• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଇସ୍ତଫା

ଗିରିଧର ଗମାଙ୍ଗ, ପୁତ୍ର ଶିଶିର ବିଜେପିରେ ମିଶିବା ପାଇଁ ଆଗ୍ରହୀ

June 9, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୯ (ଓଡିଶା ଡଟ କମ) ପୂର୍ବତନ ମୁଖ୍ୟ ମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁତ୍ର ଶିଶିର ଉଭୟ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ପାଇଁ ଆଗ୍ରହୀ, ଏହା ଶିଶିର ମଙ୍ଗଳବାର କହିଛନ୍ତି ।

କନକ ଟିଭି ସହ ଏକ ସାକ୍ଷାତକାର ରେ ସେ କହିଛନ୍ତି ଯେ ଦୁହେଁ ଖୁବ ଶୀଘ୍ର ନୂଆ ଦିଲ୍ଲୀ ଯାଇ ବିଜେପି ନେତାମାନଙ୍କସହ ଆଲୋଚନା କରି ତାଙ୍କର ଇଚ୍ଛା ଜାହିର କରିବେ ।ଇସ୍ତଫା ଦେଇଥିବାରୁ କଂଗ୍ରେସ ପାର୍ଟିକୁ ପ୍ରତ୍ୟାବର୍ତ୍ତନ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ସେ କହିଛନ୍ତି ।

ଯଦିଓ ବିଜେଡିର କେତେକ ନେତା ତାଙ୍କୁ ପାର୍ଟି ରେ ଯୋଗ ଦାନ କରିବା ପାଇଁ ଅନୌପଚାରିକ ଭାବେ ନିମନ୍ତ୍ରଣ କରିଛନ୍ତି ତେବେ ପାର୍ଟି ତରଫରୁ କୌଣସି ବିଧିବଦ୍ଧ ପ୍ରସ୍ତାବ ମିଳି ନ ଥିବା ସେ କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପାର୍ଟିରେ ଉପଯୁକ୍ତ ସମ୍ମାନ ନ ମିଳିବା ତଥା ବାରମ୍ବାର ଅପମାନିତ ହେବା ଦର୍ଶାଇ ଗିରିଧର ଗମାଙ୍ଗ ମଇ ୩୦ ତାରିଖ ଦିନ କଂଗ୍ରେସ ପାର୍ଟି ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ ।

୭୨ ବର୍ଷ ବୟସ୍କ ଗମାଙ୍ଗ ଫେବୃୟାରୀ ୧୭ ୧୯୯୯ ରୁ ଡିସେମ୍ବର ୬ ୧୯୯୯ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇବା ସହ ଅତୀତ ରେ ନଅ ଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ।

ନିକଟରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ସହ ନୂଆଦିଲ୍ଲୀ ରେ ସାକ୍ଷାତ ଆଲୋଚନା କରିଥିବାରୁ ଗମାଙ୍ଗ ବିଜେପି ରେ ଯୋଗ ଦେଇପାରନ୍ତି ବୋଲି ଚର୍ଚା ହେଉଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଇସ୍ତଫା, କଂଗ୍ରେସ, ଗିରିଧର ଗମାଙ୍ଗ, ବିଜେପି

ଫୋନ୍ ଟ୍ୟାପିଂ: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

December 6, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୬(ଓଡିଶା ଡଟ୍ କମ୍)-ରାଜନେତାଙ୍କ ଫୋନ ଟ୍ୟାପିଂ ନେଇ ଆଜି ବିଧାନସଭାରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି । କିଏ ଅପରାଧୀ,କିଏ ଦେଶଦ୍ରୋହୀ,କାହାର ନକ୍ସଲଙ୍କ ସହ ସମ୍ପର୍କ ଅଛି ତାହା ମୁଖ୍ୟମନ୍ତ୍ରୀ କୁହନ୍ତୁ । ନଚେତ୍ ବ୍ୟକ୍ତିଗତ ଅଧିକାର କ୍ଷୁର୍ଣ୍ଣ କରୁଥିବାରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଛି ।

ଗୁରୁବାର ଦିନ ଶୂନ୍ୟକାଳରେ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ ଯେ, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କୌଣସି ରାଜନେତାଙ୍କ ଫୋନ ଟ୍ୟାପିଂ କରାଯାଇ ପାରିବ ନାହିଁ ।

ମାତ୍ର ଓଡିଶାରେ ଚାରି ବର୍ଷ ମଧ୍ୟରେ ୪ ହଜାର ୬ଶହ ୨୦ ଲୋକଙ୍କ ଫୋନ ଟ୍ୟାପିଂ କରାଯାଇଛି । ସେମାନେ କିଏ ? ଏମାନଙ୍କ ମଧ୍ୟରୁ କିଏ ଅପରାଧୀ ତାହା ସ୍ପଷ୍ଟ ହେବା ଉଚିତ୍ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରାମକୃଷ୍ଣ ହେଗ୍ଡେ ଓ ୟେଦୁରାପ୍ପା ମଧ୍ୟ ଫୋନ ଟ୍ୟାପିଂ କରିଥିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ରାଜ୍ୟରେ କେଉଁ ଜରୁରୀ ପରିସ୍ଥିତି ସୃଷ୍ଟି ହେଲା ଯେ, ଏତେ ଲୋକଙ୍କ ଫୋନ ଟ୍ୟାପିଂ କରାଗଲା । ତାହା ଗୃହକୁ ଜଣାନ୍ତୁ ।

ଯଦି ମୁଖ୍ୟମନ୍ତ୍ରୀ ଏହାର ଉତର ନଦେବେ ତାହଲେ ରାଜନେତା ଫୋନଟ୍ୟାପିଂ ସତବୋଲି ଜଣାପଡିବ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ସିଂ କହିଥିଲେ ।

ଏହି ପ୍ରସଙ୍ଗକୁ ସମର୍ଥନ କରି ବିଜେପି ବିଧାୟକ କନକ ବର୍ଦ୍ଧନ ସିଂଦେଓ କହିଲେ ଯେ, ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଗୃହରେ ବିବୃତି ଦେବା ଆବଶ୍ୟକ । ଏହା ଅତ୍ୟନ୍ତ ଗୁରୁତର ବିଷୟ । ରାଜ୍ୟ ସରକାର ଏହି ଫୋନ ଟ୍ୟାପିଂକୁ ଜଣେ ଘରୋଇ ଅପରେଟର ଦ୍ୱାରାଆଉଟ୍ସୋର୍ସିଂ କରିଛନ୍ତି କି ନାହିଁ ତା ସ୍ପଷ୍ଟ କରନ୍ତୁ ।

କେଉଁ ଲୋକମାନଙ୍କ ଫୋନ୍ଟ୍ୟାପିଂ କରାଗଲା ସେହି ଫୋନ ନମ୍ବର ଗୃହକୁ ଦିଅନ୍ତୁ । କାହାର ନା ଦେବା ଦରକାର ନାହିଁ । କେଉ୍ଁମାନେ ଅପରାଧୀ,ଦେଶଦ୍ରୋହୀ ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ସିଂଦେଓ କହିଥିଲେ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କଳ୍ପତରୁ ଦାସ ଏହି ସବୁ ଅଭିଯୋଗକୁ ଖଣ୍ଡନକରି କହିଲେ କୌଣସି ରାଜନେତାଙ୍କ ଫୋନ ଟ୍ୟାପିଂ ହୋଇନାହିଁ । ଅପରାଧ ରୋକିବା ପାଇଁ ଫୋନ ଟ୍ୟାପିଂ କରାଯାଇଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏ ପ୍ରସଙ୍ଗରେ ତାଙ୍କ ମତ ରଖିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଇସ୍ତଫା, ଫୋନ୍ ଟ୍ୟାପିଂ, ବିଧାନସଭା, ବିରୋଧୀ, ମୁଖ୍ୟମନ୍ତ୍ରୀ, ସୁପ୍ରିମକୋର୍ଟ

ଇସ୍ତଫା ଦାବୀ ଅଯୌକ୍ତିକ: ମୁଖ୍ୟମନ୍ତ୍ରୀ

December 14, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ବିରୋଧି ଦଳ ପକ୍ଷରୁ ସଂପ୍ରତି ମୋର ଇସ୍ତଫା ଦାବୀ କରାଯାଇ ଯେଉଁ ହଟ୍ଟଗୋଳ କରାଯାଉଛି ତାହା ସଂପୂର୍ଣ୍ଣ ଅଯୌକ୍ତିକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ବିଧାନସଭାକୁ ଅଚଳ କରିବାକୁ ଯାଇ ବିରୋଧି ଦଳ ସଦସ୍ୟମାନେ ଯେଉଁ ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ଦୁର୍ଭାଗ୍ୟଜନକ । ସେଭଳି ଆଚରଣ ଆଦୌ ସ୍ପୃହଣୀୟ ନୁହେଁ, ବିଧାନସଭାରେ ଅଚଳାବସ୍ଥା ସଂପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ।

ସେହିପରି ସେମାନେ କେଉଁ ଆଧାରରେ ମୋର ଇସ୍ତଫା ଦାବୀ କରୁଛନ୍ତି ତାହା ଜଣାପଡ଼ୁ ନାହିଁ । କ’ଣ ପାଇଁ ଇସ୍ତଫା ଦେବି ବୋଲି ସେ ପ୍ରଶ୍ନ କରିଥିଲେ ।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଏନ୍ଆର୍ଇଜିଏସ୍ ଦୁର୍ନୀତି ସଂକ୍ରାନ୍ତରେ ସୁପ୍ରିମକୋର୍ଟ କିଛି ନିଦେ୍ର୍ଧଶନାମା ଦେଇଥିବା କଥା ସେ ଜାଣିଛନ୍ତି । ବର୍ତ୍ତମାନ ସୁଦ୍ଧା ରାୟ ବା ନିର୍ଦ୍ଦେଶନାମାର ନକଲ ପାଇ ନାହାନ୍ତି ଓ ତାହା ମିଳିବା ପରେ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇସ୍ତଫା, ନବୀନ, ବିଧାନସଭା, ବିରୋଧୀ ଦଳ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ