• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅନୁଦାନ ପାଣ୍ଠି

ବିଆର୍ଜିଏଫ୍ରେ ଅବହେଳା ନେଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

December 8, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) ପଛୁଆ ଅଂଚଳ ଅନୁଦାନ ପାଣ୍ଠି (ବିଆର୍ଜିଏଫ୍) ଅନୁଦାନରେ ଓଡ଼ିଶା ପ୍ରତି ଅବହେଳା କରାଯାଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପତ୍ର ଲେଖିଛନ୍ତି ।

ପଶ୍ଚିମବଙ୍ଗକୁ ବର୍ଷକ ପାଇଁ ଯେତିକି ଅନୁଦାନ ମଞ୍ଜୁର ହୋଇଛି ଓଡ଼ିଶାକୁ ୫ ବର୍ଷରେ ତାଠାରୁ କମ୍ ଅନୁଦାନ ମଞ୍ଜୁର ହୋଇଛି ବୋଲି ଗୁରୁବାର ମୁଖ୍ୟଢ଼ନ୍ତ୍ରୀ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଅର୍ଥନୈତିକ ବ୍ୟାପାର ସଂପର୍କୀତ କେନ୍ଦ୍ର କ୍ୟାବିନେଟ କମିଟି ବିଆର୍ଜିଏଫ୍ରେ ପଶ୍ଚିମବଙ୍ଗ ପାଇଁ ୮୭୫୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛି ଅର୍ଥାତ୍ ବର୍ଷକୁ ୧୭୫୦ କୋଟି ଟଙ୍କାଦିଆଯିବ, ଚିଠିରେ ଉଲ୍ଲେଖ କରାଯାଇଛି ।

ଅନ୍ୟ ପକ୍ଷରେ ଏହି କମିଟି ଓଡ଼ିଶା ପାଇଁ ବର୍ଷକୁ ୩୪୦ କୋଟି ଟଙ୍କା ହିସାବରେ ୫ ବର୍ଷ ପାଇଁ ୧୭୦୦କୋଟି ଟଙ୍କା ମଞ୍ଜୁର କରିଛି । କେବିକେ ଜିଲ୍ଲାକୁ ସ୍ୱତନ୍ତ୍ର ପ୍ୟାକେଜ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦ।ବି କରିଥିବା ବେଳେ କେନ୍ଦ୍ର ସରକାର ସେଥିପ୍ରତି ଦୃଷ୍ଟି ଦେଇନାହାଁନ୍ତି ।

ଗତ ମାସରେ ଗୃହମନ୍ତ୍ରୀ ପି. ଚିାମ୍ବରମ୍ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମର
ସମୀକ୍ଷା ପାଇଁ ଓଡ଼ିଶା ଆସିଥିଲେ ଏବଂ ସେ ନିଶ୍ଚୟ ଓଡ଼ିଶାର ପରିସ୍ଥିତି ସଂପର୍କରେ ଆପଣଙ୍କୁ ଅବଗତ କରାଇଥିବେ ବୋଲି ନବୀନ ପତ୍ରରେ ର୍ଶାଇଛନ୍ତି ।

ତେଣୁ ଅନ୍ୟ ରାଜ୍ୟ ଭଳି ଓଡ଼ିଶାକୁ ମଧ୍ୟ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ।ବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅନୁଦାନ ପାଣ୍ଠି, ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ

ପ୍ରତି ଜିଲ୍ଲାରେ ମିଶନ ଶକ୍ତି ମହାସଂଘ କୋଠା

December 7, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ପ୍ରତି ଜିଲ୍ଲାରେ ଥିବା ମିଶନ ଶକ୍ତି ମହାସଂଘର ନିଜସ୍ୱ କୋଠା ସ୍ୱତନ୍ତ୍ର ସମସ୍ୟା ପାଣ୍ଠି ଅନୁଦାନରୁ ନିର୍ମାଣ କରିବାକୁ ସରକାର ନିଷ୍ପତି ନେଇଛନ୍ତି ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ବୁଧବାରମିଶନ ଶକ୍ତି କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି ।

ପ୍ରତ୍ୟେକ କୋଠା ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏ ବ୍ୟୟ କରାଯିବ । ପ୍ରଥମ ପର୍ଯ୍ୟାୟରେ ୪.୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ଏହି କୋଠା ମିଶନ ଶକ୍ତି ଜିଲ୍ଲା ମହାସଂଘ ପାଇଁ ଅଫିସ ଗୃହ, ତାଲିମ ଓ ବୈଠକ ସ୍ଥଳ ଭାବେ କାର୍ଯ୍ୟ କରିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅନୁଦାନ ପାଣ୍ଠି, ମୁଖ୍ୟମନ୍ତ୍ରୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ