• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଏଫ୍ଡିଆଇ

ବିଧାନସଭାରେ ଏଫ୍ଡିଆଇ ତାତି

December 5, 2012 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର,ଡିସେମ୍ବର ୫(ଓଡିଶା ଡଟ୍ କମ୍)-ଖାଉଟି କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ପ୍ରସଙ୍ଗକୁ ନେଇ ଲୋକସଭାରେ ଉପା ସରକାର ବିଜୟ ହୋଇଥିବା ବେଳେ ବୁଧବାର ଦିନ ବିଧାନସଭାରେ ଜୋରଦାର ଆଲୋଚନା ହୋଇଛି ।

ଏହି ପ୍ରସଙ୍ଗକୁ ନେଇ ବିଜେଡି,ବିଜେପି ଓ ସିପିଆଇ ସଦସ୍ୟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ଅନ୍ୟ ପକ୍ଷରେ କଂଗ୍ରେସ ଏଫଡିଆଇ ସମର୍ଥନରେ ଦୃଢ ଯୁକ୍ତି ବାଢିଛି ।

ଶୂନ୍ୟକାଳରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଫୁଲ ଘଡାଇ ଏହି ପ୍ରସଙ୍ଗ ଉତ୍ଥାପନ କରିଥିଲେ । ସେ କହିଲେ ଏଫ୍ଡିଆଇକୁ ବିଜେଡି ସମେତ ବହୁ ଦଳ ବିରୋଧ କରୁଛନ୍ତି ।

ବିଧାନସଭାରେ ମଧ୍ୟ ଏହା ବିରୋଧରେ ପ୍ରସ୍ତାବ ଗ୍ରହଣ କରାଯିବା ଦରକାର । ଓଡିଶାବାସୀ କଦାପି କଂଗ୍ରେସ ସରକାରର ଏହି ନିଷ୍ପତିକୁ ଗ୍ରହଣ କରିବେ ନାହିଁ ।

ଯେଉଁ ମନମୋହନ ସିଂହ ରାଜ୍ୟ ସଭାରେ ବିରୋଧିଦଳର ନେତା ଥିବାବେଳେ ଏଫିଡିଆଇକୁ ବିରୋଧ କରୁଥିଲେ,ସେ ଏବେ ପ୍ରଧାନମନ୍ତ୍ରୀ ଭାବେ ଏହାକୁ ସ୍ୱାଗତ କରୁଛନ୍ତି ।

ଏହା କାର୍ଯ୍ୟକାରୀ ହେଲେ ୧୨ କୋଟି ଲୋକ ବେକାର ହୋଇଯିବେ । ଦେଶର ଗରିବ ଲୋକ ଅଧିକ ଗରିବ ହେବେ । କ୍ଷୁଦ୍ର ବ୍ୟବସାୟୀଙ୍କ ବେଉସା ବୁଡିଯିବ ।

ବିଜେଡିର ପ୍ରଦୀପ ମହାରଥୀ କହିଥିଲେ ଯେ, କଂଗ୍ରେସ ଏବେ ବିଦେଶୀ ହାତରେ ବନ୍ଧା ପଡିଛି । ସୋନିଆ ଗାନ୍ଧୀ ବିଦେଶରୁ ଆସି ସୁଇସ ବ୍ୟାଙ୍କରେ ଟଙ୍କା ରଖିବା ପାଇଁ ଭାରତର ଗରିବ ଲୋକଙ୍କୁ ପଙ୍ଗୁ କରି ଦେଉଛି । ଲୋକେ କିନ୍ତୁ କଂଗ୍ରେସିଆଙ୍କ ବଦନ ଚିହ୍ନିଗଲେଣି ।

ଏମାନେ ଲୁଟପାଇଁ ଚନ୍ଦନମାରି ଲୋକଙ୍କୁ ଏଫ୍ଡିଆଇ ଲଣ୍ଠନ ଦେଖାଉଛନ୍ତି । କଂଗ୍ରେସ ପକ୍ଷରୁ ବିରୋଧିଦଳ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଲେ ଯେ, ବୈଦେଶିକ ପୁଞ୍ଜି କ୍ଷେତ୍ରରେ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି । ରାଜ୍ୟ ସରକାର ସବୁ କ୍ଷେତ୍ରରେ ବୈଦେଶିକ ପୁଞ୍ଜି ଖଟାଉଛନ୍ତି ।

କେବଳ ବଡ ଶିଳ୍ପ ନୁହେଁ,ଚାଷ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ବୈଦେଶିକ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରୁଛନ୍ତି । ବିଦେଶୀ ସହରରେ ମେଳା କରାଯାଇ ବିଦେଶୀ କଂପାନୀକୁ ଡାକି ଅଣାଯାଉଛି । ଏପଟେ କିନ୍ତୁ ବିରୋଧ କରାଯାଉଛି ।

କଂଗ୍ରେସର ସନ୍ତୋଷ ସିଂ ସାଲୁଜା, ନବକିଶୋର ଦାସ କହିଥିଲେ ଏଫ୍ଡିଆଇକୁ ବିରୋଧ କରାଯିବା ଠିକ୍ ନୁହେଁ । ଏହା ସ୍ୱାଗତ ଯୋଗ୍ୟ । ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ,ଡା ପ୍ରଫୁଲ ମାଝି ଏହାକୁ ସମର୍ଥନ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଏଫ୍ଡିଆଇ, କେନ୍ଦ୍ର, ବିଜେଡ଼ି, ବିଜେପି, ବିଧାନସଭା, ଲୋକସଭା, ସିପିଆଇ, ସୁଇସ ବ୍ୟାଙ୍କ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ