• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅଭିଭାବକ

ଡିଏଭି ସ୍କୁଲ ଫି’ ବୃଦ୍ଧି ପ୍ରତିବାଦ: ପୋଲିସ-ଅଭିଭାବକ ଧସ୍ତାଧସ୍ତି

January 24, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୪(ଓଡିଶା ଡଟ୍ କମ୍)-ଆଜି ଠାରୁ ସମସ୍ତ ଡିଏଭି ସ୍କୁଲ ଗୁଡିକରେ ପାଠପଢା ବନ୍ଦ ରହିଛି । ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲକୁ ଆସିନାହାଁନ୍ତି । ମାତ୍ର ଏହି ଘଟଣାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲାବେଳେ ପୋଲିସ୍ ଏବଂ ଅଭିଭାବକଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ଘଟଣା ଘଟିଛି ।

ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୪୨ଟି ଡିଏଭି ସ୍କୁଲରେ ଦେଖା ଦେଇଥିବା ପରିସ୍ଥିତିକୁ କେନ୍ଦ୍ରକରି ଅଭିଭାବକ ଏବଂ ସ୍କୁଲ କତୃପକ୍ଷଙ୍କ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି ।

ଆଜି ଭୁବନେଶ୍ୱରରେ କେତେକ ବିଦ୍ୟାଳୟରେ ଅଭିଭାବକମାନେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିଷ୍ପତିର ପ୍ରତିବାଦ କରିଥିଲେ । ତେବେ ୟୁନିଟ-୮ ଡିଏଭିସ୍କୁଲ ସମ୍ମୁଖରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଅନେକ ଅଭିଭାବକମାନଙ୍କୁ ଅଟକ ରଖିଥିଲେ ।

ସୂଚାନାଯୋଗ୍ୟ ଯେ,ଡିଏଭି ସ୍କୁଲ ଫି’ ବୃଦ୍ଧି ଘଟଣାର ପ୍ରତିବାଦ କରିବାକୁ ଯାଇ ମଙ୍ଗଳବାର କେତେକ ଅଭିଭାବକ କଟକ ସିଡିଏ, ସେକ୍ଟର-୬ ଡିଏଭି ପବ୍ଲିକ ସ୍କୁଲର ଧାରଣା ଦେବା ସହ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ତେବେ ହଠାତ କିଛି ଅଭିଭାବକଙ୍କ ସହ ଅସାମାଜିକ ବ୍ୟକ୍ତି ବିଦ୍ୟାଳୟ ମଧ୍ୟରେ ପଶି ଏଠାରେ ଥିବା ଗାଡିମୋଟର ଭଙ୍ଗାରୁଜା କରିଥିଲେ ।

ସେମାନେ ଅଧ୍ୟକ୍ଷା ଶ୍ରୀମତୀ ଇପିସିତା ଦାସଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଚୁଟିଧରି ଟଣାଓଟରା କରିଥିଲେ । ଏହାପରେ ସେମାନେ ଜବରଦସ୍ତ ଫି’ ବୃଦ୍ଧି ସଂକ୍ରାନ୍ତ ନୋଟିସ ପ୍ରତ୍ୟାହାର କରାଗଲା ବୋଲି ଏକ କାଗଜରେ ଲେଖାଇ ନେଇଥିଲେ ।

ଏହି ଘଟଣା ଚାଲିଥିବା ବେଳେ ବାହାରେ ଉପସ୍ଥିତ କିଛି ଶିକ୍ଷକ/ଶିକ୍ଷୟିତ୍ରୀ ପୁଲିସକୁ ଫୋନ କରିଥିଲେ । ବହୁ ବିଳମ୍ବରେ ପୁଲିସ ଆସି ଉତ୍ୟକ୍ତ ଅଭିଭାବକଙ୍କୁ ରୋକିବା ପରିବର୍ତେ ନିରବଦ୍ରଷ୍ଟା ସାଜିଥିଲା ବୋଲି ଅଭିଯୋଗ ହୋଇଛି ।

ଏହି ଘଟଣା ପରେ ଶ୍ରୀମତୀ ଦାସ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି ନ୍ୟାୟଭିକ୍ଷା କରିବା ସହ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଦୈ୍ୱତନଗରୀର ସମସ୍ତ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଅଧ୍ୟକ୍ଷାମାନେ ନିନ୍ଦା କରିଛନ୍ତି ।

ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା, କର୍ତବ୍ୟରେ ଅବହେଳା କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଯଦି ଏ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରା ନଯାଏ, ତେବେ ମହାନଗରୀର ସମସ୍ତ ଡିଏଭି ପବ୍ଲିକ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀମାନେ ସ୍କୁଲ ଆସିବେ ନାହିଁ ବୋଲି ଉପସ୍ଥିତ ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ଘୋଷଣା କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅଭିଭାବକ, ଡିଏଭି ସ୍କୁଲ, ପୁଲିସ, ଶିକ୍ଷକ, ଶିକ୍ଷୟିତ୍ରୀ

ଆଜିଠୁ ସବୁ ଡିଏଭିରେ ପାଠପଢା ବନ୍ଦ

January 24, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୨୪(ଓଡିଶା ଡଟ୍ କମ୍)-ଗୁରୁବାର ଠାରୁ ରାଜ୍ୟର ସମସ୍ତ ଡିଏଭି ସ୍କୁଲରେ ପାଠପଢା ବନ୍ଦ ରହିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଅଧ୍ୟକ୍ଷ କେସି ଶତପଥୀ ପ୍ରକାଶ କରିଛନ୍ତି ।

ମଙ୍ଗଳବାର ଦିନ କଟକରେ ଡିଏଭି ସ୍କୁଲରେ ଉତ୍ୟକ୍ତ ଅଭିଭାବକମାନେ ଅଧ୍ୟକ୍ଷାଙ୍କୁ ଗାଳିଗୁଲଜ ଓ ଅଶ୍ଲୀଳ ବ୍ୟବହାର କରିବା ସହ କ୍ୟାମ୍ପସରେ ଭଙ୍ଗାରୁଜା କରିବା ପ୍ରତିବାଦରେ ସେମାନେ ଏପରି ନିଷ୍ପତି ନେଇଛନ୍ତି ।

ଆକ୍ରମଣକାରୀଙ୍କୁ ଗିରଫ କରାଯିବ ସହ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ ସୁରକ୍ଷା ପାଇଁ ପୁଲିସ୍ଠାରୁ ନିର୍ଭର ପ୍ରତିଶ୍ରୃତି ନ ମିଳିବା ପର୍ଯ୍ୟନ୍ତ ଏହି ବନ୍ଦ ଜାରି ରହିବ ।

ଏହି ବନ୍ଦ ଯୋଗୁଁ ଶିକ୍ଷକ,ଶିକ୍ଷୟତ୍ରୀମାନେ ସ୍କୁଲ ଆସିବେ ନାହିଁ । ଏହି ନିଷ୍ପତି ନେଇଛନ୍ତି ବିଭିନ୍ନ ଡିଏଭି ସ୍କୁଲର ଅଧ୍ୟକ୍ଷମାନେ । ଯାହାଫଳରେ ୪୨ଟି ଡିଏଭି ସ୍କୁଲରେ ପାଠପଢା ବାଧାପ୍ରାପ୍ତ ହେବ ।

ରାଜ୍ୟରେ ୪୨ଟି ସ୍କୁଲରେ ପ୍ରାୟ ୫ ହଜାର ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି । ସେହିପରି ଓଡିଏମ୍ ସ୍କୁଲର ଅଧ୍ୟକ୍ଷ ଡ.ଏସ୍ ମୀନକେତନ,ମଦର୍ସ ସ୍କୁଲର ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏହି ବିବାଦର ସମାଧାନ ନହେଲେ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମିକ ସ୍କୁଲ ପ୍ରତିବାଦରେ ସାମିଲ ହେବେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅଭିଭାବକ, ଡ଼ିଏଭି, ଶିକ୍ଷକ, ଶିକ୍ଷୟତ୍ରୀ, ସାମ୍ବାଦିକ ସମ୍ମିଳନୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ