ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ସାହିତ୍ୟିକା ପ୍ରତିଭା ରାୟଙ୍କୁ ଚଳିତବର୍ଷର ସମ୍ମାନଜନକ ଅକ୍ଷୟ ସମ୍ମାନ ଦିଆଯିବ । ଏହି ପୁରସ୍କାର ବାବଦରେ ତାଙ୍କୁ ୧୦ହଜାର ଟଙ୍କା ଅର୍ଥରାଶି,ମାନପତ୍ର,ଓ ଉପଢୌକନ ଦିଆଯିବ ।
ଆସନ୍ତା ୧୭ତାରିଖରେ ତାଙ୍କୁ ପୁରସ୍କୃତ କରାଯିବ । ରାୟଙ୍କ ଅଦ୍ୟାବିଧି ଅନେକ ଶିଶୁ ପୁସ୍ତକ ସହ ୨୨ଟି ଉପନ୍ୟାସ, ୧୦ଟି ଭ୍ରମଣ ପୁସ୍ତକ ପକ୍ରାଶ ପାଇଛି ।
ଓଡ଼ିଆ ସାହିତ୍ୟ ପ୍ରତି ସାରସ୍ୱତ ସାଧନା ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ଶାରଳା, ପୁରସ୍କାର, ମୂର୍ତ୍ତିଦେବୀ ପୁରସ୍କାରରେ ସମ୍ମାନୀତ କରାଯାଇଛି ।
ଆସନ୍ତା ୧୭ ତାରିଖରେ ଏହା ସହ ତରୁଣ କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ ଅନେକ ପ୍ରସିଦ୍ଧ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସିନେକ୍ରିଟିକ୍ ଆସୋସିଏସନର ସମ୍ପାଦକ ଦିଲୀପ ହାଲି ଏକ ବିଜ୍ଞପ୍ତିରେ କହିଛନ୍ତି ।
ଓଡିଶା ଡଟ୍ କମ୍