• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଆତଙ୍କବାଦୀ

ଆତଙ୍କବାଦୀ ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

June 27, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୨୭(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ ଆତଙ୍କବାଦୀ ସଂଗଠନ ଲଶ୍କର ଇ ତୋଇବା ଆକ୍ରମଣ କରିବାକୁ ଯୋଜନା କରୁଥିବା ଖବର ପାଇବା ପରେ ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଆକ୍ରମଣ ଆଶଂକା ଏକ ଗମ୍ଭୀର ବିଷୟ । ଏହାର ମୁକାବିଲା ପାଇଁ ପୋଲିସ ପ୍ରସ୍ତୁତ ରହିଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ସମ୍ଭାବ୍ୟ ଆକ୍ରମଣର ମୁକାବିଲା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେବାପରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ରଥଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବାରୁ ଏବଂ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ବିଭିନ୍ନ ବସଷ୍ଟାଣ୍ଡ, ରେଳଷ୍ଟେସନ ଏବଂ ଜନଗହଳି ସ୍ଥାନରେ ଯାତ୍ରୀ ମାନଙ୍କୁ ଯାଞ୍ଚ କରାଯାଉଛି । କୌଣସି ସନ୍ଦିଗ୍ଧ ବ୍ୟକ୍ତି ନଜରକୁ ଆସିଲେ ପୋଲିସକୁ ସୂଚନା ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ପୁରୀ ରଥଯାତ୍ରା ଏବଂ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟି ଉପରେ ଆତଙ୍କବାଦୀ ଆକ୍ରମଣ କରିବାର ସମ୍ଭାବନା ରହିଛି ବୋଲି ଆସାମ ପୋଲିସ ମହାନିର୍ଦ୍ଦେଶକ ମଙ୍ଗଳବାର କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆତଙ୍କବାଦୀ, ମୁଖ୍ୟମନ୍ତ୍ରୀ

ସାନନ୍ଦ ପାଇଲେ ଭିନ୍ନକ୍ଷମ ଭତ୍ତା

November 30, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର,ଡ଼ିସେମ୍ବର୧(ଓଡ଼ିଶା ଡ଼ଟ୍ କମ୍) ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ୨୦୦୮ର ଶିକାର ହୋଇଥବା ବାଲେଶ୍ୱର ଜିଲ୍ଲାର ସାନନ୍ଦ ତିନିବର୍ଷ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଭିନ୍ନକ୍ଷମ ଭତ୍ତା ପାଇଛନ୍ତି ।

ତାଙ୍କ ବିଷୟରେ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇବା ପରେ ବାଲେଶ୍ୱର ଜିଲ୍ଲାପାଳ ଡ଼. ଅଖିଳ ବିହାରୀ ଓତା ତାଙ୍କୁ ଡ଼କାଇ ତାଙ୍କର ଭିନ୍ନକ୍ଷମ ଭତ୍ତା କରାଇବୋ ସହ ତାଙ୍କୁ ଚଳିତ ମାସ ୧୦ତାରିଖ ସୁଦ୍ଧା ଏକ ନିର୍ଦ୍ଦିଷ୍ଟ କଂପାନୀରେ ଚାକିରୀ ଦିଆଯିବ ଓ ବୋଲି ଘୋଷଣା କରିଛନ୍ତି ।

ଏହା ବ୍ୟତୀତ ତାଙ୍କୁ ଅଧିକଦୁଇଲକ୍ଷ ଟଙ୍କା ସାହାଯ୍ୟ ଦିଆଯିବ ବୋଲି ଜିଲ୍ଲାପାଳ ରେଳବାଇ ବିଭାଗକୁୂ ସୁପାରିଶ କରିଛନ୍ତି ।

ଏହି ଆତଙ୍କବାଦୀ ଆକ୍ରମଣରେ ତାଙ୍କ ଗୋଡ଼ରେଦୁଇଟି ଗୁଳି ବାଜିବାରୁ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ପରଦିନ ନିଜକୁ ଜେ.ଜେ.ହସପିଟାଲରେ ପାଇଥିଲେ । ତାଙ୍କ ଗୋଡ଼ର ଅସ୍ତ୍ରୋପଚାର କରା ଯାଇଥିଲା ।

କିନ୍ତୁ ସେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରି ନ ଥିଲେ । ତିନିବର୍ଷ ହେଲା ସେ ଆଶାବାଡ଼ି ଧରି ଚଲାବୁଲା କରୁଛନ୍ତି । ସେ ସମୟରେ ତାଙ୍କୁ ଉଭୟ ରେଳବାଇ ଓ ମହାରାଷ୍ଟ୍ର ସରକାର ପ୍ରତ୍ୟେକ ପଚାଶ ହଜାର ଟଙ୍କା ଲେଖାଏଁ ସାହାଯ୍ୟ ରାଶି ଦେଇଥିଲେ ।

ସେ ସମୟରେ ତାଙ୍କୁ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରା ଯାଇଥିଲେ ସୁଦ୍ଧା ତାହା ହୋଇପାରିନଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ,ସାନନ୍ଦଙ୍କ ଘରେ ତାଙ୍କ ପତ୍ନୀ,ବୃଦ୍ଧା ମା ଓ ଗୋଟିଏ ଚାରି ବର୍ଷର ପୁଅ ଅଛନ୍ତି । ଏହି ଦୁର୍ଘଟଣା ପରେ ଉଭୟ ମା ଓ ସ୍ତ୍ରୀଦିନ ମଜୁରିଆ ଭାବେ କାମ କରି ଘରର ଭରଣପୋଷଣ କରୁଥିଲେ ।

ଓଡ଼ିଶା ଡ଼ଟ୍ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆତଙ୍କବାଦୀ, ମୁମ୍ବାଇ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ