• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଆମ ରୋସେଇ ଘରୁ

‘ଚଟ୍ପଟା ପନିର’ ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

September 26, 2011 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ପନିର-୨୫୦ ଗ୍ରାମ, ଗାଜର-୧୦୦ ଗ୍ରାମ, କ୍ୟାପ୍ସିକମ୍-୧୦୦ ଗ୍ରାମ, ପିଆଜ-୨ଟା (ବଡ଼), ରସୁଣ କଟା (ଚୁନାଚୁନା) ୨ ଚାମଚ(ଛୋଟ), କଟା ଅଦା (ଚୁନାଚୁନା) ୨ ଚାମଚ(ଛୋଟ), ଭୃଷଙ୍ଗପତ୍ର- ଅଳ୍ପ କିଛି, ଶୁଖିଲା ଲଙ୍କା-୨/୩ଟା, ସୋୟା ସସ୍-୨ ଚାମଚ(ଛୋଟ), ଚିଲି ସସ୍-୨ ଚାମଚ(ଛୋଟ), ଟମାଟୋ ସସ୍- ୨ ଚାମଚ(ଛୋଟ), ରିଫାଇନ ତେଲ- ୪ ଚାମଚ(ବଡ଼) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ପନିର, କ୍ୟାପ୍ସିକମ୍, ଗାଜର ଓ ପିଆଜକୁ ପତଳା ଲମ୍ବା ଲମ୍ବା କାଟି ରଖନ୍ତୁ । କଢାଇରେ ତେଲ ଦେଇ ପନିରକୁ ବାଦାମି ରଂଗ ହେବା ପର୍ଯ୍ୟନ୍ତ ଭାଜି କାଢି ରଖନ୍ତୁ । କ୍ୟାପ୍ସିକମ୍ ଓ ଗାଜରକୁ ମଧ୍ୟ ଅଳ୍ପ ତେଲ ଦେଇ ଭାଜି କାଢି ରଖନ୍ତୁ ।

ବର୍ତ୍ତମାନ ଅବଶିଷ୍ଟ ତେଲ କଢାଇରେ ଦେଇ ଶୁଖିଲା ଲଙ୍କା ଓ ଭୃଷଙ୍ଗ ପତ୍ର ପକାନ୍ତୁ । ଲଙ୍କା ଲାଲ ହୋଇଗଲେ ଅଦା ଓ କଟା ରସୁଣ ପକାଇ ଅଳ୍ପ ସମୟ ଗୋଳାଇ କଟା ପିଆଜ ପକାନ୍ତୁ ।

ପିଆଜକୁ ବେଶି ଭାଜନ୍ତୁ ନାହିଁ । ପିଆଜ ଗୋଲାପି ରଙ୍ଗ ହୋଇ ଆସିଲେ ପୂର୍ବରୁ ଭାଜି ରଖିଥିବା କ୍ୟାପ୍ସିକମ୍, ଗାଜର ଓ ପନିରକୁ ପକାଇ ଭଲ ଭାବରେ ଗୋଳାନ୍ତୁ ।

ଗୋଟିଏ ଛୋଟ ଗିନାରେ ଚିଲି ସସ୍, ଟମାଟୋ ସସ୍ ଓ ସୋୟା ସସ୍କୁ ଏକାଠି ଗୋଳାଇ ପନିର ଉପରେ ଢାଳି ଦିଅନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାଇ ପନିରରୁ ପାଣି ଶୁଖିବା ପର୍ଯ୍ୟନ୍ତ ଭାଜନ୍ତୁ । ଚୂଲିରୁ ଓହ୍ଲାଇ ଗରମ ଗରମ ରୁଟି କିମ୍ବା ନାନ୍ ସହିତ ପରିବେଷଣ କରନ୍ତୁ ଚଟ୍ପଟା ପନିର ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ, ମୁଖ୍ୟ ଖବର Tagged With: 'ଚଟ୍ପଟା ପନିର', ଆମ ରୋସେଇ ଘରୁ

‘ଚିକେନ୍ ନିଳାଦ୍ରି’ ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

September 22, 2011 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ଲେଗ ପିସ୍ ଚିକେନ୍-୫୦୦ ଗ୍ରାମ, କଟା ଅଦା-୨ ଚାମଚ(ଛୋଟ), କଟା ରସୁଣ- ୨ ଚାମଚ(ଛୋଟ), କଟା କଞ୍ଚାଲଙ୍କା-୨ ଚାମଚ, ପିଆଜ ୨ଟା(ବଡ଼), ଟମାଟୋ ପ୍ୟୁରି-୪ ଚାମଚ(ବଡ଼), ଧନିଆ ପତ୍ର-୧ ବିଡ଼ା, ପୋଦିନା ପତ୍ର- ୧ବିଡ଼ା, ଲଙ୍କାଗୁଣ୍ଡ-୧ ଚାମଚ(ଛୋଟ), ଜିରାଗୁଣ୍ଡ- ୧ ଚାମଚ, କଶୋରୀ ମେଥି- ୧ ଚାମଚ(ଛୋଟ), ହି-୨/୩ ଚାମଚ(ବଡ଼), କ୍ରିମ୍-୨ ଚାମଚ(ବଡ଼), ଗରମ ମସଲା ଗୁଣ୍ଡ-ଢେ ଚାମଚ(ଛୋଟ), ରିଫାଇନ ତେଲ-୪ ଚାମଚ, ସ୍ୱାଦ ଅନୁସାରେ ଲୁଣ, ଲେମ୍ବୁ ରସ- ୨ ଚାମଚ(ଛୋଟ) ।

ପ୍ରସ୍ତୁତ ପ୍ରଣାଳୀ:

ଲେଗ ପିସ୍ ଚିକେନକୁ ଭଲ ଭାବରେ ଧୋଇ ଲୁଣ ଓ ଲେମ୍ବୁ ରସ ଗୋଳାଇ ଅଧଘଣ୍ଟା ରଖନ୍ତୁ। ଚିକେନରେ ଦୁଇ ତିନି ଚାମଚ ମଇଦା ଗୋଳାଇ ତେଲରେ ଛାଣି ରଖନ୍ତୁ । ପିଆଜକୁ ଚୁନା ଚୁନା କରି କାଟି ରଖନ୍ତୁ ।

ଧନିଆ ପତ୍ର ଓ ପୋଦିନା ପତ୍ରକୁ ଧୋଇ ଗ୍ରାଇଣ୍ଡରରେ ବାଟି ରଖନ୍ତୁ । କଡ଼ାଇରେ ତେଲ ଗରମ କରି ସେଥିରେ କଟା ପିଆଜ ପକାନ୍ତୁ । ପିଆଜ ଭାଜି ହୋଇ ଆସିଲେ କଟା ରସୁଣ, କଟା ଅଦା ଓ କଟା କଞ୍ଚାଲଙ୍କା ପକାଇ ଭାଜନ୍ତୁ । ବର୍ତ୍ତମାନ ଟମାଟୋ ପ୍ୟୁରି ପକାଇ ଅଳ୍ପ ସମୟ ଘାଣ୍ଟନ୍ତୁ ।

ବର୍ତ୍ତମାନ ବାଟି ରଖିଥିବା ପୋଦିନା ଓ ଧନିଆ ପତ୍ରର ବଟା ପକାନ୍ତୁ । ଅଳ୍ପ ସମୟ ଘାଣ୍ଟି ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ ଓ କଶୋରୀ ମେଥି ପକାଇ ଭଲ ଭାବରେ ଗୋଳାନ୍ତୁ ।

୫/୧୦ ମିନିଟ ପରେ ଦୁଇ ତିନି ଚାମଚ ହି ପକାଇ ଧିରେ ଧିରେ ଘାଣ୍ଟନ୍ତୁ । ପୂର୍ବରୁ ଛାଣି ରଖିଥିବା ଚିକେନ୍ ଖଣ୍ଡ ପକାନ୍ତୁ ।

ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାଇ ଧିମି ଆଞ୍ଚରେ ପାଞ୍ଚ ମିନିଟ ରାନ୍ଧନ୍ତୁ । ଶେଷରେ କ୍ରିମ୍ ଓ ଗରମ ମସଲା ଗୁଣ୍ଡ ପକାଇ ଗୋଳାଇ ଚୁଲିରୁ ଓହ୍ଲାଇ ରୁଟି କିମ୍ବା ନାନ୍ ସହିତ ପରଷନ୍ତୁ ଚିକେନ୍ ନିଳାଦ୍ରି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ, ମୁଖ୍ୟ ଖବର Tagged With: "ଚିକେନ୍ ନିଳାଦ୍ରି", ଆମ ରୋସେଇ ଘରୁ

‘ଫିସ୍ ବିରିୟାନି’ ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

September 20, 2011 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ବଡ଼ ରୋହି ମାଛ-(କଟା)୧/୨ କିଗ୍ରା, ବାସୁମତୀ ଚାଉଳ-୧/୨ କିଗ୍ରା, ପିଆଜ-୪ଟା(ବଡ଼), ଅଦା-୧ ଖଣ୍ଡ, ଗୁଜୁରାତି-୪/୬ ଟା, ଲବଙ୍ଗ-୫/୬ ଟା, ଗୋଟା ଗୋଲମରିଚ-୨ ଚାମଚ(ଛୋଟ), ସାହା ଜିରା-୧ ଚାମଚ(ଛୋଟ), ଜାଇତ୍ରି-୨, ଜାଇଫଳ-ଫାଳେ, ତେଜପତ୍ର-୨ଟା, ଧନିଆପତ୍ର କଟା-ଅଳ୍ପ, ପୋଦିନା ପତ୍ର-୧ ଚାମଚ(ଛୋଟ), ରିଫାଇନ୍ ତେଲ-୧ କପ୍ ଘିଅ-୪ ଚାମଚ(ବଡ଼), ଅଣ୍ଡା-୨ ଟା(ସିଝାଇବା ପାଇଁ) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗୋଟିଏ ବଡ଼ପାତ୍ର ଚୁଲିରେ ବସାଇ ସେଥିରେ ୫/୬ କପ୍ ପାଣି ଦିଅନ୍ତୁ । ସେଥିରେ ଖଣ୍ଡେ ଅଦା,୧ଟା ପିଆଜ,ସାହାଜିରା, ଜାଲିଫଳ ଓ ତେଜପତ୍ର ପକାଇ ତାକୁ ଘୋଡ଼େଇ ଦିଅନ୍ତୁ । ପାଣି ଭଲଭାବରେ ୧୦/୧୮ ମିନି୍ଟ ଫୁଟିଗଲେ ଚୁଲିରୁ ଓହ୍ଲାଇ ଗୋଟେ ପ୍ଲେଟରେ ଢାଲି ରଖନ୍ତୁ ।

ମାଛକୁ ଧୋଇ ଲୁଣ ହଳଦୀ ଗୋଳାଇ ତେଲରେ ଛାଣି ରଖନ୍ତୁ । ଗୋଟିଏ ପିଆଜକୁ ଲମ୍ବା ଲମ୍ବା କାଟି ତେଲରେ ଲାଲ କରି ଛାଣି ରଖନ୍ତୁ । ଅନ୍ୟ ଏକ ପାତ୍ରରେ ଘିଅ ଗରମ କରନ୍ତୁ ।

ସେଥିରେ କଟା ପିଆଜ, କଟା ଅଦା, ସାହାଜିରା, ଗୁଜୁରାତି, ଲବଙ୍ଗ, ଗୋଲମରିଚ ଓ ଡ଼ାଳଚିନି ଛେଚି ପକାନ୍ତୁ । ପିଆଜ ବାଦାମିରଙ୍ଗ ହୋଇ ଆସିଲେ ଚାଉଳକୁ ଧୋଇ ପକାନ୍ତୁ । ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଚାଉଳକୁ କିଛି ସମୟ ଭାଜନ୍ତୁ ।

ବର୍ତ୍ତମାନ ଏଥିରେ କଟା ପୋଦିନା ପତ୍ର ପକାଇ ଗୋଳାନ୍ତୁ । ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପାଣି ସହିତ ଅଳ୍ପପାଣି ମିଶାଇ ଚାଉଳର ଦୁଇଗୁଣା ପାଣି ଦିଅନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାଇ ତାକୁ ପୁଣି ଘୋଢାଇ ରାନ୍ଧନ୍ତୁ ।

ଭାତ ଅଧାହୋଇ ଆସିଲେ ପୁର୍ବରୁ ରାନ୍ଧିରଖିଥିବା ମାଛକୁ ପକାଇ ଧିରେ ଧିରେ ଗୋଳାନ୍ତୁ ଯେପରିକି ମାଛ ଭାଙ୍ଗି ନଯାଏ ।ତାକୁ ପୁଣି ଘୋଡ଼ାଇ ଭାତ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ତାକୁପୁଣି କାଢି କଟା ଧନିଆପତ୍ର ପକାନ୍ତୁ । ପ୍ଲେଟରେ କାଢି ସିଝା ଅଣ୍ଡା ଓ ଭଜା ପିଆଜରେ ସଜାଇ ରାଇତା ସହିତ ପରିବେଷଣ କରନ୍ତୁ ଫିସ୍ ବିରିୟାନି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ, ମୁଖ୍ୟ ଖବର Tagged With: "ଫିସ୍ ବିରିୟାନି", ଆମ ରୋସେଇ ଘରୁ

ଗଜାମୁଗ ଚାଟ୍

September 18, 2011 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ଗଜାମୁଗ- ୧୦୦ ଗ୍ରାମ, ପିଆଜ କଟା-୧ଟା(ବଡ), ମିଠାତେନ୍ତୁଳି ଚଟଣୀ-୨ଚାମଚ(ବଡ), ଚାଟ ମସଲା-୧ଚାମଚ (ଛୋଟ), ଭଜା ବାଦାମ ମଞ୍ଜି-୨/୪ ଚାମଚ(ବଡ), କଳାଲୁଣ-୨ ଚାମଚ(ଛୋଟ), କଟା ଧନିଆପତ୍ର-ଅଳ୍ପକିଛି, ଆମ୍ବ କଷିଆ ଅଦା କଟା-୨ ଚାମଚ(ଛୋଟ), ଲେମ୍ବୁ ରସ- ୨ଚାମଚ(ଛୋଟ), କଟା କଞ୍ଚାଲଙ୍କା-୧ ଚାମଚ(ଛୋଟ) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ:

ପୂର୍ବ ରାତିରୁ ଗୋଟା ମୁଗକୁ ବତୁରାଇ ଗୋଟିଏ କପଡାରେ ବାନ୍ଧି ବାଟି ଭିତରେ ରଖି ଉପରେ ଢାଙ୍କୁଣି ଦେଇ ବନ୍ଦ କରି ରଖିଲେ ତା’ପରଦିନ ସକାଳୁ ଏହା ଗଜା ହୋଇଯିବ ।

ଗୋଟିଏ ବଡ ପାତ୍ରରେ ଗଜାମୁଗ ନିଅନ୍ତୁ । ଉପରେ ଦିଆଯାଇଥିବା ସମସ୍ତ ସାମଗ୍ରୀକୁ ଗଜା ମୁଗରେ ଭଲ ଭାବରେ ମିଶାନ୍ତୁ ।

ପରିବେଷଣ କରିବା ପୂର୍ବରୁ ଚାଟ ମସଲା ଓ କଟା ଧନିଆପତ୍ର ଉପରେ ପକାଇ ପରିବେଷଣ କରୁନ୍ତୁ ଗଜାମୁଗ ଚାଟ୍ ।

 

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ, ମୁଖ୍ୟ ଖବର Tagged With: "ଗଜାମୁଗ ଚାଟ୍, ଆମ ରୋସେଇ ଘରୁ

କଦଳୀ ମଞ୍ଜା କଟଲେଟ୍

August 12, 2011 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,

ଆବଶ୍ୟକ ସାମଗ୍ରୀ:

କଦଳୀ ମଞ୍ଜା- ଏକ ଖଣ୍ଡ , ଆଳୁ-୨ଟା(ବଡ), ପିଆଜ-୨ଟା(ଛୋଟ), ରସୁଣ କଟା- ୧ ଚାମଚ(ଛୋଟ), ଅଦା କଟା-୧ ଚାମଚ(ଛୋଟ), କଞ୍ଚାଲଙ୍କା କଟା-୧ଚାମଚ(ଛୋଟ), କଟା ଧନିଆ ପତ୍ର-ଅଳ୍ପକିଛି , ଅଟା-୨ ଚାମଚ(ବଡ), ଗରମ ମସଲା ଗୁଣ୍ଡ-୧୧/୨ ଚାମଚ(ଛୋଟ), ରିଫାଇନ୍ ତେଲ- ୪ ଚାମଚ(ବଡ), ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :

କଦଳୀ ମଞ୍ଜାକୁ ଚୁନା ଚୁନା କରି କାଟି ରଖନ୍ତୁ । ସେଥିରେ ଅଳ୍ପ ଲୁଣ ପକାଇ ଚକଟି ପାଣି ନିଗାଡି ଭଲ ଭାବରେ ଧୋଇ ରଖନ୍ତୁ । ଆଳୁକୁ ସିଝାଇ ଚକଟି ରଖନ୍ତୁ । କଟା ମଞ୍ଜାକୁ ପ୍ରେସର କୁକରରେ ସିଝାଇ ରଖନ୍ତୁ । ପିଆଜକୁ ଚୁନା ଚୁନା କରି କାଟି ରଖନ୍ତୁ ।

କଡାଇରେ ଅଳ୍ପ ତେଲ ଦେଇ ପିଆଜ କଟା, ରସୁଣ କଟା, ଅଦା କଟା ଓ କଟା କଞ୍ଚାଲଙ୍କା ପକାଇ ଅଳ୍ପ ସମୟ ଭାଜନ୍ତୁ । ବର୍ତ୍ତମାନ ସିଝାଇ ରଖିଥିବା ମଞ୍ଜାକୁ ସେଥିରେ ପକାଇ ଭଲଭାବରେ ଗୋଳାଇ ଚୁଲିରୁ ଓହ୍ଲାଇ ଥଣ୍ଡା କରନ୍ତୁ ।

ଗୋଟିଏ ପ୍ଲେଟ୍ ରେ ମଞ୍ଜାକୁ କାଢନ୍ତୁ । ସେଥିରେ ସିଝା ଆଳୁ, କଟା ଧନିଆପତ୍ର, ଗରମ ମସଲ ଗୁଣ୍ଡ, ଅଟା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ । ମଞ୍ଜା ଓ ଆଳୁର ମିଶ୍ରଣକୁ କଟଲେଟ୍ ଆକାରରେ ଗଢି ରଖନ୍ତୁ । ତାୱା ଗରମ କରି ସେଥିରେ କଟଲେଟ୍ ଗୁଡିକୁ ଅଳ୍ପ ତେଲ ଦେଇ ଦୁଇ କଡ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଚଟଣି କିମ୍ବା ସସ୍ ସହିତ ପରିବେଷଣ କରନ୍ତୁ ମଞ୍ଜା କଟଲେଟ୍  ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ, ମୁଖ୍ୟ ଖବର Tagged With: "କଦଳୀ ମଞ୍ଜା କଟଲେଟ୍", ଆମ ରୋସେଇ ଘରୁ

ମାଠ କାକରା

June 25, 2011 by ନିଉଜ ଡେସ୍କ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,

ଆବଶ୍ୟକ ସାମଗ୍ରୀ:

ଅଟା-୨୫୦ ଗ୍ରାମ, ଅରୁଆ ଚାଉଳ ଗୁଣ୍ଡ-୧୫୦ ଗ୍ରାମ, ଚିନି କିମ୍ବା ଗୁଡ-୩୫୦ ଗ୍ରାମ, ନଡିଆ ୧ଟା (କୋରା), ଛେନା-୨୫୦ ଗ୍ରାମ, ଗୋଲ ମରିଚ ଗୁଣ୍ଡ-୧୦ ଗ୍ରାମ, ସ୍ଵାଦ ପାଇଁ ଲୁଣ ଚିମୁଟାଏ, ଛଣିବା ପାଇଁ ରିଫାଇନ ତେଲ ।

ପ୍ରସ୍ତୁତି ପ୍ରଣାଳୀ:

ଚୁଲିରେ କଡ଼ାଇ ବସାଇ ୩/୪ କପ ପାଣି ଦିଅନ୍ତୁ। ସେଥିରେ ଚିନି କିମ୍ବା ଗୁଡ ଓ ସ୍ଵାଦ ପାଇଁ ଲୁଣ ପକାନ୍ତୁ । ପାଣି ଭଲ ଭାବରେ ଫୁଟିଗଲେ ଅଟା ଓ ଅରୁଆ ଚାଉଳ ଏକାଠି ମିଶାଇ ଧୀରେ ଧୀରେ ପକାଇ ଭଲ ଭାବରେ ଘାଣ୍ଟନ୍ତୁ ।

ଧିମି ଆଞ୍ଚରେ ପାଞ୍ଚ ମିନିଟ ଢାଙ୍କୁଣି ଘୋଡାଇ ବସାନ୍ତୁ । ଚୁଲିରୁ ଓହ୍ଲାଇ ଗୋଟିଏ ପାତ୍ରରେ ଜନ୍ତଣିକୁ କାଢି ଥଣ୍ଡା କରନ୍ତୁ। ଜନ୍ତଣି ଥଣ୍ଡା ହୋଇଗଲେ ପାଣିହାତ କରି ଭଲ ଭାବରେରେ ଚକଟି ରଖନ୍ତୁ । ଜନ୍ତଣିକୁ ଛୋଟଛୋଟ ଗୁଲ କରି ରଖନ୍ତୁ ।

ପୁର ପ୍ରସ୍ତୁତି ପ୍ରଣାଳୀ

କୋରା ନଡିଆରେ ଗୁଡ କିମ୍ବା ଚିନି, ଛେନା ଗୋଲମରିଚ ଗୁଣ୍ଡ ମିଶାଇ ଭଲଭାବରେ ଚକଟି ରଖନ୍ତୁ । ଚୂଲିରେ କଢାଇ ବସାଇ ନଡିଆ ପୁରକୁ ସେଥିରେ ପକାଇ ପାଣି ଶୁଖିବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ପାଣି ଶୁଖି ପୁର ଝୁରଝୁରା ହୋଇଗଲେ ପ୍ଳେଟରେ କାଢି ଥଣ୍ଡା କରନ୍ତୁ ।

ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଗୁଳାକୁ ହାତରେ ନେଇ ପାପୁଲି ସାହାଯ୍ୟରେ ଗିନା ଆକାରର ଗଢି ଭିତରେ ନଡିଆ ପୁର ଦେଇ ଚାରିପଟୁ ଏକାଠି କରି ବନ୍ଦ କରନ୍ତୁ । ଭଲ ଭାବରେ ଉପରି ଭାଗଟିକୁ ବନ୍ଦ କରି ହାତରେ ଚଟକ କରି ଦିଅନ୍ତୁ ।

ବର୍ତ୍ତମାନ ଅନ୍ୟ ଏକ କଡାଇରେ ତେଲ କିମ୍ବା ଘିଅ ଗରମ କରନ୍ତୁ । ଗଢି ରଖିଥିବା ପିଠା ଗୁଡିକୁ ଲାଲ ହେବା ପର୍ଯ୍ୟନ୍ତ ଛାଣନ୍ତୁ।

କଡାଇରୁ କାଢି ଥଣ୍ଡା କରି ପରିବେଷଣ କରନ୍ତୁ ମାଠ କାକରା ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଆମ ରୋସେଇ ଘରୁ Tagged With: ଆମ ରୋସେଇ ଘରୁ, ମାଠ କାକରା

“ବନ୍ଧା କୋବି ପକୁଡ଼ି”

February 10, 2008 by News Bureau Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ ଭବକ୍ସଦ୍ଭସଳବକ୍ଟ୍ରଅଶଜ୍ଞବସକ୍ଷ.ମକ୍ଟଜ୍ଞ

ଆବଶ୍ୟକ ସାମଗ୍ରୀ:

କଟା ବନ୍ଧାକୋବି-୨, ପିଆଜ-୧ଟା(ବଡ଼), କଟା  ଧନିଆପତ୍ର ଅଳ୍ପକିଛ, କଟା ଲଙ୍କା -୨ ଚାମଚ(ଛୋଟ), କଟା ଅଦା-୨ ଚାମଚ(ଛୋଟ),ମଇଦା-୧/୨ କପ୍,କର୍ଣ୍ଣଫ୍ଲୋର-୨ ଚାମଚ(ବଡ଼), ସ୍ୱାଦ ଅନୁସାରେ ଲୁଣ, ଛାଣିବା ପାଇଁ ରିଫାଇନ୍ ତେଲ ।

ପ୍ରସ୍ତୁତି ପ୍ରଣାଳୀ:BandhaGobi-Pakudi

ବନ୍ଧାକୋବିକୁ ପତଳା ପତଳା ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ । ପିଆଜ, ଅଦା ଓ କଞ୍ଚାଲଙ୍କାକୁ ଲମ୍ବା ଲମ୍ବା କାଟି ରଖନ୍ତୁ । ବଡ଼ ପାତ୍ରରେ କଟା ବନ୍ଧା କୋବି, ପିଆଜ କଟା, ଅଦା କଟା, କଞ୍ଚାଲଙ୍କା ଏକାଠି ନିଅନ୍ତୁ ।

ବର୍ତ୍ତମାନ ଏଥିରେ ମଇଦା ଓ କର୍ଣ୍ଣଫ୍ଲୋର ପକାଇ ସ୍ୱାଦ ଅନୁସାରେ ଲୁଣ ଓ କଟା ଧନିଆପତ୍ର ପକାଇ ଭଲ ଭାବରେ ଗୋଳାନ୍ତୁ ।

ଏଥିରେ ପାଣି ଦିଅନ୍ତୁ ନାହିଁ, କାରଣ ବନ୍ଧା କୋବିରେ ଲୁଣ ପକାଇଲେ ଏଥିରୁ ପାଣି ବାହାରି ଥାଏ । ଏହି ମିଶ୍ରଣକୁ ଭଲ ଭାବରେ ଗୋଳାଇ ରଖନ୍ତୁ ।

କଡ଼େଇରେ ତେଲ ଗରମ କରି ଏହାକୁ ପକୁଡ଼ି କିମ୍ବା ପିଆଜି ଆକାରରେ ଛାଣି ରଖନ୍ତୁ । ଗରମ ଗରମ ସସ୍ ସହିତ ପରିବେଷଣ କରନ୍ତୁ ବନ୍ଧାକୋବି ପକୁଡ଼ି ।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ଆମ ରୋସେଇ ଘରୁ Tagged With: "ବନ୍ଧା କୋବି ପକୁଡ଼ି"

“ଫିସ୍ ବିରିୟାନି”

February 3, 2008 by News Bureau Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

FishBiriyaniବଡ଼ ରୋହି ମାଛ-(କଟା)୧/୨ କିଗ୍ରା, ବାସୁମତୀ ଚାଉଳ-୧/୨ କିଗ୍ରା, ପିଆଜ-୪ଟା(ବଡ଼), ଅଦା-୧ ଖଣ୍ଡ, ଗୁଜୁରାତି-୪/୬ ଟା,ଲବଙ୍ଗ-୫/୬ ଟା, ଗୋଟା ଗୋଲମରିଚ-୨ ଚାମଚ(ଛୋଟ), ସାହା ଜିରା-୧ ଚାମଚ(ଛୋଟ), ଜାଇତ୍ରି-୨, ଜାଇଫଳ-ଫାଳେ, ତେଜପତ୍ର-୨ଟା, ଧନିଆପତ୍ର କଟା-ଅଳ୍ପ, ପୋତିନା ପତ୍ର-୧ ଚାମଚ(ଛୋଟ), ରିଫାଇନ୍ ତେଲ-୧ କପ୍, ଘିଅ-୪ ଚାମଚ(ବଡ଼),ଅଣ୍ଡା-୨ ଟା(ସିଝାଇବା ପାଇଁ) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗୋଟିଏ ବଡ଼ପାତ୍ର ଚୁଲିରେ ବସାଇ ସେଥିରେ ୫/୬ କପ୍ ପାଣି ଦିଅନ୍ତୁ । ସେଥିରେ ଖଣ୍ଡେ ଅଦା,୧ଟା ପିଆଜ, ସାହାଜିରା, ଜାଲିଫଳ ଓ ତେଜପତ୍ର ପକାଇ ତାକୁ ଘୋଡ଼େଇ ଦିଅନ୍ତୁ । ପାଣି ଭଲଭାବରେ ୧୦/୧୮ ମିନି୍ଟ ଫୁଟିଗଲେ ଚୁଲିରୁ ଓହ୍ଲାଇ ଗୋଟେ ପ୍ଲେଟରେ ଢାଲି ରଖନ୍ତୁ ।

ମାଛକୁ ଧୋଇ ଲୁଣ ହଳଦୀ ଗୋଳାଇ ତେଲରେ ଛାଣି ରଖନ୍ତୁ । ଗୋଟିଏ ପିଆଜକୁ ଲମ୍ବା ଲମ୍ବା କାଟି ତେଲରେ ଲାଲ କରି ଛାଣି ରଖନ୍ତୁ ।

ଅନ୍ୟ ଏକ ପାତ୍ରରେ ଘିଅ ଗରମ କରନ୍ତୁ । ସେଥିରେ କଟା ପିଆଜ, କଟା ଅଦା, ସାହାଜିରା, ଗୁଜୁରାତି, ଲବଙ୍ଗ, ଗୋଲମରିଚ ଓ ଡ଼ାଳଚିନି ଛେଚି ପକାନ୍ତୁ । ପିଆଜ ବାଦାମିରଙ୍ଗ ହୋଇ ଆସିଲେ ଚାଉଳକୁ ଧୋଇ ପକାନ୍ତୁ ।

ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଚାଉଳକୁ କିଛି ସମୟ ଭାଜନ୍ତୁ । ବର୍ତ୍ତମାନ ଏଥିରେ କଟା ପୋଦିନା ପତ୍ର ପକାଇ ଗୋଳାନ୍ତୁ । ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପାଣି ସହିତ ଅଳ୍ପପାଣି ମିଶାଇ ଚାଉଳର ଦୁଇଗୁଣା ପାଣି ଦିଅନ୍ତୁ ।

ସ୍ୱାଦ ଅନୁସାରେ ଲୁଣ ପକାଇ ତାକୁ ପୁଣି ଘୋଢାଇ ରାନ୍ଧନ୍ତୁ । ଭାତ ଅଧାହୋଇ ଆସିଲେ ପୁର୍ବରୁ ରାନ୍ଧିରଖିଥିବା ମାଛକୁ ପକାଇ
ଧିରେ ଧିରେ ଗୋଳାନ୍ତୁ ଯେପରିକି ମାଛ ଭାଙ୍ଗି ନଯାଏ ।

ତାକୁ ପୁଣି ଘୋଡ଼ାଇ ଭାତ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ତାକୁପୁଣି କାଢି କଟା ଧନିଆପତ୍ର ପକାନ୍ତୁ । ପ୍ଲେଟରେ କାଢି ସିଝା ଅଣ୍ଡା ଓ ଭଜା ପିଆଜରେ ସଜାଇ ରାଇତା ସହିତ ପରିବେଷଣ କରନ୍ତୁ ଫିସ୍ ବିରିୟାନି ।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ଆମ ରୋସେଇ ଘରୁ Tagged With: "ଫିସ୍ ବିରିୟାନି"

“ଚକଲେଟ୍ ଲେୟାର କେକ୍”

December 30, 2007 by News Bureau Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ମଇଦା – ୬ ଚାମଚ(ବଡ), ବଟର- ୪ ଚାମଚ(ବଡ), ( ବଜାରରେ ମିଳୁଥିବା ) କାସଟର୍ ସୁଗାର- ୫ ଚାମଚ(ବଡ), ଅଣ୍ଡା- ୩ଟା, ( ବଜାରରେ ମିଳୁଥିବା ) କୋକୋ ପାଉଡର-୧/୨ ଚାମଚ(ବଡ), ବେକିଙ୍ଗ ପାଉଡର- ୩ ଚାମଚ(ଛୋଟ), ଭ୍ୟାନିଲା ଏସଏନସ୍- ୨ ଚାମଚ (ଛୋଟ), କ୍ଷୀର- ୧ ଚାମଚ (ବଡ) ।

ପ୍ରସ୍ତୁତି ପ୍ରଣାଳୀ:

ବଟରକୁ ଗରମ କରି ସେଥିରେ ଚିନି ମିଶାଇ ଭଲ ଭାବରେ ଗୋଳାନ୍ତୁ । ଅଣ୍ଡାକୁ ଭାଙ୍ଗି ଅଲଗା, ଭଲ ଭାବରେ ଫେଣ୍ଟି ଚିନି ଓ ବଟର ସହିତ ମିଶାନ୍ତୁ ।

କୋକୋ ପାଉଡର, ମଇଦା ଓ ବେକିଙ୍ଗ ପାଉଡରକୁ ଏକାଠି ମିଶାଇ ରଖନ୍ତୁ । ପୂର୍ବରୁ ଫେଣ୍ଟି ରଖିଥିବା ଅଣ୍ଡା ମିଶ୍ରଣରେ ମଇଦାକୁ ଗୋଟେ ଗୋଟେ ଚାମଚ ପକାଇ ଭଲ ଭାବରେ ଗୋଳାନ୍ତୁ ।

ମିଶ୍ରଣ ନରମ ଓ ହାଲକା ହେବା ପର୍ଯ୍ୟନ୍ତ ଗୋଳାନ୍ତୁ । ଶେଷରେ ୧ ଚାମଚ କ୍ଷୀର ମିଶାଇ ଗୋଳାନ୍ତୁ । ବର୍ତ୍ତମାନ ଭ୍ୟାନିଲା ଏସ୍ଏନସ୍ ପକାଇ ଗୋଳାଇ ରଖନ୍ତୁ ।ChacolateLayerCake

ଗୋଟିଏ ଗୋଲାକାର ପାତ୍ରରେ ବଜାରରେ ମିଳୁଥିବା ବଟର ପେପର ଦେଇ ସେଥିରେ ବଟର ଲଗାଇ କେକ୍ ମିଶ୍ରଣକୁ ଧିରେ ଧିରେ ଢାଳନ୍ତୁ ।

ଓଭାନ ଗରମ କରି ୩୫୦ ଡିଗ୍ରି ସେଣ୍ଟିଗ୍ରେଡ୍ ରେ ୨୫ ମିନିଟ୍ ବେକ୍ କରନ୍ତୁ । କେକ୍ ହୋଇଗଲେ ଓଭାନରୁ କାଢି ଥଣ୍ଡା କରନ୍ତୁ ।

ଗୋଟିଏ ପ୍ଲେଟ୍ ରେ ପାତ୍ରଟିକୁ ଓଲାଟାଇ ଦିଅନ୍ତୁ । କେକ୍ ଉପରୁ ବଟର ପେପରକୁ କାଢି କେକ୍ ର ମଝିଭାଗରୁ କାଟି ଗୋଟିଏ ପରସ୍ତ କାଢି ଅନ୍ୟ ଏକ ପ୍ଲେଟ୍ ରେ ରଖନ୍ତୁ ।

କ୍ରିମ୍ ଓ ବଟରକୁ ଏକାଠି ଫେଣ୍ଟି କେକ୍ ଉପରେ ଲଗାଇ ଦେଇ କାଟି ରଖିଥିବା ଅନ୍ୟ ଭାଗଟିକୁ ତାଉପରେ ରଖି ଆଇସିଙ୍ଗ ସୁଗାରରେ ସଜାଇ ପରିବେଷଣ କରନ୍ତୁ ଚକଲେଟ୍ ଲେୟାର କେକ୍ ।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ଆମ ରୋସେଇ ଘରୁ Tagged With: "ଚକଲେଟ୍ ଲେୟାର କେକ୍"

“ଚିକେନ୍ ନିଳାଦ୍ରି”

November 4, 2007 by News Bureau Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ଲେଗ ପିସ୍ ଚିକେନ୍-୫୦୦ ଗ୍ରାମ, କଟା ଅଦା-୨ ଚାମଚ(ଛୋଟ), କଟା ରସୁଣ- ୨ ଚାମଚ(ଛୋଟ), କଟା କଞ୍ଚାଲଙ୍କା-୨ ଚାମଚ, ପିଆଜ ୨ଟା(ବଡ଼), ଟମାଟୋ ପୁ୍ୟରି-୪ ଚାମଚ(ବଡ଼), ଧନିଆ ପତ୍ର-୧ ବିଡ଼ା, ପୋଦିନା ପତ୍ର- ୧ବିଡ଼ା, ଲଙ୍କାଗୁଣ୍ଡ-୧ ଚାମଚ(ଛୋଟ), ଜିରାଗୁଣ୍ଡ- ୧ ଚାମଚ, କସ୍ତୁରୀ ମେଥି- ୧ ଚାମଚ(ଛୋଟ), ଦହି-୨/୩ ଚାମଚ(ବଡ଼), କ୍ରିମ୍-୨ ଚାମଚ(ବଡ଼), ଗରମ ମସଲା ଗୁଣ୍ଡ-ଦେଢ ଚାମଚ(ଛୋଟ), ରିଫାଇନ ତେଲ-୪ ଚାମଚ, ସ୍ୱାଦ ଅନୁସାରେ ଲୁଣ, ଲେମ୍ବୁ ରସ- ୨ ଚାମଚ(ଛୋଟ) ।

ପ୍ରସ୍ତୁତ ପ୍ରଣାଳୀ:

ଲେଗ ପିସ୍ ଚିକେନକୁ ଭଲ ଭାବରେ ଧୋଇ ଲୁଣ ଓ ଲେମ୍ବୁ ରସ ଗୋଳାଇ ଅଧଘଣ୍ଟା ରଖନ୍ତୁ । ଚିକେନରେ ଦୁଇ ତିନି ଚାମଚ ମଇଦା ଗୋଳାଇ ତେଲରେ ଛାଣି ରଖନ୍ତୁ । ପିଆଜକୁ ଚୁନା ଚୁନା କରି କାଟି ରଖନ୍ତୁ । ଧନିଆ ପତ୍ର ଓ ପୋଦିନା ପତ୍ରକୁ ଧୋଇ ଗ୍ରାଇଣ୍ଡରରେ ବାଟି ରଖନ୍ତୁ ।

କଡ଼ାଇରେ ତେଲ ଗରମ କରି ସେଥିରେ କଟା ପିଆଜ ପକାନ୍ତୁ । ପିଆଜ ଭାଜି ହୋଇ ଆସିଲେ କଟା ରସୁଣ, କଟା ଅଦା ଓ କଟା କଞ୍ଚାଲଙ୍କା ପକାଇ ଭାଜନ୍ତୁ । ବର୍ତ୍ତମାନ ଟମାଟୋ ପ୍ୟୁରି ପକାଇ ଅଳ୍ପ ସମୟ ଘାଣ୍ଟନ୍ତୁ ।

ବର୍ତ୍ତମାନ ବାଟି ରଖିଥିବା ପୋଦିନା ଓ ଧନିଆ ପତ୍ରର ବଟା ପକାନ୍ତୁ । ଅଳ୍ପ ସମୟ ଘାଣ୍ଟି ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ ଓ କସ୍ତୁରୀ ମେଥିChickenNiladri ପକାଇ ଭଲ ଭାବରେ ଗୋଳାନ୍ତୁ ।

୫/୧୦ ମିନିଟ ପରେ ଦୁଇ ତିନି ଚାମଚ ଦହି ପକାଇ ଧିରେ ଧିରେ ଘାଣ୍ଟନ୍ତୁ । ପୂର୍ବରୁ ଛାଣି ରଖିଥିବା ଚିକେନ୍ ଖଣ୍ଡ ପକାନ୍ତୁ ।

ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାଇ ଧିମି ଆଞ୍ଚରେ ପାଞ୍ଚ ମିନିଟ ରାନ୍ଧନ୍ତୁ । ଶେଷରେ କ୍ରିମ୍ ଓ ଗରମ ମସଲା ଗୁଣ୍ଡ ପକାଇ ଗୋଳାଇ ଚୁଲିରୁ ଓହ୍ଲାଇ ରୁଟି କିମ୍ବା ନାନ୍ ସହିତ ପରଷନ୍ତୁ ଚିକେନ୍ ନିଳାଦ୍ରି ।

 

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ଆମ ରୋସେଇ ଘରୁ Tagged With: "ଚିକେନ୍ ନିଳାଦ୍ରି"

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ