• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଆଇସକ୍ରିମ ପାର୍ଲର

ଭୁବନେଶ୍ଵରରେ ଓମଫେଡର ତୃତୀୟ ଆଇସକ୍ରିମ ପାର୍ଲର

September 30, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୩୦ (ଓଡିଶା ଡଟ କମ) କୃଷି, ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ଭୁବନେଶ୍ଵରର ନୟାପଲ୍ଲୀ ଅଞ୍ଚଳରେ ଥିବା ଆଇଆରସି ଭିଲେଜରେ ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ) ଦ୍ଵାରା ପ୍ରତିଷ୍ଠା କରାଯାଇଥିବା ଏକ ଆଇସକ୍ରିମ ପାର୍ଲରର ବୁଧବାର ଶୁଭ ଉଦଘାଟନ କରିଛନ୍ତି ।

omfed-30-9-5ରାଜଧାନୀରେ ଏହା ହେଉଛି ଓମଫେଡର ତୃତୀୟ ଆଇସକ୍ରିମ ପାର୍ଲର । ପ୍ରାୟ ପଚିଶ ଲକ୍ଷ ଟଙ୍କାରେ ନିର୍ମିତ ଏହି ଶୀତତାପ ନିୟନ୍ତ୍ରିତ ପାର୍ଲର ପ୍ରତିଦିନ ସକାଳ ଦଶଟାରୁ ରାତି ନଅଟା ପର୍ଯ୍ୟନ୍ତ ଖୋଲା ରହିବ ।

ସହରର ଶହୀଦ ନଗର ଓ ସିରିପୁରରେ ପୂର୍ବରୁ ଏହି ଦୁଗ୍ଧ ଓ ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନକାରୀ ସଂସ୍ଥା ଆଇସକ୍ରିମ ପାର୍ଲର ଖୋଲି ସାରିଛି ।

ଚଳିତ ବର୍ଷ ଫେବୃୟାରୀରେ ଖୋଲିଥିବା ଶିରିପୁର ପାର୍ଲର ଗତ ଗତ ଛଅ ମାସ ମଧ୍ୟରେ ପ୍ରାୟ କୋଡିଏ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବାରୁ ଓମଫେଡର ଉତ୍ପାଦ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢିଥିବା ପରିଲକ୍ଷିତ ହୋଇଛି ।

omfed-30ନିକଟ ଭବିଷ୍ୟତରେ ରାଜଧାନୀରେ ଆଉ ଦଶଟି ଆଇସକ୍ରିମ ପାର୍ଲର ଖୋଲିବା ପାଇଁ ସରକାର ସହାୟତା ଯୋଗାଇଦେବେ ବୋଲି ଓମଫେଡ ପରିଚାଳନା ନିର୍ଦ୍ଦେଶକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ର ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେଠୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଓମଫେଡ ଜନସାଧାରଣଙ୍କ ଅଧିକ ବିଶ୍ଵାସଭଜନ ହୋଇପାରିଛି ।

ସୋସିଆଲ ନେଟୱାର୍କରେ ନିଜର ଉପସ୍ଥିତି ଜାହିର କରିବା ଉଦ୍ଦେଶ୍ୟରେ ଏହି ସଂସ୍ଥା ଚାରି ମାସ ତଳେ ଆରମ୍ଭ କରିଥିବା ଏକ ସ୍ଵତନ୍ତ୍ର ଫେସବୁକ ପେଜ ବା ପୃଷ୍ଠାକୁ ପ୍ରାୟ ୩୭ ହଜାର ଲୋକ ଲାଇକ କରିଥିବାରୁ ଗ୍ରାହକଙ୍କ ସହ ଓମଫେଡ ସମ୍ପର୍କ ବୃଦ୍ଧି କରିବାରେ omfed-30=9-3ସଫଳ ହୋଇଛି ।

ଆଇସକ୍ରିମ ପାର୍ଲର ଉଦଘାଟନ  ଅବସରରେ ମନ୍ତ୍ରୀ ଏବଂ ଅନ୍ୟ ଅତିଥି ମାନେ ଓମଫେଡ ପନୀର ଓ ଛେନାପୋଡର ନୂଆ ଡିଜାଇନ ମଧ୍ୟ ଉନ୍ମୋଚନ କରିଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଆଇସକ୍ରିମ ପାର୍ଲର, ଓମଫେଡ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ