ଶିକ୍ଷା ଅଧିକାର ଆଇନ ଅନୁଯାୟୀ ୬ ରୁ ୧୪ ବର୍ଷ ବୟସର ସମସ୍ତ ପିଲାଙ୍କ ଶିକ୍ଷାକୁ ମାଗଣା ଓ ବାଧ୍ୟତା ମୂଳକ କରାଯାଇଛି । ଏଥି ସହିତ ସମସ୍ତଙ୍କ ପାଇଁ ପ୍ରାକ ପ୍ରାଥମିକ ଶିକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ଏହି ଆଇନରେ ସରକାରଙ୍କୁ ଦାୟୀତ୍ୱ ଦିଆଯାଇଛି । ସମସ୍ତେ ବିଦ୍ୟାଳୟକୁ ଯାଇପାରିବେ, ଏଣୁ ଏକ କିଲୋମିଟର ଭିତରେ ପ୍ରାଥମିକ ଓ ତିନି କିଲୋମିଟର ଭିତରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଓଡିଶା ସରକାର ନୀୟମାବଳୀରେ ପ୍ରତିଶୃତି ଦେଇଛନ୍ତି ।
ଏଥିପାଇଁ ପ୍ରତି ବର୍ଷ ସର୍ବେକ୍ଷଣ କରାଯାଇ ଆବଶ୍ୟକତା ଥିବା ଅଂଚଳରେ ବିଦ୍ୟାଳୟ ସ୍ଥାପନ କରିବା ସରକାରଙ୍କ ଏକ ଆଇନଗତ କର୍ତ୍ତବ୍ୟ । ଯେଉଁମାନଙ୍କୁ ନିର୍ଦ୍ଧାରିତ ଦୂରତାରୁ ଅଧିକ ଯିବାକୁ ପଡୁଛି, ସେମାନଙ୍କ ପାଇଁ ସହାୟକ ଓ ଯାତାୟତ ଖର୍ଚ୍ଚ ପ୍ରଦାନ ଶିକ୍ଷା ଅଧିକାର ଆଇନର ଏକ ବୈଶିଷ୍ଠ୍ୟ । ଏତେ ବ୍ୟବସ୍ଥା ସତ୍ୱେ ଏହି ବୟସର ଅନେକ ପିଲା ରାସ୍ତା କଡ ଢାବା, ଚା ଦୋକାନ, ଘରୋଇ କାର୍ଯ୍ୟ ଓ ଆହୁରି ଅନେକ ବିପଦସଂକୁଳ ସ୍ଥଳିରେ ଦେଖିବାକୁ ମିଳୁଛନ୍ତି ।
କହିବାକୁ ଗଲେ ୬ ରୁ ୧୪ ବର୍ଷର ସମସ୍ତ ପିଲା ଏବେ ବି ବିଦ୍ୟାଳୟର ପରିଧି ଭିତରକୁ ଆସିପାରି ନାହାନ୍ତି । ବିଭିନ୍ନ ସମୟରେ ପିଲା ମାନେ କାହିଁକି ବିଦ୍ୟାଳୟ ବାହାରେ ରହୁଛନ୍ତି ତାର କାରଣ ଆଲୋଚିତ ହୋଇଛି ଓ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସତ୍ୱେ ବି ସଫଳତା ମିଳି ପାରୁ ନାହିଁ । ଏହାର ଏକ ବଡ କାରଣ ହେଲା କେଉଁ ସ୍ଥାନରେ କେତେ ସଂଖ୍ୟାରେ ପିଲା ବିଦ୍ୟାଳୟ ବାହାରେ ଅଛନ୍ତି ତାକୁ ନେଇ ଏକ ସ୍ପଷ୍ଟ ଚିତ୍ର କାହା ପାଖରେ ନାହିଁ ।
ପ୍ରତ୍ୟେକ ପିଲାଙ୍କୁ ଠାବ କରି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚହ୍ନଟ ସଂଖ୍ୟା ପ୍ରଦାନ ପୂର୍ବକ ପ୍ରଗତିର ବିବରଣୀ ରଖିବାକୁ ସର୍ବ ଶିକ୍ଷା ଅଭିଯାନ ଇ-ଶିଶୁ କାର୍ଯକ୍ରମ କରିଛନ୍ତି । ଏହାର ସଫଳତା ପାଇଁ ଗଣ ଶିକ୍ଷା ବିଭାଗ ଜାତୀୟ ସ୍ତରରେ ପ୍ରଶଂସିତ ହେବା ସହ ପ୍ରଧାନ ମନ୍ତ୍ରୀ ପୁରଷ୍କାର ଲାଭ କରିଛି । ଏହା ସତ୍ୱେ ବିଦ୍ୟାଳୟ ବାହାରେ କେତେ ପିଲା, ଏହାର ଉତ୍ତର ବିଭାଗ ପାଖରେ ନାହିଁ !
ବିଦ୍ୟାଳୟ ବାହରେ ଥିବା ପିଲାଙ୍କ ସ୍ଥିତି କୁ ନେଇ ୨୦୧୫ ମସିହାରେ ଉଚ୍ଚ ନ୍ୟାୟାଳୟରେ ବିଭାଗ ସତ୍ୟ ପାଠ ଦାଖଲ କରି ୨୦୦୫ ପରଠାରୁ ଏନେଇ କୌଣସି ଅଗ୍ରଗତି ହୋଇନଥିବା ସ୍ୱିକାର କରିଥିଲେ । ଏବେବି ସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇଥିବା ମନେ ହେଉନାହିଁ । କିଛିଦିନ ପୂର୍ବେ ଶିକ୍ଷକ ମାନଙ୍କ ସହାୟତାରେ ପିଲାଙ୍କ ସ୍ଥିତି ନେଇ ସମଗ୍ର ରାଜ୍ୟରେ ଘରକୁ ଘର ସର୍ବେକ୍ଷଣ କରାଯାଇଛି ।
ଏପରି ଏକ ବ୍ୟୟ ବହୁଳ ଓ ସମୟ ସାପେକ୍ଷ କାର୍ଯକ୍ରମ ସତ୍ୱେ ବିଭାଗ ବିଦ୍ୟାଳୟ ବାହାରେ ଥିବା ପିଲା ସଂଖ୍ୟାକୁ ନେଇ ନିଶ୍ଚିତ ନାହାନ୍ତି! ଏଣୁ ଏପର୍ଯ୍ୟନ୍ତ ଏହି ତଥ୍ୟକୁ ସର୍ବ ସାଧାରଣଙ୍କ ଗୋଚରକୁ ଅଣାଯାଇ ନାହିଁ (?) ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଠାବ କରିବା ଏକ ନିରନ୍ତର ପ୍ରକ୍ରୟା । ଏପରି ହେଲେ ହିଁ ପିଲାଙ୍କୁ ପୁନଃ ବିଦ୍ୟାଳୟକୁ ଫରେଇ ଅଣାଯାଇ ପାରିବ ଓ ପ୍ରାଥମିକ ଶିକ୍ଷା ସମ୍ପୁର୍ଣ୍ଣ କରିବାରେ ସହାୟକ ହେବ ।
ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ଗତ ୩୧ ମାର୍ଚ, ୨୦୧୪ରେ ଜାରି ହୋଇଥିବା ଏକ ବିଜ୍ଞପ୍ତିକୁ ଆଲୋଚନାକୁ ଅଣାଯାଇ ପାରେ । ୬ ରୁ ୧୪ ବର୍ଷ ବୟସର ଅନେକ ପିଲା ଥାଇ ପାରନ୍ତି ଯେଉଁମାନେ କେବେବି ବିଦ୍ୟାଳୟରେ ନାମ ଲେଖାଇ ନଥିବେ । ଶିକ୍ଷା ଅଧିକାର ଆଇନ ଧାରା ୯ (ଛ) ଅନୁଯାୟୀ ସେପରି ପିଲାମାନଙ୍କୁ ବୟସ ଅନୁଯାୟୀ ଶ୍ରେଣୀରେ ନାମଲେଖାଇବା ସହ ଅବଶ୍ୟକୀୟ ସ୍ୱତନ୍ତ୍ର ତାଲିମ ଯୋଗାଇବା ସ୍ଥାନୀୟ ଅଧିକାରୀଙ୍କ ଦାୟୀତ୍ୱ ।
ଏଣୁ ଏପରି ପିଲାଙ୍କୁ ଚିହ୍ନଟ କରାଯିବାର ଅବଶ୍ୟକତା ଉପରେ ଏହି ବିଜ୍ଞପ୍ତିରେ ଗୁରୁତ୍ୱ ଦିଆଯାଇଛି । ଆମ ରାଜ୍ୟ ନୀୟମାବଳୀର ଧାର ୫ ଅନୁଯାୟୀ ୬ ରୁ ୧୪ ବର୍ଷର ପିଲା ଯେଉଁମାନେ ନାମ ଲେଖାଇ ନାହାନ୍ତି ଓ ଯେଉଁମାନେ ନାମ ଲେଖାଇଛନ୍ତି ଅଥଚ ଅନୁପସ୍ଥିତ ରହୁଛନ୍ତି, ଉଭୟଙ୍କୁ ବିଦ୍ୟାଳୟ ବାହାରେ ଥିବା ପିଲା ଭାବରେ ଗଣାଯାଇଛି ।
ନାମ ଲେଖାଯାଇଥିବା ସତ୍ୱେ ବିଦ୍ୟାଳୟରେ ଅନୁପସ୍ଥିତ ହେଉଥିବା ପିଲାଙ୍କୁ ଚିହ୍ନଟ ଓ ପୁନଃ ଯୋଗଦାନ ନିମନ୍ତେ ଉତ୍ସାହିତ କରିବା ପାଇଁ ବିଭାଗ ଦ୍ୱାରା ଜାରୀ ଏହି ବିଜ୍ଞପ୍ତିରେ ଗୁରୁତ୍ୱ ଦିଆଯାଇଛି । ଯଦି ପିଲା ୭ ଦିନ ହେଲା ଅନୁପସ୍ଥିତ ହେଲାଣି ତାହେଲେ ପିଲା ତଥା ଅଭିବାବକଙ୍କୁ ବିଦ୍ୟାଳୟର ଶିକ୍ଷକ ଦେଖାକରି ଅସୁବିଧା ବୁଝିବେ ଓ ବିଦ୍ୟାଳୟରେ ଉପସ୍ଥିତ ରହିବା ପାଇଁ ବୁଝାସୁଝା କରିବେ । ଯଦି ପିଲା ୧୦ ଦିନ ହେଲା ଅନୁପସ୍ଥିତ ରହିଲାଣି ଏହି ଦାୟୀତ୍ୱ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେବେ ।
ଏହା ସତ୍ୱେବି ପିଲା ଅନୁପସ୍ଥିତ ରହିଲେ ୧୫ ଦିନ ପରେ ବିଦ୍ୟାଳୟ ପରିଚାଲନା କମିଟି ତଥା ପଂଚାୟତିରାଜ ଅନୁଷ୍ଠାନର ସଦସ୍ୟ / ସଦସ୍ୟା ମାନେ ଏଥିରେ ସହାୟତା କରିବେ । ଏହା ପରେବି ପରବର୍ତ୍ତି ତନି ଦିନ ପର୍ଯ୍ୟନ୍ତ ପିଲା ବିଦ୍ୟାଳୟକୁ ନଆସିଲେ ସିଆରସିସି ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ଯଥା ସାଧ୍ୟ ଉଦ୍ୟମ କରିବେ ।
ଯଦି ପିଲା ୩୦ ଦିନରୁ ଅଧିକ ଅନୁପସ୍ଥିତ ରୁହେ ତାହେଲେ ତାକୁ ବିଦ୍ୟାଳୟ ବାହାରେ (ଡ୍ରପ ଆଉଟ) ବୋଲି ଘୋଷଣା କରାଯିବ ଓ ୩୦ ଦିନ ପରେ ବିଦ୍ୟାଳୟକୁ ଫେରିଲେ ଆଉଥରେ ନାମ ଲେଖିବାକୁ ହେବ । ୨୦୧୪ ମସିହା ଠାରୁ ଜାରି ଏହି ବିଜ୍ଞପ୍ତି କିନ୍ତୁ ନଜର ଅଢୁଆଳରେ ରହିଯାଛି । ବିଜ୍ଞପ୍ତିରେ ଦାୟୀତ୍ୱ ନ୍ୟସ୍ତ କରାଯାଇ ଥିବା ଅଧିକାରୀଙ୍କ ସମେତ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ତଦାରଖ କାରୀ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଏହାର କାର୍ଯ୍ୟାନ୍ୱୟନ ପାଇଁ ଗୁରୁତ୍ୱ ଦେଇ ନାହାନ୍ତି ।
ପ୍ରକୃତ ପକ୍ଷେ ଏହାକୁ କାର୍ଯକାରୀ କରିବାକୁ ଥିବା ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଅବା ସିଆରସିସି ମାନେ ଅନେକ ଜାଗାରେ ଏପରି ଏକ ବିଜ୍ଞପ୍ତି ଥିବା ନେଇ ଅଜ୍ଞ । ଆଉ ଯେଉଁମାନେ ଏ ବିଜ୍ଞପ୍ତି ସମ୍ପର୍କରେ ଜାଣିଛନ୍ତି, ଉପରିସ୍ଥ ଅଧିକାରୀ ଏ ବିଷୟରେ କେବେବି ତଦାରଖ କରୁନଥିବାରୁ ଅଯଥା ଦାୟୀତ୍ୱ ଭାବି ଆଡେଇ ଯାଉଛନ୍ତି ।
ବଲାଙ୍ଗିର, ସୁବର୍ଣ୍ଣପୁର, କଳାହାଣ୍ଡି ଜିଲ୍ଲା ମାନଙ୍କରୁ ଦାଦନ ଯାଉଥିବା ପିଲାମାନେ ତିନିମାସ ପରେ ଫେରିଲେ ବି ବିଦ୍ୟାଳୟ ବାହାରେ ବୋଲି ଘୋଷିତ ହେଉ ନାହନ୍ତି କି ଆଉଥରେ ସେମାନଙ୍କ ନାମ ଲେଖା ଯାଉ ନାହିଁ । ପ୍ରାୟ ପ୍ରତ୍ୟେକ ବିଦ୍ୟାଳୟରେ ପିଲା କୌଣସି ନା କୌଣସି କାରଣରୁ ଅନୁପସ୍ଥିତ ରହୁଥିଲେବି ୭, ୧୦ ବା ୧୫ ଦିନରେ ନିଆଯିବାକୁ ଥିବା ବା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିବରଣୀ ବିଦ୍ୟାଳୟ ମାନଙ୍କରେ ଉପଲବ୍ଧ ନହେବା ଏହାର ଗୋଟିଏ ଗୋଟିଏ ଉଦାହରଣ ।
୭ ଦିନରୁ ୩୦ ଦିନ ପାର୍ଯନ୍ତ ପର୍ଯାୟ କ୍ରମେ ଦିଆଯାଇ ଥିବା ଦାୟୀତ୍ୱ ତୁଳାଯାଇ ପାରିଲେ ବିଭିନ୍ନ ସ୍ଥିତିରେ ବିଦ୍ୟାଳୟ ବାହାରେ କେଉଁ ଠାରେ କେତେ ପିଲା ଅଛନ୍ତି ତାର ନିରନ୍ତର ଆକଳନ କରାଯାଇ ପାରିବ । ଏହା ବିଦ୍ୟାଳୟ ବାହାରେ ରହୁଥିବା ପିଲାଙ୍କ ସଂଖ୍ୟାରେ ହ୍ରାସ ଘଟାଇବାରେ ସହାୟକ ହୋଇ ପାରିବ ।



କେମିତି ବାହାରୁଥିଲା ପୁରୁଣା ଓଡିଆ ପତ୍ରିକା ? ସେଥିରେ କେଉଁ ମାନେ ଲେଖୁଥିଲେ ? ଏବେ ବାହାରୁଥିବା ପତ୍ର ପତ୍ରିକା ସବୁ କଣ? ଜଣେ ଜିଜ୍ଞାସୁ ଓଡିଆ ଭାଷା ପ୍ରେମୀ ଭାବେ ଯଦି ଏହାର ଉତ୍ତର ଖୋଜିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡିବନି ।
ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ଓ କିସ୍ର ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ଶିକ୍ଷାବିତ୍ ଡକ୍ଟର ଅଚ୍ୟୁତ ସାମନ୍ତ ୨୦୦୦ ମସିହାରେ ପ୍ରତିଷ୍ଠା କରିଥିଲେ କାଦମ୍ବିନୀ ମିଡିଆ ପ୍ରା.ଲି. ।
ଏହାର ଆଦ୍ୟ ଉଦ୍ୟମ ସ୍ୱରୂପ ସେହି ବର୍ଷ ଜୁଲାଇ ମାସରେ ଆତ୍ମପ୍ରକାଶ କରିଥିଲା ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ଭାବେ ‘କାଦମ୍ବିନୀ’ ।
ଡ. ଇତି ସାମନ୍ତଙ୍କ ବଳିଷ୍ଠ ସମ୍ପାଦନାରେ ଏହି ପତ୍ରିକା ଏବେ ଓଡ଼ିଶାର ପ୍ରତିଷ୍ଠିତ ଓ ସର୍ବାଧିକ ପ୍ରସାରିତ ପତ୍ରିକା (ଏବିସି ସ୍ୱୀକୃତିପ୍ରାପ୍ତ) ତଥା ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କର ପ୍ରିୟ ପାରିବାରିକ ବନ୍ଧନ ଭାବେ ଯଥେଷ୍ଟ ଲେଖକୀୟ ଓ ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ଲାଭ କରିପାରିଛି ।
ସେହିପରି ୨୦୦୨ ମସିହାରୁ ପ୍ରତିବର୍ଷ ଜାନୁଆରୀ ମାସରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ର ଆୟୋଜନ କରିଥାଏ । ଏହି ଅବସରରେ ୨୦୦୯ ମସିହାରୁ ଆୟୋଜିତ ହୋଇଆସୁଛି ଅଭିନବ ପରିକଳ୍ପନାର ଓଡ଼ିଶାରେ ଏକମାତ୍ର ‘କାଦମ୍ବିନୀ ପତ୍ରିକା ହାଟ’ ।
ଓଡ଼ିଶାର ସାମାଜିକ, ସାଂସ୍କୃତିକ, ସାହିତ୍ୟିକ ଓ ଶୈକ୍ଷିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଆ ପତ୍ରିକାର ରହିଛି ଏକ ଯୁଗାନ୍ତକାରୀ ଅବଦାନ । ଏହି ଅବିସ୍ମରଣୀୟ ଅବଦାନକୁ ସ୍ମରଣ କରିବା ସହ ସେଇ ଗୌରବମୟ ଐତିହ୍ୟର ସାର୍ଥକ ସ୍ମୃତିକୁ ପୁନଃ ଜାଗୃତ କରି ଗୋଟିଏ ମଞ୍ଚରେ ପୁରାତନ ଓ ସମକାଳୀନ ସମସ୍ତ ପତ୍ରିକାକୁ ଦେଖି, ଛୁଇଁ, ଅନୁଭବ କରିବା ଭଳି ଦୃଷ୍ଟିଭଙ୍ଗୀକୁ ନେଇ ଏହି ହାଟ ପରିକଳ୍ପନା ।
ଅବସର ଥିଲା ‘କାଦମ୍ବିନୀ’ ଦ୍ୱାରା ଆୟୋଜିତ ଦଶମ ‘କାଦମ୍ବିନୀ ପତ୍ରିକା ହାଟ’। ଏହା ସହ ମଧ୍ୟ ଅନୁଷ୍ଠିତ ହୋଇଥିଲା ପଞ୍ଚଦଶ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’,ଏବଂ ‘କୁନାକୁନି ମେଳା’ କାର୍ଯ୍ୟକ୍ରମ ।
କୁନ୍ଦୁଲି ଆଦି ଘଟଣା ଭିତରେ ଶାସକ ବିଜେଡ଼ି ଦଳ ଏହି ଆସନଟିକୁ ଦଖଲ କରିବାରେ ନବୀନଙ୍କ ପାଇଁ ସମ୍ନାନର ପ୍ରଶ୍ନ ହୋଇ ରହିଛି।
୨୦୧୪ ବିଧାନ ସଭା ନିର୍ବାଚନରେ ବିଜେପୁରରୁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ମାତ୍ର ୪୫୮ ଭୋଟ ବ୍ଯବଧାନ ରେ ହାରିଥିଲେ। ତେବେ ହେବାକୁ ଥିବା ଉପନିର୍ବାଚନରେ ନବୀନଙ୍କ ଲୋକ ପ୍ରିୟତା ଏବଂ ସହାନୁଭୁତି ଆଧାରରେ ଭୋଟ ଅକ୍ତିଆର କରିବାର ବିଜେଡି ଯୋଜନା ରଖିଛି।
ତେବେ ସବୁ ଦଳରେ କିଛି ନା କିଛି ଅନ୍ତର୍ଦ୍ଵନ୍ଦ ଥିବା ପରିଲକ୍ଷିତ ହୋଇଛି ।ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ଦଳର ସବୁ କର୍ମୀ ପୂର୍ଣ ମାତ୍ରାରେ ସମର୍ଥନ କରୁନଥିବା ବେଳେ, କଂଗ୍ରେସର ଗୋଟିଏ ଗୋଷ୍ଠୀ ସାହୁଙ୍କ ପ୍ରାର୍ଥିତ୍ଵ କୁ ଭିତରେ ଭିତରେ ବିରୋଧ କରୁଛନ୍ତି।