• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଇସ୍ପାତ କାରଖାନା

ଜାନୁୟାରୀ ୨୦ ଶୁକ୍ରବାର ରାଉରକେଲା ଇସ୍ପାତ କାରଖାନାକୁ ପରିଦର୍ଶନରେ ଆସିଥିବା ସେଲ୍ ଅଧ୍ୟକ୍ଷଙ୍କୁ କାରଖାନା କର୍ତୃପକ୍ଷ ସ୍ୱାଗତ କରୁଛନ୍ତି ।

January 21, 2012 by admin Leave a Comment

ଜାନୁୟାରୀ ୨୦ ଶୁକ୍ରବାର ରାଉରକେଲା ଇସ୍ପାତ କାରଖାନାକୁ ପରିଦର୍ଶନରେ ଆସିଥିବା ସେଲ୍ ଅଧ୍ୟକ୍ଷଙ୍କୁ କାରଖାନା କର୍ତୃପକ୍ଷ ସ୍ୱାଗତ କରୁଛନ୍ତି ।

admin
admin

Filed Under: ମୁଖ୍ୟ ଖବର Tagged With: ଇସ୍ପାତ କାରଖାନା

ଆର୍ଏସ୍ପିକୁ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର

December 16, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଡ଼ିସେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ସମନ୍ୱିତ ଇସ୍ପାତ କାରଖାନା ବର୍ଗରୁ ଉଲ୍ଲେଖନୀୟ ଶକ୍ତି ପରିଚାଳନା ପାଇଁ ରାଉରକେଲା ଇସ୍ପାତ କାରଖାନା ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାରରେଦ୍ୱିତୀୟ ପୁରସ୍କାର ଲାଭ କରିଛି ।

ଗତ ୧୪ ତାରିଖରେ ନୂଆଦିଲ୍ଲୀ ଠାରେ ଶକ୍ତି ସଂରକ୍ଷଣ ଦିବସ ଅବସରରେ ବ୍ୟୁରୋ ଅଫ୍ ଏନର୍ଜି  ଏଫିସିଏନ୍ସି ପକ୍ଷରୁ କେନ୍ଦ୍ର ଶକ୍ତିମନ୍ତ୍ରୀ ସୁଶୀଲ କୁମାର ସିନେ୍ଧ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଇସ୍ପାତ କାରଖାନା ଏହାର ଯୋଜନାବଦ୍ଧ ପ୍ରୟାସ ଦ୍ୱାରାଶକ୍ତି କ୍ଷେତ୍ରରେ ନିଜର ଦକ୍ଷତା ଆହୁରି ଅଭିବୃଦ୍ଧି କରିବ ବୋଲି କାରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଏସ୍ ପ୍ରସାଦ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇସ୍ପାତ କାରଖାନା, ରାଉରକେଲା

ଆର୍ଏସ୍ପିରେ ଦୁର୍ଘଟଣା ନେଇ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଦ।ବି

December 4, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ରାଉରକେଲା ଇସ୍ପାତ କାରଖାନାର ଆଧୁନିକୀକରଣ କାର୍ଯ୍ୟରେ ଗତ ଦୁଇଦିନରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ଏଭଳି ଘଟଣା ପୁନର୍ବାର ନଘଟିବା ପାଇଁ ପଦକ୍ଷେପ ନେବାକୁ ସେ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କୁ ପତ୍ରଲେଖି ଦ।ବି କରିଛନ୍ତି ।

ସେଲ ହେଉଛି ଦେଶର ବୃହତମ ଇସ୍ପାତ ଉତ୍ପାଦନକାରୀ ଓ ଏହା ଏକ ମହାରତ୍ନ କମ୍ପାନୀ, ତେଣୁ ଏଠାରେ ସୁରକ୍ଷାର ମାନ ବିଶ୍ୱସ୍ତରୀୟ ହେବା ଆବଶ୍ୟକ । ଶ୍ରମିକ ମାନଙ୍କ ସୁରକ୍ଷା ସହିତ କୌଣସି ସାଲିସ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ବେଣୀପ୍ରସାଦ ବର୍ମାଙ୍କୁ ଲେଖିଥିବା ପତ୍ରରେ ସେ ଦର୍ଶାଇଛନ୍ତି ।

ଭବିଷ୍ୟତରେ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ସେଫ୍ଟି ଷ୍ଟାଣ୍ଡାର୍ଡ଼କୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେ ଦ।ବି କରିଛନ୍ତି ।

ଏହାସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକ ମାନଙ୍କ ନିକଟତମ ଆତ୍ମୀୟମାନେ ଯେଭଳି ପର୍ଯ୍ୟାପ୍ତ କ୍ଷତିପୂରଣ ପାଇବେ ଏବଂ ଆହତ ବ୍ୟକ୍ତି ଉପଯୁକ୍ତ ଚିକିତ୍ସା ପାଇବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇସ୍ପାତ କାରଖାନା, ରାଉରକେଲା

ନଭେମ୍ବରରେ ରାଉରକେଲା ଇସ୍ପାତର ରେକର୍ଡ଼ ଉତ୍ପାଦନ

December 2, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା,ଡ଼ିସେମ୍ବର୩(ଓଡ଼ିଶା ଡ଼ଟ୍ କମ୍)ମହାରତ୍ନ ଭାରତୀୟ ଇସ୍ପାତ ପ୍ରାଧିକରଣ ସଂସ୍ଥା(ସେଲ୍)ପରିଚଳିତ ରାଉରକେଲା ଇସ୍ପାତ କାରଖାନା ଗତ ନଭେମ୍ବରରେ ଉତ୍ପାନରେ ରେକର୍ଡ଼ ସୃଷ୍ଟି କରିଛି ।

କାରଖାନା ଉକ୍ତ ମାସ ୨,୦୦,୦୫୨ଟନ୍ ଉତପ୍ତ ଧାତୁ ଏବଂ ୪୫,୦୮୫ଟନ୍ ପ୍ଲେଟ୍ ମିଲ୍ ପ୍ଲେଟ୍ସ
ଉତ୍ପାଦନ କରି ଏହି ରେକର୍ଡ଼ ସୃଷ୍ଟି କରିଛି । କାରଖାନା ସ୍ଥାପନ ହେଲାଦିନଠାରୁ କୌଣସି
ନଭେମ୍ବରରେ ଏଭଳି ଉତ୍ପାଦନ ହୋଇନଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇସ୍ପାତ କାରଖାନା, ରାଉରକେଲା

ସେଲ୍ ହକି ଏକାଡ଼େମୀକୁ ସର୍ବଭାରତୀୟ ସ୍ୱର୍ଣ୍ଣ କପ୍

November 25, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ସେଲ୍ ହକି ଏକାଡ଼େମୀ ପଞ୍ଜାବର ଲୁଧିଆନା ନିକଟସ୍ଥ ଦୋର୍ହା ଠାରେ ଅନୁଷ୍ଠିତ ନବମ ସର୍ବଭାରତୀୟ ସ୍ୱର୍ଣ୍ଣ କପ୍ ହକି ପ୍ରତିଯୋଗିତାରେ ବିଜୟ ଲାଭ କରିଛି ।

ନଭେମ୍ବର ୨୦ ତାରିଖରେ ଶେଷ ହୋଇଥିବା ଏହି ପାଂଚଦିନିଆ ଟୁର୍ଣ୍ଣାମେଂଟରେ ଦେଶର ବିଭିନ୍ନ ସ୍ଥାନରୁ ୨୧ଟି ଳ ଅଂଶଗ୍ରହଣ କରିଥିଲେ ।

ଫାଇନାଲ ମ୍ୟାଚରେ ସେଲ୍ ହକି ଏକାଡ଼େମୀ ଭୋପାଲର ସିନ୍ଧିଆ ହକି ଏକାଡ଼େମୀକୁ ପରାସ୍ତ କରି ସ୍ୱର୍ଣ୍ଣ କପ୍ ସହ ୩୧୦୦୦ ଟଙ୍କାର ଅର୍ଥ ପୁରସ୍କାର ଲାଭ କରିଛି ।

ବିଜୟୀ ଦଳର ଅଧିନାୟକ ଦିଲ୍ଲୀପ ଟପ୍ପୋଙ୍କୁ ଶ୍ରେଷ୍ଠ ଡ଼ିଫେଣ୍ଡର ଭାବେ ଘୋଷଣା କରାଯାଇଥିଲା । ଗୁରୁବାର ଆୟୋଜିତ ଉତ୍ସବରେ ହକି ଦଳର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ହକିକୁ ଖେଳ ଅପେକ୍ଷା ଜୀବନଧାରଣର ଏକ ପଥ ରୂପେ ବିବେଚନା କରୁଥିବା ଏହି ଅଂଚଳର ଯୁବ ଖେଳାଳି ମାନଙ୍କ ପ୍ରତିଭାର ବିକାଶ ଲକ୍ଷ୍ୟରେ ୧୯୯୨ରେ ସେଲ୍ ହକି ଏକାଡ଼େମୀ ସ୍ଥାପନ  କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇସ୍ପାତ କାରଖାନା, ସ୍ୱର୍ଣ୍ଣ କପ୍

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ