• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅନନ୍ୟା ଶ୍ରୀତମ ନନ୍ଦ

ଇଣ୍ଡିଆନ ଆଇଡଲ୍‌ ଘୋଷିତ ହେବା ପରେ ଅନନ୍ୟାଙ୍କ ପାଖକୁ ଶୁଭେଛାର ସୁଅ

September 7, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୭ (ଓଡିଶା ଡଟ କମ) ଓଡିଶାର ଅନନ୍ୟା ଶ୍ରୀତମ ନନ୍ଦ ସୋନି ଚ୍ୟାନେଲରେ ପ୍ରସାରିତ ସଙ୍ଗୀତଭିତ୍ତିକ ରିୟଲିଟି ଶୋ ଦ୍ଵାରା ରବିବାର ଇଣ୍ଡିଆନ୍‍ ଆଇଡଲ ଜୁନିୟର ଘୋଷିତ ହେବା ପରେ ସମଗ୍ର ରାଜ୍ୟରେ ଖୁସିର ଲହର ଖେଳିଯିବା ସହ ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟିଛି ।

ananyaଭୁବନେଶ୍ଵର ପୋଖରୀପୁଟ ଡିଏଭି ସ୍କୁଲରେ ନବମ ପଢୁଥିବା ୧୪ବର୍ଷୀୟା ଅନନ୍ୟାଙ୍କୁ କାର୍ଯ୍ୟକ୍ରମ ଆୟୋଜକ ବିଜୟୀ ଟ୍ରଫି ସହିତ ଦେଇଛନ୍ତି ମୋଟ ୨୫ ଲକ୍ଷ ଟଙ୍କାର ପୁରସ୍କାର ।

ଏହି ସଫଳତା ପରେ ବହୁ ଅନ୍ୟ ପ୍ରଯୋଜକ ସେମାନଙ୍କ ଚଳଚ୍ଚିତ୍ର ଓ ଆଲବମରେ ତାଙ୍କୁ ପ୍ରଚ୍ଛଦପଟ ଗାୟିକାର ସୁଯୋଗ ଦେବେ ବୋଲି ଜଣାଇଛନ୍ତି । ସର୍ବ ଭାରତୀୟ ସ୍ତରରେ ଆୟୋଜିତ ରିଏଲିଟି ଶୋ’ ରେ ଚମ୍ପିୟାନ ହେବାରେ ସେ ହେଉଛନ୍ତି ପ୍ରଥମ ଓଡିଆ ଝିଅ ।

ପୋଖରୀପୁଟରେ ରହୁଥିବା ପୁରୀ ଜିଲ୍ଲାର ବ୍ରାହ୍ମଗାଡିଆ ଗ୍ରାମର ପ୍ରସନ୍ନ କୁମାର ନନ୍ଦ ଓ ପ୍ରଶାନ୍ତି ମିଶ୍ରଙ୍କ ଝିଅ ଅନନ୍ୟା ପୂର୍ବରୁ ତିନିଥର ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ମଧ୍ୟ ସଫଳତା ପାଇପାରି ନ ଥିଲେ । ତେବେ ଏଥିରେ ନିରାଶ ନ ହୋଇ ସେ ନିଜର ଉଦ୍ୟମ ଜାରି ରଖିଥିଲେ ।

“ଏହା ମୋ’ ଜୀବନର ସବୁଠାରୁ ଶ୍ରେଷ୍ଠ ମୁହୂର୍ତ୍ତ । କ’ଣ କହିବି ଭାଷା ପାଉନି ।କୋଟିକୋଟି ଓଡ଼ିଆଙ୍କ ସ୍ନେହ ଓ ସଂଗୀତ ଗୁରୁଙ୍କ ସହ ମୋର ଗୁରୁଜନଙ୍କ ପ୍ରେରଣା ଓ ଆଶୀର୍ବାଦ ଯୋଗୁଁ ଆଜି ମୋତେ ଏହି ସଫଳତା ମିଳିଛି” ପୁରସ୍କୃତ ହେବ ପରେ ଅନନ୍ୟା କହିଛନ୍ତି ।

ଅନନ୍ୟଙ୍କ ସଫଳତା ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ରାଜ୍ୟରେ ଖୁସିର ଲହର ଖେଳିଯିବା ସହ ସଙ୍ଗୀତ ପ୍ରେମୀ, ରାଜ୍ୟର ଗଣ୍ୟ ମାନ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇ ତାଙ୍କର ଉତ୍ତୋରତ୍ତୋର ଉନ୍ନତି କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ରାଜ୍ୟବାସୀଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଲା ବୋଲି ତାଙ୍କ ଭାଇ ସୁରେଶକୁମାର ନନ୍ଦ ଓ ପିତା ପ୍ରସନ୍ନକୁମାର ନନ୍ଦ କହିଛନ୍ତି । ରାଜ୍ୟର ଅଗଣିତ ସଙ୍ଗୀତ ପ୍ରେମୀଙ୍କ ଅକୁଣ୍ଠ ସମର୍ଥନ ଯୋଗୁଁ ଅନନ୍ୟା ଏହି ସଫଳତା ହାସଲ କଲା ବୋଲି ଭାବବିହ୍ୱଳ ମା କହିଛନ୍ତି ।

ଇଣ୍ଡିଆନ୍‍ ଆଇଡଲ ଜୁନିୟର- ଦ୍ଵିତୀୟର ପ୍ରତିଯୋଗୀତା ପର୍ବ ୩୦ ମଇରେ ଆରମ୍ଭ ହୋଇଥିଲା । ଶନିବାର ଓ ରବିବାର ସୋନି ଟିଭିରେ ପ୍ରସାରିତ ଏହି ପ୍ରତିଯୋଗିତା ପାଞ୍ଚରୁ ପନ୍ଦର ବର୍ଷର ନାବାଳିକା ଓ ନାବାଳିକାଙ୍କ ପାଇଁ ଉଦ୍ଦିଷ୍ଟ । ଏହି ସୋ ପାଇଁ ଆୟୋଜକ କୋଲକାତା, ଦିଲ୍ଲୀ, ଚଣ୍ଡିଗଡ, ମୁମ୍ବାଇ ଓ ଦୁବାଇରେ ଅଡିସନର ଆୟୋଜନ କରି ପ୍ରତିଭା ମାନଙ୍କର ଚୟନ କରିଥିଲେ।

ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୩ ଜଣ ପ୍ରତିଯୋଗୀଙ୍କୁ ନେଇ ମେ ମାସରୁ ଆରମ୍ଭ ହୋଇଥିବା ଏହି ଶୋ ରେ ପ୍ରତି ସପ୍ତାହରେ ପ୍ରଦର୍ଶନକୁ ବିଚାରକୁ ନେଇ ବିଚାରକ ମଣ୍ଡଳୀ ଜଣେ ଜଣେ ପ୍ରତିଯୋଗୀଙ୍କୁ ପ୍ରତିଯୋଗିତାରୁ ବାଦ୍‍ ଦେଉଥିଲେ । ଅନନ୍ୟାଙ୍କ ସମେତ ତିନିଜଣ ଫାଇନାଲକୁ ଉନ୍ନୀତ ହୋଇଥିଲେ ।

ଅନ୍ୟ ଦୁଇ ପ୍ରତିଯୋଗୀ ନାହିଦ୍‍ ଆଫ୍ରିନ୍‍ ଓ ନିତ୍ୟଶ୍ରୀ ଭେଙ୍କଟରମଣନ୍‍ଙ୍କୁ ପଛରେ ପକାଇ ଶେଷରେ ଦର୍ଶକଙ୍କ ଏସ୍‌ଏମ୍‌ଏସ୍ ଭୋଟିଂ ଓ ବିଚାରକଙ୍କ ବିଚାରକୁ ନେଇ ବିଜୟୀ ହୋଇଛନ୍ତି ଅନନ୍ୟା । ଫାଇନାଲରେ ‘ଗୋଲିଓଁ କି ରାସଲୀଲା’ର ନାଗାରା ଢୋଲ ବାଜେ..’ ଗାନ କରି ସେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

ସଂଗୀତ ସହ ପାଠପଢ଼ାରେ ମଧ୍ୟ ଅନନ୍ୟାଙ୍କର ଭଲ ଦକ୍ଷତା ରହିଛି । ଡାକ୍ତର ହେବାସହ ସଂଗୀତ ସାଧନାରେ ମନୋନିବେଶ କରିବା ତାଙ୍କର ଭବିଷ୍ୟତ ଇଚ୍ଛା ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ଅନନ୍ୟା ଶ୍ରୀତମ ନନ୍ଦ, ଇଣ୍ଡିଆନ ଆଇଡଲ୍‌, ରିୟଲିଟି ଶୋ, ସଙ୍ଗୀତ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ