• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଆମ ରୋସେଇ ଘରୁ

“ନବରତ୍ନ ପଲାଉ”

October 28, 2007 by News Bureau Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ବାସୁମତୀ ଅରୁଆ ଚାଉଳ, ଆଳୁ:୨୦ ଗ୍ରାମ୍, ଫୁଲକୋବି-୨୫ ଗ୍ରାମ୍, ଗାଜର:୨୦ ଗ୍ରାମ୍, ବିନ୍-୨୦ ଗ୍ରାମ୍, ମଟର ଦାନା-୨୦ ଗ୍ରାମ୍, ପନିର-୨୦ ଗ୍ରାମ୍, ପିଆଜ-୨ଟା(ବଡ) , ଅଦା-୧ଇଞ୍ଚ(ଏକ ଖଣ୍ଡ), ରସୁଣ-୫/୬ କୋଲା, କଞ୍ଚାଲଙ୍କା-୨/୩ଟା, ସାହାଜିରା-୧ଚାମଚ, ଡାଲଚିନି-୨ ଖଣ୍ଡ, ଗୁଜୁରାତି-୩/୪ଟା, ଅଳେଇଚ-୨ଟା, ତେଜପତ୍ର-୨ଟା ଗୋଟା ଗୋଲମରିଚ-୧ ଚାମଚ(ଛୋଟ), ହଳଦୀଗୁଣ୍ଡ-୧/୨ଚାମଚ(ଛୋଟ), ଘିଅ-୩ ଚାମଚ(ବଡ), ଚିନି-୧  ଚାମଚ(ଛୋଟ), ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ:

NabaratnPalauପରିବା ଗୁଡିକୁ ଲମ୍ବାଲମ୍ବା କାଟି ଧୋଇ ରଖନ୍ତୁ । ଚାଉଳକୁ ଧୋଇ ରଖନ୍ତୁ । ପିଆଜକୁ ବଡ ବଡ ଚାରିକୋଣିଆ, ଖଣ୍ଡ କରି କାଟି ରଖନ୍ତୁ । ପନିରକୁ ଛୋଟ ଛୋଟ ଖଣ୍ଡ କରି କାଟି ତେଲରେ ଭାଜି ରଖନ୍ତୁ । କଡାଇରେ ତେଲ ଦେଇ ପରିବାଗୁଡିକୁ ଭାଜି ରଖନ୍ତୁ । ଅଦା, ରସୁଣ, କଞ୍ଚାଲଙ୍କାକୁ ଛେଚି ରଖନ୍ତୁ ।

ଗୋଟିଏ ପାତ୍ରରେ ଘିଅ ଗରମ କରି ସେଥିରେ ତେଜପତ୍ର ଓ ସାହାଜିରା ପକାନ୍ତୁ । ଡାଲଚିନି, ଗୁଜୁରାତି ଓ ଅଳେଇଚ ଛେଚି ପକାନ୍ତୁ । ବର୍ତ୍ତମାନ କଟା ପିଆଜ ପକାନ୍ତୁ । ପିଆଜ ଅଳ୍ପ ଭାଜି ହୋଇ ଆସିଲେ ଅଦା, ରସୁଣ ଓ କଞ୍ଚାଲଙ୍କା ଛେଚି ପକାନ୍ତୁ ।

ଭଲ ଭାବରେ ଗୋଳାଇ ଧୋଇ ରଖିଥିବା ଚାଉଳ ଓ ଗୋଟା ଗୋଲମରିଚ ପକାନ୍ତୁ । ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାନ୍ତୁ । ବର୍ତ୍ତମାନ ଭାଜି ରଖିଥିବା ପରିବା ଓ ପନିର ପକାଇ ଭଲଭାବରେ ଗୋଳାନ୍ତୁ ।

ଚାଉଳର ଦୁଇଗୁଣା ପାଣି ଦେଇ ସ୍ୱାଦ ଅନୁସାରେ ଲୁଣ ଓ ୧ ଚାମଚ ଚିନି ପକାଇ ଭଲ ଭାବରେ ଗୋଳାଇ ଢାଙ୍କୁଣି ଘୋଡାଇ  ଧିମି ଆଞ୍ଚରେ ଭାତ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ପଲାଉ ହୋଇଗଲେ ଚୁଲିରୁ ଓହ୍ଲାଇ ଉପରେ ଏକ ଚାମଚ ଘିଅ ଓ ୨ ଚାମଚ  ଲେମ୍ବୁରସ ଦେଇ ପରଷନ୍ତୁ ନବରତ୍ନ ପଲାଉ ।
ଓଡ଼ିଶା ଡ଼ଟ୍ କମ୍

 

News Bureau
News Bureau

Filed Under: ଆମ ରୋସେଇ ଘରୁ Tagged With: "ନବରତ୍ନ ପଲାଉ"

“କଦଳୀ ମଞ୍ଜା କଟଲେଟ୍”

October 18, 2007 by News Bureau Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

କଦଳୀ ମଞ୍ଜା- ଏକ ଖଣ୍ଡ , ଆଳୁ-୨ଟା(ବଡ), ପିଆଜ-୨ଟା(ଛୋଟ), ରସୁଣ କଟା- ୧ ଚାମଚ(ଛୋଟ), ଅଦା କଟା-୧ ଚାମଚ(ଛୋଟ), କଞ୍ଚାଲଙ୍କା କଟା-୧ଚାମଚ(ଛୋଟ), କଟା ଧନିଆ ପତ୍ର-ଅଳ୍ପକିଛି , ଅଟା-୨ ଚାମଚ(ବଡ), ଗରମ ମସଲା ଗୁଣ୍ଡ-୧୧/୨ ଚାମଚ(ଛୋଟ), ରିଫାଇନ୍ ତେଲ- ୪ ଚାମଚ(ବଡ), ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ :KadaliManjaCutlet

କଦଳୀ ମଞ୍ଜାକୁ ଚୁନା ଚୁନା କରି କାଟି ରଖନ୍ତୁ । ସେଥିରେ ଅଳ୍ପ ଲୁଣ ପକାଇ ଚକଟି ପାଣି ନିଗାଡି ଭଲ ଭାବରେ ଧୋଇ ରଖନ୍ତୁ । ଆଳୁକୁ ସିଝାଇ ଚକଟି ରଖନ୍ତୁ । କଟା ମଞ୍ଜାକୁ ପ୍ରେସର କୁକରରେ ସିଝାଇ ରଖନ୍ତୁ । ପିଆଜକୁ ଚୁନା ଚୁନା କରି କାଟି ରଖନ୍ତୁ ।

କଡାଇରେ ଅଳ୍ପ ତେଲ ଦେଇ ପିଆଜ କଟା, ରସୁଣ କଟା, ଅଦା କଟା ଓ କଟା କଞ୍ଚାଲଙ୍କା ପକାଇ ଅଳ୍ପ ସମୟ ଭାଜନ୍ତୁ । ବର୍ତ୍ତମାନ ସିଝାଇ ରଖିଥିବା ମଞ୍ଜାକୁ ସେଥିରେ ପକାଇ ଭଲଭାବରେ ଗୋଳାଇ ଚୁଲିରୁ ଓହ୍ଲାଇ ଥଣ୍ଡା କରନ୍ତୁ ।

ଗୋଟିଏ ପ୍ଲେଟ୍ ରେ ମଞ୍ଜାକୁ କାଢନ୍ତୁ । ସେଥିରେ ସିଝା ଆଳୁ, କଟା ଧନିଆପତ୍ର, ଗରମ ମସଲା ଗୁଣ୍ଡ, ଅଟା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ ।

ମଞ୍ଜା ଓ ଆଳୁର ମିଶ୍ରଣକୁ କଟଲେଟ୍ ଆକାରରେ ଗଢି ରଖନ୍ତୁ । ତାୱା ଗରମ କରି ସେଥିରେ କଟଲେଟ୍ ଗୁଡିକୁ ଅଳ୍ପ ତେଲ ଦେଇ ଦୁଇ କଡ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଚଟଣି କିମ୍ବା ସସ୍ ସହିତ ପରିବେଷଣ କରନ୍ତୁ ମଞ୍ଜା କଟଲେଟ୍ ।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ଆମ ରୋସେଇ ଘରୁ Tagged With: "କଦଳୀ ମଞ୍ଜା କଟଲେଟ୍"

“ଗଜାମୁଗ ଚାଟ୍”

September 2, 2007 by News Bureau Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ଗଜାମୁଗ- ୧୦୦ ଗ୍ରାମ, ପିଆଜ କଟା-୧ଟା(ବଡ), ମିଠାତେନ୍ତୁଳି ଚଟଣୀ-୨ଚାମଚ(ବଡ), ଚାଟ ମସଲା-୧ଚାମଚ (ଛୋଟ), ଭଜା ବାଦାମ ମଞ୍ଜି-୨/୪ ଚାମଚ(ବଡ), କଳାଲୁଣ-୨ ଚାମଚ(ଛୋଟ), କଟା ଧନିଆପତ୍ର-ଅଳ୍ପକିଛି, ଆମ୍ବ କଷିଆ ଅଦା କଟା-୨ ଚାମଚ(ଛୋଟ), ଲେମ୍ବୁ ରସ- ୨ଚାମଚ(ଛୋଟ), କଟା କଞ୍ଚାଲଙ୍କା-୧ ଚାମଚ(ଛୋଟ) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ:GajaMugaChart

ପୂର୍ବ ରାତିରୁ ଗୋଟା ମୁଗକୁ ବତୁରାଇ ଗୋଟିଏ କପଡାରେ ବାନ୍ଧି ଗିନା ଭିତରେ ରଖି ଉପରେ ଢାଙ୍କୁଣି ଦେଇ ବନ୍ଦ କରି ରଖିଲେ ତା ପର ଦିନ ସକାଳୁ ଏହା ଗଜା ହୋଇଯିବ ।

ଗୋଟିଏ ବଡ ପାତ୍ରରେ ଗଜାମୁଗ ନିଅନ୍ତୁ । ଉପରେ ଦିଆଯାଇଥିବା ସମସ୍ତ ସାମଗ୍ରୀକୁ ଗଜା ମୁଗରେ ଭଲ ଭାବରେ ମିଶାନ୍ତୁ ।

ପରିବେଷଣ କରିବା ପୂର୍ବରୁ ଚାଟ୍ ମସଲା ଓ କଟା ଧନିଆପତ୍ର ଉପରେ ପକାଇ ପରିବେଷଣ କରୁନ୍ତୁ ଗଜାମୁଗ ଚାଟ୍।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ଆମ ରୋସେଇ ଘରୁ Tagged With: "ଗଜାମୁଗ ଚାଟ୍

ଭେଜିଟେବୁଲ ମଞ୍ଚୁରିୟାନ (ଆମ ରୋଷେଇ ଘରୁ)

August 26, 2007 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,

ଆବଶ୍ୟକ ସାମଗ୍ରୀ :

ବନ୍ଧାକୋବି-୫୦୦ ଗ୍ରାମ, ଗାଜର-୨୦୦ ଗ୍ରାମ, ବିନ-୧୦୦ଗ୍ରାମ, କ୍ୟାପସିକମ୍-୧୦୦ଗ୍ରାମ,
ରସୁଣ(କଟା) ଚୁନାଚୁନା-୨/୪ ଚାମଚ(ବଡ), ମଇଦା-୧/୨ କପ, କର୍ଣ୍ଣର୍ଫ୍ଲୋର- ୪ଚାମଚ(ବଡ),
ଗୋଲମରିଚ ଗୁଣ୍ଡ-୨ ଚାମଚ(ଛୋଟ), ସୋୟାସସ-୧ ଚାମଚ(ଛୋଟ), ଚିଲିସସ-୨ ଚାମଚ(ଛୋଟ),
ଟମାଟୋ ସସ-୨ ଚାମଚ(ଛୋଟ), ଅଜିନୋ ମଟୋ-୧/୪ ଚାମଚ(ଛୋଟ), ଛାଣିବା ପାଇଁ ରିଫାଇନ ତେଲ ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :

ଉପରେ ଦିଆଯାଇଥିାବ ସମସ୍ତ ପରିବାକୁ ଚୁନାଚୁନା କରି କାଟି ଧୋଇ ରଖନ୍ତୁ । କଟା ରସୁଣ ୨ ଚାମ(ଛୋଟ) କର୍ଣ୍ଣଫ୍ଲୋର ଓ ମଇଦା  ୪ ଚାମଚ (ବଡ) ଓ ସ୍ୱାଦ ଅନୁସାରେ ଲୁଣ ପରିବାରେ ମିଶାଇ ଭଲ ଭାବରେ ଗୋଳାଇ ରଖନ୍ତୁ ।

Vegitable-Manchurianବର୍ତ୍ତମାନ ଏଥିରେ କଟା ଧନିଆପତ୍ର ଅଳ୍ପ କିଛି ଓ ଗୋଳମରିଚ ଗୁଣ୍ଡ  ଏକ ଚାମଚ ଗୋଳାଇ ରଖନ୍ତୁ ।

କଢାଇରେ ତେଲ ଗରମ କରି ଗୋଳାଇ ରଖିଥିବା ପରିବାକୁ ଗୋଲ ଗୋଲ ଛୋଟ ଛୋଟ ବଲ ଆକାରରେ ଲାଲ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ । କଡାଇରୁ କାଢି ଗୋଟିଏ ପ୍ଲେଟ ରେ ରଖନ୍ତୁ  ।

ଅନ୍ୟ ଏକ କଡାଇରେ ୨ ଚାମଚ ତେଲ ପକାନ୍ତୁ । ତେଲ ଗରମ ହୋଇଗଲେ ଚୁନା ଚୁନା ରସୁଣ କଟା ପକାଇ ଧିମି ଆଞ୍ଚରେ ଅଳ୍ପ ସମୟ ଭାଜନ୍ତୁ । ଯେପରି ରସୁଣ ଲାଲ ନ ହୁଏ । ଗୋଟିଏ ଛୋଟ ଗିନାରେ ଚିଲି ସସ୍, ଟମାଟୋ ସସ୍ ଓ ସୋୟା ସସକୁ ଗୋଳାଇ ରଖନ୍ତୁ ।

ଅନ୍ୟ ଏକ ଗିନାରେ ୨ ଚାମଚ କଣ୍ଣେଫ୍ଲୋରକୁ ଅଳ୍ପ ପାଣି ଦେଇ ଗୋଳାଇ ରଖନ୍ତୁ । ବର୍ତ୍ତର୍ମାନ ଭଜା ରସୁଣରେ ଏକ ଗ୍ଲାସ ପାଣି ଦିଅନ୍ତୁ । ପାଣି ଫୁଟି ଆସିଲେ ସ୍ୱାଦ  ଅନୁସାରେ ଲୁଣ ପକାନ୍ତୁ ।

ବର୍ତ୍ତମାନ ପୂର୍ବରୁ ଗୋଳାଇ ରଖିଥିବା ସମସ୍ତ ସସ ଓ ଗୋଳାଇ ରଖିଥିବା କଣ୍ଣେଫ୍ଲୋର ପକାଇ ଧିମି ଆଞ୍ଚରେ ଭଲ ଭାବରେ ଘଂ।ଟନ୍ତୁ । ବର୍ତ୍ତମାନ ଏଥିରେ ପୂର୍ବରୁ ଛାଣି ରଖିଥିବା ପରିବା ବଲ ଗୁଡିକୁ ପକାଇ ଧୀରେ ଧୀରେ ଗୋଳାନ୍ତୁ ।

ଏଥିରେ ଅଜିନୋମଟୋ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଚୁଳିରୁ ଓହ୍ଲାଇ ଗରମ ଗରମ ପରିବେଷଣ କରନ୍ତୁ ଭେଜିଟେବୁଲ ମନଚୁରିଆନ  ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ Tagged With: ବର୍ଣ୍ଣିକା ପଟ୍ଟନାୟକ, ଭେଜିଟେବୁଲ ମଞ୍ଚୁରିୟାନ

“ଭେଜିଟେବୁଲ ମଞ୍ଚୁରିୟାନ୍”

August 26, 2007 by News Bureau Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ :

ବନ୍ଧାକୋବି-୫୦୦ ଗ୍ରାମ, ଗାଜର-୨୦୦ ଗ୍ରାମ, ବିନ-୧୦୦ଗ୍ରାମ, କ୍ୟାପସିକମ୍-୧୦୦ଗ୍ରାମ, ରସୁଣ(କଟା) ଚୁନାଚୁନା-୨/୪ ଚାମଚ(ବଡ), ମଇଦା-୧/୨ କପ, କର୍ଣ୍ଣର୍ଫ୍ଲୋର- ୪ଚାମଚ(ବଡ), ଗୋଲମରିଚ ଗୁଣ୍ଡ-୨ ଚାମଚ(ଛୋଟ), ସୋୟାସସ-୧ ଚାମଚ(ଛୋଟ), ଚିଲିସସ-୨ ଚାମଚ(ଛୋଟ), ଟମାଟୋ ସସ-୨ ଚାମଚ(ଛୋଟ), ଅଜିନୋ ମଟୋ-୧/୪ ଚାମଚ(ଛୋଟ), ଛାଣିବା ପାଇଁ ରିଫାଇନ ତେଲ ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :

ଉପରେ ଦିଆଯାଇଥିାବ ସମସ୍ତ ପରିବାକୁ ଚୁନାଚୁନା କରି କାଟି ଧୋଇ ରଖନ୍ତୁ । କଟା ରସୁଣ ୨ ଚାମ(ଛୋଟ) କର୍ଣ୍ଣଫ୍ଲୋର ଓ ମଇଦା ୪ ଚାମଚ (ବଡ) ଓ ସ୍ୱାଦ ଅନୁସାରେ ଲୁଣ ପରିବାରେ ମିଶାଇ ଭଲ ଭାବରେ ଗୋଳାଇ ରଖନ୍ତୁ ।

Vegitable-Manchurianବର୍ତ୍ତମାନ ଏଥିରେ କଟା ଧନିଆପତ୍ର ଅଳ୍ପ କିଛି ଓ ଗୋଳମରିଚ ଗୁଣ୍ଡ ୧ ଚାମଚ ଗୋଳାଇ ରଖନ୍ତୁ ।

କଡାଇରେ ତେଲ ଗରମ କରି ଗୋଳାଇ ରଖିଥିବା ପରିବାକୁ ଗୋଲ ଗୋଲ ଛୋଟ ଛୋଟ ବଲ ଆକାରରେ ଲାଲ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ । କଡାଇରୁ କାଢି ଗୋଟିଏ ପ୍ଲେଟ୍ ରେ ରଖନ୍ତୁ ।

ଅନ୍ୟ ଏକ କଡାଇରେ ୨ ଚାମଚ ତେଲ ପକାନ୍ତୁ । ତେଲ ଗରମ ହୋଇଗଲେ ଚୁନା ଚୁନା ରସୁଣ କଟା ପକାଇ ଧିମି ଆଞ୍ଚରେ ଅଳ୍ପ ସମୟ ଭାଜନ୍ତୁ । ଯେପରି ରସୁଣ ଲାଲ ନ ହୁଏ । ଗୋଟିଏ ଛୋଟ ଗିନାରେ ଚିଲି ସସ୍, ଟମାଟୋ ସସ ଓ ସୋୟାସସକୁ ଗୋଳାଇ ରଖନ୍ତୁ ।

ଅନ୍ୟ ଏକ ଗିନାରେ ୨ ଚାମଚ କଣ୍ଣେଫ୍ଲୋରକୁ ଅଳ୍ପ ପାଣି ଦେଇ ଗୋଳାଇ ରଖନ୍ତୁ । ବର୍ତ୍ତମାନ ଭଜା ରସୁଣରେ ଏକ ଗ୍ଲାସ ପାଣି ଦିଅନ୍ତୁ । ପାଣି ଫୁଟି ଆସିଲେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ ।

ବର୍ତ୍ତମାନ ପୂର୍ବରୁ ଗୋଳାଇ ରଖିଥିବା ସମସ୍ତ ସସ ଓ ଗୋଳାଇ ରଖିଥିବା କଣ୍ଣେଫ୍ଲୋର ପକାଇ ଧିମି ଆଞ୍ଚରେ ଭଲ ଭାବରେ ଘାଟନ୍ତୁ । ବର୍ତ୍ତମାନ ଏଥିରେ ପୂର୍ବରୁ ଛାଣି ରଖିଥିବା ପରିବା ବଲ ଗୁଡିକୁ ପକାଇ ଧୀରେ ଧୀରେ ଗୋଳାନ୍ତୁ ।

ଏଥିରେ ଅଜିନୋମଟୋ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଚୁଳିରୁ ଓହ୍ଲାଇ ଗରମ ଗରମ ପରିବେଷଣ କରନ୍ତୁ ଭେଜିଟେବୁଲ ମଞ୍ଚୁରିୟାନ୍ ।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ଆମ ରୋସେଇ ଘରୁ Tagged With: ଭେଜିଟେବୁଲ ମଞ୍ଚୁରିୟାନ୍

“ଚିଙ୍ଗୁଡ଼ି ପଲାଉ”

August 19, 2007 by News Bureau Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ବଡ଼ ଚିଙ୍ଗୁଡ଼ି-୨୫୦ ଗ୍ରାମ, ବାସୁମତି ଅରୁଆ ଚାଉଳ-୫୦୦ ଗ୍ରାମ, କ୍ୟାପ୍ସିକମ୍-୧୦୦ ଗ୍ରାମ, ଗାଜର-୫୦ ଗ୍ରାମ, ଅଦା-୧ଖଣ୍ଡ, ପିଆଜ-୨ଟା (ବଡ଼), ଗୋଟା ଗରମ ମସଲା ଅଳ୍ପ କିଛି, ତେଜପତ୍ର-୨ଟା, ଲେମ୍ବୁରସ-୧ ଚାମଚ(ବଡ଼), ରିଫାଇନ ତେଲ- ୨ଚାମଚ(ବଡ଼), ବଟର-୧ ଚାମଚ ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :

Prawn-Palauଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଧୋଇ ଲୁଣ ଓ ଲେମ୍ବୁରସ ଗୋଳାଇ ରଖନ୍ତୁ । ଚାଉଳକୁ ଧୋଇ ରଖନ୍ତୁ । ପିଆଜ ଓ ଅଦାକୁ ପତଳା ପତଳା ଲମ୍ବା ଲମ୍ବା କାଟି ରଖନ୍ତୁ । ଗାଜର ଓ କ୍ୟାପସିକମ୍ କୁ ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ ।

ପ୍ରେସର କୁକରରେ କିମ୍ବା ଗୋଟିଏ ବଡ ପାତ୍ରରେ ତେଲ ଓ ବଟର ମିଶାଇ ଗରମ କରନ୍ତୁ ।

ସେଥିରେ ତେଜପତ୍ର ଓ ଗୋଟା ଗରମ ମସଲା( ଡାଲଚିନି, ଲବଙ୍ଗ, ଗୁଜୁରାତି) ପକାନ୍ତୁ । କଟା ପିଆଜ, କଟା ଅଦା, କଟା ପରିବା ପକାଇ ଅଳ୍ପ ସମୟ ଭାଜି ଗୋଳାଇ ରଖିଥିବା ଚିଙ୍ଗୁଡିକୁ ପକାନ୍ତୁ ।

ବର୍ତ୍ତମାନ ଏଥିରେ ଧୋଇ ରଖିଥିବା ଚାଉଳ ପକାଇ ଭଲଭାବରେ ଗୋଳାଇ ଚାଉଳର ଦୁଇଗୁଣା ପାଣି ଦେଇ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବରେ ଗୋଳାଇ ଢାଙ୍କୁଣି ଘୋଡାଇ ଧିମି ଆଞ୍ଚରେ ଚାଉଳ ସିଝିବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ଚୁଲିରୁ ଓହ୍ଲାଇ ଉପରେ ଗରମ ମସଲା ଗୁଣ୍ଡ ଓ ଏକ ଚାମଚ ବଟର ପକାଇ ପ୍ଲେଟ୍ ରେ କାଢି ପରିବେଷଣ କରନ୍ତୁ ଚିଙ୍ଗୁଡି ପଲାଉ ।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ଆମ ରୋସେଇ ଘରୁ Tagged With: "ଚିଙ୍ଗୁଡ଼ି ପଲାଉ"

“ମାଛ ମଞ୍ଜି କୋବତା କରି”

July 29, 2007 by News Bureau Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ମାଛ ମଞ୍ଜି-୨୫୦ ଗ୍ରାମ, ପିଆଜ-୨ଟା(ବଡ), ଟମାଟୋ-୧ଟା (ବଡ), ଅଦା ବଟା-୧ ଚାମଚ(ଛୋଟ), ରସୁଣ ବଟା-୧ଚାମଚ(ଛୋଟ), ଲଙ୍କାଗୁଣ୍ଡ-୧ ଚାମଚ(ଛୋଟ), ଧନିଆଗୁଣ୍ଡ-୧ଚାମଚ(ଛୋଟ), ହଳଦୀ ଗୁଣ୍ଡ-୧ଚାମଚ(ଛୋଟ), ରିଫାଇନ୍ ତେଲ-୧କପ, କଟା ଧନିଆପତ୍ର, ଅଳ୍ପ କିଛି ବେସନ-୪ ଚାମଚ(ବଡ), ଗରମ ମସଲା ଗୁଣ୍ଡ-୧ ଚମଚ(ଛୋଟ), ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :

ମାଛ ମଞ୍ଜିକୁ ଭଲ ଭାବରେ ଧୋଇ ଲୁଣ, ହଳଦୀ ଗୁଣ୍ଡ, କଟା ଧନିଆପତ୍ର, କଟାପିଆଜ, କଟା କଞ୍ଚାଲଙ୍କା, କଟା ଅଦା, କଟା ରସୁଣ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ବେସନ ୪ ଚାମଚ ଗୋଳାଇ ଭଲ ଭାବରେ ଚକଟି ତେଲରେ କୋବତା ଆକରରେ ଛାଣି ରଖନ୍ତୁ ।

ଅନ୍ୟ ଏକ କଡାଇରେ ତେଲ ଗରମ କରି ତେଜପତ୍ର, କଟା ପିଆଜ, କଟା ଟମାଟୋ ପକାଇ ପିଆଜ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।

ବର୍ତ୍ତମାନ ଏଥିରେ ରସୁଣ ବଟା, ଅଦାବଟା, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ ଅଧା କପ ପାଣି ଦେଇ ମସଲାକୁ ଭଲ ଭାବରେ ଭାଜନ୍ତୁ ।

ମସଲା ଭାଜି ହୋଇ ତେଲ ଉପରକୁ ଉଠି ଆସିଲେ ୨ କପ୍ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ମସଲା ଭଲ ଭାବରେ ଫୁଟିଗଲେ ଧିମି ଆଞ୍ଚରେ ରଖି ପୂର୍ବରୁ ଛାଣି ରଖିଥିବା କୋବତା ଗୁଡିକୁ ପକାଇ ଢାଙ୍କୁଣି ଘୋଡାଇ ୫ରୁ ୧୦ ମିନିଟ୍ ରଖନ୍ତୁ ।

ମାଛ ମଞ୍ଜି କୋବତା ଗୁଡିକ ଭଲ ଭାବରେ ସିଝି ଗଲେ ଢାଙ୍କୁଣି କାଢି ଉପରେ କଟା ଧନିଆପତ୍ର ଓ ଗରମ ମସଲା ଗୁଣ୍ଡ ପକାଇ ଚୁଲିରେ ଓହ୍ଲାଇ ଗରମ ଗରମ ରୁଟି କିମ୍ବା ଭାତ ସହିତ ପରିବେଷଣ କରନ୍ତୁ ମାଛ ମଞ୍ଜି କୋବତା କରି ।
ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ଆମ ରୋସେଇ ଘରୁ Tagged With: "ମାଛ ମଞ୍ଜି କୋବତା କରି"

“ପଣସ କଠା କୋପତା କରି”

May 1, 2007 by News Bureau Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ :

ପଣସ କଠା-୨୫୦ ଗ୍ରାମ, ଆଳୁ-୨ଟା(ବଡ଼), ଅଦା ବଟା-୨ ଚାମଚ(ଛୋଟ), ରସୁଣ ବଟା-୨ଚାମଚ(ଛୋଟ), ଧନିଆଗୁଣ୍ଡ-୧ ଚାମଚ(ଛୋଟ), ଜିରାଗୁଣ୍ଡ-୧ଚାମଚ(ଛୋଟ), ହଳଦୀ ଗୁଣ୍ଡ-୧ ଚାମଚ(ଛୋଟ), ଲଙ୍କାଗୁଣ୍ଡ- ୧ଚାମଚ(ଛୋଟ), ଗରମ ସମଲା ଗୁଣ୍ଡ-୧ ଚାମଚ(ଛୋଟ), ତେଜ ପତ୍ର-୨ଟା, ପିଆଜ-୧ଟା(ବଡ଼), ଟମାଟୋ-୧ଟା(ବଡ଼), ନଡ଼ିଆ କୋରା-୧ କପ୍, କଟା ଧନିଆପତ୍ର-ଅଳ୍ପ କିଛି, ବେସନ-୧/୨କପ୍, ଛାଣିବା ପାଇଁ ରିଫାଇନ ତେଲ ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ପଣସ କଠାକୁ କାଟି ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । ଆଳୁ ଓ ପଣସ କଠାକୁ ଏକାଠି ପକାଇ ୧/୨ କପ୍ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ସିଝାଇ ରଖନ୍ତୁ ।

ଆଳୁରୁ ଚୋପା ଛଡ଼ାଇ ପଣସ କଠା ସହିତ ମିଶାଇ ଚକଟି ରଖନ୍ତୁ । ପିଆଜକୁ ଲମ୍ବା ଲମ୍ବା କରି କାଟି ରଖନ୍ତୁ । ଟମାଟୋକୁ ଚୁନା ଚୁନା କରି କାଟି ରଖନ୍ତୁ ।

କଡ଼ାଇରେ ଅଳ୍ପ ତେଲ ଦେଇ ଅଦା, ରସୁଣ ବଟା, ଜିରାଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ ଅଳ୍ପ ପାଣି ଦେଇ ମସଲାକୁ ଭଲ ଭାବରେ ଭାଜନ୍ତୁ ।

ମସଲାରୁ ପାଣି ଶୁଖିଗଲେ ଚକଟି ରଖିଥିବା ପଣସ ଓ ଗରମ ମସଲା ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଚୁଲିରୁ ଓହ୍ଲାଇ ପ୍ଲେଟରେ କାଢି ଥଣ୍ଡା କରନ୍ତୁ ।

ଦୁଇ ଚାମଚ କର୍ଣ୍ଣଫ୍ଲୋର ପକାଇ ଭଲଭାବରେ ଗୋଳାଇ ଚପ୍ ଆକାରରେ ଗଢି ରଖନ୍ତୁ । ବେସନରେ ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଆଣ ପ୍ରସ୍ତୁତ କରନ୍ତୁ । କଡ଼ାଇରେ ତେଲ ଗରମ କରି ଚପ୍ ଗୁଡ଼ିକୁ ବେସନ ଆଣରେ ବୁଡ଼ାଇ ବାଦାମି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣି ରଖନ୍ତୁ ।

ମସଲା ପ୍ରସ୍ତୁତି ପ୍ରଣାଳୀ:

ନଡ଼ିଆ କୋରାରେ ଏକ କପ୍ ପାଣି ଦେଇ ଗ୍ରାଇଣ୍ଡରରେ ବାଟି ଛାଣି ରଖନ୍ତୁ । କଡ଼ାଇରେ ତେଲ ଗରମ କରି ତେଜପତ୍ର ଓ କଟା ପିଆଜ ପକାନ୍ତୁ । ପିଆଜ ଅଳ୍ପ ଭାଜିହୋଇ ଆସିଲେ କଟା ଟମାଟୋ ପକାଇ କିଛି ସମୟ ଭାଜନ୍ତୁ ।

ପିଆଜ ଲାଲ୍ ହୋଇଗଲେ ଅଦା, ରସୁଣ ବଟା, ଧନିଆଗୁଣ୍ଡ, ଜିରାଗୁଣ୍ଡ, ଲଙ୍କାଗୁଣ୍ଡ ଓ ହଳଦୀଗୁଣ୍ଡ ପକାଇ ଭଲଭାବରେ ଗୋଳାଇ ଅଳ୍ପ ପାଣି ଦେଇ ମସଲାରୁ ପାଣି ଶୁଖିବା ପର୍ଯ୍ୟନ୍ତ ଭାଜନ୍ତୁ ।

ବାଟି ରଖିଥିବା ନଡ଼ିଆ ରସ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ମସଲା ଫୁଟି ଆସିଲେ ପୂର୍ବରୁ ଛାଣି ରଖିଥିବା କୋବତା ଗୁଡ଼ିକୁ ପକାଇ ଧିରେଧିରେ ଗୋଳାନ୍ତୁ । ପାଞ୍ଚ ମିନିଟ ପରେ ଚୁଲିରୁ ଓହ୍ଲାଇ କଟା ଧନିଆ ପତ୍ର ଓ ଗରମ ମସଲା ଗୁଣ୍ଡ ପକାଇ ପରିବେଷଣ କରନ୍ତୁ ପଣସ କୋବ୍ତା କରି ।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ଆମ ରୋସେଇ ଘରୁ Tagged With: "ପଣସ କଠା କୋବ୍ତା କରି"

  • « Go to Previous Page
  • Go to page 1
  • Go to page 2
  • Go to page 3

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ