୱ ଆମ ପୋଲିସ ଚୋରି କରୁ ଥିବା ଦଳକୁ ଠାବ କରି ପାରୁନାହିଁ । ଗୁଇନ୍ଦା ପୋଲିସର ଦକ୍ଷତାକୁ ନେଇ ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅପରପକ୍ଷରେ ନିରାପଦ ଓ ସୁରକ୍ଷିତ ପରିବେଶକୁ ନେଇ ସଚେତନତା ସୃଷ୍ଟିରେ ମଧ୍ୟ ଆମେ ସେପରି ଆଗେଇ ନାହୁଁ । ଗତ ପାଞ୍ଚ ବର୍ଷ ହେଲା ଓଡିଶାରେ ସମନ୍ୱୀତ ଶିଶୁ ସୁରକ୍ଷା ଯୋଜନା କାର୍ଯକାରୀ ହେଉଛି ।

ଶିଶୁ ମଙ୍ଗଳ କମିଟି, କିଶୋର ନ୍ୟାୟ ବୋର୍ଡ, ଜିଲ୍ଲା ଶିଶୁ ଶୁରକ୍ଷା ୟୁନିଟ ପ୍ରଭୃତି ଗଠନ ଓ କାର୍ଯ୍ୟକାରିତା କ୍ଷେତ୍ରରେ ଆମେ ଯଥେଷ୍ଟ ଆଗରେ । ହେଲେ ଏପର୍ଯ୍ୟନ୍ତ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇ ପାରିନାହିଁ । ଗ୍ରାମ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରୀୟ କମିଟି ଗଠିତ ହୋଇଥିଲେ ବି ସକ୍ରିୟ ନାହାନ୍ତି । ଅସୁରକ୍ଷିତ ପରିବେଶରୁ ଶିଶୁଙ୍କୁ ଉଦ୍ଧାର କରିବାରେ ‘ଚାଇଲଡ ଲାଇନ’ ଗୁରୁତ୍ୱପୂର୍ଣ୍ଣ ଭୂମୀକା ଗ୍ରହଣ କରୁଛି ।

ହେଲେ ଅନେକ ଜିଲ୍ଲାରେ ଏହା ନଥିବାରୁ ବିପଦଶଙ୍କୁଳ ଶିଶୁଙ୍କୁ ତକ୍ରାଳ ଉଦ୍ଧାର ସମ୍ଭବ ହେଉନାହିଁ । ନିରୁଦ୍ଦିଷ୍ଟ ଶିଶୁଟିଏ କେବଳ ନିଜର ଅନିଶ୍ଚିତ ଭବିଶ୍ୟତ ଆଡକୁ ଯାଏ ନାହିଁ, ଦେଶର ଭବିଶ୍ୟତ ମଧ୍ୟ ଅନ୍ଧକାରାଛନ୍ନ ହୁଏ । ପ୍ରତ୍ୟେକ ଗ୍ରାମରେ ଶିଶୁ ସୁରକ୍ଷା କମିଟି ଗଠନ ସହିତ ନିରାପଦ ଓ ସୁରକ୍ଷିତ ଶୈଶବ ସମ୍ପର୍କିତ ଅଲୋଚନା ଓ ସଚେତନତା ଶିଶୁ ସୁରକ୍ଷା କ୍ଷେତ୍ରରେ ଏକ ଦୃଢ ପଦକ୍ଷେପ ହେବ ।

ଘାସିରାମ ପଣ୍ଡା

Filed Under: ଅପରାଧ Tagged With: ଖରା ଛୁଟି, ନିରୁଦ୍ଦିଷ୍ଟ ଶିଶୁ, ଶିଶୁ ବିକାଶ

ପ୍ରାଥମିକ ଶିକ୍ଷା ଓ ଫେଲ ପ୍ରସଙ୍ଗ

May 14, 2018 by ଘାସିରାମ ପଣ୍ଡା Leave a Comment

ଶିକ୍ଷା ଅଧିକାର ଆଇନରେ କୌଣିସି ପିଲାକୁ ସେହି ସମାନ ଶ୍ରେଣୀରେ ଅଟକ ରଖାଯିବାକୁ ବାରଣ କରାଯାଇଛି । ଅର୍ଥାତ ପିଲାଟି ଥରେ ନାମ ଲେଖାଇଲେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଶ୍ରେଣୀକୁ ପ୍ରତି ବର୍ଷ ଆପେ ଉନ୍ନୀତ ହୋଇ ଚାଲିବ । ଅନେକଙ୍କ ଧାରଣା ଯେ ଏଥିରେ ଯେହେତୁ ଭଲ ଆଉ ଖରାପ ଭତରେ ଛଟେଇ ହେଉନାହିଁ, ସମସ୍ତଙ୍କୁ ଖରାପ କରିଦେଉଛି । ଏଣୁ କିଛି ଶିକ୍ଷକ, ଶିକ୍ଷା ପ୍ରଶାସକମାନେ ମଧ୍ୟ ଏହାକୁ ବିରୋଧ କରୁଥିବା ନଜରକୁ ଆସିଛି ।

ଶିକ୍ଷା ଅଧିକାର ଆଇନର ଏହି ଧାରାରେ ପରିବର୍ତ୍ତନ କରାଯାଇ ପୂର୍ବ ପରି ପଞ୍ଚମ ଓ ସପ୍ତମ ଶ୍ରେଣୀରେ ବୋର୍ଡ ପରୀକ୍ଷା କରିବାକୁ କିଛି ରାଜ୍ୟରେ ପ୍ରସ୍ତାବ ବିଚାରାଧିନ ଅଛି । ଆମ ରାଜ୍ୟରେ ଗଣ ଶିକ୍ଷା ବିଭାଗ ମଧ୍ୟ ଏମିତି ବିଚାର କରୁଥିବା ଗଣ ମାଧ୍ୟମରେ ଚର୍ଚାକୁ ଆସିଥିବା ବେଳେ ଏହି ଆଲେଖ୍ୟ ଆଲୋଚନାର ଆଉ ଏକ ଦିଗ ଉପରେ ଆଲୋକପାତ କରିବ । ନିକଟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ହୋଇଥିବା ବାର୍ଷିକ ପରୀକ୍ଷାରେ ଏମିତି କିଛି ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଇଛି ।

ପ୍ରାଥମିକ ସ୍ତରରେ ପ୍ରଶ୍ନ ପତ୍ର ପ୍ରସ୍ତୁତି, ଲିଖିତ ପରୀକ୍ଷା ଖାତାକୁ ଅନ୍ୟ ବିଦ୍ୟାଳୟର ଶିକ୍ଷକମାନେ ମୂଲ୍ୟାଙ୍କନ କରିବା ପ୍ରଭୃତି ଏଥର ଦେଖିବାକୁ ମିଳିଥିଲା । ହୁଏତ ଉଦ୍ଦେଶ୍ୟ ଥିଲା ପରୀକ୍ଷା ମାଧ୍ୟମରେ ପିଲାଙ୍କ ପ୍ରକୃତ ଶିକ୍ଷଣ ଦକ୍ଷତାକୁ ପରଖିବା ।

ହେଲେ ଯଥେଷ୍ଟ ସମୟ ଆଗରୁ ପ୍ରଶ୍ନପତ୍ର ପ୍ରଘଟ, କଳାପଟା ଓ ପରୀକ୍ଷାଖାତାରେ ଉତ୍ତର ଲେଖି ପରୀକ୍ଷା କରେଇବା ଭଳି ଘଟଣା ଅନେକ ଜାଗାରେ ଲୋକଲୋଚନକୁ ଆସିଛି । ତୁତ ମୁତୁରି ମୁତ ମୁତୁରି ନ୍ୟାୟରେ କଥାଟି ଜଣା ଅଥଚ ଅଜଣା ହୋଇ ରହିଯାଇଛି । ଅ- ଆ , ଯୋଗ- ବିୟୋଗ ଭଳି ସର୍ବ ନିମ୍ନ ଶିକ୍ଷଣ ପିଲାଙ୍କର ନାହିଁ ବୋଲି ବିଭିନ୍ନ ସମୟରେ ଅଭିଯୋଗର ଶରବ୍ୟ ହେଉଥିବା ଶିକ୍ଷା ବିଭାଗ ହୁଏତ ଏଥିରୁ ମୁକୁଳିବାକୁ ଏପରି କରିଥାଇ ପାରନ୍ତି ।

ହେଲେ ଏମିତି ସ୍ଥିତିରେ ପିଲାଙ୍କ ଜ୍ଞାନ ଓ ଦକ୍ଷତା ପରୀକ୍ଷା କରାଗଲା ନା ଶିକ୍ଷକମାନେ ଅପଦସ୍ତ ହେଲେ ଏହା ବୁଝିବା ଲୋକ ଠିକ ବୁଝି ପରୁଥିବେ! ଶିକ୍ଷା ଅଧିକାର ଆଇନର ଏହି ବ୍ୟବସ୍ଥାକୁ ବିରୋଧ କରିବାର ପ୍ରମୁଖ ଯୁକ୍ତି ହେଉଛି ଯେ, ଏହା ଦ୍ୱାରା ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଉଛି । କହିବାକୁ ଗଲେ ପୁର୍ବ ଶ୍ରେଣୀର ପାଠ ଜାଣି ନଥିବା ପିଲା ପରବର୍ତ୍ତି ଶ୍ରେଣୀକୁ ଉନ୍ନିତ ହେଲେ ସ୍ଥିତି ଆହୁରି ଖରାପ ହେଉଛି । ଏହା ପ୍ରକୃତ କଥା ।

ତେବେ ଏହାରି ଆଳରେ ପିଲାଙ୍କୁ ଫେଲ କରାଯିବାର ଯୁକ୍ତି ଗ୍ରହଣୀୟ ନୁହେଁ । କାରଣ ଶିକ୍ଷା ଅଧିକାର ଆଇନରେ ପିଲାଙ୍କୁ ଅଟକ ନରଖିବା କଥା କୁହାଯାଇଥିଲେ ହେଁ ମୂଲ୍ୟାୟନକୁ ବନ୍ଦ କରିବାକୁ କୁହାଯାଇ ନାହିଁ । ଏହି ଆଇନ ଆନୁଯାୟୀ ନିରନ୍ତର ପ୍ରକ୍ରୟାରେ ପିଲାଙ୍କ ମୂଲ୍ୟାୟନ କରାଯିବା କଥା କୁହାଯାଇଛି । ପ୍ରତ୍ୟେକ ଶ୍ରେଣୀର ଏକ ସର୍ବନିମ୍ନ ଶିକ୍ଷଣ ସ୍ତର ଧାର୍ଯ୍ୟ କରାଯାଇଛି । ତାରି ଆଧାରରେ ଶିକ୍ଷକ ପିଲାଙ୍କୁ ପଢେଇବେ ଓ ନିରନ୍ତର ଭାବେ ମୂଲ୍ୟାୟନ ମଧ୍ୟ କରିବେ ।

ଯେକୌଣସି ମୂହୁର୍ତ୍ତରେ ପିଲାଟି ନିର୍ଦ୍ଦିଷ୍ଟ ବିଷୟରେ ଶିକ୍ଷଣ ସ୍ତରରୁ ନିମ୍ନକୁ ଯାଉଥିବାର ଅନୁଭବ ହେଲେ ସେଥିପାଇଁ ସ୍ୱତନ୍ତ୍ର ଶିକ୍ଷାର ପ୍ରବଧାନ କରିବେ । ପ୍ରକୃତ ପକ୍ଷେ ‏ଯଦି ନିରନ୍ତର ମୂଲ୍ୟାୟନ ହେଉଥିବ ତାହେଲେ ବାର୍ଷିକ ପରୀକ୍ଷା କରାଯାଇ ଫେଲ କରିବାର ଆବଶ୍ୟକତା ପଡିବ ନାହିଁ । ଶିକ୍ଷା ଅଧିକାର ଆଇନରେ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ସର୍ବନିମ୍ନ ମାନ ନିର୍ଦ୍ଧାରଣ କରାଯାଇଛି । ଏଥିରେ ଶ୍ରେଣୀ କକ୍ଷ, ଶୌଚାଳୟ, ଶିକ୍ଷକ ଛାତ୍ର ଅନୁପାତ, କାର୍ଯ୍ୟ ଦିବସ ଓ ସମୟ ନିର୍ଘଣ୍ଟ, ଗ୍ରନ୍ଥାଗାର, ଖେଳପଡିଆ, ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ଉପକରଣ ଉପଲବ୍ଧ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ହେଲେ ବିଭିନ୍ନ ଆକଳନ ଅନୁଯାୟୀ ମାତ୍ର ଚାରି ଶତକଡା ସରକାରୀ ବିଦ୍ୟାଳୟ ଏହି ମାନ ପୁରଣ କରିପାରଛନ୍ତି । ଏବେ ବି ବିଦ୍ୟାଳୟରେ ତାଲିମ ପ୍ରାପ୍ତ ଶିକ୍ଷକ ନାହାନ୍ତି । ତିରିଶ ଭାଗରୁ ଅଧିକ ବିଦ୍ୟାଳୟକୁ ପାଠ୍ୟ ପୁସ୍ତକ ପହଞ୍ôଚ ପାରିନାହିଁ । ଶୌଚାଳୟର ଅଭାବରୁ ମାସିକ ଋତୁଶ୍ରାବ ସମୟରେ ଝିଅ ମାନେ ଅନୁପସ୍ଥିତ ରହୁଛନ୍ତି । ବାଧାହିନ ବ୍ୟବସ୍ଥା ନଥିବା କାରଣରୁୁ ଅନେକ ଭିନ୍ନକ୍ଷମ ବିଦ‏୍ୟାଳୟକୁ ଅସୁନାହାନ୍ତି ।

ଏପରି ସ୍ଥଳରେ ଆମେ ଗୁଣାତ୍ମକ ଶିକ୍ଷା କିପରି ଆଶା କରିବା? ପ୍ରଥମରେ ଆମେ ଏସବୁ ବ୍ୟବସ୍ଥାରେ ସୁଧାର ଆଣିବା ଓ ତାପରେ ପିଲାଙ୍କୁ ଦାୟୀ କରି ପାରୀକ୍ଷା କଲେ ଯୁକ୍ତିଯୁକ୍ତ ମନେ ହେବ । ଅନ୍ୟଥା ମୁଣ୍ଡ ବ୍ୟଥା ପାଇଁ ମୁଣ୍ଡ କାଟ କଲା ଭଳି କଥା ହେବ । ଗୁଣାତ୍ମକ ଶିକ୍ଷା ଓ ଶିକ୍ଷଣ ସ୍ତରକୁ ସୁନିଶ୍ଚିତ କରିବାର ଆଉ ଏକ ଦିଗ ହେଲା ନିରନ୍ତର ତଦାରଖ କରିବା । ବିଦ୍ୟାଳ଼ୟ ସ୍ତରରେ ତଦାରଖ ଓ ସହାୟତା ପାଇଁ ସର୍ବ ଶିକ୍ଷା ଅଭିଯାନ ବ୍ୟବସ୍ଥାରେ ସିଆରସିସି ଓ ବିଆରସିସି ନିଯୁକ୍ତ ହୋଇଛନ୍ତି ।

ରାଜ୍ୟସ୍ତରରୁ ଏକ ସ୍ୱତନ୍ତ୍ର ତଦାରଖ ବ୍ୟବସ୍ଥା ‘ସମୀକ୍ଷା’ ଓଡିଶା ପ୍ରାଥମିକ ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ କାର୍ଯ୍ୟକାରୀ ହେଉଛି । ନୀୟମାନୁଯାୟୀ ପ୍ରତ୍ୟେକ ସିଅରସିସି ଅତିକମରେ ମାସରେ ଦଶଟି ବିଦ୍ୟାଳୟକୁ ପରିଦର୍ଶନ କରିବେ ଓ ସେହି ବିଦ୍ୟାଳୟରେ ଦିନଟିଏ କାଟିବେ । ନିଜେ ପାଠ ପଢେଇବେ ଓ ଅନ୍ୟ ଶିକ୍ଷକମାନେ ଶ୍ରେଣୀରେ ପଢାଉଥିବା ବେଳେ ଅନୁଧ୍ୟାନ କରିବେ । ସେହିପାରି ବିଆରସିସି, ଜିଲ୍ଲା ଶିକ୍ଷାଧିଶ ପ୍ରଭୃତିଙ୍କପାଇଁ ତଦାରଖର ନିର୍ଦ୍ଦିଷ୍ଟ ଉତ୍ତରଦାୟୀତ୍ୱ ଧାର୍ଯ୍ୟ ହୋଇଛି ।

ପିଲାଙ୍କୁ ପରୀକ୍ଷା କରିବା ପୁର୍ବରୁ ଆମର ଏହି ବ୍ୟବସ୍ଥାର ପରୀକ୍ଷା ହେବା ଆବଶ୍ୟକ । ଅନ୍ୟଥା ବ୍ୟବସ୍ଥାର ଦୋଶ ଘୋଡାଇବାକୁ ଯାଇ ପିଲାଙ୍କୁ ଦାୟୀ କରାଯିବା ଘୋର ଅନ୍ୟାୟ ହେବ । ସାମାଜିକ ଅସମାନତା, ଅସ୍ପୃଶ୍ୟତା, ଦାରିଦ୍ର୍ୟ ପ୍ରଭୃତି କାରଣରୁ ଏବେବି ଅନେକ ପିଲା ବିଦ୍ୟାଳୟ ବାହାରେ ଅଛନ୍ତି । ଅନେକ ପ୍ରୟାସର ଫଳ ସ୍ୱରୁପ ଏମାନଙ୍କ ଭିତରେ ବିଦ୍ୟାଳୟକୁ ଫେରିବାର ଆଗ୍ରହ ବଢୁଛି । ଏପରି କ୍ଷେତ୍ରରେ ଯେଉଁମାନେ ବିଦ୍ୟାଳୟ ଆସିବରେ ‘ପ୍ରଥମ ପିଢି’ ସେମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ।

ଗୋଟିଏ ଶ୍ରେଣୀରେ ବାରମ୍ବାର ଅଟକ ରଖିଲେ ଏହାର ମାନସିକ ପ୍ରଭାବ ପିଲାଙ୍କ ଉପରେ ପଡେ ଓ ଅଧାରୁ ପାଠ ଛାଡିବାର ଏହା ଏକ ପ୍ରମୁଖ କାରଣ । ବିଦ୍ୟାଳୟ ପରିବେଶକୁ ଆକର୍ଷଣୀୟ ଓ ଶିଶୁ କୈନ୍ଦ୍ରିକ କରି ଗଢି ତୋଳିବାର ଉତ୍ତରଦାୟୀତ୍ୱ ଆମ ସମସ୍ତଙ୍କର । ଏଥିରେ ଆମେ ପାସ ହେଲେ ପିଲାଙ୍କୁ ଫେଲ କରିବାର ଅବଶ୍ୟକତା ରହିବ ନାହିଁ ।

 

ଘାସିରାମ ପଣ୍ଡା

Filed Under: ଶିକ୍ଷା Tagged With: ପ୍ରାଥମିକ ସ୍ତର, ଶିକ୍ଷା

ବିଦ୍ୟାଳୟରେ ସୁରକ୍ଷା ଓ ନିରାପତ୍ତା

May 14, 2018 by ଘାସିରାମ ପଣ୍ଡା Leave a Comment

ନିକଟରେ ଗୁରଗାଓଁର ଏକ ବେସରକାରୀ ବିଦ୍ୟାଳୟରେ ଘଟିଯାଇଥିବା ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଗଣମାଧ୍ୟମର ସକ୍ରିୟତା ପ୍ରଶାସନକୁ କ୍ରିୟାଶିଳ ହେବାକୁ ବାଧ୍ୟ କରିଛି । ଫଳସ୍ୱରୂପ ସିବିଏସଇ, ଦିଲ୍ଲୀ ପୋଲିସ ଓ ଆମ ଗଣ ଶିକ୍ଷା ବିଭାଗ ସମସ୍ତେ ବିଦ୍ୟାଳୟରେ ସୁରକ୍ଷା ଓ ନିରାପତ୍ତାକୁ ନେଇ ସାନି ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି । ଏପରି ଏକ ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ ।

ପାଠକେ ମନେ ପକାନ୍ତୁ ପାଚେରି ଭାଙ୍ଗି ଛାତ୍ରୀ ମୃତ, ଘରମ ପେଜ ପଡି ଆହତ, ଗଛରୁ ପଡି ହାତ କଟା, ପରିସ୍ରା କରିବାକୁ ଯାଇ ଛାତ୍ରୀ ଅସାଦାଚରଣର ଶିକାର, ଛାତ୍ରୀବାସରେ ଯୌନ ନିର୍ଯ୍ୟାତନା ଓ କୁମାରୀ ମାତୃତ୍ୱ ପ୍ରଭୃତି ଅନେକ ଘଟଣା ଓଡିଶାର ଗଣ ମାଧ୍ୟମ ବିଭିନ୍ନ ସମୟରେ ଲୋକଲୋଚନକୁ ଆଣିଛି । ପିଲା ଘରୁ ବାହାରି ବିଦ୍ୟାଳୟକୁ ଯିବା ଓ ପୁଣି ଘରକୁ ଫେରିବା ପର୍ଯ୍ୟନ୍ତ ନିରାପତ୍ତା ସୁନିଶ୍ଚିତ କରିବା ନିମନ୍ତେ ପୂର୍ବରୁ ଯଥେଷ୍ଟ ଦିଶା ନିର୍ଦ୍ଦେଶ ରହିଛି ।

ତଦାରଖ ଓ ଉତ୍ତରଦାୟୀତ୍ୱବୋଧ ଅଭାବରୁ ଏଗୁଡିକ କାର୍ଯକାରୀ ହୋଇ ପାରୁନଥିବା ବେଳେ ଆଉ ଏକ ସାନି ନିର୍ଦ୍ଦେଶାବଳୀ କେବଳ ନିଜ ମୁଣ୍ଡରୁ ଦୋଶ ଖସେଇବା ପାଇଁ ଉଦ୍ଦିଷ୍ଟ । ହିଂସା, ନିର୍ଯ୍ୟାତନା ଏବଂ ଅବହେଳାରୁ ପ୍ରତି ମୁହୁର୍ତ୍ତରେ ସୁରକ୍ଷିତ ରହିବା ପ୍ରତ୍ୟେକ ଶିଶୁର ଅଧିକାର । ଏଥିପାଇଁ ପରିବାର, ପଡୋଶି ବା ସମାଜ ଯେତିକି ଉତ୍ତରଦାୟୀ, ଶିଶୁଟି ଯତ୍ନ ଅବା ପାଠ ପଢିବା ପାଇଁ ଯେଉଁଠିକି ଯାଉଛି, ସେହି ଅନ୍ୟୁନର ମଧ୍ୟ ସମପରିମାଣର ଉତ୍ତର ଦାୟୀତ୍ୱ ରହିଛି ।

ଯେଉଁ ଅନୁ ।ନରେ ଶିଶୁ ପଢୁଛି ବା ରହୁଛି ସେ ସମସ୍ତ ସ୍ଥଳିରେ ଶିଶୁ ପାଇଁ ସୁରକ୍ଷିତ ପରିବେଶ ଯୋଗେଇ ଦେବାପାଇଁ ୨୦୧୪ ମସିହା ଅଗଷ୍ଟ ୨୩ ତାରିଖରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଦିଶା ନିର୍ଦ୍ଦେଶ ଜାରୀ କରାଯାଇଥିଲା । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଅନ୍ୟୁନର ପରିସର ଅବା ବାହାରେଅନ୍ୟୁନ ଦ୍ୱାରା ଯୋଗେଇ ଦିଆଯାଉ ଥିବା ସମସ୍ତ ସେବା ଯେପରିକି ଗ୍ରୀଷ୍ମ ଶିବିର, ବସ ସେବା, ଆନ୍ତଃ ବିଦ୍ୟାଳୟ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା, ପରିଭ୍ରମଣ, ବଣଭୋଜି ପ୍ରଭୃତି ସମସ୍ତ ଜାଗାରେ ଶିଶୁର ସୁରକ୍ଷା ସୁନିଶ୍ଚିତ କରିବା ସେହି ନିର୍ଦ୍ଦିଷ୍ଟ ଅନ୍ୟୁନର ଦାୟୀତ୍ୱ ।

ଏହା ଉଭୟ ସରକାରୀ ଓ ଘରୋଇ ଅନ୍ୟୁନମାନଙ୍କ ପାଇଁ ଲାଗୁ । ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତ୍ୟେକ ଅନୁ ।ନ ନିଜର ଏକ ଶିଶୁ ସୁରକ୍ଷା ପ୍ରଟୋକଲ ପ୍ରସ୍ତୁତ କରି ବା ସହ ର ମୂଖ୍ୟଙ୍କୁ ଶିଶୁ ସୁରକ୍ଷା ଅଧିକାରୀ ଭାବେ ଘୋଷଣା କରିବ ।ମାନେ ଶିଶୁ ମାନଙ୍କ ପାଇଁ କ’ଣ କ୍ଷତି ଭୟ ରହିଛି ତାର ଆକଳନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ ଓ ସେହି ଅନୁସାରେ ମୁକାବିଲା ଯୋଜନା ମଧ୍ୟ ତିଆରି କରିବେ ।

ଅନ୍ୟୁନରେ କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀଙ୍କୁ ଶିଶୁ ଅଧିକାର ସମ୍ବନ୍ଧରେ ସଚେତନ କରାଯିବ ଓ ସେମାନେ ଏହାକୁ ପାଳନ କରିବା ନେଇ ଅଙ୍ଗିକାରବଦ୍ଧ ହେବେ । ପିଲାଙ୍କୁ ନେବା ଆଣିବା କରୁଥିବା ବସରେ ଅନ୍ୟୁନର ନିୟମିତ କର୍ମଚାରୀ ରହିବା ଉପରେ ମଧ୍ୟ ଏଥିରେ ଗୁରୁତ୍ୱ ଦିଆଯାଇଛି । ହେଲେ ପ୍ରକୃତ ପକ୍ଷେ ନା ସରକାରୀ ନା ବେସରକାରୀ କୌଣସି ବି ଅନୁ ।ନ ଏହି ସବୁ ନିର୍ଦ୍ଦେଶର ପାଳନ କରୁନାହାନ୍ତି ।

ଶିଶୁଙ୍କ ସୁରକ୍ଷା ଓ ନିରାପତ୍ତା ଆଧାରିତ କ୍ଷତି ଭୟର ଆକଳନ କଲାବେଳକୁ ବିଦ୍ୟାଳୟ ଗୃହ, ପାଚେରି, ଶ୍ରେଣୀଗୃହ, ଶୌଚାଳୟ ପ୍ରଭୃତିର ଅବସ୍ଥିତି ଓ ସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ କ୍ଷେତ୍ରରେ ଆମ ସରକାରୀ ବିଦ୍ୟାଳୟମାନଙ୍କର ସ୍ଥିତି କ’ଣ ରହିଛି ଆଲୋଚନା କରିବା । ଓଡିଶା ପ୍ରାଥମିକ ଶିକ୍ଷା ପ୍ରକଳ୍ପ ୱବସାଇଟରେ ୨୦୧୫ – ୧୬ ପର୍ଯ୍ୟନ୍ତ ତଥ୍ୟ ଉପଲବ୍ଧ ।

ସରକାରଙ୍କ ଏହି ତଥ୍ୟ ଅନୁଯାୟୀ ରାଜ୍ୟର ମୋଟ ୫୮୨୬୯ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତରୁ ୧୮୭୭୪ରେ ସର୍ବସାଧାରଣ ଶୌଚାଳୟ ନଥିବା ବେଳେ ୧୯୦୨୦ରେ ବାଳିକାଙ୍କ ପାଇଁ ଶୌଚାଳୟ ନାହିଁ । ୪୪୪୭୦ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ନାହିଁ ଓ ୪୩୫୧୪ରେ ଖେଳପଡିଆ ନାହିଁ । ସେହିପରି ୨୩୪୯୧ ବିଦ୍ୟାଳୟରେ ଭିନ୍ନକ୍ଷମଙ୍କ ଯାତାୟତ ପାଇଁ ର୍ୟାମ୍ପ ନାହିଁ ଓ ୩୭୫୯୬ରେ ରୋଶେଇ ଘର ନାହିଁ ।

୨୯୯୫ ବିଦ୍ୟାଳୟର ଘର ନାହିଁ ଓ ୧୯୩୫୮ର ପାଚେରି ନଥିବା ବେଳେ ୧୧୨୭୭ ବିଦ୍ୟାଳୟରେ ପାଚେରି ଅସମ୍ପୁର୍ଣ୍ଣ ହୋଇ ପଡିରହିଛି । ହୁଏତ ଗୋଟିଏ ବର୍ଷ ଭିତରେ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥାଇପାରେ ବୋଲି ଧରି ନେଲେ ବି ଆମ ପିଲାମାନେ ବିଦ୍ୟାଳୟରେ କେତେ ସୁରକ୍ଷିତ ଓ ନିରାପଦ ତାହା ଅନୁମେୟ । ଘରୋଇ ପରିଚାଳନାରେ ଥିବା ବିଦ୍ୟାଳୟରେ ପଢୁଥିବା ପିଲା ଯେ ସୁରକ୍ଷିତ ଏକଥା ବି କହି ହେବ ନାହିଁ ।

ଗତ କିଛି ବର୍ଷ ଭିତରେ ରାଜ୍ୟରେ ଘରୋଇ ବିଦ୍ୟାଳୟ ସଂଖ୍ୟା ବଢିଛି ଓ ସେହି ଅନୁସାରେ ଏଥିରେ ପଢୁଥିବା ପିଲାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଅଥଚ ଏହି ସବୁ ବିଦ୍ୟାଳୟଗୁଡିକୁ ସରକାର ତାଲିକା ଓ ତଦାରଖ ପରିସରକୁ ଆଣିବାରେ ବିଫଳ ହୋଇଛନ୍ତି । ଶିକ୍ଷା ଅଧିକାର ଆଇନରେ ଏହି ସବୁ ବିଦ୍ୟାଳୟମାନଙ୍କ ପାଇଁ ମାନ ଓ ନିତୀ ଧାର୍ଯ୍ୟ କରାଯାଇଛି ।

ତାରି ଆଧାରରେ ଗଣ ଶିକ୍ଷା ବିଭାଗ ଏମାନଙ୍କୁ ସ୍ୱିକୃତି ପ୍ରମାଣ ପତ୍ର ଦେଲା ପରେ ଯାଇ ଘରୋଇ ବିଦ୍ୟାଳୟ ପରିଚାଳିତ ହୋଇ ପାରିବ । ମାନ ଓ ନିତୀ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଏବଂ ପିଲାଙ୍କ ସୁରକ୍ଷା ଆଧାରେ ପ୍ରସ୍ତୁତ କରାଯାଇଛି । ବିନା ସ୍ୱିକୃତି ପ୍ରମାଣ ପତ୍ରରେ ପରିଚାଳିତ ବିଦ୍ୟାଳୟକୁ ଶିକ୍ଷା ବିଭାଗ ଅଧିକାରୀ ବନ୍ଦ କରିଦେଇ ପାରିବେ ଓ ଏକ ଲକ୍ଷ ଟଙ୍କା ଜୋରିମାନା ଜାରୀ କରିପାରିବେ । ହେଲେ ଏପରି ହେଉ ନାହିଁ ।

କାଁ ଭାଁ କାହାକୁ ଛାଡି ଦେଲେ କୌଣସି ଘରୋଇ ବିଦ୍ୟାଳୟ ଏହି ମାନ ଓ ନିତୀକୁ ପୁରଣ କରୁ ନାହିନ୍ତି ଓ ବିନା ସ୍ୱିକୃତି ପ୍ରମାଣ ପତ୍ରରେ ବିଦ୍ୟାଳୟ ପରିଚାଳନା କରୁଛନ୍ତି । ଏଣୁ ଏହି ସବୁ ବିଦ୍ୟାଳୟରେ ପଢୁଥିବା ପିଲା ମାନେ ସମ୍ପୁର୍ଣ୍ଣ ଅସୁରକ୍ଷିତ ବୋଲି ଧରି ନେବାକୁ ହେବ । ଏତେ ସବୁ ଆଇନ, ଦିଶାନିର୍ଦ୍ଦେଶ ଥିବା ସତ୍ୱେ ପିଲାଙ୍କ ସୁରକ୍ଷା ଓ ନିରାପତ୍ତା ବିପର୍ଣ୍ଣ ହେଉଛି ।

କିଛି ଗୋଟିଏ ଘଟିଗଲା ପାରେ ଆମର ଗଣମାଧ୍ୟମ ସାମୟିକ ତୁମ୍ବିତୋଫାନ କରି ପୁଣି ନିରବି ଯିବାର ଧାରାରେ ଅଧିକାରୀମାନେ ମଧ୍ୟ ତାଳ ଦେଇ ସାମୟିକ ତତ୍ପରତା ପରେ ପୁଣି ‘ପୁଃର୍ନ ମୁସିକ ଭବ’ ଅଭ୍ୟାସରେ ପରିଣତ ହୋଇଗଲାଣି । ମନରେ ପ୍ରଶ୍ନ ଉଠେ ଶିଶୁ ସୁରକ୍ଷା ପ୍ରଟୋକଲ, ଶିଶୁ ମାନଙ୍କ କ୍ଷତି ଭୟର ଆକଳନ ରିପୋର୍ଟକୁ ଏତେ ଗୁରୁତ୍ୱ ଦିଆଯାଇଛି ।

ହେଲେ ଆମ ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ, ଆଶ୍ରମ ସ୍କୁଲ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ବେସରକାରୀ କ୍ରେଚ, ଘରୋଇ ଶିକ୍ଷା ଅନୁ ।ନ କେଉଁଠିବି ଏସବୁ ଉପଲବ୍ଧ କି? ଯଦି ନାହିଁ ତା ପାଇଁ ଆମେ ପ୍ରୟାସ କରିଛେ କି? ଆମ ଅଧିକାରୀ ମାନେ ପରିଦର୍ଶନରେ ଗଲାବେଳେ ଏହାକୁ କେବେ ଅନୁଧ୍ୟାନ କରିଛନ୍ତି କି ? ଦୁର୍ଘଟଣା ପରବର୍ତ୍ତି ସାମୟିକ ପ୍ରତିକ୍ରିୟା ଅପେକ୍ଷା ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେଲେ ବ୍ୟବସ୍ଥାରେ ସୁଧାର ଆସିବ । କେବଳ ଦିଶା ନିର୍ଦ୍ଦେଶ ଜାରି କରିଦେଲେ ଉଦ୍ଦେଶ୍ୟ ସାଧିତ ହେବ ନାହିଁ ।

ଘାସିରାମ ପଣ୍ଡା

Filed Under: ଶିକ୍ଷା Tagged With: ପ୍ରାଥମିକ ବିଦ୍ୟାଳୟ, ବିଦ୍ୟାଳୟ, ଶିଶୁ

ଶିକ୍ଷା ପାଇଁ ବ୍ୟୟ ବୋଝ ନୁହେଁ

May 14, 2018 by ଘାସିରାମ ପଣ୍ଡା 1 Comment

ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ତୃତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜୁନ ୨୨ ତାରିଖରେ ଓଡିଶା ପ୍ରାଥମିକ ଶିକ୍ଷା କାର୍ଯକ୍ରମର (ଓପେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଉଦ୍ଦେଶ୍ୟରେ ଦେଇଥିବା ପତ୍ରରେ ୧ ରୁ ୧୫ ଛାତ୍ର ଛାତ୍ରୀ ଥିବା ୨୪୨୫ଟି ବିଦ୍ୟାଳୟ ସମ୍ପର୍କରେ ସରଜମୀନ ତଦନ୍ତ ପୂର୍ବକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବିଦ୍ୟାଳୟ ବନ୍ଦ ପ୍ରକ୍ରିୟାର ପ୍ରଥମ ପାଦ । ଦୁଇ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୫୦୦ ବିଦ୍ୟାଳୟ ବନ୍ଦ ହୋଇ ସାରିଛି । ପ୍ରଥମ ପର୍ଯ୍ୟାୟରେ ୫ରୁ କମ ଉପସ୍ଥାନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟକୁ ବନ୍ଦ କରାଯାଇଛି । ବିଭିନ୍ନ ସ୍ଥାନରେ ଏହାର ପ୍ରତିବାଦ କରାଯାଇ ବିଦ୍ୟାଳୟ ବନ୍ଦକୁ ବିରୋଧ କରଯାଇଥିଲା ।

ସ୍ଥାନୀୟ ଅଞ୍ଚଳର ଏହି ଚାପ ଯୋଗୁଁ କିଛି ବିଦ୍ୟାଲୟ ବନ୍ଦ ହେବାରୁ ବର୍ତ୍ତି ଯାଇଥିଲେ । ୨୨ ତାରିଖର ଏହି ଚିଠି ଅନୁସାରେ ଏବେ ସୁଦ୍ଧା ୫ରୁ କମ ଉପସ୍ଥାନ ଥିବା ୨୮ ଓ ୧୦ରୁ କମ ଉପସ୍ଥାନ ଥିବା ୨୩୯ ଟି ବିଦ୍ୟାଳୟ ବନ୍ଦ ହୋଇନାହିଁ । ହେଲେ ଏହି ଆବଶ୍ୟକାତାକୁ ସ୍ୱିକୃତି ଦେବା ପରିବେର୍ତ୍ତେ ଏପର୍ଯନ୍ତ ଏହି ସବୁ ବିଦ୍ୟାଳୟ ବନ୍ଦ ନହେବାକୁ ନେଇ ପ୍ରଶାସନିକ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।

ବିଦ୍ୟାଳୟ ବନ୍ଦ ହେôବା ଯୋଗୁଁ ପିଲା ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି । ୧ ଜୁଲାଇ ଓ ୬ ଜୁଲାଇରେ ଓପେପା ପକ୍ଷରୁ ଜାରୀ ହୋଇଥିବା ଦୁଇଟି ଚିଠି ଏହି ସତ୍ୟକୁ ସାବ୍ୟସ୍ତ କରୁଛି । ୧ ଜୁଲାଇର ଚିଠିରେ ୨୪ଟି ଜିଲ୍ଲାର ବନ୍ଦ ହୋଇଥିବା ବିଦ୍ୟାଳୟମାନଙ୍କର ଏକ ତାଲିକା ଦିଆଯାଇଛି । ଏଥିରେ ଦିଆଯାଇଥିବା ବନ୍ଦ ହେଉଥିବା ବିଦ୍ୟାଳୟର ପିଲା ସଂଖ୍ୟା ଓ ବନ୍ଦ ହେଲା ପରେ ନିକଟସ୍ଥ ବିଦ୍ୟାଳୟରେ ଦାଖଲ ହୋଇଥିବା ପିଲା ସଂଖ୍ୟାଙ୍କ ଭିତରେ ୨୬୧ର ପ୍ରଭେଦ ଥିଲା ।

ହୁଏତ ୨୬୧ ରାଜ୍ୟ ପାଇଁ ବହୁତ ବଡ ସଂଖ୍ୟା ହୋଇ ନପାରେ । ହେଲେ ଜିଲ୍ଲା ସ୍ତରକୁ ଯାଇ ଅନୁଧ୍ୟାନ କଲେ ସୁନ୍ଦରଗଡରେ ୧୬୦ ପିଲା, ସମ୍ବଲପୁରରେ ୫୨ ପିଲାଙ୍କ ହିସାବ ନମିଳିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ପରେ ୬ ତାରିଖରେ ସମାନ ଅଧିକାରୀଙ୍କ ଦ୍ୱାରା ଆଉ ଏକ ପତ୍ର ସମାନ ବିଷୟକୁ ନେଇ ଜାରି ହୋଇଛି । ଏଥିରେ ୨୮ଟି ଜିଲ୍ଲାର ତଥ୍ୟ ଦିଆଯାଇଛି ।

ପରେ ସାମିଲ କରାଯାଇଥିବା ଚାରି ଜିଲ୍ଲା ବାଲେଶ୍ୱର, କଳାହାଣ୍ଟି, କେନ୍ଦୁଝର ଓ ମୟୁରଭଞରେ ବନ୍ଦ ହୋଇଥିବା ବିଦ୍ୟାଳୟର ପିଲା ସଂଖ୍ୟା ଯଥାକ୍ରମେ ୧୮, ୧୮୪, ୧୦୪ ଓ ୧୦୬ । ବିଦ୍ୟାଳୟ ବନ୍ଦ ପରେ ଏ ପିଲାମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରଶାସନ ପାଖରେ ନାହିଁ । ଫଳରେ ବନ୍ଦ ହେଉଥିବା ବିଦ୍ୟାଳୟର ପିଲା ସଂଖ୍ୟା ଓ ବନ୍ଦ ପରେ ନିକଟସ୍ଥ ବିଦ୍ୟାଳୟରେ ଦାଖଲ ହୋଇଥିବା ପିଲା ସଂଖ୍ୟାଙ୍କ ଭିତରେ ପ୍ରଭେଦ ୨୬୧ରୁ ବୃଦ୍ଧି ପାଇ ୬୭୩ ହୋଇଛି ।

ଜଗତସିଂପୁର ଓ ମଲକାନଗିରିର ସ୍ଥିତି ଏବେବି ସରକାରଙ୍କ ପାଖରେ ନାହିଁ ! ଏହା ବିଦ୍ୟାଳୟ ବନ୍ଦ ପୂର୍ବ ପ୍ରସ୍ତୁତିରେ ସରକାରଙ୍କ ଭୂମୀକାକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରୁଛି । ରାଜ୍ୟରେ ପ୍ରାଥମିକ ଶିକ୍ଷାର ସି୍ଥତି, ଗ୍ରାମାଞ୍ଚଳ ଗରୀବ ପିଲାଙ୍କ ଭବିଷ୍ୟତ ପାଇଁ ସରକାର ଯେତିକି ତତ୍ପର ନାହାନ୍ତି, ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ନେଇ ସେତିକି ବ୍ୟଗ୍ର ।

ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରତ୍ୟେକ ବିଦ୍ୟାଳୟରେ ଅତିକମରେ ଦୁଇ ଜଣ ଶିକ୍ଷକ ରହିବେ । କମ ପିଲା ଥିବା ବିଦ୍ୟାଳୟକୁ ବନ୍ଦ କାରାଗଲେ ସରକାର ଏହି ଶିକ୍ଷକ ମାନଙ୍କୁ ଅନ୍ୟ ବିଦ୍ୟାଳୟରେ ନିଯୁକ୍ତି ଦେଇ ପାରିବେ । ଏହା ଦ୍ୱାରା ବିଭାଗର ବ୍ୟୟ ଭାର କମାଯାଇ ପାରିବ । ଆଗାମୀ ଦିନରେ ୨୫ରୁ କମ ଉପସ୍ଥାନ ଥିବା ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ହେବ ।

ଏପରି ହେଲେ ପ୍ରାୟ ୧୨୫୦୦ ବିଦ୍ୟାଳୟ ବନ୍ଦ ହେବ ଓ ସେହି ହାରରେ ବ୍ୟୟ ସଂକୁଚିତ ହୋଇପାରିବ । ତେବେ ବ୍ୟୟ ଭାର କମ କରିବାର ଏହି ଯୋଜନାରେ ପ୍ରଭାବିତ ହେଉଛି କିଏ ? ୧୫ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟର ଚିଠାକୁ ଦେଖିଲେ ଆଦିବାସୀ ଅଞ୍ଚଳ ଯେପରିକି ରାୟଗଡା, ଗଜପତି, ମାଲକାନଗିରି, କେନ୍ଧୁଝର ଭଳି ଜିଲ୍ଲାମାନେ ବିଶେଷ ପ୍ରଭାବିତ ହେବେ ।

ଗୋଟିଏ ପଟେ ପ୍ରତ୍ୟେକ ଆଦିବାସୀ ଜିଲ୍ଲାରେ କାଉନସିଲ ଗଠନ କରାଯାଇ ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ଯୋଜନା ଓ ଅପରପକ୍ଷେ ଶିକ୍ଷା ପାଇଁ ବ୍ୟୟକୁ ବୋଝ ମନେକରାଯିବା ପରସ୍ପରର ବିରୋଧାଭାସ ।ଶିକ୍ଷା ଅଧିକାର ଆଇନର ତଦାରଖ ଓ ଅଭିଯୋଗ ଶୁଣାଣି ପାଇଁ ରାଜ୍ୟରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସର୍ବୋଚ୍ଚ ଅନୁ ।ନ । ବିଦ୍ୟାଳୟ ବନ୍ଦ କାରଣରୁ ଅନେକଙ୍କ ଶିକ୍ଷା ଅଧିକାର ବାଧାପ୍ରାପ୍ତ ହେଉଥିବାର ଅନୁଭବ କରି ଆୟୋଗ ଗୋଟିଏ ବର୍ଷ ପୂର୍ବରୁ ଗତ ଜୁନ ୨୪ରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।

ଏହି ଲେଖକଙ୍କ ଅଭିଯୋଗର ଆଧାରରେ ଶୁଣାଣି କରି ଆୟାଗ ନିଜ ରାୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ ଦ୍ୱାରା କରାଯାଉଥିବା ବିଦ୍ୟାଳୟ ବନ୍ଦ ଶିକ୍ଷା ଅଧିକାର ଆଇନରେ ପ୍ରଦତ୍ତ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ଅଧିକାରକୁ ପ୍ରଭାବିତ କରୁଛି । ଗରିବ ଘରର ପୁଅ, ଝିଅ ଯେଉଁମାନେ ଦୂର ଗାଁକୁ ପାଠ ପଢିବା ପାଇଁ ଯାଇ ପାରିବେ ନାହିଁ, ଏହା ଦ୍ୱାରା ପ୍ରଭାବିତ ହେବେ ।

ସରାକାରୀ ବିଦ୍ୟାଳୟ ବନ୍ଦ ହେଲେ ନିମ୍ନ ମାନର ବେସରକାରୀ ବିଦ୍ୟାଳୟ ଖୋଲିବ । ଏହା କ୍ରମାନ୍ୱୟରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିବ । ବିଦ୍ୟାଳୟକୁ ପିଲା ଆସୁନଥିବା ହେତୁ ବନ୍ଦ କରିବା ପାଇଁ ନିଷ୍ପତ୍ତ ନନେଇ, ମଧ୍ୟାହ୍ନ ଭୋଜନ, ମାଗଣା ପୁସ୍ତକ, ପୋଷାକ ଓ ସାଇକଲ ଦିଆଯାଉଥିବା ବେଳେ ପିଲାଙ୍କ ବିଦ୍ୟାଳୟ ବିମୁଖତାର କାରଣ ଖୋଜିବା ଆବଶ୍ୟକ ।

ଶିକ୍ଷା ଅଧିକାର ଆଇନରେ ନିର୍ଦ୍ଧାରିତ ମାନ ଅନୁଯାୟୀ ସରକାରୀ ବିଦ୍ୟାଳୟକୁ ପ୍ରସ୍ତୁତ କରାଗଲେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ଓ ପିଲା ଅକୃଷ୍ଟ ହେବେ । ବିଦ୍ୟାଳୟକୁ ବନ୍ଦ କରିବା ପୂର୍ବରୁ ବନ୍ଦ ପାଇଁ ପ୍ରସ୍ତାବିତ ପ୍ରତ୍ୟେକ ବିଦ୍ୟାଳୟର ତଦଜନିତ ପ୍ରଭାବ ଆକଳନ କରିବାକୁ ଆୟୁକ୍ତ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ବନ୍ଦ କରିବା ପାଇଁ କେବଳ ଉପସ୍ଥାନ ସଂଖ୍ୟାକୁ ଧ୍ୟାନ ଦିଆ ନଯାଇ, ପଢିବା ପାଇଁ ପିଲାଙ୍କୁ କେତେ ଦୂର ଯିବାକୁ ପଡିବ ତାକୁ ବିଚାରକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି ।

କେବଳ ସରାକାରୀ ସ୍ତରରେ ନିଷ୍ପତ୍ତି ନନେଇ ସ୍ଥାନୀୟ ଲୋକ ଅନୁ ।ନ, ଗ୍ରାମ ପଂଚାୟତ ପ୍ରତିନିଧି ତଥା ଗ୍ରାମବାସୀଙ୍କ ସହ ପାରାମର୍ଶକୁ ଆୟୁକ୍ତ ଗୁରୁତ୍ୱ ଦେଇଛନ୍ତି । ପରିତାପର ବିଷୟ ଆୟୁକ୍ତଙ୍କ ନିଦ୍ଦେର୍ଶକୁ ବିଭାଗ ଅଣଦେଖା କରୁଛି । ଶିକ୍ଷା ଅଧିକାର ସୁରକ୍ଷା କ୍ଷେତ୍ରରେ ଶିକ୍ଷା ବିଭାଗ ସେବା ପ୍ରଦାନ କାରୀ ଓ ପିଲା ଅଧିକାରର ଧାରକ । ସେବା ପ୍ରଦାନ କାରୀ ଦାୟିତ୍ୱରେ ଖିଲାପ କଲେ ଆୟୁକ୍ତ ତାଗିଦ ଓ ନିର୍ଦ୍ଦେଶ ଦେବାର ସାମ୍ବୀଧାନିକ ଦାୟୀତ୍ୱ । ବିଦ୍ୟାଳୟ ବନ୍ଦ ଯୋଗୁଁ ୨୮ ଜିଲ୍ଲାରେ ୬୭୩ ଛାତ୍ର ଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହେବା ଶିକ୍ଷା ଅଧିକାର ଆଇନର ଉଲଂଘନ ।

ବିଭାଗର କୌଣସି ନିଷ୍ପତ୍ତ ଯୋଗୁଁ ଯଦି ୬ ରୁ ୧୪ ବର୍ଷର ଜଣେ ବି ପିଲା ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ପାଇବାରୁ ବଂଚିତ ହେଲେ ଶିକ୍ଷା ଅଧିକାର ଆଇନର ଉଲଂଘନ ବୋଲି ଧରାଯିବ । ମାନବ ସମ୍ଭଳ ବିକାଶ ପାଇଁ ଶିକ୍ଷା ଆବଶ୍ୟକ । ଏଣୁ ଶିକ୍ଷା ପାଇଁ ବ୍ୟୟକୁ ବୋଝ ବୋଲି ମନେ ନକରି କୌଣସି ବି ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ଆୟୁକ୍ତଙ୍କ ରାୟର ପାଳନ କଲେ ସାମ୍ବିଧାନିକ ମର୍ଯ୍ୟାଦା ବୃଦ୍ଧି ପାଇବା ସହ ଶିକ୍ଷା ଅଧିକାର ସୁରକ୍ଷିତ ହେବ ।

ଘାସିରାମ ପଣ୍ଡା

Filed Under: ଶିକ୍ଷା Tagged With: ଓଡିଶା, ପ୍ରାଥମିକ ବିଦ୍ୟାଳୟ, ଶିକ୍ଷା

ଶିକ୍ଷାର ଘରୋଇକରଣ ଓ ସରକାରୀ ଆଭିମୂଖ୍ୟ

May 14, 2018 by ଘାସିରାମ ପଣ୍ଡା Leave a Comment

ସରକାରୀ ବିଦ୍ୟାଳୟ ପ୍ରତି ଅବହେଳା ଓ ଘରୋଇଙ୍କୁ ଅନୁଗ୍ରହ ପ୍ରାଥମିକ ଶିକ୍ଷାରେ ଘରୋଇକରଣର ପଥ ପ୍ରସ୍ତୁତ କରୁଛି । ଲଗାତାର ଭାବେ ଗତ ଦୁଇ ବର୍ଷ ହେଲା ଉପସ୍ଥାନ ଅଭାବ ଆଳରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରାଯାଉଛି । ଅପର ପକ୍ଷରେ ବିନା ସ୍ୱୀକୃତି ପ୍ରମାଣ ପତ୍ରରେ ରାଜ୍ୟରେ ହଜାର ହଜାର ଘରୋଇ ବିଦ୍ୟାଳୟ ବେଆଇନ ଭାବେ ଚାଲୁଥିଲେ ବି କୌଣସି କାର୍ଯ୍ୟାନୁ ।ନ ଗ୍ରହଣ କରାଯାଉ ନାହିଁ ।

ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସମସ୍ତ ପ୍ରାଥମିକ ଶିକ୍ଷା ପ୍ରଦାନକାରୀ ଅନୁ ।ନକୁ ଚାରି ଭାଗରେ ବିଭକ୍ତ କରାଯାଇଛି । ଏଗୁଡିକ ହେଲା ସମ୍ପୁର୍ଣ୍ଣ ସରକାରୀ ଯାହା ସରକାରଙ୍କ ଦ୍ୱାରା ପ୍ରତି ିତ ଓ ପରିଚାଳିତ, ଅନୁଦାନ ପ୍ରାପ୍ତ ଯାହା ବ୍ୟକ୍ତି ବା ଗୋ ୀ ଉଦ୍ୟମରେ ପ୍ରତି ିତ ହୋଇଥିଲା ହେଲେ ପରେ ଆଂଶିକ ବା ସମ୍ପୁର୍ଣ୍ଣ ସରକାରୀ ଅନୁଦାନରେ ପରିଚାଳିତ, ସ୍ୱତନ୍ତ୍ର ଉଦ୍ଦେଶ୍ୟରେ ସ୍ଥାପିତ ଯଥା ସୈନିକ ବିଦ୍ୟାଳୟ ବା ନବୋଦୟ ବିଦ୍ୟାଳୟ ଓ ଅଣଅନୁଦାନ ପ୍ରାପ୍ତ ଯଥା ବେସରକାରୀ ଓ ଘରୋଇ ପରିଚାଳିତ ବିଦ୍ୟାଳୟ ।

ସ୍ୱତନ୍ତ୍ର ଉଦ୍ଦେଶ୍ୟରେ ସ୍ଥାପିତ ଓ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶମତେ କେବଳ ସଂଖ୍ୟାଲଘୁଙ୍କ ଦ୍ୱାରା ପରିଚାଳିତ ଘରୋଇ ବିଦ୍ୟାଳୟ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାରର ଅନୁ ।ନ ପାଇଁ ଶିକ୍ଷା ଅଧିକାର ଆଇନରେ ନିର୍ଦ୍ଦିଷ୍ଟ ନୀତି ଓ ମାନ ନିର୍ଦ୍ଧାରିତ ହୋଇଛି । ଆଇନର ଧାରା ୧୮ ଅନୁଯାୟୀ ସମସ୍ତ ଘରୋଇ ବିଦ୍ୟାଳୟ ପାଇଁ ‘ସ୍ୱୀକୃତି ପ୍ରମାଣ ପତ୍ର’ ଅନିର୍ବାର୍ଯ୍ୟ ଅଟେ ।

ତେବେ ଶିକ୍ଷା ଅଧିକାର ଆଇନରେ ଧାର୍ଯ୍ୟ ନୀତି ଓ ମାନକୁ ପୁରଣ କରୁଥିବା ବିଦ୍ୟାଳୟମାନେ ହିଁ ଏହି ପ୍ରମାଣ ପତ୍ର ପାଇବାକୁ ଯୋଗ୍ୟ । ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏଥିପାଇଁ ସରଜମୀନ ତଦନ୍ତ କରାଯାଇଥାଏ । ଶିକ୍ଷା ଅଧିକାର ଆଇନ ଲାଗୁ ହେଲାପାରେ ଧାର୍ଯ୍ୟ ମାନକୁ ପୁରଣ କରିବା ପାଇଁ ସମସ୍ତ ବିଦ୍ୟାଳୟକୁ ପାଂଚ ବର୍ଷର ମହଲତ ଦିଆଯାଇଥିଲା ।

ହେଲେ ଏବେ କାଁ ଭାଁ କିଛି ବିଦ୍ୟାଳୟ ଏହାକୁ ମାନୁଥିବାର ଦେଖାଯାଉଛି । ବଡ ବଡ ବିଦ୍ୟାଳୟମାନଙ୍କରେ ଭିତ୍ତିଭୂମୀ ଜନିତ ସମସ୍ତ ମାନ ପୁରଣ ହୋଇ ଯାଉଥିଲେବି ତାଲିମ ପ୍ରାପ୍ତ ଶିକ୍ଷକ ଓ ସାମାଜିକ ତଥା ଅର୍ଥନୈତିକ ପଛୁଆ ବର୍ଗଙ୍କ ପାଇଁ ପଚିଶ ଭାଗ ସ୍ଥାନ ସଂରକ୍ଷଣର ସର୍ତ୍ତ ପୁରଣ ହୋଇପାରୁ ନାହିଁ । ଆଇନର ଧାରା ୧୨ (୧) ଏବଂ (୨) ଅନୁଯାୟୀ ଏହା ବାଧ୍ୟତାମୂଳକ ।

ଗାଁ ଗହଳିରେ ଛତୁଫୁଟା ଘରୋଇ ବିଦ୍ୟାଳୟମାନଙ୍କରେ ଗୋଟିଏ ବି ମାନ ପୁରଣ ହଉ ନାହିଁ । ସ୍ୱୀକୃତି ପ୍ରମାଣ ପତ୍ର ନଥାଇ ପରିଚାଳିତ ବିଦ୍ୟାଳୟକୁ ଏକ ଲକ୍ଷ ଟଙ୍କାର ଜରିମାନ ସହ ବନ୍ଦ କରି ଦିଆଯାଇ ପାରିବ । ଏଥି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ କ୍ଷମତା ପ୍ରାପ୍ତ । ବନ୍ଦ ନିର୍ଦ୍ଦେଶ ପରେ ବି ବିଦ୍ୟାଳୟ ଚାଲୁ ରହିଲେ ପ୍ରତ୍ୟେକ ଗୋଟିଏ ଦିନ ପାଇଁ ଅଧିକ ଦଶ ହଜାର ଟଙ୍କା ଜରିମାନା ଆଦାୟ ହେବ ।

ଏହା କଡାକଡି ଭାବେ କାର୍ଯକାରୀ ହେଲେ ଘରୋଇ ବିଦ୍ୟାଳୟରେ ଗୁଣାତ୍ମକ ମାନ ବଜାୟ ରହିବ । ହେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଘରୋଇ ବିଦ୍ୟାଳୟ ପ୍ରତି ଉଦାର ମନୋଭାବ ଆଇନର କାର୍ଯ୍ୟକାରିତାରେ ଅନ୍ତରାୟ ସାଜୁଛି । ୨୦୧୬ ଅଗଷ୍ଟ ୨୩ ରେ ବିଭାଗ ଦ୍ୱାରା ଜାରି କରାଯାଇ ଥିବା ପତ୍ର ସଂଖ୍ୟା ୧୬୮୩୭ ଏହାର ଏକ ଉଦାହରଣ ।

ଏହି ପତ୍ର ଅଧାରରେ ବିନା ସରଜମୀନ ତଦନ୍ତରେ ବିଦ୍ୟାଳୟ ମାନଙ୍କର ସ୍ୱୀକୃତି ଅବଧି ଗୋଟିିଏ ବର୍ଷ ପାଇଁ ବଢେଇ ଦିଆଗଲା । ଏଥିରେ ୨୦୧୭ ମସିହା ମାର୍ଚ ୩୧ ସୁଦ୍ଧା ରାଜ୍ୟର ସମସ୍ତ ଘରୋଇ ବିଦ୍ୟାଳୟର ସ୍ୱୀକୃତି ପ୍ରମାଣ ପତ୍ର ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଥିଲା । ସାଧାରଣତଃ ସ୍ୱୀକୃତି ପ୍ରମାଣ ପତ୍ର ପାଇଥିବା ବିଦ୍ୟାଳୟର ତାଲିକା ଓଡିଶା ପ୍ରାଥମିକ ଶିକ୍ଷା ପ୍ରକଳ୍ପ ଅଧିକାରୀଙ୍କ ୱବ ସାଇଟରେ ପ୍ରକାଶିତ ହୁଏ ।

ହେଲେ ଚଳିତ ଶିକ୍ଷା ବର୍ଷ ପାଇଁ ଗୋଟିଏ ବି ବିଦ୍ୟାଳୟ ଏହି ପ୍ରମାଣ ପତ୍ର ପାଇଥିବା ପ୍ରଦର୍ଶିତ ହୋଇ ନାହିଁ । ଇତି ମଧ୍ୟରେ ବିଭାଗ ତରଫରୁ ବିଭନ୍ନ ପର୍ଯ୍ୟାୟରେ କେବଳ ଭୁବନେଶ୍ୱରରେ ଥିବା ଘରୋଇ ବିଦ୍ୟାଳୟ ପରିଚାଳନା ମୂଖ୍ୟମାନଙ୍କ ବୈଠକ କରାଯାଇଥିଲେ ହେଁ ପ୍ରମାଣ ପତ୍ରକୁ ବାଧ୍ୟତା ମୂଳକ କରିବାରେ ବିଭାଗ ସକ୍ଷମ ହୋଇ ପାରି ନାହିଁ ।

ଚଳିତ ବର୍ଷ ଫେବୃୟାରୀ ୨୧ରେ ବିଭାଗ ଦ୍ୱାରା ଜାରି ପତ୍ର ସଂଖ୍ୟା ୨୯୫୬ ଘରୋଇ ବିଦ୍ୟାଳୟକୁ ଆହୁରି ସୁହାଇବ । ଏହି ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ସ୍ୱୀକୃତି ପ୍ରମାଣ ପତ୍ର ଏକ କାଳିନ ପାଂଚ ବର୍ଷ ପାଇଁ ଦିଆଯାଇ ପାରିବ । ଏହି ପାଂଚ ବର୍ଷ ଭିତରେ ଉପଯୁକ୍ତ ଅଧିକାରୀ ଅତିକମରେ ଥରେ ପରିଦର୍ଶନ କରିବେ । ଏହା ମୂଳ ଆଇନର ପରିପନ୍ଥି । ସ୍ୱୀକୃତି ପ୍ରମାଣ ପତ୍ର ସବୁବେଳେ ସର୍ତ୍ତ ମୂଳକ ।

ଆଇନ ଆଧାରିତ ନୀତି ଓ ମାନକୁ ବିଦ୍ୟାଳୟ ଉଲଂଘନ କରୁଥିବା ଅଧିକାରୀ ପ୍ରମାଣ ପାଇଲେ ପ୍ରମାଣ ପତ୍ର ପ୍ରତ୍ୟାହୃତ କରି ପାରିବେ । ପାଂଚ ବର୍ଷରେ ଥରେ ଅଧିକାରୀ ବିଦ୍ୟାଳୟକୁ ପରିଦର୍ଶନରେ ଗଲେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ନୀତି ଓ ମାନର କିପରି ତଦାରଖ ହୋଇପାରିବ ? ନୀୟମିତ ତଦାରଖକୁ ସୁନିଶ୍ଚିତ କରିବା ପାଇଁ ଏହାକୁ ଛଅ ମାସ ବା ବର୍ଷରେ ଥରେ ବୋଲି ଧାର୍ଯ୍ୟ କରିବାରେ ଅସୁବିଧା କ’ଣ ? ପାଂଚ ବର୍ଷରେ ଅତିକମରେ ଥରେ କହି ବିଭାଗ ଘରୋଇ ବିଦ୍ୟାଳୟକୁ ଜାଣିଶୁଣି ନିୟନ୍ତ୍ରଣ ବାହାରକୁ ଛାଡିଦେଇଛି !

ଏହି ବର୍ଷ ଅଗଷ୍ଟ ୨୩ରେ ଜାରି ଆଉ ଏକ ପତ୍ର ସଂଖ୍ୟା ୧୫୬୬୩ ସରକାରଙ୍କ ଘରୋଇ ପ୍ରିତୀକୁ ସ୍ପଷ୍ଟ କରୁଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ସରକାରୀ ବିଦ୍ୟାଳୟକୁ ସମୟାନୁଯାୟୀ ସବୁ ବିଷୟର ପାଠ୍ୟ ପୁସ୍ତକ ଯୋଗାଇ ପାରୁ ନଥିବା ବିଭାଗ ଏକ ନିର୍ଦ୍ଧିଷ୍ଟ ଅନୁ ।ନ ଦ୍ୱାରା ପରିଚାଳିତ ଘରୋଇ ବିଦ୍ୟାଳୟର ପ୍ରାୟ ଦୁଇ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଯୋଗାଇବାର ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପତ୍ରରେ ଉଲ୍ଲେଖ ଅଛିଯେ, ଏହି ଅନୁ ।ନ ଦ୍ୱରା ପରିଚାଳିତ ବିଦ୍ୟାଳୟମାନଙ୍କରେ ସମସ୍ତ ଜାତି, ଧର୍ମର ପିଲାଙ୍କୁ ଦାରିଦ୍ର୍ୟତା ତଥା ଯୋଗ୍ୟତା ଆଧାରରେ ନାମଲେଖା ଯାଏ । ଶିକ୍ଷା ଅଧିକାର ଆଇନ ଧାରା ୧୩ ସ୍ୱଚ୍ଚ ନାମଲେଖାକୁ ସୁନିଶ୍ଚିତ କରିବା ପାଇଁ କୌଣସି ପ୍ରକାରର ଚୟନ ପ୍ରକ୍ରିୟା ଉପରେ ପ୍ରତିବନ୍ଧକ ଲଗାଇଛି । ଯୋଗ୍ୟତା ଆଧାରରେ ନାମ ଲେଖାଇବାକୁ ଏକ ପ୍ରକାରର ଚୟନ ପ୍ରକ୍ରୟା ବୋଲି ବିଭାଗ ବିଚାରକୁ ନେଉ ନାହନ୍ତି କି? ଦେୟ ଦେଇ ପାରୁଥିବା ଅଭିଭାବକ ନିଜ ପିଲାଙ୍କୁ ଏହି ବିଦ୍ୟାଳୟରେ ପଢାନ୍ତି ।

ଏଣୁ ଏମାନେ ବହି କିଣି ପଢି ପରିବେ । ମାଗଣା ଶିକ୍ଷା ଇଚ୍ଛା କରୁଥିବା ଅଭିଭାବକ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଲେ ପାଠ୍ୟ ପୁସ୍ତକ ସମେତ ପୋଷାକ, ମଧ୍ୟାହ୍ନ ଭୋଜନ ଭଳି ଅନ୍ୟାନ୍ୟ ସରକାରୀ ସୁବିଧା ପାଇବେ । ଘରୋଇ ପରିଚାଳିତ ବିଦ୍ୟାଳୟରେ ମାଗଣା ବ୍ୟବସ୍ଥା ପ୍ରଚଳିତ ହେଲେ ଏହା ଶିକ୍ଷାର ଘରୋଇକରଣକୁ ପ୍ରୋତ୍ସାହନ କହିବା ନାହିଁ କି ? ସ୍ୱୀକୃତି ପ୍ରମାଣ ପତ୍ର ନଥିବା କାରଣରୁ କିଛି ବିଦ୍ୟାଳୟର ଛାତ୍ରଛାତ୍ରି ଗତବର୍ଷ ନବୋଦୟ ନିର୍ବାଚନୀ ପରୀକ୍ଷାରୁ ବାଦ ପଡିଥିଲେ ।

ଏହି ପରିପ୍ରେକ୍ଷିରେ ସ୍ୱୀକୃତି ପ୍ରମାଣ ପତ୍ର ନଥିବା ବିଦ୍ୟାଳୟକୁ ବିଧାୟକ ଉନ୍ନୟନ ପାଣ୍ଠି ଓ ଅନ୍ୟାନ୍ୟ ସରକାରୀ ସହାୟତା କୁ ଆଇନ ସମ୍ମତ ବୋଲି କହିବା କିପରି ? ଶିକ୍ଷା ଅଧିକାର ଆଇନ ପ୍ରଣିତ ହେବା ପରେ ଘରୋଇ ବିଦ୍ୟାଳୟକୁ ପ୍ରସ୍ତୁତ ହେବା ପାଇଁ ଯଥେଷ୍ଟ ସମୟ ମିଳି ସାରିଛି । ଏବେ ସ୍ୱୀକୃତି ପ୍ରମାଣ ପତ୍ର ବିନା ଘରୋଇ ବିଦ୍ୟାଳୟ ଚାଲୁ ରହିଲେ ଏହା ସରକାରଙ୍କ ଅସହାୟତା ନତୁବା ଘରୋଇ ପ୍ରିତି ବୋଲି ଧରିନେବାକୁ ହେବ ।

ଘାସିରାମ ପଣ୍ଡା

Filed Under: ଶିକ୍ଷା Tagged With: ଶିକ୍ଷା, ସରକାରୀ ବିଦ୍ୟାଳୟ

ସ୍ୱାସ୍ଥ୍ୟ ସେବା ନା ଶୋଷଣ

May 14, 2018 by ଘାସିରାମ ପଣ୍ଡା Leave a Comment

ଡାକ୍ତର ରୋଗର ସମସ୍ତ କାଗଜାତ ଦେଖି କହିଲେ ଏହା ‘ରୋଗର ନୁହେଁ ବରଂ ଶୋଷଣର ଇତିହାସ’ । ଜଣେ ଡାକ୍ତର ଆଉ ଜଣେ ଡାକ୍ତରଙ୍କ ଚିକିତ୍ସାକୁ ନେଇ ଦେଇଥିବା ଏହି ମତ ଚିକିତ୍ସା ସେବାରେ ଥିବା ଭଲ ଓ ମନ୍ଦ ଉଭୟ ପ୍ରକାର ଲୋକ ଚରିତ୍ରକୁ ଉନ୍ମୁକ୍ତ କରୁଛି । ଜଣେ ପରୀକ୍ଷା, ଔଷଧ ନାଁରେ ଲମ୍ବା ତାଲିକା ଦେଇଥିବା ବେଳେ ଆଉ ଜଣେ ଏହାକୁ ନାପସନ୍ଦ କରିଛନ୍ତି ।

ନିକଟରେ ବୁର୍ଲା ସ୍ଥିତ ଭୀମସାରରେ ଘଟିଥିବା ଘଟଣା ଏହାକୁ ଆହୁରି ପୃଷ୍ଟ କରିଛି । ଗତ ଦୁଇ ଦଶନ୍ଧି ଭିତରେରେ ଆମ ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଯୋଜନା ବଦ୍ଧ ଭାବରେ ବେପାରୀଙ୍କ ହାତକୁ ଟେକି ଦିଆଯାଇଛି । ପାରମ୍ପରିକ ଚିକିତ୍ସାକୁ ମୁର୍ଖ ବଦ୍ୟ ଯମ ସମ କହି ଅବହେଳା କରାଗଲା । ଫଳରେ ପାରମ୍ପରିକ ଜ୍ଞାନ ଲୋପ ପାଇ ବଜାରବାଦି ଏଲୋପାଥି ଚିକିତ୍ସା ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଲା ।

ରାଜ୍ୟରେ ଗତ ପାଞ୍ଚ ବର୍ଷ ଭିତରେ ସରକାରୀ ଡାକ୍ତରଖାନା ମାନଙ୍କରେ ଗୋଟିଏ ବି ଶଯ୍ୟା ବୃଦ୍ଧି ପାଇଁ ବ୍ୟୟ ବରାଦ ହେଲା ନାହିଁ । ଅପର ପକ୍ଷରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନକୁ ଅଣଦେଖା କରାଯାଇ ବେସରକାରୀ ଡାକ୍ତରଖାନାକୁ ପ୍ରୋତ୍ସାହିତ କରାଯାଉଛି । ସ୍ଥିତି ଏପରି ହୋଇଛି ଯେ, ସରକାରୀ ତୁଳନାରେ ବେସରକାରୀ ଡାକ୍ତରଖାନାରେ ଅଧିକ ଶଯ୍ୟା ଅଛି ଓ ସେହି ଅନୁସାରେ ଲୋକଙ୍କର ନିର୍ଭରଶୀଳତା ବଢିଛି ।

ମରିବାକୁ ଭୟ କରୁଥିବା ମଣିଷ ପାଇଁ ସ୍ୱାସ୍ଥ୍ୟ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଓ ଏହା ସାଧାରଣ ଲୋକଙ୍କ ପାଇଁ ଅବୁଝା ବିଷୟ । ଏଣୁ ଯେତେ ଖର୍ଚ୍ଚ ହେଉ ପଛକେ ଡାକ୍ତର ଯାହା ପରାମର୍ଶ ଦେବେ ବିନା ପ୍ରଶ୍ନରେ ସେସବୁ କରିବାକୁ ପଡେ । ଏହି ମାନସିକତାର ଫାଇଦା ଡାକ୍ତର ଓ ବେସରକାରୀ ଡାକ୍ତରଖାନା ନେଉଛନ୍ତି । ଗୋଟିଏ ଡାକ୍ତର କରେଇଥିବା ସ୍ୱାସ୍ଥ୍ୟ ପରୀକ୍ଷା ଆଉ ଗୋଟିଏ ଡାକ୍ତରଙ୍କ ପସନ୍ଦ ହୁଏ ନାହିଁ ।

ଅନେକ ଡାକ୍ତର ନିଜ ପସନ୍ଦର ପାରୀକ୍ଷାଗାର, ଔଷଧ ଦୋକାନକୁ ଯିବା ପାଇଁ ବାଧ୍ୟ କରିଥାନ୍ତି । ସରକାରୀ ଡାକ୍ତରଖାନା ଖରାପ ଏମିତି ଏକ ମାନସିକତା ଇତି ମଧ୍ୟରେ ତିଆରି କରାହୋଇ ସାରିଛି । ଏଣୁ ଡାକ୍ତର ସରକାରୀ ହୋଇଥିବେ ଅଥଚ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସାଧାରଣ ଘଟଣା ହେଲାଣି । ସ୍ୱାସ୍ଥ ପରୀକ୍ଷା, ଔଷଧ ଓ ଚିକିତ୍ସା କେବଳ ଡାକ୍ତରଙ୍କ ଇଚ୍ଛା ଓ ରୋଗୀର ଆବଶ୍ୟକତାରେ ହେଉଛି ତାହା ନୁହେଁ ।

ବେପାରୀମାନେ ଡକ୍ତରଙ୍କୁ କେତେ ଭାଗ ଦେବେ ତାରି ଆଧାରରେ ବି ରୋଗୀର ଭାଗ୍ୟ ନିର୍ଦ୍ଧାରଣ ହେଉଛି । ଏଥିପାଇଁ ହୁଏତ ଅନେକଙ୍କୁ ଜମିବାଡି ବିକ୍ରି କରିବାକୁ ପଡିଥାଇ ପାରେ ବା ଧାର କରଜ କରି ମହାଜନ ପାଖରେ ଗୋତି ହେବାକୁ ପଡିପାରେ । ଇତି ମଧ୍ୟରେ ଭୀମସାରକୁ ନେଇ ଆନ୍ଦୋଳନ ପ୍ରଶମିତ ହୋଇଛି । ହେଲେ ଯେଉଁ ମୌଳିକ ପ୍ରଶ୍ନରୁ ଏହା ଆରମ୍ଭ ହୋଇଥିଲା ତାହା ଏବେବି ଅସମାହିତ ରହିଛି ।

ବ୍ରହ୍ମପୁର, ବୁର୍ଲା ଓ କଟକ ଡାକ୍ତରଖାନାକୁ ଲୋକେ ବଡ ଡାକ୍ତରଖାନା ବୋଲି ଭାବନ୍ତି । ଏଣୁ ଏଠିକାର ଚିକିତ୍ସା ଓ ଡାକ୍ତରଙ୍କ ଉପରେ ସେମାନଙ୍କର ଅଧିକ ଭରସା ଥାଏ । ଅଲଗା କେଉଁଠି ରୋଗ ଉପସମ ନହେଲେ ସେମାନେ ଏଠାକୁ ଆସନ୍ତି । କିଛି ବର୍ଷ ଭିତରେ ରାଜ୍ୟରେ ବେସ କିଛି ବେସରକାରୀ ଡାକ୍ତରଖାନା ପ୍ରତି ିତ ହୋଇଛି । ଫଳରେ ଏହିସବୁ ବଡ ଡାକ୍ତରଖାନାକୁ ଆଉ ସମସ୍ତେ ଆସୁ ନାହାନ୍ତି ।

ପଇସାବାଲା ଓ ଗରୀବଙ୍କ ଡାକ୍ତରଖାନ ଅଲଗା ହୋଇଯାଇଛି । ହେଲେ ଡାକ୍ତର ଅଲଗା ନୁହନ୍ତି । ସାଧାରଣ ଲୋକଙ୍କ ଟିକସରୁ ଦରମା ନେଉଥିବା ସରକାରୀ ଡାକ୍ତର ଗରୀବଙ୍କୁ ସେବା ଯୋଗେଇବା ସମୟରେ କର୍ତ୍ତବରେ ଅବହେଳା କରି ଅଧିକ ଅର୍ଥ ଲାଳସାରେ ଥିଲାବାଲାଙ୍କୁ ଘରୋଇ ଚିକିତ୍ସା କରୁଛନ୍ତି । ସରକାରି ଡାକ୍ତରଖାନାରେ ଅବହେଳିତ ଗରୀବ ରୋଗୀ ନିଜର କ୍ଷୀଣ ସ୍ୱରରେ କେତେ ପ୍ରତିବାଦ କରିବ ? କିଛି କର୍ମ ଆଦରି ପଡିରହିଲେ ଓ କିଛି ସର୍ବସ୍ୱାନ୍ତ ହୋଇ ଘରୋଇ ଚିକିତ୍ସାଳୟର ସରଣ ପଶିବାକୁ ବାଧ୍ୟ ହେଲେ ।

ଭୀମସାରର ନୂତନ ନର୍ଦ୍ଦେଶକ ଏଦିଗରେ ପରିବର୍ତ୍ତନ ପାଇଁ ପଦକ୍ଷେପ ନେଲେ । ସ୍ଥାଣୁ ହୋଇପଡିଥିବା ସରକାରୀ ଚିକିତ୍ସା ବ୍ୟବସ୍ଥାରେ ଏହା ହଲଚଲ ସୃଷ୍ଟି କଲା । ଦାୟୀତ୍ୱରେ ଅବହେଳା କରୁଥିବା ଡାକ୍ତରମାନେ ତାଙ୍କର ଉତ୍ତରଦାୟୀତ୍ୱକୁ ନେଇ କେବେ କଇଫତ ଦେବାରେ ଅଭ୍ୟସ୍ତ ନଥିଲେ । ହଠାତ ନିର୍ଦ୍ଦେଶକଙ୍କ ଚଢାଉ ସେମାନଙ୍କର ପରକିୟାପ୍ରିତିକୁ ପଦାରେ ପକେଇଦେବା ହେତୁ ଅପଦସ୍ତ ଓ ଅପମାନିତ ହୋଇଥାଇପାରନ୍ତି ।

ହେଲେ ନିଜକୁ ସୁଧାରି ନେବା ବଦଳରେ ଚୋର ମୁହଁ ଟାଣ ଭଳି ପରକିୟାପ୍ରତିକୁ ଘୋଡାଇବା ପାଇଁ ପ୍ରତିକ୍ରୟାଶୀଳ ହୋଇପଡିଲେ । ନିଜକୁ କ୍ଷମତାଶାଳୀ ମନେକରୁଥିବା କତିପୟ ଲୋକ ଅଉ ଜଣେ ତାଙ୍କ ଉପରେ କ୍ଷମତା ଜାହିର କରୁ ଏକଥା ହଜମ ହେଲାନାହିଁ ବୋଧହୁଏ । ଅପରପକ୍ଷରେ ଦିର୍ଘ ଦିନର ଅବହେଳାକୁ ବରଦାସ୍ତ କରିଆସୁଥିବା ଲୋକେ କେହି ଜଣେ ବିରାଡି ବେକରେ ଘଣ୍ଟି ବାନ୍ଧି ବାକୁ ସକ୍ଷମ ହେବାର ଦେଖି ନିଜର ଅବଦମୀତ କ୍ରୋଧକୁ ଜାହିର କରିଥିଲେ ।

ସମଗ୍ର ପଶ୍ଚିମାଞ୍ଚଳରେ ନିର୍ଦ୍ଦେଶକଙ୍କ ସପକ୍ଷରେ ଦଳମତ ନିର୍ବିଷେଶରେ ଉଠିଥିବା ସମର୍ଥନର ସ୍ୱର ପ୍ରକୃତପକ୍ଷେ ସ୍ୱାସ୍ଥ୍ୟ ସେବାରେ ଥିବା ଦୁର୍ନିତି ବିରୁଦ୍ଧରେ ଏକ ଜନ ଆନ୍ଦୋଳନ ଥିଲା । ଭୀମସାର ନିର୍ଦ୍ଦେଶକ ନେଇଥିବା ପଦକ୍ଷେପ ତାଙ୍କ ଦାୟୀତ୍ୱ ବୋଧର ପରିଚାୟକ ମାତ୍ର । ରାଜ୍ୟରେ ପିସି କାରବାରକୁ ବନ୍ଦ କରିବା ପାଇଁ ଆହ୍ୱାନ ଦେଇଥିବା ସରକାର ପ୍ରତ୍ୟେକ ଅନୁ ।ନର ମୂଖ୍ୟଙ୍କୁ ଏମିତି ଦାୟୀତ୍ୱ ସଚେତନ କରିପାରିଲେ ଦୁର୍ନିତୀମୁକ୍ତ ଶାସନତନ୍ତ୍ର ସମ୍ଭବ ।

ଡାକ୍ତମାନେ କର୍ତ୍ତବ୍ୟ ପରାୟଣ ହେଲେ ନିଜର ସମ୍ମାନ ଫେରି ପାଇବେ । ସହିପରି ପ୍ରତ୍ୟେକ ସାଧାରଣ ମଣିଷ ନିଜର ହକ ପାଇଁ କ୍ଷମତା କେନ୍ଦ୍ରକୁ ପ୍ରଶ୍ନ କରିବା ଶିଖିଲେ ଉଭୟଙ୍କ ପାଇଁ ଶୋଷଣ ମୁକ୍ତ ସେବା ପ୍ରତିଷ୍ଠିତ ହେବ ।

ଘାସିରାମ ପଣ୍ଡା

Filed Under: ସ୍ୱାସ୍ଥ୍ୟ Tagged With: ଶୋଷଣ, ସ୍ୱାସ୍ଥ୍ୟ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Interim pages omitted …
  • Page 269
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ