• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଆର୍ଥିକ ବର୍ଷ

୨୦୧୨-୧୩ ବର୍ଷର ଚିଠା ବଜେଟ୍ ଅନୁମୋଦିତ

February 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ୨୦୧୨-୧୩ ଆର୍ଥିକ ବର୍ଷ ପାଇଁ ୫୦ ହଜାର ୭ ଶହ ୧୭ କୋଟି ୯୩ ଲକ୍ଷ ଟଙ୍କାର ଚିଠା ବଜେଟ୍ ଶୁକ୍ରବାର ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ଲାଭ କରିଛି ।

୨୧ରେ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ
ମନ୍ତ୍ରୀପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଛି ।

ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମନ୍ତ୍ରୀ ପରିଷଦରେ ଏହି ଚିଠା ବଜେଟ ଉପସ୍ଥାପନ କରିଥିବା ବେଳେ ଆସନ୍ତା ୨୪ ତାରିଖରେ ବିଧାନସଭାରେ ଏହା ଉପସ୍ଥାପନ ହେବ ।

ବଜେଟ୍ରେ ଅଣଯୋଜନା ଖର୍ଚ୍ଚ ୩୫ ହଜାର ୫ଶହ ୧୭ କୋଟି ୯୩ ଲକ୍ଷ ଥିବାବେଳେ ରାଜ୍ୟ
ଯୋଜନା ଖର୍ଚ୍ଚ ୧୫ ହଜାର ୨ଶହ କୋଟି ଟଙ୍କା ରହିଛି ।

ଗୋପବନ୍ଧୁ ଗ୍ରାମୀଣ ରୋଜଗାର ଯୋଜନାରେ ୧୬୫ କୋଟି ଟଙ୍କା, ବିଜୁ କେବିକେ ଯୋଜନାରେ ୧୨୦କୋଟି ଟଙ୍କା, ବିଜୁ ଗ୍ରାମ ଜ୍ୟୋତି ଯୋଜନାରେ ୧୫୦ କୋଟି ଟଙ୍କା, ମଧୁବାବୁ ପେନ୍ସନ ଯୋଜନାରେ ୬୦ କୋଟି ଟଙ୍କା ।

ବିଜୁ କନ୍ଧମାଳ ଯୋଜନାରେ ୨୮ କୋଟି ୫୦ ଲକ୍ଷ ଟଙ୍କା ଓ ବିଜୁ ବିଦ୍ୟୁତ ଯୋଜନାରେ ୩୯ କୋଟି ୨୦ ଲକ୍ଷ ଟଙ୍କା ଦିଆଯାଇଛି । ସେହିପରି ଚେକ ଡ୍ୟାମ୍ ନିର୍ମାଣ ପାଇଁ ୨ଶହ କୋଟି ଟଙ୍କା ଦିଆଯାଇଥିବା ବେଳେ ଚିଲିକା ଅଂଚଳରେ ମଧୁର ଜଳ ସଂଗ୍ରହ ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ବିଧାୟକ ଆଚଂଳିକ ଉନ୍ନୟନ ପାଣ୍ଠି ଯୋଜନାରେ ୧୪୭ କୋଟି ଟଙ୍କା ଦିଆଯାଇଥିବା ବେଳେପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୮୦ କୋଟି ଟଙ୍କା ଦିଆଯାଇଛି ।

ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୫୦ କୋଟି ଟଙ୍କା ଓ ବିଜୁ ସେତୁ ଯୋଜନାରେ ୧୩୦ କୋଟି ଟଙ୍କା ଏବଂ ମମତା ଯୋଜନାରେ ୨୭୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତି ନିଆଯାଇଛି।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆର୍ଥିକ ବର୍ଷ, ରାଜ୍ୟ ମନ୍ତ୍ରୀ

୨୦୧୧-୧୨ ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ

February 21, 2011 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ବିଧାନସଭାରେ ଶୁକ୍ରବାର ରାଜ୍ୟ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ୨୦୧୧-୧୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ।

ବଜେଟର ପରିମାଣ ୪୪,୮୭୮ କୋଟି ଟଙ୍କା ରଖାଯାଇଥିବା ବେଳେ ଅଣଯୋଜନା ବ୍ୟୟ ୨୯,୫୯୪ କୋଟି ଟଙ୍କା, ରାଜ୍ୟ ଯୋଜନା ବ୍ୟୟ ୧୫,୨୪୪ କୋଟି ଟଙ୍କା କରାଯାଇଛି ।

କେତୋଟି ମୁଖ୍ୟ ବିଭାଗର ମୋଟ୍ ବ୍ୟୟ ବରାଦ (କୋଟି ହିସାବରେ)

ସ୍ୱରାଷ୍ଟ୍ର-୨୦୨୪.୫୮
ଜଙ୍ଗଲ ଓ ପରିବେଶ-୬୦୯.୬୧
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ-୧୦୨୬.୩୨
ବିଦ୍ୟାଳୟ ଓ ଗଣଶିକ୍ଷା-୫୩୧୫.୪୪
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ-୧୪୫୧.୬୬
କୃଷି-୧୧୬୭.୯୮
ଜଳସମ୍ପଦ -୩୨୫୯.୬୧
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ-୨୫୭୭.୩୦
ଉଚ୍ଚଶିକ୍ଷା-୧୧୨୬.୦୬
ପଞ୍ଚାୟତିରାଜ-୨୧୮୧.୭୪
ଗ୍ରାମ୍ୟ ଉନ୍ନୟନ-୧୫୫୭.୩୯
ନଗରଉନ୍ନୟନ-୧୫୮୨.୧୭
ମତ୍ସ୍ୟ ଓ ପଶୁସଂପଦ-୩୭୭.୭୦
ଶକ୍ତି-୫୦୨୫.୮୦
ଶିଳ୍ପ-୪୦୨.୪୫
ପୂର୍ତ୍ତ-୨୧୩୦.୩୮
ମହିଳା ଓ ଶିଶୁ ବିକାଶ-୨୫୧୭.୫୧
ଆଦିବାସୀ ଓ ହରିଜନ-୧୨୮୬.୩୩
କ୍ରୀଡ଼ା ଓ ଯୁବ ସେବା ୩୮.୮୫
ବିଜ୍ଞାନ ଓ କାରିଗରୀ-୩୫
ବାଣିଜ୍ୟ -୫୪.୨୦
ପରିବହନ-୭୮.୭୮
ଅଦିନିଆ ବର୍ଷା-୨୪୦

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅର୍ଥମନ୍ତ୍ରୀ, ଆର୍ଥିକ ବର୍ଷ, ବଜେଟ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ