• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଜନୀତି

କଂଗ୍ରେସ ଦ୍ଵାରା ଶିଶୁଭବନ ମୃତ୍ୟୁ ଘଟଣାର ଯାଞ୍ଚ

August 25, 2015 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦ ଦାତା

କଟକ, ୨୫ ଅଗଷ୍ଟ (ଓଡିଶା ଡଟ୍ କମ୍): କଟକ ସ୍ଥିତ ରାଜ୍ୟର ସବୁଠାରୁ ଭରସା ଯୋଗ୍ୟ ସରକାରୀ ଶିଶୁ ଚିକିତ୍ସା କେନ୍ଦ୍ର ଶିଶୁଭବନ ଠାରେ ଗତ ଚାରି ଦିନରେ ୨୬ ଜଣ ଶିଶୁଙ୍କ ମୃତ୍ୟୁର ଅଭିଯୋଗ
ହେବାପରେ କଂଗ୍ରେସର ଏକ ପ୍ରତିନିଧି ଦଳ ଏହାର ଯାଞ୍ଚ ପାଇଁ ମଙ୍ଗଳବାର ସେଠାରେ ପହଞ୍ଚିଛନ୍ତି ।

ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ଵରେ ଯାଇଥିବା ଏହି ଦଳ ମୃତ ଶିଶୁ ମାନଙ୍କର ପରିବାରର ସଦସ୍ୟ ଓ ହାସପାତାଲର ଡାକ୍ତର ଓ କର୍ମଚାରୀଙ୍କୁ ପଚରା ଉଚୁରା କରିଥିଲେ ।

ଗତ କିଛି ଦିନ ମଧ୍ୟରେ ଶିଶୁଭବନରେ ୨୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କେତେକ ଅଭିଭାବକ ଚିକିତ୍ସା ଅଭାବରୁ ଏହି ମୃତ୍ୟୁ ଘଟିଥିବା ଅଭିଯୋଗ କରିଥିବା ବେଳେ ଶିଶୁଭବନ ଅଧୀକ୍ଷକ ଏହାକୁ ଖଣ୍ଡନ କରିଛନ୍ତି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି, ସ୍ୱାସ୍ଥ୍ୟ Tagged With: ଶିଶୁଭବନ ମୃତ୍ୟୁ

ପୋଲିସ ଆଇନରେ ପରିବର୍ତ୍ତନ କାହିଁକି ଓ କାହା ପାଇଁ (ରୋକ୍ ଠୋକ୍)

August 22, 2015 by ନିଉଜ ଡେସ୍କ Leave a Comment

କେଦାର ମିଶ୍ର

୧୮୬୧ରୁ ଆଜି ଭିତରେ କେତେ ବଡ଼ ପରିବର୍ତ୍ତନ ଘଟି ସାରିଛି । ୧୮୬୧ର ଭାରତ ପରାଧୀନ ଭାରତ । ସେହି ସମୟରେ ବି୍ରଟିଶ୍‍ ସରକାର ଭାରତୀୟମାନଙ୍କୁ ଦମନ କରିବା ଲାଗି ପୋଲିସ ବାହିନୀର ଗଠନ କରିଥିଲେ ଓ ସେହି ମୁତାବକ ଭାରତୀୟ ପୋଲିସ୍‍ ଆଇନ୍‍ ୧୮୬୧ ପ୍ରଣୟନ କରାଯାଇଥିଲା।

ଦୁର୍ଭାଗ୍ୟର କଥା ହେଉଛି  । ୧୮୬୧ ପରେ ଭାରତବାସୀ ଦୀର୍ଘକାଳ ଧରି ନିଜର ମୁକ୍ତିଲାଗି ସଂଗ୍ରାମ କରିଛନ୍ତି  । ମୁକ୍ତି ସଂଗ୍ରାମରେ ପୋଲିସ୍‍ର ଲାଠି ଓ ଗୁଳି ଖାଇ ବହୁ ଭାରତୀୟ ଶହୀଦ୍‍ ହୋଇଛନ୍ତି    ତା’ର ପରିଣତି ସ୍ୱରୂପ ୧୯୪୭ ଅଗଷ୍ଟ ୧୫ରେ ଆମେ ଏକ ସ୍ୱାଧୀନ ଦେଶ ଭାବରେ ମୁଣ୍ଡ ଟେକି ଠିଆ ହୋଇଛୁ  ।

ଆଜି ପୃଥିବୀର ବୃହତ୍ତମ ଗଣତନ୍ତ୍ର ଓ ସବୁଠୁ ଅଧିକ ସମ୍ବେଦନଶୀଳ ନାଗରିକ ସମାଜ ଭାବରେ ଆମର ପତିଆରା ବଢିଛି  । ହେଲେ ୧୮୬୧ର ସ୍ଥିତି ଓ ପରିସ୍ଥିତି ବଦଳି ନାହିଁ  । ସେହି ବର୍ଷ ଯେଉଁ ପୋଲିସ୍‍ ଆଇନ୍‍ ବ୍ରିଟିଶ୍‍ ସରକାର ପ୍ରଣୟନ କରିଥିଲେ, ତା’କୁ ବିନା ପରିବର୍ତ୍ତନରେ ଭାରତ ସରକାର ଗ୍ରହଣ କରିଛନ୍ତି  ।

ଆମ ପୋଲିସ୍‍ ଆଜି ମଧ୍ୟ ୧୮୬୧ର ଆଇନ୍‍ ଅନୁସାରେ ପରିଚାଳିତ  । ପୋଲିସ୍‍ର ଚେହେରା, ଚରିତ୍ର, ଆଚରଣ ଓ ଉଚ୍ଚାରଣ ସେଇ ବ୍ରିଟିଶ ଅମଳର ଆଇନ୍‍ ଭିତରେ ସୀମିତ ରହିଛି  । ସେଥିପାଇଁ ୧୯୭୭ ମସିହାରେ ଯେତେବେଳେ ଜାତୀୟ ପୋଲିସ୍‍ କମିଶନ ଗଠନ କରାଗଲା, ଏହି କମିଶନ ନିଜ ସୁପାରିଶରେ କହିଥିଲେ ଯେ, ସମୟର ପରିବର୍ତ୍ତନ ସହିତ ପୋଲିସ୍‍ ଆଇନ୍‍ର ପରିବର୍ତ୍ତନ ନ ହେବା ଦୁର୍ଭାଗ୍ୟଜନକ  ।

ଇତିମଧ୍ୟରେ ଦେଶର ରାଜନୈତିକ, ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ପରିବେଶ ବଦଳିଛି  । ଏହି ପରିବର୍ତ୍ତନ ସହିତ ତାଳ ଦେଇ ଆମର ପୋଲିସ୍‍ ବଦଳିନାହିଁ  । ବିଭିନ୍ନ ସମୟରେ ବିଭିନ୍ନ  କମିଟି, କମିଶନ ଗଠିତ ହୋଇଛି  । ସେମାନଙ୍କର ସୁପାରିଶ୍‍ ପୁରୁଣା ଫାଇଲ୍‍ ରେ ଧୂଳି ଖାଉଛି  । ରିବେରୋ କମିଶନ୍‍, ସୋଲି ସରାବ୍‍ଜୀ ଭଳି କମିଶନଙ୍କ ରିପୋର୍ଟ ଏ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ  । ତେବେ କୌଣସି କମିଶନର ରିପୋର୍ଟ ଆଜି ପର୍ଯ୍ୟନ୍ତ ସଠିକ୍‍ ଭାବରେ କାର୍ଯ୍ୟକାରୀ ହୋଇପାରିନାହିଁ  ।

ପୋଲିସ୍‍ ପ୍ରଶାସନରେ ସଂସ୍କାର ଆଣିବା ପାଇଁ ଓ ବ୍ରିଟିଶ୍‍ ଢାଞ୍ଚାର ପରିବର୍ତ୍ତନ ସକାଶେ ମାନ୍ୟବର ସୁପ୍ରିମ୍‍କୋର୍ଟ ୨୦୦୬ ମସିହାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କଲେ  । ପୋଲିସ୍‍ ବ୍ୟବସ୍ଥା ଆମ ସମ୍ବିଧାନ ଅନୁସାରେ ରାଜ୍ୟର ବିଷୟବସ୍ତୁ ହୋଇଥିବାରୁ ପ୍ରତ୍ୟେକ ରାଜ୍ୟ ନିଜ ନିଜର ପୋଲିସ୍‍ ଆଇନ୍‍ ପ୍ରଣୟନ କରିବା ଦରକାର ଓ ସେଥିପାଇଁ ଏକ ନିର୍ଦ୍ଧିଷ୍ଟ ଗାଇଡ୍‍ ଲାଇନ୍‍ ସୁପ୍ରିମ କୋର୍ଟ ପ୍ରଣୟନ କଲେ  ।

ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶରେ ଗୋଟିଏ କଥା ସ୍ପଷ୍ଟ ଥିଲା ଯେ, ପୋଲିସ୍‍ର ଉପନିବେଶବାଦୀ ମନୋବୃତ୍ତି ପରିବର୍ତ୍ତନ ହେବା ଦରକାର  । ତଦନୁଯାୟୀ ରାଜ୍ୟସରକାର ଗୁଡ଼ିକ ନିଜ ନିଜର ପୋଲିସ୍‍ ଆଇନ୍‍ ପ୍ରଣୟନ କରିବା ଜରୁରୀ ହୋଇପଡ଼ିଲା  ।

ସେହି କ୍ରମରେ ଓଡ଼ିଶା ସରକାର ୨୦୧୩ରେ ଓଡ଼ିଶା ପୋଲିସ୍‍ ଆଇନ୍‍ ପ୍ରଣୟନ କରିବାକୁ ଚାହିଁଲେ  । ବିଭିନ୍ନ କାରଣରୁ ତା’ ସେତେବେଳେ ସଫଳ ହେଲା ନାହିଁ  । ଚଳିତ ବିଧାନସଭା ଅଧିବେଶନରେ ଓଡ଼ିଶା ପୋଲିସ୍‍ ବିଧେୟକ -୨୦୧୫ ଗୃହୀତ ହେବାର ସମ୍ଭାବନା ରହିଛି  । ବର୍ତ୍ତମାନ ବିଧାନସଭାର ପରିସ୍ଥିତି ଯାହା ସେଥିରେ ପୋଲିସ୍‍ ଆଇନ୍‍ ଭଳି ଏକ ସମ୍ବେଦନଶୀଳ ବିଧେୟକର ସଠିକ୍‍ ଆଲୋଚନା ହୋଇପାରିବ, ଏ ବିଶ୍ୱାସ ନାହିଁ  ।

ଆମର ଆଇନ ପ୍ରଣୟନକାରୀ ବିଧେୟକମାନେ ନିଷ୍ଠାର ସହିତ ବସି ଏହି ବିଧେୟକର ତର୍ଜମା କରିବା ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ନୁହେଁ  । ତେଣୁ ତରବରିଆ ଭାବରେ ଏହି ବିଲ୍‍କୁ ଗୃହୀତ କରାଇବା ଅପେକ୍ଷା ଏହାକୁ ସିଲେକ୍ଟ କମିଟିକୁ ପଠାଇ ଅଧିକ ତର୍ଜମାର ଆବଶ୍ୟକତା ରହିଛି  । ପୁନଶ୍ଚ ପୋଲିସ୍‍ ବିଲ୍‍ ସମ୍ପର୍କରେ ସାଧାରଣ ଜନତା, ନାଗରିକ ସମାଜ, ରାଜ୍ୟର ବାର୍‍ କାଉନ୍‍ସିଲ୍‍ ତଥା ଅନ୍ୟାନ୍ୟ ନାଗରିକ ସଂଗଠନ ସହ ବ୍ୟାପକ ଆଲୋଚନା ହେବାର ଆବଶ୍ୟକତା ରହିଛି  । ପୋଲିସ୍‍ ବିଲ୍‍ ସହିତ ସାଧାରଣ ଜନତାର ପ୍ରତ୍ୟକ୍ଷ ସମ୍ପର୍କ ରହିଛି  ।

ପୋଲିସ୍‍ର ଆଚରଣ ଓ ଉଚ୍ଚାରଣ ଆମ ଜନଜୀବନକୁ ସବୁବେଳେ ପ୍ରଭାବିତ କରେ  । ସେହି ଦୃଷ୍ଟିରୁ ଲୋକଙ୍କର ଆଶା ଓ ଅଭୀପ୍ସାକୁ ଏହି ବିଲ୍‍ ପୂରଣ କରୁଛି କି ନାହିଁ, ତାହା ଦେଖିବା ବିଧାନସଭାର ଦାୟିତ୍ୱ  । ତରବରିଆ ଭାବରେ ଏହି ବିଲ୍‍କୁ ଯଦି ଗୃହୀତ କରାଇ ଦିଆଯାଏ, ଏଥିରେ ରହିଥିବା ଅନେକ ଗଳାବାଟ ପୋଲିସ୍‍କୁ ପୁଣି ଏକଛତ୍ରବାଦୀ ଓ ଅହଙ୍କାରୀ କରିବ  ।

ପୋଲିସ୍‍ ପ୍ରଶାସନର ବଡ଼ ସମସ୍ୟା ହେଉଛି ଏହା ହାତରେ ରହିଥିବା ପ୍ରଭୁତ୍ୱ କ୍ଷମତା  । ପୋଲିସ୍‍କୁ ପ୍ରଚୁର କ୍ଷମତା ଦିଆଯାଇଥିବାବେଳେ ଏହା ଉପରେ ବିଶେଷ ନିୟନ୍ତ୍ରଣ ନାହିଁ  । ସେଥିପାଇଁ ସୁପ୍ରିମ୍‍କୋର୍ଟ ବିଭିନ୍ନ ପରାମର୍ଶ ଦେଇଛନ୍ତି  । ସୁପ୍ରିମ୍‍କୋର୍ଟଙ୍କ ପରାମର୍ଶ ଅନୁସାରେ ରାଜ୍ୟ ଓ ଜିଲ୍ଲାସ୍ତରରେ ପୋଲିସ୍‍ ସୁରକ୍ଷା କମିଶନ ରହିବା ଆବଶ୍ୟକ  ।

ଯେଉଁମାନେ କି ପୋଲିସ୍‍ କାର୍ଯ୍ୟକଳାପର ସମୀକ୍ଷା କରିବା ସହିତ ବିଭିନ୍ନ ସମୟରେ ଏହାର ପରିଚାଳନା ପାଇଁ ମାର୍ଗଦର୍ଶନ ଦେବେ  । ଓଡ଼ିଶା ସରକାରଙ୍କ ପୋଲିସ୍‍ ଆଇନ୍‍ରେ ରାଜ୍ୟ ସୁରକ୍ଷା କମିଶନ ବ୍ୟବସ୍ଥା ରହିଥିବାବେଳେ ଜିଲ୍ଲାସ୍ତରରେ କୌଣସି ବ୍ୟବସ୍ଥା ନାହିଁ  । ରାଜ୍ୟ ସୁରକ୍ଷା କମିଶନକୁ ଆପାତତଃ ଏକ ସରକାରୀ ନିୟନ୍ତ୍ରିତ ସଂସ୍ଥା ଭାବରେ ଗଠନ କରାଯିବାର ପ୍ରସ୍ତାବ ରହିଛି  ।

ଏହି କମିଶନରେ ମୁଖ୍ୟମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ୍‍ ମହାନିଦେ୍ର୍ଧଶକଙ୍କ ସମେତ ଦୁଇଜଣ ଅଣ ରାଜନୈତିକ ନାଗରିକଙ୍କୁ ସାମିଲ୍‍ କରାଯିବାର ବ୍ୟବସ୍ଥା ରହିଛି  । ତେବେ ଗଣତନ୍ତ୍ରରେ ପୋଲିସ୍‍ ବ୍ୟବସ୍ଥାର ସମୀକ୍ଷା ଲାଗି ବିରୋଧୀ ଦଳ ନେତାଙ୍କୁ ଏହି କମିଶନରେ ସାମିଲ୍‍ କରିବା ନିତାନ୍ତ ଉପଯୋଗୀ ହେବ  । ସେହିପରି ସବୁ ସଦସ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହେଉଥିବାରୁ ଏହା ମୂଳତଃ ସରକାରଙ୍କ ଉଦେ୍ଧଶ୍ୟକୁ ହିଁ ପ୍ରମାଣିତ କରିବ  ।

ସେହିପରି ଉଚ୍ଚ ପଦ ପଦବୀର ପୋଲିସ୍‍ ଅଧିକାରୀ ନିଯୁକ୍ତି, ବଦଳି ଇତ୍ୟାଦିର ଦେଖରେଖ କରିବା ଲାଗି ପୋଲିସ୍‍ ପ୍ରତିଷ୍ଠାନ ବୋର୍ଡର ପରିକଳ୍ପନା କରାଯାଇଛି  । ଏହି ବୋର୍ଡର କାର୍ଯ୍ୟକଳାପକୁ ବିଭିନ୍ନ ଥାକରେ ବଣ୍ଟାଯାଇ ପାରିବ  । କେବଳ ରାଜ୍ୟସ୍ତରରେ ଏହାକୁ ସୀମିତ ନ ରଖି ରେଞ୍ଚ୍‍ ଓ ଜିଲ୍ଲାସ୍ତରକୁ ମଧ୍ୟ ଏହା ସମ୍ପ୍ରସାରିତ କରାଯାଇପାରିବ  ।

ପୋଲିସ୍‍ ମହାନିଦେ୍ର୍ଧଶକ ଭଳି ପଦବୀକୁ ଏକ ନିର୍ଦ୍ଧିଷ୍ଟ ସମୟସୀମା ଦେବା ଓ ନିଯୁକ୍ତିରେ ସ୍ୱଚ୍ଛତା ଅବଲମ୍ବନ କରିବା କଥା କୁହାଯାଉଛି  । ଅନେକ ସମୟରେ ରାଜନୈତିକ ନେତୃତ୍ୱ ପୋଲିସ୍‍କୁ  ନିଜ ସ୍ୱାର୍ଥଲାଗି ବ୍ୟବହାର କରୁଛନ୍ତି  । ଯାହାର ପ୍ରମାଣ ପ୍ରକାଶ ମିଶ୍ର ବନାମ ଓଡ଼ିଶା ସରକାରଙ୍କ କେସ୍‍ରେ ଆମେ ଦେଖିବାକୁ ପାଇଲୁ  । ଜୁନ୍‍ ୨୦୧୫ରେ ଓଡ଼ିଶାର ମାନ୍ୟବର ଉଚ୍ଚ  ନ୍ୟାୟାଳୟ ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି  ।

ଓଡ଼ିଶା ସରକାର ଏ କ୍ଷେତ୍ରରେ ସୁପ୍ରିମ୍‍କୋର୍ଟରେ ଅପିଲ୍‍ କରିଥିଲେ ମଧ୍ୟ ସୁପ୍ରିମ୍‍କୋର୍ଟ ସରକାରଙ୍କ ଯୁକ୍ତିକୁ ଖାରଜ କରିଛନ୍ତି  । ସୁତରାଂ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ପୋଲିସ୍‍ ମହାନିଦେ୍ର୍ଧଶକଙ୍କୁ ରାଜନୈତିକ ନେତୃତ୍ୱ ନିଜର ପିଆଦା ଭାବରେ ବ୍ୟବହାର କରିବାକୁ ଚାହୁଁଛନ୍ତି  । ଯିଏ ସରକାରଙ୍କ ହାତବାରିସି ନ ହେଲା, ତାକୁ ହଇରାଣ କରିବା ରାଜନୀତି ନେତୃତ୍ୱର ପ୍ରକୃତି ପାଲଟିଛି  ।

ଏହି ସମସ୍ୟାକୁ କେମିତି ବଦଳାଯାଇପାରିବ, ସେ ସମ୍ପର୍କରେ ପୋଲିସ୍‍ ଆଇନ୍‍ରେ ବିଶେଷ ବ୍ୟବସ୍ଥା ନାହିଁ  । ଯେଉଁ ପୋଲିସ୍‍ ପ୍ରତିଷ୍ଠାନର କଥା କୁହାଯାଉଛି, ତାହା ମୋଟାମୋଟି ସରକାରଙ୍କ ନିୟନ୍ତ୍ରଣରେ ରହିବ ଓ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରିବ  । ପୋଲିସ୍‍ ମହାନିଦେ୍ର୍ଧଶକ ତଥା ଅନ୍ୟାନ୍ୟ ପ୍ରମୁଖ ଅଧିକାରୀଙ୍କ ନିଯୁକ୍ତିରେ ଅଧିକ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ବ୍ୟବସ୍ଥା ହେବା ଜରୁରୀ  ।

ଓଡ଼ିଶା ପୋଲିସ୍‍ ବିଧେୟକର ଉଦେ୍ଧଶ୍ୟ ବୁଝାଇବାକୁ ଯାଇ କୁହାଯାଇଛି ଯେ ‘ସାଧାରଣ ଜନତାର ମାନବିକ ଅଧିକାର ସମୂହର ବିକାଶକୁ ସମ୍ମାନ ଏବଂ ସେମାନଙ୍କର ନାଗରିକ, ରାଜନୀତିକ,ସାମାଜିକ, ଅର୍ଥନୀତିକ ତଥା ସାଂସ୍କୃତିକ ଅଧିକାର ଗୁଡ଼ିକର ସୁରକ୍ଷା ଆଇନ୍‍ ଶାସନର ମୌଳିକ ଉଦେ୍ଧଶ୍ୟ  ।’ତେବେ ଏହି ସବୁ ଅଧିକାରଗୁଡ଼ିକର ସୁରକ୍ଷା ଲାଗି ପୋଲିସ୍‍ ସହିତ ଏହି ସବୁ ଗୋଷ୍ଠୀର ଭାଗିଦାରୀତା ରହିନାହିଁ  ।

ମାନବ ଅଧିକାରର ଉଲ୍ଲଂଘନ କ୍ଷେତ୍ରରେ ସବୁଠୁ ଅଧିକ ପୀଡ଼ିତ ଜନତା ହେଉଛନ୍ତି ରାଜ୍ୟର ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଓ ମହିଳା  । ପୋଲିସ୍‍ ସୁରକ୍ଷା କମିଶନ ତଥା ପ୍ରତିଷ୍ଠାନରେ ଏମାନଙ୍କର ଭାଗିଦାରିତା ଲାଗି କୌଣସି ବ୍ୟବସ୍ଥା ନାହିଁ  । ସେହିପରି ପୋଲିସ୍‍ର ଜନସମ୍ପର୍କ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଓଡ଼ିଶା ପୋଲିସ୍‍ ଆଇନ୍‍ ଏକପ୍ରକାର ନିରବ  । ମାନବ ଅଧିକାରର ଉଲ୍ଲଂଘନ କରୁଥିବା ପୋଲିସ୍‍ ଅଧିକାରୀମାନଙ୍କୁ ଦଣ୍ଡିତ କରିବା ପାଇଁ ବିଧେୟକର ଯେଉଁ ବ୍ୟବସ୍ଥା ରହିଛି, ତାହା ମଧ୍ୟ ଯଥେଷ୍ଟ ନୁହେଁ  । ଅନେକାଂଶରେ ଏହା କେବଳ ଧର୍ମକୁ ଆଖିଠାର ମାତ୍ର  ।

ପୋଲିସ୍‍ ପ୍ରସଙ୍ଗ ହେଉଛି ନାଗରିକ ଜୀବନରେ ସବୁଠୁ ସମ୍ବେଦନଶୀଳ ଓ ଆମର ଗଣତାନ୍ତ୍ରିକ ଭବିଷ୍ୟତ ପାଇଁ ସବୁଠୁ ଗୁୁରୁତ୍ୱପୂର୍ଣ୍ଣ ବିତର୍କ  । ଏହାକୁ ବିନା ବିତର୍କରେ ଯଦି ବିଧାନସଭା ପରିଗୃହୀତ କରନ୍ତି, ତାହା ଆମ ସମସ୍ତଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ  ।

ପୋଲିସ୍‍ ବିଧେୟକ ସମ୍ପର୍କରେ ଉଭୟ ସରକାରୀ ଦଳ ଓ ବିରୋଧୀ ଦଳର ବିଧାୟକମାନେ ତର୍ଜମା କରି ବିତର୍କ ମାଧ୍ୟମରେ ଏଥିରେ ଆବଶ୍ୟକୀୟ ସଂଶୋଧନ ଆଣିବା ଜରୁରୀ  । ଓଡ଼ିଶା ପୋଲିସ୍‍ ବିଧେୟକରେ ଏମିତି କିଛି ବ୍ୟବସ୍ଥା ରହିଛି, ଯାହାକି ନାଗରିକ ବିରୋଧୀ ଓ ମାନବ ଅଧିକାର ବିରୋଧୀ ହେବାର ସମ୍ଭାବନା ଅଧିକ  । ତେଣୁ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଉ ବୋଲି ରାଜ୍ୟବାସୀ ଚାହାଁନ୍ତି  ।

ଫୋନ୍‍ : ୯୪୩୭୧୫୪୪୪୫

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି, ରୋକ ଠୋକ Tagged With: (ରୋକ୍ ଠୋକ୍)ପୋଲିସ ଆଇନ

ପ୍ରକାଶ ମିଶ୍ର ମାମଲା; ସରକାରଙ୍କ ଅପିଲ ସୁପ୍ରିମ କୋର୍ଟରେ ଖାରଜ

August 17, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ , ଅଗଷ୍ଟ ୧୭ (ଓଡିଶା ଡଟ କମ ) ପୂର୍ବତନ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ରଙ୍କ ବିରୁଦ୍ଧରେ କରିଥିବା ମାମଲା ସୁପ୍ରିମ କୋର୍ଟ ରେ ସୋମବାର ଖାରଜ ହୋଇଯିବାରୁ ରାଜ୍ୟ ସରକାର ଅପଦସ୍ତ ହୋଇଛନ୍ତି ।

ବର୍ତମାନ କେନ୍ଦ୍ର ସୁରକ୍ଷା ବଳର ମହା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମିଶ୍ରଙ୍କ ବିରୋଧରେ ରାଜ୍ୟ ଭିଜିଲାନସ୍ ଏକ ମାମଲା ରୁଜୁ କରିଥିଲା । ଏହି ମାମଲା ହାଇକୋର୍ଟ ରଦ୍ଦ କରିଥିଲା । ରାଜ୍ୟ ସରକାର ହାଇକୋର୍ଟ ରାୟ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ଅପିଲ କରିଥିଲେ ।

ବିଚାରପତି ଚେଲେମେଶ୍ଵର ଓ ଅଭୟ ମନୋହର ସାପରାଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟ ବେଞ୍ଚ ଏହାର ବିଚାର କରି ଅପିଲ ଖାରଜ କରିବା ସହ ଜଣେ ସଚ୍ଚୋଟ ଅଫିସର କେମିତି ରାଜନେତାଙ୍କ ହଇରାଣର ଶିକାର ହୁଅନ୍ତି ଏହି ଘଟଣା ତାର ଏକ ଉଦାହରଣ ବୋଲି ଦର୍ଶାଇ ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଯଦି ମିଶ୍ରଙ୍କ ନାମରେ ଭିଜିଲାନସ୍ ତଦନ୍ତ ହୋଇନଥାନ୍ତା ତେବେ ସେ ସିବିଆଇର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବାର ଯଥେଷ୍ଟ ସମ୍ଭାବନା ଥିଲା । ବର୍ତ୍ତମାନ ସେ ସିଆରପିଏଫର ମହା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଉଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ପ୍ରକାଶ ମିଶ୍ର

ପ୍ରସାଦଙ୍କ ନୂଆ ଟିମ, ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ

August 1, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୧ ଅଗଷ୍ଟ (ଓଡିଶା ଡଟ୍ କମ୍): ରାଜ୍ୟ କଂଗ୍ରେସ (ପିସିସି) ସଭାପତି ଭାବେ ଦାୟିତ୍ଵ ନେବାର ସାତ ମାସ ପରେ ପ୍ରସାଦ ହରିଚନ୍ଦନ ପ୍ରଥମ କରି ଗଠନ କରିଥିବା ନୂଆ ଟିମରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଥିବା ପରିଲକ୍ଷିତ ହୋଇଛି ।

prasadପ୍ରସାଦଙ୍କର ଟିମ୍ ରେ ଅଛନ୍ତି ୫୫ ଜଣ ସମ୍ପାଦକ, ୩୭ ଜଣ ସଂଗଠନ ସମ୍ପାଦକ, ୨୫ ଜଣ ସହ ସମ୍ପାଦକ, ୨୩ ଜଣ ସ୍ଵତନ୍ତ୍ର ଆମନ୍ତ୍ରିତ ସଦସ୍ୟ, ୧୦ ଜଣ ଉପସଭାପତି ଓ ୫ ଜଣ ରାଜନୈତିକ ସମ୍ପାଦକ । ପ୍ରଥମଥର ପାଇଁ ଏହି ଟିମ୍ ରେ ରାଜନୈତିକ ସମ୍ପାଦକ ପଦବୀ ସୃଷ୍ଟି କରାଯାଇଛି ।

ଉପସଭାପତି ପଦରେ ଅଧିଷ୍ଠିତ ହୋଇଥିବା ସଭ୍ୟମାନେ ହେଲେ ରବୀନ୍ଦ୍ର ସେଠୀ, ରଞ୍ଜିବ ବିଶ୍ଵାଳ, ବିଜୟଲକ୍ଷ୍ମି ସାହୁ, ଯୁଧିଷ୍ଠିର ଜେନା, ପ୍ରଦୀପ ମାଝି, ନାରାୟଣ ଦାସ, ସୁଚରିତା ମହାନ୍ତି, ସନ୍ଧ୍ୟା ମହାପାତ୍ର, ସଦନ ନାୟକ ଓ ସୁରେଶ ମହାପାତ୍ର ।

ସେହିପରି ପିସିସି ସଭାପତିଙ୍କର ଏହି ନୂଆ ଦଳରେ ମହମ୍ମଦ୍ ମୋକିମଙ୍କୁ କୋଷାଧକ୍ଷ ଦାୟିତ୍ଵ ଦିଆଯାଇଛି। ମିଳିଥିବା ତଥ୍ୟାନୁଯାୟୀ, ପ୍ରସାଦଙ୍କ ଏହି ନୂଆ ଟିମରେ ପ୍ରାୟ ୭୭ ଜଣ ୪୦ ରୁ କମ୍ ବୟସର ସଦସ୍ୟ ଥିବା ବେଳେ ୧୧ ଜଣ ଆଦିବାସୀ, ୧୨ ଜଣ ସଂଖ୍ୟାଲଘୁ ଓ ୧୪ ଜଣ ଦଳିତ ସଭ୍ୟ ରହିଛନ୍ତି।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: କଂଗ୍ରେସ, ପ୍ରସାଦଙ୍କ ନୂଆ ଟିମ

ଚାହିଦା ଅନୁଯାୟୀ ରାଜ୍ୟରେ ସାର ନିଅଣ୍ଟ

July 31, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୩୧ ଜୁଲାଇ (ଓଡିଶା ଡଟ୍ କମ୍): କେନ୍ଦ୍ର ସରକାର ଚଳିତ ଖରିଫ ଋତୁରେ ଆବଶ୍ୟକ ପରିମାଣର ୟୁରିଆ ସାର ଯୋଗାଇ ନଥିବାରୁ ରାଜ୍ୟରେ ଚାଷୀ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିବା ସରକାର ଶୁକ୍ରବାର କହିଛନ୍ତି ।

ରାଜ୍ୟରେ ଅଗଷ୍ଟ ସୁଦ୍ଧା ୧ଲକ୍ଷ ୭୫ହଜାର ମେଟ୍ରିକ ଟନ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଏ ପର୍ଯ୍ୟନ୍ତ ୧ଲକ୍ଷ ୧୪ହଜାର ମେଟ୍ରିକ ଟନ ୟୁରିଆ ଯୋଗାଇ ଦିଆଯାଇଛି ।

ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ସାରର ଅଭାବକୁ ଦୃଷ୍ଟିରେ ରଖି ଜୁଲାଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଅନନ୍ତ କୁମାରଙ୍କୁ ଅଧିକ ସାର ଦେବାପାଇଁ ପାତ୍ର ଲେଖିଥିଲେ ।

ତେବେ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଠାରୁ କୌଣସି ମତାମତ ଆସିନଥିବାରୁ ପୁନଶ୍ଚ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଚାଷୀମାନଙ୍କୁ ରାଜ୍ୟରେ ମହଜୁଦ ଥିବା ସାରକୁ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକ ଯେପରି ଠିକ ସମୟରେ ଯୋଗାଇ ଦିଅନ୍ତି, ସେ ସବୁ କାର୍ଯ୍ୟକୁ କଡାକଡି ଭାବେ ତଦାରଖ କରିବା ପାଇଁ ସମବାୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ କୃଷିମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ, ମୁଖ୍ୟ ଶାସନ ସଚିବ, କୃଷି ବିଭାଗ ପ୍ରମୁଖ ସଚିବ, ଉନ୍ନୟନ କମିଶନର, ସମବାୟ ବିଭାଗର ପ୍ରମୁଖ ସଚିବ, କୃଷି ନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ସାରା କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଖରିଫ ଋତୁ, ସାର

କଂଗ୍ରେସ ବିବାଦ ପ୍ରଚାର ପରିପ୍ରେକ୍ଷୀରେ ପାର୍ଟି ବିଧାୟକଙ୍କ ବୈଠକ

July 30, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର ,୩୦ ଜୁଲାଇ (ଓଡିଶା ଡଟ୍ କମ୍) ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କୁ ହଟାଇବା ପାଇଁ କିଛି କଂଗ୍ରେସ ବିଧାୟକ ଦିଲ୍ଲୀରେ ଯାଇ ପାର୍ଟି ହାଇକମାଣ୍ଡଙ୍କୁ ସାକ୍ଷାତ କରିଥିବା ପ୍ରଚାର ପରେ ଜଣ ସାଧାରଣଙ୍କ ସାମ୍ନାରେ ନିଜର ଭାବମୂର୍ତି ସୁଧାରିବା ପାଇଁ ପାର୍ଟି ନେତା ମାନେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।

ପ୍ରଥମେ କଂଗ୍ରେସ ଭବନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଓ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ଏହି ପରି ଅନୁଷ୍ଠିତ ଦୁଇଟି ବୈଠକରୁ ଏହା ସ୍ପଷ୍ଟ ହୋଇଛି । ବିରୋଧୀ ଦଳ ନେତାଙ୍କ ଘରେ ପ୍ରାୟ ଏକ ଘଣ୍ଟାର ଆଲୋଚନା ପରେ ବୈଠକ ଶେଷ ହୋଇଥିଲା। ବୈଠକ ଶେଷ ପରେ ବିଧାୟକମାନେ ଗଣମାଧ୍ୟମକୁ ଆଲୋଚନା ସମ୍ପର୍କିତ କୌଣସି ସୂଚନା ଦେଇନଥିଲେ ।

ପରବର୍ତୀ ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବିଧାୟକମାନଙ୍କ ଦିଲ୍ଲୀ ଗସ୍ତ ସୌଜନ୍ୟମୂଳକ ଥିବା କହିଥିଲେ । ବିଧାୟକମାନେ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ କିଛି ସାଙ୍ଗଠନିକ ପ୍ରସ୍ତାବ ଦେବା ସହ ରାହୁଲ ଗାନ୍ଧିଙ୍କୁ ଭେଟି ତାଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିବ ସେ ପ୍ରକାଶ କରିଥିଲେ ।

ସେମାନେ ଦେଇଥିବା ପ୍ରସ୍ତାବ ବିଷୟରେ ହାଇକମାଣ୍ଡ ମୋ ସହ ସହିତ ଆଲୋଚନା କରିବା ପାଇଁ କହିଥିବାରୁ ଆଜି ଏହି ଆଲୋଚନା କରାଯାଇଥିବା’ ହରିଚନ୍ଦନ କହିଥିଲେ ।

କଂଗ୍ରେସ ଭବନ ଓ ମିଶ୍ରଙ୍କ ଘରେ ହୋଇଥିବା ବୈଠକରେ ଦିଲ୍ଲୀ ଯାଇଥିବା ୧୨ଜଣ ବିଧାୟକ ଉପସ୍ଥିତ ଥିବାବେଳେ ବାହିନୀପତି ଆସି ନ ଥିଲେ ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: କଂଗ୍ରେସ

କଲାମଙ୍କ ବିୟୋଗରେ ଓଡିଶାରେ ଶୋକ

July 28, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ,୨୮ ଜୁଲାଇ (ଓଡିଶା ଡଟ୍ କମ୍): ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ଏପିଜେ ଅବଦୁଲ କଲାମଙ୍କ ବିୟୋଗରେ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି ।

ଓଡିଶା ସହ ଅଙ୍ଗାଙ୍ଗି ଭାବେ ଜଡିତ ରହିଥିବାରୁ କଲାମଙ୍କ ବିୟୋଗର ଖବର ବହୁ ଲୋକଙ୍କୁ ବିଚଳିତ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି, ଅବଦୁଲ କଲାମ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ଵ ସହ ଦେଶର ଲୋକପ୍ରିୟ ରାଷ୍ଟ୍ରପତି ମଧ୍ୟ ଥିଲେ ।

ସେ ଦେଶର ଶିଶୁମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ, ତାଙ୍କପରି ଜଣେ ବରପୁତ୍ରର ବିୟୋଗରେ ଦେଶରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି କଲାମ ଜଣେ ବିରଳ ବ୍ୟକ୍ତିତ୍ଵ ଥିଲେ । ଭାରତର କ୍ଷେପଣାସ୍ତ୍ର ଓ ଆଣବିକ ଅସ୍ତ୍ରର ଅନୁସନ୍ଧାନ ଓ ବିକାଶରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଯୁବଶକ୍ତିର ପ୍ରେରଣା ଉତ୍ସ ଦର୍ଶାଇ କହିଛନ୍ତି, ଏକ ଗରିବ ପରିବାରରେ ଜନ୍ମ ହୋଇ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ସେ ଜଣେ ବଡମଣିଷ ହୋଇପାରିଥିଲେ। ତାଙ୍କର ବିୟୋଗରେ ଦେଶ ଏକ ବିରାଟ କ୍ଷତି ସହିଛି।

ସେହିଭଳି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଦେଶ ଜଣେ ମିଜାଇଲ ମାନବ କୁ ହରାଇଲ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, ଆଇନ ମନ୍ତ୍ରୀ ଅରୁଣ ସାହୁ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଏବଂ କିଟ୍ ଓ କିସ୍ ର ପ୍ରତିଷ୍ଠତା ଅଚ୍ୟୁତ ସାମନ୍ତ ପ୍ରମୁଖ ଏପିଜେ ଅବଦୁଲ କଲାମଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ତାଙ୍କର ବିୟୋଗ ଦେଶର ଏକ ଅପୂରଣୀୟ କ୍ଷତି ବୋଲି ଦର୍ଶାଇଛନ୍ତି।

ସୋମବାର ମେଘାଳୟର ରାଜଧାନୀ ସିଲିଂ ଆଇଆଇଏମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଉଥିବା ସମୟରେ ହଠାତ କଲାମ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ।

ତତକ୍ଷଣାତ ତାଙ୍କୁ ସେହି ଅନୁଷ୍ଠାନ ନିକଟସ୍ଥ ବେଥାନି ହସ୍ପିଟାଲରେ ଭର୍ତି କରଯାଇଥିଲା। ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।

ତାଙ୍କ ବିୟୋଗରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ମଙ୍ଗଳବାର ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, କଲେଜ, ଏବଂ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକର ଛୁଟି ପାଇଁ ଘୋଷଣା କରିଛନ୍ତି।

୧୯୩୧ ଅକ୍ଟୋବର ୧୫ରେ ତାମିଲନାଡୁର ରାମନାଥପୁରମ୍ ଜିଲ୍ଲା ଅନ୍ତର୍ଗତ ରାମେଶ୍ଵରମ୍ ଠାରେ ଜଣେ ଗରିବ ମୁସଲିମ ଡଙ୍ଗା ଚାଳକ ପରିବାରରେ ଜନ୍ମ ଗ୍ରହଣ କରିଥିବା କଲାମ ବହୁଘାତ ଓ ପ୍ରତିଘାତ ସତ୍ଵେ ନିଜକୁ ଜଣେ ବିଶିଷ୍ଠ ବ୍ୟକ୍ତି ଭାବେ ପ୍ରମାଣ କରିଥିଲେ ।

ଭାରତୀୟ କ୍ଷେପଣାସ୍ତ୍ରର ଜନକ କୁହାଯାଉଥିବା କଲାମ ଅତିକମରେ ୩୦ଟି ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଲାଭକରିବା ସହ ୧୯୮୧ରେ ପଦ୍ମଭୂଷଣ, ୧୯୯୦ରେ ପଦ୍ମ ବିଭୂଷଣ ପ୍ରାପ୍ତ କରିଥିଲେ। ୧୯୯୭ରେ ଇନ୍ଦିରାଗନ୍ଧି ଜାତୀୟ ଏକତା ସମ୍ମାନ, ୧୯୯୮ରେ ବୀର ସର୍ବରାକର ସମ୍ମାନ, ୨୦୦୦ରେ ରାଜା ରାମାନୁଜନ ସମ୍ମାନ, ଓ ୨୦୦୭ ରେ ୟୁକେ ରୟାଲ ସୋସାଇଟି ଦ୍ଵାରା କିଙ୍ଗ କାର୍ଲସ ପଦକ ଆଦି ପ୍ରାପ୍ତ କରିଥିଲେ।

ଏହାବ୍ୟତୀତ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଓ ଡକ୍ଟର ଜାକିର ହୁସନେଙ୍କ ପରେ ସେ ହେଉଛନ୍ତି ତୃତୀୟ ବ୍ୟକ୍ତିତ୍ଵ ଯିଏ ରାଷ୍ଟ୍ରପତି ହେବ ପୁର୍ବରୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରାପ୍ତ କରିଥିଲେ।
ଏପରି ଜଣେ ମହାନ ବ୍ୟକ୍ତିତ୍ଵଙ୍କର ହଠାତ ବିୟୋଗରେ ଦେଶ ଓ ସାରା ରାଜ୍ୟରେ ଏକ ଶୋକାକୁଳ ପରିବେଶ ଓ ପରିସ୍ଥିତି ସୃଷ୍ଟି ହୋଇଛି ।

ତାଙ୍କର ବିୟୋଗରେ ରାଷ୍ଟ୍ରପତି ଶୋକ ପ୍ରକାଶ କରି କହିଛନ୍ତି, ଦେଶ ତା’ର ଜଣେ ମହାନ ସନ୍ତାନକୁ ହରାଇଲ ଯିଏ ସଦାସର୍ବଦା ଜାତି ଓ ଦେଶ ପାଇଁ ନିଜ ପ୍ରାଣ ଉତ୍ସର୍ଗୀକୃତ କରୁଥିଲା।

ସେହିପରି ଭାରତର ବିଜ୍ଞାନକୁ ଏକ ନୂଆ ଶିଖରରେ ପହଞ୍ଚାଇଥିବା ଜଣେ ମାର୍ଗଦର୍ଶକକୁ ହରାଇଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ କହିଛନ୍ତି, ଦେଶର ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଅତୁଳନୀୟ ଅବଦାନ ଥିବା କଲାମଙ୍କ ପରି ଜଣେ ମହାନ ବୈଜ୍ଞାନିକ ଓ ଶିକ୍ଷାବିତକୁ ହରାଇ ଦେଶର ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: କଲାମ, ବିୟୋଗ

ବିଜେଡି ସାଂସଦ କଳ୍ପତରୁ ଦାସଙ୍କ ପରଲୋକ

July 25, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୨୫ ଜୁଲାଇ (ଓଡିଶା ଡଟ୍ କମ୍): ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହୋଉଥିବା ବିଜେଡି ଉପସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ କଳ୍ପତରୁ ଦାସଙ୍କର ଶନିବାର ଅପରାହ୍ନରେ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି ।

kalpataruକିଛି ମାସ ହେବ ଅସୁସ୍ଥ ଥିବା ଶ୍ରୀ ଦାସଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇଯିବାରୁ ତାଙ୍କୁ ସୋମବାର ଦିଲ୍ଲୀ ଏମ୍ସ ପରିସରରେ ଥିବା ଇନଷ୍ଟିଚ୍ୟୁଟ ରୋଟାରି କ୍ୟାନ୍ସର ହାସପାତାଲରେ ଭର୍ତ୍ତି କରଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଯିବାରୁ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମ ରେ ରଖାଯାଇଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ।

୧୯୪୮ ମସିହା ଫେବୃୟାରୀ ୭ରେ ଯାଜପୁର ଜିଲ୍ଲାର ଭୋଟକା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଦାସ ପ୍ରଥମଥର ପାଇଁ ୧୯୭୭ ରୁ ୮୦ ମଧ୍ୟରେ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ନିଜ ରାଜନୈତିକ ଜୀବନର ଆରମ୍ଭ କରିଥିଲେ।

ଏହାପରେ ସେ ୧୯୮୦ ରୁ ୮୫ ଯାଏଁ ବିଜେପିର ରାଜ୍ୟ ସମ୍ପାଦକ ଭାବେ, ୧୯୮୫ ରୁ ୮୭ ଯାଏଁ ଧର୍ମଶାଳା ଜନତାଦଳର ସଭାପତି ଭାବେ ଏବଂ ୧୯୮୭ ରୁ ୯୦ ପର୍ଯ୍ୟନ୍ତ ଜନତା ଦଳର କଟକ ଜିଲ୍ଲାର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।

ସେହିପରି ୧୯୯୦ ରୁ ୯୫ ପର୍ଯ୍ୟନ୍ତ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟକରି ୯୫ ରୁ ୯୮ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ଜନତା ଦଳର ସଭାପତି ରହିଥିଲେ ।

୧୯୯୫ ରେ ଯାଜପୁରର ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ଟିକଟରେ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୦୦, ୨୦୦୪ ଓ ୨009 ରେ କ୍ରମାଗତ ଭାବେ ବିଜେଡ଼ି ଟିକଟରେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱର୍ଗତ କଳ୍ପତରୁ ଦାସ ୧୯୯୭ ମସିହାରେ ବିଜେଡିରେ ଯୋଗ ଦେଇ ୧୯୯୮ରେ ଏହି ଦଳର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ ।

ଏହାପରେ ସେ ବିଜେଡ଼ି ସରକାରରେ ବହୁ ଗୁରୁତ୍ଵ ପୂର୍ଣ୍ଣ ବିଭାଗର ମନ୍ତ୍ରୀ ହେବା ସହ ସଂସଦୀୟ ବ୍ୟାପାର ଓ ପଞ୍ଚାୟତରାଜ ମନ୍ତ୍ରୀ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ୨୦୧୪ ମସିହାରେ ସେ ବିଜେଡିର ରାଜ୍ୟସଭା ସାଂସଦ ହୋଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା କଲି ତାଙ୍କର ମର ଶରୀରକୁ ଦିଲ୍ଲୀରୁ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଓଡିଶା ଅଣାଯିବ ।

ତାଙ୍କ ମୃତ୍ୟୁରେ ଯାଜପୁର ଜିଲ୍ଲା ସମେତ ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଅକାଳ ବିୟୋଗରେ ରାଜ୍ୟପାଳ ଡ଼ଃ. ଏ.ସି. ଜମିର୍ , ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, କେନ୍ଦ୍ରମନ୍ତ୍ରୀ ଜୁଏଲ ଅରମ ଓ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

ନିଜ ଶୋକ ବାର୍ତ୍ତାରେ ଡ଼ଃ. ଜମିର୍ କହିଛନ୍ତି ଯେ, ସ୍ୱର୍ଗତ ଦାସ ଜଣେ ଦକ୍ଷ ବିଧାୟକ ଥିଲେ । ମନ୍ତ୍ରୀ ଭାବରେ ସେ ନିଜର ଦକ୍ଷତା ପ୍ରତିପାଦନ କରିଯାଇଛନ୍ତି । ନିଜ ଅଞ୍ଚଳ ଓ ଜିଲ୍ଲାର ବିକାଶ ପାଇଁ ତାଙ୍କର ଅବଦାନ ଯଥେଷ୍ଟ ।

ଜନ ଜୀବନର ଅନୁଭୂତି ତାଙ୍କୁ ଏକ ସଫଳ ରାଜନେତା ଓ ବ୍ୟକ୍ତିତ୍ୱରେ ପରିଣତ କରିଥିଲା ବୋଲି ରାଜ୍ୟପାଳ କହିଛନ୍ତି । ରାଜ୍ୟପାଳ ସ୍ୱର୍ଗତ ଆତ୍ମାର ସଦ ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: କଳ୍ପତରୁ ଦାସ, ଦେହାନ୍ତ, ବିଜେଡ଼ି

ସରକାରୀ ଖର୍ଚରେ ବରିଷ୍ଠ ନାଗରିକଙ୍କୁ ମିଳିବ ତୀର୍ଥଭ୍ରମଣର ସୁଯୋଗ

July 23, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୨୩ ଜୁଲାଇ (ଓଡିଶା ଡଟ୍ କମ୍): ବରିଷ୍ଠ ନାଗରିକମାନଙ୍କୁ ସରକାରୀ ଖର୍ଚରେ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ସରକାର ସୁଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ଏକ ଉଚ୍ଛ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସରକାର ଆରମ୍ଭ କରିବାକୁ ଯାଉଥିବା ଏହି ବୟସ୍କ ଲୋକଙ୍କ ତୀର୍ଥଭ୍ରମଣ ଯୋଜନାରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ସବୁଧର୍ମର ଲୋକମାନେ ସାମିଲ ହୋଇପାରିବେ ଓ ସେମାନେ ଦେଶ ତଥା ରାଜ୍ୟ ଭିତରେ ଥିବା ବିଭିନ୍ନ ଧର୍ମ ସ୍ଥାନ ମାନକୁ ପରିଦର୍ଶନ ନିମନ୍ତେ ଯାଇପାରିବେ ବୋଲି ସୂଚନା ଦିଆଯାଇଛି । ତେବେ ଆୟକରଦାତା ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଏହି ସୁଯୋଗ ମିଳିବ ନାହିଁ ।

ଏହି ଯୋଜନାର ତଦାରଖ ପାଇଁ ଅଭିଜ୍ଞ ବ୍ୟକ୍ତିମାନଙ୍କ ଦ୍ଵାରା ଏକ ସ୍ଵତନ୍ତ୍ର ସେଲ ଖୋଲାଯିବାର ନିଷ୍ପତି ନିଆଯାଇଛି । ଏହାର ସୁପରିଚାଳନା କରିବାପାଇଁ ଆଇଆରସିଟିସି ଓ ଓଟିଡ଼ିସି ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷର ହେବାର ଯୋଜନା ରହିଥିବା କୁହାଯାଇଛି ।

ଏହି ଯୋଜନା ଅନୁଯାୟୀ ବରିଷ୍ଠ ନାଗରିକମାନଙ୍କୁ ତୀର୍ଥସ୍ଥାନ ଭ୍ରମଣ ସମୟରେ ଯାତାୟତ ଖର୍ଚ୍ଚ ଠାରୁ ଆରମ୍ଭକରି, ଖାଦ୍ୟପେୟ, ରହଣି ଓ ସ୍ଥାନ ପରିଭ୍ରମଣର ସମସ୍ତ ଖର୍ଚ୍ଚ ରାଜ୍ୟସରକାର ବହନ କରିବା ସହ ଯାତ୍ରା ସମୟରେ ଯାତ୍ରୀ ମାନଙ୍କୁ ମାଗଣା ଚିକିତ୍ସା ମଧ୍ୟ ଯୋଗାଇଦେବାର ବନ୍ଦୋବସ୍ତ କରାଯିବ । ତେବେ ଜଣେ ବ୍ୟକ୍ତି କେବଳ ଥରେ ମାତ୍ର ଏହି ଯାତ୍ରାରେ ସାମିଲ ହେବାର ସୁଯୋଗ ପାଇବେ ।

ଆଗ୍ରହୀ ବ୍ୟକ୍ତିମାନଙ୍କୁ ଏଥିପାଇଁ ଏକ ନିର୍ଦ୍ଧିଷ୍ଟ ଫର୍ମରେ ଆବେଦନ କରିବାକୁ ପଡିବ । ସେହିପରି ଉପଯୁକ୍ତ ହିତାଧିକାରୀ ମାନଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସ୍ତରରେ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ।

ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପରିବହନ ଓ ବାଣିଜ୍ୟ ବିଭାଗର ପ୍ରମୁଖ ସଚିବ, ସଂସ୍କୃତି ଓ ପର୍ଯ୍ୟଟନ ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ, ରାଜନୀତି Tagged With: ତୀର୍ଥଭ୍ରମଣ

ପାର୍ଟିରେ ଅନ୍ତର୍ବିବାଦକୁ କଂଗ୍ରେସ ବିଧାୟକଙ୍କ ଖଣ୍ଡନ

July 22, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୨ ଜୁଲାଇ (ଓଡିଶା ଡଟ୍ କମ୍): ରାଜ୍ୟ କଂଗ୍ରେସରେ ଅନ୍ତର୍ବିବାଦ ଥିବା ଓ ସେହି କାରଣରୁ ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଉପ-ସଭାପତି ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିବା ଖବରକୁ ଦୁଇଜଣ ପାର୍ଟି ବିଧାୟକ ବୁଧବାର ଖଣ୍ଡନ କରିଛନ୍ତି ।

ନୂଆଦିଲ୍ଲୀରୁ ଫେରିବା ପରେ ବିଧାୟକ ପ୍ରଫୁଲ୍ଲ ମାଝି ଓ ପ୍ରଫୁଲ୍ଲ ସଗରିଆ କହିଛନ୍ତି ଯେ ସେମାନେ ପାର୍ଟି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଦିଲ୍ଲୀ ଯାଇଥିଲେ ।

“ଏହି ସାକ୍ଷାତରେ କିଛି ରାଜନୀତି ନାହିଁ, ଆମେମାନେ କାହା ସପକ୍ଷରେ କି ବିପକ୍ଷରେ କୌଣସି ଆଲୋଚନା କରିନାହୁଁ ।” ମାଝି କହିଛନ୍ତି ।

ମାଝି ଓ ସଗରିଆଙ୍କ ସମେତ ରାଜ୍ୟ କଂଗ୍ରେସର ୧୨ ଜଣ ବିଧାୟକ ଦିଲ୍ଲୀ ଯାଇ ମଙ୍ଗଳବାର ସଂସଦ ଭବନର ସେଣ୍ଟ୍ରାଲ ହଲରେ ସୋନିଆ ଗାନ୍ଧିଙ୍କ ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ସାକ୍ଷାତ କରିଥିଲେ ।

ରାଜ୍ୟ କଂଗ୍ରେସ କମିଟି ବୈଠକରେ ବିଧାୟକମାନଙ୍କୁ ଗୁରୁତ୍ଵ ଦିଆନଯିବା, ଜିଲ୍ଲା ଓ ବ୍ଲକସ୍ତରରେ ନେତାମାନଙ୍କ ସହ ସମନ୍ଵୟ ରକ୍ଷା କରିବାରେ ସଂଗଠନର ବିଫଳତା ଓ ତାରା ପ୍ରସାଦ ବାହିନୀପତିଙ୍କୁ ମୁଖ୍ୟ ସଚେତକ ପଦବୀରୁ ହଟେଇବା ଆଦି ବିଷୟ ରେ ସେମାନେ ଅଭିଯୋଗ କରିବାକୁ ଯାଇଥିବା ବିଭିନ୍ନ ଗଣ ମାଧ୍ୟମରେ ରେ ପ୍ରଚାର ହୋଇଥିଲା ।

ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ବିଧାୟକ ମାନେ ଦିଲ୍ଲୀ ଯାଇଥିଲେ ବୋଲି ବରିଷ୍ଠ ନେତା ଲୁଲୁ ମହାପାତ୍ର କହିବା ପରେ ଏହି ପ୍ରଚାର ଜୋର ଧରିଥିଲା ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅନ୍ତର୍ବିବାଦ, ରାଜ୍ୟ କଂଗ୍ରେସ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Interim pages omitted …
  • Page 25
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ