• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅଗ୍ନି -୧ କ୍ଷେପଣାସ୍ତ୍ର

ଅଗ୍ନି -୧ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ସଫଳ

December 12, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭଦ୍ରକ,ଡିସେମ୍ବର ୧୨(ଓଡିଶା ଡଟ୍ କମ୍)- ବୁଧବାର ଦିନ ସକାଳେ ୮.୧୫ମିନିଟରେ ଭଦ୍ରକ ଜିଲ୍ଲା ଧାମରା ନିକଟ ହୁଇଲର ଦ୍ୱୀପରୁ ବଙ୍ଗୋପ ସାଗର ମଧ୍ୟରେ ଅଗ୍ନି ସିରିଜର ବହୁ ପ୍ରତିକ୍ଷିତ ଆଣବିକ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ର ଅଗ୍ନି-୧ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି ।

ଏହି ସିଙ୍ଗଲଷ୍ଟେଜ କଠିନ ଇନ୍ଧନ ଯୁକ୍ତ ମିଜାଇଲ ବଙ୍ଗୋପ ସାଗର ମଧ୍ୟରେ ପୂର୍ବନିର୍ଦ୍ଧାରିତ ସ୍ଥାନକୁ ଲକ୍ଷ ଭେଦ କରିପାରିଛି ବୋଲି କହିଛନ୍ତି ଡିଆରଡିଓ ବିଶେଷଜ୍ଞ । ଅଗ୍ନି-୧ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ମଧ୍ୟମ ଦୁରଗାମୀ ବାଲେଷ୍ଟାଇକି ମିଜାଇଲ୍ । ସେକେଣ୍ଡକୁ ଅଢେଇ କିଲୋମିଟର ବେଗରେ ଗତି କରୁଥିବା ଏହି ମିଜାଇଲର ଲକ୍ଷ ଭେଦ କ୍ଷମତା ୭ଶହ କିଲୋମିଟର ।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ଓଜନ ୧୨ଟନ । ଲମ୍ବ ୧୫ ମିଟର ଓ ବ୍ୟାସ ୧.୩ ମିଟର । ଏକ ଟନ୍ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ଏହି ମିଜାଇଲ ।

୧୯୮୯ ମସିହାରେ ପ୍ରଥମ ଥରପାଇଁ ଚାନ୍ଦିପୁରରେ ଏହାର ପରୀକ୍ଷଣ କରାଯାଇଥିଲା । ଏହାପରେ ଅଗ୍ନି-୧ର ଲକ୍ଷଭେଦ କ୍ଷମତା ବୃଦ୍ଧି ପାଇବାପରେ ହୁଇଲର ଦ୍ୱୀପରୁ ପରୀକ୍ଷଣ କରାଯାଇ ଆସୁଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅଗ୍ନି -୧ କ୍ଷେପଣାସ୍ତ୍ର, ଭଦ୍ରକ ଜିଲ୍ଲା

ହ୍ୱିଲର ଦ୍ଵୀପରୁ ଅଗ୍ନି-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

July 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭଦ୍ରକ, ଜୁଲାଇ ୧୩(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ହ୍ୱିଲର ଦ୍ଵୀପରୁ ଶୁକ୍ରବାର ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଅଗ୍ନି-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।

ଚାରି ନମ୍ବର ଲଞ୍ଚପ୍ୟାଡ଼ରୁ ସକାଳ ୧୦ଟା ୯ରେ ଏହାର ପରୀକ୍ଷଣ କରାଯାଇଥିବା ବେଳେ ସାତଶହ କିଲୋମିଟର ଲକ୍ଷ୍ୟଭେଦ କରିବାର ଏହାର କ୍ଷମତା ରହିଛି ।

୧୫ ମିଟର ଲମ୍ବ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ଉଭୟ ପାରମ୍ପରିକ ଏବଂ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ । ପରୀକ୍ଷଣ ସମୟରେ ସ୍ଥଳସେନା ଓ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅଗ୍ନି -୧ କ୍ଷେପଣାସ୍ତ୍ର, ହ୍ୱିଲର ଦ୍ଵିପ

ହ୍ୱିଲର ଦ୍ଵୀପରୁ ଅଗ୍ନି-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

November 25, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ହେମନ୍ତ ରାଉତ

ବାଲେଶ୍ୱର, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ହ୍ୱିଲର ଦ୍ଵୀପରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଦୁରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୧ର ଗୁରୁବାର ସଫଳ ପରୀକ୍ଷଣ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

୧୦ଟା ୧୦ରେ ପରୀକ୍ଷଣ କରାଯାଇଥିବା ଏହି କ୍ଷେପଣାସ୍ତ୍ର ଏକ ହଜାର କିଗ୍ରା ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରୁଥିବା ବେଳେ ସାତ ଶହ କିମି ପର୍ଯ୍ୟନ୍ତ ଲକ୍ଷ ଭେଦ କରିବାର କ୍ଷମତା ରହିଛି ।

୧୯୮୯ରେ ଏହି କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ କରାଯାଇଥିବା ବେଳେ ଗତ ମାର୍ଚ୍ଚ ୨୮ରେ ଶେଷଥର ପାଇଁ ପରୀକ୍ଷଣ କରାଯାଇଥିଲା । ସେନା ବାହିନୀରେ ଏହାକୁ ପୂର୍ବରୁ ସାମିଲ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅଗ୍ନି -୧ କ୍ଷେପଣାସ୍ତ୍ର, ଭଦ୍ରକ ଜିଲ୍ଲା, ମୁଖ୍ୟ ଖବର, ହ୍ୱିଲର ଦ୍ଵୀପ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ