• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଏୟାର ଇଣ୍ଡିଆ

ଏୟାର ଇଣ୍ଡିଆ ଭୁବନେଶ୍ୱରରୁ ବନ୍ଦ କରିବ ଦୁଇଟି ବିମାନ ସେବା

November 3, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୩ (ଓଡ଼ିଶା ଡ଼ଟ୍ କମ୍)–ଏୟାର ଇଣ୍ଡିଆ ନଭେମ୍ବର ୫ ତାରିଖରୁ ଭୁବନେଶ୍ୱରରୁ ୨ଟି ବିମାନ ଚଳାଚଳ ବନ୍ଦ କରିବ । ଭୁବନେଶ୍ୱର-କୋଲକାତା ଏ-୧-୭୬୮/୭୭୦ ଓ ଭୁବନେଶ୍ୱର ଚେନାଇ ଏ-୧-୫୩୭ର ଉଡାଣ ବନ୍ଦ ହେବ ।

ଏ ସଂପର୍କରେ ଟ୍ରାଭଲ ଏଜେ ଆସୋସିଏସନକୁ ସୂଚନା ଦିଆଯାଇଛି । ଆସୋସିଏସନ ଏୟାର ଇଣ୍ଡିଆର ଏହି ନିସ୍ପତିକୁ ବିରୋଧ କରିଛି ।

ନିସ୍ପତିର ପୁର୍ନର ବିଚାର କରାଯାଉ ବୋଲି ଓଡିଶା ଟ୍ରାଭେଲ ଏଜେ ଆସୋସିଏସନ ଦାବି କରିଛି ନଚେତ ଏହା ଦ୍ୱାରାରାଜ୍ୟ ପର୍ଯ୍ୟଟନ ଶିଳ୍ପର କ୍ଷତି ହେବ ।

ଭୁବନେଶ୍ୱରକୁ ଆର୍ନ୍ତଜାତୀୟ ବିମାନ ବନ୍ଦରରେ ପରିଣତ କରିବା ପାଇଁ ଦାବି ହେଉଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ବିମାନସେବା ବନ୍ଦ ହୋଇଛାଲିଛି । ଏୟାର ଇଣ୍ଡିଆର ଏହି ପଦକ୍ଷେପ ଶକ୍ତ ଧକ୍କାବୋଲି ବିବେଚନା କରାଯାଉଛି ।

ପୂର୍ବରୁ ଏୟାର ଇଣ୍ଡିଆ ହାଇଦ୍ରାବାଦ ଓ ରାୟପୁରକୁ ଉଡାଣ ବନ୍ଦ କରିଥିଲା । ୨ବର୍ଷତଳେ ଭୁବନେଶ୍ୱର – ଚେନ୍ନାଇ -ବିଶାଖାପାଟଣାକୁ ଚଳାଚଳ କରୁଥିବା ବିମାନକୁ ମଧ୍ୟ ବନ୍ଦ କରିଦିଆ ଯାଇଛି ।

ସେହିପରି ଘୋର ଆର୍ଥିକ ସଂକଟ ଦେଇ ଗତିକରୁଥିବା କିଂଗ ଫିସର ମଧ୍ୟ ଭୁବନେଶ୍ୱରରୁ ଦିଲ୍ଲୀ, ବାଙ୍ଗାଲୋର, କଲିକତା ଓ ମୁମ୍ବାଇକୁ ବିମାନ ଚଳାଚଳ ବନ୍ଦ କରିଦେଇଛି । ଜେଟ୍ ଏୟାରୱେଜ ଦିଲ୍ଲୀକୁ ଚଳାଚଳ କରୁଥିବା ବିମାନକୁ ବନ୍ଦ କରିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଏୟାର ଇଣ୍ଡିଆ, ପର୍ଯ୍ୟଟନ ଶିଳ୍ପ, ଭୁବନେଶ୍ୱର

ସେପ୍ଟେମ୍ବରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବିମାନସେବା ଯୋଜନା

July 2, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୩(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ସେପ୍ଟେମ୍ବର ମାସରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବିମାନ ସେବା ଆରମ୍ଭ କରିବାକୁ ପ୍ରସ୍ତାବ ରଖାଯାଇଥିବା ମଙ୍ଗଳବାର ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସୋମବାର ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟାନୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏସଂପର୍କିତ ବୈଠକରେ ଏହି ନିଷ୍ପତି ନିଆଯାଇଥିବା ବେଳେ ବୈଠକରେ ଏୟାର ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ରାଜ୍ୟ ଭିତରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ବିମାନ ସେବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆବଶ୍ୟକ ଅନୁମୋନ ଓ ପ୍ରମାଣପତ୍ର ପ୍ରଦାନ କରିସାରିଛନ୍ତି ।

ଏୟାର ଇଣ୍ଡିଆ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ଏହି ସେବା ଯୋଗାଇ ଦିଆଯିବ । ଭୁବନେଶ୍ୱର-ରାଉରକେଲା-କଲିକତା, ଭୁବନେଶ୍ୱର-ଝାରସୁଗୁଡ଼ା-କଲିକତା, ଭୁବନେଶ୍ୱର-ଭାଇଜାଗ୍-ରାୟପୁର ମଧ୍ୟରେ ପ୍ରଥମେ ବିମାନ ଚଳାଚଳ କରିବାକୁ ଯୋଜନା କରାଯାଇଛି ।

ଏହାବ୍ୟତୀତ କୋରାପୁଟ, ଅନୁଗୁଳ, ଝାରସୁଗୁଡ଼ା ଓ ଭୁବନେଶ୍ୱର ସହିତ ସଂଯୋଗ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତାବ ଦିଆଯାଇଥିବା ସେ କହିଛନ୍ତି । ଶୀତ ଋତୁରେ ତିରୁପତି ଓ ଶିରିଡ଼ିକୁ ବିମାନ ସେବା ଆରମ୍ଭ କରିବାକୁ ଯୋଜନା କରାଯାଇଛି ।

ବର୍ତମାନ ଦଶ ଆସନ ବିଶିଷ୍ଟ ଏୟାର କ୍ରାଫ୍ଟ ଚଳାଚଳ କରିବ ଓ ପରବର୍ତୀ ସମୟରେ ଆବ୍ୟକତାକୁ ଦୃଷ୍ଟିରେ ରଖି ୧୯ ଆସନ ବିଶିଷ୍ଟ ଏୟାର କ୍ରାଫ୍ଟ ଚାଲିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଏୟାର ଇଣ୍ଡିଆ, ବିମାନସେବା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ