ବିଭୂତି ପଟ୍ଟନାୟକ; ଶତ ସହସ୍ର କାହାଣୀର ଏକଇ ନାୟକ
ବିଭୂତି ପଟ୍ଟନାୟକଂକୁ ପଢିନଥିବା ଓଡିଆ ପାଠକ ନାହାନ୍ତି ବା ନଥିଲେ । ଓଡିଆ କଥା ସାହିତ୍ୟ ଓ ବିଭୂତି ପଟ୍ଟନାୟକ ଗତ ପଚାଶ ବର୍ଷ ଧରି ଗୋଟିଏ ପରିଚୟରେ ଆବଦ୍ଧ। ଓଡିଆ ଉପନ୍ୟାସର ସବୁଠୁ ମହାନ ପରମ୍ପରା ପାଖରେ ପହଂଚିବାକୁ ହେଲେ ବିଭୂତି ବାବୁଂକ ବାଟ ଦେଇ ଯିବାକୁ ଓଡିଆ ପାଠକ ବାଧ୍ୟ।