• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅଲିଭ ରିଡ଼ଲେ କଇଁଛ

ମତ୍ସ୍ୟଜୀବୀଙ୍କ ପାଇଁ ପ୍ୟାକେଜ

December 8, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର୮(ଓଡ଼ିଶା ଡ଼ଟ୍ କମ୍) ଅଲିଭ ରିଡ଼ଲେ କଇଁଛଙ୍କ ଚଳାଚଳ ଯୋଗୁଁ ସାମୁଦ୍ରିକ ମତ୍ସ୍ୟ ଉପରେ ନିର୍ଭରଶୀଳ ଧୀବରମାନେ କ୍ଷତିଗ୍ରସ୍ତ ହେଉଥିବାରୁ ସରକାର ସେମାନଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ।

ନଭେମ୍ବର ୧ରୁ ମଇ ୩୧ ପର୍ଯ୍ୟନ୍ତ ସେମାନେ ମାଛ ଧରିପାରୁ ନାହାନ୍ତି ଓ ଏହା ସେମାନଙ୍କର ଆର୍ଥିକ ଅବସ୍ଥା ଉପରେ ବିଶେଷ ପ୍ରଭାବ ପକାଉଛି ।

ତେଣୁ ଏହି ସାତମାସ ସାମୁଦ୍ରିକ ମତ୍ସ୍ୟ ଉପରେ ନିର୍ଭରଶୀଳ ଧୀବର ମାନଙ୍କ ପାଇଁ ସ୍ୱତନ୍ତ୍ର ସାଧାରଣ ବଂଟନ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଗୁରୁବାର ଏକ ବୈଠକରେ ନିଷ୍ପତି ନିଆଯାଇଛି ।

ଏହି ଯୋଜନାରେ କ୍ଷତିଗ୍ରସ୍ତ ସମସ୍ତ ଧୀବର ମାନଙ୍କୁ ସାତମାସ ପାଇଁ କିଲୋ ଦୁଇ ଟଙ୍କାରେ ପଚିଶ କିଲୋ ଚାଉଳ ଯୋଗାଇ ଦିଆଯିବ । ଏହା୍ୱାର ପ୍ରାୟ ଦଶ ହଜାର ମତ୍ସ୍ୟଜୀବୀ ଉପକୃତ ହେବେ ।

ଏହାବ୍ୟତୀତ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ସୁବିଧା ପାଇଁ କାଠ ଡ଼ଙ୍ଗା ପରିବର୍ତେ ଏଫ୍ଆର୍ଏ ଡ଼ଙ୍ଗା ଯୋଗାଇ ଦିଆଯିବ । ଦେଶ ଡ଼ଙ୍ଗାରେ ମୋଟର ଲଗାଇବା ପାଇଁ ପଚାଶ ପ୍ରତିଶତ ରିହାତି ଦିଆଯିବ । ଉଭୟ ସାମୁଦ୍ରିକ ଓ ଅନ୍ୟ ମତ୍ସ୍ୟଜୀବୀଙ୍କ ପାଇଁ ଡ଼ଙ୍ଗା ଓ ଜାଲ କିଣିବା ନିମନ୍ତେ ୧୨ ହଜାର ଟଙ୍କା ରିହାତି ଦିଆଯିବ ।

ସେହିପରି ବସୁନ୍ଧରା ଯୋଜନାରେ ସାମୁଦ୍ରିକ ଓ ଅନ୍ୟ ମତ୍ସ୍ୟଜୀବୀଙ୍କୁ ୪ ଡ଼ିସିମିଲ ଜମି, ବିପିଏଲି ମତ୍ସ୍ୟଜୀବୀ ପରିବାରକୁ ମୋ କୁଡ଼ିଆ ଯୋଜନାରେ ଘର ଓ ଚକ୍ଷୁ ଚିକିତ୍ସା ପାଇଁ ପାଂଚ ହଜାର ଟଙ୍କା ଦିଆଯିବ ।

ଓଡ଼ିଶା ମତ୍ସ୍ୟଜୀବୀ ଉନ୍ନୟନ ଯୋଜନାରେ ନାମିତ ଏହି କାର୍ଯ୍ୟକ୍ରମରେ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକରେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅଲିଭ ରିଡ଼ଲେ କଇଁଛ, ସାମୁଦ୍ରିକ ମତ୍ସ୍ୟ

ଅଲିଭ ରିଡ଼୍ଲେଙ୍କ ସୁରକ୍ଷା ପାଇଁ ମାଛଧରା ଉପରେ କଟକଣା

October 31, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଅକ୍ଟୋବର ୩୧(ଓଡ଼ିଶା ଡ଼ଟ୍ କମ୍) ଅଲିଭ ରିଡ଼୍ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥାରେ ସାତ ମାସ ମାଛ ଧରିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି ।

ନଭେମ୍ବର ୧ରୁ ମଇ ୩୧ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା, ଗଞ୍ଜାମ, ବାଲେଶ୍ୱର, ପୁରୀ, ଜଗତସିଂହପୁର ଓ ଭଦ୍ରକ ଆି ଛଅଟି ଉପକୂଳ ଜିଲ୍ଲାରେ ଏହି କଟକଣା ଜାରି କରାଯାଇଛି ।

ଏହି ସମୟ ମଧ୍ୟରେ କଇଁଛମାନେ ଅଣ୍ଡା ଦେବାକୁ ଏଠାକୁ ଆସିଥାନ୍ତି ତେଣୁ କଟକଣା ଯୋଗୁଁ ସେମାନେ ସୁରକ୍ଷିତ ରହିପାରିବେ ବୋଲି ଭିତରକନିକା ଡ଼ିଏଫ୍ଓ ମନୋଜ ମହାପାତ୍ର ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ୨୦ କିଲୋମିଟର ମଧ୍ୟରେ ଅସ୍ତରଙ୍ଗରୁ ଧାମରା ପର୍ଯ୍ୟନ୍ତ ଟ୍ରଲର କିମ୍ବା ମାଛଧରା ଡ଼ଙ୍ଗା ନଚଲାଇବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।

ବେଆଇନ ଭାବେ ମାଛ ଧରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେଠାରେ ଜଙ୍ଗଲ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।

ନଭେମ୍ବରରୁ ଡ଼ିସେମ୍ବର ଅଲିଭ ରିଡ଼ଲେଙ୍କ ସଙ୍ଗମ, ଜାନୁୟାରୀ ଫେବୃୟାରୀରେ ଅଣ୍ଡ।ମାନ ଓ ମାର୍ଚ୍ଚରୁ ଅପ୍ରେଲ ଶେଷ ପର୍ଯ୍ୟନ୍ତ ଅଣ୍ଡାରୁ ଛୁଆ ଜନ୍ମନେଇ ସମୁଦ୍ର ଯିବା ପ୍ରକ୍ରିୟା ଚାଲିଥାଏ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅଲିଭ ରିଡ଼ଲେ କଇଁଛ, କେନ୍ଦ୍ରାପଡ଼ା, ମୁଖ୍ୟ ଖବର

ସାମ୍ବାଦିକ ସୁରେନ୍ଦ୍ର ପାତ୍ରଙ୍କୁ ଓଡ଼ିଶା ଡ଼ଟ୍ କମ୍ ର ଫେଲୋସିପ ପ୍ରଦାନ

February 22, 2005 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ କମ ସମ୍ବାଦ ଦାତା

ଭୁବନେଶ୍ୱର,ଫେବୃଆରୀ୨୨(ଓଡ଼ିଶା ଡ଼ଟ କମ)ଓଡ଼ିଶାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ରଙ୍କୁ ଓଡ଼ିଶାରେ ଅଲିଭ ରିଡ଼ଲେ କଇଁଛ ସୁରକ୍ଷିତ କି ବିଷୟ ବସ୍ତୁ ଉପରେ ଗବେଷଣା କରି ଏକ ଲେଖା ଲେଖିବା ପାଇଁ ଓଡ଼ିଶା ଡ଼ଟ୍ କମ୍ ପକ୍ଷରୁ ପୂର୍ବ ଘୋଷଣା ମୁତାବକ ମଙ୍ଗଳବାର ଦିନ ଫେଲୋସିପ ପ୍ରଦାନ କରାଯାଇଛି ।

ଫେଲୋସିପ ବାବଦ ତିନି ହଜାର ଟଙ୍କାର ଏକ ଚେକ୍ ଓଡ଼ିଶା ବନ୍ୟ ଜନ୍ତୁ ସମାଜ ସଂପାଦକ ବିଶ୍ଵଜିତ ମହାନ୍ତି ଓଡ଼ିଶା ଡ଼ଟ କମ କାର୍ଯ୍ୟଳୟ ପରିସରରେ ପାତ୍ରଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ଓଡ଼ିଶା ଡ଼ଟ କମର ପରିବାର ସମେତ ବହୁ ବରିଷ୍ଠ ସମ୍ବାଦିକ,ବୁଦ୍ଧିଜିବୀ ଓ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

ପାତ୍ର ଓଡ଼ିଶାରେ ଅଲିଭ ରିଡ଼ଲେ କଇଁଛ ସୁରକ୍ଷିତ କି ବିଷୟ ବସ୍ତୁ ଉପରେ ଗବେଷଣା କରି ଏକ ଲେଖା ଲେଖିବେ ଓ ଏହା ଓଡ଼ିଶା ଡ଼ଟ କମରେ ପ୍ରକାଶିତ ହେବ ।

ଗତ ମାସରେ ଘୋଷଣା କରାଯାଇଥିବା ଏହି ଫେଲୋସିପ ପାଇଁ ପଚିଶ ଜଣ ସାମ୍ବାଦିକଙ୍କ ମଧ୍ୟରୁ ପାତ୍ର ମନୋନୀତ ହୋଇଥିଲେ ।

ପାତ୍ର୨୫ ବର୍ଷରୁ ଉର୍ଦ୍ଧ ସମୟ ସାମ୍ବାଦିକତା କରି ଖ୍ୟାତି ଅର୍ଜନ କରିଛନ୍ତି । ସେ ସାପ୍ତାହିକ ସଣ୍ଡେ,ତେହେଲକା,ଜନସତ୍ତା ଓ ଦୈନିକ ଓଡ଼ିଆ ସମ୍ବାଦ ପତ୍ର ସମାଜ ସମେତ ଦେଶ ତଥା ରାଜ୍ୟର ବିଭିନ୍ନ ପତ୍ର ପତ୍ରିକାରେ ଅନୁସଂଧାନ ମୂଳକ ରିପୋର୍ଟମାନ ଲେଖି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଓଡ଼ିଶା ଡ଼ଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଫେଲୋସିପ Tagged With: ଅଲିଭ ରିଡ଼ଲେ କଇଁଛ, ସାମ୍ବାଦିକ ଫେଲୋସିପ, ସୁରେନ୍ଦ୍ର ପାତ୍ର

ସୁରେନ୍ଦ୍ର ପାତ୍ର ଓଡ଼ିଶା ଡ଼ଟ କମ ଫେଲୋସିପ ପାଇଁ ମନୋନୀତ

February 16, 2005 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡଟ କମ ସମ୍ବାଦ ଦାତା

ଭୁବନେଶ୍ୱର,ଫେବୃୟାରୀ ୧୬(ଓଡ଼ିଶା ଡ଼ଟ କମ)୨୫ ବର୍ଷରୁ ଉର୍ଦ୍ଧ ସମୟ ସାମ୍ବାଦିକତା କରି ଖ୍ୟାତି ଅର୍ଜନ କରିଥିବା ଓଡ଼ିଶାର ସୁରେନ୍ଦ୍ର ପାତ୍ରଙ୍କୁ ବନ୍ୟ ଜନ୍ତୁ ସଂରକ୍ଷଣ ଉପରେ ଏକ ଲେଖା ଲେଖିବା ପାଇଁ ଓଡ଼ିଶା ଡ଼ଟ କମ ତରଫରୁ ଗତ ମାସରେ ଘୋଷଣା କରାଯାଇଥିବା ଫେଲୋସିପ ପାଇଁ ମନୋନୀତ କରାଯାଇଛି ।

ଏହି ଫେଲୋସିପର ଅର୍ଥ ଓଡ଼ିଶା ବନ୍ୟ ଜନ୍ତୁ ସମାଜ ବହନ କରିବେ । ଏହି ଫେଲୋସିପ ପାଇଁ ପଚିଶ ଜଣ ଆବେଦନ କରିଥିଲେ ।

ପାତ୍ର ଓଡ଼ିଶାରେ ଅଲିଭ ରିଡ଼ଲେ କଇଁଛ ସୁରକ୍ଷିତ କି ବିଷୟ ବସ୍ତୁ ଉପରେ ଗବେଷଣା କରି ଏକ ଲେଖା ଲେଖିବେ ଓ ଏହା ଓଡ଼ିଶା ଡ଼ଟ କମରେ ପ୍ରକାଶିତ ହେବ ।

ପାତ୍ର ସାପ୍ତାହିକ ସଣ୍ଡେ,ତେହେଲକା,ଜନସତ୍ତା ଓ ଦୈନିକ ଓଡ଼ିଆ ସମ୍ବାଦ ପତ୍ର ସମାଜ ସମେତ ଦେଶ ତଥା ରାଜ୍ୟର ବିଭିନ୍ନ ପତ୍ର ପତ୍ରିକାରେ ଅନୁସଂଧାନ ମୂଳକ ରିପୋର୍ଟମାନ ଲେଖି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଫେଲୋସିପ Tagged With: ଅଲିଭ ରିଡ଼ଲେ କଇଁଛ, ସୁରେନ୍ଦ୍ର ପାତ୍ର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ