• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଆଇଓସିଏଲ୍

ଜଗତସିଂପୁର: ଆଇଓସିଏଲ୍ ପରିସ୍ଥିତିରେ ସୁଧାର

January 20, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଜଗତସିଂପୁର, ଜାନୁଆରୀ,୨୦(ଓଡିଶା ଡଟ୍ କମ୍)-ଠିକାଦାରଙ୍କ ସନ୍ଦେହଜନକ ମୃତ୍ୟକୁ ନେଇ ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଶନିବାର ଦିନ ଯେଉଁ ଲଙ୍କାକାଣ୍ଡ ସୃଷ୍ଟି ହୋଇଥିଲା ଆଜି ପରିସ୍ଥିତିରେ ସୁଧାର ଆସିଛି । ମୃତ୍ୟୁ ଶ୍ରମିକ ପରିବାରକୁ ୬ ଲକ୍ଷ ୫୦ ହଜାର କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରାଯାଇଛି ।

ଜିଲ୍ଲା ପ୍ରଶାସନ ଓ ଶ୍ରମିକ ସଂଗଠନର ଆଲୋଚନାପରେ କିଛି ସର୍ତରେ ଧାରଣା ପ୍ରତ୍ୟାହାର ହୋଇଛି । କିନ୍ତୁ ଏହି ଘଟଣା ପାଇଁ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଦାମୋଦର ରାଉତ ।

ସେ କହିଛନ୍ତି ପ୍ରଶାସନର ଛତ୍ରଛାୟାତଳେ ରହି ତୈଳ ବିଶୋଧନାଗାରର କିଛି ଦୁର୍ନୀତିଗସ୍ତ ପଦାଧିକାରୀ,ଅପରାଧ ପ୍ରବଣ ବ୍ୟକ୍ତିବିଶେଷ ଓ ଯୁବଗୋଷ୍ଠି ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ।

କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଜଗତସିଂପୁର ଜିଲ୍ଲା ପାଳ ସତ୍ୟ କୁମାର ମଲ୍ଲିକ । ସେ କହିଛନ୍ତି ଏ ଘଟଣାପାଇଁ ଜଲ୍ଲା ପ୍ରଶାସନ ଦାୟୀନୁହେଁ । କୌଣସି ଘଟଣାବଳିକୁ ଜିଲ୍ଲା ପ୍ରଶାସନ ପ୍ରଶୟ ଦେବ ନାହିଁ କି ଦେଉ ନାହିଁ । ଯାହା ଘଟୁଛି କୌଣସି ଏକ ଘଟଣା ଚକ୍ରରେ ଘଟି ଯାଉଛି ।

କୁଜଙ୍ଗ ବ୍ଲକ ତ୍ରିଲୋଚନପୁର ଗାଁର ସଂଜୟ ପାଳ ଆଇଓସିଏଲ୍ ପ୍ରକଳ୍ପର ଆଇଓଟେପ୍ ଇନଫ୍ରା କମ୍ପାନୀରେ ଠିକାକାମ କରୁଥିଲେ । ରାତିରେ କାର୍ଯ୍ୟ ଚାଲୁଥିବାରୁ ସେ ଶୁକ୍ରବାର ରାତିରେ ଘରକୁ ନଫେରି କମ୍ପାନୀ ପରିସରରେ ରହିଯାଇଥିଲେ ।

ଶନିବାର ସକାଳେ ଶ୍ରମିକମାନେ କାମ କରିବାକୁ କମ୍ପାନୀ ଭିତରକୁ ଯିବାବେଳେ ସଞ୍ଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ୯ନଂ. ଟାଙ୍କି ସିଡିିରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ସଞ୍ଜୟଙ୍କ ମୃତ୍ୟୁ ଖବର ବିଦ୍ୟୁତ ବେଗର ପ୍ରଚାର ହୋଇଯାଇଥିଲା ।

ଖବରପାଇ ନିକଟସ୍ଥ ତ୍ରିଲୋଚନପୁର ଗାଁର ହଜାର ହଜାର ମହିଳା ଓ ପୁରୁଷ ଆଇଓସିଏଲ୍ ଫାଟକ ନିକଟରେ ପହଞ୍ଚିଥିଲେ । ଶ୍ରମିକମାନେ ମଧ୍ୟ ଫାଟକ ନିକଟରେ ଏକତ୍ର ହୋଇଥିଲେ । ଲୋକେ ସଞ୍ଜୟଙ୍କ ମୃତଦେହ ଦେଖିବାକୁ ଚାହିଁଥିଲେ ମଧ୍ୟ ସିଆଇଏସଏଫ ଯବାନ ସେମାନଙ୍କୁ କମ୍ପାନୀ ଭିତରକୁ ଛାଡିନଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକ ଓ ଶ୍ରମିକଙ୍କ ସହ ସିଆଇଏସଏଫ୍ ଯବାନଙ୍କ ପାଟିତୁଣ୍ଡ ହୋଇଥିଲା ।

ଉତ୍ୟକ୍ତ ଲୋକେ ୧ନମ୍ବର ଫାଟକ ନିକଟରେ ଧାରଣାରେ ବସି ପ୍ରକଳ୍ପ ଭିତରକୁ କାହାରିକୁ ଛାଡିନଥିଲେ । ଫାଟକ ନିକଟରୁ ଉଠାଇବା ପାଇଁ ସିଆଇଏସଏଫ୍ ଯବାନ ଲୋକଙ୍କୁ ଅନୁରୋଧ କରି ବିଫଳ ହେବାପରେ ଲାଠିମାଡ କରିଥିଲେ ।

ଜବାବରେ ଲୋକେ ମଧ୍ୟ ଢେଲାପଥର ମାଡ କରିଥିଲେ । ପରିସ୍ଥିତି ଅଧିକ ଜଟିଳ ହେବାରୁ ଯବାନ ମାନେ ୩ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ । ଗୁଳିଚାଳନା ଦେଖି ଲୋକମାନେ ଜୀବନ ବିକଳରେ କିଏ କୁଆଡେ ଦୌଡି ପଳାଉଥିବାବେଳେ ସିଆଇଏସଏଫ୍ ଯବାନ ଶ୍ରମିକଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ । ଏଥିରୁ ମହିଳା ବି ବାଦ ପଡିନଥିଲେ ।

ଲାଠି ମାଡରେ ତ୍ରିଲୋଚନପୁର ଗାଁର ରଥି ବେହେରା, ସୁଧୀର ପଣ୍ଡା, ଅମୂଲ୍ୟ ପଲାଇ, ଅମର ବେହେରା, ନରେଶ ବେହେରା, ଚାରୁ ବେହେରା, ନରି ପ୍ରଧାନ, ଅଧିର ଦାସ, ଅମିର ଦାସ, ରଂଜନ ନାୟକ, ବାବୁଲି ପଲାଇ, ରାଧୁ ଦାସ, ମାଧ ପାତ୍ର, ପ୍ରଶାନ୍ତ ବିଶ୍ୱାଳ, ଦିଲିପ ପାତ୍ର, ଚୁଟିଆ ଭୋଳ, ସୁଲୋଚନା ପ୍ରଧାନ, ଦମୟନ୍ତୀ ଦାସ, ଶକୁନ୍ତଳା ଚୈନୀ, ଭାରତୀ ବେହେରା, ସୁକାନ୍ତୀ ନାୟକ, କାଞ୍ଚନ ମହାନ୍ତି, ମଙ୍ଗରାଜପୁର ଗାଁର ପ୍ରମୋଦ ତରାଇ, ମାହାଳ ଗାଁର ରଂଜନ ଜେନା ପ୍ରମୁଖ ଆହତ ହୋଇଛନ୍ତି ।

ଆହତମାନେ କୁଜଙ୍ଗ, ଆଇଓସିଏଲ୍, ଅଠରବାଙ୍କି ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ବେଳେ ୫ ଜଣ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପ୍ରତିବାଦରେ ମା’ ବୈଦେହୀ ଶ୍ରମିକ ସଂଘ ପକ୍ଷରୁ ୧ନମ୍ବର ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି ।

ସଂଘର ନେତା ରାକେଶ ପଟ୍ଟନାୟକ ଓ ବାବୁରାମ ଚୌଧୁରୀଙ୍କ ନେତୃତ୍ୱରେ ହଜାରେରୁ ଅଧିକ ଶ୍ରମିକ ଓ ସ୍ଥାନୀୟ ଲୋକ ଧାରଣାରେ ବସି ମୃତ ଠିକାଦାରଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ, ତଦନ୍ତ ଦାବି କରିବା ସହ ଆଇଓସିଏଲ୍ ପ୍ରକଳ୍ପ ସୁରକ୍ଷା ଦାୟିତ୍ୱରୁ ସିଆଇଏସଏଫ୍କୁ ବରଖାସ୍ତ କରିବାକୁ ଦାବି କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅଠରବାଙ୍କି ଡାକ୍ତରଖାନା, ଆଇଓସିଏଲ୍, କୁଜଙ୍ଗ ବ୍ଲକ, ଜଗତସିଂପୁର, ତୈଳ ବିଶୋଧନାଗାର, ପାରାଦ୍ୱୀପ, ଶ୍ରମିକ ସଂଗଠନ

ଶ୍ରମିକଙ୍କ ଆନ୍ଦୋଳନ ଯୋଗୁଁ ଆଇଓସିଏଲରେ କାର୍ଯ୍ୟ ପ୍ରଭାବିତ

July 3, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜୁଲାଇ ୩(ଓଡ଼ିଶା ଡ଼ଟ୍ କମ୍) ଶ୍ରମିକଙ୍କ ଉପରେ ସିଆଇଏଏଫ୍ ଯବାନଙ୍କ ଗୁଳିମାଡ଼ ପ୍ରତିବାରେ ମଙ୍ଗଳବାର ଶ୍ରମିକ ସଂଗଠନର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ତୈଳ ବିଶୋଧନାଗାରରେ କାର୍ଯ୍ୟ ପ୍ରଭାବିତ ହୋଇଛି ।

ଶ୍ରମିକମାନେ ରଙ୍ଗିଆଗଡ଼ ଠାରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ବିଶୋଧନାଗାରକୁ କୌଣସି ଯାନବାହାନ ପ୍ରବେଶ କରିପାରି ନାହିଁ ।

କେନ୍ଦ୍ରାଞ୍ଚଳ ଆଇଜି ଆଜି ଜଗତସିଂହପୁରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିବା ବେଳେ ଗୁଳିମାଡ଼ କରିଥିବା ଯବାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ସୋମବାର କେତେକ ଶ୍ରମିକ ବିନା ଗେଟ୍ ପାସ୍ ରେ ବଳପୂର୍ବକ ବିଶୋଧନାଗାରର ଚାରି ନମ୍ବର ଫାଟକ ଦେଇ ଭିତରକୁ ଯିବାକୁ ଚେଷ୍ଟା କରିଥିବା ବେଳେ ଶିଳ୍ପ ସୁରକ୍ଷା ବାହୀନୀ ଯବାନଙ୍କ ସହ ସେମାନଙ୍କର ବଚସା ହୋଇଥିଲା ।

ଏହି ଘଟଣାକୁ ନେଇ ସୁରକ୍ଷା କର୍ମୀମାନେ ଶ୍ରମିକଙ୍କ ଉପରକୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଥିଲା ଏବଂ ଏଥିରେ ଆଠ ଜଣ ଶ୍ରମିକ ଆହତ ହୋଇଥିଲେ । ଆହତ ମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ତେବେ ଏହି ଘଟଣା ନେଇ ଉଭୟ ସିଆଇଏସ୍ଏଫ୍ ଯବାନ ଓ ଶ୍ରମିକଙ୍କ ପକ୍ଷରୁ ବିଜୟଚନ୍ଦ୍ରପୁର ଥାନାଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଛି । ସଂପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଇଓସିଏଲ୍, କେନ୍ଦ୍ରାଞ୍ଚଳ ଆଇଜି

ମହାନଦୀରୁ ପାଣି ନେବାକୁ ଆଇଓସିଏଲ୍ କୁ ଅନୁମତି

February 27, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) ମହାନଦୀ ହାଡ଼ିଆପଠା ଠାରେ ବେଆଇନ ନିର୍ମାଣ ମାମଲାର ଚୂଡ଼ାନ୍ତ ରାୟ ଶୁଣାରି କରି ହାଇକୋର୍ଟ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ୍)କୁ ମହାନଦୀରୁ ପାଣି ନେବାକୁ ଅନୁମତି ପ୍ରଦାନ କରିଛନ୍ତି ।

ତେବେ ଖରାଦିନରେ ପାଣି ନେବା ଉପରେ ବିଚାରପତି ବିମଳ ପ୍ରସାଦ ଦାସ ଓ ବିଚାରପତି ମନମୋହନ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ କଟକଣା ଜାରି କରିଛନ୍ତି ।

ଏହି ସମୟରେ ଏକ ଜଳଭଣ୍ଡାର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେବା ସହ କୋର୍ଟ କେତେକ ସର୍ତ ରଖିଛନ୍ତି । ଶିଶୁ ଭବନର ବିକାଶ ପାଇଁ ଦଶ କୋଟି ଟଙ୍କା ଏବଂ କଟକ ସହରର ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ତିନି କୋଟି ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବେଆଇନ ନିର୍ମାଣ ନେଇ କରାଯାଇଥିବା କଟକଣାକୁ କୋର୍ଟ ପ୍ରତ୍ୟାହାର କରିନେଇଥିବା ବେଳେ ବିନା ଅନୁମତିରେ ବଡ଼ ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଦର୍ଶାଯାଇଛି ।

କଟକ ସହରରେ ଏକ ଟ୍ରିନେଣ୍ଟ ପ୍ଳାଣ୍ଟ ନିର୍ମାଣ କରିବା ସହ ପାଞ୍ଚଟି ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଖଣ୍ଡପୀଠରେ ଦର୍ଶାଯାଇଛି ।

ହାଡ଼ିଆପଠା ଠାରେ ଚାଲିଥିବା ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ୍ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ବେଆଇନ ନିର୍ମାଣ ବନ୍ଦ କରାନଗଲେ ଏହା ରିଙ୍ଗବନ୍ଧ ଏବଂ ବ୍ୟାରେଜ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଏଥିରେ ଉଲ୍ଲେଖ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଌଦ୍ଭଭଗ୍ଦକ୍ଟ୍ର;

admin
admin

Filed Under: ମୁଖ୍ୟ ଖବର Tagged With: ଆଇଓସିଏଲ୍, ମହାନଦୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ