• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅସ୍ତ୍ରଶସ୍ତ୍ର

ଅସ୍ତ୍ର ଶସ୍ତ୍ର ପ୍ରଦର୍ଶନକୁ ନେଇ କଟକଣା ହାଇକୋର୍ଟରେ ରଦ୍ଦ

May 15, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

କଟକ,ମଇ ୧୫ (ଓଡିଶା ଡଟ କମ), ଗତ ମାସ ସମ୍ବଲପୁର ସହରରେ ସ୍ଥାନୀୟ ପ୍ରଶାସନ ଜାରି କରିଥିବା ଧାର୍ମିକ କାର୍ଯ୍ୟକ୍ରମରେ ଅସ୍ତ୍ର ଶସ୍ତ୍ର ପ୍ରଦର୍ଶନକୁ ନେଇ କଟକଣା ହାଇକୋର୍ଟ ରଦ୍ଦ କରିଛନ୍ତି ।

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ପ୍ରଶାସନ ସହରରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କଟକଣା ଜାରି କରିଥିଲା ।

ତେବେ ଏହି କଟକଣାକୁ ଉଲ୍ଲଂଘନ କରି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଏପ୍ରିଲ ୧୪ରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରେ ଖଣ୍ଡା ପ୍ରଦର୍ଶନ କରି ପରେ ଗିରଫ ହୋଇଥିଲେ ।

ହନୁମାନ ଜୟନ୍ତୀରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ହିନ୍ଦୁ ଧର୍ମର ଏକ ପରମ୍ପରା ଓ ତାକୁ କେହି ବାରଣ କରିପାରିବେ ନାହିଁ ବୋଲି ସେ ଦର୍ଶାଇଥିଲେ।

ପ୍ରଶାସନର କଟକଣା ବିରୁଦ୍ଧରେ ହନୁମାନ ଜୟନ୍ତୀ ସମନ୍ଵୟ କମିଟି ସଭାପତି କର୍ନେଲ ପି କେ ପଣ୍ଡା ପରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ଗୁରୁବାର ଏହି ମାମଲାର ଶୁଣାଣି କରି ବିଚାରପତି ଶତ୍ରୁଘନ ପୂଜାହାରୀ ପ୍ରଶାସନ ଦ୍ଵାରା ଲଗାଯାଇଥିବା କଟକଣାକୁ ରଦ୍ଦ କରିଛନ୍ତି। ଜୟନ୍ତୀ ସମନ୍ଵୟ କମିଟିର ସଦସ୍ୟ ମାନଙ୍କ ବିରୁଦ୍ଧରେ ଏହି ମାମଲାରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏପ୍ରିଲ ୨୨ ତାରିଖ ଦିନ ସମ୍ବଲପୁର ଅତିରିକ୍ତ ଦୌରା ଜଜଙ୍କ ଅଦାଲତ କୋଡିଏ ହଜାର ଟଙ୍କାରର ବେଲ ବଣ୍ଡ ଓ ଦୁଇଜଣ ଜାମିନଦାରଙ୍କ ବଦଳରେ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅସ୍ତ୍ରଶସ୍ତ୍ର, କଟକଣା, ଜୟନାରାୟଣ ମିଶ୍ର, ସମ୍ବଲପୁର, ହନୁମାନ ଜୟନ୍ତୀ

କଟକଣା ସତ୍ଵେ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ

April 15, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ସମ୍ବଲପୁର, ଏପ୍ରିଲ ୧୫ (ଓଡିଶା ଡଟ କମ) ପ୍ରଶାସନର କଟକଣା ସତ୍ୱେ ମଙ୍ଗଳବାର ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଭାଗ ନେଇଥିବା କେତେକ ନେତା ଓ କାର୍ଯ୍ୟକର୍ତା ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଛନ୍ତି ।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରେ ଖଣ୍ଡା ପ୍ରଦର୍ଶନ କରି ଥିବା କୁହା ଯାଉଛି । ଶୋଭାଯାତ୍ରାରେ କେତେକ ସ୍ଥାନରେ ପ୍ରଦର୍ଶନକାରୀ ମାନେ ପ୍ରଶାସନ କୁ ବିରୋଧକରି ଟିଉବ ଲାଇଟ ଭାଙ୍ଗିଛନ୍ତି । କେତେକ ସ୍ଥାନରେ ଅନ୍ୟ କେତେକ ଶୋଭାଯାତ୍ରାକାରୀ ମଧ୍ୟ ଖଣ୍ଡା ପ୍ରଦର୍ଶନ କରିଛନ୍ତି ।

ପୁଲିସ କେତେକ ଖଣ୍ଡାକୁ ଜବତ କରିଛି । ହନୁମାନ ଜୟନ୍ତୀ ଅବସରରେ ସହରର ମନ୍ଦିର ମାନଙ୍କରେ ବିଶେଷ ପୂଜା ଅର୍ଚନା କର ଯାଇଥିଲା । ଶୋଭାଯାତ୍ରା ସମୟରେ ବୃକସ ହିଲର ହନୁମାନ ମନ୍ଦିରରୁ ଚାରୋଟି ଖଣ୍ଡା ବାହାର କରି ପୂଜା ଅର୍ଚନା କର ଯାଇଥିଲା । ଶୋଭାଯାତ୍ରାରେ ଶହ ଶହ ହନୁମାନ ଭକ୍ତ ଅଂଶ ଗ୍ରହଣ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଧାର୍ମିକ କାର୍ଯ୍ୟକ୍ରମ ମାନଙ୍କରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ପ୍ରଶାସନ ସହରରେ କଟକଣା ଜାରି କରିଛି । ଏହି କଟକଣା ଅନୁସାରେ କୌଣସି ଶୋଭାଯାତ୍ରାରେ କେହି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରି ପାରିବେ ନାହିଁ।

ଏହି କଟକଣା ତିନିମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ଓ ପରେ ଏହାର ଅବଧିକୁ ବଢାଯିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟ ଅଖିଳେଶ୍ଵର ସିଂହ କହିଥିଲେ । ସମ୍ବଲପୁର ସହରରେ ଅତୀତରେ ଧାର୍ମିକ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ଧାରଣକୁ କେନ୍ଦ୍ର କରି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିବାରୁ ଏହି କଟକଣା ଜାରି କରାଯାଇଛି ।

ପୁଲିସ ଶୋଭାଯାତ୍ରାର ଭିଡିଓ ରେକର୍ଡିଂ କରିଛି ଓ ରେକର୍ଡ କରାଯାଇଥିବା ଫୁଟେଜ ଯାଞ୍ଚ କରୁଥିବା କୁହା ଯାଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅସ୍ତ୍ରଶସ୍ତ୍ର, ଶୋଭାଯାତ୍ରା, ସମ୍ବଲପୁର, ହନୁମାନ ଜୟନ୍ତୀ

ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କଟକଣାକୁ ନେଇ ପ୍ରଶାସନ, କର୍ମକର୍ତ୍ତା ମୁହାଁମୁହିଁ

April 10, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦଦାତା

ସମ୍ବଲପୁର, ଏପ୍ରିଲ ୧୦ (ଓଡିଶା ଡଟକମ) ଚାରିଦିନ ପରେ ହେବାକୁ ଥିବା ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଉପରେ କଟକଣାକୁ କେନ୍ଦ୍ର କରି ସମ୍ବଲପୁର ସହରରେ ଜିଲା ପ୍ରଶାସନ ଓ ଜୟନ୍ତୀର କର୍ମକର୍ତ୍ତା ମାନେ ମୁହାଁମୁହିଁ ହୋଇଛନ୍ତି ।

ଗୋଟିଏ ପଟେ ଜୟନ୍ତୀ ଆୟୋଜକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିବା ଜିଦରେ ଅଟଳ ଥିବା ବେଳେ ପ୍ରଶାସନ ସେମାନଙ୍କୁ ଅନୁମତି ଦେବା ପାଇଁ ସ୍ପଷ୍ଟ ମନା କରିଦେଇଛି ।

ବିଚାର ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାପାଇଁ ପ୍ରଶାସନ ତରଫରୁ ଜୟନ୍ତୀ ଆୟୋଜକଙ୍କ ସହ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ତେବେ ଦୁଇ ପକ୍ଷ ପରସ୍ପର ଜିଦରେ କାଏମ ରହିବାରୁ ଏହା ବିଫଳ ହୋଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଧାର୍ମିକ କାର୍ଯ୍ୟକ୍ରମ ମାନଙ୍କରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ପ୍ରଶାସନ ସହରରେ ନିକଟରେ ଏହି କଟକଣା ଜାରି କରିଛି ।

ଏହି କଟକଣା ତିନିମାସ ପର୍ଯ୍ୟନ୍ତ ବଳବତ୍ତର ରହିବା ଓ ପରେ ଏହାର ଅବଧିକୁ ବଢାଯିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟ ଅଖିଳେଶ୍ଵର ସିଂହ କହିଛନ୍ତି ।

ସମ୍ବଲପୁର ସହରରେ ଅତୀତରେ ଧାର୍ମିକ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ଧାରଣକୁ କେନ୍ଦ୍ର କରି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିବାରୁ ଏହି କଟକଣା ଜାରି କରାଯାଇଥିବା ସେ କହିଛନ୍ତି ।

“ତେବେ ସହରରେ ଶୋଭାଯାତ୍ରା ପାଇଁ ସ୍ଵାଭାବିକ ଅନୁମତି ଦିଆଯାଉଛି । ଶୋଭାଯାତ୍ରା ଉପରେ କୌଣସି ବାରଣ କରାଯାଇନାହିଁ “, ସେ କହିଛନ୍ତି ।

ଅନ୍ୟ ପକ୍ଷରେ ଜୟନ୍ତୀ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି ଯେ ତାଙ୍କସହ ଆଲୋଚନା ନ କରି ପ୍ରଶାସନ ଏକ ଚାଟିଆ ଭାବେ ଏହି ପଦକ୍ଷେପ ନେଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅସ୍ତ୍ରଶସ୍ତ୍ର, କର୍ମକର୍ତ୍ତା, ପ୍ରଶାସନ, ଶୋଭାଯାତ୍ରା, ସମ୍ବଲପୁର

ସମ୍ବଲପୁର: ଅସ୍ତ୍ର ଧରି ଶୋଭାଯାତ୍ରାରେ ଭାଗନେବା ଉପରେ କଟକଣା

April 7, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦଦାତା

ସମ୍ବଲପୁର, ଏପ୍ରିଲ ୭ (ଓଡିଶା ଡଟକମ) ଅସ୍ତ୍ରଶସ୍ତ୍ର ଧରି ସମ୍ବଲପୁରରେ ଶୋଭାଯାତ୍ରାରେ କେହି ଭାଗ ନେଇପାରିବେ ନାହିଁ , ଜିଲା ପ୍ରଶାସନ ଆଗାମୀ ୧୪ ତାରିଖରେ ପଡୁଥିବା ହନୁମାନ ଜୟନ୍ତୀ ଅବସରରେ ସହରରେ ହେବାକୁଥିବା କାର୍ଯ୍ୟକ୍ରମକୁ ଆଖିଆଗରେ ରଖି ଏହି ନିର୍ଦେଶନାମା ଜାରି କରିଛି।

କାର୍ଯ୍ୟକ୍ରମ ମାନଙ୍କରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ଏହି କଟକଣା ଜାରି କରାଯାଇଥିବା ଜିଲ୍ଲା ପୁଲିସ ମୁଖ୍ୟ ଅଖିଳେଶ୍ଵର ସିଂହ ଓଡିଶା ଡଟ କମକୁ କହିଛନ୍ତି। ସହରରେ ଶୋଭାଯାତ୍ରା ପାଇଁ ସ୍ଵାଭାବିକ ଅନୁମତି ଦିଆଯାଉଛି । ଶୋଭାଯାତ୍ରା ଉପରେ କୌଣସି ବାରଣ କରାଯାଇନାହିଁ, ସେ କହିଛନ୍ତି ।

ଅସ୍ତ୍ରଶସ୍ତ୍ର ଧାରଣ କରି କେହି ଶୋଭାଯାତ୍ରାରେ ଭାଗନେଇ ପାରିବେ ନାହିଁ । ଏହି କଟକଣା ତିନିମାସ ପର୍ଯ୍ୟନ୍ତ ବଳବତ୍ତର ରହିବା। ପରେ ଏହାର ଅବଧିକୁ ବଢାଯିବ, ସେ କହିଛନ୍ତି । ସମ୍ବଲପୁର ସହରରେ ଅତୀତରେ ଧାର୍ମିକ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ଧାରଣକୁ କେନ୍ଦ୍ର କରି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିଲା।

ହନୁମାନ ଜୟନ୍ତୀ ଆୟୋଜନ କମିଟି ଚଳିତ ବର୍ଷ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରା ବାହାର କରିବା ଜିଦରେ ଅଟଳ ଥିବାରୁ ପ୍ରଶାସନ ଏହି ପଦକ୍ଷେପ ନେଇଥିବା କୁହା ଯାଇଛି।

ଓଡିଶା ଡଟକମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅସ୍ତ୍ରଶସ୍ତ୍ର, କଟକଣା, ଶୋଭାଯାତ୍ରା, ସମ୍ବଲପୁର, ହନୁମାନ ଜୟନ୍ତୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ