• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଇଗଲ

ବିଜୁ-ଜାନକୀ ସାମଞ୍ଜସ୍ୟ (ସୌଜନ୍ୟ: ସମ୍ବାଦ)

April 22, 2015 by ନିଉଜ ଡେସ୍କ Leave a Comment

ସେ ଥିଲେ ଝଡର ଇଗଲ୍, ମାଟିର ମୂର୍ତ୍ତିକାର । ପୂର୍ବତନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ବେଳେ ଏମିତି ପ୍ରତିକ୍ରିୟା ରଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ରାଜନୀତିଜ୍ଞ ଜାନକୀ ବଲ୍ଲଭ ପଟ୍ଟନାୟକ ।

???????????????????????????????ଏଭଳି ଏକ ପ୍ରତିକ୍ରିୟା କେଇ ମୂହୁର୍ତ୍ତ ମଧ୍ୟରେ ଯୋଡି ଦେଇଥିଲା ଦୁଇ ପାରମ୍ପରିକ ରାଜନୈତିକ ପ୍ରତିଦ୍ଵନ୍ଦୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କୁ। ଉଭୟଙ୍କ ମୃତ୍ୟୁର ଘଟଣା କ୍ରମରେ ଥିବା ସାମଞ୍ଜସ୍ୟ ଆଜି ପୁଣି ଠାରେ ଗୁଞ୍ଜରିତ ହୋଇଛି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୃତ୍ୟୁପରେ ।

ବିଜୁ ପଟ୍ଟନାୟକଙ୍କ ମହାପ୍ରୟାଣ ଘଟିଥିଲା ୧୯୯୭ ମସିହା ଏପ୍ରିଲ ମାସରେ । ସେହି ଏପ୍ରିଲ ରେ ହିଁ ଆରପାରିକୁ ଚାଲିଗଲେ ଜାନକୀ ବଲ୍ଲଭ ।

ସୁଦଶାବ୍ରତ ଭଳି ପବିତ୍ର ତିଥିରେ ମୃତ୍ୟୁକୁ ସାମ୍ନା କରିଥିଲେ ବିଜୁ ବାବୁ। ପବିତ୍ର ଅକ୍ଷୟତୃତୀୟାରେ ମୃତ୍ୟୁକୁ ଭେଟିଛନ୍ତି ଜାନକୀ ବଲ୍ଲଭ ।

ବିଜୁ ବାବୁ ଓ ଜାନକୀ ବଲ୍ଲଭ ମୃତ୍ୟୁ ବେଳକୁ ନିଜର କର୍ମ ଭୂମି ଓଡିଶା ଠାରୁ ଥିଲେ ଦୂରରେ । ବିଜୁ ବାବୁଙ୍କ ପ୍ରାଣ ବାୟୁ ଯାଇଥିଲା ନୂଆଦିଲ୍ଲୀରେ ଏବଂ ଜାନକୀବଲ୍ଲଭଙ୍କର ତିରୁପତିରେ ।

ଉଭୟଙ୍କ କର୍ମଭୂମି ଥିଲା କଟକ ଓ ଉଭୟଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା କଂଗ୍ରେସ ଦଳରୁ । ହେଲେ ବିଜୁବାବୁ କଂଗ୍ରେସ ଛାଡି ଚାଲିଯାଇଥିଲେ,ମାତ୍ର ଜାନକୀବଲ୍ଲଭ ଶେଷ ପର୍ଯ୍ୟନ୍ତ ରହିଥିଲେ କଂଗ୍ରେସରେ ।

କେବଳ ସେତିକି ନୁହେଁ,୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁବେଳେ ସାତ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବା ସଂମ୍ପର୍କରେ ଘୋଷଣା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ।

ଆଉ ଆଜି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୃତ୍ୟୁରେ ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ବିଜୁବାବୁଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁଠାରୁ ବଡକଥା ହେଉଛି, ଶ୍ରୀ ଜଗନ୍ନାଥ ସଡକରେ ବିଜୁଙ୍କ ଶେଷ ଶୋଭାଯାତ୍ରା ଯାଇ ପହଞ୍ଚିଥିଲା ପୁରୀରେ ଓ ସ୍ଵର୍ଗଦ୍ଵାରରେ ହିଁ ବିଲୀନ ହୋଇଯାଇଥିଲା ତାଙ୍କ ପ୍ରାଣ।

ଜାନକୀବଲ୍ଲଭଙ୍କ ପାଇଁ ଶେଷ ଶୋଭାଯାତ୍ରା ନୂଆ ଜଗନ୍ନାଥ ସଡକ ଦେଇ ପହଞ୍ଚିବ ପୁରୀରେ ଓ ଆସନ୍ତାକାଲି ତାଙ୍କର ପାର୍ଥିବ ଶରୀର ବିଶ୍ରାମ ନେବ ସେହି ସ୍ଵର୍ଗଦ୍ଵାରରେ ।

( ସୌଜନ୍ୟ: ସମ୍ବାଦ ୨୨ ଏପ୍ରିଲ ୨୦୧୫)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଇଗଲ, ଜାନକୀ, ଝଡ, ବିଜୁ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ