• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପର୍ଯଟନ

ସ୍ମାର୍ଟ ସିଟି ଭାବେ ବିକଶିତ ହେବ ଭୁବନେଶ୍ଵର, ରାଉରକେଲା

August 28, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ , ଅଗଷ୍ଟ ୨୮ (ଓଡିଶା ଡଟ କମ) ସ୍ମାର୍ଟ ସିଟି ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ତିଆରି କରିଥିବା ସହର ମାନଙ୍କ ତାଲିକାରେ ଓଡିଶାର ଭୁବନେଶ୍ଵର ଓ ଇସ୍ପାତ ନଗରୀ ରାଉରକେଲା ସ୍ଥାନ ପାଇଛି ।

bbsrସରକାରଙ୍କ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡ ଭିତ୍ତିରେ ଏହି ସହରଗୁଡିକୁ ମନୋନୀତ କରାଯାଇଥିବା କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କୟା ନାଇଡୁ କହିଛନ୍ତି ।

ମନୋନୀତ ସହର ମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ୪୮ହଜାର କୋଟି ଟଙ୍କା ଖର୍ଚ କରିବେ ପ୍ରତ୍ୟେକ ସହରର ବିକାଶ ପାଇଁ ବାର୍ଷିକ ୧୦୦କୋଟି ହିସାବରେ ୫ବର୍ଷରେ ୫୦୦କୋଟି ଟଙ୍କା ସରକାର ଦେବେ ।

ମନୋନୀତ ହୋଇଥିବା ସହରଗୁଡିକର ପ୍ରାଥମିକ ଭିତ୍ତିଭୂମି ବିକାଶ ପାଇଁ ଆସନ୍ତା ସପ୍ତାହରେ କେନ୍ଦ୍ର ସରକାର ଦୁଇ କୋଟି ଟଙ୍କା ଲେଖାଏଁ ସମ୍ପୃକ୍ତ ରାଜ୍ୟ ସରକାର ମାନଙ୍କୁ ଯୋଗାଇ ଦେବେ ।

ସ୍ମାର୍ଟସିଟିରେ ଅବିଚ୍ଛନ୍ନ ୨୪ଘଣ୍ଟିଆ ପାଣି ଓ ବିଜୁଳି ଯୋଗାଣ ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି, ପ୍ରଦୂଷଣ ମୁକ୍ତ ବ୍ୟବସ୍ଥା, ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଜୀବିକା ନିର୍ବାହ ସୁବିଧା ପାଇଁ ଭିତ୍ତିଭୂମି, ସୁରକ୍ଷା ଓ ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ।

ଉତ୍କୃଷ୍ଟ ସ୍ୱାସ୍ଥ୍ୟ ଓ ଶିକ୍ଷା ସେବା, ବର୍ଜ୍ୟବସ୍ତୁର ସୁ ପରିଚାଳନା ଆଦି ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ପ୍ରସ୍ତାବ ଏହି ଯୋଜନାରେ ରହିଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ, ପର୍ଯଟନ Tagged With: ଭୁବନେଶ୍ଵର, ରାଉରକେଲା, ସ୍ମାର୍ଟ ସିଟି

ପରିବେଶ ସୁରକ୍ଷା ପାଇଁ ପୁରୀରେ ସାଇକେଲ ଚଲା ଅଭିଯାନ

May 5, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୫ (ଓଡିଶା ଡଟ କମ ) ଉତ୍ତମ ସ୍ୱାସ୍ଥ୍ୟ ଓ ପରିବେଶର ସୁରକ୍ଷା ପାଇଁ ସୋମବାର ରାଜ୍ୟର ମୁଖ୍ୟ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳ ପୁରୀରେ ଆରମ୍ଭ ହୋଇଛି ସାଇକେଲ ଚଲା ଅଭିଯାନ ।

‘ସୋମବାର ମୋର ସାଇକିଲ ଦିନ’ ନାମରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏକ ହଜାରରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତା ଓ ସାଧାରଣ ନାଗରିକ ପ୍ଲା କାର୍ଡ ସହ ଭାଗ ନେଇ ସହରରେ ସାଇକେଲ ଚାଳନ କରି ସଚେତନତା ସ୍ତୃଷ୍ଟି କରିଥିଲେ ।

ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସବୁଜ ପତାକା ହଲାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ଵେଚ୍ଛାସେବୀ ସଂଗଠନ ବେଆରଫୁଟ, ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରତି ସୋମବାର ଅନୁଷ୍ଠିତ ହେବ ଓ ସହରକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସାଇକେଲ ଚଳାଇବା ପାଇଁ ପ୍ରୋତ୍ସାହିତ କରାଯିବ ବୋଲି କାର୍ଯ୍ୟକ୍ରମ ର ଆୟୋଜକ ମାନେ କହିଛନ୍ତି ।

ଜଗନ୍ନାଥ ମନ୍ଦିର ଓ ସମୁଦ୍ରର ବେଳାଭୂମି ପାଇଁ ପୁରୀ ସହର ବିଶ୍ଵ ପ୍ରସିଦ୍ଧ । ପୁରୁଷୋତ୍ତମ କ୍ଷେତ୍ର ନାମରେ ଜଣା ଶୁଣା ଭୁବନେଶ୍ଵର ଠାରୁ ୫୬ କିଲୋମିଟର ଦୂରରେ ଥିବା ଏହି ସହରକୁ ନିକଟରେ କେନ୍ଦ୍ର ସରକାର ଐତିହ୍ୟ ସହରର ମାନ୍ୟତା ଦେଇଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ, ପର୍ଯଟନ Tagged With: ଜଗନ୍ନାଥ ମନ୍ଦିର, ପର୍ଯ୍ୟଟନ, ପୁରୀ, ସାଇକେଲ, ସୁଦର୍ଶନ ପଟ୍ଟନାୟକ

ସ୍ଥାୟୀତ୍ଵ ଦାବିକରି ପର୍ଯ୍ୟଟନ ନିଗମ କର୍ମଚାରୀଙ୍କ ଆନ୍ଦୋଳନ ଧମକ

May 3, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର,ମଇ ୩ (ଓଡିଶା ଡଟ କମ) ୨୫ ବର୍ଷ ଧରି ନିୟମିତ ଭାବେ କାର୍ଯ୍ୟ କରି ଆସୁଥିଲେବି ୨୭ ଜଣ ବିଭାଗୀୟ କର୍ମଚାରୀଙ୍କୁ ସରକାର ସ୍ଥାୟୀ କରୁନଥିବାରୁ ଏହା ବିରୁଦ୍ଧରେ ଆନ୍ଦୋଳନ କରିବା ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଶ୍ରମିକ ସଂଘ ଧମକ ଦେଇଛି ।

୧୯୮୦ ମସିହାରେ ରାଜ୍ୟସରକାର ଦର୍ଶନୀୟସ୍ଥାନ ମାନଙ୍କରେ ପର୍ଯ୍ୟଟକମାନଙ୍କ ଭ୍ରମଣ, ରହିବା ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସଂସ୍ଥା ଗଠନ କରିଥିଲେ । ଏଥିପାଇଁ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୨୬ ଟି ଶାଖା ଖୋଲଯାଇଥିଲା ଓ ସେଥିରେ ପ୍ରାୟ ୫୦୦ରୁ ଉର୍ଦ୍ଧ ଶ୍ରମିକ କର୍ମଚାରୀ କାମ କରୁଥିବା ସଂଘ କହିଛି ।

ତେବେ ୨୭ଜଣ କର୍ମଚାରୀ ଲଗାତର ଭାବରେ୨୫ ବର୍ଷଧରି କାର୍ଯ୍ୟକରୁ ଥିଲେ ମଧ୍ୟ ନା ସେମାନଙ୍କୁ ନା ସ୍ଥାୟୀ କରାଯାଇଛି ନା ସେମାନଙ୍କୁ ସ୍ଥାୟୀ କର୍ମଚାରୀଙ୍କର ସୁବିଧା ସୁଯୋଗ ଦିଆଯାଇଛି । ସେମାନଙ୍କର ମହଙ୍ଗାଭତ୍ତା୨୦୧୨ ମସିହାରୁ ବାକି ରହିଛି। କାର୍ଯ୍ୟ ସମୟରେ ୧୮ଜଣ ଶ୍ରମିକ ମୃତ୍ୟୁବରଣ କରିଥିଲେ ମଧ୍ୟ ତାଙ୍କ ପରିବାରର କାହାକୁ ହେଲେ ନିଯୁକ୍ତି ମିଳିନାହିଁ ।

ରାଜ୍ୟ ସରକାରଙ୍କ ଅନ୍ୟ ସଂସ୍ଥାମାନଙ୍କରେ କର୍ମଚାରୀମାନଙ୍କ ପାଇଁ ପେନସନ ବ୍ୟବସ୍ଥା ଥିଲାବେଳେ ପର୍ଯ୍ୟଟନ ନିଗମ କର୍ମଚାରୀମାନେ ସେଥିରୁ ବଞ୍ଚିତ । ଗୁପ୍ତ ଭୋଟ ଜରିଆରେ ସଂଗଠନ ସ୍ଵୀକୃତିପାଇଁ ଶ୍ରମ କମିଶନର ନୋଟିସ କରିଥିଲେ ମଧ୍ୟ ନିଗମ କର୍ତ୍ତୁପକ୍ଷ ବେଖାତିର କରି ଚାଲିଥିବା ସଂଘ ଅଭିଯୋଗ କରିଛି ।

ଦୁର୍ନୀତି ରୋକିବାପାଇଁ କର୍ତ୍ତୁପକ୍ଷ ଓ କର୍ମଚାରୀ ସଂଗଠନ ପ୍ରତିନିଧୀଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲେ ମଧ୍ୟ ତାହା ଆଉ କାର୍ଯ୍ୟ କରୁନାହିଁ । ନିଗମରେ ଦୁର୍ନୀତି ଦିନକୁ ଦିନ ବଢୁଥିବା ବେଳେ ଷଡଯନ୍ତ୍ର କରି ଶ୍ରମିକମାନଙ୍କୁ ଶୋଷଣ କରାଯାଉଛି ।

ଏପରି ପରିସ୍ଥିତିରେ ଶ୍ରମିକ ଓ  କର୍ମଚାରୀଙ୍କ ସ୍ଵାର୍ଥରକ୍ଷା ପାଇଁ ସଂଗଠନ ତରଫରୁ ୧୨ ଦଫା ସମ୍ବଳିତ ଦାବିପତ୍ର କର୍ତ୍ତୁପକ୍ଷଙ୍କ ସମେତ ଶ୍ରମ ବିଭାଗକୁ ପ୍ରଦାନ କରାଯାଇ ତୁରନ୍ତ ଚୁକ୍ତିନାମା କରିବାକୁ ନିବେଦନ କରଯାଇଥିଲେ ସୁଦ୍ଧା କର୍ତ୍ତୁପକ୍ଷଙ୍କର ଏହାଉପରେ ନୀରବତା ଶ୍ରମିକମାନଙ୍କ ମନରୁ ବିଶ୍ଵାସ ହରାଇ ସାରିଛି ।

ନିକଟ ଭବିଷ୍ୟତରେ ଯଦି ଶ୍ରମିକ ଓ କର୍ମଚାରୀମାନଙ୍କର ସୁବିଧା ସୁଯୋଗପ୍ରତି ଦ୍ରୁଷ୍ଟି ଦିଅ ନ ଯାଏ ତେବେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ସଂଗଠନ ସାଧାରଣ ସଂମ୍ପାଦକ ଲକ୍ଷ୍ମୀଧର ବାରିକ ଓ ସଭାପତି ନବକିଶୋର ମହାନ୍ତି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।

ଓଡିଶା ଡଟ କମ

News Bureau
News Bureau

Filed Under: ପର୍ଯଟନ, ସଭା ସମିତି Tagged With: ପର୍ଯ୍ୟଟକ, ଭୁବନେଶ୍ୱର

ନବକଳେବର ପୂର୍ବରୁ ପୁରୀରେ ସବୁ ହୋଟେଲରେ ସିସି ଟିଭି

May 3, 2015 by News Bureau Leave a Comment

ଓଡିଶା ଡଟକମ ସଂବାଦଦାତା

ପୁରୀ, ମଇ ୩ (ଓଡିଶା ଡଟ କମ) ଚଳିତ ବର୍ଷ ୧୮ ଜୁଲାଇ ରେ ହେବାକୁ ଥିବା ନବ କଳେବର ଯାତ୍ରା ପୂର୍ବରୁ ପୁରୀର ସବୁ ହୋଟେଲରେ ନିଜ ଖର୍ଛରେ କ୍ଲୋଜସର୍କିଟ କ୍ୟାମେରା ଲଗାଇବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି ।

ପର୍ଯ୍ୟଟନ ବିଭାଗ ସଚିବ ଡଃ ଅରବିନ୍ଦ କୁମାର ପାଢୀ ଦେଇଥିବା ଏହି ନିର୍ଦ୍ଦେଶ ଅନୁସାରେ ହୋଟେଲ ମାଲିକ ନିଜ ଖର୍ଛରେ ପର୍ଯ୍ୟଟକଙ୍କ ବ୍ୟାଗ ଯାଞ୍ଚ ପାଇଁ ସ୍କାନର ମଧ୍ୟ ଲଗାଇବେ ଓ ହୋଟେଲ ବୁକିଂ ପାଇଁ ଅନ୍‍ଲାଇନ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ ।

ହୋଟେଲ ବୁକିଙ୍ଗ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସକୁ ଚବିଶ ଘଣ୍ଟା ମଧ୍ୟରେ ଜଣାଇବାକୁ ଓ ହୋଟେଲରେ ରହୁଥିବା ସବୁ ଲୋକଙ୍କ ତାଲିକା ପ୍ରଦର୍ଶିତ କରିବାକୁ ମଧ୍ୟ ହୋଟେଲ ମାଲିକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ । ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା ।

ନବକଳେବର ସମୟରେ ନୂତନ ବିଗ୍ରହ ନିର୍ମାଣ ପାଇଁ ନିମ କାଠ ସଂଗ୍ରହ ନିମନ୍ତେ ‘ବନଯାଗ ଯାତ୍ରା’ ନାମକ ସ୍ଵତନ୍ତ୍ର ଯାତ୍ରା (ଦାରୁବ୍ରହ୍ମ ଅନ୍ଵେଷଣ କାର୍ଯ୍ୟକ୍ରମ) ପାଳିତ ହୁଏ । ବାସନ୍ତିକ ଦୁର୍ଗାପୂଜା ଦଶହରା ଅର୍ଥାତ ଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ ଦିନ ମଧ୍ୟାହ୍ନଧୂପ ଅବକାଶରେ ଶ୍ରୀଜୀଉଙ୍କ ବିଶେଷ ପୂଜା ପରେ ଏହାର ଅୟମାରମ୍ଭ ହୋଇଥାଏ । ଏହି ଦିନ କୋଇଲି ବୈକୁଣ୍ଠରେ ଦାରୁଗୃହ ଓ ଯଜ୍ଞଶାଳା ଅନୁକୂଳ କର୍ମ ମଧ୍ୟ ଅନୁଷ୍ଠିତ ହୋଇଥାଏ ।

ଚଳିତ ବର୍ଷ ନବ କଳେବର ଯାତ୍ରା ଅନୁଷ୍ଠିତ ହେଉଥିବାରୁ ପୁରୀ ରେ ପ୍ରାୟ ପଚାଶ ଲକ୍ଷ ଭକ୍ତଙ୍କ ସମାଗମ କୁ ଆଖି ଆଗରେ ରଖି ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଧର୍ମ, ପର୍ଯଟନ Tagged With: ନବକଳେବର, ପୁରୀ, ସିସି ଟିଭି, ହୋଟେଲ

କୁମ୍ଭୀର ମିଳନ ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ତିନି ମାସ ଭିତରକନିକା ବନ୍ଦ

May 1, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

କେନ୍ଦ୍ରାପଡା, ମଇ ୧ (ଓଡିଶା ଡଟ କମ) କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଅଭୟାରଣ୍ୟରେ ଲୁଣି ପାଣି କୁମ୍ଭୀର ମାନଙ୍କର ମିଳନ ଏବଂ ଅଣ୍ଡା ଦେବା ତିନି ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକ ମାନଙ୍କୁ ଜାତୀୟ ଉଦ୍ୟାନ ଭିତରକୁ ପ୍ରବେଶ କରିବା ଉପରେ ସ୍ଥାନୀୟ ବନ ବିଭାଗ ଶୁକ୍ରବାର ଠାରୁ କଟକଣା ଜାରି କରିଥିବା ଜଣେ ଅଧିକାରୀ କହିଛନ୍ତି ।

Bhtarkanika-Crocodleପର୍ଯ୍ୟଟକଙ୍କ କାର୍ଯ୍ୟକଳାପ ଯୋଗୁଁ କୁମ୍ଭୀରମାନଙ୍କ ମିଳନ ଏବଂ ଅଣ୍ଡା ଦେବା ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା କରି ଏହି ବାରଣ କରାଯାଇଥିବା ଉଦ୍ୟାନର ଜଣେ ଅଧିକାରୀ କହିଛନ୍ତି ।

କୁମ୍ଭୀରମାନଙ୍କ ମିଳନ ସମୟରେ ବାଧା ଉପୁଜିଲେ ସେମାନେ ଭୟଙ୍କର ହୋଇ ପଡିବା ସହ ସମୟ ସମୟରେ ପରସ୍ପରକୁ ଆକ୍ରମଣ କରନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଜଙ୍ଗଲ କର୍ମଚାରୀମାନେ ଏହି ଲୁଣି ପାଣି କୁମ୍ଭୀରମାନଙ୍କ ମିଳନ ସ୍ଥଳୀ ପାଇଁ ଭିତରକନିକା ନଦୀ ଯୋଜନାରେ ବିଭିନ୍ନ ସ୍ଥାନ ଚିହ୍ନିତ କରିଛନ୍ତି ।

ବର୍ତ୍ତମାନ ଭିତରକନିକାରେ ପ୍ରାୟ ୧୬୦୦ ବଉଳା କୁମ୍ଭୀର ଥିବା କୁହା ଯାଉଛି । କିଛି ବର୍ଷ ତଳେ ଏହି ଉଦ୍ୟାନରେ ୨୩ ଫୁଟ ଲମ୍ବ ବିଶିଷ୍ଟ ପୃଥିବୀର ଦୀର୍ଘତମ କୁମ୍ଭୀର ଥିବାରୁ ଗିନୀଜ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଥିଲା ।

ଏଠାରେ ଉଲ୍ଲେଖ ଯୋଗ୍ୟଯେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରତି ବର୍ଷ କୁମ୍ଭୀରଙ୍କ ପ୍ରଜଜନ ଓ ଅଣ୍ଡାଦାନ ତିନିମାସ ସମୟ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଥାଏ ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ, ପର୍ଯଟନ, ବିଶେଷ ଖବର Tagged With: କୁମ୍ଭୀର, ତିନି ମାସ, ବନ୍ଦ, ଭିତରକନିକା, ମିଳନ

ରାଜ୍ୟରେ ପୁଣି ସାମାନ୍ୟ ଭୂକମ୍ପ ଝଟକା

April 26, 2015 by News Bureau Leave a Comment

ଭୁବନେଶ୍ଵର, ଏପ୍ରିଲ ୨୬ (ଓଡିଶା ଡଟ କମ) ଶନିବାର ଭୂମିକମ୍ପ ପରେ ରାଜ୍ୟର କେତେକ ସ୍ଥାନରେ ରବିବାର ମଧ୍ୟ ନେପାଳରେ ହୋଇଥିବା ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ପାଣିପାଗ କାର୍ଯ୍ୟ।ଳୟ କହିଛି ।

ଅପରାହ୍ନ ୧୨.୪୯ ରେ ମାତ୍ର କେଇ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା ଏହି ଭୂକମ୍ପ ର ପ୍ରଭାବ ରାଜ୍ୟରେ ସାମାନ୍ୟ ଥିଲା ଓ ଏହାଦ୍ଵାରା କୌଣସି କ୍ଷୟ କ୍ଷତି ହୋଇନଥିବା ସରକାର କହିଛନ୍ତି ।

ତେବେ ଭୁକମ୍ପନ ଅନୁଭବ କରି ଲୋକେ ବହୁତଳ ପ୍ରାସାଦ ଓ ଏପାର୍ଟମେଣ୍ଟରୁ ଖୋଲା ଯାଗାକୁ କିଛି ସମୟ ପାଇଁ ଚାଲି ଯାଇଥିଲେ ।

ପରବର୍ତୀ ସମୟରେ ପରିସ୍ଥିତି ସାମାନ୍ୟ ହୋଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟଯେ ଶନିବାର ଦିନ ନେପାଳ ଭୂମିକମ୍ପ ପ୍ରଭାବରେ ରାଜ୍ୟରେ ଦିନ ୧୧.୪୧ ଓ ୧୨.୧୫ ସମୟରେ ଭୂକମ୍ପନ ଅନୁଭୂତ ହୋଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ପର୍ଯଟନ Tagged With: ନେପାଳ, ପାଣିପାଗ, ଭୂକମ୍ପ

ରାଜ୍ୟରେ ନେପାଳ ଭୂକମ୍ପର ଝଟକା

April 25, 2015 by News Bureau Leave a Comment

ଭୁବନେଶ୍ଵର, ଏପ୍ରିଲ ୨୫ (ଓଡିଶା ଡଟ କମ) ନେପାଳ ର କାଠମାଣ୍ଡୁ ଠାରୁ ପ୍ରାୟ ୮୦ କିମି ଦୂରରେ ଶନିବାର ହୋଇଥିବା ଏକ ବଡ ଭୂମିକମ୍ପର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଛି।

କୋଠାଘର ଦୋହଲିବା ସହ, ପଙ୍ଖା ଓ ଘରର ଆସବାବପତ୍ର ହଲିବା ଯୋଗୁଁ ବିଭିନ୍ନ ଏପାର୍ଟମେଣ୍ଟ ଓ ବହୁତଳ ପ୍ରାସାଦରୁ ଲୋକମାନେ ନିଜ ପରିବାର ସହ ପାଖ ଆଖ ପଡିଆ ଓ ରାସ୍ତାକୁ ଚାଲି ଆସିଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ସ୍ଵତନ୍ତ୍ର ରିଲିଫ କମିଶସନର ପ୍ରଦୀପ୍ତ ମହାପାତ୍ର ଓଡିଶା ଡଟ କମ କୁ କହିଛନ୍ତି । ତେବେ କୌଣସି ସ୍ଥାନରୁ କ୍ଷୟ କ୍ଷତିର କୌଣସି ସୂଚନା ନ ଥିବା ସେ କହିଛନ୍ତି ।

ଭାରତୀୟ ପାଣିପାଗ କେନ୍ଦ୍ର ନେପାଳରେ ହୋଇଥିବା ଏହି ଭୂକମ୍ପର ମାତ୍ରା ରିକ୍ଟର ସ୍କେଲରେ ୭.୯ ମପା ଯାଇଥିବା କହିଛି ।

ଓଡିଶା ଡଟକମ

News Bureau
News Bureau

Filed Under: ପର୍ଯଟନ Tagged With: କାଠମାଣ୍ଡୁ, ନେପାଳ, ପାଣିପାଗ, ଭୂକମ୍ପ

ତଲସାରୀ ବିକାଶ ପାଇଁ ସ୍ଵତନ୍ତ୍ର ଯୋଜନା କର୍ତୃପକ୍ଷ

April 24, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୨୪ (ଓଡିଶା ଡଟ କମ) ବାଲେଶ୍ଵର ଜିଲ୍ଲାର ତଳସାରୀ ବେଳାଭୂମି ଅଞ୍ଚଳର ବିକାଶ ପାଇଁ ତଳସାରୀ, ଚନ୍ଦନେଶ୍ଵର, ଓ ଭୂଷଣ୍ଡେଶ୍ଵର ଅଞ୍ଚଳକୁ ନେଇ ସରକାର ଏକ ସ୍ଵତନ୍ତ୍ର ଯୋଜନା କର୍ତୃପକ୍ଷ ବ ସ୍ପେଶାଲ ପ୍ଲାନିଂ ଅଥରିଟି ଗଠନ କରିବେ ।

talasariମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ ଏହି ଅଞ୍ଚଳର ୩୬ଟି ଗାଁକୁ ନେଇ ଏହା ଗଠନ କରାଯିବ । ବାଲେଶ୍ଵର ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ରହିବେ ଓ ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ ଏହାର ସଦସ୍ୟ ସଚିବ ରହିବେ ।

ପର୍ଯ୍ୟଟନ ବିକାଶର ଅଭିଜ୍ଞତା ଥିବା ଏକ ସଂସ୍ଥାକୁ ଏହି ଅଞ୍ଚଳର ମାଷ୍ଟର ପ୍ଳାନ ବିକାଶ ପାଇଁ ଦାୟିତ୍ଵ ଦିଆଯିବା ପାଇଁ ଏହି ବୈଠକରେ ସ୍ଥିର ହୋଇଛି । ପର୍ଯ୍ୟଟନ ବିକାଶ ପାଇଁ ଏକ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଇଉନିଟ ଗଠନ କରାଯିବା ସହ ହୋଟେଲ ଶିଳ୍ପର ଅଭିବୃଦ୍ଧି, ବେଳାଭୂମି ଆଲୋକୀକରଣ, ରାସ୍ତା, ଉପକୂଳ ସୁରକ୍ଷା ଆଦି କାର୍ଯ୍ୟକ୍ରମ ଉପରେ ବୈଠକରେ ଗୁରୁତ୍ଵ ଆରୋପ କରଯାଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ପର୍ଯଟନ Tagged With: ଆଲୋକୀକରଣ, ଉପକୂଳ ସୁରକ୍ଷା, ବାଲେଶ୍ଵର, ବେଳାଭୂମି, ରାସ୍ତା

ଜୁଆରରେ ଭାସି ହଜାର ହଜାର କଇଁଛ ଅଣ୍ଡା ନଷ୍ଟ

April 23, 2015 by admin Leave a Comment

ବ୍ରହ୍ମପୁର/କେନ୍ଦ୍ରାପଡା, ଏପ୍ରିଲ ୨୩ (ଓଡ଼ିଶା ଡ଼ଟ୍ କମ୍) ପୁର୍ଣିମା ଓ ଅମାବାସ୍ୟାରେ ସମୁଦ୍ରରେ ଆସିଥିବା ଜୁଆରରେ କେନ୍ଦ୍ରାପଡା ଓ ଗଞ୍ଜାମ ଜିଲ୍ଲାର ବେଳାଭୂମିରେ କଇଁଛ ଦେଇଥିବା ହଜାର ହଜାର ଅଣ୍ଡା ଭାସି ନଷ୍ଟ ହୋଇଯାଇଥିବା ବନ୍ୟଜନ୍ତୁ ବିଭାଗର ଅଧିକାରୀ ମାନେ ଗୁରୁବାର କହିଛନ୍ତି ।

ଗଞ୍ଜାମ ଜିଲ୍ଲାରେ ଋଷିକୂଲ୍ୟା ଓ କେନ୍ଦ୍ରାପଡା ଜିଲ୍ଲାରେ ଗହୀରମଥା ଉପକୂଳରେ ବିରଳ ଅଲିଭ ରିଡ଼ଲେ କଇଁଛ ମାନେ ବ୍ୟାପକ ସଂଖ୍ୟାରେ ଅଣ୍ଡାଦାନ କରିଥିଲେ। ଗହୀରମଥାର ନାସୀ ଏକ ଓ ନାସୀ ଦୁଇ ଦ୍ଵୀପରେ ବ୍ୟାପକ ଅଣ୍ଡା ସମୁଦ୍ର ପାଣିରେ ନଷ୍ଟ ହୋଇଥିବା ବନ୍ୟଜନ୍ତୁ ବିଭାଗର ଅଧିକାରୀ ସୁବ୍ରତ ପାତ୍ର କହିଛନ୍ତି। କୁକୁର ଓ ଅନ୍ୟ ବନ୍ୟଜନ୍ତୁଙ୍କ କବଳରୁ ପ୍ରଭାବିତ ହୋଇନଥିବା ଅଣ୍ଡାଗୁଡିକୁ ରକ୍ଷା ନିମନ୍ତେ ଉଦ୍ୟମ ଚାଲିଥିବା ସେ କହିଛନ୍ତି।

ଅଲିଭ ରିଡ଼ଲେ କଇଁଛ ଗହୀରମଥାରେ ମାର୍ଚ୍ଚର ଦ୍ଵିତୀୟ ସପ୍ତାହସୁଦ୍ଧା ପ୍ରାୟ ୩ ଲକ୍ଷ ଅଣ୍ଡା ଦେଇଥିବା ବେଳେ ଋଷିକୁଲ୍ୟା ବେଳାଭୂମୀରେ ୩.୯ଲକ୍ଷ ଅଣ୍ଡା ଦେଇଛନ୍ତି। ୪୦ରୁ ୫୦ ଦିନ ଭିତରେ ସେଥିରୁ ଫୁଟି ଛୁଆ ବାହାରିଥାନ୍ତେ । ଗହୀରମଥା ବିଶ୍ୱରେ ଅଲିଭ ରିଡ଼ଲେ କଇଁଛଙ୍କ ବୃହତ ଅଣ୍ଡାଦାନସ୍ଥଳୀ ଭାବେ ପରିଗଣିତ ।

ପ୍ରତି ବର୍ଷ ରାଜ୍ୟର ବିଭନ୍ନ ସ୍ଥାନରେ ଜୁଆର କୁଳ ଲଂଘିବା ଯୋଗୁ ବହୁ ସଂଖ୍ୟକ କଇଁଛ ଅଣ୍ଡା ନଷ୍ଟ ହେଉଛି। ଏବର୍ଷ ଗଞ୍ଜାମ ଜିଲ୍ଲାର ଗୋଖରକୁଦ ଠାରେ ପ୍ରାୟ ୧୦ପ୍ରତିଶତ ଅଣ୍ଡା ନଷ୍ଟ ହୋଇଥିବା ଆକଳନ କରଯାଇଥିବା ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ପର୍ଯଟନ Tagged With: ଅମାବାସ୍ୟା, କଇଁଛ ଅଣ୍ଡା, ଜୁଆର, ପୁର୍ଣିମା, ସମୁଦ୍ର

ଗ୍ରୀଷ୍ମ ପ୍ରବାହ ଜାରି, ତାଳଚେରରେ ସର୍ବାଧିକ ୪୩.୨ ଡିଗ୍ରୀ

April 5, 2015 by ନିଉଜ ଡେସ୍କ Leave a Comment

ଭୂବନେଶ୍ଵର, ଏପ୍ରିଲ 5 (ଓଡିଶା ଡଟକମ) ରାଜ୍ୟର ପଶ୍ଚିମ ଓଡିଶା ସମେତ ବିଭିନ୍ନ ସ୍ଥାନରେ ରବିବାର ଗ୍ରୀଷ୍ମ ପ୍ରବାହ ଜାରିରହିଥିବା ବେଳେ ଶିଳ୍ପ ଏବଂ କୋଇଲାଖଣି ପାଇଁ ପରିଚିତ ତାଳଚେରରେ ଦିନର ସର୍ବାଧିକ ୪୩.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

heatwaveଅନ୍ୟ ଯେଉଁ ସହରରେ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ସେଗୁଡିକ ହେଲା ଭବାନୀପାଟଣା -୪୨.୨ ଡିଗ୍ରୀ, ଟିଟିଲାଗଡ-୪୨ ଡିଗ୍ରୀ, ବଲାଙ୍ଗିର ୪୧.୧ ଡିଗ୍ରୀ, ସମ୍ବଲପୁର ୪୧ ଡିଗ୍ରୀ,  ମାଲକାନଗିରି ୪୦.୪ ଡିଗ୍ରୀ, ଓ ଅନଗୁଳ ୪୧.୭ ଡିଗ୍ରୀ ।

ଯଦିଓ ଆସନ୍ତା ଦୁଇ ଦିନ ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷ ହେବାର ସମ୍ଭାବନା ରହିଛି, ରାଜ୍ୟର ଅନ୍ୟ ସ୍ଥାନରେ ପାଗ ଅ।ପ।ତତ ଶୁଖିଲା ରହିବା ବୋଲି ସ୍ଥାନୀୟ ପାଣିପାଗ କାର୍ଯ୍ୟ।ଳୟ ଏଠାରେ କହିଛି ।

ଓଡିଶା ଡଟକମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ, ସ୍ୱାସ୍ଥ୍ୟ Tagged With: ଗ୍ରୀଷ୍ମ ପ୍ରବାହ, ଘଡଘଡି, ତାପମାତ୍ରା, ପଶ୍ଚିମ ଓଡ଼ିଶା

  • « Go to Previous Page
  • Page 1
  • Page 2
  • Page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ