• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଉତ୍ତରପ୍ରଦେଶ

ଉତ୍ତରପ୍ରଦେଶରେ ଦଳିତଙ୍କ ଦୃଢ଼ ସ୍ୱର

May 30, 2017 by ଓଡିଶା ଡଟ କମ Leave a Comment

ସାହାରନ୍ପୁରରେ ଭିମ୍ ସେନାର ଅଭ୍ୟୁଦୟ, ଉତ୍ତରପ୍ରଦେଶ (ୟୁପି) ଦଳିତଙ୍କ ଭିତରେ ଆକ୍ରମଣାତ୍ମକ ମନୋଭାବକୁ ସୂଚାଇ ଦେଉଛି ଉତ୍ତରପ୍ରଦେଶ ସାହାରନ୍ପୁରରେ ଠାକୁର ଓ ଦଳିତମାନଙ୍କ ଭିତରେ ନିକଟରେ ଘଟିଯାଇଥିବା ସଂଘର୍ଷରୁ ଜଣାପଡ଼ୁଛି ଯେ ସେହି ରାଜ୍ୟରେ ରାଜନୈତିକ ଘଟ ପରିବର୍ତ୍ତନ ପରେ ସାମାଜିକ ସମ୍ପର୍କ ଓ ସାଂସ୍କୃତିକ ଉଦ୍ଘୋଷଣମାନଙ୍କ ଭିତରେ ସଂଘର୍ଷର ସୂତ୍ରପାତ ହୋଇଛି ।

୧୫ବର୍ଷ କାଳ ମାୟାୱତୀଙ୍କ ବହୁଜନ ସମାଜ ପାର୍ଟି ଏବଂ ମୁଲାୟମ ସିଂହ ଯାଦବଙ୍କ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଗଣତାନ୍ତ୍ରିକରଣ ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଆରମ୍ଭ କରିଥିଲେ । ଦଳିତ ଓ ପଛୁଆ ଜାତିମାନଙ୍କ ଭିତରେ ଥିବା ଅର୍ନ୍ତଦ୍ୱନ୍ଦ୍ୱକୁ ଭ୍ରୁକ୍ଷେପ ନକରି ସେମାନଙ୍କ ପାଇଁ ସର୍ବନିମ୍ନ ସମ୍ମାନର ବ୍ୟବସ୍ଥା କରିଥିଲେ ।

ନିକଟରେ ଭାଜପାର ନିର୍ବାଚନୀ ବିଜୟ ଏବଂ ଯୋଗୀ ଆଦିତ୍ୟନାଥଙ୍କ ଭଳି ଜଣେ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ଦେବା, ୟୁପି ରାଜନୀତିରେ ରାଜନୈତିକ କ୍ଷମତାର ଶୀର୍ଷକୁ ଆଗୁଆ ଜାତିମାନଙ୍କର ପୁନଃ ପ୍ରବେଶକୁ ଇଙ୍ଗିତ କରୁଛି । ଏହି ରାଜନୈତିକ ପରିବର୍ତ୍ତନ ଠାକୁର
ଏବଂ ଅନ୍ୟ ଉଚ୍ଚଜାତିମାନଙ୍କୁ ବଳଶାଳୀ କରେଇ ଦେଇଛି ଯେଉଁମାନେ ଏବେକାର ରାଜନୈତିକ ମୁହୂର୍ତ୍ତଗୁଡ଼ିକୁ ଆୟୁଧ କରି ନିଜର ପତିଆରାକୁ ପୁନଃ ନିଶ୍ଚିତ କରିବା ପାଇଁ ଚାହୁଁଛନ୍ତି ।

ଏପ୍ରିଲ ୨୦, ୨୦୧୭ ଦିନ ପ୍ରଥମ ସଂଘର୍ଷଟି ଉପୁଜିଥିଲା ଯେତେବେଳେ ସାହାରନ୍ପୁରର ସାବିରପୁର ଗାଁ’ରେ ଯାତଭ ଗୋଷ୍ଠୀର ଦଳିତମାନେ ଆମ୍ବେଦକର ଜୟନ୍ତୀ ପାଳନ କରିବା ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ଉତ୍ତଳନ କରିବା ପାଇଁ ଯାଉଥିଲେ । ଏଭଳି ଯୋଜନାକୁ ପୂର୍ବରୁ ହିଁ ଠାକୁରମାନେ ବନ୍ଦ କରାଇ ଦେଲେ, ଏକଥା କହିକି ଯେ ପ୍ରତିମୂର୍ତ୍ତି ପାଇଁ ଆବଶ୍ୟକୀୟ ପ୍ରଶାସନିକ ଅନୁମତି ନାହିଁ ଏବଂ ଆମ୍ବେଦକରଙ୍କର ଲମ୍ବିଯାଇଥିବା ହାତର ଆଙ୍ଗୁଠିଟି ଉଚ୍ଚଜାତି ରହୁଥିବା ଅଞ୍ଚଳଗୁଡ଼ିକ ଆଡ଼କୁ ଇଙ୍ଗିତ କରୁଥିଲା ।

ଦ୍ୱିତୀୟ ଝଗଡ଼ାଟି ହେଇଥିଲା ମେ ୫, ୨୦୧୭ ଦିନ ଯେତେବେଳେ ଠାକୁରମାନେ ଗୋଟିଏ ଶୋଭାଯାତ୍ରା କରିଥିଲେ ମଧ୍ୟଯୁଗୀୟ ରାଜପୁତ ଯୋଦ୍ଧା ମହାରଣା ପ୍ରତାପଙ୍କ ସ୍ମୃତିରେ । ଦଳିତଙ୍କର ବିଚ୍ଛିନ୍ନ ହୋଇ ରହିଥିବା ଅଞ୍ଚଳ ଦେଇ ଯାଉଥିବା ଯୋଗୁଁ ଏବଂ ଅନୁମତି ନଥିବା ଯୋଗୁଁ ଦଳିତମାନେ ଶୋଭାଯାତ୍ରାଟିକୁ ଅଟକାଇ ଦେଇଥିଲେ ।

ଏଥର ସଂଘର୍ଷଟି ଉଭୟ ପଟୁ ପଥର ଫୋପାଡ଼ିବାଠୁ ଆରମ୍ଭ କରି, ଠାକୁର୍ମାନଙ୍କର ଧ୍ୱଂସଲୀଳା ଯାଏଁ ଗଲା, ଯେଉଁଠି ସେମାନେ କିଛି ଦଳିତଙ୍କ ଦୋକାନ ଓ ଘର ଜାଳିଦେବା ସହ ଦଳିତମାନଙ୍କର ଧାର୍ମିକ ସ୍ଥଳ ଓ ସଙ୍କେତଗୁଡ଼ିକୁ ବିକୃତ କରିଦେଇଥିଲେ । ଗୋଟିଏ ଠାକୁର୍ ଯୁବକ ମରିଗଲେ, ଉଭୟ ଗୋଷ୍ଠୀର ଅନେକ ଲୋକ କ୍ଷତବିକ୍ଷତ ହେଲେ ଏବଂ ଦଳିତମାନେ ଅଧିକ ହିଂସା ଆଶଙ୍କା କରି ସମସ୍ତେ ଗାଁ’ଛାଡ଼ି ଚାଲିଗଲେ ।

ସାହାରନ୍ପୁରରେ ବିସ୍ପୋରକ ସାମାଜିକ ସ୍ଥିତି ରହିଆସିଛି; ହିନ୍ଦୁ ଓ ମୁସଲମାନ ଏବଂ ଠାକୁର୍ ଓ ଦଳିତମାନଙ୍କ ମଧ୍ୟରେ ତୁହାକୁ ତୁହା ସଂଘର୍ଷ ଓ ଆତଙ୍କ ଜନିତ ପରିସ୍ଥିତି ଲାଗିରହିଛି । ରାଜନୈତିକ କ୍ଷେତ୍ରରେ ମଧ୍ୟ ଏଭଳି ଏକ ଚିତ୍ରର ପ୍ରତିଫଳନ ଦେଖିବାକୁ ମିଳୁଛି । ଏଠି ସଂସଦ ଆସନଟି ଭାଜପା ହାତରେ, ବିଧାନସଭା ଆସନ କଂଗ୍ରେସ ଓ ସମାଜବାଦୀ ଗଠବନ୍ଧନ ହାତରେ ଏବଂ ପୌର ନିର୍ବାଚନ ଆଗକୁ ଅଛି ।

ସାହାରନ୍ପୁରର ଜନସଂଖ୍ୟାରେ ତଳିଆ ଜାତିର ଲୋକସଂଖ୍ୟା ଅଧିକ;ଦଳିତମାନେ ଶତକଡ଼ା ୨୬ ଭାଗ ଥିବାବେଳେ, ଠାକୁର୍ମାନଙ୍କ ସଂଖ୍ୟା ଶତକଡ଼ା ୧୦ । କିନ୍ତୁ ସାବିରପୁର ଗାଁ’ରେ ଠାକୁର୍ମାନଙ୍କ ସଂଖ୍ୟା ଶତକଡ଼ା ୬୦ ଏବଂ ଦଳିତମାନଙ୍କ ସଂଖ୍ୟା ମାତ୍ର ଶତକଡ଼ା ୧୫ ଭାଗ । ବି.ଏସ୍.ପି. ଓ ଏସ୍.ପି.ର ଅଭ୍ୟୁଦୟ ପଛୁଆ ଜାତିର ଭୋଟଗୁଡ଼ିକୁ ବଢ଼େଇ ଦେଇଥିଲା ।

ଏହି ଦଳଗୁଡ଼ିକର ରାଜନୈତିକ ଭାଗ୍ୟ ନିମ୍ନ ଗତି ଧରିଥିବା ବେଳେ, ରିତିମତ ଚାଲିଥିବା ରାଜନୈତିକ ଜାଗରଣ ଯୋଗୁଁ ଆଦର୍ଶବାଦ ଦ୍ୱରା ଅନୁପ୍ରାଣିତ ଏକ ସ୍ୱୟଂସମ୍ପର୍ଣ୍ଣ ସ୍ଥାନ ନିଷ୍ପେଷିତ ବର୍ଗର ଲୋକମାନଙ୍କ ପାଇଁ ସୃଷ୍ଟି ହୋଇଛି । ଯାତଭମାନଙ୍କ ଭିତରେ ଆମ୍ବେଦକରଙ୍କ ପ୍ରତି ଏକ ନିର୍ଣ୍ଣାୟକ ଆଦର ରହି ଆସିଛି, ଯେଉଁମାନେ ପୂର୍ବରୁ ଦଳିତ ଭକ୍ତ ସନ୍ୟାସୀ ରବି ଦାସଙ୍କର ପାରମ୍ପରିକ ଅନୁଗାମୀ ରହିଆସିଥିଲେ ।

ଯେଉଁଭଳି ଆମ୍ବେଦକର ଜୟନ୍ତୀ ବହୁଳଭାବେ ପାଳନ କରାଯାଉଛି, ଆମ୍ବେଦକର ପ୍ରତିମୂର୍ତ୍ତି ଓ ପ୍ରତିଛବି ପ୍ରସ୍ତୁତ ହେଉଛି ଏବଂ ହିନ୍ଦୁଧର୍ମ ଲୋକେ ଛାଡ଼ୁଛନ୍ତି, ଏସବୁ କଥା ସ୍ପଷ୍ଟ ଦେଖାଯାଉଛି ।

ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି, ଭିମ ସେନାର ଅଭ୍ୟୁଦୟ ଯେଉଁମାନେ ସାଧାରଣରେ ଏବଂ ନିର୍ଦ୍ଦିଷ୍ଟ ଭାବେ ସାବିର୍ପୁରରେ ଜାତିଭିତ୍ତିକ ହିଂସାକୁ ଆଧାର କରି ଦଳିତମାନଙ୍କ ପ୍ରତିବାଦ ଏବଂ କାର୍ଯ୍ୟକଳାପ ଗୁଡ଼ିକୁ ନେତୃତ୍ୱ ଦେଇ ଆସିଛନ୍ତି, ବିଶେଷକରି ରାଷ୍ଟ୍ରର ଅବହେଳା ଏବଂ ଗଣମାଧ୍ୟମରେ ଖବର ଆସିପାରୁନଥିବା ଘଟଣାର ମୁକାବିଲା କରିବା ପାଇଁ ।

‘ରାବଣ’ ନାମରେ ପରିଚିତ ସାହାରନ୍ପୁରର ଯୁବ ଓକିଲ ଚନ୍ଦ୍ରଶେଖର ଆଜାଦଙ୍କ ଦ୍ୱାରା ପ୍ରତିଷ୍ଠିତ ଭୀମସେନା ଦଳିତଯୁବକମାନଙ୍କ ଭିତରେ ଲୋକପ୍ରିୟ, ଯେହେତୁ ଏମାନେ ନିର୍ଯାତନା ମାମଲାଗୁଡ଼ିକର ତୁରନ୍ତ ହସ୍ତକ୍ଷେପ କରନ୍ତି ଏବଂ ନିର୍ଯାତନାକାରୀ ଓ ପୋଲିସ ସହ ସାମରିକ ମୁକାବିଲା ମଧ୍ୟ କରନ୍ତି ।

ରାଜନୈତିକ ଦୃଷ୍ଟିରୁ ଚତୁର, ସ୍ପଷ୍ଟ ଉପସ୍ଥାପନା, ଗଣମାଧ୍ୟମ ପ୍ରତି ବିମୁଖ ଏବଂ ଜାତିଭିତ୍ତିକ ଭେଦଭାବ ପ୍ରତି ଅସହିଷ୍ଣୁ ଥିବା ଏହି ଭୀମ ସେନା ୧୯୭୦ରେ ମହାରାଷ୍ଟ୍ରରେ ସକ୍ରୀୟ ଥିବା ଦଳିତ ପାନ୍ଥର କଥା ମନେ ପକେଇଦିଏ ।

ବହୁଜନ ସମାଜ ପାର୍ଟିର ଐତିହ୍ୟ, ସାମର୍ଥ୍ୟ ଓ ଦୁର୍ବଳତା ସବୁକୁ ସ୍ୱୀକାର କରି, ଭିମ୍ସେନା ଏହି ଦଳଟିର ସ୍ଥାନରେ ନୁହେଁ ବରଂ ସାଥି ହୋଇ କାମ କରିବା ପାଇଁ ଚାହୁଁଛି ।

ଯଦିଓ ଭିମ ସେନାକୁ ସମାଜ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ବୋଲି ଉତ୍ତରପ୍ରଦେଶ ପୋଲିସ ଚିତ୍ରିତ କରୁଛି ଯେଉଁ ପୃଷ୍ଠଭୂମିରେ ଭିମ ସେନାରେ ଅଭ୍ୟୁଦୟ ଘଟିଛି ତାକୁ ବୁଝିବାକୁ ପଡ଼ିବ; ଗୋଟିଏ ପଟେ ଦଳିତଙ୍କ ଦୈନନ୍ଦିନ ଜୀବନରେ ହିଂସା ଏବଂ ଭେଦଭାବର ଅନୁଭବ ଏବଂ ଅନ୍ୟପଟେ ରହିଆସିଥିବା ଉତ୍ତରପ୍ରଦେଶରେ ଜନଜୀବନରେ ଅପରାଧୀକରଣ, ଯାହା ପଛରେ ଅଛି ଜାତି-ଶ୍ରେଣୀ- ରାଷ୍ଟ୍ରର କୁଚକ୍ରି ସମ୍ପର୍କ ।

ଉତ୍ତରପ୍ରଦେଶର ଆଗୁଆ ଜାତିମାନଙ୍କ ପାଇଁ ପ୍ରତୀକ୍ଷାରତ ମୁହୂର୍ତ୍ତଟି ଏବେ ପହଞ୍ôଚଯାଇଛି । ଜଣେ ଉଦ୍ଧତ ନେତା ସର୍ବୋଚ୍ଚ ସ୍ଥାନରେ ରହିବା ପରେ, ଠାକୁର୍ମାନଙ୍କ ଭଳି ପ୍ରଭାବଶାଳୀ ଜାତିଗୁଡ଼ିକ ନିଜେ ହରେଇଥିବା ଭୂମିଟିକୁ ଫେରିବା ପାଇଁ ରାଜନୈତିକ ପ୍ରେରଣା ପାଉଛନ୍ତି ଏବଂ ସେମାନଙ୍କର ପାରମ୍ପରିକ ସଂସ୍ଥାରେ ଓ ଭୌତିକ ସ୍ଥାନଟିକୁ ପୁନଃଦଖଲ କରିବା ପାଇଁ ପ୍ରୟାସ କରୁଛନ୍ତି ।

ଉଚ୍ଚଜାତିଗୁଡ଼ିକୁ ଜାଗୃତ କରି ଏକାଠି କରିବା ପାଇଁ ସ୍ଥାନୀୟ ତଥା ସାଂସ୍କୃତିକ ସଙ୍କେତ ହିସାବରେ ଭାଜପା ମହାରଣା ପ୍ରତାପ ଉତ୍ସବର ପରିକଳ୍ପନା କରିଥିଲା । ଏହି କାମଟି ସେମାନଙ୍କର ସର୍ବଭାରତୀୟ ରଣକୌଶଳ ସହ ତାଳ ଦେଇ କରାଯାଇଥିଲା ଯେଉଁଠି ଦେଶ ସାରା ବିପର୍ଯ୍ୟସ୍ଥ କୃଷି ଓ ତଳୁଆ ଜାତିମାନଙ୍କର ଅଗ୍ରଗତି ଦ୍ୱାରା ପ୍ରଭାବଶାଳୀ ଜାତିଗୁଡ଼ିକ ଇତଃସ୍ତତଃ ହେଇ ରହିଛନ୍ତି ସେମାନଙ୍କର ରାଜନୀତିକରଣକୁ ବଢ଼ାଇବାର ପ୍ରୟାସ କରାଯାଉଛି ।

ସାହାରନ୍ପୁର ଗାଁ’ରେ ଏହାର ନିଦର୍ଶନ ଦେଖିବାକୁ ମିଳିଥିଲା, ଯେଉଁଠି ଯାତଭମାନଙ୍କର ସମ୍ପତ୍ତି ଏବଂ ସାଂସ୍କୃତିକ ସଙ୍କେତଗୁଡ଼ିକୁ ଆକ୍ରମଣର ଲକ୍ଷ୍ୟରେ ରଖାଯାଇଥିଲା । ଦଳିତମାନଙ୍କୁ ଠିକଣା ସ୍ଥାନରେ ରଖିବା କାମଟି ଉଚ୍ଚଜାତିର ଲୋକେ ଯାହା ସାଧାରଣତଃ କରିଥାନ୍ତି ତାହା ଏଠି କରାଯାଇପାରିଲା ନାହିଁ, କେବଳ ଭିମ ସେନାର ଉପସ୍ଥିତି ଯୋଗୁଁ ଏବଂ ନ୍ୟାୟ ନମିଳିବା ଯାଏଁ ଗାଁ’କୁ ଫେରିବେନି ବୋଲି ଦଳିତମାନଙ୍କ ଦୃଢ଼ ନିଷ୍ପତ୍ତି ଯୋଗୁଁ ।

ଆଦିତ୍ୟନାଥଙ୍କ ମୁସଲିମ ବିରୋଧି ରେକର୍ଡ଼ ଦେଖିଲେ, ଭାଜପାର ବିଜୟ ପରେ ସାମ୍ପ୍ରଦାୟିକ ଆଶଙ୍କା ବଢ଼ିବ ବୋଲି ଆଶା କରାଯାଏ । କିନ୍ତୁ ଜାତି ଭେଦର ଯେଉଁ ସ୍ୱରୂପ ଯୋଗୀଙ୍କ କାର୍ଯ୍ୟକାଳର ପ୍ରାଥମିକ ପର୍ଯ୍ୟାୟରୁ ଯେଉଁଭଳି ଦେଖାଗଲାଣି ତାହା କେବଳ ଉତ୍ତରପ୍ରଦେଶ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇନାହିଁ ବରଂ ଭାଜପା ପାଇଁ ମଧ୍ୟ ସତର୍କ ଘଣ୍ଟି ଭଳି କାମ କରିଛି ।

ଯଦିଓ ଏହି ଘଟଣାକ୍ରମର ଦୀର୍ଘକାଳୀନ ରାଜନୈତିକ ପ୍ରଭାବ କ’ଣ ରହିବ ସ୍ପଷ୍ଟ ନୁହେଁ, କିନ୍ତୁ ଅସନ୍ତୁଷ୍ଟ ଦଳିତମାନଙ୍କ ଆଡ଼ୁ ଆକ୍ରମଣାତ୍ମକ ପ୍ରତିକ୍ରିୟା ଆସିପାରେ । ଏଭଳି ଏକ ପ୍ରତିକ୍ରିୟା ଯାହା ଚନ୍ଦ୍ରଶେଖରଙ୍କର ବକ୍ତବ୍ୟରେ ଅଛି ଯେ, ‘ନିର୍ବାଚନ ବେଳେ ଆମେ ହିନ୍ଦୁ, ନିର୍ବାଚନ ପରେ ଆମେ ଦଳିତ’, ସୂଚିତ କରୁଛି କେମିତି ଏଭଳି ଭୁଲ ଭଟକାଗୁଡ଼ିକ ଭାଜପା ବିରୁଦ୍ଧରେ ଏକ ପାଲଟା ଢ଼େଉ ସୃଷ୍ଟି କରିପାରେ ।

Daily Assertion in Uttar Pradesh EPW May 20, 2017 Vol LII No 20

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଉତ୍ତରପ୍ରଦେଶ

ଚାରି ଯୁବତୀ ଉତ୍ତରପ୍ରଦେଶରୁ ଉଦ୍ଧାର, ଦୁଇ ଅଟକ

May 10, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ,ମଇ ୧୦(ଓଡିଶା ଡଟ୍ କମ୍), ପୁରୀ ଜିଲ୍ଲାର ହୁମର ଗାଁର କିଛି ଯୁବତୀଙ୍କୁ ନାଚ ପ୍ରଦର୍ଶନ କରିବା ପାଇଁ ଉତ୍ତରପ୍ରଦେଶ ନେଇ ସେଠାରେ ତାଙ୍କୁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ସମ୍ପୃକ୍ତ ଯୁବତୀଙ୍କୁ ଉଦ୍ଧାର କରିଛି ।

ଡେଲାଙ୍ଗ ଥାନା ଅନ୍ତର୍ଗତ ଏହି ଗାଁରେ ନାଚ ଶିଖାଉଥିବା ଜଣେ ନୃତ୍ୟ ଶିକ୍ଷକ ଓ ତାଙ୍କ ପତ୍ନୀ ଚାରିଜଣ ଯୁବତୀଙ୍କୁ ଗତମାସରେ ବିଭିନ୍ନ ସ୍ଥାନରେ ନାଚ ପ୍ରଦର୍ଶନ ପାଇଁ ନେଇଥିଲେ । ରାଜ୍ୟର ବାଲେଶ୍ଵରରେ କାର୍ଯ୍ୟକ୍ରମ କରିବା ପରେ ସେମାନଙ୍କୁ ଉତ୍ତରପ୍ରଦେଶର ଜନପୁର ଜିଲ୍ଲାକୁ ନେଇଯାଇଥିଲେ ।

ସେଠାରେ ଆଉକିଛି ଦିନ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ନୃତ୍ୟ ଶିକ୍ଷକ ଓ ତାଙ୍କ ପତ୍ନୀ ବାଧ୍ୟ କରିଥିବା ବେଳେ ସମ୍ପୃକ୍ତ ଯୁବତୀ ମାନେ ଏହାର ବିରୋଧ କରିଥିଲେ । ବହୁଦିନ ଧରି ଘରୁ ଅନୁପସ୍ଥିତ ରହିଥିବାରୁ ସେମାନେ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବା ପାଇଁ ଚାହିଁ ଥିଲେ ।

ଯୁବତୀ ମାନଙ୍କୁ ପାରିଶ୍ରମିକ ଦେଇସାରିଥିବାରୁ ନୃତ୍ୟ ଶିକ୍ଷକ ଓ ତାଙ୍କ ପତ୍ନୀ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ଫଳରେ ସେମାନଙ୍କ ଭିତରେ ଉଛ ବାଚ ହୋଇଥିବା ପୁଲିସ କହିଛି । ସମ୍ପୃକ୍ତ ଯୁବତୀମାନେ ଖବର ଦେବା  ପରେ ତାଙ୍କ ପରିବାର ଲୋକେ ପୁଲିସର ସହାୟତା ଲୋଡିଥିଲେ ।

ପୁଲିସର ଏକ ଦଳ ଉତ୍ତରପ୍ରଦେଶ ଯାଇ ଯୁବତୀମାନଙ୍କୁ ଠାବ କରି ସେମାନଙ୍କୁ ଉଦ୍ଧାର କରିଥିବା ବେଳେ, ସେଠାକାର ପୁଲିସ ସହାୟତାରେ ନୃତ୍ୟ ଶିକ୍ଷକ ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖିଥିବା ଡେଲାଙ୍ଗ ଥାନାର ଜଣେ  ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ Tagged With: ଉତ୍ତରପ୍ରଦେଶ, ହୁମର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ