ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେବା ପାଇଁ ଭାରତର ଉପରାଷ୍ଟ୍ରପତି ହମି୍ ଆନ୍ସାରୀ ଗୁରୁବାର ଅପରାହ୍ଣରେ ଭୁବନେଶ୍ୱରରେ ପହଂଚିଛନ୍ତି ।
ସେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବା ପରେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଓ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଥିଲେ ।
ସେ ଆଜି ରାଜଭବନରେ ରାତ୍ରୀଯାପନ କରିବା ପରେ ଶୁକ୍ରବାର ୧୧ଟାରେ ସମାବର୍ତନ ଉତ୍ସବରେ ଯୋଗ ଦେବେ ଏବଂ ୧୨ଟା ୪୫ରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବର୍ତନ ଉତ୍ସବରେ ସୁପ୍ରିମ କୋର୍ଟର ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ, ଆଇନ୍ ବିଶାର ହରିଶ ସାଲ୍ଭେ ଓ ବରିଷ୍ଠ ଆଇନ୍ଜୀବୀ ୟୁ.ଲଳିତଙ୍କୁ ସମ୍ମାନ ସୂଚକ ଏଲ୍ଏଲ୍ଡି ଉପାଧି ପ୍ରଦାନ କରାଯିବ ।
ସମାଜସେବୀ ମନୁଭାଇ ପଟେଲ ଓ ଶିଳ୍ପପତି ବଂଶୀଧର ପଣ୍ଡାଙ୍କୁ ସମ୍ମାନ ସୂଚକ ଡିଲିଟ୍ ଉପାଧି ପ୍ରଦାନ
କରାଯିବା ସହ ମୁମ୍ବାଇ ସ୍ଥିତ ବିଶିଷ୍ଟ ହ୍ରୃୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ଡିଏସ୍ସି ଉପାଧି ପ୍ରଦାନ କରାଯିବ ।
ଉପରାଷ୍ଟ୍ରପତିଙ୍କ ଗସ୍ତକୁଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍