• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଇସ୍ରୋ

ଇସ୍ରୋ ପରିଦର୍ଶନ କରି ଫେରିଲେ ଓଡ଼ିଶାର ୨୦ ଛାତ୍ରଛାତ୍ରୀ

May 17, 2015 by News Bureau Leave a Comment

ଓଡିଶା ଡଟକମ ସଂବାଦ ଦାତା

ଭୁବନେଶ୍ୱର, ମଇ ୧୭ (ଓଡିଶା ଡଟ କମ) ଓଡ଼ିଶାର ୨୦ଜଣ ବିଦ୍ୟାଳୟ ଛାତ୍ରଛାତ୍ରୀ ସପ୍ତାହକ ପାଇଁ ଗୁଜରାଟର ଅହମଦାବାଦ ସ୍ଥିତ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ମହାକାଶ ପ୍ରୟୋଗ ସଂସ୍ଥାନ ଓ ଗୁଜରାଟର ସାଇନସ ସିଟି ପରିଦର୍ଶନ କରିବା ପରେ ରବିବାର ଭୁବନେଶ୍ୱର ଫେରିଛନ୍ତି ।

ଟାଟା ଷ୍ଟିଲ ପକ୍ଷରୁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଯୋଗରେ ଆୟୋଜିତ ହେଉଥିବା ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମ ଜରିଆରେ ଚୟନ ହୋଇଥିବା ଏହି ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ପ୍ରତିଭାର ବିକାଶ ଲକ୍ଷ୍ୟରେ ଏହି ଯାତ୍ରାର ଆୟୋଜନ କରାଯାଇଥିଲା ।

students୧୫ଜଣ ବାଳକ ଓ ୫ଜଣ ବାଳିକା ଏବଂ ସେମାନଙ୍କ ଗାଇଡ ଶିକ୍ଷକଙ୍କୁ ମିଶାଇ ମୋଟ ୪୦ଜଣଙ୍କ ଇସ୍ରୋ ମହାକାଶ ପ୍ରୟୋଗ ସଂସ୍ଥାନ (ଏସ୍ଏସି) କୁ ପରିଦର୍ଶନ ସେମାନଙ୍କୁ ଇସ୍ରୋର ବିଭିନ୍ନ ପରିଚାଳନାଗତ ଦିଗ ବିଷୟରେ ଜାଣିବାର ଅନନ୍ୟ ସୁଯୋଗ ପ୍ରଦାନ କରିଥିଲା ।

ଏହି ସଂସ୍ଥାନରେ ଡେଭଲପମେଂଟ, ରିଏଲାଇଜେସନ୍ ଓ କ୍ୱାଲିଫିକେସନ୍ ଅଫ୍ କମୁ୍ୟନିକେସନ୍, ନେଭିଗେସନ୍, ପୃଥିବୀ ନିରୀକ୍ଷଣ ଓ ଗ୍ରହଙ୍କ ପେଲୋଡ୍ସ ଓ ସମ୍ପର୍କୀୟ ଡାଟା ପ୍ରୋସେସିଂ, ଯୋଗାଯୋଗ ବିଭାଗର ଗ୍ରାଉଣ୍ଡ ସିଷ୍ଟମ୍, ପ୍ରସାରଣ, ରିମୋଟ୍ ସେନ୍ସିଂ ଓ ବିପର୍ଯ୍ୟୟ ନିରୀକ୍ଷଣ ଭଳି କାର୍ଯ୍ୟ ସମ୍ପାଦନ ହୋଇଥାଏ ।

ଇସ୍ରୋ ମହାକାଶ ପ୍ରୟୋଗ ସଂସ୍ଥାନର ନିର୍ଦ୍ଦେଶକ ତଥା ପ୍ରତିଷ୍ଠିତ ମହକାଶବିଜ୍ଞାନୀ ଶ୍ରୀ ତପନ ମିଶ୍ର ଟାଟା ଷ୍ଟିଲ ଓ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହ ନିଜର ଅଭିଜ୍ଞତା ବାଂଟିଥିଲେ ।

ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରୟୋଗଶାଳା ଓ ବିଭାଗ ଯଥା ଭାଇବ୍ରେଟର ଚାମ୍ବର, ଥର୍ମୋ ଡାଇନାମିକ୍ ଚାମ୍ବର ଭଳି ଏକାଧିକ ବିଭାଗ ତଥା ଭବିଷ୍ୟତରେ ମହାକାଶରେ ସ୍ଥାନିତ ହେବାକୁଥିବା ନିର୍ମାଣଧିନ ଉପଗ୍ରହ ଦେଖିବାର ସୁଯୋଗ ପାଇଥିଲେ । ଏହିସବୁ ପ୍ରୟୋଗାଶାଳାର ବୈଜ୍ଞାନିକମାନେ ସେମାନଙ୍କ ଅନୁସନ୍ଧାନ କାର୍ଯ୍ୟ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହିତ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ।

ରାଜ୍ୟ ସଚିବାଳୟରେ ଚଳିତ ମାସ ୮ ତାରିଖ ଦିନ ମୁଖ୍ୟ ସଚିବଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ଗସ୍ତରେ ଛାତ୍ରଛାତ୍ରୀଙ୍କୁ ଅହମଦାବାଦରେ ଥିବା ଗୁଜରାଟର ସାଇନସ ସିଟି ମଧ୍ୟ ଦେଖିବାର ସୁଯୋଗ ମିଳିଥିଲା । ଏଠାରେ ସେମାନଙ୍କୁ ବିଜ୍ଞାନ, ପୃଥିବୀ ଓ ବିଭିନ୍ନ ପ୍ରକାର କୌତୁହଳପୂର୍ଣ୍ଣ ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା ।

ପଠାଣି ସାମନ୍ତ ପ୍ଲାନେଟାରିୟମ୍ ର ଉପ ନିର୍ଦ୍ଦେଶକ ଡଃ ଶୁଭେନ୍ଦୁ ପଟ୍ଟନାୟକ ଓ ଟାଟା ଷ୍ଟିଲର ଜଣେ ଅଧିକାରୀଙ୍କ ତତ୍ୱାବଧନାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଗାଇଡ୍ ଶିକ୍ଷକ ଏହି ଗସ୍ତରେ ଯାଇଥିଲେ ।

ଟାଟା ଷ୍ଟିଲ ପକ୍ଷରୁ, ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଯୋଗରେ ରାଜ୍ୟର ୮ଟି ଜୋନ୍ ଯଥା ଯାଜପୁର, ବେଲପାହାଡ, କେନ୍ଦୁଝର, ବାଲେଶ୍ୱର, ଯୋଡ଼ା, ଭୁବନେଶ୍ୱର, ବ୍ରହ୍ମପୁର ଓ ଜୟପୁରରେ ୮ମ ରୁ ୧୦ମ ଶ୍ରେଣୀର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ହୋଇଥିବା ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ ୮୦୦ ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ୨୦ଜଣଙ୍କୁ ଚୟନ କରାଯାଇଥିଲା ।

ଅନ୍ତରୀକ୍ଷ ବିଜ୍ଞାନ ତଥା ଜ୍ୟୋତିର୍ବିଜ୍ଞାନର କିମ୍ବଦନ୍ତୀ ପୁରୁଷ ପଠାଣି ସାମନ୍ତଙ୍କ ଅବଦାନକୁ ଲୋକପ୍ରିୟ କରିବା ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତରୀକ୍ଷ ଓ ଜ୍ୟୋତିର୍ବିଜ୍ଞାନ ସମ୍ପର୍କରେ ଆଗ୍ରହ ସୃଷ୍ଟି କରିବା ତଥା ସେମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ, ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଯୋଗରେ ୨୦୦୭ ମସିହାରୁ ଉକ୍ତ ପ୍ରତିଯୋଗିତାର ଆୟୋଜନ କରିଆସୁଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ଶିକ୍ଷା Tagged With: ଇସ୍ରୋ, ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ, ଟାଟା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ