• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅନୁଗୋଳ

ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ପାଇଲଟ୍ ପ୍ରକଳ୍ପ ଶୁଭାରମ୍ଭ

January 18, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୮(ଓଡିଶା ଡଟ୍ କମ୍ )- ରାଜ୍ୟରେ ମ୍ୟାଲେରିଆ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ସମସ୍ୟା । ଏହାର ଉଚିତ ମୁକାବିଲା କରି ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ନିରବଚ୍ଛିନ ଉଦ୍ୟମ ଜାରି ରହିଛି ।

DSC_0078

ଜାତୀୟ ଭେକ୍ଟର ବର୍ଣ୍ଣ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ବିଧ ପଦକ୍ଷେପ ଗ୍ରହଣ କରାଯାଇ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଉଦ୍ୟମ କରାଯାଉଛି । ଏ କ୍ଷେତ୍ରରେ ଆଉ ଏକ ନୂତନ କର୍ମସମ୍ପାଦନା ଗବେଷଣା ପ୍ରକଳ୍ପ ଭାବେ ପଥଦର୍ଶୀ ବ୍ୟାପକ କେଶ୍ ପରିଚାଳନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଆଇ.ଏମ୍.ଏ ହାଉସ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ( ଆଇ.ସି.ଏମ୍.ଆର୍ )ର ଏକ ପ୍ରମୁଖ ସଂଗଠନ ଜାତୀୟ ମ୍ୟାଲେରିଆ ଗବେଷଣା ପ୍ରତିଷ୍ଠାନ ( ଏନ୍.ଆଇ.ଏମ୍.ଆର୍ ) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହଯୋଗରେ ନୂତନ ମ୍ୟାଲେରିଆ ଔଷଧ ପ୍ରସ୍ତୁତକାରୀ ଆନ୍ତର୍ଜାତିକ ଫାଉଣ୍ଡେସନ -ମ୍ୟାଲେରିଆ ଔଷଧ ଭେଞ୍ଚର ( ଏମ୍.ଏମ୍.ଭି) ତରଫରୁ ଓଡିଶାର ୩ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ ।

ଅନୁଗୋଳ , ଢେଙ୍କାନାଳ ଏବଂ ବଲାଙ୍ଗିର ଭଳି ଅତ୍ୟଧିକ ,ମଧ୍ୟମ ଓ କମ୍ ମ୍ୟାଲେରିଆ ପ୍ରବଣ ଜିଲ୍ଲାର ଦୁଇଟି ଲେଖା ବ୍ଲକ୍ ରେ ଏହି କାର୍ଯ୍ୟକ୍ରମ କରାଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାତୀୟ ପତଙ୍ଗ ବାହୀତ ରେଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ( ଏନ୍.ଭି.ବି.ଡି.ପି.ସି ) ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବ ।

ଏଥିରେ ସଂପୃକ୍ତ ବ୍ଲକ୍ ଅଞ୍ଚଳର ସମସ୍ତ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଆରମ୍ଭରୁ ଚିହ୍ନଟକରି ପୂର୍ଣ୍ଣ ମାତ୍ରା ଔଷଧ ସେବନ କରିବାକୁ ଦିଆଯିବା ସହିତ ଚିକିତ୍ସା କରାଯିବ ।

ଉକ୍ତ ଚିକିତ୍ସାରେ ଆକ୍ରାନ୍ତ ମଣିଷଙ୍କ ଦେହରୁ ମ୍ୟାଲେରିଆ ପାରାସାଇଟ ମଶାଙ୍କ ଦେହକୁ ଯାଇ ପାରିବନି ,ଫଳରେ ମ୍ୟାଲେରିଆ ଦ୍ରୃତ ହାରରେ ହ୍ରାସ ପାଇବ ଏବଂ ସଂପୃକ୍ତ ଅଞ୍ଚଳର ଅନ୍ୟ ଲୋକମାନେ ସହଜରେ ଆକ୍ରାନ୍ତ ହେବେ ନାହିଁ ।

ଏଣୁ ଯଦି ପ୍ରାରମ୍ଭିକ ସ୍ତରରେ ମ୍ୟାଲେରିଆ ରୋଗୀକୁ ଚିହ୍ନଟ କରାଯାଇ ଚିକିତ୍ସା ମାଧ୍ୟମରେ ତାହା ଦେହରେ ଥିବା ପାରାସାଇଟଗୁଡିକୁ ସମ୍ପୂର୍ଣ୍ଣ ମାରିଦିଆ ଯାଇ ପାରିବ ତାହା ହେଲେ ମ୍ୟାଲେରିଆକୁ ନିୟନ୍ତ୍ରଣ କରାଯାଇ ପାରିବ, ଯାହାକି ଏହି ନୂତନ ପ୍ରକଳ୍ପ ମାଧ୍ୟମରେ ଉଦ୍ୟମ କରାଯିବ ।

ପ୍ରଥମ କରି ଆରମ୍ଭ କରାଯାଇଥିବା ଏହି ଗବେଷଣା ମୂଳକ ପ୍ରକଳ୍ପର ସଫଳତା ବା ଫଳାଫଳ ଉପରେ ଆମ ଦେଶ ସମେତ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କରେ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ମାନଙ୍କରେ ମ୍ୟାଲେରିଆ ନିରାକରଣ ଦିଗରେ ବିଶେଷ ସହାୟକ ହୋଇ ପାରିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଡାଃ ତ୍ରିବିକ୍ରମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏନ୍.ଆଇ.ଏମ୍.ଆର୍ ନିଦେ୍ର୍ଧଶକ ଡାଃ ନିନା ଭୋଲେଚ୍ଚା , ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାଃ ଶିବା , ଜେନେଭା ସ୍ଥିତ ଏମ୍.ଏମ୍.ଭିର ପେନି ଗ୍ରେୱାଲ , ଭାରତ ସରକାରଙ୍କ ଏନ୍.ଭି.ବି.ଡି.ସି.ପିର ପୂର୍ବତନ ନିଦେ୍ର୍ଧଶକ ଡାଃ ପି.ଏଲ୍.ଯୋଶୀ ପ୍ରମୁଖ ଉଦ୍ବୋଧନ ଦେଇ ଏହି ପାଇଲଟ ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅନୁଗୋଳ, ଢେଙ୍କାନାଳ, ବଲାଙ୍ଗିର, ମ୍ୟାଲେରିଆ

କଂପାନୀର ଜନଶୁଣାଣୀ ବେଳେ ଲଙ୍କାକାଣ୍ଡ

December 8, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍:ଶୁଭ ରଂଜନ ନାଥ

ଅନୁଗୋଳ,ଡ଼ିସେମ୍ବର୯(ଓଡ଼ିଶା ଡ଼ଟ୍ କମ୍)ଅନୁଗୋଳସ୍ଥିତ ଅ।ମଦାନୀ କୋଇଲା କଂପାନୀର ଜଣଶୁଣାଣି ବେଳେ ଉତେଜନା ପ୍ରକାଶ ପାଇବା ସହ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଛି ।

ଦୀର୍ଘଦିନରୁ କଂପାନୀକୁ ବିରୋଧ କରୁଥିବା ଲୋକମାନେ ଗୁରୁବାର ଜନଶୁଣାଣି ବେଳେ ଶିବିରକୁ ପୋଡ଼ି ଦେଇଥିଲେ । ଏହି କଂପାନୀ ଦ୍ୱାରାକ୍ଷତିଗ୍ରସ୍ତ ହେବାକୁ ଯାଉଥିବା ପ୍ରାୟ ୯ଟି ଗ୍ରାମର ଲୋକମାନେ ଏହି କାଣ୍ଡ ଘଟାଇଛନ୍ତି ।

ଉତ୍ୟକ୍ତ ଲୋକମାନେ ଟେଣ୍ଟ୍ ଭାଙ୍ଗିବା ସହ ପାଖରେ ଥିବା ଜେନେରେଟର ଏବଂ ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ । ଲୋକମାନେ ଏପରି ଲଙ୍କାକାଣ୍ଡ ଘଟାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଫଟୋ ଉଠାଉଥିଲେ ।

ସେ ସମୟରେ ଉତ୍ୟକ୍ତ ଲୋକମାନେ ସେମାନଙ୍କୁ ପିଟାମରା କରିବା ସହ ସେମାନଙ୍କ କ୍ୟାମେରା ଭାଙ୍ଗିଦେଇଥିଲେ ।

ପୂର୍ବରୁ ସ୍ଥାନୀୟ ଲୋକେ କଂପାନୀ ପକ୍ଷରୁ ହୋଇଥିବା ନୋଟିସ୍କୁ ବିରୋଧ କରି ଆସୁଥିଲେ । ମାତ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅନୁଗୋଳ, କଂପାନୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ