• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅର୍ଥନୀତି

ନୂତନ ସିଲକ୍ ପଥ

May 30, 2017 by ଓଡିଶା ଡଟ କମ Leave a Comment

ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ଅର୍ଥନୀତିର ଆଖ୍ୟା ପାଇବା ପରେ, କମ ସମୟରେ ଶୀର୍ଷରେ ପହଞ୍ôଚବା ପାଇଁ ଚୀନ୍ ଯେମିତି ବଦ୍ଧ ପରିକର । ଏକ ବଡ଼ ଧରଣର ରଣକୌଶଳର ଅଂଶ ସ୍ୱରୂପ ନିଜର ସମୃଦ୍ଧିର ପଥକୁ ବିନିଯୋଗ କରି ଚୀନ୍ ଏହି ସ୍ଥାନରେ ପହଞ୍ôଚବା ପାଇଁ ଚାହୁଁଛି, ଯେଉଁ ରଣକୌଶଳରେ ଅଛି ଭୌଗୋଳିକ ରାଜନୀତି ଏବଂ ପ୍ରତିଯୋଗିତାମୂଳକ ଅର୍ଥନୀତିରେ ଆଗୁଆ ରହିବାର ଲକ୍ଷ୍ୟ ।

ମେ ୧୪-୧୫ ଦୁଇଦିନ ଧରି ବେଜିଂ ଠାରେ ‘ବେଲ୍ଟ ଏବଂ ରୋଡ଼ ଫୋରମ ଫର ଇଣ୍ଟରନ୍ୟାସନାଲ କୋଅପରେସନ୍’ ସମ୍ମିଳନୀରେ ୧୦୦ଟି ଦେଶର ପ୍ରତିନିଧିଙ୍କ ସହ ୨୮ଟି ରାଷ୍ଟ୍ର ବା ସରକାରର ମୁଖ୍ୟ ଏବଂ ଅନେକ ଅନ୍ତଃରାଷ୍ଟ୍ରୀୟ ସଙ୍ଗଠନ ଭାଗ ନେଇଥିଲେ ।

ସେହି ସମ୍ମିଳନୀରେ ସିଲକ ରୋଡ଼ ଇକୋନୋମିକ ବେଲଟ ଏବଂ ଏକବିଂଶ ଶତାବ୍ଦୀର ସାମୁଦ୍ରିକ ସିଲକ ରୋଡ଼ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା ଯାହାର ଅନ୍ୟ ଏକ ନାମ ଥିଲା ବେଲଟ ଏଣ୍ଡ ରୋଡ଼ ଇନିସିଏଟିଭ୍ (ବି.ଆର୍.ଆଇ) ବା ଗୋଟିଏ ବେଲ୍ଟ, ଗୋଟିଏ ପଥ ।

ବି.ଆର.ଆଇ ହେଉଛି ଗୋଟିଏ ବିଶାଳ ଅନ୍ତଃରାଷ୍ଟ୍ରୀୟ ବିକାଶ ପ୍ରକଳ୍ପ ଯେଉଁଥିରେ ଅନ୍ତର୍ଭୁକ୍ତ ଅଛି, ଅନେକ ସଡ଼କ ପଥ, ରେଲ ପଥ ଏବଂ ବନ୍ଦର ଯାହା ଚୀନ୍ର ପ୍ରମୁଖ ଅର୍ଥନୈତିକ କେନ୍ଦ୍ରଗୁଡ଼ିକୁ ବିଭିନ୍ନ ବାଟ ଦେଇ ୟୁରୋପ ସହ ସଂଯୋଗ କରାଇବ । ଏସିଆର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ଜାପାନ ଓ ତୃତୀୟ ବୃହତ୍ତମ ଅର୍ଥନୀତି ଭାରତ କିନ୍ତୁ ଏହି ମଞ୍ଚଟିକୁ ବାସନ୍ଦ କରିଥିଲେ ।

ନିଜର ‘ସାର୍ବଭୌମତା ଓ ଭୌଗୋଳିକ ଅଖଣ୍ଡତା’କୁ ନେଇ ଭାରତ ଆତୁର ଥିଲା । ଚୀନ୍ର ରାଷ୍ଟ୍ରପତି ଜି ଜିନ୍ପିଙ୍ଗ, ଅବଶ୍ୟ ସିଲକ ପଥକୁ ନେଇଥିବା ଐତିହାସିକ ସ୍ମୃତିର ରୋମନ୍ଥନ କରିଥିଲେ । ଖ୍ରୀଷ୍ଟପୂର୍ବ ୧୫୦ବର୍ଷରୁ ଖ୍ରୀଷ୍ଟଜନ୍ମ ପର ୧୪୫୦ ମସିହା ଯାଏଁ ଏହି ସିଲକ ପଥ ଏସିଆ ମହାଦେଶର ପୂର୍ବରୁ ପଶ୍ଚିମ, ଜାପାନ ଓ କୋରିଆ ଅନ୍ତରୀପ ଠାରୁ ଭୂମଧ୍ୟ ସାଗର ଯାଏଁ ସଂଯୋଗ ସ୍ଥାପନ କରିଥିଲା ।

ଲୋଭନୀୟ ସିଲକ୍ର ବାଣିଜ୍ୟରୁ ହିଁ ଏହି ସଡ଼କର ଏପରି ନାମକରଣ ହୋଇଥିଲା । ଏହି ବାଣିଜ୍ୟର ଅନ୍ୟ ଏକ ପରିଣତି ଥିଲା ସାଂସ୍କୃତିକ ଓ ବୈଷୟିକ ଜ୍ଞାନର ପ୍ରସାର । ସିଲକ୍ ପଥକୁ ଅଧିକ ଆଦୃତ କରାଇବା ପାଇଁ ଯାଇ ହିଁ ଯେଉଁ ଉପକାରଗୁଡ଼ିକ ଜି’ କହିଥିଲେ ତାହା ଥିଲା, ‘ପରସ୍ପରଠୁ ଶିଖିବା ଓ ପରସ୍ପରକୁ ଉପକୃତ କରାଇବା’, ‘ନିଜକୁ ଉନ୍ମୁକ୍ତ କରିବା ଏବଂ ସମସ୍ତଙ୍କୁ ସମ୍ପୃକ୍ତ କରାଇବା ।’

ସେ ନୂତନ ସିଲକ୍ ପଥ ବା ବି.ଆର.ଆଇକୁ ‘ଶତାବ୍ଦୀର ପ୍ରକଳ୍ପ’ ଘୋଷଣା କରିଥିଲେ । ତେବେ ଏହି ପ୍ରକଳ୍ପର ବଜାର ଦିଗଟିକୁ ଛାଡ଼ିଦେଲେ, ଏଥିରେ ଅନ୍ତର୍ନିହିତ ଥିବା ଭୌଗୋଳିକ ରାଜନୀତି ଏବଂ ରାଜନୈତିକ ଅର୍ଥନୀତିକୁ ବୁଝିବାକୁ ପଡ଼ିବ । ଗୋଟିଏ ସମୁଦ୍ର ପଥ ଓ ଛଅଟି କରିଡ଼ରକୁ ନେଇ ବି.ଆର.ଆଇ.ର ଭୌଗୋଳିକ ଢାଞ୍ଚାଟି ପ୍ରସ୍ତୁତ କରାଯାଇଛି ।

ଏହି ଛଅଟି କରିଡ଼ର ଭିତରେ ଅଛି, ପଶ୍ଚିମ ଚୀନ୍ରୁ ପଶ୍ଚିମ ରୁଷଯାଏଁ ପଥ; ଉତ୍ତର ଚୀନରୁ କେନ୍ଦ୍ରୀୟ ଓ ପଶ୍ଚିମ ଏସିଆ ଦେଇ ତୁର୍କୀ ଯାଏଁ ପଥ, ଦକ୍ଷିଣ ଚୀନ୍ରୁ ଇଣ୍ଡୋ ଚୀନ୍ ଦେଇ ସିଙ୍ଗାପୁର ଯାଏଁ ପଥ ଏବଂ ଦକ୍ଷିଣ ଚୀନ୍ରୁ ବାଙ୍ଗଲାଦେଶ ଓ ମିୟାଁମାର ଦେଇ ଭାରତ ଯାଏଁ ଏକପଥ । ସାମୁଦ୍ରିକ ସିଲକ ପଥଟି ଚୀନ୍ ଉପକୂଳରୁ ବାହାରି ଭୂମଧ୍ୟ ସାଗର ଯାଏଁ ଯିବ ଏବଂ ତା’ର ଗତିପଥରେ ପଡ଼ିବ ସିଙ୍ଗାପୁର, ମାଲେସିଆ, ଭାରତ ମହାସାଗର, ଆରବ ସାଗର, ହରମୁଜ୍ ପ୍ରଣାଳୀ ଇତ୍ୟାଦି ।

ବି.ଆର.ଆଇର ଭୌଗୋଳିକ ରାଜନୀତି ଏବଂ ରାଜନୈତିକ ଅର୍ଥନୀତି ତା ହେଲେ କଣ ରହିଛି? ବି.ଆର୍.ଆଇ.କୁ ବିଶ୍ୱ ଅର୍ଥନୀତିରେ ଆମେରିକାର ଥିବା ସ୍ଥାନ ପ୍ରତି ଏକ ବଡ଼ ଆହ୍ୱାନ ରୂପରେ ଆମେରିକା ଦେଖୁଛି, ଯେହେତୁ ବିଶ୍ୱ ଅର୍ଥନୀତିର ନେତୃତ୍ୱ ଆସନ ଚୀନ୍ ଆମେରିକା ଠାରୁ ନେବାପାଇଁ ପ୍ରୟାସ କରୁଛି ।

ଆମେରିକାର କନିଷ୍ଠ ସାଥି ଦ୍ୱୟ ଜାପାନ ଓ ଭାରତ ଯେଉଁମାନେ ଏହି କାର୍ଯ୍ୟକ୍ରମଟିରେ ଯୋଗ ଦେଇନାହାଁନ୍ତି, ଚୀନ୍ର ଆଞ୍ଚଳିକ ଶକ୍ତି ହିସାବରେ ଆବିର୍ଭାବ ହେବା କଥାକୁ ହଜମ କରିପାରୁ ନାହାଁନ୍ତି । ଅଧିକନ୍ତୁ, ଭାରତ ଏହି କଥାଟିର ତୀବ୍ର ବିରୋଧ କରିଆସିଛି ଯେ ଗୋଟିଏ ସିଲକ୍ କରିଡ଼ର ତଥା ଚୀନ୍ – ପାକିସ୍ଥାନ ଅର୍ଥନୈତିକ କରିଡ଼ର ପାକ ଅଧିକୃତ କାଶ୍ମିର ଦେଇ ଗତି କରୁଛି ଯାହା ଉପରେ ଭାରତ ନିଜର ଦାବୀ ଜାହିର କରିଆସିଛି ।

ଶୀତଳ ଯୁଦ୍ଧର ପରବର୍ତ୍ତୀ କାଳରେ, ଦେଶ, ଅଞ୍ଚଳ, ସମ୍ବଳ (ମୁଖ୍ୟତଃ ତେଲ ଓ ଗ୍ୟାସ) ଏବଂ ସମୁଦ୍ର, ବନ୍ଦର, ପୋତାଶ୍ରୟ ଇତ୍ୟାଦି ବିଶ୍ୱର ପ୍ରମୁଖ ଭୌଗୋଳିକ ସ୍ଥାନଗୁଡ଼ିକୁ ନିଜ ଦଖଲକୁ ନେବା ପାଇଁ ଆମେରିକା ନିରବଚ୍ଛିନ୍ନ ଭାବେ ନିଜର ଛଳ ଓ ଖେଳ ଚାଲୁ ରଖିଛି । ଆମେରିକା ନିଜର ମୁଖ୍ୟ ପ୍ରତିଦ୍ୱନ୍ଦି ଭାବରେ ରୁଷିଆ, ଚୀନ୍ ଏବଂ ଜର୍ମାନୀ ନେତୃତ୍ୱରେ ପରିଚାଳିତ କିଛି ୟୁରୋପୀୟ ରାଷ୍ଟ୍ରକୁ ଦେଖୁଛି ।

ପ୍ରତିରକ୍ଷା କ୍ଷେତ୍ରରେ ଆମେରିକା ଯେତିକି ଅର୍ଥ ଖର୍ଚ୍ଚ କରୁଛି କୌଣସି ବି ପ୍ରତିଦ୍ୱନ୍ଦ୍ୱୀ ଏକା ବା ମିଳିତ ଭାବେ ନିକଟ ଭବିଷ୍ୟତରେ, ତା’ର ସମକକ୍ଷ ହେଇପାରିବେ ନାହିଁ । ୨୦୦୩ର ଇରାକ ଯୁଦ୍ଧ ଏବଂ ତା’ର ପରବର୍ତ୍ତୀ ଘଟଣାକ୍ରମ ସୂଚୀତ କରୁଛି କେମିତି ଆମେରିକା ୟୁରୋସିଆ
(ୟୁରୋପ ଓ ଏସିଆ ଭିତରେ କିଛି ପ୍ରାଚୀର ନଥାଇ ଥିବା ସମଗ୍ର ଭୂମି)ର ମାନଚିତ୍ରକୁ ବଦଳାଇବା ପାଇଁ ସାମରିକ ପ୍ରକ୍ରିୟାରେ ବ୍ୟସ୍ତ ରହିଆସିଛି ।

ବିଶେଷ ଆଗ୍ରହର ବିଷୟ ରହିଆସିଛି ଦକ୍ଷିଣ-ମଧ୍ୟ ୟୁରୋସିଆ ଯାହା ଭିତରେ ଅଛି, ପାରସ୍ୟ ଉପସାଗର, କାସ୍ପିଆନ୍ ସାଗର ଅଞ୍ଚଳ ଏବଂ କେନ୍ଦ୍ର ଏସିଆ ଚାରିପଟେ ଥିବା ଦେଶଗୁଡ଼ିକ । ପୂର୍ବ ସୋଭିଏତ ସଂଘର ଶୀତଳ ଯୁଦ୍ଧରେ ପରାଜୟ ପରେ ଦକ୍ଷିଣ-କେନ୍ଦ୍ରୀୟ ଏସିଆରେ ଆମେରିକା ପ୍ରତିଷ୍ଠା କରିଥିବା ସାମରିକ ଘାଟିଗୁଡ଼ିକୁ ଜଣେ କେବଳ ଗଣିବା କଥା ।

ଆମେରିକୀୟ ସାମ୍ରାଜ୍ୟବାଦ ଦକ୍ଷିଣ-ମଧ୍ୟ ୟୁରୋସିଆ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିବା ସହ, ଚୀନ୍ର ଅର୍ଥନୈତିକ ଅଭ୍ୟୁଦୟ ଏବଂ ଏସିଆର ଆଞ୍ଚଳିକ ଶକ୍ତି ହିସାବରେ ଉପରକୁ ଉଠିବାର ପ୍ରୟାସ ଉପରେ ଆଙ୍କୁଶ ଲଗାଇବା ପାଇଁ ମଧ୍ୟ ଆମେରିକା ଚେଷ୍ଟିତ । ୨୦୧୧ ମସିହାରେ ନିଜର ‘ଏସିଆର ପ୍ରମୁଖ ଆଧାର’ କାର୍ଯ୍ୟକ୍ରମ ମାଧ୍ୟମରେ ଆମେରିକା ନିଜ ରଣକୌଶଳ ଭିତରେ ଯେଉଁମାନଙ୍କୁ ଛନ୍ଦି ଦେଲା ସେ ଭିତରେ ରହିଲେ ଅଷ୍ଟ୍ରେଲିଆ, ଜାପାନ ଓ ଭାରତ ।

ଉଦ୍ଦେଶ୍ୟ ରହିଲା ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ନିଜର ସାମରିକ ପହଞ୍ଚକୁ ସୁଦୃଢ଼ କରାଇବା । ଆମେରିକାର ପ୍ରତିରକ୍ଷା ଖର୍ଚ୍ଚର ପାଞ୍ଚ ଭାଗରୁ ଏକ ଭାଗ ସହ ମଧ୍ୟ ଚୀନ୍ ସମତୁଲ ହେଇପାରିବ ନାହିଁ । ସର୍ବୋପରେ ଅଛନ୍ତି ଆମେରିକା ମିତ୍ରମାନେ ଯଥା ଅଷ୍ଟ୍ରେଲିଆ, ଜାପାନ ଓ ଭାରତ ସମେତ ଦକ୍ଷିଣ କୋରିଆ ଓ ତାଇୱାନ । ଏଥିସହିତ ଅଛି ବିଶ୍ୱବ୍ୟାପୀ ଆମେରିକୀୟ ସାମରିକ ଘାଟି ସମୁହ (ଚୀନ୍ର ଗୋଟିଏ ବି ନାହିଁ) ।

ସେଥିପାଇଁ ଅନ୍ତଃରାଷ୍ଟ୍ରୀୟ ଆର୍ଥିକ ସହଯୋଗ ମାଧ୍ୟମରେ ସମଗ୍ର ୟୁରୋସିଆକୁ ଚୀନ୍ ବିଜୟ କରିବା ପାଇଁ ଚାହୁଁଛି ଯାହାକୁ ବିଶ୍ୱର ସବୁଠାରୁ ବଡ଼ ସାମ୍ରାଜ୍ୟବାଦୀ ଶକ୍ତି ବହୁଧା ବିଭକ୍ତ ଓ ନିଜ ଉପରେ ନିର୍ଭରଶୀଳ କରାଇ ଆସିଛି । ଏତଦ୍ ବ୍ୟତୀତ ବି.ଆର୍.ଆଇ. ପ୍ରକଳ୍ପ ପାଇଁ ଚାହିଦା ବଢ଼ିବା ବେଳେ ଚୀନ୍ ନିଜର ଇସ୍ପାତ କ୍ଷେତ୍ର ଭଳି ଘରୋଇ କ୍ଷେତ୍ରର ମାତ୍ରାଧିକ ଉତ୍ପାଦନ ଜନିତ ସମସ୍ୟାକୁ ସମାଧାନ କରିବା ପାଇଁ ସୁଯୋଗ ମଧ୍ୟ ପାଇବ ।

ଗୋଟିଏ କଥା ଗୁରୁତ୍ୱାରୋପ କରିବା କଥା ଯେ, ଚୀନ୍ର ରାଜନୈତିକ ନେତୃତ୍ୱ ରାଷ୍ଟ୍ରକୁ ନିୟନ୍ତ୍ରଣ କରିବା ପାଇଁ ପୁଞ୍ଜିକୁ ଅବସର ଦେଇନଥାଏ ଏବଂ ତଥାପି ସମ୍ପଦର ଉତ୍ପାଦନ ପାଇଁ ବଜାରକୁ ବ୍ୟବହାର କରିଥାଏ । ଚୀନ୍ର ଅଭ୍ୟୁଦୟକୁ ସଙ୍କୁଚିତ କରିବା ପାଇଁ ଆମେରିକାର ପ୍ରୟାସ ସାମ୍ନାରେ ଚୀନ୍ର ନେତୃତ୍ୱ ଅତୁଳନୀୟ ।

ବି.ଆର.ଆଇ ହେଉଛି ଭୌଗୋଳିକ ରାଜନୀତି ଦୃଷ୍ଟିରୁ ଏକ ବଡ଼ ଧରଣର ଚତୁର ପ୍ରୟାସ ଏବଂ ଏହାର ଅନ୍ତର୍ନିହିତ ରାଜନୈତିକ ଅର୍ଥନୀତିକୁ ଯଦି ଦେଖାଯାଏ, ଆଡ଼ାମ୍ ସ୍ମିଥ୍ ଏବଂ ଜନ୍ କିନସଙ୍କର ମୂଳ ବିଚାରଗୁଡ଼ିକ ସତେ ଯେମିତି ବେଜିଂରେ ବଞ୍ôଚ ରହିଛନ୍ତି ଏବଂ ଭଲରେ ଅଛନ୍ତି ଏଭଳି ମନେ ହେବ ।

The New Silk Road EPW May 20, 2017 Vol LII No 20

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଅର୍ଥନୀତି

ଘରୋଇ ପୁଞ୍ଜି ଠୁଳୀକରଣ ଥଇଥାନ ସଂସ୍ଥା

February 28, 2017 by ଓଡିଶା ଡଟ କମ Leave a Comment

ଅର୍ଥନୈତିକ ସର୍ବେକ୍ଷଣରେ ଗଢ଼ିଚାଲିଥିବା ଦ୍ୱୈତ ହିସାବପତ୍ର (ତୁଳନା ପତ୍ର) ସମସ୍ୟାର ଚିକିତ୍ସାକୁ ନେଇ ଯେଉଁ ପ୍ରସ୍ତାବ ରଖାଯାଇଛି ତାହା ଗଭୀର କ୍ଷତରେ ବ୍ୟାଣ୍ଡଏଡ଼୍ ଲଗାଇବା ସଦୃଶ ଘା’ ଭଳି ବଢ଼ି ଚାଲିଥିବା ‘ଦ୍ୱୈତ ତୁଳନାପତ୍ର ସମସ୍ୟା’ କହିଲେ ଦିନକୁ ଦିନ ଗୁରୁତରଭାବେ ଅଧୋଗତି ଆଡ଼କୁ ଯାଉଥିବା ଆର୍ଥିକ ଦୁଃସ୍ଥତାକୁ ବୁଝାଉଛି ଯାହାର ଗୋଟିଏ ପଟେ ଅଛି ‘ଭୀଷଣ ଭାବେ ଋଣଗ୍ରସ୍ତ କମ୍ପାନୀମାନେ ଯେଉଁମାନେ ଋଣର ସୁଧ ପୈଠ କରିବା ପାଇଁ ମଧ୍ୟ ସକ୍ଷମ ନୁହନ୍ତି ।

ଯେଉଁମାନଙ୍କର ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଖର୍ଚ୍ଚ ହେଉଥିବା ଅର୍ଥ ଭରଣ ମଧ୍ୟ କରିପାରୁନାହାନ୍ତି । ଏହି ଦୁଃସ୍ଥତାର ଅନ୍ୟପଟେ ଅଛନ୍ତି ଅତ୍ୟଧିକ ଋଣ ଦେଇ ଦୁଃସ୍ଥ ଅବସ୍ଥାକୁ ଆସିଥିବା ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଯେଉଁମାନେ ନା ଋଣ, ନା ଋଣର ସୁଧ କେଉଁଟି ବି ଆଦାୟ କରିପାରୁନାହାନ୍ତି ।

ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ବଡ଼ ବଡ଼ କମ୍ପାନୀମାନଙ୍କୁ ଦେଇଥିବା ଭାରି ଋଣଗୁଡ଼ିକ କେମିତି ସଜଡ଼ାସଜଡ଼ି କରି ଅନାଦେୟ ଋଣର ସମାଧାନର ବାଟ ବାହାର କରିବାରେ ଅକ୍ଷମ ହେଉଥିବାବେଳେ, ଅନାଦେୟ ଋଣ ବା କେବେ ଆଉ ଆଦାୟ ହେବାର ସମ୍ଭାବନା ନଥିବା ଋଣ ଟଙ୍କାର ପରିମାଣ ବଢ଼ି ବଢ଼ି ଚାଲିଛି । ଏତିକିବେଳେ ବ୍ୟବସାୟିକ କ୍ଷେତ୍ର ଓ ଘରୋଇ ପୁଞ୍ଜି ବିନିଯୋଗ ପାଇଁ ଋଣ ନ ଦେଇପାରିବା ଯୋଗୁଁ ବ୍ୟାଙ୍କମାନଙ୍କ ଅବସ୍ଥା ଖରାପ ହେଇଚାଲିଛି ।

ଏଭଳି ଏକ ଅବସ୍ଥାରୁ ବାହାରିବା ପାଇଁ ଅର୍ଥନୈତିକ ସର୍ବେକ୍ଷଣ ୨୦୧୫-୧୬ର ଲେଖକମାନେ ଗୋଟିଏ ପରାମର୍ଶ ଦେଇଛନ୍ତି । ତାହାହେଲା କେନ୍ଦ୍ରୀୟ ସ୍ତରରେ ‘ପବ୍ଲିକ୍ ସେକ୍ଟର ଆସେଟ୍ ରିହାଲାବିଲିଟିସନ୍ ଏଜେନ୍ସି’ ବା ପାରା ଯିଏକି ସବୁଠାରୁ ବଡ଼ ଏବଂ କଷ୍ଟକର ମାମଲାଗୁଡ଼ିକ ହାତକୁ ନେବ ଏବଂ ଋଣର ବୋଝ ହ୍ରାସ କରିବାପାଇଁ ରାଜନୈତିକ ଦୃଷ୍ଟିରୁ କଠିନ ନିଷ୍ପତି ସବୁ ନେବ ।

ରାଷ୍ଟ୍ରାୟତ ବ୍ୟାଙ୍କମାନେ ଦେଇଥିବା ମୂଳ ଅଗ୍ରୀମ ଟଙ୍କାର ୬ଭାଗରୁ ୧ଭାଗ ଟଙ୍କା ‘ଚାପ’ ଭିତରେ ଅଛି- ସେଗୁଡ଼ିକ ‘ଅଚଳ’ କରିଦିଆଯାଇଛି ବା ‘ପୁଣିଥରେ ଏପଟ-ସେପଟ କରାଯାଉଛି’ ବା ସମ୍ପୂର୍ଣ୍ଣ ଛାଡ଼ କରିଦିଆଯାଉଛି । ଚାପ ଭିତରେ ଅଧିକାଂଶ ଅଗ୍ରୀମ ଟଙ୍କା ‘ଅଚଳ’ ଅବସ୍ଥାରେ ଅଛି ।

ଅର୍ଥନୈତିକ ସର୍ବେକ୍ଷଣ ସେହି ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି ଯେଉଁମାନେ ‘ଲକ୍ଷ ଲକ୍ଷ କୋଟି’ ଟଙ୍କାର ନୂଆ ପ୍ରକଳ୍ପ ସବୁ ଆରମ୍ଭ କରିଛନ୍ତି ଶକ୍ତି ଉତ୍ପାଦନ, ଇସ୍ପାତ ଏବଂ ଟେଲିକମ୍ ଭଳି ଭିତିଭୂମି ସମ୍ପର୍କିତ କ୍ଷେତ୍ରରେ (ସେ ଭିତରେ ସଡ଼କ ଓ ରାଜପଥ, ବନ୍ଦର, ନାଗରିକ, ବିମାନ ଉଡ଼ାଣ ଇତ୍ୟାଦି ମଧ୍ୟ ରହିବା କଥା) କିନ୍ତୁ ସେମାନଙ୍କର ଏଭଳି ଆୟ ହେଉନାହିଁ ଯେ ସେମାନେ ଯେଉଁ ବ୍ୟାଙ୍କ ବା ବାହ୍ୟ ବାଣିଜ୍ୟ ସଂସ୍ଥାମାନଙ୍କଠୁ ଋଣ ଆଣିଛନ୍ତି ତା’ର ସୁଧ ପୈଠ କରିବା ପାଇଁ ସକ୍ଷମ ହୋଇପାରିବେ ।

ବାହ୍ୟ ବାଣିଜ୍ୟ ସଂସ୍ଥାମାନଙ୍କଠୁ ଋଣ ଆଣିବା ପରେ ସେମାନେ ସବୁଠାରୁ ବେଶୀ ଆଘାତପ୍ରାପ୍ତ ହେଉଛନ୍ତି ଯେତେବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମି କମି ଯାଉଛି । ଟଙ୍କାରେ ସୁଧ ପୈଠ କଲାବେଳକୁ ଅଧିକ ଟଙ୍କାର ଆବଶ୍ୟକତା ପଡ଼ୁଛି ଏବଂ ଋଣମୁକ୍ତ ଅବସ୍ଥା ଆସିବା ଅସମ୍ଭବ ହୋଇପଡ଼ୁଛି ।

ତା’ ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କର ‘ମୁଦ୍ରାସ୍ଫୀତି’କୁ ଲକ୍ଷ୍ୟ ରଖି ନିଆଯାଉଥିବା ମୁଦ୍ରା ନୀତି ମଧ୍ୟ ସାମଗ୍ରିକ ଭାବେ ଋଣର ବୋଝଟିକୁ ବଢ଼ାଇ ଦେଉଛି । ରିଜର୍ଭ ବ୍ୟାଙ୍କ କମ୍ପାନୀମାନଙ୍କ ଋଣକୁ ନେଇ ପୁନଃ ସଙ୍ଗଠିତ କରାଇଛନ୍ତି ଯାହାକି ଋଣ ଦେବା ଲୋକ ଅପେକ୍ଷା ଋଣ ନେବା ଲୋକଟିକୁ ସୁହାଇଛି ଯେମିତିକି ଋଣ ପୈଠ କରିବାର ସମୟସୀମାକୁ ବଢ଼ାଇ ଦେବା, ସୁଧର ହାରକୁ କମାଇବା, କିଛି ଋଣ ପୁଞ୍ଜିକୁ ଅଂଶଧନ ପୁଞ୍ଜିରେ ପରିବର୍ତନ କରିବା ଏବଂ ଅତିରିକ୍ତ ଋଣ ଦେବା ।

ଏସବୁ ସତ୍ୱେ କମ୍ପାନୀମାନଙ୍କ ସ୍ଥିତିରେ ସୁଧାର ଆସିପାରି ନାହିଁ । ସୁତରାଂ ସୁଧାର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାଧନ ହେଇପାରି ନାହିଁ । ଯଦିଓ ଅର୍ଥନୈତିକ ସର୍ବେକ୍ଷଣର ଲେଖକମାନେ ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି ଯେ ଏଥିରେ କୌଣସି ନୈତିକ ପ୍ରଶ୍ନ ଜଡ଼ିତ ନାହିଁ ।

ତେବେ ସୁଧାର କାର୍ଯ୍ୟକ୍ରମରେ ଘରୋଇ ପୁଞ୍ଜି ଲଗାଣକାରୀମାନଙ୍କୁ ଉଦ୍ଧାର କରିବା ପାଇଁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକୁ ମୂଲ୍ୟ ଦେବାକୁ ପଡ଼ୁଛି । ଉଦାରୀକରଣର ଏକ ପ୍ରମୁଖ କାର୍ଯ୍ୟସୂଚୀ ଥିଲା କେମିତି ଭିତିଭୂମି ସମ୍ପର୍କିତ କ୍ଷେତ୍ରରେ ଘରୋଇ କମ୍ପାନୀମାନଙ୍କର ବଡ଼ ଧରଣର ପ୍ରବେଶ ପାଇଁ ପଥ ପ୍ରଶସ୍ତ କରାଯାଇପାରିବ ।

କର୍ପୋରେଟ ବଣ୍ଡ୍ ବଜାର ଓ ବଡ଼ ବଡ଼ ବିତ୍ତଶୀଳ କମ୍ପାନୀମାନେ ଯେତେବେଳେ ଏହି ଭିତିଭୂମି ପ୍ରକଳ୍ପଗୁଡ଼ିକରେ ସେମାନେ ଖର୍ଚ୍ଚ କରିବାକୁ ଥିବା ଅର୍ଥ ଆଣିପାରିଲେ ନାହିଁ, ସେତେବେଳେ ସରକାର ଘରୋଇ-ସରକାରୀ ଭାଗିଦାରିତା କଥା ଉଠାଇ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କ ଉପରେ ଚାପ ସୃଷ୍ଟି କଲେ ଏଭଳି ବିପୁଳ ଅର୍ଥ ବ୍ୟୟ ଅଟକଳ କରାଯାଇଥିବା ପ୍ରକଳ୍ପଗୁଡ଼ିକୁ ଦୀର୍ଘମିଆଦି ବଡ଼ ଧରଣର ଋଣ ଯୋଗାଇ ଦେବାପାଇଁ ।

ଏହି ସବୁ ପ୍ରକଳ୍ପ କାମ କରିବାପାଇଁ ଲମ୍ବା ସମୟ ଲାଗିଥାଏ ଏବଂ ତା’ର ଋଣ ପରିଶୋଧ ଆରମ୍ଭ କରିବା ପାଇଁ ସମୟ ମଧ୍ୟ ବେଶୀ ଲାଗିଥାଏ । ଅଧିକାଂଶ କ୍ଷେତ୍ରରେ ଘରୋଇ ବ୍ୟାଙ୍କମାନେ ଏସବୁ ପ୍ରକଳ୍ପଗୁଡ଼ିକରେ ଅର୍ଥ ଲଗାଣ ପାଇଁ ସିଧାସଳଖ ଅନିଚ୍ଛୁକ ରହିଆସିଛନ୍ତି ।

କ୍ରମାଗତ ଭାବେ କେନ୍ଦ୍ରରେ ଥିବା ସରକାରମାନେ ଏହି ଦ୍ୱୈତ ତୁଳନାପତ୍ର ସମସ୍ୟା ବା ଅତ୍ୟଧିକ ଋଣ ନେଇ ସୁଧ ବି ପୈଠ କରୁନଥିବା କମ୍ପାନୀ ଓ ଖରାପ ଋଣ ଦେଇ ତଳିତଳାନ୍ତ ହେଉଥିବା ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କ ସମସ୍ୟାକୁ ଅଧିକ ହୃଷ୍ଟପୁଷ୍ଟ କରି ଗୋଟିଏ ଘାଟିକୁ ବଢ଼ିବାରେ ସାହାଯ୍ୟ କରିଆସିଥିବା ବେଳେ, ଏବେକାର ସରକାରଙ୍କୁ ସେଥିରୁ ବାହାରିବା ପାଇଁ ଉପାୟ ବାହାର କରିବାକୁ ପଡ଼ୁଛି ।

କିନ୍ତୁ ପ୍ରସ୍ତାବିତ ‘ପାରା’ ବା ରାଷ୍ଟ୍ରୀୟ ସମ୍ପତି ଥଇଥାନ ସଂସ୍ଥାଟି କ’ଣ ଗୋଟିଏ ସମାଧାନ ହୋଇପାରିବ । ମୂଳତଃ ‘ପାରା’ ବ୍ୟାଙ୍କମାନଙ୍କର ବଡ଼ଧରଣର ପୈଠ ହୋଇପାରୁନଥିବା ଋଣଗୁଡ଼କୁ କିଣିବ ଏବଂ ତା’ପରେ ସେସବୁକୁ ନେଇ କାମ କରିବ ।

ଯେମିତିକି ଋଣଟିକୁ ଅଂଶଧନରେ ରୂପାନ୍ତରିତ କରିବା; ନିର୍ଣ୍ଣାୟକ ଭାଗଗୁଡ଼ିକୁ ନିଲାମରେ ବିକ୍ରି କରିବା ବା ଋଣ ହ୍ରାସ କରିବା ପାଇଁ ସୁଯୋଗ ଦେବା ସବୁକିଛି କମ୍ପାନୀମାନଙ୍କ ଅର୍ଥନୈତିକ କ୍ଷମତାକୁ ସ୍ଥିର ରଖିବା ପାଇଁ ଉଦ୍ଦିଷ୍ଟ ରହିବ ।

ବଡ଼ ବଡ଼ ଅନାଦେୟ ଋଣଗୁଡ଼ିକୁ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କ ଖାତାରୁ ଉଠାଇ ଦିଆଯିବା ପରେ ସରକାର ବ୍ୟାଙ୍କଗୁଡ଼ିକୁ ପୁଣି ପୁଞ୍ଜି ଯୋଗାଇ ସେମାନଙ୍କର ଆର୍ଥିକ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବେ ।

‘ପାରା’କୁ ତିନୋଟି ସୂତ୍ରରୁ ଅର୍ଥ ଆସିବ – ସରକାରୀ ସିକ୍ୟୁରିଟି ଲୋକଙ୍କୁ ଯୋଗାଇ ଦେଇ (ଅର୍ଥାତ ସଂଚୟ ପତ୍ର, ଟ୍ରେଜେରି ବିଲ ଏବଂ ନୋଟ ମାଧ୍ୟମରେ ଯାହାର ନିର୍ଦ୍ଦିଷ୍ଟ ଅବଧି ସରିଲେ ଟଙ୍କା ପୈଠ କରାଯିବ ଏବଂ ସମୟ ସମୟରେ ସୁଧ ମଧ୍ୟ ସିକ୍ୟୁରିଟି କିଣିଥିବା ଲୋକଙ୍କୁ ଦିଆଯାଇପାରିବ) ଏହାର ଅଂଶଧନ ଦେବାପାଇଁ ଘରୋଇ ପୁଞ୍ଜି ବିନିଯୋଗକାରୀଙ୍କୁ ପ୍ରୋତ୍ସାହିତ କରି ଏବଂ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ।

୧୯୯୦ଦଶକରେ ପୂର୍ବ ଏସିଆରେ ଦେଖା ଦେଇଥିବା ଆର୍ଥିକ ସଙ୍କଟକୁ ଅତିକ୍ରମ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ଢାଂଚାରେ ଏଭଳି ଏକ କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସମ୍ପତି ଥଇଥାନ ହିସାବରେ ପ୍ରଚାରିତ କରାଯାଉଛି ।

ଯେଉଁ ମୂଳକଥାଟି ‘ପାରା’ର ବୁକୁରେ ଛପିରହିଛି ତାହା ହେଲା ଯେ, ‘ପାରା’ ଅନାଦେୟ ଋଣ ସମ୍ପର୍କିତ ସମ୍ପତିଗୁଡ଼ିକୁ ଦୁଃସ୍ଥ ଦରରେ କିଣିବ, ସେସବୁକୁ ଆର୍ଥିକ ଦୃଷ୍ଟିରୁ ଚଳମାନ କରାଇବ ଏବଂ ତା’ପରେ ଯେଉଁ ନିର୍ଣ୍ଣାୟକ ଭାଗ ସାମ୍ନାକୁ ଆସିବ ତାକୁ ଯେଉଁମାନେ ଅଧିକ ଅର୍ଥ ଦେବେ ସେମାନଙ୍କୁ ବିକ୍ରି କରିବ ।

ସେମାନେ ମୁଖ୍ୟତଃ ଘରୋଇ ପୁଞ୍ଜିଲଗାଣକାରୀ ସଂସ୍ଥା ହୋଇଥିବେ । ଯେହେତୁ ପ୍ରକଳ୍ପଗୁଡ଼ିକ ରାଷ୍ଟ୍ରୀୟ କ୍ଷେତ୍ରରେ ଭିତିଭୂମି ସମ୍ପର୍କିତ ପ୍ରକଳ୍ପ, ସେମାନେ ମଧ୍ୟ ଏକଥା ଜାଣନ୍ତି ଯେ ଯଦି ସେମାନେ ବିଫଳ ହୁଅନ୍ତି ସରକାର ପୁଣି ସେମାନଙ୍କୁ ସେ ଭିତରୁ ଉଦ୍ଧାର କରିବେ ।

ସୁତରାଂ ସେମାନେ କମ୍ ସାବଧାନ ହେବେ ଏବଂ ଅଧିକ ବିପତ୍ତିମୂଳକ ନିଷ୍ପତି ନେବେ ଯାହାଫଳରେ ପୂର୍ବରୁ ହୋଇଥିବା କ୍ଷତି ତୁଳନାରେ ଏହି ସୁଧାର କାର୍ଯ୍ୟକ୍ରମଟି ଅଧିକ ଖର୍ଚ୍ଚବହୁଳ ହୋଇଯିବ ।

ମୂଳ ସମସ୍ୟାଟି ଯାହା ଜଣେ ସ୍ୱୀକାର କରିବା କଥା, ତାହା ହେଉଛି ଯେ ଆର୍ଥିକ ପୁଞ୍ଜିଟି ମୂଳ ପ୍ରୋତ୍ସାହକମାନଙ୍କଠୁ ଆସୁ ବା ନିଲାମରେ କରିଥିବା ଲୋକମାନଙ୍କ ପାଖରୁ ଆସୁ ପୁଞ୍ଜି ବିନିଯୋଗର ଅସଲ ଉଦ୍ଦେଶ୍ୟ ରହିବ ଘରୋଇ ସଂସ୍ଥାମାନଙ୍କର ଆର୍ଥିକ ଲାଭକୁ ବଢ଼ାଇବା ।

ଏମିତିରେ ତ ବିପୁଳ ବୈଦେଶିକ ମୁଦ୍ରାକୁ ମଜବୁତ ରଖିବା ଯୋଗୁଁ ବ୍ୟାଙ୍କମାନଙ୍କୁ ଅର୍ଥ ଯୋଗାଇ ଦେବାପାଇଁ କୌଣସି ସମସ୍ୟା ସାମ୍ନା କରିବାକୁ ପଡ଼ିବନି । ରିଜର୍ଭ ବ୍ୟାଙ୍କ ବୈଦେଶିକ ମୁଦ୍ରାର କେବଳ ଗୋଟିଏ ଭାଗକୁ ନିରାପଦ ରଖିଛନ୍ତି । ଯାହାର ବିନିଯୋଗ ହୋଇପାରିବ ନାହିଁ ।

ଏମିତିକି ଅଧିକ ଆୟ କରୁଥିବା ଅଣ ଅର୍ଥଲଗାଣକାରୀ ସଂସ୍ଥାମାନେ ଯେଉଁମାନେ ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକୃତ ପୁଞ୍ଜି ବିନିଯୋଗଗୁଡ଼ିକୁ ଅର୍ଥ ଯୋଗାଇ ଦେବାରେ ସକ୍ଷମ ।

ସେମାନେ ନିଜକୁ ଗୋଟିଏ ଗୋଟିଏ ଅର୍ଥ ଲଗାଣକାରୀ ସଂସ୍ଥା ହିସାବରେ ଉପସ୍ଥାପନ କରିବା ଆରମ୍ଭ କରିଦେଲେଣି । ସେମାନେ ଆର୍ଥିକ ଲାଭ ଉଠାଇବା ପାଇଁ ବିଭିନ୍ନ ପ୍ରକାର ବ୍ୟବସାୟଗୁଡ଼ିକ ଉପରେ ବାଜି ଲଗାଇଲେଣି ।

ଯେତେବେଳେ ଘରୋଇ କମ୍ପାନୀମାନଙ୍କୁ ସବୁପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ଭିତ୍ତିଭୂମି ସମ୍ପର୍କିତ ବ୍ୟାପକ କ୍ଷେତ୍ରରେ ପ୍ରବେଶ କରିବାପାଇଁ ଅଣ ଅର୍ଥଲଗାଣକାରୀ ବ୍ୟବସାୟିକ ଗୋଷ୍ଠୀଗୁଡ଼ିକ ଅଧିକରୁ ଅଧିକ ଖୋଜି ଚାଲିଛନ୍ତ, କେମିତି ଲାଭ ମିଳିବାର ସୁଯୋଗମାନ କେଉଁ ସବୁ କ୍ଷେତ୍ରରେ ପାଇପାରିବେ ।

ଆର୍ଥିକ ଦୃଷ୍ଟିରୁ ପୁଞ୍ଜି ବିନିଯୋଗ କଥା ଆଖିଆଗରେ ଯଦିଓ ଦେଖାଯାଉ ନାହିଁ । ପ୍ରକୃତରେ ପୁଞ୍ଜିବାଦୀ ଠୁଳିକରଣ ପ୍ରକ୍ରିୟାରେ ଅର୍ଥ ଲାଭ କରିବାର ବୃହତର ଓଜନଟି ‘ଦ୍ୱୈତ ତୁଳନା ପତ୍ର ସମସ୍ୟା’ର ମୂଳରେ ହିଁ ରହିଛି । ‘ପାରା’ କୌଣସ ଦୀର୍ଘକାଳୀନ ପ୍ରତିକାର ଯୋଗାଇ ଦେବା ପରିବର୍ତ୍ତେ ଗୋଟିଏ ବଡ଼ ଧରଣର କ୍ଷତ ପାଇଁ ସର୍ବାଧିକ କେବଳ ବ୍ୟାଣ୍ଡ୍ ଏଡ଼୍ଟିଏ ଲଗାଇ ଦେଇପାରେ ।

FEBRUARY 25 ,2017 VOL L11 NO 8 EPW -12 ( Private accumulation Rehabilitation Agency)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଅର୍ଥନୀତି, ବାଣିଜ୍ୟ, ବ୍ୟବସାୟ

ଦମ୍ ଅପେକ୍ଷା ପ୍ରଚାର ଅଧିକ, ବିମୁଦ୍ରୀକରଣର ଦୀର୍ଘ ଛାଇଟି ବଜେଟରେ ଦୃଶ୍ୟମାନ

February 7, 2017 by ଓଡିଶା ଡଟ କମ Leave a Comment

budget
ଏ ଭିତରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୪ର୍ଥ ଥର ପାଇଁ ୨୦୧୭-୧୮ ମସିହାରେ ବାର୍ଷିକ ବଜେଟ୍ଟି ଉପସ୍ଥାପନ କରିସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୫ବର୍ଷ କାର୍ଯ୍ୟକାଳ ସରିବା ପୂର୍ବରୁ ଆଉ ମାତ୍ର ଥରୁଟିଏ ଏଭଳି ବଜେଟ ଉପସ୍ଥାପନ ଦେଖିବାକୁ ପଡ଼ିବ ।

ଏଥରର ବଜେଟ୍ଟିକୁ ନେଇ ଯେମିତି ଗଣମାଧ୍ୟମ ଆଶାନୁରୂପକ ପ୍ରଶଂସାମୁଖର ହେଇଯାଇଛି । ସେମାନଙ୍କ ଭାଷାରେ ‘ମାତ୍ରାଧିକ ଲୋକପ୍ରିୟତା’ଠୁ ଦୂରରେ ରହି ‘ଆର୍ଥିକ ସତର୍କତା’କୁ ଏଥର ବଜେଟ୍ ରେ  ପ୍ରାଧାନ୍ୟ ଦିଆଯାଇଛି ।

ଆହୁରି କୁହାଯାଇଛି ଯେ ବଜେଟ୍ଟି ମୋଦୀ ଶାସନର ଲୋକାଭିମୁଖୀ ଚରିତ୍ରକୁ ପୁନଃ ପ୍ରତିଷ୍ଠିତ କରିଛି । କୃଷକମାନଙ୍କୁ ସୁବିଧା ଦେବା ସହ କଳାଧନର ଠୁଳୀକରଣକୁ ହ୍ରାସ କରିବା ଏବଂ ଟିକସର ଢାଂଚାଟିକୁ ଅଧିକ ‘ପ୍ରଗତିଶୀଳ’ କରିପାରିଛି ବୋଲି ମଧ୍ୟ କୁହାଯାଉଛି ।

ସମସ୍ତ ବଜେଟ୍ ଦସ୍ତାବିଜଗୁଡ଼ିକୁ ଯଦି ଭଲକରି ଦେଖାଯାଏ ତେବେ ଉପରୋକ୍ତ ଯେକୌଣସି ଦାବୀର ସତ୍ୟାସତ୍ୟ ନେଇ ଆଶଙ୍କା ଉପୁଜିବ ନିଶ୍ଚୟ । ବଜେଟ୍ଟିରେ ଦମ୍ କମ୍, ପ୍ରଚାର ଅଧିକ ଅଛି ।

ନଭେମ୍ବର ୮, ୨୦୧୬ଦିନ ଦେଶରେ ପ୍ରଚଳିତ ଥିବା ଶତକଡ଼ା ୮୬ଭାଗ ମୁଦ୍ରାକୁ ଅକସ୍ମାତ ଓ ଅପ୍ରତ୍ୟାଶିତ ଭାବେ ଅକାମୀ କରିଦେବାର ନିଷ୍ପତିଟିଏ ନେଇ ଯେଉଁ ବ୍ୟାପକ ଅବ୍ୟବସ୍ଥା ସୃଷ୍ଟି କରାଗଲା, ତାହା ସାଧାରଣ ଭାରତୀୟ ବିଶେଷ କରି ଗରିବ ଲୋକମାନଙ୍କୁ ଗଭୀର କଷ୍ଟ ଓ ଯନ୍ତ୍ରଣା ଦେଇଥିଲା ।

ଏଥରର ବଜେଟ୍ଟି ସେହି ଯନ୍ତ୍ରଣାକୁ ଉପଶମ କରିବା ପାଇଁ ଉପକ୍ରମଟିଏ କରିଛି । ଭାରତରେ ବଜେଟ୍ଟି ସରକାରଙ୍କର ହିସାବ ଖାତା ଉପରେ ଏକ ବୈଶିଷ୍ଟ୍ୟବିହୀନ ବକ୍ତବ୍ୟ ନୁହେଁ । ବଜେଟ ଗୁଡ଼ିକ ପ୍ରାୟତଃ ରାଜନୈତିକ ଘୋଷଣାନାମା ହୋଇଥାଏ ।

ନିର୍ବାଚନ ଦୃଷ୍ଟିକୋଣରୁ ଏହି ବଜେଟ୍ ଭାରତୀୟ ଜନତା ପାର୍ଟିକୁ ଆଗାମୀ ବିଧାନସଭା ନିର୍ବାଚନ ଗୁଡ଼ିକରେ, ମୁଖ୍ୟତଃ ସବୁଠାରୁ ଜନବହୁଳ ରାଜ୍ୟ ଉତରପ୍ରଦେଶ ନିର୍ବାଚନରେ କ୍ଷମତାଶୀନ ହେବା ପାଇଁ ସକ୍ଷମ କରାଇବ କି ନାହିଁ ତାହା ଆସନ୍ତା ମାର୍ଚ୍ଚ ୧୧ଦିନ ଜଣାପଡ଼ିବ ।

କିନ୍ତୁ ଅସୁବିଧାରେ ଥିବା ଲୋକଙ୍କର ଅବସ୍ଥାରେ ପରିବର୍ତନ ଆଣିବା, ବିଷମତା ହ୍ରାସ କରିବା, ନିଯୁକ୍ତି ସୃଷ୍ଟି କରିବା, ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଯେଉଁ ଆଦାୟ ହୋଇପାରୁନଥିବା ଋଣ ଦେଇଚାଲିଛନ୍ତି ତାକୁ ହ୍ରାସ କରିବା ଏବଂ ସାମାଜିକ କଲ୍ୟାଣ ଯୋଜନାଗୁଡ଼ିକର କାର୍ଯ୍ୟକାରିତାରେ ଉଲ୍ଲେଖନୀୟ ଉନ୍ନତି ଆଣିବା ଇତ୍ୟାଦି କ୍ଷେତ୍ରରେ ବଜେଟ୍ ସଫଳ ହେବାର ସମ୍ଭାବନା ଅତି କ୍ଷୀଣ ଦେଖାଯାଉଛି ।

ଯଦିଓ ‘ଜାତିର ପିତା’ଙ୍କର ନାମ ଜେଟଲିଙ୍କ ବଜେଟ୍ ଭାଷଣରେ ତୁହାକୁ ତୁହା ନିଆଯାଉଥିଲା, ତାଙ୍କ ନାମରେ ନାମିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଯୁକ୍ତି ଯୋଜନା ଆଇନ (ଏମ୍ନରେଗା) କ୍ଷେତ୍ରରେ ମାତ୍ର ଶତକଡ଼ା ୧ଭାଗ ଅର୍ଥ ଅଟକଳ ବୃଦ୍ଧି କରାଯାଇଛି – ତାକୁ ବି ‘ଏଯାବତ୍ ସବୁଠାରୁ ଅଧିକ’ ବୋଲି ଚିତ୍ରିତ କରାଯାଇଛି ।

ଯେମିତି ଜେଟଲି ନିଜେ ବକ୍ତବ୍ୟ ଉପସ୍ଥାପନ କ୍ରମରେ ଉଲ୍ଲେଖ କରିଥିଲେ, ଯଦି ଜଣେ ଚଳିତ ଆର୍ଥିକବର୍ଷରେ ଏମ୍.ଜି.ଏନ୍.ଆରଇ.ଜି.ଏ. ପାଇଁ କରାଯାଇଥିବା ସଂଶୋଧିତ ଅଟକଳ ସହ ୨୦୧୭-୧୮ରେ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟୟ ଅଟକଳଟିକୁ ତୁଳନା କରେ ଏଇ କଥାଟି ସ୍ପଷ୍ଟ ହେବ ଯେ ମାତ୍ର ୫୦୦କୋଟି ଟଙ୍କାର ବୃଦ୍ଧି ଘଟିଛି । ଯାହା ୪୭,୫୦୦କୋଟି ଥିଲା ତାହା ଏବେ ୪୮,୦୦୦ କୋଟି ରଖାଯାଇଛି ।

ପୁଣି ଏହି କାର୍ଯ୍ୟକ୍ରମରେ ଅଧିକ ଦୀର୍ଘସ୍ଥାୟୀ ସମ୍ପତି ସୃଷ୍ଟି କରିବା ପାଇଁ ଅର୍ଥମନ୍ତ୍ରୀ ନିଜେ ବାରମ୍ବାର ଗୁରୁତ୍ୱ ଦେଇ ଆସିଥିବାବେଳେ ୧୦ଲକ୍ଷ ପୋଖରୀ ନିର୍ମାଣର ଯେଉଁ ପ୍ରାବଧାନ ରଖାଯାଇଛି ତାହା କେତେ ଦୀର୍ଘସ୍ଥାୟୀ ହେବ! ସେମିତି ୧୦ଲକ୍ଷ ‘ଖତ ପାଇଁ ଗାତ’ ତିଆରି କରିବା (ଦେଶର ପ୍ରତିଟି ଗାଁ ପିଛା ଗୋଟିଏ) କିଭଳି ଦୀର୍ଘସ୍ଥାୟୀ ସମ୍ପତି ସୃଷ୍ଟି କରିବ!

ଏହି କାର୍ଯ୍ୟକ୍ରମଗୁଡ଼ିକୁ ହିଁ ଏକଦା ମୋଦୀ ନିଜେ କଂଗ୍ରେସର ବିଫଳତାର ଜୀବନ୍ତ ସ୍ମାରକୀ ବୋଲି ବର୍ଣ୍ଣନା କରିଥିଲେ । ଏବେ ତାଙ୍କ ସରକାର ସେହି କାମଗୁଡ଼ିକର ପ୍ରଶଂସାରେ ବ୍ୟସ୍ତ । ଆଉ ଗୋଟିଏ ଉଲ୍ଲେଖନୀୟ କଥା ହେଲା ଯେ, ବିମୁଦ୍ରୀକରଣ ଯୋଗୁଁ ନିକଟରେ ସହରାଂଚଳରେ ରୋଜଗାର ହରାଇଥିବା ଲୋକମାନେ ଗ୍ରାମାଭିମୁଖୀ ହେବା ଯୋଗୁଁ ଗ୍ରାମାଂଚଳରେ ଏମଜିଏନ୍ଆର୍ଜିଏ କାମ ପାଇଁ ଚାହିଦାର ବୃଦ୍ଧି ଘଟିଛି ।

ଏକଦା ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା ଗ୍ରାମାଂଚଳରୁ ସହରାଭିମୁଖୀ ହେଉଥିବା ଦାଦନକୁ ରୋକିବା ପାଇଁ । ଏବେ ଠିକ୍ ତା’ର ବିପରୀତ ଘଟିଚାଲିଛି ।

ରାଜନୈତିକ ଦଳମାନଙ୍କର ଅନୁଦାନ ଗ୍ରହଣ ପ୍ରକ୍ରିୟା ଅଧିକ ସ୍ୱଚ୍ଛ କରିବା କଥାକୁ ନେଇ ଅନେକ ଆଲୋଚନା ହୋଇଆସିଛି । ଅର୍ଥମନ୍ତ୍ରୀ ଯାହା ପ୍ରସ୍ତାବ ରଖିଛନ୍ତି ତାହା ନିର୍ବାଚନ କମିଶନଙ୍କ ସୁପାରିଶ ଉପରେ ଆଧାରିତ ।

କୌଣସି ବେନାମୀ ବ୍ୟକ୍ତିଙ୍କଠାରୁ ପାଣ୍ଠି ଗ୍ରହଣ ପରିମାଣକୁ ସର୍ବାଧିକ ୨୦,୦୦୦ଟଙ୍କାରୁ ୨୦୦୦ ଟଙ୍କାକୁ କମେଇ ଦିଆଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମକୁ ସଂଶୋଧନ କରି ନିର୍ବାଚନୀ ବଣ୍ଡ୍ ଜାରି କରିବା ଓ ରାଜନୈତିକ ଦଳମାନେ ନିର୍ଦ୍ଧାରିତ ସମୟ ଭିତରେ ଆୟର ହିସାବ ଦାଖଲ କରିବା ଇତ୍ୟାଦି ପରିବର୍ତନ ଆଣିବା ପାଇଁ ପ୍ରସ୍ତାବ ରଖାଯାଇଛି ।

ଏଇଥିପାଇଁ ଏହିସବୁ ପଦକ୍ଷେପଗୁଡ଼ିକ ଉପର ଠାଉରିଆ ଭଳି ଲାଗୁଛି ଏବଂ ନିର୍ବାଚନରେ କଳାଧନର ବ୍ୟବହାର ଉପରେ ଏହାର କୌଣସି ବଡ଼ ଧରଣର ପ୍ରଭାବ ପଡ଼ିବ ନାହିଁ । ପ୍ରଥମ ଓ ସର୍ବୋପରି କଥାଟି ହେଲା ଯେ, ରାଜନୈତିକ ଦଳମାନେ ଯେଉଁ ଆୟଟିକୁ ବିଧିବଦ୍ଧ ଭାବେ ଘୋଷଣା କରିଥାନ୍ତି ତାହା ସେମାନଙ୍କ ସାମଗ୍ରିକ ଆୟର ଗୋଟିଏ କ୍ଷୁଦ୍ର ଅଂଶ ମାତ୍ର ।

ହିସାବ ନଥିବା ବିପୁଳ ଆୟରୁ ହିଁ ସେମାନେ ନିର୍ବାଚନ ଖର୍ଚ୍ଚ କରିଥାନ୍ତି । ଦ୍ୱିତୀୟରେ, ଆସୋସିଏସନ୍ ଅଫ୍ ଡେମୋକ୍ରେଟିକ୍ ରାଇଟ୍ସ୍ ଯେମିତି ଟିପ୍ପଣୀ ଦେଇଛନ୍ତି, ରାଜନୈତିକ ଦଳମାନଙ୍କର ଆୟ-ବ୍ୟୟର ହିସାବ ଦେଖିବା ପାଇଁ କୌଣସି ସ୍ୱାଧୀନ ଭାବେ ନିଯୁକ୍ତ ଅଡ଼ିଟରର ପ୍ରସ୍ତାବ ନାହିଁ । ଅବମାନନା କଲେ ଦଣ୍ଡବିଧାନର ବି କିଛି ବ୍ୟବସ୍ଥା ନାହିଁ ।

ତୃତୀୟରେ, ଠିକଣା ସମୟରେ ଆୟର ହିସାବ ଦାଖଲ କରିବାକଥାକୁ ନେଇ ଏହି ଆସୋସିଏସନ୍ କହିଛି ଯେ, ୨୦୧୦-୧୧ ଓ ୨୦୧୪-୧୫ ଭିତରେ ହିସାବ ଦାଖଲରେ ଯେଉଁ ବିଳମ୍ବ ହେଇଥିଲା ତାହା ବି.ଜେ.ପି. କ୍ଷେତ୍ରରେ ୧୮୨ଦିନ ଥିଲାବେଳେ, କଂଗ୍ରେସ ଦଳ ୧୬୬ଦିନ ବିଳମ୍ବରେ ହିସାବ ଦାଖଲ କରିଥିଲେ ।

ଶେଷରେ, ବଜେଟ ଉପସ୍ଥାପନର ପରବର୍ତୀ ସମୟରେ ଗଣମାଧ୍ୟମ ସହ କଥାବାର୍ତା ବେଳେ ଅର୍ଥମନ୍ତ୍ରୀ ଜେଟଲି ଯେଉଁସବୁ କଥା କହିଛନ୍ତି, ଯେମିତି ନିର୍ବାଚନୀ ବଣ୍ଡ୍ କିଣୁଥିବା ଲୋକମାନଙ୍କର ନାମ ଗୋପନୀୟ ରଖିବାର ପ୍ରତିଶ୍ରୁତି, ଏସବୁ ଏଭଳି ଆଶା ସୃଷ୍ଟି କରିପାରୁ ନାହିଁ ଯେ ଭାରତରେ ରାଜନୈତିକ ଦଳମାନଙ୍କ ପାଣ୍ଠି ସଂଗ୍ରହ ପ୍ରକ୍ରିୟାଟି ତରବରିଆ ଭାବେ ସ୍ୱଚ୍ଛ କରାଯାଇପାରିବ ।

ରାଜସ୍ୱ ସଂଗ୍ରହ ବିଶେଷକରି ପରୋକ୍ଷ ଟିକସ ସଂଗ୍ରହ ଉପରେ ଯେଉଁ ଆକଳନ କରାଯାଇଛି ତାହା କେତେ ବାସ୍ତବବାଦୀ ଓ କେତେ ସଠିକ୍, ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବଜେଟ୍ ଉପସ୍ଥାପନାକୁ ଗୋଟିଏ ମାସ ଆଗକୁ ନେଇ ଆସିଥିବା ଅର୍ଥମନ୍ତ୍ରୀ ‘ସଂଶୋଧିତ ଆକଳନ’ ଓ ‘ବଜେଟ୍ ଆକଳନ’କୁ ନେଇ ଯେଉଁ ଅନୁମାନଭିତିକ ପରିସଂଖ୍ୟାନ ଉପସ୍ଥାପନ କରିଛନ୍ତି, ତାହା ଯଥେଷ୍ଟ ନୁହେଁ; ବିଶେଷକରି ଯଦି ଅତୀତରେ ଯାହା ଘଟିଛି ତାକୁ ହିସାବକୁ ନିଆଯାଏ ।

ଯଦିଓ ଏଥର ବଜେଟଟି ବିମୁଦ୍ରୀକରଣର କୁପ୍ରଭାବକୁ ନ୍ୟୁନ କରାଇଦେଇ ବି.ଜେ.ପି.ର ରାଜନୈତିକ ଉଦ୍ଦେଶ୍ୟ ସାଧନରେ ସହାୟକ ହୋଇପାରେ, ତେବେ ଏଠି ଆଉ ଗୋଟିଏ ଅସୁବିଧା ରହିଯାଇଛି ।

ସରକାର ଦାବୀ କରୁଛନ୍ତି ଯେ ଆଗାମୀ ଆର୍ଥିକ ବର୍ଷରେ ସମଗ୍ର ଦେଶଟି ‘ଦ୍ରବ୍ୟ ଓ ସେବା ଟିକସ’ ବ୍ୟବସ୍ଥା (ଜିଏସ୍ଟି) ଆଡ଼କୁ ଗତି କରିବ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କର ଅବକାରୀ ଶୁଳ୍କ ଓ ସେବା ସଂଗ୍ରହ କ୍ଷେତ୍ରରେ ଏହି ନୂଆ ଏବଂ ସମ୍ପୂର୍ଣ୍ଣ ଭିନ୍ନ ପରୋକ୍ଷ ଟିକସ ସଂଗ୍ରହ ବ୍ୟବସ୍ଥା ଆଡ଼କୁ ରୂପାନ୍ତରିତ ହେବା ପ୍ରକ୍ରିୟାଟି କିଭଳି ପ୍ରଭାବ ପକାଇବ ତାହାର ସ୍ପଷ୍ଟ ଚିତ୍ର କିଛି ଜଣାପଡ଼ୁନାହିଁ ।

ଅନିଶ୍ଚିତତାର ଅନ୍ୟ ଏକ ଉପାଦାନ ହେଉଛି ବିଶ୍ୱ ତୈଳଦରରେ ଆଶା କରାଯାଉଥିବା ବୃଦ୍ଧି ଯାହାକି ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିବ ।

ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମନିୟନ୍ ସାବଧାନ କରିଦେଇଛନ୍ତି ଯେ, ୨୦୧୫-୧୬ରେ ତୈଳବୀଜର ଦରବୃଦ୍ଧି ଘଟିଲା ଭଳି, ଏବେ ମଧ୍ୟ କ୍ଷୀର, ଚିନି, ଆଳୁ ଏବଂ ପିଆଜର ଦର ବୃଦ୍ଧି ଘଟିପାରେ ।

ଅନ୍ୟ ପ୍ରକାରେ କହିବାକୁ ଗଲେ ଯାହା କୁହାଯାଉଛି ଯେ, ଖାଉଟି ମୂଲ୍ୟ ସୂଚକାଙ୍କ ୨୦୧୭-୧୮ର ଯେଉଁଭଳି ୪.୨୫%ରୁ ୫% ଭିତରେ ସୀମିତ ରହିବ ବୋଲି ଯେଉଁ ଆକଳନ କରାଯାଇଛି, ତାହା ଅବାସ୍ତବ – ଯଦିଓ ଉଚ୍ଚତର ମୁଦ୍ରାସ୍ଫୀତି ହାରଟି ଗରିବ ଲୋକମାନଙ୍କୁ ବ୍ୟାପକ ଭାବେ ପ୍ରଭାବିତ କଲେ ବି ସରକାରଙ୍କ ବିତୀୟ ନିଅଂଟିଆ ଲକ୍ଷ୍ୟଟିକୁ ହାସଲ କରିବାରେ ସହାୟକ ହେବ ।

ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା ଏବଂ ପଶ୍ଚିମ ଦେଶମାନଙ୍କର ନିଜ ବାଣିଜ୍ୟକୁ ସୁରକ୍ଷା ଦେବାର ପ୍ରବଣତା ଭାରତ ପାଇଁ ଭଲ ପରିସ୍ଥିତି ସୃଷ୍ଟି କରିବ ନାହିଁ ।

ସୁବ୍ରମନିୟନ୍୍ ଆହୁରି ମଧ୍ୟ କହିଛନ୍ତି ଯେ, ପୁଞ୍ଜି ବିନିଯୋଗ ଏବଂ ରାଷ୍ଟ୍ରାୟତ ସଂସ୍ଥାମାନଙ୍କର କୌଶଳଭିତିକ ବିକ୍ରି ପାଇଁ (ଘରୋଇକରଣର ଅନ୍ୟ ନାମ) ରାଜନୈତିକ ସହମତି ହାସଲ କରିବା ସହଜ ହେବ ନାହିଁ ।

ତଥାପି, ବର୍ଷ ପରେ ବର୍ଷ ପୁଞ୍ଜି ବିନିଯୋଗ ଏବଂ ଘରୋଇକରଣ ଯୋଗୁଁ ମିଳିବାକୁ ଥିବା ଆୟର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହେବା ସତ୍ୱେ, ସରକାର ଏଭଳି ଏକ ପ୍ରକ୍ରିୟାରୁ ଏକାବେଳକେ ଅଧିକ ଆୟ ବୃଦ୍ଧିର ଆଶା ରଖିଛନ୍ତି; ୨୦୧୬-୧୭ର ସଂଶୋଧିତ ଅଟକଳ ଠାରୁ ୬୦ ପ୍ରତିଶତ ବୃଦ୍ଧି ୨୦୧୭-୧୮ବଜେଟ୍ ଅଟକଳରେ ରଖାଯାଇଛି ।

ବ୍ୟକ୍ତିଗତ ଟିକସ ସଂଗ୍ରହ ଉଲ୍ଲେଖନୀୟ ରହିଥିବା ସତ୍ୱେ ସରକାର ପୁଣି ଶତକଡ଼ା ୨୫ଭାଗ ବୃଦ୍ଧି ବ୍ୟକ୍ତିଗତ ଆୟ କରରେ ଆଶା ରଖି ରାଜସ୍ୱ ବୃଦ୍ଧିରେ ଆଶା ରଖିଛନ୍ତି ।

ଆମଦେଶରେ ଆୟ କରଦାତାମାନେ, ଜେଟଲିଙ୍କ ନିଜ ଶବ୍ଦରେ, ‘ଟିକସ ପୈଠ ନକରିବା ପ୍ରବଣତା ଥିବା ଏକ ସମାଜ’ର ଆଖ୍ୟା ପାଇଥିବା ବେଳେ ଅଚାନକ, ‘ଭଲପିଲା ପାଲଟି’ ଯିବେ ନାଁ ‘ଇନ୍ସପେକ୍ଟର ରାଜ୍’ ଓ ‘ଟିକସ ଆତଙ୍କବାଦ’ (ବି.ଜେ.ପି, କ୍ଷମତାରେ ନଥିବାବେଳେ ଏହି ଶବ୍ଦ ପଂକ୍ତିର ବ୍ୟାପକ ବ୍ୟବହାର କରୁଥିଲା) ଫେରିଆସିବ, ତାହା ବର୍ତମାନ ପରିସ୍ଥିତିରେ ସ୍ପଷ୍ଟ ହେଉନାହିଁ ।

ତଥାପି, ଅର୍ଥମନ୍ତ୍ରୀ ଠିକ୍ କହୁଛନ୍ତି ଯେତେବେଳେ ସେ କହୁଛନ୍ତି ଯେ ବ୍ୟାପକ ଟିକସ ଫାଙ୍କିଯୋଗୁଁ ସାଧୁଲୋକମାନଙ୍କ ଉପରେ ଟିକସର ବୋଝ ଅଣଆନୁପାତିକ ଭାବେ ଅଧିକ ପଡ଼ିଯାଉଛି ।

ବଜେଟ ରେ  ଅନେକ ବିଭ୍ରାଟିଆ ଦିଗ ରହିଛି । ସେଂଟର ଫର୍ ବଜେଟ୍ ଆଣ୍ଡ୍ ଗଭର୍ଣ୍ଣନ୍ାସ୍ ଆକାଉଂଟିବିଲିଟି ନିଜ ବିଶ୍ଲେଷଣରେ ଦେଖାଇ ଦେଇଛନ୍ତି ଯେ, କେନ୍ଦ୍ରୀୟ କିଟସର ଆବଂଟନ ଭଣ୍ଡାରରୁ ରାଜ୍ୟମାନଙ୍କୁ ସେମାନଙ୍କ ଭାଗ ଅଧିକ ହେଲେ ବି ରାଜ୍ୟମାନଙ୍କୁ ଦିଆଯାଉଥିବା ସାମଗ୍ରିକ ସମ୍ବଳ କ୍ଷେତ୍ରରେ କିଛି ବୃଦ୍ଧି ହେଉନାହିଁ ।

ଏହା ଏକ ଚିନ୍ତାର କାରଣ, ଯେହେତୁ ରାଜ୍ୟମାନେ ସାମାଜିକ କଲ୍ୟାଣ ଯୋଜନାର ରୂପାୟନ କରିବା ପାଇଁ ଆଶା କରାଯାଏ । ଯେମିତିକି କେନ୍ଦ୍ର ଯେତେବେଳେ ସ୍ୱଚ୍ଛ ଭାରତ ସେସ୍ ଓ କୃଷି କଲ୍ୟାଣ ସେସ୍ ନାଁ’ରେ ଅଧିକ ଟିକସ ବା ଶୁଳ୍କ ସଂଗ୍ରହ କରେ ତାହା ରାଜ୍ୟମାନଙ୍କୁ ଦିଆଯାଇଥିବା କେନ୍ଦ୍ରୀୟ ଆବଂଟନ ଭଣ୍ଡାରକୁ ଆସେ ନାହିଁ ।

ଯେମିତି ଅନୁସୂଚିତ ଜନଜାତି, ଜାତି ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଅର୍ଥ ଉପଲବ୍ôଧରେ କୌଣସି ବୃଦ୍ଧି ହେଉନାହିଁ, ସେଭଳି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ କିଛି ହେଉନାହିଁ ।

ଯେଉଁଠି ପୁଞ୍ଜି ବିନିଯୋଗ କଥା ପଡ଼ିଛି, ସରକାର ହୁଏତ ଏକଥା ଧରିନେଇଛନ୍ତି ଯେ ଯେହେତୁ ସଙ୍ଗଠିତ କ୍ଷେତ୍ରରୁ ଘରୋଇ ପୁଞ୍ଜି ଆସିବ ନାହିଁ, ରାଜ୍ୟମାନଙ୍କୁ ଏହି ଅଭାବଟିକୁ ପୂରଣ କରିବାକୁ ପଡ଼ିବ ।

ବଜେଟ୍ ରେ  କୌଣସି ସ୍ଥାନରେ ଏକଥାଟିକୁ ସ୍ପଷ୍ଟ କୁହାଯାଇ ନାହିଁ ଯେ, ଅର୍ଥନୀତିରେ ଅଭିବୃଦ୍ଧିର ହାର କମି କମି ଚାଲିଛି ଏବଂ ଏହା ନିଶ୍ଚିତଭାବେ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସୁଯୋଗଗୁଡ଼ିକୁ ବ୍ୟାପକଭାବେ ପ୍ରଭାବିତ କରିବ ।

ସାରାଂଶରେ କହିବାକୁ ଗଲେ, ବଜେଟ୍କୁ ‘ଗରିବ ପ୍ରିୟ-ଧନୀ ବିରୋଧୀ’ ଆଖ୍ୟା ଦେଇ (ଯାହା ପ୍ରତିଥର ପ୍ରତିଟି ଅର୍ଥମନ୍ତ୍ରୀ ଅତୀତରେ କହି ଆସିଛନ୍ତି) ପ୍ରଚାର କଲେ ଓ ପ୍ରଭାବଶାଳୀ ଭାଷାର ପ୍ରୟୋଗ କଲେ ବି, ସେଥିରେ ଗୁରୁତ୍ୱ ଦେଲାଭଳି କଥା କିଛି ନାହିଁ ।

ବଜେଟି ବିଷମତା ଦୂର କରିବାର ସମ୍ଭାବନା କିଛି ନାହିଁ । ଦେଶର ଅବହେଳିତ ବର୍ଗର ଲୋକମାନଙ୍କର ଜୀବନରେ ଏହି ବଜେଟ କୌଣସି ବଡ଼ ଧରଣର ଭିନ୍ନତା ଆଣିପାରିବ ନାହିଁ ।

FEBRUARY 4,2017     VOL L 11  NO 5  EPW EDITORIAL-1

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଅର୍ଥନୀତି, ଭାରତ ସରକାର

ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ

July 9, 2016 by ଓଡିଶା ଡଟ କମ Leave a Comment

rath-1
କେଦାର ମିଶ୍ର

ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବ ପ୍ରବଣତାର ଏକ ଦୀର୍ଘକାଲୀନ ଇତିହାସ ରହିଛି । କେବଳ ଧାର୍ମିକ ବା ସାଂସ୍କୃତିକ ଜୀବନବୋଧ ନୁହଁ, ବରଂ ଓଡିଶାର ରାଜନୀତି ଓ ଅର୍ଥନୀତି ସହ ରଥଯାତ୍ରା ର ନିବିଡ ସମ୍ପର୍କ ରହିଛି।

ଅର୍ଥନୈତିକ ଭାବରେ ଏହା ସାମନ୍ତବାଦ କବଳିତ ଓଡିଶାର ସବୁଠୁ ଅଧିକ ତୀର୍ଥ କର ଦେଉଥିବା ଯାତ୍ରା ଭାବେ ପରିଗଣିତ ହେଉଥିଲା । ମୋଗଲ ଓ ମରାଠା ମାନେ ରଥଯାତ୍ରା ସମୟରେ ଯାତ୍ରୀ ମାନଂକ ଠାରୁ ବିପୁଳ କର ଆଦାୟ କରୁଥିଲେ ।

ଅନ୍ୟ ଏକ ଘଟଣା କ୍ରମରେ ଓଡିଶାରେ ନିଜର ରାଜନୈତିକ ପତିଆରା ବରକରାର ରଖିବାକୁ ଖୁର୍ଧା ର ଗଜପତି ରାଜା ମାନେ ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଭାବରେ ଶ୍ରୀମନ୍ଦିର ର ମୁଖିଆ ପଦ ମଣ୍ଡନ କରିଥିଲେ।

ଐତିହାସିକ ଦୃଷ୍ଟିରୁ ରଥଯାତ୍ରା ସହିତ ରାଜନୈତିକ କ୍ଷମତା ପ୍ରଦର୍ଶନର ଏକ ସୂକ୍ଷ୍ମ ଧାର୍ମିକ ସମ୍ପର୍କ ରହିଆସିଛି ।ରଥଯାତ୍ରାର ଐତିହାସିକ ଓ କିମ୍ବଦନ୍ତି ମୂଳକ ଆଲୋଚନା ରୁ କେତୋଟି ବିଶେଷ ଅନାଲୋଚିତ ତଥ୍ୟ-

୧. ୧୬ଶ ଶତାବ୍ଦୀରେ ରଚିତ କପିଳ ସଂହିତାରେ ମହାପ୍ରଭୁ ଜଗନ୍ନାଥ ନିଜେ ରତ୍ନ ସିଂହାସନ ତ୍ୟାଗ କରି ନିଜ ଭକ୍ତ ମାନଂକୁ ସକଳ ପାପ ତାପରୁ ମୁକ୍ତି ଦେବାକୁ ରଥରେ ବସି ବଡ ଦାଣ୍ଡରେ ବିଜେ କରିବାର ପ୍ରତିଶୃତି ଦେଇଛନ୍ତି । ତେଣୁ ଏହା ମହାପ୍ରଭୁଂକ ନିଜ ଇଚ୍ଛା ର ଯାତ୍ରା ।

ଏହି ଯାତ୍ରା ରେ ଭକ୍ତର ଭୁମିକା ସବୁଠୁ ଆଗରେ । ତେଣୁ ଏହାକୁ ନବଦିନାତ୍ମକ ପତିତପାବନ ଯାତ୍ରା ବୋଲି ମଧ୍ୟ କୁହାଯାଏ।

୨. ଶ୍ରୀ ମନ୍ଦିର ଠାରୁ ତିନି କିଲୋମିଟର ଦୂର ଗୁଣ୍ଡିଚା ମନ୍ଦିର କୁ ଶ୍ରୀ ଜଗନ୍ନାଥଂକ ଜନ୍ମବେଦୀ ବୋଲି ମଧ୍ୟ କୁହାଯାଇଥାଏ ।ସ୍କନ୍ଦ ପୁରାଣ ର ଉତ୍କଳ ଖଣ୍ଡରେ ଜଗନ୍ନାଥ ନିଜେ କହୁଛନ୍ତି – ଆଷାଢ଼ ଶୁକ୍ଲ ଦ୍ଵିତୀୟା ଦିନ ଆମ୍ଭଙ୍କୁ ବଳଭଦ୍ର ଓ ସୁଭଦ୍ରାଙ୍କ ସହ ସେଇ ମହାବେଦୀ କୁ ରଥରେ ବସାଇ ଘେନିଯିବ ।

ସେହି ମହାବେଦୀ ଆମ୍ଭର ଆଦ୍ୟ ପୀଠ ଓ ସେଠାରେ ତୁମେ ରାଜା ଇନ୍ଦ୍ରଦ୍ୟୁମ୍ଣ ହଜାରେ ଅଶ୍ଵମେଧ ଯଜ୍ଞ କରିଛ । (ଉତ୍କଳ ଖଣ୍ଡ-୨୯/୩୪)

୩. କପିଳ ସଂହିତା, ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ ଓ ନିଳାଦ୍ରୀ ମହୋଦୟ ଇତ୍ୟାଦି ଗ୍ରନ୍ଥରେ ରଥଯାତ୍ରା ର ପ୍ରାଚୀନ ବିବରଣୀ ଲିଖିତ ହୋଇ ରହିଛି। ସେହି ପରି ମାଦଳା ପାଂଜୀ ରେ ମଧ୍ୟ ରଥ ଯାତ୍ରା ଓ ତାର ବିଭିନ୍ନ ସମୟର ସମସ୍ୟା-ସଂକଟ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି।

୪. ପ୍ରଥମ ରଥଯାତ୍ରା ସମ୍ପର୍କିତ ତଥ୍ୟ ମାଦଳା ପାଂଜିରେ କେଶରୀ ବଂଶ ର ଆଲୋଚନା ରୁ ମିଳିଥାଏ ।ମୁରାରୀ କବିଙ୍କର “ଅନର୍ଘ ରାଘବ” ( ଦଶମ ଶତାବ୍ଦୀ ) ନାଟକରେ ମଧ୍ୟ ରଥ ଯାତ୍ରାର ଉଲ୍ଲେଖ ରହିଛି । କେତେକଂକ ମତରେ ରଥଯାତ୍ରାରେ ବୌଦ୍ଧ ଓ ଜୈନ ପରମ୍ପରା ଓ କିଛି କିଛି ତନ୍ତ୍ର ପରମ୍ପରାର ପ୍ରଭାବ ରହିଛି ବୋଲି ମଧ୍ୟ କୁହାଯାଏ ।

୫. ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ରଥକୁ ଶରୀର ଓ ଚଳନ୍ତି ଦେଉଳ ସହ ତୁଳନା କରାଯାଇଛି । ତେବେ ସାମାଜିକ ଇତିହାସ ଦୃଷ୍ଟିରୁ ଏହା ଓଡିଶାର ସବୁଠୁ ବଡ ରାଜନୈତିକ ଯାତ୍ରା । ଏହାର ଏକମାତ୍ର କାରଣ ହେଉଛି ମହାପ୍ରଭୁ ଶହ ଶହ ବର୍ଷ ଧରି ଓଡିଶାର ରାଜାଧିରାଜ ଓ ଓଡିଶାର ଗଜପତି ତାଂକର ରାଉତ ବୋଲି ସ୍ଵୀକାର କରିବା ।

ତେଣୁ ମହାପ୍ରଭୁଂକ ଉପରେ ବାହ୍ୟ ଆକ୍ରମଣକାରୀ ଓ ଲୁଂଠନକାରୀ ସବୁବେଳେ ଦାଉ ସାଧିଛନ୍ତି ।

୬. ଶ୍ରୀ ମନ୍ଦିର ଉପରେ ଯବନ ରକ୍ତବାହୁ ଠାରୁ ଆରମ୍ଭ କରି ତକି ଖାନ୍ ପର୍ଯ୍ୟନ୍ତ ବହୁ ଆକ୍ରମଣକାରୀ ଲୋଳୁପ ନଜର ପକାଇଛନ୍ତି। ତେବେ ୧୬୦୯ ମସିହାରେ ମୋଗଲ ଦରବାରରେ ସେନାପତି ଥିବା ହିନ୍ଦୁ ରାଜପୁତ୍ କେଶୋଦାସ୍ ମାରୋ ରଥଯାତ୍ରା ସମୟରେ ପୁରୀ ଆକ୍ରମଣ କରିଥିଲା ।

୭. କେସୋଦାସ ମାରୋ ର ରଥଯାତ୍ରା ଆକ୍ରମଣ ବିଷୟ ଉଲ୍ଲେଖ କରି ମାଦଳା ପାଂଜୀ ରେ ଲେଖା ଅଛି- “ଏ ମହାରାଜାଂକ ଯାତ୍ରୀ ପଣେ କେଶୋଦାସ ମାରୁ ଆସି ଗୁଣ୍ଡିଚା ଯାତ୍ରା ଦେଖି ଦୁଇ ଦେଉଳ ଧଇଲା ।

ପରମେଶ୍ବର ଗୁଣ୍ଡିଚା ଘରେ ବିଜେ କରିଥିଲେ।ତିନି ରଥ ପୋଡି ଦେଲା ।++++ଗୁଣ୍ଡିଚା ଘରେ ଅନେକ ମାଇଲା” ରଥ ଯାତ୍ରା ସମୟରେ ଏହା ବୋଧ ହୁଏ ସବୁଠୁ ବଡ ଆକ୍ରମଣ ଯାହା ଜଣେ ହିନ୍ଦୁ ସେନାପତିଂକ ଦ୍ଵାରା ସଂଗଠିତ ହୋଇଥିଲା ।

୮. ସେହିପରି ଗଜପତି ପଦକୁ ନେଇ ମଧ୍ୟ ଅନେକ ସମୟରେ ଖୁର୍ଧା ଓ ପାରଲାଖେମଣ୍ଡି ରାଜ ପରିବାର ମଧ୍ୟରେ କଳହ ରଥଯାତ୍ରା ସମୟରେ ଦେଖିବାକୁ ମିଳିଛି ।

୧୨ ଜୁଲାଇ ୧୭୫୩ ମସିହା ରେ ପାରଳା ରାଜା ଜଗନ୍ନାଥ ନାରାୟଣ ଦେଓ ଓ ତାଂକ ଭାଇ ନିଜକୁ ଗଜପତି ବୋଲି ରଥଯାତ୍ରା ସମୟରେ ଘୋଷଣା କରି ରଥ ଦଖଲ କରି ନେଇଥିଲେ । ସେବାୟତଂକ କୌଶଳ କ୍ରମେ ଖୁର୍ଧା ଗଜପତି ପୁଣି ଶ୍ରୀ ମନ୍ଦିର ଉପରେ ନିଜ ଅଧିକାର ଜାହିର କରିବାରେ ସଫଳ ହୋଇଥିଲେ।

୯. ୧୮୦୩ ମସିହାରେ ବ୍ରିଟିଶ୍ ମାନେ ଓଡିଶା ଦଖଲ କଲେ ।୧୮୦୪ ରେ କଟକର ଗୋରା କମିଶନର୍ ଜନ ମେଲଭିଲ୍ ରଥଯାତ୍ରା ଦେଖିବାକୁ ଆସି ନିଜ ରିପୋର୍ଟ୍ ରେ ଲେଖିଲେ ଯେ- “ମୁଁ ପୂରୀରେ ପହଂଚିଲା ମାତ୍ରେ ଯାତ୍ରୀ ଓ ସେବାୟତ ମାନେ କରତାଳି ତଥା କୋଳାହଳ ମାଧ୍ୟମରେ ମୋତେ ସ୍ଵାଗତ ଜଣାଇଲେ ।

ଏଥିରୁ ମୋତେ ଲାଗୁଚି ଯେ ସେବାୟତ ଓ ଯାତ୍ରୀଂକ ମନରେ ବ୍ରିଟିଶ୍ ସରକାରଂକ ପ୍ରତି ଉତ୍ତମ ମନୋଭାବ ରହିଛି ।ସୁତରାଂ ଜଗନ୍ନାଥ ରଥଯାତ୍ରା ଯଥାବିଧି ଚାଲୁ ବୋଲି ମୁଁ ଅନୁମୋଦନ କରୁଅଛି।“ ତା’ ପରଠୁ ବ୍ରିଟିଶ ସରକାର ମନ୍ଦିର ପରିଚାଳନା ରେ ଅନୁପ୍ରବେଶ କରିନାହାନ୍ତି ।

୧୦. ରଥଯାତ୍ରା ର ପରିଚାଳନା ଲାଗି ଗଜପତି ଅମଳରୁ ଆଜି ଯାଏଁ ବହୁ ନିୟମ ଓ ବିଧାନ ଗଢା ହୋଇଛି, ଭଂଗା ମଧ୍ୟ ହୋଇଛି । ତେବେ ରଥଯାତ୍ରା ସହ ସାଧାରଣ ଭକ୍ତଂକ ଆବେଗ ଶହ ଶହ ବର୍ଷ ଧରି ଯେମିତି କି ସେମିତି ରହିଛି। ଏହାହିଁ ରଥଯାତ୍ରାର ସବୁଠୁ ବଡ ସାର୍ଥକତା ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଧର୍ମ Tagged With: ଅର୍ଥନୀତି, ଇତିହାସ, ଓଡିଶା, ଜନଜୀବନ, ଜୀବନବୋଧ, ଧାର୍ମିକ, ଭାବ ପ୍ରବଣତା, ରଥଯାତ୍ରା, ରାଜନୀତି, ସାଂସ୍କୃତିକ

୨୦୧୧ ଜନଗଣନା ତଥ୍ୟ ପ୍ରଚାର ପାଇଁ କର୍ମଶାଳା

April 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୪(ଓଡ଼ିଶା ଡ଼ଟ୍ କମ୍) ୨୦୧୧ ଜନଗଣନା ତଥ୍ୟ ପ୍ରଚାର ପାଇଁ ଭୁବନେଶ୍ୱରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ନବକୃଷ୍ଣ ଚୌଧୁରୀ ସେଂଟର ଫର୍ ଡ଼େଭଲପମେଂଟ ଷ୍ଟଡ଼ିଜ ଏବଂ ଅନୁସୂଚିତ ଜାତି ଜନଜାତି ଗବେଷଣା ତଥା ତାଲିମ ପ୍ରତିଷ୍ଠାନ ସହାୟତାରେ ଗୁରୁବାର ଜନଗଣନା ନିର୍ଦ୍ଦେଶାଳୟ ଏହି କର୍ମଶାଳ ଆୟୋଜନ କରିଛି ।

ଜନଗଣନା ରିପୋର୍ଟରେ ଦର୍ଶାଯାଇଥିବା ବିଭିନ୍ନ ତଥ୍ୟ ଯଥା ଜନସଂଖ୍ୟା, ଗୃହ ତାଲିକା, ଗୃହ ବ୍ୟବହାର ସାମଗ୍ରୀ ଓ ଅନ୍ୟାନ୍ୟ ବିଷଞ ଉପରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା ।

କର୍ମଶାଳାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ମଧୁସୁଦନ ପାଢୀ ଅଧ୍ୟକ୍ଷତା କରିଥିବା ବେଳେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍.ଏନ୍.ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ଉପ ରେଜିଷ୍ଟ୍ରାର ଜେନେରାଲ ଭାସ୍କର ମିଶ୍ର, ଗୋପବନ୍ଧୁ
ପ୍ରଶାସନିକ ଏକାଡ଼େମୀର ମହାନିର୍ଦ୍ଦେଶକ କେ.ଏସ୍.ଗଣେଶନ୍, ଅର୍ଥନୈତିକ ଓ ପରିସଂଖ୍ୟାନ ବିଭାଗ ନିର୍ଦ୍ଦେଶକ ଏମ୍.କେ.ନନ୍ଦ, ଏନ୍ସିଡ଼ିଏସ୍ ନିର୍ଦ୍ଦେଶକ ଆର୍.କେ.ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

ଜନଗଣନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ କର୍ମଶାଳାରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଜନସଂଖ୍ୟା, ଗୃହ ତାଲିକା, ଗୃହ ବ୍ୟବହାର ସାମଗ୍ରୀ ଉପରେ ଅଧାରିତ ତିନି ଖଣ୍ଡ ପୁସ୍ତକ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ ।

ଚାରୋଟି ପର୍ଯ୍ୟାୟରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । ଏଥିରେ ସରକାରଙ୍କ ବିଭିନ୍ନ ବିଭାଗ, ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ସମେତ ଶତାଧିକ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ । ଏଭଳି କର୍ମଶାଳା ଜିଲ୍ଲା ଗୁଡ଼ିକରେ ମଧ୍ୟ କରାଯିବ ବୋଲି ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅର୍ଥନୀତି, ଜନଗଣନା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ