• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅପରାଧ

ଲାଞ୍ଚ ନେଇ ଉପଜିଲ୍ଲାପାଳ ଗିରଫ

November 9, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ଲାଞ୍ଚ ନେବା ବେଳେ ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ଉପ ଜିଲ୍ଲାପାଳଙ୍କୁ ବୁଧବାର ଭିଜିଲାନ୍ସ ଗିରଫ କରିଛି ।

ଏକ ବାଲିଘାଟ ଲିଜ୍ ପାଇଁ ନିଜ ବାସଭବନ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିଙ୍କ ଠାରୁ ଦଶ ହଜାର ଟଙ୍କା ନେଉଥିବା ବେଳେ ଉପଜିଲ୍ଲାପାଳ ରୂପକ ପଟ୍ଟନାୟକଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଲିଜ୍ ସଂକ୍ରାନ୍ତୀୟ ଫାଇଲ ମଧ୍ୟ ଜବତ କରିଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ଉପଜିଲ୍ଲାପାଳ, ରାଉରକେଲା

ଜିପ୍ କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧ ମୃତ

November 8, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଟିଟିଲାଗଡ଼, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଠାରେ ମଙ୍ଗଳବାର ଜଗୁଆଳି ବୀହୀନ ଫାଟକ ଦେଇ ଯାଉଥିବା ଜିପ୍ କୁ ଯାତ୍ରୀବାହୀ ଟ୍ରେନ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିବା ପୋଲିସ କହିଛି ।

ମୁରିବାହାଲ ଷ୍ଟେସନ ନିକଟରେ ଦିଲ୍ଲୀ-ବିଶାଖାପାଟନମ୍ ସମତା ଏକ୍ସପ୍ରେସ ଉକ୍ତ ଜିପ୍ କୁ ଧକ୍କା ଦେଇଥିବା ଏସ୍ଡ଼ିପିଓ ଜି.ଏନ୍.ଯୋଶୀ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ଜିପ୍, ଟ୍ରେନ୍

କଟକ: ପୁଣି ଶିଶୁ କନ୍ୟା ଉଦ୍ଧାର

November 7, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) କଟକ ସ୍ଥିତ ରେଳ ଷ୍ଟେସନରୁ ଦୁଇଟି ନବଜାତ ଶିଶୁ କନ୍ୟା ଉଦ୍ଧାର ହେବାର ଦୁଇଦିନ ପରେ ବଡ଼ ଡ଼ାକ୍ତରଖାନା ନିକଟରୁ ପୁଣି ଏକ କନ୍ୟା ସନ୍ତାନକୁ ଉଦ୍ଧାର କରାଯାଇଛି ।

କର୍କଟ ରୋଗକେନ୍ଦ୍ର ନିକଟରେ ଥିବା କ୍ୟାବିନ ନିକଟରେ ଗାମୁଛା ଗୋଡ଼ାଇ ହୋଇଥିବା ବେଳେ ସୋମବାର ସଂଧ୍ୟାରେ ଶିଶୁଟିକୁ ଉଦ୍ଧାର କରାଯାଇଥିବା ପୋଲିସ ମଙ୍ଗଳବାର କହିଛି ।

ଶିଶୁଟି କାନ୍ଦିବାରୁ ନିକଟରେ ଠିଆ ହୋଇଥିବା ଜଣେ ଯୁବକ ପୋଲିସକୁ ଖବର ଦେଇଥିଲେ । ପରେ ତାକୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗତ ଶନିବାର କଟକ ରେଳଷ୍ଟେସନର ୧ନମ୍ବର ପ୍ଲାଟଫର୍ମରେ ଯମଜ ଶିଶୁ କନ୍ୟାକୁ କେହି ଏକ ପେଟିରେ
ଭର୍ତିକରି ଛାଡ଼ିଦେଇଥିଲା । ପରେ ଖବର ପାଇ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲା । ବର୍ତମାନ ଶିଶୁଦୁଇଟି ଡ଼ାକ୍ତରଖାନାରେ ଅଛନ୍ତି ।

ବାରମ୍ବାର ଏଭଳି ଘଟଣା ଘଟିବା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ଶିଶୁ

ଇଣ୍ଟରସିଟି ଟ୍ରେନ-ଟ୍ରକ୍ ମଧ୍ୟରେ ଧକ୍କା, ୧ ଗୁରୁତର

November 7, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ନଭେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ସୋମବାର ଭୁବନେଶ୍ୱର ବଲାଙ୍ଗୀର ଇଣ୍ଟରସିଟି ଟ୍ରେନ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ପୋଲିସ କହିଛି ।

ବରଗଡ଼ ସମ୍ବଲପୁର ରେଳ ଲାଇନର କୁର୍ଲା ସ୍ଥିତ ଜଗୁଆଳି ବିହୀନ ଫାଟକରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଟ୍ରକ୍ ଡ଼୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ଇଣ୍ଟରସିଟି, ଟ୍ରେନ, ବରଗଡ଼, ସମ୍ବଲପୁର

ରେଳଷ୍ଟେସନରୁ ଦୁଇ ନବଜାତ ଶିଶୁ ଉଦ୍ଧାର

November 5, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) କଟକ ରେଳ ଷ୍ଟେସନରୁ ଦୁଇ ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ପୋଲିସ ରବିବାର କହିଛି ।

୧ ନମ୍ବର ପ୍ଲାଟଫର୍ମର ଏକ ସ୍ଥାନରେ କାର୍ଟୁନରେ ଭର୍ତି ହୋଇଥିବା ଏହି ଯମଜ ଶିଶୁଙ୍କୁ ଶନିବାର ରାତିରେ ରେଳବାଇ ପୋଲିସ ଉଦ୍ଧାର କରିଛି ।

ଉଦ୍ଧାର ପରେ ଉଭୟଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାର ଶିଶୁ ବିଭାଗରେ ରଖାଯାଇଛି । କାର୍ଟୁନରେ ଥିବା ଶିଶୁଙ୍କ କାନ୍ଦ ଶୁଣି ଯାତ୍ରୀମାନେ ରେଳବାଇ ପୋଲିସକୁ ଖବର ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ନବଜାତ ଶିଶୁ, ରେଳଷ୍ଟେସନ

ଏସ୍ସିଇଆର୍ଟି ପୂର୍ବତନ ନିର୍ଦ୍ଦେଶକ ଭିଜିଲାନ୍ସ ଦ୍ୱାରାଗିରଫ

November 3, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଭିଜିଲାନ୍ସ ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ(ଏସ୍ସିଇଆର୍ଟି)ର ପୂର୍ବତନ ନିର୍ଦ୍ଦେଶକ ସେବକ ତ୍ରିପାଠୀଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ।

ତାଙ୍କୁ ଶୁକ୍ରବାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ଜାମିନ୍ ନାମଞ୍ଜୁର ହୋଇଯିବାରୁ ୧୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗ ହାଜତକୁ ପଠାଇଦିଆଯାଇଛି ।

ତ୍ରିପାଠୀ ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଏନେଇ ମାର୍ଚ୍ଚ ମାସରେ ଏକ କମିଟି ଘଟଣାର ତଦନ୍ତ କରି ସେବକଙ୍କ ଅର୍ଥ ଆତ୍ମସାତ ବିଷୟରେ ଭିଜିଲାନ୍ସକୁ ରିପୋର୍ଟ ଦେଇଥିଲା ।

ରିପୋର୍ଟକୁ ଆଧାର କରି ଅଗଷ୍ଟ ୧୫ ତାରିଖ ମଧ୍ୟରେ ଭିଜିଲାନ୍ସ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ତେବେ ସେବକଙ୍କ ଜବାବ୍ ରେ ଭିଜିଲାନ୍ସ ଅସନ୍ତୋଷ ପ୍ରକାଶ କରି ତାଙ୍କ ଘର ଉପରେ ଚଢଉ କରିଥିଲା ଏବଂ ସେ ୧୧ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଜାଣିବାକୁ ପାଇଥିଲା ।

ଅର୍ଥ ଆତ୍ମସାତ ଅଭିଯୋଗ ହେବାପରେ ସେବକଙ୍କୁ ଉଚ୍ଚଶିକ୍ଷା ବିଭାଗକୁ ବଦଳି କରାଯାଇଥିଲା । ୨୦୦୬ରୁ ସେ ଏସ୍ସିଇଆର୍ଟିର ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ଏସ୍ସିଇଆର୍ଟି, ଭିଜିଲାନ୍ସ

ପୋସ୍କୋ ଅଧିକାରୀଙ୍କୁ ଆକ୍ରମଣ

November 1, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଅଞ୍ଚଳକୁ ଯାଇଥିବା କମ୍ପାନୀର ଅଧିକାରୀଙ୍କୁ ମଙ୍ଗଳବାର ନୂଆଗାଁରେ ଶତାଧିକ ପୁରୁଷ ଓ ମହିଳାମାନେ ଆକ୍ରମଣ କରିଛନ୍ତି ।

କମ୍ପାନୀର ଉପ ମହାପ୍ରବନ୍ଧକ ସଂପୃକ୍ତ ଅଞ୍ଚଳକୁ ଗଛ କାଟିବା ତଥା ଚିଙ୍ଗୁଡ଼ି ଘେରି ଭାଙ୍ଗିବାକୁ ଯାଇଥିବା ବେଳେ ଲୋକମାନେ ଆକ୍ରମଣ କରିଛନ୍ତି । ଗତ ମାସରେ ପୋସ୍କୋ ପ୍ରକଳ୍ପ ପାଇଁ ଜିଲ୍ଲା ପ୍ରଶାସନ ପ୍ରାୟ ୧୫ ହଜାର ଗଛ କାଟି ସାରିଥିବା ବେଳେ ଏନେଇ ଲୋକମାନେ କ୍ଷତିପୂରଣ ଦେବାକୁ ଦାବି କରିଥିଲେ ।

ତେବେ ସଂପୃକ୍ତ ଅଧିକାରୀଙ୍କ ନେତୃତ୍ୱରେ ଇଡ଼୍କୋ ଅଧିକାରୀ ସଂଗ୍ରାମ ମହାପାତ୍ର ଚାରୋଟି ଗଛ କଟା ଯନ୍ତ୍ର ଧରି ଗଛ କାଟିବାକୁ ସେଠାରେ ପହଞ୍ଚିବାରୁ ଲୋକମାନେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା ।

ତେବେ ପାନବରଜ ଭାଙ୍ଗିବା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ସାତ ଜଣଙ୍କୁ କ୍ଷତିପୂରଣ ଦେବାକୁ ପୋସ୍କୋ କମ୍ପାନୀ ଏବଂ ଇଡ଼୍କୋ ଅଧିକାରୀ ମନା କରିଦେଇଥିବା ବଡ଼ଘାଇପାଇ ଜଙ୍ଗଲ କମିଟିର ସସ୍ୟମାନେ ଅଭିଯୋଗ କରିଛନ୍ତି ।

ନିଜର ଦାବି ଉପସ୍ଥାପନ କରିଥିବା ବେଳେ ସଂପୃକ୍ତ ଅଧିକାରୀମାନେ ଆମକୁ ଏବଂ ମହିଳା ମାନଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଜଣେ ପ୍ରଭାବିତ ଅକ୍ଷୟ ସାମଲ କହିଛନ୍ତି ।

ଲୋକଙ୍କ ଆକ୍ରମଣରେ ଆହତ ପୋସ୍କୋ ଅଧିକାରୀ ଏବଂ ଅନ୍ୟମାନଙ୍କୁ କୁଜଙ୍ଗ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଥିବା ମହାପାତ୍ର କହିଛନ୍ତି ।

ତେବେ ଉକ୍ତ କମିଟିର ଲୋକମାନେ ମିଛରେ ପାନବରଜ ଏବଂ ଚିଙ୍ଗୁଡ଼ି ଘେରି ଭାଙ୍ଗିବା ନେଇ କ୍ଷତିପୂରଣ ଦାବି କରୁଥିବାରୁ ଅଧିକାରୀମାନେ କ୍ଷତିପୂରଣ ରାଶି ଦେବାକୁ ମନା କରିଦେଇଥିଲେ ଏବଂ ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା ବୋଲି ସେ କହିଛନ୍ତି । ଚିଙ୍ଗୁଡ଼ି ଘେରି ପାଇଁ କମ୍ପାନୀ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇସାରିଥିବା ସେ କହିଛନ୍ତି ।

ଏନେଇ ସେ ଆକ୍ରମଣକାରୀଙ୍କ ବିରୋଧରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ଦୁଇଟି ମାମଲା ରୁଜୁ କରିଥିବା କୁଜଙ୍ଗ ଆଇଆଇସି ଗୁପ୍ତେଶ୍ୱର ଭୋଇ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ଜଗତସିଂହପୁର, ନୂଆଗାଁ, ପୋସ୍କୋ

ବିଧାୟକଙ୍କ ଉପରେ ଆକ୍ରମଣକୁ ନିନ୍ଦା

November 1, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ସରକାରୀ ଅନୁଦାନରେ ନିର୍ମାଣ ହେଉଥିବା ଏକ ରାସ୍ତାର ଶୁଭଦାନକୁ କେନ୍ଦ୍ରକରି ଅତାବିରା ବିଧାୟକଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରାଯାଇଛି ।

ବିଧାୟକ ନିହାର ରଂଜନ ମହାନନ୍ଦଙ୍କ ଉପରେ ଶାସକ ଦଳ କର୍ମୀମାନେ କରିଥିବା ଆକ୍ରମଣ ନିନ୍ଦନୀୟ ବୋଲି ଭେଡ଼େନ ବ୍ଲକ କଂଗ୍ରେସ ସଭାପତି ମଙ୍ଗଳବାର ଏକ ପ୍ରେସ ବିବୃତିରେ କହିଛନ୍ତି ।

ତାଲମେଣ୍ଡାର ରାସ୍ତା ନିର୍ମାଣ ପାଇଁ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଅନୁଦାନ ଦେବା ପାଇଁ ମହାନନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଓ ଯୋଜନା ସମନ୍ୱୟ ବିଭାଗ ଏହି କାର୍ଯ୍ୟ ପାଇଁ ଅର୍ଥ ପ୍ରଦାନ କରିଥିଲେ । ତେଣୁ ବିଧାୟକ ଏହି କାର୍ଯ୍ୟ ପାଇଁ ଶୁଭ ଦେବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

ତେବେ ସ୍ଥାନୀୟ ଶାସକ ଦଳ ନେତ୍ରୀ କେଉଁ କ୍ଷମତା ବଳରେ ଏହି କାର୍ଯ୍ୟ ପାଇଁ ଶୁଭ ଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି । ଏ ସଂପର୍କରେ ଲୋକମାନେ ସଂପୃକ୍ତ ନେତ୍ରୀଙ୍କୁ ପଚାରିବାରୁ ଏଥିରେ ଉତକ୍ଷିପ୍ତ ହୋଇ କର୍ମୀ ମାନଙ୍କ ଦ୍ୱାରା ବିଧାୟକଙ୍କୁ ଆକ୍ରମଣ କରିଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ବରଗଡ଼

ତିନି ଖଣି ମାଫିଆ ଗିରଫ, ଲୁହାପଥର ଜବତ

October 31, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଅକ୍ଟୋବର ୩୧(ଓଡ଼ିଶା ଡ଼ଟ୍ କମ୍) ବେଆଇନ ଭାବେ ଲୁହାପଥର ଚୋରା ଚାଲାଣ କରୁଥିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲରୁ ତିନି ଜଣ ଖଣି ମାଫିଆଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୦ ଟନ୍ ଲୁହାପଥର ଜବତ କରଥିବା ସୋମବାର ପୋଲିସ କହିଛି ।

ନାଳନ୍ଦା ଅଞ୍ଚଳରେ ରବିବାର ସଂଧ୍ୟାରେ ଚଢାଉ କରି ଏମାନଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ  କହିଛନ୍ତି । ସଂପୃକ୍ତ ବ୍ୟକ୍ତିମାନେ ବିଭିନ୍ନ ଖଣିରୁ ବେଆଇନ ଭାବେ ଖନନ କରି ଚୋରାରେ ଲୁହାପଥର ଚାଲାଣ କରୁଥିବା ପୋଲିସ କହିଛି ।

ଗିରଫ ବ୍ୟକ୍ତିମାନେ ହେଲେ ସଚ୍ଚିକାନ୍ତ ନାୟକ, ମହମ୍ମତାବରେଜ ଏବଂ ସୁଦୀପ ଦାସ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ଖଣି, ଲୁହାପଥର ଚାଲାଣ

ଆନ୍ତଃରାଜ୍ୟ ଡକାୟତି ର୍ୟାକେଟ ଠାବ, ୮ ଗିରଫ

October 30, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଅକ୍ଟୋବର ୩୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ତଥା ରାଜ୍ୟ ବାହାରେ ଡ଼କାୟତି ଓ ରାହାଜାନି ଘଟଣାର ସମ୍ପୃକ୍ତ ଆନ୍ତଃରାଜ୍ୟ ଡକାୟତ ଦଳର ଆଠ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୋମବାର ପୋଲିସ କହିଛି ।

ଏହାର ମୁଖ୍ୟ କୁହାଯାଉଥିବା ନୟାଗଡ଼ା ଥାନା ଶରଣକୂଳର ବୁଦ୍ଧିଆ ଓରଫ ତ୍ରିଲୋଚନ ନାୟକ ସମତେ ୮ଜଣଙ୍କୁ ରବିବାର ନିମାପଡ଼ା ପୁଲିସ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଏହି ର୍ୟାକେଟର ସଦସ୍ୟମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ୨୦ରୁ ଉର୍ଦ୍ଧ୍ଵ ରାହାଜାନୀ ଓ ଡକାୟତି ଘଟଣାରେ ସମ୍ପୃକ୍ତ ଥିବାବେଳେ ସେମାନଙ୍କ ଠାରୁ ୩୦୦ ଗ୍ରାମ ସୁନା, ୬୩ ହଜାର ଟଙ୍କା, ୩ଟି ମୋଟର ସାଇକେଲ, ୧୪ଟି ମୋବାଇଲ ଓ ଶତାଧିକ ଅଧିକ ସିମ୍ କାର୍ଡ ଜବତ କରାଯାଇଛି ।

ଏମାନେ ଗତ ବର୍ଷ ଜାନୁୟାରୀ ରେ ନିମାପଡ଼ାର ଦିବ୍ୟଜ୍ୟୋତି ଅଳଙ୍କାର ମାଲିକ ଦିପ୍ତିରଞ୍ଜନ ସାହୁଙ୍କୁ ଗୁଳି କରି ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ ।

ପୁରୀ ଓ ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ବୁଦ୍ଧିଆକୁ ଗିରଫ କରିବା ପାଇଁ ପୁରୀ ଏସ୍ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ଡକାୟତ, ପୋଲିସ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ