ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ପୁରୀ ସ୍ଥିତ ଏମାର ମଠର ନୂଆ ଟ୍ରଷ୍ଟ ବୋର୍ଡ଼ ଗଠନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ନିଲମ୍ବନ ଆଦେଶ ବିରୋଧରେ ପୂର୍ବତନ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ପକ୍ଷରୁ କରାଯାଇଥିବା ମାମଲାର ବିଚାର କରି ଶୁକ୍ରବାର ବିଚାରପତି ଏମ୍ଏମ୍ ଦାସ ନିଲମ୍ବନ ଆଦେଶ କୁ ରଦ୍ଦ କରିବା ସହ ଦେବୋତ୍ତର ବିଭାଗ ଦ୍ୱାରା ଗଠିତ ଟ୍ରଷ୍ଟ ବୋର୍ଡକୁ ରଦ୍ଦ କରି ଦେଇଛନ୍ତି ।
ସହରର ବିଶିଷ୍ଟ ନାଗରିକ ଓ ସରକାରୀ ଅଧିକାରୀଙ୍କୁ ନେଇ ମଠର ସୁରିଚାଳନା ପାଇଁ ଏକ ଟ୍ରଷ୍ଟ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହନ୍ତ ଠାକୁରଙ୍କ ସେବା ପୂଜା କରିପାରିବେ କିନ୍ତୁ ମଠ ପରିଚାଳନାରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି ।
ଏହି ମଠରୁ ରୁପାଇଟା ଚୋରି ଘଟଣାରେ ମହନ୍ତଙ୍କ ସଂପୃକ୍ତି ଅଭିଯୋଗ ପରେ ଦେବୋତ୍ତର ବିଭାଗ ମହନ୍ତଙ୍କୁ ନିଲମ୍ବନ କରିବା ସହ ଏହାର ସୁରିଚାଳନା ପାଇଁ ଏକ ଟ୍ରଷ୍ଟବୋର୍ଡ ଗଠନ କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍
ମଠରୁ ରୁପାଇଟା ଚୋରି ଘଟଣାରେ ମହନ୍ତଙ୍କ ସଂପୃକ୍ତି ଅଭିଯୋଗ ପରେ ଦେବୋତ୍ତର ବିଭାଗ ମହନ୍ତଙ୍କୁ ନିଲମ୍ବନ କରିବା ସହ ଏହାର ସୁରିଚାଳନା ପାଇଁ ଏକ ଟ୍ରଷ୍ଟବୋର୍ଡ ଗଠନ କରିଥିଲେ । “