• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଆଦିବାସୀ

ଶୂଳିଆ ଯାତ୍ରା ଆରମ୍ଭ:ପ୍ରଶାସନର ବାରଣସତ୍ୱେ ପଶୁବଳି

January 16, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ଜାନୁଆରୀ ୧୫(ଓଡିଶା ଡଟ୍ କମ୍)-ବଲାଙ୍ଗୀର ଜିଲ୍ଲାରେ ଆଜି ଠାରୁ ପ୍ରସିଦ୍ଧ ଶୂଳିଆ ଯାତ୍ରା ଆରମ୍ଭ । ସୁଲିଆ ପୀଠର ବଡଖଳା ଠାରେ ଦୀର୍ଘ ୭ ବର୍ଷପରେ ପୁଣି ଥରେ ପଶୁବଳି ପଡିଛି ।

ମଙ୍ଗଳବାର ସକାଳେ ଆଦିବାସୀମାନେ ପାରମ୍ପରିକ ବେଶ,ପୋଷାକ,ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବାଜା ବଜାଇ ଶୋଭାଯାତ୍ରାରେ ଆସି ସୁଲିଆ ପୀଠରେ ପହଞ୍ଚିଥିଲେ । ପ୍ରଥମେ ରୀତି,ନୀତି ଅନୁଯାୟୀ ପୂଜା କଲାପରେ ସକାଳେ ବଳି ପ୍ରଦାନ କରିଥିଲେ ।

ତାପରେ ପରେ ସେଠାରେ କ୍ରମାଗତ ଭାବରେ ଛେଳି,କୁକୁଡା,ପୋଡ,ବତକ ବଳି ଦିଆଯାଇଥିଲା । ବଡଖଳା ବ୍ୟତୀତ ସାନଖଳା ଓ ନୂଆଖଳାରେ ମଧ୍ୟ ବଳିପଡିଛି । ସଂସ୍କାରିତ ହୋଇ ବଳି ଠାରୁ ଦୂରେଇ ଯାଇଥିବା ସୁଲିଆ ପୀଠର ମୁଖ୍ୟ ପୂଜକ ବିରଞ୍ଚି କୁଆଁର ଚଳିତ ବର୍ଷ ନିଜ ସଂପ୍ରଦାୟର ଲୋକଙ୍କ ସହ ସାମିଲ ହୋଇ ନିଜେ ବଳିରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ବ୍ରଜ କିଶୋର ସିଂଭୋଇ ଓ ଆୟୋଜକ କମିଟିର ସଂପାଦକ ମଧୁ ପ୍ରଧାନ କହିଛନ୍ତି ଯେ,ପରମ୍ପରା ଅନୁଯାୟୀ ବଡ ଖଳାରେ ଆମେ ଗୋଟିଏ ବଳି ପ୍ରଦାନ କରିଛୁ ।

କିନ୍ତୁ ମାନସିକ କରିଥିବା ଭକ୍ତମାନେ ବଳିଦେଲେ ଆମେ କଣ କରିବୁ ? ଘଟଣାସ୍ଥଳରେ ଉପସ୍ଥିତ ଥିବା ବଲାଙ୍ଗୀର ଏସ୍ ପି ରମେଶ ପ୍ରକାଶ କହିଛନ୍ତି ଯେ,ଆଦିବାସୀଙ୍କ ପରମ୍ପରାରେ ହସ୍ତକ୍ଷେପ କରିବାକୁ ଆମେ ଚାହୁଁନାହୁଁ ।

କିନ୍ତୁ ବହୁ ସଂଖ୍ୟକ ଜୀବ ଜନ୍ତୁଙ୍କୁ ବଳି ନଦେବାପାଇଁ ହାଇକୋର୍ଟ ଆଦେଶ ଥିବାରୁ ଆମେ ତାକୁ ପାଳନ କରୁଛୁ । ବଡଖଳାରେ ବଳିଦେବାପାଇଁ ଆସିଥିବା ଲୋକମାନଙ୍କୁ ପୋଲିସ ପ୍ରତିରୋଧ କରିବାକୁ ଚେଷ୍ଟା କରିବାରୁ ସାମାନ୍ୟ ଉତେଜନା ଦେଖାଯାଇଥିଲା । ସଂପୃକ୍ତ ଖଳାମାନଙ୍କରେ ୧୪୪ଧାରା ଜାରି କରାଯାଇଥିଲେ ମଧ୍ୟ ଆଦିବାସୀମାନେ ତାକୁ ମାନିନଥିଲେ ।

ଓଡିଶା ଡଟ୍ କମ୍

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆଦିବାସୀ, ପଶୁବଳି, ଶୂଳିଆ ଯାତ୍ରା, ହାଇକୋର୍ଟ

ମଙ୍ଗଳବାର ବଲାଙ୍ଗୀର ସୁଲିଆ ଯାତ୍ରା:ମୁଖ୍ୟ ଖଳାରେ ୧୪୪ ଧାରା

January 14, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ଜାନୁଆରୀ ୧୪(ଓଡିଶା ଡଟ୍ କମ୍)-ମଙ୍ଗଳବାର ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଖଇରଗୁଡା ଗ୍ରାମରେ ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ଯାତ୍ରା କମିଟି ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି । ଅନ୍ୟପଟରେ ମୁଖ୍ୟ ଖଳାରେ ପଶୁ ବଳି ନିଷେଧ କରିବା ପାଇଁ ପ୍ରଶାସନ ୧୪୪ ଧାରା ଲାଗୁ କରିଛି ।

ଆସନ୍ତାକାଲି ୩ ମାଜିଷ୍ଟେଡ ଓ ୨ ପ୍ଲାଟୁନ ପୋଲିସ ଫୋର୍ସ ଯାଇ ଶାନ୍ତିଶୃଙ୍ଖଳା ରକ୍ଷା କରିବେ ବୋଲି ବଲାଙ୍ଗୀର ଉପଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ କହିଛନ୍ତି ।

ଖଇରଗୁଡା ଗ୍ରାମର ସୁଲିଆ ପାହାଡର ପାଦଦେଶରେ ରହିଛି ସୁଲିଆ ଦେବତାଙ୍କ ପୀଠ । ପ୍ରତିବର୍ଷ ପୌଷମାସ ଶୁକ୍ଲପକ୍ଷ ଦ୍ୱିତୀୟ ମଙ୍ଗଳବାରରେ ଏଠାରେ ପୂଜାର୍ଚ୍ଚନା ସହ ହଜାର ହଜାର ପଶୁବଳି ଦିଆଯାଇଥାଏ ।

ମାନସିକ କରି ଲୋକମାନେ ପୋଢ,ଛେଳି ଓ କୁକୁଡାକୁ ବଳି ଦେଇଥାନ୍ତି । ବଳିକୁ ବନ୍ଦ କରିବାକୁ ବହୁ ସ୍ୱଚ୍ଛାସେବୀ ଦାବିକରି ହାଇକୋର୍ଟ ଯିବାପରେ ମାନ୍ୟବର କୋର୍ଟ ବଳିନପକାଇବାକୁ ନିଦେ୍ର୍ଧଶ ଦେଲେ । ତଥାପି ଆଦିବାସୀମାନେ ନୂଆଖଳା ଓ କୁମରିଆ ଗ୍ରାମର ସାନଖଳାରେ ବଳିଦେବା ଆରମ୍ଭ କଲେ ।

ମୁଖ୍ୟଖଳାରେ ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ୧୪୪ ଧାରା ଲାଗୁ କରି ବଳି ଦେବାକୁ ବାରଣ କରୁଛନ୍ତି କିନ୍ତୁ ପୋଲିସ ଓ ମାଜିଷ୍ଟେଟଙ୍କ ଉପସ୍ଥିତିରେ ତଥାପି ବଳି ପଡୁଛି ।

ଚଳିତବର୍ଷ ମଧ୍ୟ ଆଦିବାସୀ ନେତାଙ୍କ ସହ ପ୍ରଶାସନ ଆଲୋଚନା କରିଥିଲା । ବଳିବନ୍ଦ ପାଇଁ ନିବେଦନ କରିଥିଲା । କିନ୍ତୁ ଆଦିବାସୀ ପରମ୍ପରା ବଜାୟ ରଖିବାକୁ ଜିଦ୍ ଧରି ସୁଲିଆପିଠରେ ବଳି ପଡିବ ବୋଲି କହିଛନ୍ତି ଆଦିବାସୀ କଲ୍ୟାଣ ମହାସଂଘର ସଭାପତି ବ୍ରଜ କିଶୋର ସିଂ ଭୋଇ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ୧୪୪ ଧାରା, ଆଦିବାସୀ, ପରମ୍ପରା, ବଲାଙ୍ଗୀର, ବଳି, ସୁଲିଆ ଯାତ୍ରା

ଆଦିବାସୀଙ୍କ ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା

January 13, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭବାନୀପାଟଣା, ଜାନୁଆରୀ ୧୩(ଓଡିଶା ଡଟ୍ କମ୍)-କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶ ଆଜି ୨୦୦କୋଟି ଟଙ୍କାର ଇନ୍ଦିରା ଆବାସ ପ୍ୟାକେଜ ଘୋଷଣା କରିଛନ୍ତି । ଯାହାଫଳରେ ୨୧୦୦ଟି ଆଦିବାସୀ ପରିବାରର ୭୫ ହଜାର ଲେଖାଏଁ ପାଇବେ ।

ଦୁଇଦିନର ଓଡିଶା ଗସ୍ତ ଅବସରରେ ଲାଞ୍ଜିଗଡଠାରେ ଆୟୋଜିତ ରବିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରମେଶ ଏହି ଘୋଷଣା କରିଛନ୍ତି ।

ରମେଶ ଆଜି କଳାହାଣ୍ଡି ଗସ୍ତରେ ଆସି ଲାଞ୍ଜିଗଡ ଗସ୍ତ କରିଥିଲେ । ସେ ବିଶ୍ୱନାଥପୁର ନିକଟସ୍ଥ ଧଅଁରାଭଟ୍ଟାଠାରେ ଥିବା ନବନିର୍ମିତ ମଡେଲ ସ୍କୁଲ କୋଠା ଉଦ୍ଘାଟନକରି ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାଝି ଓ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା ସସ୍ମିତା ମାଝୀଙ୍କୁ ଭେଟି ଆଲୋଚନା କରିଥିଲେ ।

ପରେ ଲାଞ୍ଜିଗଡ ଗ୍ରାମ ନିକଟସ୍ଥ ସ୍କୁଲ ପଡିଆଠାରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ଆଦିବାସୀଙ୍କ ସୁରକ୍ଷା ସହିତ ସେମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ବଦ୍ଧପରିକର । ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଅନୁଦାନ ପଠା ଯାଉଛି ।

ରାଜସ୍ୱ ପାଇଁ ଆଦିବାସୀଙ୍କ ଜୀବନ ଜୀବିକା ଉପରେ ଖେଳା ଯିବନାହିଁ ବୋଲି ଭାଷଣ ଅବସରରେ ଶ୍ରୀ ରମେଶ ପ୍ରକାଶ କରିଥିଲେ । ଏଥିସହ ସେ ଆଦିବାସୀ ଡଙ୍ଗରିଆ ଓ ଝରଣିଆ କନ୍ଧଙ୍କ ସହ ଆଲୋଚନା କରିଥିଲେ ।

ତାଙ୍କ ସହ କଳାହାଣ୍ଡି ସାଂସଦ ଭକ୍ତ ଚରଣ ଦାସ, କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିନିଲ କ୍ରୀଷ୍ଣା ମଧ୍ୟ ଯୋଗଦେଇଥିଲେ । ପରେ ମନ୍ତ୍ରୀ ଭବାନୀପାଟଣା ଆସି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଆଦିବାସୀ, ଇନ୍ଦିରା ଆବାସ, ଭିନିଲ କ୍ରୀଷ୍ଣା, ଲାଞ୍ଜିଗଡ, ସାମ୍ବାଦିକ ସମ୍ମିଳନୀ

ବିଧାନସଭାରେ ମାଧବୀଲତା:ହଟ୍ଟଗୋଳ,ଗୃହ ମୁଲତବୀ

December 22, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୨(ଓଡିଶା ଡଟ୍ କମ୍ )-ଆୟୂଷ ଡାକ୍ତର ମାଧବୀଲତା ପ୍ରଧାନଙ୍କ ମୃତ୍ୟୁ ଘଟଣାକୁ ନେଇ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ହୋଇଯିବା ପ୍ରତିବାଦରେ ବିରୋଧୀ କଂଗ୍ରେସ ବିଧାୟକମାନେ ଶୁକ୍ରବାର ଦିନ ଗୃହରେ ହୋହାଲ୍ଲା କରିଥିଲେ ।

ଏ ନେଇ ପ୍ରବଳ ହୋହଲ୍ଲା ହେବାରୁ ଓ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ‘ବିଧାନସଭାର କଣ୍ଠରୋଧ ଚଳିବ ନାହିଁ’ ବୋଲି ସ୍ଳୋଗାନ ଦେବାରୁ ଗୃହ ଚଳାଇବା କଷ୍ଟକର ହୋଇଥିଲା । ଫଳରେ ବାଚସ୍ପତି ଶ୍ରୀ ଅମାତ ୩ଟା ୫୬ମିନିଟରେ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ ।

ଡାକ୍ତର ମାଧବୀଲତା ମୃତ୍ୟୁ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରିବାକୁ ଥିବାବେଳେ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଦେବାରେ ଶ୍ରୀ ସିଂହ ପ୍ରତିକି୍ରୟା ପ୍ରକାଶ କରିକହିଲେ ଯେ,ବନ୍ଦର ପାଇଁ ବୁଝାମଣାପତ୍ର ସ୍ୱାକ୍ଷରରେ ଦୁର୍ନୀତି ବିଷୟ ଆଲୋଚନା ପାଇଁ ଆମେ ମୁଲତବୀ ପ୍ରସ୍ତାବ ଆଗତକଲୁ, ତାହାକୁ ବିଚାରାଧୀନ ରହିଛି ବୋଲି କହି ବିନା ଆଲୋଚନାରେ ଅଗ୍ରାହ୍ୟକଲେ ।

ଆଦିବାସୀ ଓ ଦଳିତଙ୍କ ସ୍ୱାର୍ଥରକ୍ଷା ପାଇଁ ଓଆରଭି ଆଇନର ସଂଶୋଧନ ସମ୍ପର୍କରେ ଆମେ ମୁଲତବୀ ପ୍ରସ୍ତାବ ଆଗତକଲୁ, ତାହାକୁ ବି ବିଚାରାଧୀନ ରହିଥିବା ଦର୍ଶାଇ ଅଗ୍ରାହ୍ୟକଲେ ।

ଡାକ୍ତର ମାଧବୀଲତା ପ୍ରଧାନଙ୍କ ମୃତ୍ୟୁ ସମ୍ପର୍କରେ ମୁଲବତୀ ପ୍ରସ୍ତାବ ଆଣିଲୁ ଯେ ତାହାକୁ ବି ଆଲୋଚନା ପାଇଁ ଗ୍ରହଣ କରୁନାହାନ୍ତି । ଗତ ବର୍ଷା ଅଧିବେଶନଠାରୁ ଚଳିତ ଅଧିବେଶନ ମଧ୍ୟରେ ଘଟିଥିବା ଘଟଣାବଳୀ ସମ୍ପର୍କରେ ଆଲୋଚନା ପାଇଁ ଆମେ ମୁଲବତୀ ପ୍ରସ୍ତାବ ଆଗତକରୁଛୁ; କିନ୍ତୁ ସରକାର ସମାନ ଉତର ଦେଇ ଏସବୁକୁ ଏଡ଼ାଇ ଯାଉଛନ୍ତି । ମନେହେଉଛି, ସବୁକିଛି ଆଜିକାଲି ବିଚାରାଧୀନ ।

ପ୍ରଶ୍ନୋତର ସମୟ ପରେ ଶୂନ୍ୟକାଳ ଆରମ୍ଭ ହେବା କ୍ଷଣି ମୁଲତବୀ ପ୍ରସ୍ତାବ ନଆସିବାରୁ ବୈଧାନିକ ପ୍ରଶ୍ନ ଛଳରେ ଭୂପିନ୍ଦର ମାଧବୀଲତା ମୃତୁ୍ୟ ପ୍ରସଙ୍ଗ ଉତାପନ କରିଥିଲେ । ସେ କହିଲେ, ମାଧବୀଲତାଙ୍କ ମୃତ୍ୟୁ ଏବେ ବି ରହସ୍ୟମୟ ହୋଇରହିଛି । ତାଙ୍କ ପରିବାର ଏବେ ନ୍ୟାୟ ପାଇଁ ଏଣେତେଣେ ଦୌଡ଼ୁଛନ୍ତି । ବିଚାରାଧୀନ ରହିଛି ବୋଲି କହି ଖସିଗଲେ ଚଳିବନି, ସରକାର ସ୍ୱଚ୍ଛ ହୋଇଥିଲେ ଏହା ସ୍ପଷ୍ଟ କରିବାକୁ ସେ ଆହ୍ୱାନ ଦେଇଥିଲେ ।

ଏଥିସହିତ ସରକାର ଗୃହରେ ସେମାନଙ୍କୁ ନ୍ୟାୟ ପ୍ରଦାନ କରୁନଥିବାରୁ ବାଚସ୍ପତି ଆମକୁ ନ୍ୟାୟ ଆଉ ସୁରକ୍ଷା ପ୍ରଦାନ କରିବାକୁ କଂଗ୍ରେସ ସଭ୍ୟମାନେ ଦାବି କରିଥିଲେ । ଶୂନ୍ୟକାଳ ଆରମ୍ଭର ମାତ୍ର ୬ମିନିଟରେ, ୧୧ଟା ୩୬ରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ଅପରାହ୍ଣ ୩ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।

ଅପରାହ୍ଣ ୩ଟାରେ ଅଧିବେଶନ ଆରମ୍ଭ ହେବାକ୍ଷଣି ବିରୋଧୀମାନେ ପୁନର୍ବାର ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବା ପ୍ରସଙ୍ଗ ଉତାପନ କରିଥିଲେ । ଏମିତି ବାଦାନୁବାଦ ମଧ୍ୟରେ ପ୍ରାୟ ୫୫ମିନିଟ ଗୃହ ଚାଲିଥିଲା; କିନ୍ତୁ ଏ ନେଇ ପ୍ରବଳ ହୋହଲ୍ଲା ହେବାରୁ ଗୃହକୁ ବାଚସ୍ପତି ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆଦିବାସୀ, ଗୃହ ମୁଲତବୀ, ବିଧାନସଭା

ଆଦିବାସୀଙ୍କ ସ୍ୱାସ୍ଥ୍ୟ, କୃଷି ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

November 12, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)-ଜାତି-ଜନଜାତି କଲ୍ୟାଣ ପରିଷଦ,ଓଡିଶା ତରଫରୁ ‘ଆଦିବାସୀମାନଙ୍କର ସ୍ୱାସ୍ଥ୍ୟ ଓ କୃଷି’ ଶୀର୍ଷକ ଆଜି ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ସ୍ଥାନୀୟ ୟୁନିଟ-୫ ସ୍ଥିତ ସଚିବାଳୟ କର୍ମଚାରୀ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଜାତି ଜନଜାତି ମାନଙ୍କର ସ୍ୱାସ୍ଥ୍ୟହାନି ଓ ନୂଆ ନୂଆ ରୋଗର ପିଡୀତ ହେବା ସେମାନଙ୍କ ପ୍ରଗତିର ମୂଖ୍ୟ ସମସ୍ୟା ରୂପେ ଛିଡା ହୋଇଥିବା କଥା ଆଲୋଚିତ ହୋଇଛି । ଏହି ବନ୍ଧୁମାନଙ୍କର ମୁଣ୍ଡପିଛା ଜମି ବର୍ଷକୁ ବର୍ଷ ଖଣି-ଖାଦାନ କାରଖାନା ବନ୍ଧ ଇତ୍ୟାଦି ନିର୍ମାଣ କାରଣରୁ କମି କମି ଯାଉଛି ।

ଫଳରେ ସେମାନଙ୍କର ମୁଖ୍ୟ କୃଷି ଭିତିକ ଜୀବିକା ନଷ୍ଟ ହୋଇଯାଉଛି । ଆଧୁନିକ କୃଷି ନାମରେ ରାସାୟନିକ ସାର ଔଷଧ ଇତ୍ୟାଦିର ବହୁଳ ପ୍ରୟୋଗ କାରଣରୁ କୃଷକ ସମାଜ ଅଧିକ ଖର୍ଚ୍ଚାନ୍ତ ହୋଇ ମରୁଛନ୍ତି ।

ଜନଜାତି ମାନଙ୍କ ଦ୍ୱାରାଉତ୍ପାଦିତ ଜୈବୀକ କୃଷି ଉତ୍ପାଦିତ ସ୍ଥାନରୁ କମ୍ ମୂଲ୍ୟରେ କ୍ରୟ କରାଯିବା ଯୋଗୁଁ ଉଭୟ ଜନଜାତି ଓ ସମସ୍ତ କୃଷକ ସମାଜକୁ ଉପଯୁକ୍ତ ସହାୟକ ମୂଲ୍ୟ ନାହିଁ ।

ଆଦିବାସୀମାନେ ସବୁ ସମୟରେ ସମାଜ ତଥା ରାଷ୍ଟ୍ର କଲ୍ୟାଣ ପାଇଁ କାମ କରିଆସୁଛନ୍ତି । ବତ ର୍ମାନ ସାମାଜିକ ସମନ୍ୱୟ ନିମନ୍ତେ ସେମାନଙ୍କର ଆର୍ଥିକ ଏବଂ ସାମାଜିକ ସୁରକ୍ଷା ଦେବାପାଇଁ ବକ୍ତାମାନେ ମତ ପୋଷଣ କରିଛନ୍ତି ।

ଏହି ଅବସରରେ ମାଙ୍କିଡିଆ ଆଦିମ ଜନଜାତିର ପ୍ରଥମ ମ୍ୟାଟ୍ରିକୁଲେଟ୍ ଏବଂ ସ୍ନାତକ ଛାତ୍ର ବାୟା ମାଙ୍କିଡିଆ ଏବଂ ବିଶିଷ୍ଟ ରୋଗୀ ସେବକ କୈଳାସ ଚନ୍ଦ୍ର ଷଡଙ୍ଗୀଙ୍କୁ ଅଙ୍ଗବସ୍ତ୍ର, ଶ୍ରୀଫଳ ଏବଂ ମାନପତ୍ର ଦେଇ ସମ୍ମାନୀତ କରାଯାଇଛି ।

ଅର୍ଜ୍ଜୁନ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଜନଜାତି ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ, ଓଡିଶାର ସଚୀବ ପ୍ରଫେସର ପ୍ରେମାନନ୍ଦ ପଣ୍ଡା ମୁଖ୍ୟ ଅତିଥି , କୃଷି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଆଗ୍ରୋନୋମିର ବିଭାଗୀୟ ମୁଖ୍ୟ ପ୍ରଫେସର ବାସୁଦେବ ବେହେରା ଓ ଡା.ସୂର୍ଯ୍ୟକାନ୍ତ ପାଟଯୋଶୀ ସମ୍ନାନୀତ ଅତିଥି ଏବଂ ଡ. ପରଜିତ୍ ସିଂହ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ ।

ସଂଗଠନର ରାଜ୍ୟ ସଂପାଦକ ବିଶ୍ୱାମିତ୍ର ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରଘୁନାଥ ବେହେରା,ଶରତ ଲେଙ୍କା, ବୁଧରାମ ସିଂହ ପ୍ରମୁଖ ପରିଚାଳନା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆଦିବାସୀ, କୃଷକ, ଜନଜାତି, ମୁଣ୍ଡପିଛା ଜମି

ଆଦିବାସୀ ଜିଲ୍ଲାମାନଙ୍କରେ ଜଳସେଚନ ସୁବିଧାଉପରେ ଗୁରୁତ୍ୱ

September 27, 2012 by admin 1 Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍)-କେ.ବି.କେ ତଥା ଅନ୍ୟ ଆଦିବାସୀ ଜିଲ୍ଲାମାନଙ୍କରେ ଜଳସେଚନ ସୁବିଧାର ସଂପ୍ରସାରଣ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଛନ୍ତି ।

ଆଜି ସନ୍ଧ୍ୟାରେ ସଚିବାଳୟରେ ପଟ୍ଟନାୟକ କେ.ବି.କେ, କନ୍ଧମାଳ, ଗଜପତି, ସୁନ୍ଦରଗଡ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ସେମାନଙ୍କ ଜିଳ୍ଲାରେ ଜଳସେଚନ ବ୍ୟବସ୍ଥାର ବିକାଶ ସଂପର୍କରେ ଆଲୋଚନା କରିଥିଲେ ।

ଉପରୋକ୍ତ ଜିଲ୍ଲାମାନଙ୍କରେ ଥିବା ଜଳସେଚନ ସମ୍ଭାବନାର ଉପଯୋଗ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଚେକ୍ଡ୍ୟାମ, ଡିପ୍ ବୋରୱେଲ ତଥା ବୃହତ୍ ଉଠାଜଳସେଚନ ଯୋଜନାର କାର୍ଯ୍ୟକାରୀତା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୃଷି ତଥା ଉଦ୍ୟାନ କୃଷିର ବିକାଶ ପାଇଁ ସେହି ସବୁ ଅଞ୍ଚଳରେ ଏହା ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ । ଏଥିପାଇଁ ନିୟମିତ କ୍ଷେତ୍ର ପରିଦର୍ଶନ ସହିତ ଅଗ୍ରଗତି ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଉପରୋକ୍ତ ଜଳସେଚନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ପାଇଁ ଜିଲ୍ଲାସ୍ତରରେ ଏସ୍.ପି , ଏମ୍.ଏଲ୍.ଏ ମାନଙ୍କୁ ନେଇ ଏକ କମିଟି ଗଠନ କରି ପ୍ରତି ତିନିମାସରେ ଅଗ୍ରଗତିର ସମୀକ୍ଷା କରିବାପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏତଦ୍ୱ୍ୟତୀତ କ୍ଷୁଦ୍ରଜଳସେଚନ ପ୍ରକଳ୍ପ ଗୁଡିକର ମରାମତି ଓ ପୁନରୁଦ୍ଧାର କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତତୀକ କାର୍ଯ୍ୟ ଆଗାମୀ ଦୁଇମାସ ମଧ୍ୟରେ ଶେଷ କରିବା ସହିତ ପାଣି ପଞ୍ଚାୟତ ଜରିଆରେ ଏହାର ପରିଚାଳନା ଏବଂ ସେଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଯୁବକ ମାନଙ୍କୁ ନିକଟସ୍ଥ ଆଇ.ଟି.ଆଇ ଓ ଆଇ.ଟି.ସି ରେ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା କରିବା ପାଇଁ ମଧ୍ୟ ବୈଠକରେ ସ୍ଥିର କରାଯାଇଥିଲା ।

୩୫ ଭାଗରୁ କମ୍ ଜଳସେଚନ ସୁବିଧାଥିବା ବ୍ଲକ୍ ମାନଙ୍କୁ ପ୍ରାଥମିକତା ଦେବାପାଇଁ ସ୍ଥିର ହୋଇଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ଓ ଜଳସେଚନ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

admin
admin

Filed Under: ଓଡିଶା ଖବର Tagged With: ଆଦିବାସୀ, ଜଳସେଚନ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ସଚିବାଳୟ

ଓଡ଼ିଶାରେ କାର୍ଯ୍ୟକାରୀ ହେବ ଜରୁରୀ ଆମ୍ବୁଲାନ୍ସ ସେବା

July 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜୁଲାଇ ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଖୁବ୍ ଶୀଘ୍ର ଜରୁରୀ ଆମ୍ବୁଲାନ୍ସ ସେବା କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।

ଏହି ଯୋଜନାର ନାମ ଏମରଜେନ୍ସି ମେଡ଼ିକାଲ ଆମ୍ବୁଲାନ୍ସ ସର୍ଭିସ ରଖାଯାଇଛି । ମୁଖ୍ୟମନ୍ତ୍ରୀ ବୁଧବାର ଏହି ଯୋଜନାକୁ ସ୍ୱୀକୃତି ଦେବା ସହିତ ରାଜ୍ୟର ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳ ମାନଙ୍କରେ ଏହା ଯେପରି ସଫଳ ଭାବରେ ଲୋକଙ୍କୁ ସେବା ଯୋଗାଇ ଦେଇ ପାରିବ ତା’ ଉପରେ ସତର୍କ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଆଦିବାସୀ ବହୁଳ ତଥା ଅନୁନ୍ନତ ୧୫ଟି ଜିଲ୍ଲାରେ ଏହି ଆମ୍ବୁଲାନ୍ସ ସେବା କାର୍ଯ୍ୟ କରିବ ଏବଂ ୩ଟି ପର୍ଯ୍ୟାୟରେ ଏହି ଜିଳ୍ଲା ଗୁଡ଼ିକରେ ୨୮୦ଟି ଆମ୍ବୁଲାନ୍ସ ନିୟୋଜିତ କରାଯିବ ।

ପ୍ରତ୍ୟେକ ଆମ୍ବୁଲାନ୍ସରେ ଜରୁରୀ ଜୀବନ ରକ୍ଷାକାରୀ ଯନ୍ତ୍ରପାତି ସହିତ ପ୍ରଶିକ୍ଷଣ କର୍ମଚାରୀ ରହିବେ । ଗୋଟିଏଆମ୍ବୁଲାନ୍ସ ଦଶ କିମି ପରିଧି ମଧ୍ୟରେ ସେବା ଯୋଗାଇ ଦେବ । ସୂଚନା ପାଇବାର ୨୦ରୁ ୩୫ ମିନିଟ୍ ମଧ୍ୟରେ ଏହା ଯେପରି ରୋଗୀ ପାଖରେ ପହଞ୍ଚି ପାରିବ ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଦିବାସୀ, ଆମ୍ବୁଲାନ୍ସ ସେବା

ପୋଲିସ ଇନ୍ଫର୍ମର ସନ୍ଦେହରେ ଆଦିବାସୀ ଯୁବକଙ୍କୁ ହତ୍ୟା

June 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନାରାୟଣପାଟଣା, ଜୁନ୍ ୧୨(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳରେ ମାଓବାଦୀମାନେ ପୋଲିସ ଇନ୍ଫର୍ମର ସନ୍ଦେହରେ ଜଣେ ଆଦିବାସୀ ଯୁବକଙ୍କୁ ହତ୍ୟା କରିଥିବା ପୋଲିସ ମଙ୍ଗଳବାର କହିଛି ।

ଓଡ଼ିଆପେଣ୍ଠ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସେମାନେ ୩୦ ବର୍ଷ ବୟସ୍କ ଶୁଭ୍ର ହୁଇକା ନାମକଦିନ ମଜୁରୀଆଙ୍କୁ ହତ୍ୟା କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଘଟଣାସ୍ଥଳରୁ ମାଓବାଦୀଙ୍କ ହାତ ଲେଖା ଚିଠି ଉଦ୍ଧାର କରାଯାଇଥିବା ବେଳେ ହୁଇକା ପୋଲିସ ଇନ୍ଫର୍ମର ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି ବୋଲି ସେ କହିଛନ୍ତି ।

ଏହି ଘଟଣା ପରେ ସଂପୃକ୍ତ ଅଂଚଳରେ କୁମ୍ବିଂ ଅପରେଶନ ଜାରି ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଦିବାସୀ, କୁମ୍ବିଂ ଅପରେଶନ, ନାରାୟଣପାଟଣା, ମାଓବାଦୀ

ଦରକାର ପଡ଼ିଲେ ଇସ୍ତଫା ଦେବି: ଅପହୃତ ବିଧାୟକ

April 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୩(ଓଡ଼ିଶା ଡ଼ଟ୍ କମ୍) ମୁଁ ମାଓବାଦୀ କ୍ୟାମ୍ପରେ ସୁରକ୍ଷିତ ଅଛି ଏବଂ ଦରକାର ପଡ଼ିଲେ ଇସ୍ତଫା ଦେବି ବୋଲି ଉଲ୍ଲେଖ କରି ଅପହୃତ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକା ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ପଠାଇଛନ୍ତି ।

ମୁଁ ଆଦିବାସୀ ହୋଇଥିବାରୁ ମୋର ମୁକ୍ତି ନେଇ ଅବହେଳା କରାଯାଉଛି । ଏଭଳି ପରିସ୍ଥିତିରେ ନିଜ ଅଞ୍ଚଳ ପାଇଁ କାମ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

ମିଥ୍ୟା କେଶ୍ ରେ ଜେଲ୍ ରେ ଥିବା ଆଦିବାସୀଙ୍କୁ ଶୀଘ୍ର ମୁକ୍ତି କରାଯାଉ । ସେମାନଙ୍କୁ ଖଲାସ କରାଗଲେ ମୁଁ ସୁରକ୍ଷିତ ଭାବେ ଶୀଘ୍ର ଫେରିଯିବି, ସେ କହିଛନ୍ତି ।

ମାଓବାଦୀଙ୍କ ଦାବି ଶୀଘ୍ର ପୂରଣ କରାଯାଉ ବୋଲି ଉଲ୍ଲେଖ କରି ପୂର୍ବରୁ ମଧ୍ୟ ହିକକା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଦେଇଥିଲେ ।

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଜେଡ଼ି ବିଧାୟକ ହିକକାଙ୍କୁ ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାରୁ ଅପହରଣ କରିନେଇଥିଲେ ।

ତେବେ ବିଧାୟକଙ୍କ ମୁକ୍ତି ପାଇଁ ଆସନ୍ତା ଗୁରୁବାର ୫ ତାରିଖ ସୁଦ୍ଧା ସରକାର ସେମାନଙ୍କର ଦାବି ପୂରଣ କରିବାକୁ ମାଓବାଦୀ ସଂଗଠନର ଆନ୍ଧ୍ର-ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ସଂପାଦକ ଚନ୍ଦ୍ରମୌଲି ମଙ୍ଗଳବାର ଗଣମାଧ୍ୟମକୁ ଏକ ଅଡ଼ିଓ ଟେପ୍ ପଠାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଆଦିବାସୀ, ବିଧାୟକ, ମାଓବାଦୀ

ଭୋକ ସହିନପାରି ସ୍କୁଲ ଛାତ୍ରଙ୍କ ଚୋରି, ତଦନ୍ତ ଦାବି

March 17, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୧୭(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ଏକ ଆଦିବାସୀ ଆବାସିକ ସ୍କୁଲ ତିନି ଜଣ ଛାତ୍ର ଭୋକ ସହିନପାରି ଚୋରି ଭଳି ଅପରାଧ କରିଥିବା ବେଳେ ଏହାର ତଦନ୍ତ ପାଇଁ ମାନବାଧିକାର କର୍ମୀମାନେ ଦାବି କରିଛନ୍ତି ।

ସିଦ୍ଧଳ ଗ୍ରାମରେ ଥିବା ମା’ ଅମ୍ବିକା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ କଟକ, ଗଜପତି, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଅନୁଗୁଳ ଏବଂ ରାଜ୍ୟର ଅନ୍ୟ ସ୍ଥାନର ପ୍ରାୟ ୭୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।

ସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଛାତ୍ରଛାତ୍ରୀମାନେ ଏହାର ଛାତ୍ରାବାସରେ ରହନ୍ତି । ସ୍କୁଲର ତିନି ଜଣ ଛାତ୍ର ଶୁକ୍ରବାର ରାତିରେ ଏକ ଦୋକାନର ତାଲା ଭାଙ୍ଗି ଚୋରି କରୁଥିବା ବେଳେ ଲୋକମାନେ ସେମାନଙ୍କୁ ଧରିଥିଲେ ଏବଂ ଏକ ଧାରୁଆ ଅସ୍ତ୍ର ମଧ୍ୟ ଜବତ କରିଥିଲେ ।

ପରେ ଲୋକମାନେ ପଚରା ଉଚରା କରିବା ପରେ ସେମାନେ ଉକ୍ତ ସ୍କୁଲର ଛାତ୍ରମାନେ ବୋଲି ଜଣାପଡ଼ିଥିଲା । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଷଷ୍ଠ ଶ୍ରେଣୀର ହୋଇଥିବା ବେଳେ ଅନ୍ୟ ଜଣେ ପଞ୍ଚମ ଶ୍ରେଣୀର ।

ତେବେ ଛାତ୍ରମାନେ ଦୋକାନରୁ କୌଣସି ସାମଗ୍ରୀ ଚୋରି କରିନାହାନ୍ତି କିନ୍ତୁ ଚୋରି କରିବାକୁ ଉଦ୍ୟମ କରୁଥିଲେ ବୋଲି ଦୋକାନୀ ପ୍ରଭାକର ବେହେରା କହିଛନ୍ତି ।

ପରେ ଗ୍ରାମବାସୀମାନେ ସ୍ଥାନୀୟ ଗ୍ରାମରକ୍ଷୀଙ୍କୁ ଏବିଷୟରେ ଜଣାଇବା ପରେ ପୋଲିସ ସଂପୃକ୍ତ ଛାତ୍ର ମାନଙ୍କୁ ପଚରାଉଚରା ପାଇଁ ଥାନାକୁ ନେଇଥିଲା ।

ସ୍କୁଲ କର୍ତୃପକ୍ଷ ଏମାନଙ୍କୁ ଯଥେଷ୍ଟ ପରିମାଣରେ ଖାଇବାକୁ ଦେଉନଥିବାରୁ ସେମାନେ ଦୋକାନରୁ ବିସ୍କୁଟ, ମିକ୍ସଚର ଚୋରି କରିବାକୁ ଆସିଥିଲେ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଛାତ୍ରଙ୍କୁ ଖାଇବାକୁ ଦିଆଯାଇନଥିବା ଅଭିଯୋଗ ମିଥ୍ୟା ଏବଂ ସେମାନେ କର୍ତୃପକ୍ଷଙ୍କ ଅଜାଣତରେ କିଭଳି ସ୍କୁଲରୁ ବାହାରକୁ ଯାଇଥିଲେ ସେସଂପର୍କରେ ତଦନ୍ତ କରୁଛୁ ବୋଲି ସ୍କୁଲର ସଂପାଦକ ଶ୍ରୀବତ୍ସ ସାମନ୍ତରାୟ କହିଛନ୍ତି ।

ଏସଂପର୍କରେ ଆମେ ଅଭିଯୋଗ ପାଇଛୁ ଏବଂ ସଂପୃକ୍ତ ଛାତ୍ର, ସ୍କୁଲ କର୍ତୃପକ୍ଷ ଏବଂ ପରିଚାଳନା କମିଟି ସହ ଆଲୋଚନା କରାଯିବ ବୋଲି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶରତ କୁମାର ସାହୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଆଦିବାସୀ, ଜଗତସିଂହପୁର, ତଦନ୍ତ, ମାନବାଧିକାର କର୍ମୀ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ