ଆପଣ ଯଦି ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ସଂପର୍କରେ ଗୁଗୁଲରେ ଖୋଜିବା ଆରମ୍ଭ କରିବେ, ତେବେ ନିଶ୍ଚୟ ସେ ଆପଣଙ୍କୁ ବୌଦ୍ଧ ନିକଟରେ ପହଞ୍ଚାଇଦେବ।
କନ୍ଧମାଳଠାରୁ ଅଲଗା ହୋଇ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିବା ବୌଦ୍ଧ ଜିଲ୍ଲା ଓଡ଼ିଶାର ଅନ୍ୟତମ ଛୋଟିଆ ଜିଲ୍ଲା (ଲୋକସଂଖ୍ୟା ତୁଳନାରେ ଦେବଗଡ଼ ପରେ)।
ମୁଁ ବଲାଙ୍ଗିର ଜିଲ୍ଲାପାଳ ଥିବା ସମୟରେ ଅନେକ ଥର ବୌଦ୍ଧ ରାସ୍ତା ଦେଇ ଯାଇଛି, ହେଲେ କେବେ ଏଠାରେ ଅଟକି ଏହାକୁ ନିରୀକ୍ଷଣ କରିନାହିଁ।
ତେବେ ମୁଁ ଜଳସଂପଦ ବିଭାଗ ସଚିବ ଥିବା ସମୟରେ ଏହି ଜିଲ୍ଲାରେ ବାଘ୍ ଜଳସେଚନ ପ୍ରକଳ୍ପ ହୋଇଥିଲା ଏବଂ ମୋତେ ବୌଦ୍ଧଠାରେ ଗୋଟେ ରାତି କଟାଇବାକୁ ପଡ଼ିଥିଲା।
ଗୌତମ ବୁଦ୍ଧଙ୍କ ନାମରେ ନାମିତ ଏହି ଜିଲ୍ଲାରେ ତିନିଟି ଉଚ୍ଚ ବୌଦ୍ଧ ମୂର୍ତ୍ତି ସମେତ ପଥର ଓ ବାଲିପଥରରେ ନିର୍ମିତ ଅନେକ ଗନ୍ଧର୍ବ ମୂର୍ତ୍ତି ଏଠି ସେଠି ରହିଛି।
ବୌଦ୍ଧ ସହର ଭିତରେ ଏଥିରୁ ଗୋଟିଏ ବିରାଟ ବୁଦ୍ଧ ମୂର୍ତ୍ତି ରହିଥିବାବେଳେ ଅନ୍ୟ ଦୁଇଟି ଶ୍ୟାମସୁନ୍ଦରପୁର ଓ ପ୍ରଗଲପୁରଠାରେ ରହିଛି।
ତିନିଟି ଉଲ୍ଲେଖନୀୟ ବୁଦ୍ଧ ମୂର୍ତ୍ତି ଥିବାରୁ ଏହି ଜିଲ୍ଲାର ବୌଦ୍ଧ ସଂସ୍କୃତି ସହ ସଂପୃକ୍ତ ଥିବାର ପ୍ରମାଣ ମିଳେ।
ସେହିପରି ବୌଦ୍ଧ ସହରରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ରାମେଶ୍ବର ବା ରାମନାଥ ମନ୍ଦିର ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଐତିହାସିକମାନେ କହନ୍ତି।
ବୌଦ୍ଧ ସହରର ଆଉ ଏକ ଆକର୍ଷଣ ହେଉଛି ଏଠାକାର ଯୋଗିନ୍ଦ୍ର ଭିଲ୍ଲା ପେଲେସ୍, ଯାହା ସ୍ଥାନୀୟ ଲୋକଙ୍କ ମୁହଁରେ ରାଜବାଟୀ ଭାବେ ପରିଚିତ।
ଜଣେ ଉଦାର ଓ ଦାନଶୀଳ ରାଜା ଭାବେ ପରିଚିତ ରାଜା ଯୋଗେନ୍ଦ୍ର ଦେବ ତାଙ୍କ ଶାସନ କାଳରେ ଏହାକୁ ନିର୍ମାଣ କରିଥିଲେ।
ଏହି ରାଜବାଟୀ ନିକଟରୁ ଆପଣ ମହାନଦୀକୁ ସଂପୂର୍ଣ୍ଣ ଦେଖିପାରିବେ।
ସେହିପରି ଏହି ରାଜବାଟୀ ଭିତରେ ଭୈରବୀ ଓ ମଦନମୋହନ ମନ୍ଦିରରେ ଠାକୁରଙ୍କୁ ଦର୍ଶନ ମଧ୍ୟ କରିପାରିବେ।
ସେହିପରି ବୌଦ୍ଧ ସହରଠାରୁ ୧୬ କିଲୋମିଟର ଦୂର ଗନ୍ଧରାଡ଼ି ଗାଁ ନିକଟରେ ରହିଛି ଜଗତି।
ଏଠାରେ ନୀଳମାଧବ ଓ ସିଦ୍ଧେଶ୍ବର ମନ୍ଦିର ଅବସ୍ଥିତ।
ନବମ ଶତାବ୍ଦୀରେ ଖିଞ୍ଜଳି ମଣ୍ଡଳର ଭଂଜ ରାଜାମାନେ ଏହାକୁ ନିର୍ମାଣ କରିଥିବା ଐତିହାସିକମାନେ ମତ ଦିଅନ୍ତି।
ଏହି ଦୁଇଟି ମନ୍ଦିର ଦେଖିବାକୁ ଏକାଭଳି, ତେବେ ବାମ ପଟରେ ଥିବା ମନ୍ଦିର ଶିବ (ସିଦ୍ଧେଶ୍ବର)ଙ୍କର
ହୋଇଥିବାବେଳେ ଅନ୍ୟଟି ବିଷ୍ଣୁ (ନୀଳମାଧବ)ଙ୍କର।
ସିଦ୍ଧେଶ୍ବର ମନ୍ଦିରର ଶିଖର ଶିବଲିଙ୍ଗ ଆକୃତିର ଓ ନୀଳମାଧବ ମନ୍ଦିରର ଶିଖର ବ୍ଲୁ କ୍ଲୋରାଇଟରେ ନିର୍ମିତ ଏକ ଚକ୍ରାକୃତିର।
ମହାନଦୀ ଭିତରେ ଥିବା ହନୁମାନ ମନ୍ଦିର ମଧ୍ୟ ଏକ ଆକର୍ଷଣ।
ସେପଟେ ମହାନଦୀ ଭିତରେ ଥିବା ଚନ୍ଦ୍ରଚୂଡ଼ ଓ ମାତଙ୍ଗେଶ୍ବର ମନ୍ଦିର ସେମାନଙ୍କର ଆକୃତି ଓ କାରୁକାର୍ଯ୍ୟ ପାଇଁ
ଯେକୌଣସି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରନ୍ତି।
ଏହି ଦୁଇଟିଯାକ ହେଉଛି ଶିବ ମନ୍ଦିର।
ବୌଦ୍ଧ ସହରରେ ବି ରହିଛି ପୁରାତନ ଜଗନ୍ନାଥ ମନ୍ଦିର।
ବୌଦ୍ଧ ଜିଲ୍ଲା ବୁଲିବା ବେଳେ ଯଦି ଆପଣଙ୍କ ହାତରେ ସମୟ ଥାଏ, ତେବେ ଆପଣ ନାୟକପଡ଼ା ଗୁମ୍ଫା ଓ ପଦ୍ମତୋଳା ଅଭୟାରଣ୍ୟ ମଧ୍ୟ ବୁଲିବାକୁ ଯାଇପାରିବେ।
ଡମ୍ବରୁଗଡ଼ା ପାହାଡ଼ ଉପରେ ଚଢ଼ି ଆପଣ ମହାନଦୀର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।
ସେହିପରି ମହାନଦୀର ଅପରପାର୍ଶ୍ବରେ ଅବସ୍ଥିତ ମାର୍ଜାକୁଦ ଦ୍ବୀପ ମଧ୍ୟ ଆପଣଙ୍କୁ ନିଶ୍ଚୟ ଆକର୍ଷିତ କରିବ।
ଆପଣ ଭୁବନେଶ୍ବର, ପୁରୀ, କୋଣାର୍କ ଓ ଚିଲିକା ବାରମ୍ବାର ଦେଖିସାରିବା ପରେ ରାଜ୍ୟର ଏହି ପଶ୍ଚିମ ପ୍ରାନ୍ତକୁ ଆସି ଏଠାକାର ପର୍ଯ୍ୟଟନସ୍ଥଳୀର ମଜା ନେଇପାରିବେ।
( ଲେଖକ ୧୯୮୫ ବ୍ୟାଚର ଓଡିଶା କ୍ୟାଡର ଆଇ.ଏ.ଏସ୍. ଅଫିସର । ଏବେ ସେ କେନ୍ଦ୍ର ସରକାରଙ୍କ ଜଳସଂପଦ ମନ୍ତ୍ରାଳୟର ସଚିବ ଭାବେ ଅବସ୍ଥାପିତ)


ଭାରତୀୟ ତନ୍ତ୍ର ପରମ୍ପରାରେ ଯୋଗିନୀ ହେଉଛନ୍ତି ଦେବୀଂକ ଅଂଗରୁ ଜାତ ହୋଇଥିବା ଲୌକିକ ଶକ୍ତି। କୌଳ ତନ୍ତ୍ର ଅନୁସାରେ ଦେବୀଂକୁ କୁଳ ଓ ଶିବଂକୁ ଅକୁଳ ବୋଲି କୁହାଯାଇଥାଏ । ଶିବଂକୁ କେନ୍ଦ୍ରକରି ଦେବୀଙ୍କର ୬୪ ସ୍ଵରୂପ ଯୋଗିନୀ ରୂପରେ ନୃତ୍ୟ କରୁଥାନ୍ତି। ଉତ୍ତର ଓ ପୂର୍ବ ଭାରତରେ ମାତ୍ର କେତୋଟି ଯୋଗିନୀ ମନ୍ଦିର ରହିଛି।
ଏହି ଧାରାର ଜଣେ ପ୍ରମୁଖ ସାଧକ “ଗଗନଶିବ” ରାଣିପୁର –ଝରିଆଲରେ ସାଧନା କରିଥିଲେ ବୋଲି ଏକ ଶିଳାଲିପି ରହିଛି। ଏଠାରେ ସୋମେଶ୍ବର ଶିବଂକ ପୀଠ ରହିଛି ଓ ଏଥିରେ ଥିବା ପୁଷ୍କରିଣୀକୁ ସୋମତୀର୍ଥ ବୋଲି ନାମିତ କରାଯାଇଛି।
ଏମାନେ ବଶୀକରଣ (ଅନ୍ୟକୁ ନିଜ ବଶ କରି ରଖିବା),ଗୁତିକାଂଜନ (ଏକ ପ୍ରକାର କଜଳ ଯାହା ଲଗାଇଲେ ଗୁପ୍ତ ଧନ ଦୃଶ୍ୟ ହୁଏ ), ଧାତୁବାଦ ( ଧାତୁ କୁ ବହୁମୂଲ୍ୟ ସୁନା ରେ ରୂପାନ୍ତର କରିବାର କଳା ), ବିଦଗ୍ଧ (ଶତ୍ରୁ କୁ ଧ୍ବଂସ କରିବାର କଳା ), ଅଗ୍ନିସ୍ତମ୍ଭନ(ନିଆଂକୁ ଆୟତ୍ତ କରିବାର କଳା), ଖେଚରୀ ବିଦ୍ୟା ( ଆକାଶରେ ଭ୍ରମଣ କରିବାର କଳା) ଇତ୍ୟାଦି ସାଧନା ର ମହାଦେବୀ ଭାବରେ ସାଧକ ଦ୍ଵାରା ପୂଜା ପାଇଥାନ୍ତି।
୬. କେନ୍ଦ୍ରାଧିପତି ଶିବଂକର ତିନୋଟି ମୁଖ, ଆଠ ହସ୍ତ ରହିଛି ଓ ତାଂକ ସହ ଗଣେଶ ଓ ନନ୍ଦୀ ମଧ୍ୟ ରହିଛନ୍ତି । ୬୪ ଯୋଗିନୀ ମଧ୍ୟରୁ କିଛି ଯୋଗିନୀ ମୂର୍ତୀ ଏବେ ଆଉ ଦୃଶ୍ୟମାନ ହେଉ ନାହାନ୍ତି ।
୯. ୫୦ ଫୁଟ୍ ପରିଧି ବିଶିଷ୍ଟ ଗୋଲାକାର ଯୋଗିନୀ ମନ୍ଦିରର ୬୪ ଟି ଖୋପରେ ରହିଥିବା ଯୋଗିନୀ ଗଣ ମୂର୍ତ୍ତି ସବୁ କ୍ଷୟୀଷ୍ଣୁ କୁଂଡା ପଥରରେ ନିର୍ମିତ ହୋଇଥିବାରୁ, ସମୟ କ୍ରମେ ମୂର୍ତ୍ତି ସ୍ଥାପତ୍ୟ ଲିଭି ଲିଭି ଆସୁଛି । ଏହାର ସଂରକ୍ଷଣ ନିତାନ୍ତ ଜରୁରୀ । ସେହିପରି ମୂର୍ତ୍ତିଚୋର ମାନେ କିଛି ଯୋଗିନୀ ମୂର୍ତ୍ତି ଖୋଲି ନେଇ ସାରିଲେଣି ।
ପାରମ୍ପାରିକ ଡିଜାଇନ୍ ଯଥା – ମାଚ୍ଛ, ଗଚ୍ଛ,ଲତା, ପତ୍ର, ଲକ୍ଷ୍ମୀ ପାଦ, ଝୋଟି , ହଂସ, କୁମ୍ଭ, ଗଜ, ସିଂହ, ମୟୂର, ପଦ୍ମ, ତ୍ରିଭୁଜ, ଚୌକ ଇତ୍ୟାଦି ର ଚିତ୍ର କୁ ସୁତାର ଗୋଂଠି ରେ ଆଁକିବାକୁ ପଡେ। ଏହା ହିଁ ବାଂଧ କଳାର ସବୁଠୁ ବଡ ଆକର୍ଷଣ।
ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖସ୍ଥ ହେଲିପ୍ୟାଡ଼ ନିକଟରୁ ୧୨୦୦ ଶତାବ୍ଦୀର ଲୋକଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ସାମଗ୍ରୀର ସନ୍ଧାନ ମିଳିଥିବା ଅନୁମାନ କରାଯାଇଛି।


ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାସଲ କରିଥିବା ହାଇଦ୍ରାବାଦର ଶ୍ରୀକୋ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରିବାସହ ଯେତିକି କାମ ହୋଇଛି ତାହା ନିମ୍ନମାନର କରିଥିବା ଦର୍ଶାଇ ଉକ୍ତ ସଂସ୍ଥା ସହ ହୋଇଥିବା ଚୁକ୍ତିନାମାକୁ ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ କର୍ତ୍ତୃପକ୍ଷ ରଦ୍ଦ କରି ଦେଇଥିବାରୁ ଏହି ପ୍ରକଳ୍ପ କାମ ଠପ୍ ହୋଇଛି ।
ଭାରତର ହସ୍ପିଟାଲିଟି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସର୍ବବୃହତ କାର୍ଯ୍ୟକ୍ରମ ଭାବେ ବିବେଚନା କରାଯାଉଥିବା ଏହି ଭବ୍ୟ ସମ୍ମିଳନୀ ବେଦ ନିସୃତ ସଂସ୍କୃତ ବାଣୀ “ଅତିଥିଦେବା ଭବଃ”- ଅର୍ଥାତ୍ ଅତିଥି ହିଁ ଇଶ୍ୱର ସଦୃଶ, ଶୀର୍ଷକ ବିଷୟ ବସ୍ତୁ ଆଧାରରେ ପର୍ଯ୍ୟବେସିତ । ଏହି ସମ୍ମିଳନୀ ନିମନ୍ତେ ଓଡିଶା ପର୍ଯ୍ୟଟନ ବିଭାଗ ଏଫ୍ଏଚ୍ଆର୍ଏଆଇ ସହିତ ସହଯୋଗୀ ଭାବରେ ସାମିଲ ହୋଇଛି ।