• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଆନ୍ନା ହଜାରେ

ପ୍ରତିଶୃତି ନରଖିଲେ ନେତାଙ୍କୁ ଭୋଟ ଦିଅନାହିଁ- ଆନ୍ନା

December 1, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧(ଓଡିଶା ଡଟ୍ କମ୍)-ଲୋକପାଳ ବିଲ୍ ଆଣିବା ପାଇଁ ପ୍ରତିଶୃତି ଦେଇ ପାଳନ ନକଲେ ନେତାଙ୍କୁ ଆଉ ଭୋଟ ଦିଅନାହିଁ କି କ୍ଷମତାକୁ ଆଣନାହିଁ ବୋଲି କହିଛନ୍ତି ଆନ୍ନା ହଜାରେ ।

ଶନିବାର ଦିନ ରାଜ୍ୟ ଅତିଥିଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ହଜାରେ କହିଛନ୍ତି ଯେ,ତାଙ୍କ ଲଢ଼େଇ କେବଳ ଜନ ଲୋକପାଳ ବିଲରେ ସୀମିତ ତାହା ନୁହେଁ ।

ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବା ପର୍ଯ୍ୟନ୍ତ ସେ ଲଢ଼ିବେ । ଦେଶର ଉନ୍ନତି କରିବାକୁ ହେବ । କେନ୍ଦ୍ର ସରକାର ଯେଉଁ ଜନଲୋକପାଳ ବିଲ ଆଣିଛନ୍ତି ତାହା ଅସଂପୂର୍ଣ । ଯଦି ପୂର୍ଣ୍ଣ ଜନ ଲୋକପାଳ ବିଲ ଆସେ ତେବେ ଦେଶରୁ ୬୫ ପ୍ରତିଶତ ଭ୍ରଷ୍ଟାଚାର ହଟିଯିବ ।

ସେ କହିଲେ ବାହାର ଦେଶରୁ ଯେତେ କଂପାନୀ ଆସୁଛନ୍ତି ସମସ୍ତେ ପରିବେଶକୁ ନଷ୍ଟ କରୁଛନ୍ତି । ଦେଶର ଖଣିଜ ସମ୍ପଦକୁ ଲୁୁୁୁଟୁ କରିବାକୁ ବହୁ ବିଦେଶୀ କମ୍ପାନୀ ଏ ଦେଶକୁ ଆସୁଛନ୍ତି । ସରକାର ସେହି କମ୍ପାନୀମାନଙ୍କ ପାଇଁ କୃଷକଙ୍କଠାରୁ ଜମି ଲୁଟୁଛନ୍ତି । ବିଦେଶୀ କମ୍ପାନୀମାନେ ଆମ ଖଣି, ଆମ ପାଣି ବ୍ୟବହାର କରି ଆମ ପାଣିପବନକୁ ପ୍ରଦୂଷିତ କରି କୋଟିକୋଟି ଟଙ୍କା ନେଇ ଯାଉଛନ୍ତି ।

ଏଫ୍ଡିଆଇକୁ ଚାଷୀମାନେ ବିରୋଧ କରିବା ଉଚିତ୍ । ବିଦେଶୀ କଂପାନୀମାନେ ଏ ଦେଶର ଅର୍ଥନୀତିକୁ ଶୋଷଣ କରିବେ । ଆମରି ଜିନିଷରୁ ଫାଇଦା ହାସଲ କରିବେ ।

ଦୁର୍ନୀତି ଯୋଗୁ ଦେଶର ଉନ୍ନତି ହେଉ ନାହିଁ । ଏହା ଯୋଗୁ ଦରଦାମ ବଢି ଯାଉଛି । ସାଧାରଣ ଜନତା ଚଳିବା ଅସମ୍ଭବ ହୋଇ ପଡିଛି । ଏହି ଦୁର୍ନୀତିକୁ ହଟାଇବାପାଇଁ ପ୍ରଥମେ ଜନ ଲୋକପାଳ ବିଲ ଆଣିବା ଦରକାର ବୋଲି ଆନ୍ନା ପ୍ରକାଶ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆନ୍ନା ହଜାରେ, କୃଷକ, ଲୋକପାଳ ବିଲ, ସାମ୍ବାଦିକ ସମ୍ମିଳନୀ

ଦୁର୍ନୀତିମୁକ୍ତ ଅଭିଯାନରେ ସାମ୍ବାଦିକ ସୈନିକ ଭୂମିକା ତୁଲାନ୍ତୁ: ଆନ୍ନା

December 1, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧(ଓଡିଶା ଡଟ୍ କମ୍)-ଦୁର୍ନିୀତିମୁକ୍ତ ସମାଜ ଗଠନ ଦିଗରେ ସାମ୍ବାଦିକମାନେ ଆଗୁଆ ସୈନିକର ଭୂମିକା ତୁଲାଇବାକୁ ଖ୍ୟାତନାମା ସମାଜସେବୀ ଆନ୍ନା ହଜାରେ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା ଗସ୍ତରେ ଆସିଥିବା ଏହି ବିଶିଷ୍ଟ ଗାନ୍ଧୀବାଦୀ ନେତାଙ୍କ ସହ ଶନିବାର ଓଡ଼ିଶା ସାମ୍ବାଦିକ ୟୁନିଅନ (ଓ.ୟୁ.ଜେ)ର ଏକ ପ୍ରତିନିଧି ଦଳ ସାକ୍ଷାତ କରି ରାଜ୍ୟରେ ଗଣମାଧ୍ୟମର ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।

ପ୍ରତିନିଧି ଦଳର ନେତୃତ୍ୱ ନେଇ ଜାତୀୟ ସାମ୍ବାଦିକ ୟୁନିଅନ୍ (ଏନ୍.ୟୁ.ଜେ) ଉପସଭାପତି ତଥା ଓ.ୟୁ.ଜେ ସଭାପତି ପ୍ରସନ୍ନ ମହାନ୍ତି ରାଜ୍ୟରେ ସାମ୍ବାଦିକମାନଙ୍କ କଣ୍ଠରୋଧ କରିବା ପାଇଁ ପ୍ରଶାସନିକ ସ୍ତରରେ ଚାଲିଥିବା ଦମନଲୀଳା ସଂପର୍କରେ ଆନ୍ନାଙ୍କୁ ଅବଗତ କରାଇବା ସହ ସାନି ଓଡ଼ିଶା ଗସ୍ତରେ ଆସିବାକୁ ଆମନ୍ତ୍ରଣ କରିଥିଲେ ।

କୌଣସି ଚାପର ବଶବର୍ତ୍ତୀ ନହେଇ ସାମ୍ବାଦିକମାନେ ରାଜ୍ୟରେ ଚାଲିଥିବା କମ୍ପାନୀରାଜ ବିରୋଧରେ ସ୍ୱର ଉଠାଇବା ସହ ସାଧାରଣଲୋକଙ୍କ ପ୍ରତିବାଦକୁ ପ୍ରାଧାନ୍ୟ ଦେବାପାଇଁ ଆନ୍ନା ଏହି ଅବସରରେ ପରାମର୍ଶ ଦେଇଥିଲେ ।

ପ୍ରତିନିଧି ଦଳରେ ଓ.ୟୁ.ଜେ କାର୍ଯ୍ୟାଳୟ ସଂପାଦକ ସୁଧାଂଶୁ ଶେଖର ପରିଡ଼ା, ଦିପକ ମହାପାତ୍ର ପ୍ରମୁଖ ଆନ୍ନାଙ୍କୁ ସାକ୍ଷାତ କରି ଆଲୋଚନାରେ ଭାଗ ନେଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆନ୍ନା ହଜାରେ, ଗଣମାଧ୍ୟମ

ପସ୍କୋ ପ୍ରକଳ୍ପକୁ ସମାଜସେବୀ ଆନ୍ନା ହଜାରେଙ୍କ ବିରୋଧ

November 30, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଜଗତସିଂପୁର,ନଭେମ୍ବର ୩୦(ଓଡିଶା ଡଟ୍ କମ୍)-କେବଳ ପସ୍କୋ କଂପାନୀ ନୁହେଁ ସବୁ ବିଦେଶୀ କଂପାନୀ ଉପରେ ବ୍ରେକ ଲାଗିବା ଉଚିତ୍ । ଏହାଛଡା ଜମି ଅଧିଗ୍ରହଣ ନେଇ ଗ୍ରାମ ସଭାରେ ଅନୁମତି ପାଇଁ ଆଇନ ହେବା ଉଚିତ୍ ବୋଲି ଆନ୍ନା ହଜାରେ ତିନିଦିନିଆ ଓଡିଶା ଗସ୍ତରେ ଆସି ଜଗତସିଂପୁର ଠାରେ ଏହା କହିଛନ୍ତି ।

ଶୁକ୍ରବାର ନବନିର୍ମିତ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ସମାବେଶରେ ଯୋଗଦେଇ ଆନ୍ନା କହିଛନ୍ତି ଆମର ଜମି ଖରାପ ହେଉଛି,ଆମର ପାଣି ଖରାପ ହେଉଛି,କଂପାନୀମାନଙ୍କ ଦ୍ୱାରାଆମର ସବୁ କିଛି ଖରାପ ହେଉଛି ଓ ଆମ ଅର୍ଥକୁ ସେମାନେ ଲୁଟକରି ନେଇ ଯାଉଛନ୍ତି ।

ଦିଲ୍ଲିରେ ବସି କମ୍ବା ବିଧାନସଭାରେ ବସି ସାଧାରଣ ଚାଷୀଙ୍କର ଜମି ନେଇ ପାରିବେ ନାହିଁ । ଯଦି ଜମି ନବାର ଅଛି ଗ୍ରାମ ସଭା ପାଇଁ ଆଇନ ତିଆରି କରିବାର ଅଛି । ସରକାର ସାଧରଣ ଜନତାଙ୍କୁ ଡରୁଛି । ଯଦି ଦେଶର ଜନତା ସଂଗଠିତ ହୋଇଯିବେ ଦୁର୍ନୀତି ଗସ୍ତ ସରକାର ଭାଙ୍ଗି ଯିବ । ତେଣୁ ଦୁର୍ନୀତିଗ୍ରସ୍ତ ଜନପ୍ରତିନିଧିଙ୍କୁ ଗାଦିଚୁ୍ୟତ କରିବାକୁ ଆନ୍ନା ଆହ୍ୱାନ ଦେଇଥିଲେ ।

ସେ କହିଲେ ଦେଶ ୬୫ ବର୍ଷ ହେବ ସ୍ୱାଧୀନ ହେଲାଣି । ଗୋରା ଯାଇଛନ୍ତି କଳା ଆସିଛନ୍ତି । ଦେଶର ଉନ୍ନତି ଅପେକ୍ଷା ଭଷ୍ଟ୍ରାଚାର ଅଧିକ ବଢ଼ିଛି । ତଳସ୍ତରରୁ ସଂସଦ ପର୍ଯ୍ୟନ୍ତ ଭ୍ରଷ୍ଟାଚାର ଭର୍ତି ହୋଇ ରହିଛି ।

ଦେଶର ଭ୍ରଷ୍ଟାଚାରକୁ ଦୂରୀଭୂତ କରିବାକୁ ହେଲେ ଯୁବଶକ୍ତିଙ୍କୁ ଅଣ୍ଟା ଭିଡ଼ିବାକୁ ପଡିବ । ତାଙ୍କ ଲଢ଼େଇ କେବଳ ଜନ ଲୋକପାଳ ବିଲରେ ସୀମିତ ତାହା ନୁହେଁ । ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବା ପର୍ଯ୍ୟନ୍ତ ସେ ଲଢ଼ିବେ ।

ଦେଶର ଉନ୍ନତି କରିବାକୁ ହେବ । ଏହା ସହଜ ନୁହେଁ । ଏଥିପାଇଁ କେବଳ ଲାଠି, ଗୁଳିମାଡ଼ ଖାଇବାକୁ ହେବନି । ଜେଲ ଯିବାକୁ ପଡିବ । ଦେଶ ଏବେ ସେମାନଙ୍କର ବଳିଦାନ ଚାହୁଁଛି । ଯେଉଁମାନେ ଜେଲ ଯିବାକୁ ଓ ଗୁଳିମାଡ଼ ଖାଇବାକୁ ପ୍ରସ୍ତୁତ ସେମାନେ ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେଇଥିଲେ ଅନ୍ନା ।

ସମାବେଶ ସ୍ଥଳରେ ଆନ୍ନା ପହଞ୍ଚିବା ପୂର୍ବରୁ ରାସ୍ତାସାରା ତାଙ୍କୁ ଉଛସ୍ୱିତ ସମ୍ପର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ଆନ୍ନା ପହଞ୍ଚିଥିଲେ ଜଗତସିଂପର ଗାନ୍ଧି ଛକରେ । ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ସେ ପହଞ୍ଚିଥିଲେ ଜିଲ୍ଲାପାଳ ପଡିଆରେ । ସେଠାରେ ଆନ୍ନାଙ୍କ ମୁହଁରୁ ବିପ୍ଲବର କଥା ଶୁଣିବାକୁ ଅନାଇ ବସିଥିଲେ ହଜାର ହଜାର ଚାଷୀ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆନ୍ନା ହଜାରେ, ଚାଷୀ, ଜଗତସିଂପୁର, ପସ୍କୋ ପ୍ରକଳ୍ପ, ବିଧାନସଭା, ଲୋକପାଳ ବିଲ

ଲୋକପାଳ ବିଲ୍ ନେଇ ୨୨ପରେ ଆନ୍ଦୋଳନ: କେଜରିୱାଲ

May 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୩(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୨୨ ତାରିଖ ଭିତରେ ଦୃଢ଼ ଲୋକପାଳ ଗଠନ ।ଦାବି ପୂରଣ ନହେଲେ ଦେଶବ୍ୟାପୀ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଭୁବନେଶ୍ୱର ଠାରେ ଆନ୍ନା ଟିମ୍ ପ୍ରମୁଖ ସଦସ୍ୟ ଅରବିନ୍ଦ କେଜରିୱାଲ୍ କହିଛନ୍ତି ।

ଦେଶରୁ ଦୁର୍ନୀତି ମୂଳପୋଛ ପାଇଁ ଗତ ଏକ ବର୍ଷରୁ ଉର୍ଦ୍ଧ୍ଵ ହେବ ଆନ୍ନା ହଜାରେଙ୍କ ନେତୃତ୍ୱରେ ଦୁର୍ନୀତି ବିରୋଧୀ ଅଭିଯାନ ଚାଲିଛି ଓ ଏହାକୁ ଲକ୍ଷାଧିକ ଲୋକ ସମର୍ଥନ ଜଣାଇଛନ୍ତି ବୋଲି ଶନିବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ଇଣ୍ଡିଆ ଏଗେନ୍ଷ୍ଟ କରପ୍ସନ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ।

ଦୁର୍ନୀତିଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବହୁଦିନରୁ ଦୃଢ଼ ଲୋକପାଳ ବିଲ୍ ଦାବି ହୋଇ ଆସୁଛି । ଦେଶର ୯୦ ପ୍ରତିଶତ ଲୋକ ଏହି ବିଲ୍ କୁ ସମର୍ଥନ କରୁଥିଲେ ମଧ୍ୟ ସଂସଦରେ ଏହା ଅଟକି ରହିଛି ।

ସଂସଦରେ ବସୁଥିବା ଲୋକ ପ୍ରତିନିଧିମାନେ ଏବେ ବି ବଡ଼ ବଡ଼ ଦୁର୍ନୀତିରେ ଜଡ଼ିତ ହୋଇ ରହିଛନ୍ତି ।ତେଣୁ ଲୋକପାଳ ବିଲ୍ ଆସିବା ପରେ ସେମାନଙ୍କର ଅସଲ ଚେହେରା ଜଣାପଡ଼ିଯିବ ବୋଲି ସେମାନଙ୍କର ଭୟ ରହିଛି, ସେ କହିଛନ୍ତି ।

ଏବେ ବି କେନ୍ଦ୍ର ମନ୍ତ୍ରିମଣ୍ଡଳର ୧୬ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ରହିଛି । ଲୋକପାଳ ବିଲ୍
ପାସ୍ ହେଲେ ସେମାନଙ୍କ ମଧ୍ୟରୁ ୧୨ ଜଣ ଜେଲ୍ ଯିବା ନିଶ୍ଚିତ ବୋଲି ସେ କହିଛନ୍ତି ।

ଓଡ଼ିଶା ମଧ୍ୟ ଦୁର୍ନୀତିରୁ ବାଦ ପଡ଼ିନାହିଁ । ଦୁର୍ନୀତିକୁ ମୂଳପୋଛ କରିବାକୁ ହେଲେ ଗାଁ ଗାଁରେ ଏହି ଅଭିଯାନକୁ ଜୋରଦାର କରିବାକୁ ହେବ । ପ୍ରତି ଗାଁରୁ ୧୦ ଜଣ ଲେଖାଏଁ ଏହି ଅଭିଯାନରେ ସାମିଲ୍ ହେବା ରକାର ।

ରାଜ୍ୟରେ ଗରିବଙ୍କ ଜମି ଜୋର୍ ଜବରସ୍ତ କର୍ପୋରେଟ୍ ହାଉସ୍କୁ ଟେକି ଦିଆଯାଉଛି । ତେଣୁ ଜମି ଅଧିଗ୍ରହଣକୁ ନେଇ ବହୁ ବିବାଦ ମୁଣ୍ଡ ଟେକିଛି । ଲିଖିତ ସହମତି ପରେ ଗରିବଙ୍କ ଜମି ଅଧିଗ୍ରହଣ ହେବା ଦରକାର ବୋଲି ସେ କହିଥିଲେ ।

ଓଡ଼ିଶାରେ ଏହି ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଜନସମର୍ଥନ ଦରକାର । ଏଥିପାଇଁ ଏଠାରେ ଜିଲ୍ଲା ଓ ବ୍ଲକସ୍ତରୀୟ କମିଟି ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେଜରିୱାଲ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଆନ୍ନା ହଜାରେ, ଇଣ୍ଡିଆ ଏଗେନ୍ଷ୍ଟ କର୍ପୋରେସନ, କେଜରିୱାଲ

ଆନ୍ନାଙ୍କ ସମର୍ଥନରେ ୨୭ରେ ଓଡ଼ିଶାରେ ବିକ୍ଷୋଭ

December 19, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ଶକ୍ତ ଲୋକପାଳ ଆଇନ ପ୍ରଣୟନ ଦ।ବିରେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଆସନ୍ତା ୨୭ରେ ଅନଶନ ଆରମ୍ଭ କରୁଥିବାରୁ ତାଙ୍କୁ ସମର୍ଥନ କରି ରାଜ୍ୟରେ ଇଣ୍ଡିଆ ଏଗେନ୍ଷ୍ଟ୍ କରପସନ୍ ପକ୍ଷରୁ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

କେନ୍ଦ୍ର ସରକାର ଶକ୍ତିଶାଳୀ ଲୋକପାଳ ଆଇନ୍ ପ୍ରଣୟନ କରିବାରେ ସମୟ ଗଡାଇ ଚାଲିଛନ୍ତି ଯାହା ଦେଶବସୀଙ୍କୁ ବ୍ୟଥିତ କରିଛି ବୋଲି ଟିମ୍ ଆନ୍ନା କୋର କମିଟି ସଦସ୍ୟ ମନିସ୍ ସିସୋିଆ ସୋମବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଚଳିତ ସଂସଦ ଅଧିବେଶନରେ ଯଦି ସଶକ୍ତ ଲୋକପାଳ ବିଲ୍ ଗୃହୀତ ନହୁଏ ତେବେ ଜାନୁୟାରୀ୧ ତାରିଖରୁ ଆନ୍ନାଙ୍କ ପକ୍ଷରୁ ଜେଲ୍ ଆନ୍ଦୋଳନ କରାଯିବ ।

ସଂସଦରେ ଆଗତ ହେବାକୁ ଥିବା ଲୋକପାଳ ବିଲ୍ ଯଦି ଦୁର୍ବଳ, ଅଦରକାରୀ ହୁଏ ତେବେ ଏହାକୁ ଆନ୍ନାଟିମ୍ ପ୍ରତ୍ୟାଖ୍ୟାନ କରିବ ଏବଂ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଆଇନ ପ୍ରଣୟନ, ଆନ୍ନା ହଜାରେ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ