ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ମହାରତ୍ନ କମ୍ପାନୀ ସେଲ୍କୁ ମାଇନିଂ ଏବଂ ମେଟାଲ କ୍ଷେତ୍ରରେ କ୍ରମାଗତ ଭାବେ ଅଷ୍ଟମଥର ପାଇଁ ଏମ୍ଓୟୁ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି ।
ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ମଙ୍ଗଳବାର ଅନୁଷ୍ଠିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସେଲ୍ ଅଧ୍ୟକ୍ଷ ସିଏସ୍ ବର୍ମାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ଏହି ପୁରସ୍କାର ଆମ ପ୍ରୟାସର ଏକ ନିଦର୍ଶନ ଏବଂ ଏହି ଧାରା ବଜାୟ ରଖିବାକୁ ପଡ଼ିବ ବୋଲି ଏହି ଅବସରରେ ବର୍ମା କହିଥିଲେ । ୨୦୦୨-୦୩ ବର୍ଷ ଠାରୁ ସେଲ୍ ଏହି ପୁରସ୍କାର ପାଇଆସୁଛି ।
ଓଡ଼ିଶା ଡ଼ଟ୍ କମ୍