• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅଧ୍ୟକ୍ଷ

ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ସ୍ୱେଚ୍ଛାକୃତ ଅବସର

April 20, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦୀପ, ଅପ୍ରେଲ ୨୦(ଓଡ଼ିଶା ଡ଼ଟ୍ କମ୍) ଗତ ବର୍ଷ ଜାନୁୟାରୀରେ ପାରାଦୀପ ବନ୍ଦର ଟ୍ରଷ୍ଟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଜି.ଜଗନ୍ନାଥ ରାଓ ଶୁକ୍ରବାର ଚାକିରିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି ।

ବନ୍ଦରର ବିକାଶ ପାଇଁ ସେ ଅନେକ ପଦକ୍ଷେପ ଗ୍ରହଣ କରିଥିବା ତଥା ସମସ୍ତଙ୍କ ସହ ଭଲ ସଂପର୍କ ଥିବାରୁ ତାଙ୍କର ସ୍ୱେଚ୍ଛାକୃତ ଅବସର ଖବର କର୍ମଚାରୀ, ଅଫିସର ତଥା ଅନ୍ୟମାନଙ୍କୁ ସ୍ତମ୍ଭୀତ କରିଛି ।

“ବ୍ୟକ୍ତିଗତ କାରଣରୁ ମୁଁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବାକୁ ନିଷ୍ପତି ନେଇଥିଲି ଏବଂ ଏଥିପାଇଁ ମତେ ଅନୁମତି ଦେବାକୁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲି । ତେଣୁ ଆଜି ମନ୍ତ୍ରଣାଳୟ ଏହାକୁ ଅନୁମୋଦନ କରିଛନ୍ତି” ରାଓ ଗଣମାଧ୍ୟମକୁ କହିଛନ୍ତି ।

ଅବସରଗ୍ରହଣ କରିବା ପରେ ସେ ବନ୍ଦର ଉପାଧ୍ୟକ୍ଷ ଅନନ୍ତ କୁମାର ବୋଷଙ୍କୁ ଦ।ୟୀତ୍ୱ ହସ୍ତାନ୍ତର କରିଛନ୍ତି । ରାଓ ୧୯୮୧ରେ ପାରାଦୀପ ବନ୍ଦରରେ ଯୋଗ ଦେଇଥିଲେ ଏବଂ ୧୯୮୬ରୁ ୧୯୯୬ ପର୍ଯ୍ୟନ୍ତ ମେଟେରିଆଲ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ ।

ପରେ ସେ ବନ୍ଦରର ଉପାଧ୍ୟକ୍ଷ ଏବଂ ବନ୍ଦର ଟ୍ରଷ୍ଟ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅଧ୍ୟକ୍ଷ, ପାରାଦୀପ ବନ୍ଦର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ