• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଉତ୍କଳ ବିଶ୍ୱବିଦ୍ୟାଳୟ

ଶିଶୁ ଅଧିକାର ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ : ତରୁଣ ବସୁ

March 3, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ ୩ (ଓଡ଼ିଶା ଡ଼ଟ୍ କମ୍) ସମାଜର ମୁଖ୍ୟସ୍ରୋତ ବାହାରେ ରହି ନିଜର ଅଧିକାରରୁ ବଂଚିତ ଥିବା ଶିଶୁ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା କ୍ଷେତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିପାଇଁ ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରର ଗଣମାଧ୍ୟମ ପ୍ରତିନିଧି ମାନେ ଆନ୍ତରିକତାର ସହ ଆଗେଇ ଆସିବାକୁ ବିଶିଷ୍ଟ ବକ୍ତାମାନେ ଆହ୍ୱାନ ଦେଇଛନ୍ତି ।

ସମାଜର ମୁଖ୍ୟସ୍ରୋତ ବାହାରେ ରହିଯାଇଥିବା ଶିଶୁ ମାନଙ୍କର ଅଧିକାର ସୁରକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଏହିମତ ପ୍ରକାଶ ପାଇଛି ।

ଅର୍ନ୍ତଜାତୀୟ ସଂଗଠନ ସେଭ୍ ଦି ଚିଲଡ୍ରେନର ସହଯୋଗ ଏବଂ ପିକକ୍, ସିସିଡବ୍ଲୁ୍ୟଡି, ଆଇନା, ରେଆର, ଶୋଭା ଦ୍ୱାରା ଆୟୋଜିତ ଏହି କର୍ମଶାଳା ଇଣ୍ଡୋ ଏସିଆନ୍ ନୁ୍ୟଜ ସର୍ଭିସର ମୁଖ୍ୟ ସମ୍ପାଦକ ଶ୍ରୀ ତରୁଣ ବସୁ ଉଦ୍ଘାଟନ କରିଥିଲେ ।

ଦୈନିକ ଭାଷ୍କରର ଉପ ସମ୍ପାଦିକା ଶ୍ରୀମତୀ ଭିନିତା ପାଣ୍ଡେ, ରାଜନୀତି ବିଶେଷଜ୍ଞ ପ୍ରଫେସର ବିଜୟ ବହିଦାର, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପିକା ଶ୍ରୀମତୀ ରୀତା ରାୟ, ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ସେଭ ଦି ଚିଲଡ୍ରେନ୍ର ରାଜ୍ୟ କାର୍ଯ୍ୟକ୍ରମ ମୁଖ୍ୟ ଶଶାଙ୍କ କୁମାର ପାଢ଼ୀ, ସଂଯୋଜିକା ଭାରତୀ ଚକ୍ର ଉପସ୍ଥିତ ଥିବାବେଳେ ବରିଷ୍ଠ ସାମ୍ବାଦିକ ମଣିପଦ୍ମା ଜେନା ଏଥିରେ ଅଧ୍ୟକ୍ଷତା କରିଥିଲେ ।

ପିକକର ସମ୍ପାଦକ ରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରି କହିଥିଲ ଯେ ଶୈଶବକୁ ଉପଭୋଗ କରିବା ପ୍ରତ୍ୟେକ ଶିଶୁର ଅଧିକାର । ପିଲାମାନେ ତାଙ୍କ ପିଲାବେଳ ଅନୁଭୂତିକୁ ପାଥେୟ କରି ଆଗକୁ ବଢ଼ିଥାନ୍ତି ।

ସେମାନଙ୍କ ଆବଶ୍ୟକତା ଓ ଚିନ୍ତାଧରାକୁ ବୁଝି ଗଣମାଧ୍ୟମ ସେମାନଙ୍କର ସ୍ୱର ହେବା ଆବଶ୍ୟକ । ଶ୍ରୀ ବସୁ କହିଥିଲେ ଯେ ସାମାଜିକ ବ୍ୟବସ୍ଥାରେ ଗଣମାଧ୍ୟମର କାର୍ଯ୍ୟଧାରା ଅତ୍ୟନ୍ତ ବ୍ୟାପକ । ଆମ ଦେଶର ଜନସଂଖ୍ୟାର ଏକ ତୃତୀୟାଂଶ ହେଉଛନ୍ତି ଶିଶୁ । ସେମାନେ ଆମ ଦେଶର ଭବିଷ୍ୟତ ।

ତେଣୁ ଗଣମାଧ୍ୟମ ସେମାନଙ୍କୁ ଅଣଦେଖା କରିବା ଉଚିତ୍ ନୁହେଁ । ସେ କହିଥିଲେ ଯେ ବର୍ତମାନ ଆମ ଦେଶରେ ଶିଶୁ ମାନଙ୍କର ହାର ହ୍ରାସ ପାଉଥିବାବେଳେ କନ୍ୟାଶିଶୁ ହ୍ରାସ ହାର ଅତ୍ୟନ୍ତ ଉଦ୍ବେଗ ଜନକ ।

ଦେଶରେ ୨୦୧୧ରେ ୩ ନିୟୁତ ଝିଅ ଓ ୨ ନିୟୁତ ପୁଅ ନିଖୋଜ ହୋଇଯାଇଥିବାବେଳେ ପ୍ରତି ଆଠ ମିନିଟ୍ରେ ଜଣେ ଶିଶୁ ନିଖୋଜ ସଂକ୍ରାନ୍ତୀୟ ରିପୋର୍ଟ ହେଉଛି । ସେହିଭଳି ପ୍ରତି ତିନି ଜଣରେ ଜଣେ ଶିଶୁ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ୫୩ ପ୍ରତିଶତ ଶିଶୁ ଯୌନ ଶୋଷଣର ଶିକାର ହେଉଛନ୍ତି ।

ଶିଶୁଙ୍କ ପାଇଁ ଆମ ସମ୍ବିଧାନରେ ବିଭିନ୍ନ ଅଧିକାର ଲିପିବଦ୍ଧ ଥିବାବେଳେ ଓ ଦେଶରେ ୧୭ଟି ବୃହତ୍ ଯୋଜନା କାର୍ଯ୍ୟକାରୀ ହେଉଛି । ଏହା ସତ୍ୱେ ସମାଜର ମୁଖ୍ୟସ୍ରୋତ ବାହାରେ, ଏବେ ବି ବହୁ ଶିଶୁ ଅବହେଳିତ ହୋଇ ରହିଯାଉଛନ୍ତି ।

ଏହା ଏବେ ଗଣମାଧ୍ୟମ ପାଇଁ ଆହ୍ୱାନ ସୃଷ୍ଟି କରିଥିବାବେଳେ ଜାତୀୟ ସ୍ତରର ଗଣମାଧ୍ୟମ ଗୁଡ଼ିକ ଶିଶୁ ମାନଙ୍କର କଥା ପ୍ରକାଶ କରିବାକୁ କୁଣ୍ଠାବୋଧ ଥିବା ସେ ସ୍ୱୀକାର କରିଥିଲେ । ଶ୍ରୀମତୀ ପାଣ୍ଡେ କହିଥିଲେ ଯେ ସମ୍ବାଦ ପରିବେଷଣ ବେଳେ ପିଲାମାନଙ୍କୁ ଭୁଲିଯିବା ଉଚିତ୍ ନୁହେଁ । ପ୍ରତ୍ୟେକ ଶିଶୁଙ୍କର ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ସରକାର ଓ ସମାଜକୁ ଉତରଦାୟୀ କରିବାପାଇଁ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ୍ ।

ସେଭ ଦି ଚିଲ୍ଡ୍ରେନ୍ର ଶ୍ରୀ ପାଢ଼ୀ କହିଥିଲେ ଯେ ତାଙ୍କ ସଂସ୍ଥା ରାଜ୍ୟର ୧୦ଟି ଜିଲ୍ଲାରେ କାର୍ଯ୍ୟ କରୁଥିବାବେଳେ ପ୍ରତ୍ୟକ୍ଷ ଭାବେ ୪୭ ହଜାର ଓ ପରୋକ୍ଷ ଭାବେ ୭୦ ହଜାରରୁ ଅଧିକ ପିଲାଙ୍କ ସହ ଜଡିତ ରହିଛି ।

ପ୍ରଫେସର ବହିଦାର ପାଠ୍ୟକ୍ରମ ଓ ଅନୁଷ୍ଠାନ ଗୁଡ଼ିକରେ ଜାତି ଧର୍ମ ନାମରେ ବିଭେଦ ସୃଷ୍ଟି କରିବା ଉଚିତ୍ ନୁହେଁ ବୋଲି କହିଥିବାବେଳେ ପ୍ରଫେସର ଶ୍ରୀମତୀ ରାୟ ସମାଜର ଚତୁର୍ଥସ୍ତମ୍ଭ ଭାବେ ଗଣମାଧ୍ୟମ ଶିଶୁ ମାନଙ୍କର ଅଧିକାର ସୁରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ମାନେ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିଥିବାବେଳେ ସେଭ ଦି ଚିଲ୍ଡ୍ରେନ୍ର ଭାରତୀ ଚକ୍ର ଧନ୍ୟବାଦ ଅର୍ପଣ କରି ଆଗାମୀ ଦିନରେ ଶିଶୁ ମାନଙ୍କ ଅଧିକାରର ସୁରକ୍ଷା ପାଇଁ ତାଙ୍କ ସଂସ୍ଥା ଗଣମାଧ୍ୟମ ସହ ମିଶି କାର୍ଯ୍ୟ କରିବ ବୋଲି ସୂଚନା ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରାଜନୀତି Tagged With: ଅର୍ନ୍ତଜାତୀୟ ସଂଗଠନ, ଉତ୍କଳ ବିଶ୍ୱବିଦ୍ୟାଳୟ, ଗଣମାଧ୍ୟମର ଭୂମିକା, ପିକକ

ସମ୍ବାଦଦାତା ଲେଖାର ଧାରା ବଦଳାଇବାକୁ ଚେଷ୍ଟା କରିବା ଆବଶ୍ୟକ: ମତ

January 9, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୯(ଓଡିଶା ଡଟ୍ କମ୍)- ଆଜିକାଲିକାର ସାମ୍ବାଦିକମାନେ ଗତାନୁଗତିକତା ବା ପାରମ୍ପରିକତା ଠାରୁ ଟିକେ ଦୂରେଇ ଯାଇ, ଟିକେ ବାଟ ଭାଙ୍ଗି ଭିନ୍ନ ଧାରାରେ ରିପୋଟିଂ ବା ସମ୍ବାଦ ପରିବେଷଣ କରିବା ଲାଗି ଭୁବନେଶ୍ୱରରୁ ପ୍ରକାଶିତ ଦୈନିକ ଓଡ଼ିଆ ଖବରକାଗଜ ‘ସାହାଣମେଲା’ ର ସମ୍ପାଦକ ଶ୍ରୀ ଦେବେନ୍ଦ୍ର ନାଥ ଦାଶ ପରାମର୍ଶ ଦେଇଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟ- ଅନୁବନ୍ଧିତ ‘ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ଇନ୍ଫର୍ମେସନ୍ ଟେକ୍ନୋଲୋଜି (ଅମିତ୍) ର ଭୁବନେଶ୍ୱର – ମଞ୍ଚେଶ୍ୱର ସ୍ଥିତ ସ୍ନାତକୋତ୍ତର ସାମ୍ବାଦିକତା ଓ ଗଣ-ଯୋଗାଯୋଗ ବିଭାଗ ଆନୁକୂଲ୍ୟରେ ଆଜି ଅନୁଷ୍ଠିତ ‘ଓଡ଼ିଆ ସାମ୍ବାଦିକତାର ବିକାଶ’ ଶୀର୍ଷକ ଆଲୋଚନାଚକ୍ରରେ ଅତିଥି ଭାବେ ଯୋଗ ଦେଇ ସେ କହିଲେ ଯେ ସାମ୍ବାଦିକ ମାନେ ଭଲ ହେବା ପାଇଁ ସବୁବେଳେ ଚେଷ୍ଟା କରିବା ଆବଶ୍ୟକ ।

ସେମାନେ ଚାହଁଲେ ରିପୋଟିଂ କଲା ବେଳେ ଆବଶ୍ୟକ ସ୍ଥଳେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଆଉଁଷି ଦେବା ସଙ୍ଗେ ସଙ୍ଗେ ସେମାନଙ୍କ ଚୋପା ମଧ୍ୟ ଛଡ଼ାଇ ଦେଇପାରିବେ ।

ସେ କହିଲେ ଯେ ସାମ୍ବାଦିକତା ହେଉଛି ଏକ ସମ୍ମାନଜନକ ପେସା । ଜଣେ ସାମ୍ବାଦିକ ହେବାକୁ ଆଗ୍ରହ ପ୍ରକାଶ କଲେ, ସେ ବହୁବିଧ ପ୍ରତିଭାଧାରୀ ହୋଇଥିବା ଆବଶ୍ୟକ । ତାଙ୍କ ଚିନ୍ତାଧାରା ‘ଡାଇନାମିକ୍’ ହେବା ଦରକାର । ସାହିତ୍ୟ ସହିତ ସାମ୍ବାଦିକତା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବା ଯୋଗୁଁ ସାମ୍ବାଦିକମାନଙ୍କର ଅଭିଧାନଗତ ତଥା ବ୍ୟାକରଣଗତ ଜ୍ଞାନ ରହିବା ସର୍ବାଦୌବାନୀୟ ।

ଦାଶ କହିଲେ ଯେ ସମ୍ପ୍ରତି ସମ୍ବାଦପତ୍ର ଗୁଡିକ ବିଭିନ୍ନ ରାଜନୈତିକ ଦଳ ବା କର୍ପୋରେଟ୍ ହାଉସ୍ ଅଥବା ଅର୍ବୁଦପତିଙ୍କ ସହିତ ସମ୍ପୃକ୍ତ ଥିବା ଯୋଗୁଁ ଅଧୁନା ରିପୋର୍ଟର ମାନେ ସ୍ୱାଧୀନ ବା ନିରପେକ୍ଷ ଭାବେ ଲେଖି ପାରୁନାହାନ୍ତି । ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ସହିତ ‘ସାହାଣମେଲା’ର ନାମଗତ ତଥା ଭାବଗତ ସମ୍ପର୍କ ରହିଛି ।

ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ଓଡ଼ିଆ ଜାତିର ପରିଚୟ ଏବଂ ଓଡ଼ିଆ ମାନଙ୍କ ତ୍ରାଣକର୍ତ୍ତା । ‘ସାହାଣମେଲା’ଶବ୍ଦର ଅର୍ଥ ହେଉଛି ଯାହା ସର୍ବସାଧାରଣଙ୍କ ଲାଗି ଖୋଲା ।

ଦାଶ କହିଲେ ଯେ ଯେଉଁ ସମ୍ବାଦ ପ୍ରକାଶନ ଦ୍ୱାରାଜନସମାଜର କୌଣସି ଉପକାର ହୁଏ ନାହିଁ ,ବରଂ କ୍ଷତି ହୁଏ – ସେ ପ୍ରକାର ସମ୍ବାଦର ପରିବେଷଣ ସର୍ବଥା ତଥା ସର୍ବଦା ବର୍ଜ୍ଜନୀୟ ।

ବିଭିନ୍ନ ଘଟଣାରେ ଦେଖାଯାଉଛି ଯେ ନିର୍ଦ୍ଧିଷ୍ଟ ଗୋଷ୍ଠୀର ସଦସ୍ୟମାନେ ସର୍ବତ୍ର ଗଣ୍ଡଗୋଳ ଘଟାଉଛନ୍ତି । ଅଥଚ ଦଳେ ନୀରିହ ବା ଡରୁଆ ଲୋକ ଗୋଳିଆପାଣିକୁ ଗୋଡ଼ ନ ବଢ଼ାଇବା ନ୍ୟାୟରେ ଅନ୍ୟାୟର ପ୍ରତିବାଦ ନ କରି ଚୁପଚାପ ରହିଯାଉଛନ୍ତି । କିନ୍ତୁ ବେଳେ ବେଳେ ବା ସ୍ଥଳ ବିଶେଷରେ ସେମାନେ ମଧ୍ୟ ମାଡ଼ ଖାଇଯାଉଛନ୍ତି ।

ଗୁଣ୍ଡା,ବଦ୍ମାସ୍ ମାନଙ୍କ ଯୋଗୁଁ ନୀରିହ ଛାତ୍ରଛାତ୍ରୀ ବା ଅନ୍ୟ ଲୋକମାନେ ଅଯଥା ବଦ୍ନାମ୍ ହେଉଛନ୍ତି ।

‘ଅମିତ୍’ ସାମ୍ବାଦିକତା ବିଭାଗର ମୁଖ୍ୟ ତଥା ପ୍ରଫେସର ବନବିହାରୀ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ପାଦାନରେ ବିଭାଗୀୟ ସଂଯୋଜକ,ଅଧ୍ୟାପକ ଟିକାୟତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଦୀପକ ରଞ୍ଜନ ଆଚାର୍ଯ୍ୟ ବେଦରୁ ଶ୍କୋକ ଆବୃତ୍ତି କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜେଶ କୁମାର ଆଚାର୍ଯ୍ୟ, ସ୍ଥିତିପ୍ରଜ୍ଞା ଦାସ, ସ୍ୱର୍ଣ୍ଣପ୍ରଭା ଦାସ, ରୋଜି ନାଏକ, ରଞ୍ଜନ କୁମାର ପଟ୍ଟନାୟକ, ନିହାରିକା ରାଉତ, ନିବେଦିତା ରଥ, ସୁପ୍ରଭା କାନୁନଗୋ, ରମାକାନ୍ତ ବିଶ୍ୱାସ, ସ୍ୱର୍ଣ୍ଣଲତା ଭାରିମଲ୍ଲ, ରାଜେଶ କୁମାର ଆଚାର୍ଯ୍ୟ, ମୁକେଶ କୁମାର ମଙ୍ଗରାଜ,ସୋନାଲି ମହାପାତ୍ର,ଗାୟତ୍ରୀ ଲେଙ୍କା, ସୁମିତ୍ରା ପାତ୍ର, ମୌସୁମୀ ପଟ୍ଟନାୟକ,ସୁମନ୍ କୁମାର ବାନାର୍ଜୀ,ମମତା ଭୁଜବଳ, ରଶ୍ମିତା ମିଞ୍ଜ୍ ଏବଂ ରୀତାରାଣୀ ଘୋଷ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅମିତ୍, ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଆ ଖବରକାଗଜ, ଛାତ୍ରଛାତ୍ରୀ, ସମ୍ବାଦଦାତା

ବୁଧବାର ଅନ୍ନପୂର୍ଣ୍ଣାଦେବୀଙ୍କର ଶେଷକୃତ୍ୟ

January 1, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ,ଜାନୁଆରୀ ୧(ଓଡିଶା ଡଟ୍ କମ୍)-ସୋମବାର ରାତି ୧୦ଟା୨୦ରେ ୯୬ବର୍ଷ ବୟସରେ ତାଙ୍କ କଟକ ବାଖରାବାଦ ବାସଭବନରେ ଆଖିବୁଜି ଦେଇଛନ୍ତି ବର୍ଷିୟାନ ଗାନ୍ଧିବାଦୀ ,ସର୍ବୋଦୟ ନେତ୍ରୀ ତଥା ସମାଜସେବୀ ଅନ୍ନପୂର୍ଣ୍ଣା ମହାରଣା । ସମଗ୍ର ରାଜ୍ୟ ଶୋକରେ ବୁଡି ଯାଇଛି ।

ଆସନ୍ତାକାଲି ପୂର୍ବାହ୍ନରେ ଖାନନଗର ଶ୍ମଶାନରେ ଅନ୍ନପୂର୍ଣ୍ଣାଦେବୀଙ୍କର ଶେଷକୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଭାଉଜ ସୁମିତ୍ରା ଚୌଧୁରୀ, ଦଦୁଇ ପୁଅ ଡଃ ଜ୍ଞାନଦେବ ଓ ଡଃ କର୍ମଦେବଙ୍କ ସମେତ ବହୁ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ ।

କଟକର ବାଖରାବାଦସ୍ଥିତ ଏକ ମୁକ୍ତି ସଂଗ୍ରାମୀ ପରିବାରରେ ୧୯୧୭ ନଭେମ୍ବର ୩ରେ ଅନ୍ନପୂର୍ଣ୍ଣା ଜନ୍ମଲାଭ କରିଥଲେ । ଦେଶ ଓ ଦଶର ସେବା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିଲେ ।

ଜୀବନବ୍ୟାପୀ ଜନସେବାର ସ୍ୱୀକୃତି ସ୍ୱରୂପ ଉତ୍କଳ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା । “ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ “ଉତ୍କଳରତ୍ନ’ ଉପାଧି ଏବଂ ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରାଧାନାଥ ରଥ ସେବା ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।

ସେବା ଓ ତ୍ୟାଗର ବିରଳ ମଣିଷପଣିଆ ତାଙ୍କଠାରେ ଥିଲା । ସେ ଥିଲେ ଏକ ମହନୀୟ ବ୍ୟକ୍ତିତ୍ୱ । ନିଶାନିବାରଣ ଓ ମଦ୍ୟପାନ ବିରୋଧରେ ସେ ଆମୃତୁ୍ୟ ସଂଗ୍ରାମୀ ଥିଲେ ।

ଅତ୍ୟାଚାରୀ ଇଂରେଜ ପୁଲିସଙ୍କ ଦ୍ୱାରାସେ ଅକଥନୀୟ ନିର୍ଯାତନା ଭୋଗିବା ସହ ମାତ୍ର ୧୩ବର୍ଷ ବୟସରେ ପ୍ରଥମ କାରାବରଣ କରିଥିଲେ । ଜଣେ ବାନରସେନା ରୂପେ ମାତୃଭୂମି ପାଇଁ ସାହସର ସହିତ ଲଢ଼େଇକରି ସମସ୍ତଙ୍କର ଆଦରଣୀୟ ହୋଇପାରିଥିଲେ ।

ମହାତ୍ମା ଗାନ୍ଧିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ଶ୍ରୀମତୀ ମହାରଣା ମା’ ରମାଦେବୀ ଓ ବାପା ଗୋପବନ୍ଧୁ ଚୌଧୁରୀ, ଭାଇ ମନମୋହନ ଚୌଧୁରୀ, ଦାଦା ନବକୃଷ୍ଣ ଚୌଧୁରୀ, ଖୁଡ଼ୀ ମାଳତୀ ଦେବୀ ଓ ସ୍ୱାମୀ ଶରତ ମହାରଣାଙ୍କ ସହିତ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।

୧୯୩୦ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ଓ ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ସେ ସକ୍ରିୟଭାବେ ଅଂଶଗ୍ରହଣକରି କାରାବରଣଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପିସିସି ସଭାପତି ନିରଜଂନ ପଟ୍ଟନାୟକ ଓ ଅନାଦି ସାହୁ ପ୍ରମୁଖ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କ ବସାଭବନକୁ ଯାଉ ଶେଷ ଦର୍ଶନ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଉତ୍କଳ ବିଶ୍ୱବିଦ୍ୟାଳୟ, ଉତ୍କଳରତ୍ନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସମାଜସେବୀ ଅନ୍ନପୂର୍ଣ୍ଣା

ସମାବର୍ତନ ଉତ୍ସବ ପାଇଁ ଓଡ଼ିଶାରେ ଉପରାଷ୍ଟ୍ରପତି

March 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେବା ପାଇଁ ଭାରତର ଉପରାଷ୍ଟ୍ରପତି ହମି୍ ଆନ୍ସାରୀ ଗୁରୁବାର ଅପରାହ୍ଣରେ ଭୁବନେଶ୍ୱରରେ ପହଂଚିଛନ୍ତି ।

ସେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବା ପରେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଓ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଥିଲେ ।

ସେ ଆଜି ରାଜଭବନରେ ରାତ୍ରୀଯାପନ କରିବା ପରେ ଶୁକ୍ରବାର ୧୧ଟାରେ ସମାବର୍ତନ ଉତ୍ସବରେ ଯୋଗ ଦେବେ ଏବଂ ୧୨ଟା ୪୫ରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବର୍ତନ ଉତ୍ସବରେ ସୁପ୍ରିମ କୋର୍ଟର ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ, ଆଇନ୍ ବିଶାର ହରିଶ ସାଲ୍ଭେ ଓ ବରିଷ୍ଠ ଆଇନ୍ଜୀବୀ ୟୁ.ଲଳିତଙ୍କୁ ସମ୍ମାନ ସୂଚକ ଏଲ୍ଏଲ୍ଡି ଉପାଧି ପ୍ରଦାନ କରାଯିବ ।

ସମାଜସେବୀ ମନୁଭାଇ ପଟେଲ ଓ ଶିଳ୍ପପତି ବଂଶୀଧର ପଣ୍ଡାଙ୍କୁ ସମ୍ମାନ ସୂଚକ ଡିଲିଟ୍ ଉପାଧି ପ୍ରଦାନ
କରାଯିବା ସହ ମୁମ୍ବାଇ ସ୍ଥିତ ବିଶିଷ୍ଟ ହ୍ରୃୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ଡିଏସ୍ସି ଉପାଧି ପ୍ରଦାନ କରାଯିବ ।

ଉପରାଷ୍ଟ୍ରପତିଙ୍କ ଗସ୍ତକୁଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଉତ୍କଳ ବିଶ୍ୱବିଦ୍ୟାଳୟ, ଉପରାଷ୍ଟ୍ରପତି

ସମ୍ମିଳିତଭାବେ ସଂକଳ୍ପବଦ୍ଧ ହେଲେ ଓଡିଶାର ବିକାଶ ହେବ

June 26, 2005 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର,ଜୁନ ୨୬ (ଓଡିଶା ଡଟ୍ କମ୍)ଚୀନର ସଂଘାଇ ବିଶ୍ୱବିଦ୍ୟାଳୟର ଭିଜିଟିଂ ପ୍ରଫେସର ଓ ଆମେରିକାର ଟ୍ରୟ ଷ୍ଟେଟ୍ ବିଶ୍ୱବିଦ୍ୟାଳୟ ଓ ଇଂଲଣ୍ଡ କଉଣ୍ଟ୍ରି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିବା ଓଡ଼ିଶାର ଡ଼ଃ. କୁମାର ଦାସଙ୍କ ସହ ଏକ ସାକ୍ଷାତକାର

ଡ଼ଃ. କୁମାର ଦାସ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ଜଣେ ବରିଷ୍ଠ ପ୍ରଫେସର । ସିନେଟ ସଦସ୍ୟ, ବୋର୍ଡ ଅଫ୍ ଷ୍ଟଡିଜ୍, ତଥା ବିଶ୍ୱବିଦ୍ୟାଳୟର ଆପ୍ଲାଏଡ୍ ଇକୋନମିକ୍ସ ବିଭାଗର ମୁଖ୍ୟ ପଦବୀରେ କାର୍ଯ୍ୟ କରି ଆସିଥିବା ଦାସ ବିଶ୍ୱବିଦ୍ୟାଳୟରୁ ସାମୟିକ ଛୁଟି ନେଇ ଚୀନର ସଂଘାଇ ବିଶ୍ୱବିଦ୍ୟାଳୟର ଭିଜିଟିଂ ପ୍ରଫେସର ଓ ଆମେରିକାର ଟ୍ରୟ ଷ୍ଟେଟ୍ ବିଶ୍ୱବିଦ୍ୟାଳୟ ଓ ଇଂଲଣ୍ଡ କଉଣ୍ଟ୍ରି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍ କୁ ନିକଟରେ ଓଡ଼ିଶା ର ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ଦେଇଥିବା ଏକ ସାକ୍ଷାତକାର ର ମୁଖ୍ୟ ଅଂଶ ।

ଓଡିଶାର ଆର୍ଥିକ ଦୁର୍ଦ୍ଧଶା ସମ୍ପର୍କରେ ସମସ୍ତେ ଆଲୋଚନା କରୁଛନ୍ତି । ବାସ୍ତବରେ ଏହି ସମସ୍ୟାର ମୂଳ ମଞ୍ଜି କେଉଁଠି?

ଆର୍ଥିକ ଅନିୟମିତତା ଏବଂ ଅତୀତରେ ଉଚ୍ଚ ସ୍ତରରେ ହୋଇଥିବା ଦୁର୍ନୀତି ହିଁ ଆଜି ପ୍ରାକୃତିକ ସମ୍ପଦରେ ଭରା ଓଡିଶା ପାଇଁ ଦୁର୍ଦ୍ଧଶାର କାରଣ ବୋଲି ମୋର ଦୃଢ ବିଶ୍ୱାସ । ଦୂରଦୃଷ୍ଟି ଏବଂ ମୁଖ୍ୟ ସମସ୍ୟାକୁ ବୁଝିବାର ଦକ୍ଷତାର ଅଭାବ ମଧ୍ୟ ଆମ ଭିତରେ ରହିଛି ।

ଯେଉଁମାନେ ରାଜ୍ୟ ନିମନ୍ତେ ଯୋଜନା ପ୍ରସ୍ତୁତ କରୁଛନ୍ତି ସେମାନେ ସମ୍ବେଦନଶୀଳ ନୁହନ୍ତି । ଓଡିଶାବାସୀ ପ୍ରତିବାଦର ସ୍ୱର ଉତ୍ତୋଳନ କରନ୍ତିନି । ଏତିକି ନୁହେଁ ସେମାନେ ଆବଶ୍ୟକତାଠାରୁ ଅଧିକ ସରଳ ।

ରାଜ୍ୟର ଦୃତ ଆର୍ଥିକ ଅଭିବୃଦ୍ଧି ନିମିତ୍ତ ଆପଣଙ୍କ ମତରେ କେଉଁ ଉଦ୍ୟୋଗକୁ ଅଧିକ ପ୍ରାଧାନ୍ୟତା ଦିଆଯିବା ଆବଶ୍ୟକ?

ଖଣି, ସାମୁଦ୍ରିକ ଏବଂ ଜଙ୍ଗଲ ଭିତ୍ତିକ କାର୍ଯ୍ୟକଳାପ ସାଙ୍ଗକୁ କୃଷିକୁ ଅଧିକ ଗୁରୁତ୍ୱ ଦିଆଯିବା ନିହାତି ଜରୁରୀ । ଆଖିଦୃଶିଆ ବିକାଶ ସକାଶେ ଅର୍ଥପୂର୍ଣ୍ଣ ଶିକ୍ଷା ତଥା ସ୍ୱାସ୍ଥ୍ୟ ଉଦ୍ୟୋଗର ସଂସ୍କାର ଆବଶ୍ୟକ ।

ରାଜ୍ୟର ସାମ୍ପ୍ରତିକ ଆର୍ଥିକ ଦୁର୍ଦ୍ଧଶା ନିମନ୍ତେ ଆପଣ କାହାକୁ ଦାୟୀ କରିବେ ଏବଂ କାହିଁକି?

ଦାୟିତ୍ୱ ଦୃଷ୍ଟିରୁ, ତିନି ଶ୍ରେଣୀର ନାଗରିକଙ୍କୁ ଦାୟୀ କରିବି । ସବୁ ଜାଣି ବି କିଛି ନଜାଣିବାର ଅଭିନୟ କରୁଥିବା ବ୍ୟୁରୋକ୍ରାଟ ଗୋଷ୍ଠୀ ହେଲେ ପ୍ରଥମ, ସମ୍ବେଦନହୀନ ଜୀବ ଭାବେ ପରିଚିତ ରାଜନୀତିଜ୍ଞ ଦ୍ୱିତୀୟ ଏବଂ ପ୍ରତିବାଦର ସ୍ୱର ଉତ୍ତୋଳନ କରିବାକୁ ପଛଘୁଞ୍ଚା ଦେଉଥିବା ଶିକ୍ଷିତ ଓ ପେଶାଦାର ଗୋଷ୍ଠୀ ତୃତୀୟ ।

ଅନ୍ୟ ଦେଶ ଓ ରାଜ୍ୟର ଯୋଜନା ପ୍ରକ୍ରିୟାରେ ଶିକ୍ଷାବିତମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକ ଏ କ୍ଷେତ୍ରରେ କାହିଁକି ପଛରେ ପଡିଛନ୍ତି ଓ ଏଥିଲାଗି ଦାୟୀ କିଏ?

ଅତୀତରେ ନିସ୍କ୍ରିୟତାର ପ୍ରଭାବ ବର୍ତ୍ତମାନ ସମଗ୍ର ରାଜ୍ୟରେ ଅନୁଭୂତ ହେଉଛି । ରାଜ୍ୟର ପ୍ରଶାସକ ଏବଂ ଶାସନ ବ୍ୟବସ୍ଥାକୁ ଦୁଷ୍କର୍ମ ଓ ସାମନ୍ତବାଦ ପ୍ରଥା ଏବେ ମଧ୍ୟ ଆଚ୍ଛାଦିତ କରି ରଖିଛି । ଇ-ଗଭର୍ଣ୍ଣାନ୍ସ ଆରମ୍ଭକରି ଆମେ ଅତ୍ୟନ୍ତ ବୁଦ୍ଧିଆ ବୋଲି ଦାବି କରୁଛୁ ।

ତେବେ ବିଭିନ୍ନ କ୍ଷେତ୍ରରେ ଲୋକମାନଙ୍କ ସମ୍ପୃକ୍ତିର ସ୍ୱପ୍ନ ଅଦ୍ୟାବଧି ସାକାର ହୋଇପାରିନାହିଁ । ଶିକ୍ଷାବିତମାନଙ୍କୁ ଗୋଟିଏ କାରଖାନାର କର୍ମଚାରୀ କିମ୍ବା ବେତନପ୍ରାପ୍ତ ଶିକ୍ଷକ ନତୁବା ସ୍ୱରହୀନ ଚାକର ବୋଲି ବିବେଚନା କରାଯାଉଛି ।

ବିଶ୍ୱବିଦ୍ୟାଳୟ ଗୁଡିକ ସଂକୁଚିତ ହୋଇ ଟିଉଟୋରିଆଲ୍ କଲେଜରେ ପରିଣତ ହୋଇଛି । ସ୍ୱୟଂ ଶାସିତ କଲେଜ ଓ ଡିମ୍ ବିଶ୍ୱବିଦ୍ୟାଳୟ ଗୁଡିକ ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣଭାବେ ନଷ୍ଟ କରି ସାରିଲେଣି । ବୟସ୍କ, ଅବସରପ୍ରାପ୍ତ ପ୍ରଫେସର ଓ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ଅବହେଳା କରାଯାଉଛି ।

ଅଗ୍ରଣୀ ସମାଜରେ ପ୍ରଫେସରମାନଙ୍କୁ ସର୍ବୋଚ୍ଚ ଆସନ ମିଳିଥାଏ । ବୟସ ବିଚାରକୁ ନନେଇ ସେମାନଙ୍କ ଜ୍ଞାନ ଓ ଅଭଜ୍ଞତାକୁ ସରକାର ସମାଜ ବିକାଶ କାର୍ଯ୍ୟରେ ବିନିଯୋଗ କରିଥାନ୍ତି । ସମାଜ ସକାଶେ ଗୋଟିଏ ଡାକ୍ତରର ଭୂମିକା ଯାହା ସୂକ୍ଷ୍ମଭାବେ ବିଚାର କଲେ ଜଣେ ପ୍ରଫେସରର ଅବଦାନ ମଧ୍ୟ ତତୁଲ୍ୟ ।

ଶିକ୍ଷାବିତମାନଙ୍କୁ ଗଠନମୂଳକ କାର୍ଯ୍ୟରେ ବିନା ଦ୍ୱିଧାରେ ନିୟୋଜିତ କରାଯାଇପାରିବ । ତେବେ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଆମ ରାଜ୍ୟରେ ଏଥିପ୍ରତି ଆଦୌ ଦୃଷ୍ଟି ଦିଆଯାଉନାହିଁ ।

ଦେଶର ଏକ ନମ୍ବର ରାଜ୍ୟ ରୂପେ ଓଡିଶାକୁ ଗଢି ତୋଳିବା ଲାଗି ଆପଣଙ୍କର କୌଣସି ନିର୍ଦ୍ଧିଷ୍ଟ ଦୃଷ୍ଟିକୋଣ ଅଛି କି?

ଏ ଦିଗରେ ମୁଁ ବ୍ୟକ୍ତିଗତଭାବେ ସଂପୂର୍ଣ୍ଣ ଆଶାଶୂନ୍ୟ । ନିଜର ସକରାତ୍ମକ ଚିନ୍ତାଧାରା ରହିଛି ବୋଲି କଦାପି ଛଳନା କରିବି ନାହିଁ । ଜଣେ ରାଜନେତା କିମ୍ବା ବ୍ୟୁରୋକ୍ରାଟ ଭଳି କିଛି କହିବି ନାହିଁ । ବାସ୍ତବ କଥା ବିଚାର କରିବା । ଦେଶର ଏକ ନମ୍ବର ରାଜ୍ୟ ହୋଇଯିବୁ ଭାବିବା କେବଳ ମରୀଚିକା ତୁଲ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସରଳ ଭାଷାରେ କହିବାକୁ ଗଲେ, ଏଭଳି ଚିନ୍ତା କରିବା କେବଳ ଅତ୍ୟଧିକ ଆଶାବାଦୀ ବୋଲି କୁହାଯିବ ନାହିଁ ବରଂ ଲଜ୍ୟାକର ବିଷୟ ମଧ୍ୟ । ବର୍ତ୍ତମାନର ପରିସ୍ଥିତି ବଦଳାଇ ଦେବାପାଇଁ ଆମେ ରାଜ୍ୟବାସୀ ଯଦି ସମ୍ମିଳିତଭାବେ ସଂକଳ୍ପବଦ୍ଧ ହେବା ତେବେ ପରିସ୍ଥିତିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ପ୍ରଥମେ ଆମେ ଆମର ମୌଳିକ ସମସ୍ୟା ଗୁଡିକର ସମାଧାନ ନିମିତ୍ତ ଉଦ୍ୟମ କରିପାରିଲେ ରାଜ୍ୟର ଦାରିଦ୍ର୍ୟ ମାନଚିତ୍ର ଆସ୍ତେ ଆସ୍ତେ ବଦଳିବ । ଗ୍ରାମ୍ୟ ଅର୍ଥନୀତି, ଗ୍ରାମ୍ୟ ଜୀବିକା ପଦ୍ଧତି, ସେଚ, ଅଣ କୃଷି ଉଦ୍ୟୋଗର ବିକାଶ ସାଧିତ ହୋଇପାରିଲେ ଆମେ ଅନେକ ବାଟ ଅଗ୍ରସର ହୋଇପାରିବା ।

ନଚେତ ଉପରେ ସମୃଦ୍ଧିର ଲକ୍ଷଣ ଦିଶିଲେ ମଧ୍ୟ ଭିତରେ ଫମ୍ପା ହୋଇ ରହିଥିବା ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡିଶା, ଡ଼ଃ. କୁମାର ଦାସ, ବିକାଶ, ସାକ୍ଷାତକାର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ