• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅର୍ନ୍ତଜାତୀୟ ସଂଗଠନ

ଶିଶୁ ଅଧିକାର ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ : ତରୁଣ ବସୁ

March 3, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ ୩ (ଓଡ଼ିଶା ଡ଼ଟ୍ କମ୍) ସମାଜର ମୁଖ୍ୟସ୍ରୋତ ବାହାରେ ରହି ନିଜର ଅଧିକାରରୁ ବଂଚିତ ଥିବା ଶିଶୁ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା କ୍ଷେତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିପାଇଁ ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରର ଗଣମାଧ୍ୟମ ପ୍ରତିନିଧି ମାନେ ଆନ୍ତରିକତାର ସହ ଆଗେଇ ଆସିବାକୁ ବିଶିଷ୍ଟ ବକ୍ତାମାନେ ଆହ୍ୱାନ ଦେଇଛନ୍ତି ।

ସମାଜର ମୁଖ୍ୟସ୍ରୋତ ବାହାରେ ରହିଯାଇଥିବା ଶିଶୁ ମାନଙ୍କର ଅଧିକାର ସୁରକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଏହିମତ ପ୍ରକାଶ ପାଇଛି ।

ଅର୍ନ୍ତଜାତୀୟ ସଂଗଠନ ସେଭ୍ ଦି ଚିଲଡ୍ରେନର ସହଯୋଗ ଏବଂ ପିକକ୍, ସିସିଡବ୍ଲୁ୍ୟଡି, ଆଇନା, ରେଆର, ଶୋଭା ଦ୍ୱାରା ଆୟୋଜିତ ଏହି କର୍ମଶାଳା ଇଣ୍ଡୋ ଏସିଆନ୍ ନୁ୍ୟଜ ସର୍ଭିସର ମୁଖ୍ୟ ସମ୍ପାଦକ ଶ୍ରୀ ତରୁଣ ବସୁ ଉଦ୍ଘାଟନ କରିଥିଲେ ।

ଦୈନିକ ଭାଷ୍କରର ଉପ ସମ୍ପାଦିକା ଶ୍ରୀମତୀ ଭିନିତା ପାଣ୍ଡେ, ରାଜନୀତି ବିଶେଷଜ୍ଞ ପ୍ରଫେସର ବିଜୟ ବହିଦାର, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପିକା ଶ୍ରୀମତୀ ରୀତା ରାୟ, ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ସେଭ ଦି ଚିଲଡ୍ରେନ୍ର ରାଜ୍ୟ କାର୍ଯ୍ୟକ୍ରମ ମୁଖ୍ୟ ଶଶାଙ୍କ କୁମାର ପାଢ଼ୀ, ସଂଯୋଜିକା ଭାରତୀ ଚକ୍ର ଉପସ୍ଥିତ ଥିବାବେଳେ ବରିଷ୍ଠ ସାମ୍ବାଦିକ ମଣିପଦ୍ମା ଜେନା ଏଥିରେ ଅଧ୍ୟକ୍ଷତା କରିଥିଲେ ।

ପିକକର ସମ୍ପାଦକ ରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରି କହିଥିଲ ଯେ ଶୈଶବକୁ ଉପଭୋଗ କରିବା ପ୍ରତ୍ୟେକ ଶିଶୁର ଅଧିକାର । ପିଲାମାନେ ତାଙ୍କ ପିଲାବେଳ ଅନୁଭୂତିକୁ ପାଥେୟ କରି ଆଗକୁ ବଢ଼ିଥାନ୍ତି ।

ସେମାନଙ୍କ ଆବଶ୍ୟକତା ଓ ଚିନ୍ତାଧରାକୁ ବୁଝି ଗଣମାଧ୍ୟମ ସେମାନଙ୍କର ସ୍ୱର ହେବା ଆବଶ୍ୟକ । ଶ୍ରୀ ବସୁ କହିଥିଲେ ଯେ ସାମାଜିକ ବ୍ୟବସ୍ଥାରେ ଗଣମାଧ୍ୟମର କାର୍ଯ୍ୟଧାରା ଅତ୍ୟନ୍ତ ବ୍ୟାପକ । ଆମ ଦେଶର ଜନସଂଖ୍ୟାର ଏକ ତୃତୀୟାଂଶ ହେଉଛନ୍ତି ଶିଶୁ । ସେମାନେ ଆମ ଦେଶର ଭବିଷ୍ୟତ ।

ତେଣୁ ଗଣମାଧ୍ୟମ ସେମାନଙ୍କୁ ଅଣଦେଖା କରିବା ଉଚିତ୍ ନୁହେଁ । ସେ କହିଥିଲେ ଯେ ବର୍ତମାନ ଆମ ଦେଶରେ ଶିଶୁ ମାନଙ୍କର ହାର ହ୍ରାସ ପାଉଥିବାବେଳେ କନ୍ୟାଶିଶୁ ହ୍ରାସ ହାର ଅତ୍ୟନ୍ତ ଉଦ୍ବେଗ ଜନକ ।

ଦେଶରେ ୨୦୧୧ରେ ୩ ନିୟୁତ ଝିଅ ଓ ୨ ନିୟୁତ ପୁଅ ନିଖୋଜ ହୋଇଯାଇଥିବାବେଳେ ପ୍ରତି ଆଠ ମିନିଟ୍ରେ ଜଣେ ଶିଶୁ ନିଖୋଜ ସଂକ୍ରାନ୍ତୀୟ ରିପୋର୍ଟ ହେଉଛି । ସେହିଭଳି ପ୍ରତି ତିନି ଜଣରେ ଜଣେ ଶିଶୁ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ୫୩ ପ୍ରତିଶତ ଶିଶୁ ଯୌନ ଶୋଷଣର ଶିକାର ହେଉଛନ୍ତି ।

ଶିଶୁଙ୍କ ପାଇଁ ଆମ ସମ୍ବିଧାନରେ ବିଭିନ୍ନ ଅଧିକାର ଲିପିବଦ୍ଧ ଥିବାବେଳେ ଓ ଦେଶରେ ୧୭ଟି ବୃହତ୍ ଯୋଜନା କାର୍ଯ୍ୟକାରୀ ହେଉଛି । ଏହା ସତ୍ୱେ ସମାଜର ମୁଖ୍ୟସ୍ରୋତ ବାହାରେ, ଏବେ ବି ବହୁ ଶିଶୁ ଅବହେଳିତ ହୋଇ ରହିଯାଉଛନ୍ତି ।

ଏହା ଏବେ ଗଣମାଧ୍ୟମ ପାଇଁ ଆହ୍ୱାନ ସୃଷ୍ଟି କରିଥିବାବେଳେ ଜାତୀୟ ସ୍ତରର ଗଣମାଧ୍ୟମ ଗୁଡ଼ିକ ଶିଶୁ ମାନଙ୍କର କଥା ପ୍ରକାଶ କରିବାକୁ କୁଣ୍ଠାବୋଧ ଥିବା ସେ ସ୍ୱୀକାର କରିଥିଲେ । ଶ୍ରୀମତୀ ପାଣ୍ଡେ କହିଥିଲେ ଯେ ସମ୍ବାଦ ପରିବେଷଣ ବେଳେ ପିଲାମାନଙ୍କୁ ଭୁଲିଯିବା ଉଚିତ୍ ନୁହେଁ । ପ୍ରତ୍ୟେକ ଶିଶୁଙ୍କର ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ସରକାର ଓ ସମାଜକୁ ଉତରଦାୟୀ କରିବାପାଇଁ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ୍ ।

ସେଭ ଦି ଚିଲ୍ଡ୍ରେନ୍ର ଶ୍ରୀ ପାଢ଼ୀ କହିଥିଲେ ଯେ ତାଙ୍କ ସଂସ୍ଥା ରାଜ୍ୟର ୧୦ଟି ଜିଲ୍ଲାରେ କାର୍ଯ୍ୟ କରୁଥିବାବେଳେ ପ୍ରତ୍ୟକ୍ଷ ଭାବେ ୪୭ ହଜାର ଓ ପରୋକ୍ଷ ଭାବେ ୭୦ ହଜାରରୁ ଅଧିକ ପିଲାଙ୍କ ସହ ଜଡିତ ରହିଛି ।

ପ୍ରଫେସର ବହିଦାର ପାଠ୍ୟକ୍ରମ ଓ ଅନୁଷ୍ଠାନ ଗୁଡ଼ିକରେ ଜାତି ଧର୍ମ ନାମରେ ବିଭେଦ ସୃଷ୍ଟି କରିବା ଉଚିତ୍ ନୁହେଁ ବୋଲି କହିଥିବାବେଳେ ପ୍ରଫେସର ଶ୍ରୀମତୀ ରାୟ ସମାଜର ଚତୁର୍ଥସ୍ତମ୍ଭ ଭାବେ ଗଣମାଧ୍ୟମ ଶିଶୁ ମାନଙ୍କର ଅଧିକାର ସୁରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ମାନେ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିଥିବାବେଳେ ସେଭ ଦି ଚିଲ୍ଡ୍ରେନ୍ର ଭାରତୀ ଚକ୍ର ଧନ୍ୟବାଦ ଅର୍ପଣ କରି ଆଗାମୀ ଦିନରେ ଶିଶୁ ମାନଙ୍କ ଅଧିକାରର ସୁରକ୍ଷା ପାଇଁ ତାଙ୍କ ସଂସ୍ଥା ଗଣମାଧ୍ୟମ ସହ ମିଶି କାର୍ଯ୍ୟ କରିବ ବୋଲି ସୂଚନା ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରାଜନୀତି Tagged With: ଅର୍ନ୍ତଜାତୀୟ ସଂଗଠନ, ଉତ୍କଳ ବିଶ୍ୱବିଦ୍ୟାଳୟ, ଗଣମାଧ୍ୟମର ଭୂମିକା, ପିକକ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ