• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅନୁଗୁଳ

ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଏକ ‘ଜୟୀ ରାଜଗୁରୁ ଚେୟାର’ ପ୍ରତିଷ୍ଠା ହେଉ (ବିଚାର)

December 26, 2018 by ଧୀରେନ୍ଦ୍ର ନନ୍ଦ Leave a Comment

ଅନୁଗୁଳସ୍ଥିତ ଆଇଆଇଟି ପରିସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପାଇକ ବିଦ୍ରୋହ ବିଷୟରେ ଗଭୀର ଭାବେ ଗବେଷଣାକରିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରିବା ଏକ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।

ସେଥିପାଇଁ ଆଜି ଓଡିଶା ଗର୍ବିତ । ଏହାଦ୍ୱାରା ଆମର ବୀରତ୍ୱର କାହିଣୀ ଆମଦେଶର କୋଣେ ଅନୁକୋଣେ ପ୍ରସାରିତ ହେବା ସହିତ ସାରା ପୃଥିବୀକୁ ବ୍ୟାପିପାରିବ । ପାଇକ ବିଦ୍ରୋହ ୧୮୦୪ ମସିହାରୁ ଆରମ୍ଭ ହୋଇଥିଲା ଯାହାର ନେତୃତ୍ୱ ନେଇଥିଲେ ଜୟୀ ରାଜଗୁରୁ । ଦୀର୍ଘ ୨୧ ଦିନ ସମ୍ମୁଖ ଯୁଦ୍ଧ ସହିତ ଦୀର୍ଘ ଦିନ ଧରି ଚାଲିଥିବା ଏହି ପାଇକ ବିଦ୍ରୋହ ଶେଷରେ ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ଧରି ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ୨ଟି ବରଗଛର ବରଡାଳରେ ବାନ୍ଧି ତାଙ୍କୁ ଦୁଇ ଫାଳ କରି ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟାକରି ଫାସୀ ଦେଇଥିଲେ ।

ପରବର୍ତୀ ସମୟରେ ୧୮୧୭ ମସିହାରୁ ୨ୟ ପର୍ଯ୍ୟାୟ ପାଇକ ବିଦ୍ରୋହ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଦୀର୍ଘ ଆଠ ବର୍ଷ ଧରି ଚାଲିଥିଲା । ଏହି ସବୁ ତଥ୍ୟ ୨୦୧୭ ମସିହା ଅକ୍ଟୋବର ୨୧ ଏବଂ ୨୨ତାରିଖରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ, ସଂସ୍କୃତି ସଚିବ, ପ୍ରତ୍ନତତ୍ୱ ବିଭାଗୀୟ ଅଧିକାରୀ ଏବଂ ଦେଶ ତଥା ଦେଶ ବାହାରୁ ଆସିଥିବା ବହୁ ଖ୍ୟାତନାମା ଐତିହାସିକ ମାନଙ୍କ ଉପସ୍ଥିତିରେ ଦିଲ୍ଲୀରେ ଦୁଇ ଦିନ ଧରି ଚାଲିଥିବା ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରରେ ଷ୍ପଷ୍ଟ ମତ ଆସିଥିଲା, ଯାହା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିଲା ।

ପରବର୍ତୀ ସମୟରେ ରାଜ୍ୟ ସରକାର ମଧ୍ୟ ୧୮୦୪ ମସିହାରୁ ଆରମ୍ଭ ହୋଇଥିବା ଏହି ପାଇକ ବିଦ୍ରୋହର ୧୮୦୬ରୁ ୧୮୧୭ ମସିହାର ଅନାଲୋଚିତ ବିଷୟ ସବୁକୁ ଉପସ୍ଥାପନ କରାଇବା ପାଇଁ ଏକ ରାଜ୍ୟସ୍ତରୀୟ ସେମିନାର୍ ରାଜ୍ୟ ପ୍ରତ୍ନତତ୍ୱ କାର୍ଯ୍ୟାଳୟରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଏବଂ ରାଜ୍ୟ ସଂସ୍କୃତି ସଚିବଙ୍କ ଉପସ୍ଥିତିରେ କରାଯାଇ ଅନେକ ତଥ୍ୟ ଉପସ୍ଥାପନ କରାଯାଇଥିଲା ।

ଯେତେବେଳେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନଥିଲେ ବୋଲି କହି ବିବାଦ ଘେରକୁ ଆସିଥିଲେ, ସେତେବେଳେ ଆମ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ଥିଲେ ବୋଲି କହି ମନ୍ତ୍ରୀ ଡାକ୍ତର ରାଉତ ମହୋଦୟଙ୍କୁ ମବୀପଦରୁ ବହିସ୍କାର କରିଥିଲେ ।

୨୦୧୭ ମସିହା ଡିସେମ୍ବର ୬ ତାରିଖରେ ଖୋର୍ଦ୍ଧାଠାରେ ହୋଇଯାଇଥିବା ରାଜ୍ୟସ୍ତରୀୟ ଜୟୀ ରାଜଗୁରୁ ବଳିଦାନ ଦିବସ ଅବସରରେ ଆମର ପ୍ରିୟ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଯୋଗ ଦେଇ ୧୮୦୪ ମସିହାରୁ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା ଏବଂ ଜୟୀ ରାଜଗୁରୁ ତାର ନେତୃତ୍ୱ ନେଇଥିଲେ ବୋଲି ଷ୍ପଷ୍ଟ ମତ ରଖିଥିଲେ ।

ଚଳିତ ବର୍ଷ ଡିସେମ୍ବର ୬ ତାରିଖରେ ମଧ୍ୟ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ଖୋର୍ଦ୍ଧାଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବଳିଦାନ ଦିବସ ସମାରୋହରେ ଯୋଗଦେଇ ଜୟୀ ରାଜଗୁରୁଙ୍କୁ ଇତିହାସରେ ଅଣଦେଖା କରାଯାଇଛି ଏବଂ ଏହା ଉପରେ ଉଚ୍ଚତର ଗବେଷଣା କରାଯାଇ ଇତିହାସ ପୁନର୍ଲିଖନ କରାଯାଉ ବୋଲି ଆହ୍ୱାନ ଦେଇଥିଲେ । ଏଥିରୁ ଷ୍ପଷ୍ଟ ଯେ ୧୮୦୪ ମସିହାର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ଅମର ଶହୀଦ୍ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ହୋଇଥିଲା ।

ବର୍ତମାନ କେନ୍ଦ୍ର ସରକାର କିନ୍ତୁ ୧୮୧୭ରୁ ପାଇକ ବିଦ୍ରୋହ ଆରମ୍ଭ ବୋଲି କହି ଏହା ଉପରେ ଭଲ ଭାବରେ ଗବେଷଣା ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ବକ୍ସି ଜଗବନ୍ଧୁଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରିଛନ୍ତି । କିନ୍ତୁ ଜୟୀ ରାଜଗୁରୁଙ୍କ ତ୍ୟାଗ ସାରା ପୃଥିବୀରେ ବିରଳ ଥିବାବେଳେ ତାଙ୍କ ଉପରେ ବିଶେଷ ଭାବରେ ଗବେଷଣା କରିବା ପାଇଁ ଏକ ଚେୟାର ପ୍ରତିଷ୍ଠା କରିବା ଆଜିର ଆବଶ୍ୟକତା ।

ତାଙ୍କୁ ଇତିହାସରୁ ବିଲୀନ କରିବା ପାଇଁ କିଛି କୁଚକ୍ରାନ୍ତକାରୀ ଲୋକଙ୍କ ଦ୍ୱାରା ସରକାର ଭ୍ରମିତ ହେବା ଏକ ଦୁଃଖର ବିଷୟ । ଜୟୀ ରାଜଗୁରୁଙ୍କ ଭଳି ଏକ ଉଚ୍ଚସ୍ତରର ଐତିହାସିକ ବ୍ୟକ୍ତିତ୍ୱଙ୍କୁ ଇଂରେଜମାନେ ଇତିହାସରୁ ହଜାଇ ଦେବା ପାଇଁ ସକ୍ଷମ ହୋଇଥିବା ବେଳେ ଆଜିର ସରକାର ତାଙ୍କୁ ଲୋକଲୋଚନକୁ ଆଣିବା ପରିବର୍ତେ ଅବହେଳା କରି ଚାଲିଛନ୍ତି ।

ଏହା ଜୟୀ ରାଜଗୁରୁଙ୍କର ଅମର ଆତ୍ମା ପ୍ରତି ଘୋର ଅପମାନ । ଯେଉଁ ବୀର ଯୋଦ୍ଧା ନିଜର ରାଜ୍ୟ ତଥା ରାଜାଙ୍କୁ ରକ୍ଷା କରିବାକୁ ଯାଇ ଦେଶ ପାଇଁ ନିଷ୍ଠୁର ହତ୍ୟାର ଶିକାର ହୋଇ ପ୍ରାଣ ବଳି ଦେଇଥିଲେ, ଦେଶ ତାଙ୍କୁ ଭୁଲି ଯିବାକୁ ବସିଛି । ଏହାକୁ ଇତିହାସ ତ କେବେ କ୍ଷମା ଦେବନାହିଁ, ଆମର ପରବର୍ତ୍ତୀ ପୀଢି ଏହାର ପ୍ରକୃତ ତଥ୍ୟ ପାଇଲା ପରେ ବର୍ତମାନର ସରକାରଙ୍କୁ ନିଶ୍ଚୟ ଘୃଣା କରିବେ ।

ଏହି ପରିପ୍ରେକ୍ଷୀରେ ଜୟୀ ରାଜଗୁରୁ ସ୍ମୃତି ସଂସଦ ଆଜି କେନ୍ଦ୍ର ସରକାରଙ୍କ ପାଖରେ ବିନମ୍ରତାର ସହ ନିବେଦନ କରୁଛି କି ଭାରତ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଶହୀଦ୍ ଜୟୀ ରାଜଗୁରୁଙ୍କ ଉପରେ ଏକ ଉଚ୍ଚତର ଗବେଷଣା ପାଇଁ ଓଡିଶାର ସଂସ୍କୃତି ବିଶ୍ୱ ବିଦ୍ୟାଳୟରେ ଏକ ‘ଜୟୀ ରାଜଗୁରୁ ଚେୟାର’ ପ୍ରତିଷ୍ଠା କରିବା ପାଇଁ ପଦକ୍ଷପ ନିଅନ୍ତୁ ।

ଏହାଦ୍ୱାରା ଖୋର୍ଦ୍ଧା ପାଇକ ମାଟିର ମର୍ଯ୍ୟଦା ରକ୍ଷା ହେବା ସଙ୍ଗେ ସଙ୍ଗେ ପାଇକ ବିଦ୍ରୋହର ସମସ୍ତ ଅନାଲୋଚିତ ତଥ୍ୟ ଲୋକଲୋଚନକୁ ଆସି ପାରିବ ଏବଂ ଖୋର୍ଦ୍ଧାର ବୀରତ୍ୱ ସାରା ପୃଥିବୀରେ ଏକ ଶିହରଣ ସୃଷ୍ଟି କରିବ । ତତ୍ସହିତ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଅମର ଶହୀଦ୍ ଜୟୀ ରାଜଗୁରୁଙ୍କର ସ୍ମୃତିକୁ ଅମର ରଖିବା ପାଇଁ ଜୟୀ ରାଜଗୁରୁ ସ୍ମୃତି ସଂସଦ ତରଫରୁ ୨ବର୍ଷ ପୂର୍ବରୁ ଦିଆଯାଇଥିବା ନିମ୍ନୋକ୍ତ ଦଶ ଦଫା ଦାବି ଗୁଡିକୁ ସରକାର ବିଶେଷ ଭାବରେ ଗୁରୁତ୍ୱ ଦେଇ ସେସବୁକୁ ସଫଳ କରାଇବାର ନିଷ୍ଠା ରଖନ୍ତୁ ।

୧. ୧୮୦୪ ମସିହାରୁ ୧୮୨୭ ମସିହା ପର୍ଯ୍ୟନ୍ତ ହୋଇଥିବା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ମିଳୁ । ୨. ଅମର ଶହୀଦ ଜୟୀ ରାଜଗୁରୁଙ୍କୁ ଭାରତ ସ୍ୱଧୀନତା ସଂଗ୍ରାମର ପ୍ରଥମ ଶହୀଦ୍ ଭାବରେ ମାନ୍ୟତା ମିଳୁ । ୩. ମହାନ୍ ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ସ୍ମୃତି ପାଇଁ ଖୋର୍ଦ୍ଧା ବରୁଣେଇ ପାଦଦେଶରେ ୨୦୦ଫୁଟର ଏକ ପାଇକ ମିନାର ନିର୍ମାଣ ହେଉ ।

୪. ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡର ଐତିହ୍ୟ ଓ ମର୍ଯ୍ୟଦାକୁ ରକ୍ଷା କରାଯିବା ସହିତ ସେଥିରେ ବିଦ୍ରୋହରେ ସାମିଲ ଥିବା ବୀର ପୁଙ୍ଗବମାନଙ୍କ ପ୍ରତିମୂର୍ତୀକୁ ସାଇତି ରଖାଯିବା ସହିତ ପାଇକମାନଙ୍କ ସ୍ମୃତି ରକ୍ଷା ନିମନ୍ତେ ଏକ ବିଶ୍ୱ ସ୍ତରୀୟ ପାଇକ ମିଉଜିୟମ୍ ନିର୍ମାଣ କରାଯାଉ ।

୫. ଐତିହାସିକ ଖୋର୍ଦ୍ଧାର ଚାରିଦିଗର ପ୍ରବେଶ ପଥରେ ଚାରୋଟି ଅତ୍ୟନ୍ତ ଆକର୍ଷଣୀୟ ଗେଟ ନିର୍ମାଣ କରାଯାଉ । ୬. ପୂର୍ବରୁ ଥିବା ପାଇକ ରେଜିମେଂଟକୁ ପୁନର୍ଗଠନ କରାଯାଉ । ୭. ଜୟୀ ରାକଗୁରୁଙ୍କ ନାମରେ ଏକ ଡାକ ଟିକେଟ ଏବଂ ଏକ ତଥ୍ୟଭିତିକ ସିନେମା ତିଆରି ହେଉ । ୮. ଜୟୀ ରାଜଗୁରୁଙ୍କ ନାମରେ ଏକ ଟ୍ରେନ୍କୁ ନାମ କରଣ କରିବା ସହିତ ଖୋର୍ଦ୍ଧା ରୋଡ ଷ୍ଟେସନ୍କୁ ଜୟୀ ରାଜଗୁରୁ ଷ୍ଟେସନ୍ ନାମରେ ନାମିତ କରାଯାଉ ।

୯. ରାଜଧାନୀ କଲେଜକୁ ଜୟୀ ରାଜଗୁରୁ ମହାବିଦ୍ୟାଳୟ ଏବଂ ସଂସ୍କୃତି ବିଶ୍ୱବିଦ୍ୟାଳୟକୁ ଜୟୀ ରାଜଗୁରୁ ସଂସ୍କୃତି ବିଶ୍ୱବିଦ୍ୟାଳୟ ରୂପେ ନାମିତ କରାଯାଉ । ୧୦. ଖୋର୍ଦ୍ଧା ବରୁଣେଇ ପୀଠରେ ଏକ ଉଚ୍ଚକୋଟିର ପାନ୍ଥ ନିବାସ ନିର୍ମାଣ କରାଯାଇ ଏହି ପୀଠକୁ ଏକ ବିଶ୍ୱସ୍ତରୀୟ ଟୁରିଷ୍ଟ୍ ସ୍ଥାନ ରୂପେ ଘୋଷଣା କରାଯାଉ ।

ସଭାପତି, ଜୟୀ ରାଜଗୁରୁ ସ୍ମୃତି ସଂସଦ, ଓଡିଶା ।
ଚଳଭାଷ – ୯୪୩୭୦୦୬୭୨୫

ପ୍ରକାଶିତ ଲେଖାର ବିଚାର ଲେଖକଙ୍କ ନିଜସ୍ଵ । ଓଡିଶା ଡଟ କମର ଏଥିରେ କୌଣସି ଭୂମିକା ନାହିଁ ।

ଧୀରେନ୍ଦ୍ର ନନ୍ଦ

Filed Under: ବିଚାର Tagged With: ଅନୁଗୁଳ

ଅନୁଗୁଳରେ ଆରଏସ୍ଏସ୍ ର ୨୧ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ

May 13, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ୧୩ (ଓଡିଶା ଡ଼ଟ୍ କମ୍)-ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ୨୧ ଦିନିଆ ଆନ୍ତରାଜ୍ୟ ପ୍ରଶିକ୍ଷଣ ଶିବିର ଅନୁଗୁଳ ଠାରେ ଆରମ୍ଭ ହୋଇଛି ।

ମଇ ୧୦ ତାରିଖ ଦିନ ପ୍ରଥମବର୍ଷ ଓ ପ୍ରଥମ ବର୍ଷ ବିଶେଷ ବର୍ଗକୁ ସଂଘର ଅଖିଳ ଭାରତୀୟ ସହ ପ୍ରଚାରକ ପ୍ରମୁଖ ଅଦୈତ କୁମାର ଦତ୍ତ ଉଦଘାଟନ କରିଥିବା ବେଳେ ଦ୍ୱୀତିୟ ବର୍ଷ ସଂଘ ଶିକ୍ଷା ବର୍ଗକୁ ସଂଘର ପୂର୍ବତନ କ୍ଷେତ୍ର ସଂଘ ଚାଳକ ଶ୍ରୀ ରଣେନ୍ଦ୍ର ନାଥ ବନ୍ଦୋପାଧ୍ୟାୟ ଉଦଘାଟନ କରିଥିଲେ ।

otc-3ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆରମ୍ଭ ହୋଇଥିବା ଏହି ସଂଘଶିକ୍ଷା ବର୍ଗ ଆସନ୍ତା ମଇ ୩୧ ତାରିଖ ସକାଳେ ଉଦଯାପିତ ହେବ । ଏଥିରେ ପ୍ରଥମ ବର୍ଷ ସଂଘ ଶିକ୍ଷାବର୍ଗ, ପ୍ରଥମ ବର୍ଷ ବିଶେଷ ସଂଘ ଶିକ୍ଷାବର୍ଗ ଓ ଦ୍ୱିତୀୟ ବର୍ଷ ସଂଘ ଶିକ୍ଷା ବର୍ଗ ଅନୁଷ୍ଠିତ ହେଉଛି ।

ଓଡିଶାରୁ ପ୍ରଥମ ବର୍ଷରେ ୨୧୧ ଜଣ ଓ ପ୍ରଥମ ବର୍ଷ ବିଶେଷରେ ୩୩ ଜଣ ଶିକ୍ଷାର୍ଥି ଭାଗ ନେଇଛନ୍ତି । ଏମାନଙ୍କୁ ୩୦ ଜଣ ପ୍ରଶିକ୍ଷକ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।

ସେହିପରି ଓଡିଶା, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର, ସିକିମ୍ ରେ ୧୬୯ ଜଣ ଶିକ୍ଷାର୍ଥି ଓ ୨୫ ଜଣ ଶିକ୍ଷକଙ୍କୁ ନେଇ ଅନୁଷ୍ଠିତ ହେଉଅଛି ଦ୍ୱିତୀୟ ବର୍ଷ ସଂଘଶିକ୍ଷା ବର୍ଗ । ଏହି ତିନୋଟି ସଂଘ ଶିକ୍ଷାବର୍ଗର ପରିଚାଳନା ପାଇଁ ୬୦ ଜଣ ପ୍ରବନ୍ଧକ କାର୍ଯ୍ୟରେ ଲାଗିଛନ୍ତି ।

ସଂଘର ପ୍ରାନ୍ତୀୟ, କ୍ଷେତ୍ରୀୟ ଓ ଅଖିଳ ଭାରତୀୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ସୂର୍ଯ୍ୟନମସ୍କାର, ଯୋଗାସନ, ପ୍ରହାର, ସଂଚଳନ, ଦଣ୍ଡଯୁଦ୍ଧ, ନିୟୁଦ୍ଧ, ଖେଳ, ଗଣ ସମତା, ବ୍ୟାୟାମ ଯୋଗ, ଦଣ୍ଡ, ପଦବିନ୍ୟାସ, ସଂଘର ଆଚାର ପଦ୍ଧତି, ଗୀତ, ବୌଦ୍ଧିକ, ସମାଚାର ଲିଖନ ଓ ସମୀକ୍ଷା, ବଡ କାହାଣୀ, ଚର୍ଚ୍ଚା, ଅମୃତ ବଚନ, ସାଧାରଣ ଜ୍ଞାନ, ଏକାତ୍ମତାମନ୍ତ୍ର, ପ୍ରାର୍ଥନା, ସେବା ଆଦି ବିଭିନ୍ନ ବିଷୟରେ ସମସ୍ତ ଶିକ୍ଷାର୍ଥିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ବୋଲି ସଂଘର ମିଡିଆସେଲ ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶାର ସଭାପତି ଶ୍ରୀ ରଘୁନାଥ ପତି ପ୍ରକାଶ କରିଛନ୍ତି ।

ଓଡିଶା ଡ଼ଟ୍ କମ୍

News Bureau
News Bureau

Filed Under: ରାଜନୀତି Tagged With: ଅନୁଗୁଳ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ସଂଘ ଶିକ୍ଷା ବର୍ଗ

ଏନ୍ ଆର୍ ମହାନ୍ତିଙ୍କ ନାଲକୋ ସି.ଏମ୍.ଡି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ

May 1, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦଦାତା

ଭୁବନେଶ୍ୱର, ଏପ୍ରିଲ ୧ (ଓଡିଶା ଡଟ କମ) ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ ଲିଃ (ନାଲକୋ)ର ପ୍ରକଳ୍ପ ଓ ବୈଷୟିକ ବିଭାଗ ନିର୍ଦ୍ଦେଶକ ନିହାର ରଞ୍ଜନ ମହାନ୍ତି ଶୁକ୍ରବାର କମ୍ପାନୀର ନୂତନ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଅଂଶୁମାନ ଦାସ ଗୁରୁବାର ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପଦବୀରୁ ଅବସର ନେବା ପରେ ଶ୍ରୀ ମହାନ୍ତି ଏହି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Photograph-N.R. Mohanty୧୯୮୦ ମସିହାରେ ଶ୍ରୀ ମହାନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଶ୍ରେଷ୍ଠ ଗ୍ରାଜୁଏଟ ଭାବେ ଏନ୍ ଆଇ ଟି ରାଉରକେଲାରୁ ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବାପରେ ତାଙ୍କର ଚାକିରୀ ଜୀବନ ପ୍ରଥମେ ଲାର୍ସେନ୍ ଆଣ୍ଡ ଟୁ୍ୟବ୍ରୋ କମ୍ପାନୀରୁ ଆରମ୍ଭ କରିଥିଲେ ।

ଡିସେମ୍ବର, ୧୯୮୬ ରେ ନାଲକୋରେ ଯୋଗଦେବା ପୂର୍ବରୁ ସେ ବାଲକୋ ରେ ମଧ୍ୟ କାର୍ଯ୍ୟ କରିଥିଲେ । ନାଲକୋର ଅନୁଗୁଳସ୍ଥିତ ସ୍ମେଲ୍ଟର ପ୍ଲାଣ୍ଟ ଏବଂ ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି ।

କମ୍ପାନୀର ନୂତନ ଯୋଜନା ଚୟନ ଓ କାର୍ଯ୍ୟକାରୀ କରିବାରେ ଶ୍ରୀ ମହାନ୍ତିଙ୍କର ବହୁ ଅବଦାନ ରହିଛି । ସେଥି ମଧ୍ୟରେ ଆନ୍ଧ୍ର ପ୍ରଦେଶର ଗଣ୍ଡିକୋଟା ଓ ରାଜସ୍ଥାନର ଜୟସାଲ୍ମେର୍ ଠାରେ ପବନଚାଳିତ ବିଦ୍ୟୁତ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା କାର୍ଯ୍ୟ ଅନ୍ୟତମ ।

ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ତାଙ୍କର ୩୩ ବର୍ଷରୁ ଉର୍ଦ୍ଧ ଅଭିଜ୍ଞତା ରହିଛି । ଶ୍ରୀ ମହାନ୍ତି ତାଙ୍କର କୃତିତ୍ୱ ପାଇଁ ବହୁ ପୁରସ୍କାର ମଧ୍ୟ ଲାଭ କରିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ Tagged With: ଅନୁଗୁଳ, ଏନ୍ ଆର୍ ମହାନ୍ତି, ନାଲକୋ

୧୧ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ

April 4, 2015 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଏପ୍ରିଲ୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ୧୧ଟି ସହରରେ ଶୁକ୍ରବାର ତାପମାତ୍ରା ୪୦ଡ଼ିଗ୍ରୀ ଅତିକ୍ରମ କରିଛି ।

heatwaveପାଣିପାଗ ବିଭାଗର ସୁଚନା ଅନୁସାରେ ଆଭ୍ୟନ୍ତରୀଣ ଓ ପଶ୍ଛିମ ଓଡ଼ିଶାରେ ତାପମାତ୍ରା ସ୍ଵାଭାବିକ ଠାରୁ ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଅନୁଗୁଳ ରେ ସର୍ବାଧିକ ୪୨.୧ ଡ଼ିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ,ତାଳଚେର ରେ ୪୨ଡ଼ିଗ୍ରୀ,ଟିଟିଲାଗଡ ରେ ୪୧ଡ଼ିଗ୍ରୀ ,ଝାରସୁଗୁଡ଼ାର ୪୧,ସମ୍ବଲପୁରରେ ୪୦.୫,ବାରିପଦାରେ ୪୦.୬,ଚାନ୍ଦବାଲିରେ ୪୦.୫ ଓ ଢେଙ୍କାନାଳରେ ୪୦.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯.୮ ରେକର୍ଡ଼ କରାଯାଇଛି । ଭୀଷଣ ଖରା ସାଙ୍ଗ କୁ ଶୁକ୍ରବାର ସାରା ର।ଜ୍ୟ ର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ପାଣିପାଗ ବିଭାଗ ସୁଚନା ଅନୁସାରେ ଶନିବାର ଭୁବନେଶ୍ୱରରେ ଅପରାହ୍ଣରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇପାରେ ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସ୍ୱାସ୍ଥ୍ୟ Tagged With: ଅନୁଗୁଳ, ଝାରସୁଗୁଡ଼, ଟିଟିଲାଗଡ, ଢେଙ୍କାନାଳ, ତାପମାତ୍ରା, ପାଣିପାଗ, ସମ୍ବଲପୁର

ସିଂଗ୍ଧ ଡେଙ୍ଗୁରେ ରାଜ୍ୟରେ ୨ ଜଣଙ୍କର ମୃତ୍ୟୁ

August 22, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ,ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍)- ସିଂଗ୍ଧ ଡେଙ୍ଗୁରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

ଢେଙ୍କାନାଳ ଜିଲ୍ଲା ଦଶିପୁରା ଗ୍ରାମର ସନାତନ ନାୟକ(୩୬)ଙ୍କୁ ଗୁରୁତ୍ୱର ଅବସ୍ଥାରେ ସୋମବାର ତାଳଚେର ଠାରେ ଥିବା ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ତାଙ୍କ ଅବସ୍ଥା ବେଶୀ ଗୁରୁତର ହେବାରୁ ଆଜି ଭୋର ସମୟରେ ତାଙ୍କୁ କଟକ ଏସିବିକୁ ସ୍ଥାନାନ୍ତରିତ କରା ଯାଇଥିଲା । ମାତ୍ର ଏସସିବିରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ସେହିପରି ଢେଙ୍କାନାଳ ଜିଲ୍ଲା ଅର୍ନ୍ତଗତ ପରଜଙ୍ଗ ବ୍ଲକର ବଡକମର ଗ୍ରାମର ବିରଂଚି ନାରାୟଣ ଡେଙ୍ଗୁ ରୋଗରେ ମୃତ୍ୟୁ ବରଣ କରିଛନ୍ତି ।

ସେ ଅନୁଗୁଳ ଜିଲ୍ଲା ବନ୍ତଳାରେ ଟେଲିଫୋନ ଏକ୍ସଚେଂଜରେ କାମ କରୁଥିଲେ । ତାଙ୍କ ଦେହ ଗୁରୁତ୍ୱର ଭାବେ ଅସୁସ୍ଥ ହେବାରୁ ୨ଦିନ ହେଲା ଭୁବନେଶ୍ୱର ଆୟୁଷ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗତକାଲି ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶ୍ରୀ ପ୍ରଦିପ ମହାପାତ୍ର କହିଛନ୍ତି ଯେ,ବିରଂଚି ନାରାୟଣଙ୍କ ଦେହରେ ଡେଙ୍ଗୁ ଭୁତାଣୁ ଚିହ୍ନଟ ସରିଥିବା ବେଳେ ସନାତନଙ୍କ ହେରେ ଏପର୍ଯ୍ୟନ୍ତ ଡେଙ୍ଗୁ ଭୁତାଣୁ ଅଛି କି ନାହିଁ ପ୍ରମାଣ ହୋଇ ପାରିନାହିଁ ।

ଓଡ଼ିଶା ଡ଼ଟ୍ କମ

admin
admin

Filed Under: ମୁଖ୍ୟ ଖବର Tagged With: ଅନୁଗୁଳ, ଆୟୁଷ ଡାକ୍ତର ଖାନା, ଡେଙ୍ଗୁ, ଢେଙ୍କାନାଳ, ପରଜଙ୍ଗ ବ୍ଲକ

ଅନୁଗୁଳ: ଧାରଣାରତ ଗ୍ରାମବାସୀଙ୍କୁ ଭେଟିଲେ ନବୀନ ଜିନ୍ଦଲ

February 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଅନୁଗୁଳ, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ଜିନ୍ଦଲ ଷ୍ଟିଲ ପ୍ଲାନ୍ଟ ସଭାପତି ତଥା ପରିଚାଳକ ନିର୍ଦ୍ଦେଶକ ନବୀନ ଜିନ୍ଦଲ ବୁଧବାର ଅନୁଗୁଳ ସ୍ଥିତ ଜିନ୍ଦଲ ପାୱାର ଲିଃର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିବା ଗ୍ରାମବାସୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ।

ସେ ଗ୍ରାମବାସୀଙ୍କ ଦାବି ବିଷୟରେ ଶୁଣିବା ସହ ସମସ୍ତ ପ୍ରକାର ଅସୁବିଧା ଦୂରିକରଣ କରିବା ପାଇଁ
କମ୍ପାନୀ ପକ୍ଷରୁ ଯଥା ସମ୍ଭବ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଜାନୁୟାରୀ ୨୫ରେ ଘଟିଥିବା ଅଘଟଣ ଉପରେ ଦୁଃଖ ପ୍ରକାଶ କରି ଏଭଳି ଘଟଣା ଆଉ କେବେ ଘଟିବ ନାହିଁ ବୋଲି କହିଥିଲେ ।

ଯେଉଁ ମାନେ ନିଜର ଦକ୍ଷତା ପ୍ରଦର୍ଶନ କରି ଏହି କମ୍ପାନୀକୁ ଗଢିଛନ୍ତି ଏବଂ ଏହା ସର୍ବଦା ସ୍ଥାନୀୟ ଲୋକ ମାନଙ୍କ ପାଇଁ ଉସର୍ଗ । କମ୍ପାନୀ ସମାଜ ଓ ସଂସ୍କୃତିକୁ ସମ୍ମାନ ଦିଏ ଏବଂ ଏହା ପିଲାମାନଙ୍କର ଭବିଷ୍ୟତ ଗଠନ ସହ ଏହାର ପ୍ରଗତି ପଥରେ ଆଗେଇବ, ସେ କହିଛନ୍ତି |

ଜନସାଧାରଣଙ୍କ ଅସୁବିଧା ଦୂର କରିବା ପାଇଁ ଏକ ଗୃପ ଗଠନ କରାଯାଇଛି । ଏହା ସେମାନଙ୍କ ଅସୁବିଧା କମ୍ପାନୀକୁ ଜଣାଇବା ସହ ସମାଧାନ କରିବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅନୁଗୁଳ, ଜିନ୍ଦଲ

ଓଡ଼ିଆ ଝିଅ ପ୍ରସନ୍ନତା ପାଇବେ ସାହସିକତା ପୁରସ୍କାର

January 18, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ଅନୁଗୁଳ ଜିଲ୍ଲା ନିଶା ଗ୍ରାମର ଝିଅ ପ୍ରସନ୍ନତା ଶାଣ୍ଡିଲ୍ୟ ଜାତୀୟ ଶିଶୁ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ ।
ଦେଶର ବିଭିନ୍ନ ପ୍ରାନ୍ତର ୨୪ଜଣ ଶିଶୁଙ୍କୁ ସାହସିକତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଗତ ବର୍ଷ ଅପ୍ରେଲ ୧୨ରେ ପାଂଚ ଜଣ ଡ଼କାୟତ ତାଙ୍କ ଘରକୁ ଆସିଥିବା ବେଳେ ପ୍ରସନ୍ନତା
ସାହସିକତାର ସହ ସେମାନଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଦେଇଥିଲେ । ଫଳରେ ଡ଼କାୟତଙ୍କ
ଆକ୍ରମଣରୁ ପରିବାର ଲୋକ ରକ୍ଷା ପାଇଯାଇଥିଲେ ।

ପ୍ରସନ୍ନତା ବର୍ତମାନ ଅନୁଗୁଳ ସ୍ଥିତ ଓପି ଜିନ୍ଦଲ ସ୍କୁଲରେ ପାଠ ପଢୁଛନ୍ତି । ପୁରସ୍କୃତ ହେବାକୁ ଥିବା ଶିଶୁଙ୍କ ମଧ୍ୟରେ ଅଛନ୍ତି ୮ଜଣ ଝିଅ ଓ ୧୬ଜଣ ପୁଅ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅନୁଗୁଳ, ଝିଅ ପ୍ରସନ୍ନତା

ଓଡ଼ିଶା ଡ଼ଟ୍ କମ୍ସର୍ବଭାରତୀୟ ଫୁଟବଲ ଟୁର୍ନାମେଂଟ୍ ଆରମ୍ଭ

November 29, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍:ଶୁଭରଂଜନ ନାଥ

ଅନୁଗୁଳ,ନଭେମ୍ବର୨୯(ଓଡ଼ିଶା ଡ଼ଟ୍ କମ୍)ଅନୁଗୁଳ ନାଲକୋସ୍ଥିତ ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ କଂପ୍ଲେକ୍ସଠାରେ ମଙ୍ଗଳବାର ସର୍ବଭାରତୀୟ ଭୂତିଆ ମେମୋରିଆଲ ଫୁଟବଲ ଟୁର୍ନାମେଂଟ୍ ଆରମ୍ଭ ହୋଇଛି ।

ଡ଼ିସେମ୍ବର୪ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ନାମେଂଟ୍ ରେ ଆଠୋଟି ଦଳ ଭାଗ ନେଇଛନ୍ତି ।

ଭିଲାଇ ବ୍ରର୍ସ ଓ ନାଲକୋ ମଧ୍ୟରେ ହୋଇଥିବା ପ୍ରଥମ ମ୍ୟାଚ୍ ରେ ନାଲକୋ ଭିଲାଇ ବ୍ରର୍ସଠାରୁ ୩-୦ଗୋଲରେ ପରାସ୍ତ ହୋଇଛି ।

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅନୁଗୁଳ, ନାଲକୋ

ଶିଳ୍ପାଚଂଳ ପାର୍କ ସ୍ଥାପନ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର

November 15, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଅନୁଗୁଳ ଜିଲ୍ଲାରେ ଏକ ଶିଳ୍ପାଚଂଳ ପାର୍କ ସ୍ଥାପନ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ ମଙ୍ଗଳବାର ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି ।

ପୂର୍ବରୁ କମ୍ପାନୀ କରୁଥିବା ଛଅ ମିଲିଅନ ଟନ୍ ବିଶିଷ୍ଟ ଇସ୍ପାତ ପ୍ରକଳ୍ପ ଅଂଚଳ ଠାରୁ ତିନି କିମ ଦୂର ପଜରଙ୍ଗ ଠାରେ ଏହି ପାର୍କ ସ୍ଥାପନ କରିବାକୁ ଯୋଜନା କରିଥିବା ଏହାର ଓଡ଼ିଶା ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ଝା ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ମୋଟ୍ ୧୪୦୦ ଏକର ଜମିରେ ଏହି ପାର୍କ ନିର୍ମାଣ କରାଯିବ ଏବଂ ଏହାଦ୍ୱାରାସଂପୃକ୍ତ ଅଂଚଳରେ ଶିଳ୍ପ କାର୍ଯ୍ୟକଳାପ ବୃଦ୍ଧି ପାଇବ, ସେ କହିଛନ୍ତି ।

“”ଆସନ୍ତା ୨୦୧୩-୧୪ରୁ ଏହା କାର୍ଯ୍ୟକ୍ଷମ କରିବାକୁ ଆଶା କରାଯାଉଛି ଏବଂ ଏଥିପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପାର୍କ ଦ୍ୱାରାପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ ୩୨ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ” ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଅନୁଗୁଳ, ଶିଳ୍ପାଚଂଳ

ନାଲ୍କୋ ପକ୍ଷରୁ ଭିନ୍ନକ୍ଷମଙ୍କୁ ଉପକରଣ ବିତରଣ

August 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ଅନୁଗୁଳ ଜିଲ୍ଲାର ଉତ୍କଳ ଇ-କୋଲ ପ୍ରକଳ୍ପ ଅନ୍ତର୍ଗତ ଗ୍ରାମ ଗୁଡିକରେ ବାସ କରୁଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଉଦ୍ଦେଶରେ ନାଲ୍କୋ ଫାଉଣ୍ଡେସନ ପକ୍ଷରୁ ଭିନ୍ନକ୍ଷମଙ୍କୁ ଉପକରଣ ବିତରଣ କରାଯାଇଛି ।

ଭାରତ ସରକାରଙ୍କ ଆଲିମ୍କୋ ଓ ଭିଆର୍ସି ସହାୟତାରେ ଛେଣ୍ଡିପା ବ୍ଲକ ଅନ୍ତର୍ଗତ କୋରଡା ଗ୍ରାମରେ ଗୁରୁବାରଦିନ ଏକ ଉପକରଣ ବିତରଣ ଶିବିର ଆୟୋଜିତ ହୋଇଥିଲା । ଏକ ସ୍ୱାବଲମ୍ବୀ ଜୀବନ ଅତିବାହିତ କରିବାକୁ ଚାହୁଁଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ମଧ୍ୟରେ ଏହି ପକ୍ଷେପ ଏକ ନୂତନ ଆଶାର ସଞ୍ଚାର କରିଛି ।

ଏହି ଅବସରରେ, ନାଣ୍ଡିଛୋଡ଼, ଗୋପୀନାଥପୁର, କୋରଡା ଓ କୋଶଳା ଗ୍ରାମର ୧୯ ଜଣ ଚିହ୍ନିତ ଭିନ୍ନକ୍ଷମଙ୍କୁ ଟ୍ରାଇ-ସାଇକଲ, ରୋଲେଟର, ଶ୍ରବଣ ଯନ୍ତ୍ର ଓ ଧଳାବାଡି ଆଦି ପ୍ରଦାନ କରାଯାଇଥିଲା । ଏହି ବ୍ୟକ୍ତିମାନଙ୍କୁ ଜୁନ ୨ରେ ଆୟୋଜିତ ଏକ ଶିବିରରେ ଚିହ୍ନଟ କରାଯାଇଥିଲା ।

ନାଲ୍କୋ ଫାଉଣ୍ଡେସନ୍ ପକ୍ଷରୁ ପ୍ରୋଜେକ୍ଟ ମ୍ୟାନେଜର ଶବାନା ପରୱିନଙ୍କ ଦ୍ୱାରାପରିଚାଳିତ ଏହି ଶିବିରରେ କୋରଡା ଗ୍ରାମର ସରପଞ୍ଚ ହେମନ୍ତ ବେହେରାଙ୍କ ସହିତ ଡିଜିଏମ ଏଲ୍.ଏମ୍. ସାହୁ ଏବଂ ଜି.ଏସ୍. ମହାପାତ୍ର ଉପକରଣଗୁଡିକ ବିତରଣ କରିଥିଲେ ।

ଏହି ଅବସରରେ ଚାରି ଜଣ ଭିନ୍ନକ୍ଷମ ବ୍ୟକ୍ତି ଭିଆର୍ସି ପକ୍ଷରୁ ଭୁବନେଶ୍ୱରରେ ପ୍ରଦାନ କରାଯାଉଥିବା ଧନ୍ଦାମୂଳକ ପ୍ରଶିକ୍ଷଣ ଲାଭ କରିବାକୁ ସହମତି ପ୍ରଦାନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍
ଦାରଣ ମାନରେ ଉନ୍ନତି ଆଣିବା ଉଦ୍ଦେଶରେ ନାଲ୍କୋ ଫାଉଣ୍ଡେସନ ପକ୍ଷରୁ ଭିନ୍ନକ୍ଷମଙ୍କୁ ଉପକରଣ ବିତରଣ କରାଯାଇଛି ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅନୁଗୁଳ, ଜୀବନଧାରଣ, ନାଲ୍କୋ, ମୁଖ୍ୟ ଖବର

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ