• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅର୍ଥମନ୍ତ୍ରୀ

ଫେବୃୟାରୀ ୧୪ରୁ ବିଧାନସଭା ଅଧିବେଶନ, ୧୯ରେ ବଜେଟ

January 30, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୩୦(ଓଡିଶା ଡ଼ଟ୍ କମ୍)- ଆସନ୍ତା ଫେବୃୟାରୀ ୧୪ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଏପ୍ରିଲ ୬ରେ ବିଧାନସଭା ଶେଷ ହେବ । ଦୁଇଟି ପର୍ଯ୍ୟାୟରେ ମୋଟ ୩୦ଟି କାର୍ଯ୍ୟଦିବସ ଥିବା ଜଣାପଡ଼ିଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ମଙ୍ଗଳବାର ଦିନ ବିଧାନସଭା ପକ୍ଷରୁ ଏଥିନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅର୍ଥମନ୍ତ୍ରୀ ଫେବୃୟାରୀ ୧୯ରେ ୨୦୧୩-୧୪ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୨୫ ପର୍ଯ୍ୟନ୍ତ ଚାଲିବ ।

ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୭ରେ ଆରମ୍ଭ ହେବ । ମାର୍ଚ୍ଚ ୨୬ରେ ବ୍ୟୟମଞ୍ଜୁରୀ ବିଲ ଆଗତ ହେବାର କାର୍ଯ୍ୟକ୍ରମ ରହିଛି ।

ଓଡିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅର୍ଥମନ୍ତ୍ରୀ, ବଜେଟ, ବିଧାନସଭା, ରାଜ୍ୟପାଳ

କେନ୍ଦ୍ରୀୟ ବିକ୍ରି କର କ୍ଷତି କେନ୍ଦ୍ର ଭରିବ

January 29, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୯(ଓଡିଶା ଡଟ୍ କମ୍)-କେନ୍ଦ୍ର ସରକାରଙ୍କକ ପକ୍ଷରୁ ସାମଗ୍ରୀ ଓ ସେବା ଟିକସ ଲାଗୁ ପୂର୍ବରୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ ଲାଗି ନିଆଯାଇଥିବା ପଦକ୍ଷେପ ଦଦ୍ୱାରାରାଜ୍ୟ ଗୁଡିକ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି ।

ଏହି କ୍ଷତି ଭରଣା ପାଇଁ ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ପରବର୍ତୀ ସମୟରେ ପଛଘୁଞ୍ଚା ଦେବାରୁ ରାଜ୍ୟ ଗୁଡିକମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଫଳରେ ଏବେ କେନ୍ଦ୍ର ସରକାର ଗତ ୩ ବର୍ଷ ହେଲା ବନ୍ଦ ରଖିଥିବା ଏ ସମ୍ପର୍କିତ କ୍ଷତି ଭରଣାକୁ ପ୍ରଦାନ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି ।

ଏ ବାବଦରେ ପ୍ରାୟ ରାଜ୍ୟ ଗୁଡିକ ପକ୍ଷରୁ ୩୪ କୋଟି ଟଙ୍କା କ୍ଷତି ସହିଥିବା ବିଷୟ ଦର୍ଶାଯାଇଛି ବୋଲି ଦେଶର ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗଠିତ କ୍ଷମତା ସମ୍ପନ୍ନ କମିଟିର ଅଧ୍ୟକ୍ଷ ସୁଶିଲ ମୋଦି କହିଛନ୍ତି ।

କେନ୍ଦ୍ର ସରକାର ଜିଏସ୍ଟି ଲାଗୁ କରିବା ପାଇଁ ଏବଂ ଏ ସଂପର୍କିତ କ୍ଷତି ଭରଣା ଉପରେ ଅନୁଧ୍ୟାନ ଲାଗି ଏହି କ୍ଷମତା ସଂପନ୍ନ କମିଟି ଗଠନ କରିଛନ୍ତି । ଏଥିରେ ବିହାର ଅର୍ଥମନ୍ତ୍ରୀ ସୁଶିଲ ମୋଦି ଅଧ୍ୟକ୍ଷ ଅଛନ୍ତି ।

ସୋମବାର ଠାରୁ ଭୁବନେଶ୍ୱରରେ ଦୁଇ ଦିନିଆ ଅର୍ଥମନ୍ତ୍ରୀ ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଥମ ଦିନ ବୈଠକପରେ ସୁଶିଲ ଗଣମାଧ୍ୟମକୁ କହିଥିଲେ ଯେ ୨୦୦୦ ମସିହାରେ ସବୁ ରାଜ୍ୟରୁ ବିକ୍ରି ଟିକସ ଉଚ୍ଛେଦ କରାଯାଇ ଭାଟ୍ ବ୍ୟବସ୍ଥା ଲାଗୁ କରାଯାଇଛି ।

ଏହାପରେ ୨୦୦୮ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଏସ୍ଟି ଲାଗୁ କରିବା ପାଇଁ ପଦକ୍ଷେପ ନିଆଯାଇଛି । ପୃଥିବୀର ୧୫୦ଟି ଦେଶରେ ଏହା ଲାଗୁ ହୋଇଛି । ଏଥିପାଇଁ କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତ କରିବା ଓ କାର୍ଯକାରୀ କରିବା ଦିଗରେ ୧୩ଟି ରାଜ୍ୟର ଅର୍ଥମନ୍ତ୍ରୀ ଓ ଅଫିସରକୁ ନେଇ କମିଟି ଗଠନ କରାଯାଇଛି ।

ଏହି ବୈଠକରେ ୧୩ ଜଣ ଅର୍ଥମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ଅର୍ଥସଚିବ,ବାଣିଜ୍ୟକର କମିସନର,କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ଅଧିକାରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅର୍ଥମନ୍ତ୍ରୀ, ଅର୍ଥସଚିବ, କେନ୍ଦ୍ର ସରକାର, ଗଣମାଧ୍ୟମ, ବାଣିଜ୍ୟକର, ସରକାର

ମନ୍ତ୍ରୀମଣ୍ଡଳରୁ ଅର୍ଥମନ୍ତ୍ରୀଙ୍କ ସମେତ ୫ ମନ୍ତ୍ରୀଙ୍କ ଇସ୍ତଫା

August 2, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୨(ଓଡ଼ିଶା ଡ଼ଟ୍ କମ୍) ଗୁରୁବାର ବିଜେଡ଼ିର ବରିଷ୍ଠ ନେତା ତଥା ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ସମେତ ପାଞ୍ଚଜଣ ମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।

ପର୍ଯ୍ୟଟନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରମ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଶକ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ସେହିପରି ଶାସକ ଦଳ ମୁଖ୍ୟ ସଚେତକ ପଦରୁ ରବି ନାରାୟଣ ପାଣି ମଧ୍ୟ ଇସ୍ତଫା ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅର୍ଥମନ୍ତ୍ରୀ, ମନ୍ତ୍ରୀମଣ୍ଡଳ

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ୩୧ରେ ଓଡ଼ିଶା ବନ୍ଦ

May 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୫(ଓଡ଼ିଶା ଡ଼ଟ୍ କମ୍) ପେଟ୍ରୋଲ ଦର ବୃଦ୍ଧି ପ୍ରତିବାରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ୩୧ରେ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି ।

ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ପେଟ୍ରୋଲ ମୂଲ୍ୟ ବୃଦ୍ଧି ଜନବିରୋଧୀ । ଏହି ସରକାର ସମୟରେ ୧୧ଥର ପେଟ୍ରୋଲ ଦରବୃଦ୍ଧି ଘଟିଛି ।

ଦରବୃଦ୍ଧି ଯୋଗୁଁ କେବଳ ସାଧାରଣ ଲୋକେ କ୍ଷତିଗ୍ରସ୍ତ ହେବେ ତାହା ନୁହେଁ ରାଜ୍ୟର ଆର୍ଥିକ ପ୍ରଗତି ବାଧାପ୍ରାପ୍ତ ହେବ ବୋଲି ଘଡ଼ାଇ କହିଛନ୍ତି । ଏହିଦିନ ଏନ୍ଡ଼ିଏ ଓ ସହଯୋଗୀ ଦଳ ଗୁଡ଼ିକ ପକ୍ଷରୁ ମଧ୍ୟ ଭାରତ ବନ୍ଦ ଡ଼ାକରା ଦିଆଯାଇଛି ।

ଗତ ବୁଧବାର ମଧ୍ୟରାତ୍ରରୁ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୭ଟଙ୍କା ୫୦ ପଇସା ବୃଦ୍ଧି କରିଥିବା ବେଳେ ଏହାକୁ ନେଇ ସମଗ୍ର ରାଜ୍ୟରେ ଆନ୍ଦୋଳନ ଓ ବିକ୍ଷୋଭ ଜାରି ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅର୍ଥମନ୍ତ୍ରୀ, ଓଡ଼ିଶା ବନ୍ଦ, ପେଟ୍ରୋଲ, ଭୁବନେଶ୍ୱର

ରାଜ୍ୟର ଆର୍ଥିକ ସ୍ଥିତିରେ ଉନ୍ନତି: ଅର୍ଥମନ୍ତ୍ରୀ

May 22, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୨(ଓଡ଼ିଶା ଡ଼ଟ୍ କମ୍) ଆର୍ଥିକ ପରିଚାଳନା ତଥା ସଂସ୍କାର ଯୋଗୁଁ ରାଜ୍ୟର ଆର୍ଥିକ ସ୍ଥିତିରେ ଏବେ ଉନ୍ନତି ଆସିଛି ବୋଲି ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ କହିଛନ୍ତି ।

ଏହାବ୍ୟତୀତ ରାଜ୍ୟର ଆୟ ଠାରୁ ମୌଳିକ ଦେୟ ପ୍ରଥମ ଥର ପାଇଁ କମ୍ ହୋଇଛି ବୋଲି ମଙ୍ଗଳବାର ସେ ସଚିବାଳୟ ଠାରେ ସାମ୍ବାିକଙ୍କୁ କହିଛନ୍ତି ।

୨୦୧୦-୧୧ ବର୍ଷରେ ଋଣଭାର ୩୯ ହଜାର ୧୩୬ କୋଟି ୯୧ ଲକ୍ଷ ଟଙ୍କା ଥିଲାବେଳେ ଗତ ୨୦୧୧-୧୨ ଆର୍ଥକ ବର୍ଷରେ ୩୮ ହଜାର ୭୮ କୋଟି ୮୪ ଲକ୍ଷ ଟଙ୍କା ହୋଇଛି ।

ଋଣ ଭାର ହ୍ରାସ ଆର୍ଥକ ସ୍ଥିତିରେ ଉନ୍ନତି ହେବାର ପ୍ରଥମ ଲକ୍ଷଣ । ଏ କ୍ଷେତ୍ରରେ ଉଚ୍ଚ ସୁଧହାର ଋଣକୁ ମୃଦୁ ସୁଧହାର ଋଣରେ ପରିବର୍ତନ ଏବଂ ଋଣ ଆଦାୟ କ୍ଷେତ୍ରରେ ଏକକାଳୀନ ପୈଠ ବ୍ୟବସ୍ଥାର ସଫଳ ପରିଚାଳନା ଦ୍ୱାରାଏହା ସମ୍ଭବ ହୋଇପାରିଛି, ସେ କହିଛନ୍ତି ।

ରାଜ୍ୟ ଇତିହାସରେ ପ୍ରଥମଥର ପାଇଁ ମୌଳିକ ଦେୟ ଯଥା ଦରମା, ପେନ୍ସନ ଓ ଋଣ ଉପରେ ସୁଧ ମୋଟ ଆୟଠାରୁ କମ୍ ହୋଇଛି ।

ଗତ ୨୦୧୧-୧୨ ଆର୍ଥିକ ବର୍ଷରେ ମୋଟ ଆୟ ୧୯ ହଜାର ୫୮୭ କୋଟି ୩୧ ଲକ୍ଷ ଟଙ୍କା ଥିବାବେଳେ ମୌଳିକ ୟେ ପରିମାଣ ୧୭ ହଜାର ୭୦୧ କୋଟି ୪ଲକ୍ଷ ଟଙ୍କା ହୋଇଛି ।

କର୍ମଚାରୀଙ୍କ ଦରମା ବାବଦରେ ୧୦ ହଜାର ୯୬୭ କୋଟି ୯ ଲକ୍ଷ ଟଙ୍କା, ପେନ୍ସନ ବାବଦରେ ୪ ହଜାର ୭୩୧ କୋଟି ୫୯ ଲକ୍ଷ ଟଙ୍କା ଏବଂ ସୁଧ ପଇଠ ବାବଦରେ ୨ ହଜାର ୨ କୋଟି ୩୮ ଲକ୍ଷ ଟଙ୍କା ଅନ୍ତର୍ଭୁକ୍ତ ।

୨୦୧୦-୧୧ ବର୍ଷରେ ମୋଟ୍ ଆୟ ପରିମାଣ ୧୫ ହଜାର ୯୭୩ କୋଟି ୩ ଲକ୍ଷ ଟଙ୍କା ଥିବାବେଳେ ମୌଳିକ ଦେୟ ପରିମାଣ ୧୮ ହଜାର ୨୯୨ କୋଟି ୩୯ ଲକ୍ଷ ଟଙ୍କା ହୋଇଥିଲା ।

ଏଥିମଧ୍ୟରେ ଦରମା ବାବଦରେ ୧୧ ହଜାର ୨୧୯ କୋଟି ୯୦ ଲକ୍ଷ ଟଙ୍କା, ପେନ୍ସନ ବାବଦରେ ୪ ହଜାର ୧୧ କୋଟି ଟଙ୍କା ଏବଂ ସୁଧ ପଇଠ ବାବଦରେ ୩ ହଜାର ୬୧ କୋଟି ୩୯ ଲକ୍ଷ ଟଙ୍କା ଅନ୍ତର୍ଭୁକ୍ତ ବୋଲି ଘଡ଼ାଇ କହିଛନ୍ତି ।

୨୦୧୧-୧୨ ଆର୍ଥିକ ବର୍ଷରେ ମୋଟ୍ ରାଜସ୍ୱ ଆଦାୟ ୩୯ ହଜାର ୫୨୫ କୋଟି ୫୯ ଲକ୍ଷ ଟଙ୍କା ହୋଇଥିବା ବେଳେ ଉଭୟ ଯୋଜନା ଓ ଅଣଯୋଜନା ଅଟକଳ ୩୪ ହଜାର ୫୫୦ କୋଟି ୧୩ ଲକ୍ଷ ଟଙ୍କା ହୋଇଥିଲା ।

ଏହାଦ୍ୱାରା ରାଜସ୍ୱ ବଳକା ପରିମାଣ ୪ ହଜାର ୯୭୫ କୋଟି ୪୭ ଲକ୍ଷ ଟଙ୍କା ହୋଇଛି । ସେହିପରି ବିତ୍ତୀୟ ବଳକା ପରିମାଣ ୪୩ କୋଟି ୬୪ ଲକ୍ଷ ଟଙ୍କା ହୋଇଥିବା ବେଳେ ପ୍ରାଥମିକ ଆର୍ଥିକ ବଳକା୨ ହଜାର ୪୬ କୋଟି ୨ଲକ୍ଷ ଟଙ୍କା ହୋଇପାରିଛି ।

ଚଳିତ ବର୍ଷରେ ସାମଗ୍ରିକ ଭାବେ ୫୦ ହଜାର ୭୭୨ କୋଟି ୩୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୪୨ ହଜାର ୯୮ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ସେହିପରି ଯୋଜନା ଅଟକଳ ୧୪ ହଜାର ୪୩୦ କୋଟି ମଧ୍ୟରୁ ୧୨ ହଜାର ୨୭୫ କୋଟି ଟଙ୍କା ବ୍ୟୟ ହୋଇଛି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅର୍ଥମନ୍ତ୍ରୀ, ଆର୍ଥିକ ସ୍ଥିତି

ଚିନି, କପଡ଼ା ଉପରୁ ଭାଟ୍ ବୃଦ୍ଧି ନିଷ୍ପତି ସ୍ଥଗିତ

March 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧(ଓଡ଼ିଶା ଡ଼ଟ୍ କମ୍) କପଡ଼ା ଓ ଚିନି ଉପରେ ଅଧିକ ଏକ ପ୍ରତିଶତ ଭାଟ୍(ମୂଲ୍ୟଯୁକ୍ତ କର) ଲାଗୁ କରିବା ନିଷ୍ପତିକୁ ସରକାର ସ୍ଥଗିତ ରଖିଛନ୍ତି ।

ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନା ବେଳେ ଶନିବାର ବିଧାନସଭାରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଏହା କହିବା ସହ କପଡ଼ା ଓ ଚିନି ଉପରେ ସମଗ୍ର ଦେଶରେ ଏକକ ଭାଟ୍ ପ୍ରଚଳନ କରିବା ପାଇଁ ସମସ୍ତ ରାଜ୍ୟ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ବୈଠକରେ ନିଷ୍ପତି ନିଆଯାଇଥିଲା ।

ଅନ୍ୟ ରାଜ୍ୟ ଗୁଡ଼ିକରେ ବର୍ତମାନ ଚିନି ଓ କପଡ଼ା ଉପରେ ଅତିରିକ୍ତ ଭାଟ୍ ଲାଗୁ କରାଯାଇନଥିବାରୁ ଓଡ଼ିଶାରେ ମଧ୍ୟ ଏକ ପ୍ରତିଶତ ଅଧିକ ଭାଟ୍ ଲାଗୁ କରାଯିବ ନାହିଁ ବୋଲି ସେ କହିଛନ୍ତି ।

ବୈଠକରେ ପାଞ୍ଚ ପ୍ରତିଶତ ଭାଟ୍ ଲାଗୁ କରିବାକୁ ଅର୍ଥମନ୍ତ୍ରୀ ମାନଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ । ତେଣୁ ରାଜ୍ୟରେ ୪ରୁ ୫ ପ୍ରତିଶତ ଭାଟ୍ ବୃଦ୍ଧି ପାଇଁ କ୍ୟାବିନେଟ୍ ରେ ଅନୁମୋଦନ ଲାଭ କରିଥିଲା ।

ବ୍ୟବସାୟୀ ସଂଘ ଗୁଡ଼ିକ ଭାଟ୍ ବୃଦ୍ଧି ପ୍ରତ୍ୟାହାର କରିବାକୁ ଦାବି କରିଆସୁଥିବା ବେଳେ ବିଧାନସଭାରେ ମଧ୍ୟରେ ବିରୋଧୀ ସସ୍ୟମାନେ ଭାଟ୍ ବୃଦ୍ଧି ନିଷ୍ପତିକୁ ବିରୋଧ କରିଥିଲେ । ଅପ୍ରେଲ ୧ ଠାରୁ ଏହି ଭାଟ୍ ଲାଗୁ ହୋଇଥାନ୍ତା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅର୍ଥମନ୍ତ୍ରୀ, ବିଧାନସଭା, ଭାଟ୍

୨୦୧୧-୧୨ ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ

February 21, 2011 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ବିଧାନସଭାରେ ଶୁକ୍ରବାର ରାଜ୍ୟ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ୨୦୧୧-୧୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ।

ବଜେଟର ପରିମାଣ ୪୪,୮୭୮ କୋଟି ଟଙ୍କା ରଖାଯାଇଥିବା ବେଳେ ଅଣଯୋଜନା ବ୍ୟୟ ୨୯,୫୯୪ କୋଟି ଟଙ୍କା, ରାଜ୍ୟ ଯୋଜନା ବ୍ୟୟ ୧୫,୨୪୪ କୋଟି ଟଙ୍କା କରାଯାଇଛି ।

କେତୋଟି ମୁଖ୍ୟ ବିଭାଗର ମୋଟ୍ ବ୍ୟୟ ବରାଦ (କୋଟି ହିସାବରେ)

ସ୍ୱରାଷ୍ଟ୍ର-୨୦୨୪.୫୮
ଜଙ୍ଗଲ ଓ ପରିବେଶ-୬୦୯.୬୧
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ-୧୦୨୬.୩୨
ବିଦ୍ୟାଳୟ ଓ ଗଣଶିକ୍ଷା-୫୩୧୫.୪୪
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ-୧୪୫୧.୬୬
କୃଷି-୧୧୬୭.୯୮
ଜଳସମ୍ପଦ -୩୨୫୯.୬୧
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ-୨୫୭୭.୩୦
ଉଚ୍ଚଶିକ୍ଷା-୧୧୨୬.୦୬
ପଞ୍ଚାୟତିରାଜ-୨୧୮୧.୭୪
ଗ୍ରାମ୍ୟ ଉନ୍ନୟନ-୧୫୫୭.୩୯
ନଗରଉନ୍ନୟନ-୧୫୮୨.୧୭
ମତ୍ସ୍ୟ ଓ ପଶୁସଂପଦ-୩୭୭.୭୦
ଶକ୍ତି-୫୦୨୫.୮୦
ଶିଳ୍ପ-୪୦୨.୪୫
ପୂର୍ତ୍ତ-୨୧୩୦.୩୮
ମହିଳା ଓ ଶିଶୁ ବିକାଶ-୨୫୧୭.୫୧
ଆଦିବାସୀ ଓ ହରିଜନ-୧୨୮୬.୩୩
କ୍ରୀଡ଼ା ଓ ଯୁବ ସେବା ୩୮.୮୫
ବିଜ୍ଞାନ ଓ କାରିଗରୀ-୩୫
ବାଣିଜ୍ୟ -୫୪.୨୦
ପରିବହନ-୭୮.୭୮
ଅଦିନିଆ ବର୍ଷା-୨୪୦

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅର୍ଥମନ୍ତ୍ରୀ, ଆର୍ଥିକ ବର୍ଷ, ବଜେଟ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ