• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଉମରକୋଟ

ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ

October 11, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ନବରଂଗପୁର,ଅକ୍ଟୋବର ୧୧ (ଓଡିଶା ଡଟ୍ କମ୍)-ଚିକିତ୍ସାସେବାରେ ଅବହେଳା କରୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକ ଗୁରୁବାର ଦିନ ପୂଜାରୀଗୁଡ଼ା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶି ଭଙ୍ଗାରୁଜା କରିଛନ୍ତି ।

ଚିକିତ୍ସାଧିକାରୀ ଡା.ଶରତ ସେଠୀଙ୍କୁ ମଧ୍ୟ ସେମାନେ ମାଡ ମାରିଥିବା ଅଭିଯୋଗ ହୋଇଛି । ଡ଼ାକ୍ତରଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ପରେ ଉକ୍ତ ଅଞ୍ଚଳକୁ ଆଜି ତଦନ୍ତପାଇଁ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ବି.ପି.ପୋରିହିତ ଯାଇଥିବା ସମୟରେ ଏହି ଗଣ୍ଡଗୋଳ ହୋଇଥିଲା । ଉତେଜିତ ଗ୍ରାମବାସୀ ତାଙ୍ଗୁ ମଧ୍ୟ ଘେରାଉ କରିଥିଲେ ।

ଆଜି ମାସିକ ବୈଠକ ଥିବାରୁ ସମସ୍ତ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ । ବିଳମ୍ବରେ ଉମରକୋଟ ପୋଲିସ ଡାକ୍ତରଖାନାରେ ପହଞ୍ଚିଥିଲେ ମଧ୍ୟ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି ।

ଗ୍ରାମବାସୀଙ୍କ କହିବା ଅନୁସାରେ ଗତ ୨ମାସ ଧରି ଏହି ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଥିଲେ ମଧ୍ୟ କୌଣସି ଡାକ୍ତରଙ୍କ ଦେଖା ନଥିଲା । ଗତ ସପ୍ତାହରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଜଣେ ପ୍ରସୂତିିଙ୍କୁ ଲାଞ୍ଚ ମାଗିବାରୁ ସେଠାରେ ଉତେଜନା ସୃଷ୍ଟି ହୋଇଥିଲା । ଯାହା ଫଳରେ ଉତ୍ୟକ୍ତ ଲୋକେ ମେଡିକାଲରେ ତାଲା ପକାଇଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡା.ନନ୍ଦ କିଶୋର ମିଶ୍ରଙ୍କ ନିର୍ଦ୍ଦେଶରେ ଆଜି ତଦନ୍ତ ପାଇଁ ଯାଇଥିବା ଏଡିଏମଓ ବାପି ପୁରୋହିତଙ୍କୁ ପାଞ୍ଚଶହରୁ ଉର୍ଦ୍ଧ ଲୋକ ଅନିୟମିତତା ଅଭିଯୋଗକରେ ତାଙ୍କୁ ଅଟକ ରଖିବା ସହ ଡାକ୍ତର ଶରତ ସେଠୀଙ୍କୁ
ନିସ୍ତୁକ ମାଡ ମାରିଥିଲେ ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: ଉମରକୋଟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରାମବାସୀ, ଡ଼ାକ୍ତର, ପୋଲିସ

ବିଧାୟକ ହତ୍ୟାକାଣ୍ଡକୁ ବର୍ଷେ, ଅପରାଧୀଙ୍କୁ ଧରିପାରୁନି କ୍ରାଇମବ୍ରାଞ୍ଚ

September 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନବରଙ୍ଗପୁର,ସେପ୍ଟେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍)-ସେପ୍ଟେମ୍ବର ୨୪ ତାରିଖ ନବରଙ୍ଗପୁର ଜିଲ୍ଲା ତଥା ରାଜ୍ୟ ଇତିହାସରେ ଯୋଡି ହୋଇଥିଲା କଳଙ୍କିତ ଫର୍ଦ୍ଧ ।

ସ୍ପଷ୍ଟ ଦିବାଲୋକରେ ନିଜ ସମର୍ଥକଙ୍କ ଗହଣରେ ଅଞ୍ଚଳବାସୀଙ୍କ ସାମନାରେ ରକ୍ତରଞ୍ଜିତ ହେଲା ଗୋନା ହାଟପଦା । ଅଜଣା ର୍ଦୁବୃତଙ୍କ ଗୁଳିରେ ସବୁଦିନ ପାଇଁ ଆଖିବୁଜିଦେଲେ ଉମରକୋଟ ତତ୍କାଳୀନ ବିଧାୟକ ଜଗବନ୍ଧୁ ମାଝୀ ।

ରାଇଘର ଠାରୁ ୧୨ କିମି ଦୂର ଗୋନାହାଟପଦାରେ ଜଙ୍ଗଲ ଜମିପଟ୍ଟା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବାରଙ୍ଗପଦରର ୬୭ ଜଣ, ଅଞ୍ଚଳାର ୬୭ ଜଣ ଓ ଚିଙ୍ଗଡାନଟର ୨୯ ଜଣ ହିତାଧିକାରୀ ଏବଂ ଏମାନଙ୍କ ସହିତ ତିନିଶହରୁ ଚାରିଶହ ଅଧିବାସୀ ।

ମାତ୍ର ୬ ଜଣଙ୍କୁ ପଟ୍ଟାପ୍ରଦାନ ସରିଥିବା ବେଳେ ୩ ଜଣ ଅଚିହ୍ନା ଯୁବକ ଗୋଟିଏ ବାଇକରେ ଆସି ବିଧାୟକଙ୍କ ଅଙ୍ଗରକ୍ଷୀ ପିଙ୍କୁ ପାତ୍ରଙ୍କୁ ଗୁଳି କରିବାପରେ ତାଙ୍କ ସର୍ଭିସ ପିସ୍ତଲରୁ ବିଧାୟକ ଜଗବନ୍ଧୁଙ୍କୁ ଗୁଳିକରି ଆଖି ପିଛୁଳାକେ ଅର୍ନ୍ତଦ୍ଧାନ ହୋଇ ଯାଇଥିଲେ ।

୨୦୧୧ ସେପ୍ଟେମ୍ବର ୨୫ ତାରିଖରେ ନିହତ ବିଧାୟକ ଜଗବନ୍ଧୁଙ୍କ ଅନ୍ତିମ ଯାତ୍ରାରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ବହୁମନ୍ତ୍ରୀ,ସାଂସଦ ।

କ୍ରାଇମବ୍ରାଞ୍ଚ ଦୀର୍ଘଦିନ ତଦନ୍ତ ପରେ ଜଣେ ସନ୍ଦିଗ୍ଧର ସ୍କେଚଜାରି କରିବା ସହ ୨ ହାର୍ଡକୋର ମାଓବାଦୀଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରିହୋଇ ତଦନ୍ତ ଫାଇଲ ସାମୟିକ ବନ୍ଦ ରହିଥିଲା ।

୨୦୧୧ ନଭେମ୍ବର ୩୦ରେ ବହୁଚର୍ଚ୍ଚିତ ଉମରକୋଟ ଉପନିର୍ବାଚନରେ ଜଗବନ୍ଧୁଙ୍କ ସହଯୋଗୀ ସୁବାସ ଗଣ୍ଡ ୨୧ ହଜାରରୁ ଉର୍ଦ୍ଧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

୧୧ମାସପରେ ଜଗବନ୍ଧୁଙ୍କ ହତ୍ୟା ଘଟଣା ପୁଣି ନାଟକୀୟ ମୋଡ ନେବାସହ ରାଜ୍ୟବାସୀଙ୍କ ଅତୀତ ସ୍ମୃତିକୁ ଉଜ୍ଜିବିତ କରିଥିଲା ।

ଗତ ୩୧ ତାରିଖ ରାତି ୧୦ଟାରେ ଜଗବନ୍ଧୁଙ୍କ ମା ଗୌରୀମଣୀ ଉମରକୋଟ ଥାନାରେ ତାଙ୍କ ପୁଅ ହତ୍ୟାକାଣ୍ଡ ପଛରେ ସହଯୋଗୀ ତଥା ବର୍ତ୍ତମାନର ବିଧାୟକ ସୁବାସ ଗଣ୍ଡ ହାତଥିବା ଅଭିଯୋଗକରି ସୁବାସ ଓ ବି.ବୁଜିରାଓଙ୍କ ନାମରେ ଏତଲା ଦାଏର କଲେ ।

ଏବେ ବହୁ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁତିବା ବେଳେ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଉନ୍ମୋଚନ କରିପାରି ନାହିାଁ କିମ୍ବା ହତ୍ୟାକାରୀଙ୍କୁ ଗିରଫ କରାଯାଇନାହିଁ । ମାଓବାଦୀଙ୍କୁ ଦାୟୀ କରିଚୁପ୍ ବସିଛି କ୍ରାଇମବ୍ରାଞ୍ଚ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଉମରକୋଟ, ନବରଙ୍ଗପୁର, ବିଧାୟକ ଜଗବନ୍ଧୁ ମାଝୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜ୍ୟବାସୀ

ବିଧାୟକ ସୁବାସ ଗଣ୍ଡଙ୍କୁ ଜେରା କରିବ କ୍ରାଇମ୍ ବ୍ରାଞ୍ଚ

September 1, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୩୧(ଓଡିଶା ଡଟ୍ କମ୍)- ତତ୍କାଳୀନ ଉମରକୋଟ ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟା ଘଟଣାରେ କ୍ରାଇମ ବ୍ରାଞ୍ଚ ବିଧାୟକ ସୁବାସ ଗଣ୍ଡ, ବି.ବୁଜି ରାଓଙ୍କ ସମେତ ଅନ୍ୟ ମାନଙ୍କୁ ଜେରା କରିବ ବୋଲି ଏସପି ଦୁଃଶାସନ ରାଉତ କହିଛନ୍ତି ।

ଜଗବନ୍ଧୁ ମାଝୀଙ୍କର ହତ୍ୟା ଘଟଣାକୁ ଇତି ମଧ୍ୟରେ ୧୧ ମାସ ବିତିଯାଇଛିା କ୍ରାଇମ୍ ବ୍ରାଞ୍ଚ ନକ୍ସଲଙ୍କ ସଂପୃକ୍ତି କହିବା ପରେ ମାମଲା ଥଣ୍ଡା ପଡିଯାଇଥିଲା । ତେବେ ଜଗବନ୍ଧୁଙ୍କ ମାଁ ଗୋରିମଣି ମାଝି ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗ କୁ ନେଇ ଉମରକୋଟ ରାଜନୀତି ଚଳଚଞ୍ଚଳ ହୋଇଉଠିଛିା

ଏଠାରେ ଉଲ୍ଲେଖଯୋଗ୍ୟଯେ ବିଧାୟକ ମାଁ ଙ୍କ ଏତଲା ପରେ ବିରୋଧୀ ଦଳ ନେତା ଭୁପିନ୍ଦର ସିଂହ ବିଧାନସଭାରେ ପ୍ରସଙ୍ଗ ଉଠାଇ ପୁନଃତଦନ୍ତ ଦାବି କରିଥିଲୋ

ସ୍ୱର୍ଗତ ମାଝୀ ଏକ ସଭାରେ ଥିବାବେଳେ କେତେକ ଦୁର୍ବୁତ ଆସି ତାଙ୍କ ଉପରେ ଗୁଳି ଚଳାଇଥିଲେ ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଅଛିା ଉକ୍ତ ନିର୍ବାଚନ ମଣ୍ଡଳୀରେ ମାଝୀଙ୍କ ପରେ ସୁବାସ ଗଣ୍ଡ ନିର୍ବାଚିତ ହୋଇଛନ୍ତିା

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଉମରକୋଟ, କ୍ରାଇମ୍ ବ୍ରାଞ୍ଚ, ବିଧାନସଭା

ବିଧାୟକଙ୍କ ହତ୍ୟାକାରୀ ସଂପର୍କରେ ସୂଚନା ପାଇଁ ପୁରସ୍କାର

April 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୫(ଓଡ଼ିଶା ଡ଼ଟ୍ କମ୍)ଉମରକୋଟ ପୂର୍ବତନ ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟାକାରୀ ସଂପର୍କରେ ସୂଚନା ପ୍ରଦାନକାରୀଙ୍କ ପାଇଁ ସରକାର ପୁରସ୍କାର ଘୋଷଣା କରିଛନ୍ତି ।

ହତ୍ୟାକାରୀଙ୍କ ସଂପର୍କରେ ସୂଚନା ପ୍ରଦାନକାରୀଙ୍କୁ ପାଂଚ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ବୁଧବାର ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।

ଗତବର୍ଷ ସେପ୍ଟେମ୍ବର ୨୪ରେ ମାଝୀ ପଟ୍ଟା ବାଂଟିବାକୁ ଯାଇଥିବା ବେଳେ ଦୁର୍ବୃତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ପୂର୍ବରୁ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରି ପ୍ରତ୍ୟକ୍ଷର୍ଶୀଙ୍କ ବୟାନ ଭିତ୍ତିରେ ଜଣେ ଅଭିଯୁକ୍ତର ସ୍କେଚ୍ ଜାରି କରିଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇନଥିଲା ।

ସେହିପରି ମ୍ୟାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଚୋରି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ସଂପର୍କରେ ସୂଚନା ପ୍ରଦାନକାରୀଙ୍କୁ ଦୁଇ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘଟଣାର ତନ୍ତ କରୁଥିବା କ୍ରାଇମବ୍ରାଂଚ ଘୋଷଣା କରିଛି ।

ସୂଚନାପ୍ରଦାନକାରୀ ୦୬୭୪-୨୩୦୪୩୧୪ ଫୋନ୍ ନମ୍ବରରେ କଂଟ୍ରୋଲ ରୁମ୍କୁ ଯୋଗାଯୋଗ କରିପାରିବେ ବୋଲି କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଗତ ମାର୍ଚ୍ଚ ୧୯ରେ ଆରମ୍ଭ ହୋଇଥିଲା ଏବଂ ୨୦ ତାରିଖ ରାତିରେ ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଜପୁର ସ୍ଥିତ ଭଗବତୀ ଉଚ୍ଚ ବିଦ୍ୟାଳୟରୁ ସାତଟି ବିଷୟର ପ୍ରଶ୍ନପତ୍ର ଚୋରି ହୋଇଯାଇଥିଲା ।

ଏହି ଘଟଣା ଜଣାପଡ଼ିବା ପରେ ପରିଷଦ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଥିଲା ଏବଂ ଅପ୍ରେଲ
୧୭ରେ ପୁଣି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଉମରକୋଟ, ବିଧାୟକ

ଉମରକୋଟ ଉପନିର୍ବାଚନ: ମତାଦାନ କେନ୍ଦ୍ରରେ ଭୋଟର

November 30, 2011 by ଓଡିଶା ଡଟ କମ

ଉମରକୋଟ ଉପନିର୍ବାଚନ: ମତାଦାନ କେନ୍ଦ୍ରରେ ଭୋଟର

Filed Under: ମୁଖ୍ୟ ଖବର Tagged With: ଉମରକୋଟ

ଉମରକୋଟ ଉପନିର୍ବାଚନ ପାଇଁ ଆଚରଣବିଧି

November 6, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଚରଣବିଧି ଲାଗୁ ହୋଇଛି ।

ଡିସେମ୍ବର ୪ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହା ଜାରି ରହିବ । ନାମାଙ୍କନ ପତ୍ର ଦାଖଲର ଶେଷର ତାରିଖ ୧୨ ହୋଇଥିବା ବେଳେ ୧୪ରେ ପ୍ରାର୍ଥୀପତ୍ର ଯାଂଚ ଓ ୧୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ରହିଛି ।

ସେହିଭଳି ଭୋଟ ଗ୍ରହଣ ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଉମରକୋଟ ନିର୍ବାଚନ ମଣ୍ଡଳୀରେ ସରକାରୀ ଭାବେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରାଯିବନାହିଁ ।

ଆସନ ପାଇଁ ପ୍ରାର୍ଥୀ ଚୟନ କରିବା ନେଇ ବିଭିନ୍ନ ଦଳର ନେତାମାନେ ସେହି ଅଂଚଳ ଗସ୍ତକରି କର୍ମୀମାନଙ୍କ ସହ ଆଲୋଚନା କରିବା ସହିତ ମତାମତ ଲୋଡ଼ିଛନ୍ତି । ଏହି ଆସନରେ ଉପନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିର୍ବାଚନ ଗଠନ କରାଯାଇଛି ।

ପୂର୍ବତନ ବିଧାୟକ ଧର୍ମୁ ଗଣ୍ଡଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରଥିବା ବେଳେ ଏବେ ଦଳର ବରିଷ୍ଠ ନେତାମାନେ ସଂପୃକ୍ତ ଅଂଚଳରେ ସଂପର୍କରେ ଲାଗିଛନ୍ତି । ଛତିଶଗଡ଼ରେ ବିଜେପି ସରକାର ଥିବାରୁ ଏହି ଅଂଚଳର ନେତୃବୃନ୍ଦ ଓ ମନ୍ତ୍ରୀମାନେ ଧର୍ମୁଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡ଼ିଛି ।

ଉମରକୋଟ ନିର୍ବାଚନ ମଣ୍ଡଳୀରେ ଦୁଇ ଲକ୍ଷ ୧୬ ହଜାର ୩୯ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ଅନୁସୂଚିତ ଜନଜାତି ଭୋଟରଙ୍କ ସଂଖ୍ୟା ଏକ ଲକ୍ଷ ୬ ହଜାର ୧୧୮, ଅନୁସୂଚିତ ଜାତି ଭୋଟରଙ୍କ ସଂଖ୍ୟା ୩୬ ହଜାର ୨୧୫ ଓ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୩ ହଜାର ୭୮୦ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଉମରକୋଟ, ରାଜନୀତି

ନଭେମ୍ବର ୩୦ରେ ଉମରକୋଟ ଉପନିର୍ବାଚନ

November 1, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି ।

ଏଥିପାଇଁ ନଭେମ୍ବର ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ୧୨ ତାରିଖ ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯିବ । ନଭେମ୍ବର ୩୦ରେ ଭୋଟ ଗ୍ରହଣ ଏବଂ ଡିସେମ୍ବର ୪ ରେ ଭୋଟ୍ ଗଣତି ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଉମରକୋଟର ବିଜେଡ଼ି ବିଧାୟକ ଜଗବନ୍ଧୁ ମାଝିଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି । ଜଗବନ୍ଧୁ ଏକ ସାଧାରଣ ସଭାରେ ପଟ୍ଟା ପ୍ରଦାନ କରୁଥିବାବେଳେ ଗତ ସେପ୍ଟେମ୍ବର ୨୪ରେ କେତେକ ଦୁର୍ବୃତଙ୍କ ଗୁଳି ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଉମରକୋଟ, ନବରଙ୍ଗପୁର ଜିଲ୍ଲା, ନିର୍ବାଚନ, ରାଜନୀତି

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ