• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଏମ୍ସ

ଜୁଲାଇରୁ ଏମ୍ଏସ୍ ରେ ରୋଗୀ ସେବା

January 30, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୩୦(ଓଡିଶା ଡ଼ଟ୍ କମ୍)-ଚଳିତବର୍ଷ ଜୁଲାଇ ଠାରୁ ଏମ୍ସରେ ରୋଗୀସେବା ଆରମ୍ଭ ହେବ । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗୋଲାମନବୀ ଆଜାଦ୍ ବୁଧବାରଏମ୍ସ ବୁଲି ଦେଖିବାପରେ ଏ ବିଷୟରେ ସୂଚନା ଦେଇଛନ୍ତି ।

AIIMS

ଭୁବନେଶ୍ୱର ଉପକଣ୍ଠ ସିଜୁଆ ଠାରେ ନିର୍ମାଣଧିନ ଅଖିଳ ଭାରତୀୟ ଆର୍ୟୁବେଦ ସଂସ୍ଥା ଏମ୍ସର ନିର୍ମାଣ କାର୍ଯ୍ୟ ସମୀକ୍ଷାକରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏମ୍ସର ନିର୍ମାଣ କାର୍ଯ୍ୟ ଆସନ୍ତା ମେ ସୁଦ୍ଧା ଶେଷ କରିବା ପାଇଁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏମ୍ସର ନିର୍ମାଣ କାର୍ଯ୍ୟରେ ତିନୋଟି ସଂସ୍ଥା ନିୟୋଜିତ ହୋଇଛନ୍ତି । ମେ ସୁଦ୍ଧା ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷ କରିବା ସହ ଏମ୍ସରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲ,ଗେଷ୍ଟେ ହାଉସ,ଷ୍ଟାପକ୍ୱାଟର ଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସମୀକ୍ଷା ବୈଠକରେ ତିନୋଟି ଯାକ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କୁ ଡାକି ଏ ବିଷୟରେ ତାଗିଦ୍ କରିଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଉଟଡୋର ସହ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଲକ୍ଷ ରଖି ଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆଜିର ଏ ଗସ୍ତ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀମାନେ ଏମ୍ସ ଆଖପାଖ ଗାଁରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାସହ ଡାକ୍ତରଙ୍କୁ ସାହାର୍ଯ୍ୟ କରିନ୍ତୁ ଓ ଅଭିଜ୍ଞତା ହାସଲ କରନ୍ତୁ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଓଡିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଏମ୍ସ, ଗେଷ୍ଟ ହାଉସ, ଛାତ୍ରଛାତ୍ରୀ, ସ୍ୱାସ୍ଥ୍ୟସେବା, ହଷ୍ଟେଲ

ଡ଼ା. ଅଶୋକ ମହାପାତ୍ର ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ

July 7, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ଜୁଲାଇ ୭(ଓଡ଼ିଶା ଡ଼ଟ୍ କମ୍) ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ର ସ୍ନାୟୁ ବିଭାଗ ବିଶେଷଜ୍ଞ ଡ଼ାକ୍ତର ଅଶୋକ ମହାପାତ୍ରଙ୍କୁ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ।

ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟିର ଅନୁମୋଦନ ପରେ କେନ୍ଦ୍ର ସରକାର ଭୁବନେଶ୍ୱର ସମେତ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଛଅଟି ଏମ୍ସ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଏମ୍ସ, ଭୁବନେଶ୍ୱର

ସେପ୍ଟେମ୍ବରରୁ ଭୁବନେଶ୍ୱର ଏମ୍ସରେ ଡ଼ାକ୍ତରୀ ପାଠ୍ୟକ୍ରମ

May 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୬(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ସିଜୁଆ ଠାରେ ନିର୍ମାଣଧିନ ଏମ୍ସରେ ଡାକ୍ତରୀ ପାଠ୍ୟକ୍ରମରେ ଶିକ୍ଷାଦାନ ଆରମ୍ଭ ହେବ ବୋଲି ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଗୁଲାମନବୀ ଆଜା କହିଛନ୍ତି ।

ବର୍ତମାନ ଏହି ପ୍ରତିଷ୍ଠାନର ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଏହାକୁ ତ୍ୱରାନ୍ନିତ କରାଯାଉଛି । ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ଆଜା ନିର୍ମାଣାଧିନ ଏମ୍ସ ପରିଦର୍ଶନ ପରେ କହିଛନ୍ତି ।

ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ଆଜା ରାଜ୍ୟ ଅତିଥି ଭବନ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ ବିଭାଗର ବରିଷ୍ଠ ପଦାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।

ଟୀକା କରଣ ଏବଂ ନୂତନ ଭାବେ ଆରମ୍ଭ କରାଯାଇଥିବା ଏନ୍.ସି.ଡି କାର୍ଯ୍ୟକ୍ରମ ଆଦିରେ ବ୍ଲକ୍ ଓ ଜିଲ୍ଲାସ୍ତରରୁ ଆସୁଥିବା ରିପୋର୍ଟ ଗୁଡିକୁ ରାଜ୍ୟ ସରକାର ନିଜର ବିପିଓ ମାଧ୍ୟମରେ ତନଖିକରି ଡାଟାବେସ୍ କରିବା ସହିତ ତାର କପି କେନ୍ଦ୍ରକୁ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଶେଷରେ ବିଭିନ୍ନ ରାଜ୍ୟର ଏହି ସବୁ ରିପୋର୍ଟକୁ ଆଧାର କରି କେନ୍ଦ୍ର ସରକାର ସେହି ସବୁ ଯୋଜନାକୁ ଅଧିକ ସୁଦୃଢ ଏବଂ ସହାୟତା ଆଦି ପାଇଁ ବ୍ୟବସ୍ଥା କରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ୱରରେ ଏକ ଜାତୀୟ କର୍କଟ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯିବା ଏବଂ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସହିତ ଯୋଗ ଓ ନେଚରପାଥି କେନ୍ଦ୍ରୀୟ ପ୍ରତିଷ୍ଠାନ ସ୍ଥାପନ କରିବା, ରାଜ୍ୟରପଛୁଆ ଜିଲ୍ଲା ମାନଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକର ଉନ୍ନତି କରଣ ପାଇଁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ଅର୍ଥ ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।

ସେହିପରି ଶେଷରେ ବୟସ୍କ ଲେକଙ୍କ ପାଇଁ ୮ ଟି ଆଞ୍ଚଳିକ ଜେରିଆଟିକ୍ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଥିବାରୁ ସେଥିରୁ ଗୋଟିଏ ଓଡିଶାରେ କରିବା ପାଇଁ ଆଜାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଏମ୍ସ, ସ୍ୱାସ୍ଥ୍ୟ

ଭୁବନେଶ୍ୱର ଏମ୍ସରେ ଅଗଷ୍ଟରୁ ନାମଲେଖା

January 30, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଭୁବନେଶ୍ୱର ଶାଖାରେ ଚଳିତ ବର୍ଷ ଅଗଷ୍ଟରୁ ନାମ ଲେଖା ଆରମ୍ଭ ହେବ ବୋଲି ଭୁବନେଶ୍ୱର ଠାରେ ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରତାପ କୁମାର ପ୍ରଧାନ କହିଛନ୍ତି ।

ପ୍ରଧାନ ସଚିବାଳୟରେ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ସହ ଏମ୍ସର ଅଗ୍ରଗତି
ସଂପର୍କରେ ଆଲୋଚନା କରିଛନ୍ତି ।

ଚଳିତ ବର୍ଷ ୫୦ଟି ଓ ଆସନ୍ତା ବର୍ଷ ଶହେଟି ସିଟ୍ ପାଇଁ ନାମ ଲେଖାଯିବ ଏବଂ ଡ଼ିସେମ୍ବର ସୁଦ୍ଧା ପାଂଚ ଶହ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କାର୍ଯ୍ୟକ୍ଷମ ପାଇଁ ପ୍ରୟାସ ଚାଲିଛି ବୋଲି ଆଲୋଚନା ପରେ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ।

ମେଡ଼ିକାଲର ୭୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ଏବଂ ମେଡ଼ିକାଲ କଲେଜ ପାଇଁ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି, ସେ କହିଛନ୍ତି ।

ରାଜଧାନୀ ଉପକଣ୍ଠସ୍ଥ ସିଜୁଆ ଠାରେ ୨୦୦୩ ଜୁଲାଇରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆୟୁର୍ବିଜ୍ଞାନ, ଏମ୍ସ, ସ୍ୱାସ୍ଥ୍ୟ

ଏମ୍ସରେ ଜାନକୀଙ୍କ ସଫଳ ଅସ୍ତ୍ରୋପଚାର, ସ୍ୱାସ୍ଥ୍ୟବସ୍ଥା ଭଲ

November 14, 2010 by ଓଡିଶା ଡଟ କମ Leave a Comment

ନୂଆଦିଲ୍ଲୀ, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଗାଧୁଆ ଘରେ ଖସିପଡ଼ି ଆହତ ହୋଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସୋମବାର ଏମ୍ସରେ ଅସ୍ତ୍ରୋପଚାର କରାଯାଇଛି ।

ଆଜି ସକାଳୁ ଡ଼ା. ଗୋସ୍ୱାଲ ଓ ଡ଼ା. ମାଲହୋତ୍ରାଙ୍କ ନେତୃତ୍ୱରେ ଅନ୍ୟ ଚାରି ଜଣ ଡ଼ାକ୍ତର ତାଙ୍କ ଜଙ୍ଘ ଅସ୍ତ୍ରୋପଚାର କରିଛନ୍ତି । ଏହାପୂର୍ବରୁ ତାଙ୍କ ରକ୍ତ ଚାପ, ବ୍ଲଡ଼ ସୁଗାର, ହୃଦ ଚାଳନା ଆଦି ପରୀକ୍ଷା କରାଯାଇଥିଲା ।

ବର୍ତ୍ତମାନ ତାଙ୍କୁ ଆଇସିୟୁରେ ରଖାଯାଇଛି । ତିନି ଘଣ୍ଟା ଧରି ଚାଲିଥିବା ଅସ୍ତ୍ରୋପଚାର ସଫଳ ହୋଇଛି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି” ଜ୍ୱାଇଁ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ।

ଗତ ୮ ତାରିଖରେ ଜାନକୀ ସରକାରୀ ଗସ୍ତରେ ଦିବ୍ରୁଗଡ଼କୁ ଯାଇଥିବା ବେଳେ ସେଠାରେ ଅବସ୍ଥାନ କରୁଥିବା ସର୍କିଟ ହାଉସ ଗାଧୁଆ ଘରେ ଖସି ପଡ଼ିଥିଲେ । ତୁରନ୍ତ ତାଙ୍କୁ ଆସାମ ମେଡ଼ିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅସ୍ତ୍ରୋପଚାର, ଆଇସିୟୁ, ଏମ୍ସ, ଜାନକୀ ବଲ୍ଲଭ ପଟ୍ଟନାୟକ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ