• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଇଞ୍ଜିନିୟର

ଘରେ ପହଞ୍ଚିଲେ ଲିବିୟାରେ ଅପହୃତ ଓଡିଆ ଇଞ୍ଜିନିୟର

October 2, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଅକ୍ଟୋବର ୨ (ଓଡିଶା ଡଟ କମ) ଲିବିୟାରେ ଆଇଏସ୍‌ ଆତଙ୍କବାଦୀଙ୍କ ଦ୍ଵାରା ଅପହୃତ ଓଡିଆ ଇଞ୍ଜିନିୟର ପ୍ରଭାତ ସାମଲ ସେମାନଙ୍କ କବଳରୁ ମୁକ୍ତ ହେବା ପରେ ଶୁକ୍ରବାର ନିଜ ରାଜ୍ୟ ଓଡିଶା  ଫେରିଛନ୍ତି ।

Pravasଗୁରୁବାର ସେ ଦିଲ୍ଲୀରେ ପହଞ୍ଚି ଥିଲେ । ସେଠାରେ ପହଞ୍ଚିଲା ପରେ ଗଣମାଧ୍ୟମ ଆଗରେ ଅପହରଣ ସମୟର ଅନୁଭୂତି ବର୍ଣ୍ଣନା କରି କିପରି ଓ କାହିଁକି ସେହି ଆତଙ୍କବାଦୀ ସଂସ୍ଥା ଅପହରଣ କରିଥିଲେ ଓ କିଭଳି ସେ ମୁକ୍ତି ପାଇଲେ, ସେ ସବୁ ଲୋମହର୍ଷଣ କଥା ବର୍ଣନା କରିଥିଲେ  ।

ତାଙ୍କ ମୁକ୍ତି ପାଇଁ ଭାରତ ସରକାରଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି । ଦୀର୍ଘ ଦିନଧରି ପ୍ରଭାସଙ୍କ ମୁକ୍ତି ନେଇ ଆଶଙ୍କା ଲାଗି ରହିଥିଲା । ଆତଙ୍କବାଦୀ ମାନେ ତାଙ୍କୁ ସର୍ତ୍ତମୂଳକ ଭାବେ ମୁକ୍ତ କରିଥିବା ସେ ତାଙ୍କ ଭାଉଜଙ୍କୁ ପ୍ରଥମେ ଫୋନ୍‌ ଯୋଗେ ଜଣାଇଥିଲେ ।

କିନ୍ତୁ ତାପରେ ଆଉ ଫୋନ୍‌ ଯୋଗେ ତାଙ୍କ ସହିତ ଓଡିଶାରେ ରହୁଥିବା ତାଙ୍କ ସମ୍ପର୍କୀୟ ମାନେ ଫୋନ୍‌ ଯୋଗେ ଯୋଗାଯୋଗ କରିପାରିନଥିଲେ । ତେଣୁ ସେ ମୂକ୍ତ ହୋଇଛନ୍ତି କି ନାହିଁ ସେନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଆଜି ସେ ଭାରତରେ ପହଞ୍ଚିବାପରେ ତାଙ୍କ ପରିବାର ଲୋକେ ଆଶ୍ଵସ୍ଥ ହୋଇଛନ୍ତି । କେନ୍ଦ୍ରାପଡା କାରିଲୋପାଟଣା ଗ୍ରାମରେ ପ୍ରଭାସ ସାମଲଙ୍କ ଘର ।

ଦୂରଦର୍ଶନକୁ ଏକ ସାକ୍ଷାତକାରରେ ପ୍ରଭାସ କହିଛନ୍ତି ଯେ ସେପ୍ଟେମ୍ବର ୭ ତାରିଖରେ କିଛି ବ୍ୟକ୍ତି ତାଙ୍କୁ ଓ ଜଣେ ଭାରତୀୟ ଡାକ୍ତର ରାମମୂର୍ତ୍ତିଙ୍କ ସମେତ ଦୁଇଜଣ ବିଦେଶୀଙ୍କୁ ଆଖିରେ କଳାପଟି ବାନ୍ଧି ଅପହରଣ କରିନେଇଥିଲେ ।

ପ୍ରାୟ ଦଶ ଦିନ ପରେ କିଛି ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଫଳରେ ସେ ସୌଭାଗ୍ୟକ୍ରମେ ମୁକୁଳି ପାରିଥିଲେ । ” ଯଦି ରଖେ ହରି ମାରେ କିଏ” ଭୁବନେଶ୍ଵର ରେ ପହଞ୍ଚିବା ପରେ ସେ କହିଛନ୍ତି ।  ନିଜ ମୁକ୍ତିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଏଃ ପୂର୍ବରୁ ପ୍ରଭାସ ଦିଲ୍ଲୀ ପହଞ୍ଚିବା ଖବର ବିଜୁଳି ବେଗରେ ପ୍ରଚାର ହେବା ପରେ ତାଙ୍କ ଗ୍ରାମ କାରିଲୋପାଟଣାରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା । ପରିବାରଲୋକେ ସ୍ଥାନୀୟ ମନ୍ଦିରରେ ପୂଜାର୍ଚନା କରିବା ସହ ନିଜ ବନ୍ଧୁ ବାନ୍ଧବ ଓ ଗ୍ରାମବାସୀଙ୍କୁ ମିଠା ବାଣ୍ଟିଥିଲେ ।

ଜଣେ ଫିଲିଫାଇନସ ମହିଳାଙ୍କୁ ବିବାହ କରି ପ୍ରଭାସ ଗତ ବାରବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଲିବିଆରେ ଏକ ହସ୍‌ପିଟାଲରେ କାର୍ଯ୍ୟ କରୁଛନ୍ତି ସେଠାରେ ଏବେ ମଧ୍ୟ ଅଶାନ୍ତ ପରିସ୍ଥିତି ଲାଗିରହିଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପ୍ରବାସୀ ଓଡିଆ Tagged With: ଅପହୃତ, ଇଞ୍ଜିନିୟର, ଓଡିଆ, ଲିବିୟା

ଚୋରି ଅଭିଯୋଗରେ ଇଂଜିନିୟରଙ୍କ ସମେତ ୪ ଗିରଫ

March 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୪(ଓଡ଼ିଶା ଡ଼ଟ୍ କମ୍) ଚୋରି ଅଭିଯୋଗ ଇନ୍ଫୋସିଟି ଥାନା ପୋଲିସ ବୁଧବାର ୨ଜଣ ଇଞ୍ଜିନିୟରଙ୍କ ସମେତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସେମାନଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ପାଣି ପାଇପ୍, ବ୍ୟବହୃତ ଟ୍ରଲର ଓ ଗୋଟିଏ
ହାଇଡ୍ରୋଲିକ୍ ମେସିନ୍ ମଧ୍ୟ ଜବତ କରିଛି । ଉକ୍ତ ପାଇପ୍ ଗୁଡ଼ିକ ନୂଆ ପାଣି ଲାଇନ୍ରେ ବ୍ୟବହାର ପାଇଁ ରଖାଯାଇଥିବା ବେଳେ ସେଗୁଡ଼ିକୁ ଏମାନେ ଚୋରି କରିଥିବା ପୋଲିସ କହିଛି ।

ଗିରଫ ଯୁବକମାନେ ୧୨ଟି ପାଇପ୍ ନେଇ ପଳାଉଥିବା ବେଳେ ପେଟ୍ରୋଲିଂ ସମୟରେ ପୋଲିସ
ସେମାନଙ୍କୁ ଗିରଫ କରିଥିଲା । ଗିରଫ ଦୁଇ ଇଂଜିନିୟରଙ୍କ ଘର କଟକ ଓ ଭୁବନେଶ୍ୱରରେ ବୋଲି
ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଞ୍ଜିନିୟର, ଇନ୍ଫୋସିଟି

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ