• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଇଟାଲୀୟ

ଅପହୃତ ଜଣେ ଇଟାଲୀୟ ପର୍ଯ୍ୟଟକ ମୁକ୍ତ

March 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୫(ଓଡ଼ିଶା ଡ଼ଟ୍ କମ୍) ଦଶଦିନ ତଳେ ଅପହୃତ ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ମଧ୍ୟରୁ ମାଓବାଦୀମାନେ ରବିବାର ଜଣଙ୍କୁ ମୁକ୍ତ କରିଛନ୍ତି ।

“ମାଓବାଦୀମାନେ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ମୁକ୍ତ କରିଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି” ଗୃହ ସଚିବ ଉପେନ୍ଦ୍ରନାଥ ବେହେରା ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଅନ୍ୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋ ଏବଂ ବିଜେଡ଼ି ବିଧାୟକଙ୍କ ମୁକ୍ତି ପାଇଁ ସରକାର ଉଦ୍ୟମ ଜାରି ରଖିବେ ବୋଲି ସେ କହିଛନ୍ତି ।

କନ୍ଧମାଳ ଜିଲ୍ଲାର ଏକ ସ୍ଥାନରେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଛନ୍ତି ।

ସମାଜର ବିଭିନ୍ନ ବର୍ଗର ଲୋକଙ୍କ ନିବେଦନ ପରେ ସେମାନେ ଏହି ପର୍ଯ୍ୟଟକଙ୍କୁ ମୁକ୍ତ କରିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ସେହିପରି ଶନିବାର ମଧ୍ୟରାତ୍ରିରେ ମାଓବାଦୀମାନେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାୟକ ତଥା ଆଦିବାସୀ ନେତା ୩୭ ବର୍ଷ ବୟସ୍କ ଝିନ୍ନ ହିକକାଙ୍କୁ ଅପହରଣ କରିନେଇଥିଲେ ।

ଅପହୃତଙ୍କ ମୁକ୍ତି ପାଇଁ ସେମାନେ ଆଦିବାସୀ ଅଂଚଳକୁ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା, ମାଓ ବିରୋଧୀ ଅଭିଯାନ ବନ୍ଦ ତଥା ବିଭିନ୍ନ ଜେଲରେ ଥିବା ବ୍ୟକ୍ତିଙ୍କୁ ଖଲାସ କରିବା ସହ ୧୩ଟି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଇଟାଲୀୟ, ପର୍ଯ୍ୟଟକ

ପର୍ଯ୍ୟଟକ ଅପହରଣ: ମାଓବାଦୀଙ୍କ ଦ୍ୱାରାତିନି ମଧ୍ୟସ୍ଥି ନିଯୁକ୍ତ

March 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୯(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଦୁଇ ଇଟାଲୀୟ ନାଗରିକଙ୍କ ମୁକ୍ତି ନିମନ୍ତେ ସରକାରଙ୍କ ସହ ଆଲୋଚନା ପାଇଁ ସୋମବାର ରାତିରେ ମାଓବାଦୀମାନେ ତିନି ଜଣ ମଧ୍ୟସ୍ଥିଙ୍କ ନାମ ଘୋଷଣା କରିଛନ୍ତି ।

ଏହି ମଧ୍ୟସ୍ଥିଙ୍କ ମଧ୍ୟରେ ଅଛନ୍ତି ମାଓ ଆନ୍ଦୋଳନର ଅନ୍ୟତମ ପଥପ୍ରଦର୍ଶକ ନାରାୟଣ ସାନ୍ୟାଲ୍, ବିଶ୍ୱପ୍ରିୟ କାନୁନ୍ଗୋ ଓ ଦଣ୍ଡପାଣି ମହାନ୍ତି । ସାନ୍ୟାଲ ବର୍ତମାନ ଝାଡ଼ଖଣ୍ଡର ଜେଲରେ ଅଛନ୍ତି ।

ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିବା ପରେ ମାଓବାଦୀମାନେ ମଧ୍ୟସ୍ଥିଙ୍କ ନାମ ଘୋଷଣା କରିଛନ୍ତି ।

ଗତ ବର୍ଷ ଅପହୃତ ମାଲକାନଗିରି ଜିଲ୍ଲାପାଳଙ୍କ ମୁକ୍ତି ପାଇଁ ମଧ୍ୟ ଦଣ୍ଡପାଣି ମହାନ୍ତି ମଧ୍ୟସ୍ଥି ହୋଇଥିଲେ ।

ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋ ଓ କ୍ଲାଉଡ଼ିଓ କୋଲାଞ୍ଜେଲୋ ପୁରୀର ସନ୍ତୋଷ ମହାରଣା ଏବଂ କାର୍ତିକ ପରିଡ଼ାଙ୍କ ସହ ଗତ ୧୨ ତାରିଖରେ ଚାରିଦିନ ପାଇଁ କନ୍ଧମାଳ ଯାଇଥିଲେ ।

୧୪ ତାରିଖ ସକାଳେ ସେମାନେ ଏକ ନୀ କୂଳରେ ବସିଥିବା ବେଳେ କିଛି ଲୋକ ବନ୍ଧୁକ ଧରି ସେଠାରେ ପହଞ୍ଚିଥିଲେ । ଏହି ଲୋକମାନେ ସେମାନଙ୍କ ହାତ ବାନ୍ଧି ବୋ ସହ ଆଖିରେ କପଡ଼ା ବାନ୍ଧି ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ ।

କିନ୍ତୁ ମାଓବାଦୀମାନେ ଗତ ୧୬ ତାରିଖରେ କାର୍ତିକ ଏବଂ ସନ୍ତୋଷଙ୍କୁ ମୁକ୍ତ କରିେଇଥିବା ବେଳେ
ଇଟାଲୀୟ ପର୍ଯ୍ୟଟକ ଦ୍ଵୟଙ୍କୁ ଅଟକ ରଖିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଟାଲୀୟ, ପର୍ଯ୍ୟଟକ

ଅପହୃତଙ୍କ କୌଣସି ସୂଚନା ନାହିଁ, ମୁକ୍ତି ପାଇଁ ଉଦ୍ୟମ

March 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୯(ଓଡ଼ିଶା ଡ଼ଟ୍ କମ୍) ଗତ ପାଞ୍ଚଦିନ ତଳେ ମାଓବାଦୀଙ୍କ ଦ୍ୱାରା ଅପହୃତ ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଥିବା ଜଣେ ଅଧିକାରୀ ସୋମବାର କହିଛନ୍ତି ।

ଗତ ୧୪ ତାରିଖରେ ଅପହୃତ ହୋଇଥିବା ୫୪ ବର୍ଷୀୟ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କ ନିରାପଦ ମୁକ୍ତି ପାଇଁ ସରକାର ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଗୃହ ସଚିବ ଉପେନ୍ଦ୍ର ନାଥ ବେହେରା କହିଛନ୍ତି ।

ଶନିବାର ରାତିରେ ଏହି ଅପହରଣ ଘଟଣା ଲୋକଲୋଚନକୁ ଆସିଥିଲା ।

ପରିସ୍ଥିତିର ମୁକାବିଲା ପାଇଁ ବରିଷ୍ଠ ପୋଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀମାନେ ରବିବାର ଓ ସୋମବାର ଦୁଇଦିନ ଧରି ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଚଳାଇଛନ୍ତି ।

ବର୍ତମାନ ପର୍ଯ୍ୟନ୍ତ ଆମେ ମାଓବାଦୀଙ୍କ ଠାରୁ କୌଣସି ପ୍ରକାର ତଥ୍ୟ ପାଇ ନାହୁଁ, ବେହେରା କହିଛନ୍ତି ।

ଅପହୃତଙ୍କୁ ଠାବ କରିବା ପାଇଁ କୌଣସି ପ୍ରକାର ସର୍ଚ୍ଚ ଅପରେଶନ ଚଳାଇଛନ୍ତି ନା କୁମ୍ବିଂ ଅପରେଶନ ବନ୍ଦ କରିବା ପାଇଁ ଯୋଜନା ଅଛି ବୋଲି ପଚାରିବାରୁ , “ଏ ବିଷୟରେ କିଛି କହିବାକୁ ମୁଁ ଅସମର୍ଥ” ସେ କହିଛନ୍ତି ।

ମାଓବାଦୀଙ୍କ ସହ କଥା ହେବାକୁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି । ଅପହରଣକାରୀମାନେ ସରକାରଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ ନିବେଦନ କରିଥିଲେ ।

ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କୁ ଶନିବାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାରୁ ଅପହରଣ କରାଯାଇଥିବା ସରକାରଙ୍କ ପକ୍ଷରୁ ପୂର୍ବରୁ କୁହାଯାଇଥିଲା ।

ତେବେ ଏହି ପର୍ଯ୍ୟଟକଙ୍କ ସହ ଯାଇଥିବା ଦୁଇ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପରେ ଘଟଣା ସଂପର୍କରେ
ସମସ୍ତ ତଥ୍ୟ ଜଣାପଡ଼ିଥିଲା ।

ବାସୁସ୍କୋ ପାଓଲୋ ଓ କ୍ଲାଉଡ଼ିଓ କୋଲାଞ୍ଜେଲୋ ପୁରୀର ସନ୍ତୋଷ ମହାରଣା ଏବଂ କାର୍ତିକ ପରିଡ଼ାଙ୍କ ସହ ଗତ ୧୨ ତାରିଖରେ ଚାରିଦିନ ପାଇଁ କନ୍ଧମାଳ ଯାଇଥିଲେ ।

୧୪ ତାରିଖ ସକାଳେ ସେମାନେ ସମସ୍ତେ ନିକଟସ୍ଥ କ୍ଷୁଦ୍ର ନଦୀ କୂଳରେ ବସିଥିବା ବେଳେ ଛଅ ଜଣ ଲୋକ ବନ୍ଧୁକ ଧରି ସେଠାରେ ପହଞ୍ଚିଥିଲେ । ଏହି ଲୋକମାନେ ସେମାନଙ୍କ ହାତ ବାନ୍ଧି ଦେବା ସହ ଆଖିରେ କପଡ଼ା ବାନ୍ଧି ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ ।

କିନ୍ତୁ ମାଓବାଦୀମାନେ ଗତ ୧୬ ତାରିଖରେ କାର୍ତିକ ଏବଂ ସନ୍ତୋଷଙ୍କୁ ମୁକ୍ତ କରିଦେଇଥିବା ବେଳେ ଇଟାଲୀୟ ପର୍ଯ୍ୟଟକ ଦ୍ଵୟଙ୍କୁ ଅଟକ ରଖିଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ଼ କରାଯାଇ ଅପହରଣକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ବୋଲି ପୁରୀ ଜିଲ୍ଲା ପୋଲିସ ମୁଖ୍ୟ ଅନୂପ ସାହୁ କହିଛନ୍ତି ।

ପର୍ଯ୍ୟଟକମାନେ ନଦୀ କୂଳରେ କେତେକ ଆଦିବାସୀ ମହିଳାଙ୍କ ଫଟୋ ଉଠାଇ ଥିବା ବେଳେ ସେମାନଙ୍କୁ ଅପହରଣ କରାଯାଇଥିବା ଉଲ୍ଲେଖ କରି ରବିବାର ମାଓନେତା ସବ୍ୟସାଚୀ ପଣ୍ଡା ସ୍ଥାନୀୟ ଗଣମାଧ୍ୟମକୁ ଅଡ଼ିଓ ସିଡ଼ି ପଠାଇଥିଲେ ।

ସରକାର ମାଓ ବିରୋଧୀ ଅଭିଯାନ ଏବଂ କୁମ୍ବିଂ ଅପରେଶନ ବନ୍ଦ କରିବା ସହ ସେମାନଙ୍କର ଦାବି ପୂରଣ କରିବାକୁ ମାଓବାଦୀମାନେ ଦାବି କରିଛନ୍ତି ।

ଆଭ୍ୟନ୍ତରୀଣ ଅଞ୍ଚଳକୁ ପର୍ଯ୍ୟଟକଙ୍କୁ ଯିବା ପାଇଁ ଅନୁମତି ଦେବାକୁ ଟୁର ଅପରେଟରମାନେ ପ୍ରଶାସନକୁ ଲାଞ୍ଚ ଦେଉଥିବା ବିଷୟରେ ଆମ ପାଖରେ ଯଥେଷ୍ଟ ପ୍ରମାଣ କରହିଛି ବୋଲି ଏହି ମାଓନେତା କହିଛନ୍ତି ।

ଅପହୃତଙ୍କ ନିରାପଦ ମୁକ୍ତି ପାଇଁ ସେମାନେ ସରକାରଙ୍କ ନିକଟରେ ୧୩ଟି ଦାବି ଉପସ୍ଥାପନ କରିଛନ୍ତି । ମାଓ ବିରୋଧୀ ଅଭିଯାନ ବନ୍ଦ ସହ ପୋଲିସ ହେପାଜତରେ ମୃତ୍ୟୁ ବରଣ କରିଥିବା ମାଓ ସମର୍ଥକଙ୍କ ପରିବାରକୁ କ୍ଷତିପୂରଣ ଏବଂ ପ୍ରାୟ ଛଅ ଶହ ବନ୍ଦୀଙ୍କୁ ମୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି ।

ପୋସ୍କୋ ଓ ବେଦାନ୍ତ ସମେତ ଅନ୍ୟ ପ୍ରକଳ୍ପର ବିରୁଦ୍ଧରେ ସ୍ୱର ଉଠାଇ ଗିରଫ ହୋଇଥିବା ବିସ୍ଥାପନ
ବିରୋଧୀ ନେତା ମାନଙ୍କୁ ମୁକ୍ତ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି ।

ରାଜ୍ୟରେ ପ୍ରଥମ ଥର ପାଇଁ ମାଓବାଦୀମାନେ ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଟାଲୀୟ, ପର୍ଯ୍ୟଟକ, ମାଓବାଦୀ, ରାଜ୍ୟସରକାର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ