• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଉତ୍ପାଦନକାରୀ

ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ନିବେଶକୁ ବିରୋଧ

January 28, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୨୮(ଓଡିଶା ଡଟ୍ କମ୍ )-ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ନିବେଶ ଶୀର୍ଷକ ଏକ ରାଜ୍ୟସ୍ତରୀୟ ସେମିନାର ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ସଂଯୋଜକ ସୁଭାଶିଷ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚୌଧୁରୀ ବଜାରସ୍ଥିତ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

FDI Seminar at Cuttack

ଆରମ୍ଭରେ ମଞ୍ଚର ବିଭାଗ ସଂଯୋଜକ ଆଇ ସୁବ୍ରମଣ୍ୟମ୍ଙ୍କ ଅତିଥି ପରିଚୟ ପ୍ରଦାନ ପରେ ଏହି ଆଲୋଚନା ଚକ୍ରର ଉଦ୍ଦେଶ୍ୟ ସଂପର୍କରେ କହିଲେ ଦେଶର ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ବିଦେଶୀ ପୁଞ୍ଜି ନିବେଶର ଆବଶ୍ୟକତା ବୁଦ୍ଧିଜିବୀ ମହଲରେ ଆଲୋଚନା ହେବା ଉଚିତ୍ ।

ମୁଖ୍ୟ ଅତିଥି ଭାବରେ ମଞ୍ଚର ରାଷ୍ଟ୍ରୀୟ ସହସଂଯୋଜକ ସରୋଜ ମିତ୍ର ଯୋଗଦେଇ କହିଲେ ଦେଶର ଆର୍ଥିକ ଅଭିବୃଦ୍ଧି ନାମରେ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ନିବେଶ କରିବା ଦ୍ୱାରାକେନ୍ଦ୍ର ସରକାର କୃଷକ, ଦରିଦ୍ର, ଖଟିଖିଆ ଓ ସାଧାରଣ ଜନତାଙ୍କୁ ମରଣ ମୁହଁକୁ ଠେଲିଦେଇଛନ୍ତି । ଏହାଦ୍ୱାରା ଦେଶର ଆର୍ଥିକ ଅଭିବୃଦ୍ଧି ନହୋଇ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିବ ।

ସ୍ତମ୍ଭକାର ତଥା ଅର୍ଥନୀତି ବିଶେଷଜ୍ଞ ସନ୍ତୋଷ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ ରିଟେଲ ମାର୍କେଟ ଭଳି ଏକ ସ୍ପର୍ଶକାତର କ୍ଷେତ୍ରକୁ ବିଦେଶୀମାନଙ୍କ ହାତକୁ ଟେକିଦେବା ଦ୍ୱାରାଭାରତ ଭଳି ଏକ କୃଷି ପ୍ରଧାନ ଦେଶର ଚାଷୀ, ଉତ୍ପାଦନକାରୀ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନେ କ୍ଷତିଗ୍ରସ୍ତ ହୋଇ ଏହି ବିଦେଶୀ କମ୍ପାନୀମାନଙ୍କ ଦ୍ୱାରାଶୋଷିତ ହେବେ ।

ଦେଶରେ ବେକାର ସମସ୍ୟା ବୃଦ୍ଧି ଘଟିବ ଏବଂ ଅନେକ ଲୋକ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବାକୁ ବାଧ୍ୟ ହେବେ ।

ଓଡିଶା ବ୍ୟବସାୟୀ ମହାସଙ୍ଘର ରାଜ୍ୟ ସମ୍ପାଦକ ସୁଧାକର ପଣ୍ଡା ଯୋଗଦେଇ କହିଲେ ବିଦେଶୀ ବ୍ୟବସାୟୀମାନେ ସ୍ଥାନୀୟ ଅଞ୍ଚଳରୁ ଏକକାଳୀନ ସମସ୍ତ ସାମଗ୍ରୀ କିଣିନେବା ଯୋଗୁଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୁଜୁରାଣ ମେଣ୍ଟାଉଥିବା ଦେଶର ଚାରି କୋଟି ଖୁଚୁରା ବ୍ୟବସାୟୀ ତଥା କର୍ମଚାରୀମାନେ ନିଜର ଜୀବିକା ହରାଇବେ ଯାହାଦଦ୍ୱାରା ସେମାନଙ୍କ ଉପରେ ନିର୍ଭରଶୀଳ ୨୦ କୋଟି ଲୋକଙ୍କ ପରିବାର କ୍ଷତିଗ୍ରସ୍ତ ହେବ, ନିଜ ଦେଶରେ ଉତ୍ପାଦିତ ହୋଇ ମଧ୍ୟ ଅନେକ ଜିନିଷର ଦର ଆକାଶ ଛୁଆଁ ହେବ ।

ନୂତନ ସୁବିଧା ସୁଯୋଗ ଆଦି ପାଇବାକୁ ଚାହୁଁଥିବା ସ୍ଥାନୀୟ ଅଧିବାସୀମାନେ ପୁଞ୍ଜି ଓ ଆବଶ୍ୟକୀୟ ବୁଦ୍ଧି ଅଭାବରୁ କେବଳ ଚାକର ଓ ସାମାନ୍ୟ ଉପଭୋକ୍ତା ହୋଇ ରହି ଠକାମି ଏବଂ ଶୋଷଣର ଶିକାର ହେବେ ବୋଲି ଯୁକ୍ତି ଦର୍ଶାଇଥିଲେ ।

ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ ବିଚାର ପ୍ରମୁଖ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ ଯୋଗଦେଇ କହିଲେ ଆମ ରାଜନେତାମାନଙ୍କ ଅପରିଣାମ ଦର୍ଶିତା ହିଁ ଦେଶର ବିକାଶରେ
ଅନ୍ତରାୟ ସୃଷ୍ଟି କରିଛି । ଦେଶ ଓ ଜନତାର ସ୍ୱାର୍ଥକୁ ଏମାନେ ଅଣଦେଖା କରିଚାଲିଛନ୍ତି ।

ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରି କେନ୍ଦ୍ର୍ର ସରକାର ନିଜର ସହଯୋଗୀ ଦଳ ଓ ବିରେଧି ଦଳକୁ ବିଶ୍ୱାସକୁ ନ ନେଇ ଅତ୍ୟନ୍ତ
ତରବରିଆ ଭାବରେ ଖୁଚୁରା ବ୍ୟବସାୟରେ ମଲ୍ଟିବ୍ରାଣ୍ଡରେ ୫୧% ଓ ସିଙ୍ଗଲ୍ ବ୍ରାଣ୍ଡ୍ରେ ୧୦୦% ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦେବା ଏକ ଦେଶ ବିରୋଧି କାର୍ଯ୍ୟ ବୋଲି
କହିଥିଲେ ।

ଏହି ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ପ୍ରାନ୍ତ ସମ୍ପର୍କ ପ୍ରମୁଖ ନିର୍ମଳ ଚନ୍ଦ୍ର ଷଡଙ୍ଗୀ, ସର୍ବେଶ୍ୱର ବେହେରା, ବସନ୍ତ ସାହୁ, ପ୍ରଭାତ ପାଢୀ, ପ୍ରେମ କୁମାର ମହାନ୍ତି,
ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆର୍ଥିକ ଅଭିବୃଦ୍ଧି, ଉତ୍ପାଦନକାରୀ, ଖୁଚୁରା ବ୍ୟବସାୟ, ବିଦେଶୀ ପୁଞ୍ଜି

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ