• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅଫିସର

ପାରାଦ୍ଵୀପ ତୈଳ ବିଶୋଧନାଗାର ଅଫିସରଙ୍କ ରେକର୍ଡ଼ ସମୀକ୍ଷା କମିଟି ଗଠନ କରିବାକୁ ଚିଠି

July 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୨(ଓଡ଼ିଶା ଡ଼ଟ୍ କମ୍) ସର୍ବଭାରତୀୟ ସ୍ତରରେ ଚାକିରି କରୁଥିବା ଅଫିସର ମାନଙ୍କ ସର୍ଭିସ ରେକର୍ଡ଼ ସମୀକ୍ଷା ପାଇଁ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଲେଖିଛନ୍ତି ।

ଏ ସଂପର୍କରେ ସ୍ୱତନ୍ତ୍ର କମିଟି ଗଠନ କରିବାକୁ କେନ୍ଦ୍ର ସରକାର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପତ୍ର ଲେଖିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇଏଏସ୍ ଅଫିସରଙ୍କ ସର୍ଭିସ ରେକର୍ଡ଼ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହେବ ।

ସରକାର ଏ ସଂପର୍କିତ ଚିଠି ପାଇଛନ୍ତି ଏବଂ ଖୁବ୍ ଶୀଘ୍ର ବିଭିନ୍ନ କମିଟି ଗଠନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କହିଛନ୍ତି ।

କମିଟିରେ ସର୍ବାଧିକ ସ୍କେଲ ପାଉଥିବା ଏହି କ୍ୟାଡ଼ରର ଜଣେ ଅଫିସର, ସର୍ବାଧିକ ସ୍କେଲ ପାଉଥିବା ଅନ୍ୟ କ୍ୟାଡ଼ର ଜଣେ ଅଫିସର ଏବଂ ପ୍ରମୁଖ ଶାସନ ସଚିବ ସ୍ତରର ଜଣେ ଅଫିସର ସସ୍ୟ ରହିବେ ଏବଂ ନିଯୁକ୍ତି ବିଭାଗର ସଚିବ ଏହାର ସଦସ୍ୟ ସଂପାଦକ ରହିବେ ।

ସେହିପରି ଆଇପିଏଏସ୍ ଅଫିସର ମାନଙ୍କ ସର୍ଭିସ ରେଡ଼ର୍କ ସମୀକ୍ଷା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ ଏବଂ ଏଥିରେ ପୋଲିସ ଡ଼ିଜି, ଡ଼ିଜି ର୍ୟାଙ୍କର ବାହାର କ୍ୟାଡ଼ରର ଜଣେ ଅଫିସର ଓ ପ୍ରମୁଖ ସଚିବ ର୍ୟାଙ୍କର ଜଣେ ଅଫିସର ସସ୍ୟ ରହିବେ ଏବଂ ଗୃହ ବିଭାଗ ସଚିବ ଏହାର ସଦସ୍ୟ ସଂପାଦକ ରହିବେ ।

ଆଇଏଫ୍ଏସ୍ ଅଫିସର ମାନଙ୍କ ସର୍ଭିସ ରେଡ଼ର୍କ ସମୀକ୍ଷା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ ଏବଂ ଏଥିରେ ପିସିସିଏଫ୍, ପିସିସିଏଫ୍ ର୍ୟାଙ୍କର ବାହାର କ୍ୟାଡ଼ରର ଜଣେ ଅଫିସର ଓ ପ୍ରମୁଖ ସଚିବ ର୍ୟାଙ୍କର ଜଣେ ଅଫିସର ସଦସ୍ୟ ରହିବେ ଏବଂ ଜଙ୍ଗଲ ବିଭାଗ ସଚିବ ଏହାର ସଦସ୍ୟ ସଂପାଦକ ଭାବେ କାର୍ଯ୍ୟ କରିବେ ।

ସର୍ବଭାରତୀୟ ସ୍ତରରେ କାର୍ଯ୍ୟ କରୁଥିବା ଅଫିସରମାନେ ଆଗୁଆ ଅବସର ଗ୍ରହଣ କରିପାରିବେ । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କୁ ଚାକିରି ଶେଷ ପୂର୍ବରୁ ଅବ୍ୟାହତି ଦେଇ ପାରିବେ ଏବଂ ଏଥିପାଇଁ ତିନି ମାସ ଆଗରୁ ନୋଟିସ୍ ଦେବାକୁ ପଡ଼ିବ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେତେବେଳେ ପ୍ରଶାସନ ପାଇଁ ଜଣେ କର୍ମଚାରୀଙ୍କ ଆବଶ୍ୟକତା ନରହିବ ସେତେବେଳେ ସ୍ୱେଚ୍ଛାକୃତ ଅବସର ଦିଆଯାଇପାରିବ ।

ସର୍ବସାଧାରଣ ହିତ ପାଇଁ କର୍ମଚାରୀମାନେ ଏହା କରିପାରିବେ ଏବଂ ଏହା କୌଣସି ପ୍ରକାରରେ ଦଣ୍ଡ ନୁହେଁ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି । ଚାକିରିର ୧୫ ବର୍ଷ ପରେ କିମ୍ବା ସଂପୃକ୍ତ ଅଧିକାରୀଙ୍କୁ ୫୦ ବର୍ଷ ବୟସ ଅତିକ୍ରମ କରିବା ପରେ ସେମାନଙ୍କର ଚାକିରିର ସମୀକ୍ଷା କରାଯାଇ ନିଷ୍ପତି ନିଆଯିବ ବୋଲି ପତ୍ରରେ ଉଲ୍ଳେଖ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଅଫିସର, ମୁଖ୍ୟ ଶାସନ ସଚିବ

ବିଧାୟକଙ୍କ ସମ୍ମାନ ପ୍ରସଙ୍ଗ ନେଇ ବିଧାନସଭାରେ ଉଦ୍ଦବେଗ

April 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨(ଓଡ଼ିଶା ଡ଼ଟ୍ କମ୍) ଅଫିସରମାନେ ବୁକ୍ ସର୍କୁଲାର ମାନୁ ନଥିବା ତଥା ବିଧାୟକ ମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁନଥିବାରୁ ମଙ୍ଗଳବାର ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ବିଧାୟକମାନେ ଉଦ୍ଦବେଗ ପ୍ରକାଶ କରିଛନ୍ତି ।

ଏହି ଘଟଣା ଉପରେ ବିଧାନସଭାର ସାଚାର କମିଟି ଅନୁଧ୍ୟାନ କରିବ ବୋଲି ବାଚସ୍ପତି ରୁଲିଂ ଦେଇଛନ୍ତି ।

ବୁକ୍ ସର୍କୁଲାର ପ୍ରତି ସେଭେନ୍କୁ ଅଫିରମାନେ ମାନୁ ନାହାନ୍ତି ଓ ଜିଲ୍ଲାସ୍ତରରେ ବିଧାୟକ ମାନଙ୍କୁ ଅଫିସରମାନେ ସମ୍ମାନ ପ୍ରଦର୍ଶନ କରୁନାହାନ୍ତି । ବିଭିନ୍ନ କ୍ଷେତ୍ରରେ ସେମାନଙ୍କୁ ଅପମାନିତ କରାଯାଉଛି ବୋଲି ଶୂନ୍ୟ କାଳରେ ବିଧାୟକ ପ୍ରଦୀପ ମହାରାଥୀ ଏହି ପ୍ରସଙ୍ଗ ଉଠାଇଥିଲେ ।

ଅଫିସରମାନେ ସବୁବେଳେ ଏପରି ମନମୁଖୀ କାମ କରୁଛନ୍ତି । ଜିଲ୍ଲାସ୍ତରରେ ଯେକୌଣସି ବୈଠକ ହେଲେ ବିଧାୟକଙ୍କୁ ଡ଼କାଯାଉ ନାହିଁ । ବିଧାୟକଙ୍କ ପାଇଁ ଏହା ସ୍ୱାଭିମାନର ପ୍ରଶ୍ନ ହୋଇଛି, ସେ କହିଥିଲେ ।

ଯେଉଁ ଅଫିସରମାନେ ଏଭଳି କାର୍ଯ୍ୟ କରୁଛନ୍ତି ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକମାନେ ବାଚସ୍ପତିଙ୍କୁ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଅଫିସର, ବିଧାୟକ

କମ୍ପ୍ୟୁଟରରେ ସବୁ ସରକାରୀ କର୍ମଚାରୀଙ୍କ ବିବରଣୀ

December 7, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) ଏଣିକି ସରକାରୀ ଅଫିସର-କର୍ମଚାରୀଙ୍କ ଚାକିରୀ କାଳର ସମସ୍ତବିବରଣୀ ହ୍ୟୁମାନ ରିସୋର୍ସ ମ୍ୟାନଜମେଣ୍ଟ ସିଷ୍ଟମ(ଏଚ୍ଆର୍ଏମ୍ଏସ୍) ଜରିଆରେ କମ୍ପ୍ୟୁଟରିକୃତ ହେବ ।

ଡ଼ିଏଫ୍ଆଇଡ଼ି ସହାୟତାରେ ଏହା କାର୍ଯ୍ୟକାରୀ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ରାଜ୍ୟ ଯୋଜନାରେ ତାହାକାର୍ଯ୍ୟକାରୀ ହେଉଛି ବୋଲି ଏହାର ଉ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ।

ଏହି ବ୍ୟବସ୍ଥାରେ ପ୍ରଥମ ପର୍ଯ୍ୟାୟରେ ୩୮ଟି ପ୍ରଶାସନିକ ବିଭାଗ ଓ ୧୦୨ଟି ବିଭାଗୀୟ ମୁଖ୍ୟ ପ୍ତରକୁ ସାମିଲ
କରାଯାଇଛି । ପରେ ରାଜ୍ୟରେ ଥିବା ୨ ହଜାର ୨୦୦ ଡ଼୍ରଇଂ ଏବଂ ଡ଼ିସବର୍ସମେଣ୍ଟ ଅଫିସକୁ ସାମିଲ କରାଯିବ ।

କର୍ମଚାରୀ-ଅଫିସର କାର୍ଯ୍ୟ କ୍ଷେତ୍ରରେ ପ୍ରବେଶ ସମୟ ଠାରୁ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ କମ୍ପ୍ୟୁଟରୀକୃତ ହୋଇ ରହିବା ବିଶେଷ କରି ପୋନ୍ନତି, ବଳି, ଛୁଟି, ଋଣ ଓ ଅଗ୍ରିମ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ଭବିଷ୍ୟନିଧି ପାଣ୍ଠି ଏବଂ ଅବସର ତାରିଖ ଇତ୍ୟାଦି ଲିପିବଦ୍ଧ ହୋଇ ରହିବ ।

ବର୍ତ୍ତମାନ ସୁଦ୍ଧା ଏହି ବ୍ୟବସ୍ଥା ୧୪ଟି ଜିଲ୍ଲାର ୩ ଲକ୍ଷ ୩୫ ହଜାର କର୍ମଚାରୀଙ୍କ ବିବରଣୀ ରଖାଯାଇଥିବା ବେଳେ ସଂପୂର୍ଣ୍ଣରାଜ୍ୟର କର୍ମଚାରୀଙ୍କ ବିବରଣୀ ରଖିବା ପାଇଁ ଆଉ ଅଢେଇ ବର୍ଷ ସମୟ ଲାଗିବ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଅଫିସର, କମ୍ପ୍ୟୁଟର, କର୍ମଚାରୀ, ମୁଖ୍ୟ ଖବର

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ