• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଆଠଗଡ

୧୨ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ଯୁବକ

March 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମାର୍ଚ୍ଚ ୨୭(ଓଡ଼ିଶା ଡ଼ଟ୍ କମ୍) ଦୀର୍ଘ ୧୨ ବର୍ଷ ପରେ କଟକ ଜିଲ୍ଲାର ଜଣେ ଯୁବକ ଘରକୁ ଫେରିଥିବା ବେଳେ ହଜିଲା ପୁଅକୁ ପାଇ ତାଙ୍କ ପରିବାର ଲୋକେ ଆନନ୍ଦରେ ବିମୋହିତ ହୋଇପଡ଼ିଛନ୍ତି ।

ଆଠଗଡ ଥାନା ଭାଗିରଥିପୁର ଗ୍ରାମର ନାରାୟଣ ପ୍ରଧାନଙ୍କ ପୁଅ ବେଣୁଧର ପ୍ରଧାନ ସୋମବାର ଘରକୁ ଫେରି ଆସିବା ପରେ କେବଳ ପରିବାର ଲୋକ ନୁହେଁ ଗାଁରେ ମଧ୍ୟ ଖୁସିର ଲହରୀ ଖେଳି ଯାଇଛି ।

ପାକିସ୍ତାନ ଜେଲରେ ସଜା ଭୋଗିବା ପରେ ବେଣୁଧର ରେଡକ୍ରସ ସହାୟତାରେ ନିଜ ଘର ଲୋକଙ୍କ ପାଖରେ ପହଞ୍ଚିଛନ୍ତି ।

ପୁଅକୁ ଫେରିପାଇ ମା’ ବାସନ୍ତୀ ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି । ଉକ୍ତ ଯୁବକଙ୍କୁ ଫେରି ପାଇବେ ବୋଲି ପରିବାର ଲୋକେ ଆଶା କରି ନ ଥିଲେ । ବହୁତ ଖୋଜାଖୋଜି କରିବା ପରେ ଭାଗ୍ୟକୁ ଆଦରିଚୁପ୍ ରହିଥିଲେ ।

ଗତ ଫେବୃଆରୀ ମାସରେ ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ବେଣୁଧର ଅମୃତସରରେ ଥିବା ଜାଣିବାକୁ ପାଇଥିଲେ । ପରେ ପରିବାର ଲୋକଙ୍କୁ ଓଡିଶା ରେଡକ୍ରସ ଶାଖାର ସମ୍ପାଦକଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଥିଲା ।

କୌଣସି କଥାକୁ ନେଇ ଘରେ ଗାଳି ଦେବାରୁ ବେଣୁଧର ରାଗି ଅନ୍ୟତ୍ର ପଳାଇଥିଲେ । ଏ ନେଇ ସେମାନେ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ।

ତେବେ ଗତ ବର୍ଷ କିଛି ପୋଲିସ ଅଧିକାରୀ ଗାଁକୁ ଆସି ବୀରୁ ନାମଜ ଯୁବକଙ୍କ ନିଖୋଜ ଥିବା ସଂପର୍କରେ ପଚରାଉଚରା କରିଥିଲେ । ବୀରୁ ନାମରେ କେହି ନ ଥିବାରୁ ସେମାନେ ତାଙ୍କ ବାପାଙ୍କ ନାମ ନାରାୟଣ କହିବା ପରେ ବେଣୁଧରଙ୍କ ସଂପର୍କରେ ତଥ୍ୟ ନେଇ ଯାଇଥିଲେ ।

ଫେବୃଆରୀ ୨୫ ତାରିଖରେ ଆଠଗଡ ପୋଲିସ ଗାଁକୁ ଆସି ବେଣୁଧର ଆସିଛନ୍ତି କି ନାହିଁ ସେ ନେଇ ପଚାରି ବୁଝିଥିଲେ । କିନ୍ତୁ ସେ କେଉଁଠି ଅଛନ୍ତି କିଛି କହି ନଥିଲେ । ଏନେଇ ସେମାନେ ଉଚ୍ଚ ପୋଲିସ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା ।

ତେବେ ଚଳିତ ମାସରେ ବେଣୁଧର ପାକିସ୍ତାନ ଜେଲରେ ଥିବା ପରିବାର ଲୋକେ ରେଡକ୍ରସ ପକ୍ଷରୁ ଜାଣିବାକୁ ପାଇଥିଲେ । ସେ ଭୁଲବଶତଃ ସେତେବେଳେ ସମଝୌତା ଏକ୍ସପ୍ରେସରେ ପାକିସ୍ତାନ ଚାଲି ଯାଇଥିଲେ ।

ଦଣ୍ଡର ସମୟସୀମା ଶେଷ ହେବା ପରେ ପାକିସ୍ତାନ ପୋଲିସ ଗତ ଫେବୃଆରୀ ୧୬ରେ ୧୧ ଜଣ ଭାରତୀୟଙ୍କୁ ମୁକ୍ତ କରି ଭାରତକୁ ପଠାଇଥିଲେ ଏବଂ ସେମାନଙ୍କ ମଧ୍ୟରେ ବେଣୁଧର ମଧ୍ୟ ଥିଲେ ।

ସେଠାରେ ଯାଞ୍ଚ ସମୟରେ ତାଙ୍କ ପାଖରେ ଭିସା ଓ ପାସପୋର୍ଟ ନ ଥିବାରୁ ତାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଥିଲା । ଅନୁପ୍ରବେଶ ଅଭିଯୋଗରେ ସେଠାରେ ତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଆଠଗଡ, କଟକ, ପାକିସ୍ତାନ

ମାର୍ଚ୍ଚ ୧୮ରେ ଆଠଗଡ଼଼ ଉପନିର୍ବାଚନ

February 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ,ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ମାର୍ଚ୍ଚ ୧୮ରେ ଆଠଗଡ଼ ବିଧାନସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଭାରତର ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି ।

ଘୋଷଣା ଅନୁଯାୟୀ ଆଜି ଠାରୁ କଟକ ଜିଲ୍ଲାରେ ଆଚରଣବିଧି ଲାଗୁ କରାଯାଇଛି । ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି କୁହାଯାଇଛି ।

ଆଠଗଡ଼ ସମେତ ଆନ୍ଧ୍ରପ୍ରଦେଶର ସାତଟି ବିଧାନସଭା ଆସନ, ଗୁଜୁରାଟ, କେରଳ, ତାମିଲନାଡ଼ୁର ଗୋଟଏ ଲେଖାଏଁ ଆସନ ଏବଂ କର୍ଣ୍ଣାଟକର ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ।

ଘୋଷଣା ଅନୁସାରେ ଚଳିତ ମାସ ୨୨ରେ ସଂପୃକ୍ତ ଜିଲ୍ଲାର ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିବେ ଏବଂ ସେହିିନ ଠାରୁ ପ୍ରାଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ।

୨୯ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରଖାଯାଇଥିବା ବେଳେ ମାର୍ଚ୍ଚ ୧ରେ ପ୍ରାର୍ଥୀପତ୍ର ଯାଂଚ ଏବଂ ୩ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରରେ ଶେଷଦିନ ରଖାଯାଇଛି ।

ସେହିପରି ୨୧ରେ ଭୋଟ୍ ଗଣତି କରାଯିବ ବୋଲି କୁହାଯାଇଛି । ଗତ ଡ଼ିସେମ୍ବର ୯ରେ ସୁପ୍ରିମକୋର୍ଟ ଆଠଗଡ଼ ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ସାନି ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ଆସନ ଖାଲି ପଡ଼ିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଠଗଡ, ଉପନିର୍ବାଚନ

ଆଠଗଡ଼ ନିର୍ବାଚନ: ହାଇକୋର୍ଟ ରାୟ ସୁପ୍ରିମକୋର୍ଟରେ କାଏମ

December 9, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ଡ଼ିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) କଟକ ଜିଲ୍ଲା ଆଠଗଡ଼ ବିଧାନସଭା ନିର୍ବାଚନ ମାମଲାରେ ହାଇକୋର୍ଟ ଦେଇଥିବା ରାୟକୁ ଶୁକ୍ରବାର ସୁପ୍ରିମକୋର୍ଟ କାଏମ ରଖିଛନ୍ତି ।

ଏହାସହ ଉକ୍ତ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିବା ବର୍ତମାନର ସ୍ୱାଧିନ ବିଧାୟକ ରମେଶ ରାଉତଙ୍କ ସଭ୍ୟ ପଦ ରଦ୍ଧ କରିଦେଇଛନ୍ତି ।

ଗତ ୨୦୦୯ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରାର୍ଥୀପତ୍ର ସହିତ ଦଳୀୟ ଟିକେଟ୍ ରେ ମୂଳ କପି ପ୍ରଦାନ କରିନଥିବା ଦର୍ଶାଇ ଯାଞ୍ଚ ସମୟରେ ରିଟର୍ଣ୍ଣିଂ ଅଫିସର ତାଙ୍କ ପ୍ରାର୍ଥୀପତ୍ର ଖାରଜ କରିଦେଇଥିଲେ ।

ଏହାକୁ ନେଇ ରଣେନ୍ଦ୍ର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଏବଂ ଗତ ୨୦୧୦ ଜୁନ୍ ୨୩ରେ ହାଇକୋର୍ଟ ଏହାର ଶୁଣାଣି କରି ରମେଶଙ୍କ ସଭ୍ୟ ପଦ ରଦ୍ଧ କରିବା ସହ ପୁନଃ ନିର୍ବାଚନ ପାଇଁ
ନିର୍ଦ୍ଦେଶ ଦେଇଥିଲେ ।

ଏହା ଉପରେ ରହିତାଦେଶ ଜାରି କରିବା ସହ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ତାଙ୍କୁ ଦଶ ସପ୍ତାହ ସମୟ ଦେବାକୁ ରମେଶ ଜୁନ୍ ୨୪ରେ ହାଇକୋର୍ଟରେ ଆବେଦନ କରିଥିଲେ ।

ତେବେ ସାନି ନିର୍ବାଚନ ଉପରେ ରହିତାଦେଶ ଜାରି କରିବା ପାଇଁ କରାଯାଇଥିବା ଆବେଦନକୁ ହାଇକୋର୍ଟ ଗତ ଜୁନ୍ ୨୯ରେ ଖାରଜ କରିଦେଇଥିଲେ ।

ପରେ ରମେଶ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆଠଗଡ, ବିଧାନସଭା, ରାଜନୀତି

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ