• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଆ ଭାଷା ଆନ୍ଦୋଳନ

ଓଡିଆ ଭାଷାକୁ ମର୍ଯ୍ୟାଦା ଦାବିରେ ଅନଶନ ଜାରି

July 4, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୪ ଜୁଲାଇ (ଓଡିଶା ଡଟ୍ କମ୍) ଓଡିଆ ଭାଷା କୁ ସରକାରୀ ଭାଷାର ମାନ୍ୟତା ମିଳିଥିଲେ ହେଁ କୌଣସି ସ୍ତର ରେ ଏହା କାର୍ଯ୍ୟକାରୀ ହେଉନଥିବା ଦର୍ଶାଇ ଓଡିଆ ଭାଷାକୁ ପୂର୍ଣ ରାଜଭାଷା ର ମର୍ଯ୍ୟାଦା ଦେବା ଦାବୀ ରେ ବିଶିଷ୍ଟ ଓକିଲ ତଥା ଲେଖକ ଗଜାନନ ମିଶ୍ର ଭୁବନେଶ୍ଵରରେ ଆରମ୍ଭ କରିଥିବା ଆମରଣ ଅନଶନ ଶନିବାର ଚତୁର୍ଥ ଦିନରେ ପହଞ୍ଚି ଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ବ୍ୟାପକ ସମର୍ଥନ ମିଳିଛି ।

ଓଡିଆଭାଷା ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ସୂଚନା ଅଧିକାର ପ୍ରତିନିଧିଙ୍କ ସମାବେଶ ଆମରଣ ଅନଶନ ସ୍ଥଳରେ ଘଟିଥିଲା । ଏଥିସହିତ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ଏହି ଆନ୍ଦୋଳନକୁ ନିଜର ସମର୍ଥନ ଜଣାଇଥିଲେ ।

ମଧ୍ୟାହ୍ଣରେ ଏକ ଡାକ୍ତରୀଦଳ ଆସି ଅନଶନକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସାମାଜିକ କର୍ମୀ ପ୍ରଦୀପ ପଧାନ, ବିଶ୍ୱଜିତ ମହାନ୍ତି, ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଓଡିଶାର ବିଭିନ୍ନ ରାଜ୍ୟରୁ ଆସିଥିବା ସୂଚନା ଅଧିକାର କର୍ମୀଗଣ ଅନଶନ ସ୍ଥଳରେ ପହଞ୍ଚି ଏହି ଆନ୍ଦୋଳନରେ ସାମିଲ ହେବାକୁ ସଂକଳ୍ପ ଗ୍ରହଣ କରିଥିଲେ ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଉକ୍ରଳ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଗଣ ଉପସ୍ଥିତ ରହି ଏହି ଆନ୍ଦୋଳନକୁ କ୍ରିୟାଶୀଳ କରିବାପାଇଁ ଶପଥ ନେଇଥିଲେ ।

ସମିତିର ରାଜ୍ୟ ଆବାହକ ଶଙ୍କର୍ଷଣ ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଅନଶନ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ସର୍ବଶ୍ରୀ ସମୀର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ସୁଦୀପ୍ତ ରାୟ, ଅନିଲ ଦାସ, ଦିଲ୍ଲିପ ମହାନ୍ତି, ଜଗନ୍ନାଥ ପ୍ରଧାନ, ଓମପ୍ରକାଶ ମିଶ୍ର, ରତିକାନ୍ତ ଦାସ, ମନ୍ମଥ ମହାନ୍ତି, ବସନ୍ତ ନାୟକ, ସୁରଥ ବିଶ୍ୱାଳ, ବିଶ୍ୱରଂଜନ ବଡଜେନା, ଶ୍ରୀରଂଜନ ମଙ୍ଗରାଜ, ଦିଲ୍ଲିପ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିବାବେଳେ ବାମପନ୍ଥୀ ନେତା ଶ୍ରୀଯୁକ୍ତ ନାରାୟଣ ରେଡ୍ଡୀ, ଦେବପ୍ରସାଦ ପରିଜା, ସୁର ଜେନା, ପ୍ରାକ୍ତ ବିଧାୟକ ରାଧାକାନ୍ତ ସେଠୀ ପ୍ରମୁଖ ଯୋଗଦାନ କରିଥିଲେ ।

ବରିଷ୍ଠ ରାଜନେତା ତଥା ପ୍ରାକ୍ତନ ମନ୍ତ୍ରୀ ଶ୍ରୀ ନିରଂଜନ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ, ପ୍ରାକ୍ତନ ସାଂସଦ ଭକ୍ତ ଚରଣ ଦାସ, କୈଳାସଚନ୍ଦ୍ର ଆଚାର୍ଯ୍ୟ, ଶ୍ରୀ ଗୋବିନ୍ଦ ଭୂୟାଁ, ସସ୍ମିତା ବେହେରା, ସଂଗୀତା ମାଝୀ, ରବିନ୍ଦ୍ର ବେହେରା, ପ୍ରାକ୍ତନ ବିଧାୟକ ପଦ୍ମଚରଣ ନାୟକ, ଅଜୟ ଜେନା, ବିଶିଷ୍ଟ ଲେଖକ ତଥା ଓଡିଶା ସାହିତ୍ୟ ଏକାଡେମୀ ସଭାପତି ସାତକଡି ହୋତା, ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ, ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ବିମଳେନ୍ଦୁ ମହାନ୍ତି, କୋରେଇ ସାହିତ୍ୟ ମଣ୍ଡଳର ସଭାପତି ସୂର୍ଯ୍ୟମଣୀ ଖୁଣ୍ଟିଆ, ପ୍ରଫେସର ନଟବର ଶତପଥୀ, ପ୍ରଫେସର ଆଦିକନ୍ଦ ସାହୁ, କବି ଉମାକାନ୍ତ ରାଉତ, ସନ୍ତୋଷ କୁମାର ପାତ୍ର, ଓଡିଆସାଥୀ ସଂଯୋଜକ ଅରୁଣସାହୁ, ଆବାହକ ଡଃ ସୁବ୍ରତ ପୃଷ୍ଟି, କବି କେଦାର ମିଶ୍ର, ପ୍ରଫେସର ଡଃ କୁଳମଣି ନାୟକ, ପୂଜ୍ୟପୂଜା ପରିଷଦ ଆବାହକ ପଦ୍ମାକର ଗୁରୁ, ବରିଷ୍ଠ ସାମ୍ବାଦିକ ବରେନ୍ଦ୍ରକୃଷ୍ଣ ଧଳ, ସୁଭାଷ ପଟ୍ଟନାୟକ ପ୍ରମୁଖ ନିଜର ମତ ରଖିଥିଲେ ।

ଆମରଣ ଅନଶନକୁ ସମର୍ଥନ ଜଣାଇ ଦିଲ୍ଲୀର ବୁଦ୍ଧିଜୀବୀଙ୍କ ପକ୍ଷରୁ ଓଡିଶା ସରକାରଙ୍କ ରେସିଡେଣ୍ଟ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବାବେଳେ କୁଜଙ୍ଗ ତହସିଲଦାର କାର୍ଯ୍ୟାଳୟ ଓ ସୁଶୀଲ ପଣ୍ଟାଙ୍କ ନେତୃତ୍ୱରେ ଆଜି କଳାହାଣ୍ଟି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଆଗାମୀ ଦିନରେ ଏହା ଓଡିଶାର ସମସ୍ତ ଜିଲ୍ଲା, ବ୍ଲକ, ତହସିଲ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଦି ସମସ୍ତ ସରକାରି କାର୍ଯ୍ୟାଳୟରେ ବିକ୍ଷୋଭ, ପ୍ରତିବାଦସଭାମାନ ଆୟୋଜନ କରାଯିବ ବୋଲି ଓଡିଆଭାଷା ସଂଗ୍ରାମ ସମିତି କହିଛି ।

ସୂଚନା ଯୋଗ୍ୟ ଯେ ପୁର୍ବରୁ ମିଶ୍ର ଓଡିଆ ଭାଷାକୁ ନ୍ୟାୟାଳୟର ଭାଷା ଭାବେ ବ୍ୟବହାର କରିବାକୁ ଦାବି କରିଆସୁଥିଲେ । ତାଙ୍କ ଉଦ୍ୟମ ଯୋଗୁଁ ଅଦାଲତର ଭାଷା ଭାବେ ଓଡିଆକୁ ସ୍ଵୀକୃତି ମିଳିସାରିଛି ।

ଓଡିଶା ସରକାର ସବୁ ସ୍ତର ରେ ଓଡିଆ ଭାଷା କୁ ବ୍ୟବହାର କରିବାଲାଗି ଘୋଷଣା ନ କଲେ ସେ ପ୍ରାଣ ବଳି ଦେବାକୁ ପଛାଇବେ ନାହିଁ ବୋଲି ଗଜାନନ କହିଛନ୍ତି ।

 

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଓଡିଆ ଭାଷା ଆନ୍ଦୋଳନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ